Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜି ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବୋଧିତ କରିବେ।

ଏସୀୟ କ୍ରୀଡ଼ା ୨୦୨୨ରେ ଉଲ୍ଲେଖନୀୟ ସଫଳତା ପାଇଁ କ୍ରୀଡାବିତ୍ ମାନଙ୍କୁ ଅଭିନନ୍ଦନ ଜଣାଇବା ଏବଂ ଭବିଷ୍ୟତ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ହେଉଛି ଏକ ପ୍ରୟାସ । ୨୦୨୨ ଏସୀୟ କ୍ରୀଡ଼ାରେ ଭାରତ ୨୮ ଟି ସ୍ୱର୍ଣ୍ଣ ପଦକ ସମେତ ମୋଟ ୧୦୭ ପଦକ ଜିତିଛି । ସମୁଦାୟ ପଦକ ସଂଖ୍ୟା ଦୃଷ୍ଟିରୁ ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତର ଶ୍ରେଷ୍ଠ ପ୍ରଦର୍ଶନ ।

ଏହି କାର୍ଯ୍ୟକ୍ରମରେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳର କ୍ରୀଡ଼ାବିତ୍‌, ସେମାନଙ୍କ ପ୍ରଶିକ୍ଷକ, ଭାରତୀୟ ଅଲିମ୍ପିକ୍ ସଂଘର ଅଧିକାରୀ, ଜାତୀୟ କ୍ରୀଡ଼ା ମହାସଂଘର ପ୍ରତିନିଧି ମାନଙ୍କ ସମେତ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଯୋଗ ଦେବେ ।

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ କ୍ରୀଡାବିତଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବୋଧିତ କରିବେ।

ଏସୀୟ କ୍ରୀଡ଼ା ୨୦୨୨ରେ ଉଲ୍ଲେଖନୀୟ ସଫଳତା ପାଇଁ କ୍ରୀଡାବିତ୍ ମାନଙ୍କୁ ଅଭିନନ୍ଦନ ଜଣାଇବା ଏବଂ ଭବିଷ୍ୟତ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ହେଉଛି ଏକ ପ୍ରୟାସ। ୨୦୨୨ ଏସୀୟ କ୍ରୀଡ଼ାରେ ଭାରତ ୨୮ ଟି ସ୍ୱର୍ଣ୍ଣ ପଦକ ସମେତ ମୋଟ ୧୦୭ ପଦକ ଜିତିଛି। ସମୁଦାୟ ପଦକ ସଂଖ୍ୟା ଦୃଷ୍ଟିରୁ ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତର ଶ୍ରେଷ୍ଠ ପ୍ରଦର୍ଶନ।

ଏହି କାର୍ଯ୍ୟକ୍ରମରେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳର କ୍ରୀଡ଼ାବିତ୍‌, ସେମାନଙ୍କ ପ୍ରଶିକ୍ଷକ, ଭାରତୀୟ ଅଲିମ୍ପିକ୍ ସଂଘର ଅଧିକାରୀ, ଜାତୀୟ କ୍ରୀଡ଼ା ମହାସଂଘର ପ୍ରତିନିଧି ମାନଙ୍କ ସମେତ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଯୋଗ ଦେବେ।

Categories
ଆଜିର ଖବର ଜାତୀୟ ଖବର

ଗତ ୬୦ ବର୍ଷରେ ଏସୀୟ କ୍ରୀଡ଼ାରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଚଳିତଥର ସର୍ବାଧିକ ୧୦୭ ପଦକ ସହ ଗତ ୬୦ ବର୍ଷରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଖେଳାଳିଙ୍କ ଅଦମ୍ୟ ନିଷ୍ଠା, ନିରନ୍ତର ପ୍ରୟାସ ଏବଂ ପରିଶ୍ରମକୁ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଐତିହାସିକ ସଫଳତା!

ଆମ ଅବିଶ୍ୱସନୀୟ ଆଥଲେଟମାନେ ୧୦୭ ପଦକ ଆଣିଥିବାରୁ ସମଗ୍ର ଦେଶ ଉଲ୍ଲସିତ, ଯାହା କି ଗତ ୬୦ ବର୍ଷରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ।

ଆମ ଖେଳାଳିମାନଙ୍କ ଅଦମ୍ୟ ନିଷ୍ଠା, ନିରନ୍ତର ପ୍ରୟାସ ଏବଂ ପରିଶ୍ରମ ଦେଶକୁ ଗର୍ବିତ କରିଛି। ସେମାନଙ୍କ ବିଜୟ ଆମକୁ ଅବିସ୍ମରଣୀୟ ମୁହୂର୍ତ୍ତ ଦେଇଛି, ସମସ୍ତଙ୍କୁ ପ୍ରେରିତ କରିଛି ଏବଂ ଉତ୍କର୍ଷତା ପ୍ରତି ଆମର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛି।’

Categories
ଆଜିର ଖବର ଜାତୀୟ ଖବର

ବାୟୁସେନା ଦିବସରେ ବାୟୁସେନା ଯୋଦ୍ଧା ଏବଂ ସେମାନଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ବାୟୁସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାୟୁସେନା ଯୋଦ୍ଧା ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ବାୟୁସେନା ଦିବସରେ ସମସ୍ତ ବାୟୁସେନା ଯୋଦ୍ଧା ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା। ଭାରତୀୟ ବାୟୁସେନାର ବୀରତ୍ୱ, ପ୍ରତିବଦ୍ଧତା ଏବଂ ସମର୍ପଣ ପାଇଁ ଭାରତ ଗର୍ବିତ। ସେମାନଙ୍କ ସେବା ଏବଂ ବଳିଦାନ ଆମ ଆକାଶର ସୁରକ୍ଷାକୁ ସୁନିଶ୍ଚିତ କରେ।’

Categories
ଆଜିର ଖବର ଜାତୀୟ ଖବର

ସାରା ବିଶ୍ବ ଭାରତର ବସୁଧୈବ କୁଟୁମ୍ବକମର ଶାଶ୍ବତ ଲୋକାଚାର ଭାବରେ ନୈତିକ ସହଯୋଗକୁ ଅନୁସନ୍ଧାନ କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବୀକାର କରିଛନ୍ତି ଯେ ସାରା ବିଶ୍ବ ଯେତେବେଳେ ବଢ଼ୁଥିବା ଆହ୍ବାନକୁ ସମ୍ମୁଖୀନ ହେଉଛି, ସେ ଭାରତର ବସୁଧୈବ କୁଟୁମ୍ବକମ୍ ର ଶାଶ୍ବତ ଲୋକାଚାର ଭାବରେ ନୈତିକ ସହଯୋଗର ଅନୁସନ୍ଧାନ କରୁଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ,

‘‘ପୂର୍ବ ଅର୍ଥ ସଚିବ ହସମୁଖ ଅଧିୟା ବ୍ୟାପକ ଭାବରେ କହିଛନ୍ତି ଯେ ବିଶ୍ବ ମଞ୍ଚଠାରୁ ନେଇ ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ, ପିଏମଙ୍କ ପରିଭାଷିତ ବିଶେଷତା ମିଳିତ ଲକ୍ଷ୍ୟ ପଛରେ ବିବିଧ ସମୂହକୁ ଏକତ୍ର କରିବାରେ ତାଙ୍କର ଦକ୍ଷତା ରହିଛି।’’

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ଇଜରାଏଲରେ ଆତଙ୍କବାଦୀଙ୍କ ଆକ୍ରମଣ ଖବର ଉପରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜରାଏଲରେ ଆତଙ୍କବାଦୀ ଆକ୍ରମଣ ଖବର ଉପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଏହି କଠିନ ସମୟରେ ଇଜରାଏଲ୍ ସହିତ ସମ୍ପୂର୍ଣ୍ଣ ଭାବରେ ରହିଛି। ସେ କହିଛନ୍ତି ଯେ, ନିର୍ଦ୍ଦେଷ ପୀଡ଼ିତ ଓ ତାଙ୍କର ପରିବାର ପ୍ରତି ମୁଁ ସମବେଦନ ଜଣାଉଛି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ,

‘‘ଇଜରାଏଲରେ ଆତଙ୍କବାଦୀ ଆକ୍ରମଣ ଖବର ଉପରେ ମୋତେ ଗଭୀର ଦୁଃଖ ହୋଇଛି। ଆମର ସମବେଦନା ଏବଂ ପ୍ରାର୍ଥନା ନିର୍ଦ୍ଦୋଷ ପୀଡ଼ିତ ଏବଂ ତାଙ୍କ ପରିବାର ସହିତ ରହିଛି। ଆମେ ଏହି କଠିନ ସମୟରେ ଇଜରାଏଲ୍ ସହିତ ସମ୍ପୂର୍ଣ୍ଣ ଭାବରେ ରହିଛୁ।’’

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା ୧୦ ରେ ଏସୀୟ କ୍ରୀଡାରେ ଭାଗନେଇଥିବା ଦଳକୁ ଆତିଥେୟତା ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମ କ୍ରାଡାବିତ୍ ମାନେ ଏସୀୟ କ୍ରୀଡାରେ ୧୦୦ ପଦକର ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ଦେଶ ଆନନ୍ଦିତ ହୋଇଛି।

ଅକ୍ଟୋବର ୧୦ ତାରିଖରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆତିଥେୟତା ପ୍ରଦାନ କରିବେ ଏବଂ ସେମାନଙ୍କ ସହିତ ଆଲୋଚନା କରିବେ।

ନରେନ୍ଦ୍ର ମୋଦୀ X ରେ ପୋଷ୍ଟ କରି କହିଛନ୍ତି ଯେ, ଏସୀୟ କ୍ରୀଡାରେ ଭାରତ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା!

ଭାରତର ଲୋକମାନେ ଏହି କଥାକୁ ନେଇ ଆନନ୍ଦିତ ଯେ ଆମେ ୧୦୦ ପଦକ ବିଶିଷ୍ଟ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟରେ ପହଞ୍ଚିଛୁ।

ଆମର ଅଦ୍ଭୁତ କ୍ରୀଡାବିତ୍ ମାନଙ୍କୁ ମୁଁ ମୋର ହୃଦୟରୁ ଅଭିନନ୍ଦନ ଜଣାଉଛି ଯେଉଁ ମାନଙ୍କର ଉଦ୍ୟମ ପାଇଁ ଭାରତ ଏହି ଐତିହାସିକ ମାଇଲଖୁଣ୍ଟକୁ ଛୁଇଁଛି।

ପ୍ରତ୍ୟେକ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ଇତିହାସ ସୃଷ୍ଟି କରିଛି ଏବଂ ଆମ ହୃଦୟକୁ ଗର୍ବରେ ପରିପୂର୍ଣ୍ଣ କରିଛି।

ମୁଁ ୧୦ ତାରିଖରେ ଆମର ଏସୀୟ କ୍ରୀଡାରେ ଭାଗନେଇଥିବା ଦଳକୁ ଆତିଥେୟତା ପ୍ରଦାନ କରିବା ଏବଂ ସେମାନଙ୍କ ସହିତ ଆଲୋଚନା କରିବାକୁ ଉତ୍ସାହିତ ଅଛି।

Categories
ଆଜିର ଖବର ଜାତୀୟ ଖବର

ଲାଲ୍ କିଲ୍ଲା ଭାଷଣରେ କରିଥିବା ଘୋଷଣାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲ୍ କିଲ୍ଲା ଠାରେ ଦେଇଥିବା ଭାଷଣରେ ଯେଉଁ ଘୋଷଣା ଗୁଡିକ କରିଥିଲେ ସେଗୁଡିକର ସମୀକ୍ଷା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି।

ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଗରିବ ଏବଂ ମଧ୍ୟମ ବର୍ଗର ଲୋକମାନଙ୍କର ଗୃହ ପାଇଁ ସୁଲଭ ଋଣ ସୁନିଶ୍ଚିତ କରିବା ବିଷୟରେ ଉଲ୍ଲେଖ କରିଥିଲେ। ଏହି ଘୋଷଣା ଅନୁଯାୟୀ ପ୍ରଧାନମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ସେଗୁଡିକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାଧୀନତା ଦିବସ ଭାଷଣରେ ପରିବାର ମାନଙ୍କ ପାଇଁ ସୌର ଶକ୍ତି ସୁନିଶ୍ଚିତ କରିବା ବିଷୟରେ ଉଲ୍ଲେଖ କରିଥିଲେ। ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

Categories
ବିଶେଷ ଖବର

ଏମ୍ ଏସ୍ ସ୍ୱାମୀନାଥନ ବାସ୍ତବରେ ଥିଲେ ସବୁଜ ବିପ୍ଳବର ଜନକ

ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

କିଛି ଦିନ ତଳେ ଆମେ ପ୍ରଫେସର ଏମ୍ ଏସ୍ ସ୍ୱାମୀନାଥନଙ୍କୁ ହରାଇଛୁ। କୃଷି ବିଜ୍ଞାନରେ ବିପ୍ଳବ ଆଣିଥିବା ଜଣେ ଦୂରଦର୍ଶୀଙ୍କୁ ଆମ ଦେଶ ହରାଇଛି। ଭାରତ ପାଇଁ ତାଙ୍କର ଅବଦାନ ସର୍ବଦା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ପ୍ରଫେସର ଏମ୍ ଏସ୍ ସ୍ୱାମୀନାଥନ୍ ଭାରତକୁ ଭଲ ପାଉଥିଲେ। ସେ ଚାହୁଁଥିଲେ, ଆମ ଦେଶ ସମୃଦ୍ଧ ହେଉ, ବିଶେଷ କରି ଆମ କୃଷକମାନେ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଯାପନ କରନ୍ତୁ । ଶିକ୍ଷାଗତ ଦୃଷ୍ଟିରୁ ସେ ଯେକୌଣସି କ୍ୟାରିୟର ବାଛି ପାରିଥାନ୍ତେ, କିନ୍ତୁ ୧୯୪୩ ମସିହାର ବଙ୍ଗ ଦୁର୍ଭିକ୍ଷ ଦେଖି ସେ ଏତେ ପ୍ରଭାବିତ ହୋଇଥିଲେ ଯେ କୃଷି କ୍ଷେତ୍ରରେ ଅଧ୍ୟୟନ ପାଇଁ ପଣ କରିଥିଲେ।

ଖୁବ୍‌ କମ୍ ବୟସରେ, ସେ ଡକ୍ଟର ନର୍ମାନ ବୋର୍ଲାଗଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ତାଙ୍କ କାର୍ଯ୍ୟକୁ ଅତି ବିସ୍ତୃତ ଭାବରେ ଅନୁସରଣ କରିଥିଲେ। ୧୯୫୦ ଦଶକରେ ସ୍ୱାମୀନାଥନଙ୍କୁ ଆମେରିକାରେ ଅଧ୍ୟାପକ ପଦବୀ ପାଇଁ ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ସେ ଭାରତରେ ଏବଂ ଭାରତ ପାଇଁ କାମ କରିବାକୁ ଚାହୁଁଥିବାରୁ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ମୁଁ ଚାହୁଁଛି ଯେ, ଆପଣମାନେ ସମସ୍ତେ ସେହି ଆହ୍ୱାନପୂର୍ଣ୍ଣ ପରିସ୍ଥିତି ବିଷୟରେ ଚିନ୍ତା କରନ୍ତୁ ଯେଉଁଥିରେ ପ୍ରଫେସର ସ୍ୱାମୀନାଥନ ଦୃଢ଼ ଭାବରେ ଠିଆ ହୋଇଥିଲେ ଏବଂ ଆମ ଦେଶକୁ ଆତ୍ମନିର୍ଭରଶୀଳତା ଓ ଆତ୍ମବିଶ୍ୱାସର ମାର୍ଗରେ ଆଗେଇ ନେଇଥିଲେ। ସ୍ୱାଧୀନତା ପରଠାରୁ ପ୍ରଥମ ଦୁଇ ଦଶନ୍ଧି ମଧ୍ୟରେ ଆମେ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥିଲୁ ଏବଂ ସେଥିମଧ୍ୟରୁ ଗୋଟିଏ ଥିଲା ଖାଦ୍ୟ ଅଭାବ। ୧୯୬୦ ଦଶକର ପ୍ରାରମ୍ଭରେ ଭାରତ ଦୁର୍ଭିକ୍ଷର ଅଶୁଭ ଛାୟା ସହ ସଂଘର୍ଷ କରୁଥିଲା ଏବଂ ସେତେବେଳେ ପ୍ରଫେସର ସ୍ୱାମୀନାଥନଙ୍କ ଅତୁଳନୀୟ ପ୍ରତିବଦ୍ଧତା ଓ ଦୂରଦୃଷ୍ଟି କୃଷି କ୍ଷେତ୍ରରେ ସମୃଦ୍ଧିର ଏକ ନୂଆ ଯୁଗ ଆରମ୍ଭ କରିଥିଲା। କୃଷି ଏବଂ ଗହମ ପ୍ରଜନନ ଭଳି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସେ ଅଗ୍ରଣୀ ଗବେଷଣା କାର୍ଯ୍ୟ କରିଥିଲେ। ଫଳରେ ଦେଶରେ ଗହମ ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇଲା ଏବଂ ଭାରତ ଖାଦ୍ୟ ଅଭାବୀ ଦେଶରୁ ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ରରେ ପରିଣତ ହୋଇଥିଲା। ଏହି ବିରାଟ ଉପଲବ୍ଧି ପାଇଁ ତାଙ୍କୁ ସମ୍ମାନର ସହ “ଭାରତୀୟ ସବୁଜ ବିପ୍ଳବର ଜନକ” ବୋଲି କୁହାଯାଏ।

ସବୁଜ ବିପ୍ଳବ ଭାରତର “କ୍ୟାନ୍ ଡୁ ସ୍ପିରିଟ୍” (କରିପାରିବାର ଇଚ୍ଛାଶକ୍ତି)ର ଏକ ଝଲକ ପ୍ରଦାନ କରିଥିଲା – ଯଦି ଆମ ଆଗରେ ୧୦୦ କୋଟି ଆହ୍ୱାନ ରହିଛି ତା’ହେଲେ ସେହି ଆହ୍ୱାନଗୁଡ଼ିକୁ ଅତିକ୍ରମ କରିବା ପାଇଁ ନବସୃଜନର ଜ୍ୟୋତି ସହିତ ଆମ ପାଖରେ ୧୦୦ କୋଟି ମସ୍ତିଷ୍କ ମଧ୍ୟ ଅଛି। ସବୁଜ ବିପ୍ଳବ ଆରମ୍ଭ ହେବାର ପାଞ୍ଚ ଦଶନ୍ଧି ପରେ ଭାରତୀୟ କୃଷି ଅଧିକ ଆଧୁନିକ ଓ ପ୍ରଗତିଶୀଳ ହୋଇପାରିଛି। କିନ୍ତୁ ପ୍ରଫେସର ସ୍ୱାମୀନାଥନ ଯେଉଁ ମୂଳଦୁଆ ପ୍ରତିଷ୍ଠା କରିଯାଇଛନ୍ତି, ତାହା କେବେ ବି ଭୁଲିହେବ ନାହିଁ।

ବର୍ଷ ବର୍ଷ ଧରି ସେ ଆଳୁ ଫସଲକୁ ପ୍ରଭାବିତ କରୁଥିବା ପରଜୀବୀଙ୍କ ମୁକାବିଲା ଦିଗରେ ଅଗ୍ରଣୀ ଗବେଷଣା କରିଥିଲେ। ତାଙ୍କର ଗବେଷଣା ମଧ୍ୟ ଆଳୁ ଫସଲକୁ ଥଣ୍ଡା ପାଗ ସହ୍ୟ କରିବାରେ ସକ୍ଷମ କରିଥିଲା। ଆଜି ସାରା ବିଶ୍ୱ ମିଲେଟ୍ ବା ଶ୍ରୀଅନ୍ନକୁ ‘ସୁପର ଫୁଡ୍’ ବୋଲି କହୁଛି, କିନ୍ତୁ ପ୍ରଫେସର ସ୍ୱାମୀନାଥନ୍ ୧୯୯୦ ମସିହାରୁ ମିଲେଟ୍‌ ଚାଷ ଓ ଏହାର ଉପଯୋଗ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ।

ପ୍ରଫେସର ସ୍ୱାମୀନାଥନଙ୍କ ସହ ମୁଁ ବ୍ୟକ୍ତିଗତ ଭାବେ ଅନେକ ଥର ମିଶିଛି। ୨୦୦୧ରେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆମ ସମ୍ପର୍କ ଆରମ୍ଭ ହୋଇଥିଲା। ସେହି ସମୟରେ ଗୁଜରାଟ ନିଜର କୃଷି ଦକ୍ଷତା ପାଇଁ ସେତେ ପରିଚିତ ନଥିଲା। କ୍ରମାଗତ ମରୁଡ଼ି, ବାତ୍ୟା ଓ ଭୂମିକମ୍ପ ଯୋଗୁଁ ରାଜ୍ୟର ବିକାଶ ଧାରା ପ୍ରଭାବିତ ହୋଇଥିଲା। ଆମେ ଆରମ୍ଭ କରିଥିବା ଅନେକ ଯୋଜନା ମଧ୍ୟରୁ ଗୋଟିଏ ଥିଲା ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ଯାହା ମାଟିକୁ ଭଲ ଭାବରେ ବୁଝିବାରେ ଏବଂ ଯଦି ସମସ୍ୟା ସୃଷ୍ଟି ହୁଏ ତେବେ ତାହାର ସମାଧାନ କରିବାରେ ଆମକୁ ସକ୍ଷମ କରିଥିଲା। ଏହି ଯୋଜନା ପରିପ୍ରେକ୍ଷୀରେ ମୁଁ ପ୍ରଫେସର ସ୍ୱାମୀନାଥନଙ୍କୁ ଭେଟିଥିଲି। ସେ ଏହି ଯୋଜନାକୁ ପ୍ରଶଂସା କରିବା ସହ ଏଥିପାଇଁ ନିଜର ମୂଲ୍ୟବାନ ମତାମତ ମଧ୍ୟ ପ୍ରଦାନ କରିଥିଲେ। ଏହି ଯୋଜନାକୁ ନେଇ ସନ୍ଦେହ ଥିବା ଲୋକଙ୍କୁ ବୁଝାଇବାରେ ତାଙ୍କର ସମର୍ଥନ ଯଥେଷ୍ଟ ଥିଲା ଯାହାକି ପରବର୍ତ୍ତୀ ସମୟରେ ଗୁଜରାଟରେ କୃଷିର ସଫଳତା ପାଇଁ କ୍ଷେତ୍ର ପ୍ରସ୍ତୁତ କଲା।

ମୋର ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ସମୟରେ ଏବଂ ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲି ସେତେବେଳେ ମଧ୍ୟ ଆମର କଥାବାର୍ତ୍ତା ଜାରି ରହିଥିଲା। ମୁଁ ୨୦୧୬ରେ ଅନ୍ତର୍ଜାତୀୟ କୃଷି-ଜୈବ ବିବିଧତା କଂଗ୍ରେସରେ ତାଙ୍କୁ ଭେଟିଥିଲି ଏବଂ ପରବର୍ଷ ୨୦୧୭ରେ ମୁଁ ତାଙ୍କ ଦ୍ୱାରା ଲିଖିତ ଏକ ଦୁଇ ଭାଗ ବିଶିଷ୍ଟ ପୁସ୍ତକ ଶୃଙ୍ଖଳାକୁ ଉନ୍ମୋଚନ କରିଥିଲି।

‘କୁରାଲ’ରେ କୃଷକମାନଙ୍କୁ ଏକ କେନ୍ଦ୍ରବିନ୍ଦୁ ଭାବରେ ବର୍ଣ୍ଣନା କରାଯାଇଛି ଯାହା ବିଶ୍ୱକୁ ଏକାଠି ରଖିଥାଏ। ଏହାର କାରଣ  ହେଉଛି କୃଷକମାନେ ହିଁ ସମସ୍ତଙ୍କୁ ବଞ୍ଚାଇ ରଖିଥାନ୍ତି। ପ୍ରଫେସର ସ୍ୱାମୀନାଥନ ଏହି ନୀତିକୁ ଭଲ ଭାବରେ ବୁଝିଥିଲେ। ଅନେକ ଲୋକ ତାଙ୍କୁ “କୃଷି ବୈଜ୍ଞାନିକ” ବୋଲି କୁହନ୍ତି। କିନ୍ତୁ ମୁଁ ସବୁବେଳେ ବିଶ୍ୱାସ କରିଆସିଛି ଯେ ତାଙ୍କ ବ୍ୟକ୍ତିତ୍ୱର ପରିସର ଏହାଠାରୁ ଆହୁରି ଅଧିକ ଥିଲା। ପ୍ରକୃତରେ ସେ “କିଷାନ ବୈଜ୍ଞାନିକ” – ଚାଷୀଙ୍କ ବୈଜ୍ଞାନିକ ଥିଲେ । ତାଙ୍କ ହୃଦୟ ଜଣେ ଚାଷୀଙ୍କ ଭଳି ଥିଲା। ତାଙ୍କ କୃତିର ସଫଳତା କେବଳ ଶିକ୍ଷାଗତ ଉତ୍କର୍ଷ ମଧ୍ୟରେ ସୀମିତ ନାହିଁ; ଏହା ପରୀକ୍ଷାଗାର ବାହାରେ, ଫାର୍ମ ଏବଂ ଚାଷ ଜମିରେ ପ୍ରଭାବ ବିସ୍ତାର କରିଛି। ତାଙ୍କର କାର୍ଯ୍ୟ ବୈଜ୍ଞାନିକ ଜ୍ଞାନ ଏବଂ ଏହାର ବ୍ୟବହାରିକ ପ୍ରୟୋଗ ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରିପାରିଛି। ସେ ଦୀର୍ଘସ୍ଥାୟୀ କୃଷି ପାଇଁ ନିରନ୍ତର ସମର୍ଥନ କରୁଥିଲେ ଏବଂ ମାନବ ସମାଜର ଉନ୍ନତି ଓ ପରିବେଶର ସ୍ଥାୟିତ୍ୱ ମଧ୍ୟରେ ସୂକ୍ଷ୍ମ ସନ୍ତୁଳନ ଉପରେ ଗୁରୁତ୍ୱାରୋପ କରିଥିଲେ। ତାଙ୍କର ଆଉ ଗୋଟିଏ ଗୁଣ ବିଷୟରେ ମୁଁ ଏଠାରେ ଉଲ୍ଲେଖ କରିବାକୁ ଚାହୁଁଛି, କ୍ଷୁଦ୍ର ଚାଷୀମାନଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେମାନେ ମଧ୍ୟ ଯେପରି ନୂଆ ଉଦ୍ଭାବନର ଫଳ ଉପଭୋଗ କରିପାରିବେ ତା’ଉପରେ ପ୍ରଫେସର ସ୍ୱାମୀନାଥନ ବିଶେଷ ଗୁରୁତ୍ୱ ଦେଉଥିଲେ । ମହିଳା ଚାଷୀଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସେ ବିଶେଷ ଭାବରେ ଆଗ୍ରହୀ ଥିଲେ।

ପ୍ରଫେସର ଏମ୍ ଏସ୍ ସ୍ୱାମୀନାଥନଙ୍କ ବ୍ୟକ୍ତିତ୍ୱର ଆଉ ଏକ ଦିଗ ଅଛି ଯାହା ଉଲ୍ଲେଖନୀୟ – ସେ ନୂତନ ଉଦ୍ଭାବନ ଏବଂ ପ୍ରଶିକ୍ଷଣ କ୍ଷେତ୍ରରେ ଜଣେ ଆଦର୍ଶ ଭାବରେ ଠିଆ ହୋଇଛନ୍ତି । ୧୯୮୭ ମସିହାରେ ସେ ବିଶ୍ୱ ଖାଦ୍ୟ ପୁରସ୍କାର ପାଇଥିଲେ ଏବଂ ସେ ଥିଲେ ଏହି ସମ୍ମାନଜନକ ପୁରସ୍କାରର ପ୍ରଥମ ବିଜେତା। ପ୍ରଫେସର ସ୍ୱାମୀନାଥନ ଏହି ପୁରସ୍କାର ରାଶିକୁ ଏକ ଅଣଲାଭକାରୀ ଗବେଷଣା ଫାଉଣ୍ଡେସନ ପ୍ରତିଷ୍ଠା କରିବାରେ ବ୍ୟବହାର କରିଥିଲେ । ଆଜି ପର୍ଯ୍ୟନ୍ତ ଏହା ବିଭିନ୍ନ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ କରୁଛି । ସେ ଅଗଣିତ ବ୍ୟକ୍ତିତ୍ଵଙ୍କୁ ଅନୁପ୍ରାଣିତ କରିଛନ୍ତି ଏବଂ ସେମାନଙ୍କ ଭିତରେ ଅଧ୍ୟୟନ ଏବଂ ଉଦ୍ଭାବନ ପ୍ରତି ଆଗ୍ରହ ସୃଷ୍ଟି କରିଛନ୍ତି । ଦ୍ରୁତ ଗତିରେ ପରିବର୍ତ୍ତିତ ଦୁନିଆରେ ତାଙ୍କ ଜୀବନ ଆମକୁ ଜ୍ଞାନ, ମାର୍ଗଦର୍ଶନ ଏବଂ ଉଦ୍ଭାବନରେ ରହିଥିବା ଦୃଢ଼ ସାମର୍ଥ୍ୟ ବିଷୟରେ ସ୍ମରଣ କରାଇ ଦେଇଥାଏ। ସେ ଜଣେ ଅନୁଷ୍ଠାନ ନିର୍ମାତା ମଧ୍ୟ ଥିଲେ। ସେ ଏମିତି ଅନେକ ଅନୁଷ୍ଠାନ ନିର୍ମାଣ କରିଛନ୍ତି ଯେଉଁଠି ବ୍ୟାପକ ଗବେଷଣା କରାଯାଉଛି। ମାନିଲାସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବରେ ସେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର ପ୍ରୟାସ ଯୋଗୁ ୨୦୧୮ରେ ବାରଣାସୀରେ ଦକ୍ଷିଣ ଏସିଆ ଆଞ୍ଚଳିକ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଖୋଲାଯାଇଥିଲା ।

ଡକ୍ଟର ସ୍ୱାମୀନାଥନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ମୁଁ ପୁଣି ଥରେ ‘କୁରାଲ’ର ଉଦାହରଣ ଦେବି । ସେଥିରେ ଲେଖାଯାଇଛି, ‘‘କୌଣସି ଯୋଜନା ପ୍ରସ୍ତୁତ କରୁଥିବା ବ୍ୟକ୍ତିର ମନୋବଳ ଦୃଢ଼ ଥିଲେ, ସେ ଯାହା ପାଇବାକୁ ଚାହୁଁଛନ୍ତି ଏବଂ ଯେପରି ଉପାୟରେ ପାଇବାକୁ ଚାହୁଁଛନ୍ତି ତାହା ସେ ନିଶ୍ଚିତ ଭାବେ ପାଇବେ।’’ ଡକ୍ଟର ସ୍ୱାମୀନାଥନ ଏପରି ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ ଯିଏକି ନିଜ ଜୀବନର ଆଦ୍ୟଭାଗରେ କୃଷିକୁ ସୁଦୃଢ଼ କରିବାକୁ ଏବଂ କୃଷକଙ୍କ ସେବା କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଏହାକୁ ଅତ୍ୟନ୍ତ ଅଭିନବ ଢଙ୍ଗରେ ଏବଂ ଉତ୍ସାହର ସହ କରିଥିଲେ । ଡ. ସ୍ୱାମୀନାଥନଙ୍କ ଅବଦାନ ଆମକୁ କୃଷି ଉଦ୍ଭାବନ ଏବଂ ଦୀର୍ଘସ୍ଥାୟିତ୍ୱ ପଥରେ ଆଗକୁ ବଢ଼ିବା ସମୟରେ ଅନୁପ୍ରାଣିତ କରିବା ସହ ମାର୍ଗଦର୍ଶନ ଦେବା ଜାରି ରଖିଛି । ଚାଷୀଙ୍କ ହିତ ପାଇଁ କାମ କରିବା, ବୈଜ୍ଞାନିକ ଉଦ୍ଭାବନର ପରିଣାମକୁ ଆମର ବିସ୍ତାରିତ କୃଷି କ୍ଷେତ୍ର ପର୍ଯ୍ୟନ୍ତ ପହଞ୍ଚାଇବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଅଭିବୃଦ୍ଧି, ଦୀର୍ଘସ୍ଥାୟିତ୍ୱ ଓ ସମୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି ତାଙ୍କର ପ୍ରିୟ ସିଦ୍ଧାନ୍ତ ପ୍ରତି ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଇବା ଉଚିତ୍‌।

Categories
ବିଶେଷ ଖବର

ଜବଲପୁର ଠାରେ ୧୨,୬୦୦ କୋଟିରୁ ଅଧିକ ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ମଧ୍ୟପ୍ରଦେଶର ଜବଲପୁର ଠାରେ ୧୨,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ, ରେଳ, ଗ୍ୟାସ ପାଇପଲାଇନ୍, ଗୃହ ନିର୍ମାଣ ଏବଂ ବିଶୁଦ୍ଧ ପାନୀୟ ଜଳ ଭଳି ବିଭିନ୍ନ କ୍ଷେତ୍ର ସହିତ ସମ୍ପର୍କିତ ବିକାଶ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଛନ୍ତି ଏବଂ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ରାଣୀ ଦୁର୍ଗାବତୀଙ୍କ ୫୦୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଶ୍ରୀ ମୋଦୀ ଜବଲପୁର ଠାରେ ‘ବୀରାଙ୍ଗନା ରାଣୀ ଦୁର୍ଗାବତୀ ସ୍ମାରକ ଓ ଉଦ୍ୟାନ’ ପ୍ରକଳ୍ପର ଭୂମି ପୂଜନ କରିଥିଲେ ।

ଇନ୍ଦୋର ଠାରେ ଲାଇଟ୍ ହାଉସ୍ ପ୍ରକଳ୍ପ ଅଧୀନରେ ନିର୍ମିତ ୧୦୦୦ରୁ ଅଧିକ ଗୃହର ଉଦ୍ଘାଟନ, ମାଣ୍ଡଲା, ଜବଲପୁର ଏବଂ ଡିଣ୍ଡୋରି ଜିଲ୍ଲାରେ ଏକାଧିକ ଜଳ ଜୀବନ ମିଶନ ପ୍ରକଳ୍ପର ଶିଳାନ୍ୟାସ ଏବଂ ସିଓନି ଜିଲ୍ଲାରେ ଜଳ ଜୀବନ ମିଶନ ପ୍ରକଳ୍ପର ଲୋକାର୍ପଣ, ମଧ୍ୟପ୍ରଦେଶରେ ସଡ଼କ ଭିତ୍ତିଭୂମିରେ ଉନ୍ନତି ପାଇଁ ୪୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ , ୧୮୫୦ କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପ, ବିଜୟପୁର – ଓରାଇୟାନ୍ – ଫୁଲପୁର ପାଇପଲାଇନ ପ୍ରକଳ୍ପ ଏବଂ ଜବଲପୁର ଠାରେ ଏକ ନୂତନ ବଟଲିଂ ପ୍ଲାଣ୍ଟର ଲୋକାର୍ପଣ ଏବଂ ମୁମ୍ବାଇ ନାଗପୁର ଝାରସୁଗୁଡ଼ା ପାଇପଲାଇନ ପ୍ରକଳ୍ପର ନାଗପୁର ଜବଲପୁର ସେକ୍ସନ (୩୧୭ କିଲୋମିଟର) ର ଶିଳାନ୍ୟାସ ଆଦି ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ।

ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିବା ସହ ବୀରଙ୍ଗନା ରାଣୀ ଦୁର୍ଗାବତୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ସମାବେଶକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ ମାଆ ନର୍ମଦାଙ୍କ ପୁଣ୍ୟଭୂମି ଆଗରେ ପ୍ରଣାମ କରି କହିଥିଲେ ଯେ ସେ ଜବଲପୁରକୁ ଏକ ସମ୍ପୂର୍ଣ୍ଣ ନୂଆ ରୂପରେ ଦେଖୁଛନ୍ତି କାରଣ ଏହି ସହର ଉତ୍ସାହ, ଆବେଗ ଏବଂ ଉଦ୍ଦୀପନାରେ ପରିପୂର୍ଣ୍ଣ ଯାହା ସହରର ଭାବନାକୁ ପ୍ରତିଫଳିତ କରୁଛି । ବୀରଙ୍ଗନା ରାଣୀ ଦୁର୍ଗାବତୀଙ୍କ ୫୦୦ତମ ଜୟନ୍ତୀକୁ ସମଗ୍ର ଦେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରାଣୀ ଦୁର୍ଗାବତୀ ଗୌରବ ଯାତ୍ରାର ସମାପନ ସମୟରେ ପ୍ରଧାନମନ୍ତ୍ରୀ ସୂଚିତ କରିଥିଲେ ଯେ ସେ ଜାତୀୟ ସ୍ତରରେ ତାଙ୍କ ଜୟନ୍ତୀ ପାଳନ କରିବାକୁ ଆହ୍ୱାନ ଦେଇଥିଲେ ଏବଂ ଆଜିର ସମାବେଶ ସେହି ଭାବନାର ପ୍ରତୀକ । “ଭାରତର ପୂର୍ବପୁରୁଷ ମାନଙ୍କୁ ଆମର ଋଣ ପରିଶୋଧ କରିବା ପାଇଁ ଆମେ ଏଠାରେ ଏକାଠି ହୋଇଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବୀରଙ୍ଗନା ରାଣୀ ଦୁର୍ଗାବତୀ ସ୍ମାରକ ଓ ଉଦ୍ୟାନ ପ୍ରକଳ୍ପ ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ପ୍ରତ୍ୟେକ ମାଆ ଏବଂ ଯୁବକ ମାନେ ଏହି ସ୍ଥାନକୁ ଯିବାକୁ ଚାହିଁବେ ଏବଂ ଏହା ଏକ ତୀର୍ଥଯାତ୍ରାରେ ପରିଣତ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ । ରାଣୀ ଦୁର୍ଗାବତୀଙ୍କ ଜୀବନ ଆମକୁ ଅନ୍ୟର ହିତ ପାଇଁ ବଞ୍ଚିବାକୁ ଶିଖାଏ ଏବଂ ମାତୃଭୂମି ପାଇଁ କିଛି କରିବାକୁ ପ୍ରେରଣା ଦେଇଥାଏ ବୋଲି ସେ ଆଲୋକପାତ କରିଥିଲେ । ରାଣୀ ଦୁର୍ଗାବତୀଙ୍କ ୫୦୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ସମଗ୍ର ଆଦିବାସୀ ସମାଜ, ମଧ୍ୟପ୍ରଦେଶବାସୀ ଏବଂ ଦେଶର ୧୪୦ କୋଟି ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭାରତର ସ୍ୱାଧୀନତା ପରେ ଏହି ଭୂମିର ପୂର୍ବପୁରୁଷ ମାନଙ୍କୁ ଯେଉଁ ସମ୍ମାନ ଦିଆଯିବା କଥା ତାହା ଦିଆ ଯାଇନାହିଁ ବୋଲି ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ଭୂମିର ବୀରମାନଙ୍କୁ ଆମେ ଭୁଲି ଯାଇଥିଲେ ।

ପାଖାପାଖି ୧୨,୦୦୦ କୋଟି ଟଙ୍କାର ଆଜିର ଏହି ପ୍ରକଳ୍ପ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା କୃଷକ ଏବଂ ଯୁବକ ମାନଙ୍କ ସମେତ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବ । “ଏହି ଅଞ୍ଚଳରେ ନୂତନ ଶିଳ୍ପ ପ୍ରତିଷ୍ଠା ହେବା ପରେ, ଯୁବକମାନେ ବର୍ତ୍ତମାନ ଏଠାରେ ନିଯୁକ୍ତି ପାଇବେ” ବୋଲି ସେ କହିଥିଲେ ।

ମାଆ ଓ ଭଉଣୀଙ୍କ ପାଇଁ ରୋଷେଇ ଘରେ ଧୂଆଁମୁକ୍ତ ପରିବେଶ ଯୋଗାଇବା ବର୍ତ୍ତମାନର ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏକ ଗବେଷଣା ଅଧ୍ୟୟନକୁ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ , ଧୂଆଁ ନିର୍ଗତ ଚୁଲା ୨୪ ଘଣ୍ଟାରେ ୪୦୦ ସିଗାରେଟ୍ ପିଇବା ସହ ସମାନ ଧୂଆଁ ଉତ୍ପାଦନ କରିଥାଏ । ମହିଳା ମାନଙ୍କ ପାଇଁ ସୁରକ୍ଷିତ ବାତାବରଣ ଯୋଗାଇବା ନିମନ୍ତେ ପୂର୍ବ ସରକାରଙ୍କ ତରଫରୁ କୌଣସି ପ୍ରୟାସ କରା ଯାଉନଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି ।

ଉଜ୍ଜ୍ୱଳା ଯୋଜନା ବିଷୟରେ କହିବା ବେଳେ ପ୍ରଧାନମନ୍ତ୍ରୀ ପୂର୍ବରୁ ଗ୍ୟାସ ସଂଯୋଗ ପାଇବାରେ ହୋଇଥିବା ଅସୁବିଧାକୁ ମନେ ପକାଇଥିଲେ । ଉଜ୍ଜ୍ୱଳା ହିତାଧିକାରୀ ମାନଙ୍କ ପାଇଁ ଗ୍ୟାସ ସିଲିଣ୍ଡର ୪୦୦ ଟଙ୍କା ଶସ୍ତା କରିବା ନିମନ୍ତେ ବର୍ତ୍ତମାନର ସରକାର ରକ୍ଷାବନ୍ଧନର ପର୍ବ ସମୟରେ ଗ୍ୟାସ ଦର ହ୍ରାସ କରିଥିବା ବିଷୟରେ ମଧ୍ୟ ସେ ଆଲୋକପାତ କରିଥିଲେ । ଆଗାମୀ ପାର୍ବଣ ଋତୁ ଆରମ୍ଭ ହେବା ସହିତ ଗ୍ୟାସ ସିଲିଣ୍ଡର ଦର ଆହୁରି ୧୦୦ ଟଙ୍କା ହ୍ରାସ କରିବାକୁ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ସେ ସୂଚନା ଦେଇଛନ୍ତି । “ଗତ କିଛି ସପ୍ତାହ ମଧ୍ୟରେ ଉଜ୍ଜ୍ୱଳା ହିତାଧିକାରୀ ମାନଙ୍କ ପାଇଁ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୦୦ ଟଙ୍କା ହ୍ରାସ କରାଯାଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ରାଜ୍ୟରେ ଗ୍ୟାସ ପାଇପଲାଇନ ବିଛାଇବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ କେନ୍ଦ୍ର ସରକାର ପାଇପଲାଇନ ମାଧ୍ୟମରେ ଶସ୍ତା ରନ୍ଧନ ଗ୍ୟାସ ଯୋଗାଣ ଦିଗରେ ବ୍ୟାପକ ପଦକ୍ଷେପ ନେଉଛନ୍ତି ।

ପୂର୍ବ ସରକାର ସମୟରେ ହୋଇଥିବା ଦୁର୍ନୀତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଗରିବ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ପାଣ୍ଠି ଦୁର୍ନୀତିଗ୍ରସ୍ତଙ୍କ କୋଷ ପୂରଣ କରୁଛି । ୧୦ ବର୍ଷ ପୂର୍ବର ଶୀର୍ଷକ ଗୁଡ଼ିକୁ ଅନଲାଇନରେ ଯାଞ୍ଚ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ, ଯେଉଁଥିରେ ବିଭିନ୍ନ ଦୁର୍ନୀତି ବିଷୟରେ ଖବର ଭରି ରହିଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ପରେ ବର୍ତ୍ତମାନର ସରକାର ଦୁର୍ନୀତିକୁ ଦୂର କରିବା ପାଇଁ ‘ସ୍ୱଚ୍ଛତା’ ଅଭିଯାନ ଚଳାଇଛନ୍ତି । ୧୧ କୋଟି ନକଲି ହିତାଧିକାରୀ ମାନଙ୍କୁ ଟେକ୍ନୋଲୋଜି ବ୍ୟବହାର କରି ସରକାରୀ ତାଲିକାରୁ ହଟାଇ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିବା ସହିତ, “୨୦୧୪ ପରେ ଗରିବଙ୍କ ପାଇଁ ଥିବା ପାଣ୍ଠିକୁ ଯେପରି କେହି ଲୁଟିବେ ନାହିଁ ମୋଦି ତାହା ସୁନିଶ୍ଚିତ କରିଛନ୍ତି । ଜନ ଧନ, ଆଧାର ଓ ମୋବାଇଲ ଭଳି ତ୍ରିଶକ୍ତି ସୃଷ୍ଟିକୁ ସେ ଦୁର୍ନୀତି ବ୍ୟବସ୍ଥାର ଉଚ୍ଛେଦ ପାଇଁ ଶ୍ରେୟ ଦେଇଛନ୍ତି ।

ଆଜି ଏହି ତ୍ରିଶକ୍ତି ଯୋଗୁଁ ୨.୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଭୁଲ ହାତକୁ ଯିବାରୁ ବଞ୍ଚିପାରିଛି ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି । ମାତ୍ର ୫୦୦ ଟଙ୍କାରେ ଉଜ୍ଜଳା ସିଲିଣ୍ଡର ଯୋଗାଇବା ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କୋଟି କୋଟି ପରିବାରକୁ ମାଗଣା ରାସନ ଯୋଗାଇବା ପାଇଁ ୩ ଲକ୍ଷ କୋଟି ଟଙ୍କା, ଆୟୁଷ୍ମାନ ଯୋଜନା ଅଧୀନରେ ଦେଶର ପାଖାପାଖି ୫ କୋଟି ପରିବାରର ମାଗଣା ଚିକିତ୍ସା ପାଇଁ ୭୦ ହଜାର କୋଟି ଟଙ୍କା, ଚାଷୀଙ୍କୁ ଶସ୍ତା ୟୁରିଆ ଯୋଗାଣ କରିବା ପାଇଁ ୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।

ପିଏମ୍ କିଷାନ ସମ୍ମାନ ନିଧି ଅଧୀନରେ କ୍ଷୁଦ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଜମା ଏବଂ ଗରିବ ପରିବାରକୁ ସ୍ଥାୟୀ ଘର ଯୋଗାଇବା ପାଇଁ ୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଇନ୍ଦୋରର ଗରିବ ପରିବାରକୁ ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ୧୦୦୦ ସ୍ଥାୟୀ ଘର ମିଳିଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

ଏହା ମଧ୍ୟପ୍ରଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶ କ୍ଷେତ୍ରରେ କିଛି ବି ବାଧା ବିଗତ ଦୁଇ ଦଶନ୍ଧିର କଠିନ ପରିଶ୍ରମକୁ ନଷ୍ଟ କରିଦେବ । ୨୫ ବର୍ଷରୁ କମ୍ ବୟସର ଲୋକଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗାମୀ ୨୫ ବର୍ଷ ମଧ୍ୟରେ ସେମାନଙ୍କ ପିଲାମାନେ ଯେପରି ବିକଶିତ ମଧ୍ୟପ୍ରଦେଶ ଦେଖିବା ପାଇଁ ବଡ଼ ହୁଅନ୍ତି ତାହା ସୁନିଶ୍ଚିତ କରିବା ସେମାନଙ୍କର ଦାୟିତ୍ୱ । ବର୍ତ୍ତମାନର ସରକାର ଗତ ବର୍ଷ ଗୁଡ଼ିକରେ କୃଷି ରପ୍ତାନିରେ ମଧ୍ୟପ୍ରଦେଶକୁ ଶୀର୍ଷରେ ପହଞ୍ଚାଇଛନ୍ତି ଏବଂ ଶିଳ୍ପ ବିକାଶରେ ରାଜ୍ୟ ଅଗ୍ରଣୀ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ବର୍ଷ ବର୍ଷ ଧରି ପ୍ରତିରକ୍ଷା ଉତ୍ପାଦନ ରପ୍ତାନିରେ ଭାରତର ବହୁଗୁଣା ବୃଦ୍ଧି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିରେ ଜବଲପୁରର ଏକ ବଡ଼ ଅବଦାନ ରହିଛି କାରଣ ସେ ପ୍ରତିରକ୍ଷା ସମ୍ବନ୍ଧୀୟ ସାମଗ୍ରୀ ଉତ୍ପାଦନ କରୁଥିବା ୪ଟି କାରଖାନାକୁ ସ୍ୱୀକାର କରିଛନ୍ତି ।

ସେ କହିଛନ୍ତି ଯେ କେନ୍ଦ୍ର ସରକାର ନିଜ ସେନାକୁ ‘ମେଡ୍ ଇନ୍ ଇଣ୍ଡିଆ’ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛନ୍ତି ଏବଂ ବିଶ୍ୱରେ ଭାରତର ପ୍ରତିରକ୍ଷା ସାମଗ୍ରୀର ଚାହିଦା ମଧ୍ୟ ବୃଦ୍ଧି ପାଉଛି । ଏଥିରୁ ମଧ୍ୟପ୍ରଦେଶ ମଧ୍ୟ ବହୁତ ଲାଭବାନ ହେବାକୁ ଯାଉଛି, ଏଠାରେ ହଜାର ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି ।

ଆଜି ଭାରତର ଆତ୍ମବିଶ୍ୱାସ ଏକ ନୂଆ ଶିଖରରେ ପହଞ୍ଚିଛି । ଖେଳ ପଡ଼ିଆ ଠାରୁ ଆରମ୍ଭ କରି କ୍ଷେତ ଓ ଖଳା ପର୍ଯ୍ୟନ୍ତ ଭାରତର ପତାକା ଉଡ଼ୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଚଳିତ ଏସୀୟ କ୍ରୀଡ଼ାରେ ଭାରତର ଚମତ୍କାର ପ୍ରଦର୍ଶନ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ଭାରତର ପ୍ରତ୍ୟେକ ଯୁବକ ଅନୁଭବ କରୁଛନ୍ତି ଯେ ଏହି ସମୟ ଭାରତର । ଯୁବପିଢ଼ିଙ୍କୁ ଯେତେବେଳେ ଏଭଳି ସୁଯୋଗ ମିଳିଥାଏ, ବିକଶିତ ଭାରତ ଗଠନ ପାଇଁ ସେମାନଙ୍କର ଉତ୍ସାହ ମଧ୍ୟ ବୃଦ୍ଧି ପାଇଥାଏ ବୋଲି ସେ କହିଥିଲେ । ଜି – ୨୦ ଭଳି ଏକ ଭବ୍ୟ ବିଶ୍ୱ କାର୍ଯ୍ୟକ୍ରମ ଆୟୋଜନ ଏବଂ ଭାରତର ଚନ୍ଦ୍ରାୟନର ସଫଳତାର ଉଦାହରଣ ଦେଇ ସେ କହିଥିଲେ ଯେ ସ୍ଥାନୀୟ ଜିନିଷ ବ୍ୟବହାର କରିବା ଅଭ୍ୟାସ ଏଭଳି ସଫଳତା ସହିତ ଦୂରଦୂରାନ୍ତରେ ପ୍ରତିଫଳିତ ହେବା ଆରମ୍ଭ କରେ । ଗାନ୍ଧୀ ଜୟନ୍ତୀ ଅବସରରେ ଦିଲ୍ଲୀର ଏକ ଷ୍ଟୋରରେ ୧.୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଖଦି ଉତ୍ପାଦ ବିକ୍ରି ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସ୍ୱଦେଶୀ ଭାବନା, ଦେଶକୁ ଆଗକୁ ନେବାର ଭାବନା ଆଜି ସବୁଠି ବୃଦ୍ଧି ପାଉଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ।

ସେ ଷ୍ଟାର୍ଟଅପ୍ ଦୁନିଆରେ ସଫଳତା ହାସଲ କରିବାରେ ଭାରତର ଯୁବବର୍ଗଙ୍କ ଭୂମିକା ଉପରେ ମଧ୍ୟ ଆଲୋଚନା କରିଥିଲେ । ଅକ୍ଟୋବର ପହିଲାରେ ଦେଶ ଦ୍ୱାରା ଆରମ୍ଭ ହୋଇଥିବା ସ୍ୱଚ୍ଛତା ଅଭିଯାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ପାଖାପାଖି ୯ କୋଟି ନାଗରିକଙ୍କ ଅଂଶଗ୍ରହଣରେ ୯ ଲକ୍ଷରୁ ଅଧିକ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସ୍ୱଚ୍ଛତା କ୍ଷେତ୍ରରେ ରାଜ୍ୟକୁ ଶୀର୍ଷରେ ପହଞ୍ଚାଇବା ପାଇଁ ସେ ମଧ୍ୟପ୍ରଦେଶବାସୀଙ୍କୁ ଶ୍ରେୟ ଦେଇଛନ୍ତି ।

ସମଗ୍ର ବିଶ୍ୱରେ ଦେଶର ସଫଳତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କିଛି ରାଜନୈତିକ ଦଳର ଭାରତ ବିରୋଧୀ ଆଭିମୁଖ୍ୟ ବିରୋଧରେ ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି । ସେ ଡିଜିଟାଲ ଇଣ୍ଡିଆ ଅଭିଯାନ ଏବଂ ଭାରତର କୋଭିଡ୍ ଟିକାକୁ ନେଇ ଏଭଳି ଦଳମାନେ ଉଠାଇଥିବା ପ୍ରଶ୍ନର ଉଦାହରଣ ଦେଇଥିଲେ । ଏଭଳି ରାଜନୈତିକ ଦଳ ଦେଶର ଶତ୍ରୁଙ୍କ କଥାକୁ ବିଶ୍ୱାସ କରନ୍ତି ଏବଂ ଭାରତୀୟ ସେନାକୁ ପ୍ରଶ୍ନ କରିବା ପର୍ଯ୍ୟନ୍ତ ଯାଆନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି । ଅମୃତ ମହୋତ୍ସବ ଉତ୍ସବ ପାଳନ ଏବଂ ଏହି ଉପାଦାନ ମାନଙ୍କ ଦ୍ୱାରା ଅମୃତ ସରୋବର ସୃଷ୍ଟିକୁ ନେଇ ହୋଇଥିବା ସମାଲୋଚନା ସମ୍ପର୍କରେ ମଧ୍ୟ ସେ ପ୍ରସଙ୍ଗ ଉତ୍ଥାପନ କରିଥିଲେ ।

ଶ୍ରୀ ମୋଦୀ ସ୍ୱାଧୀନତା ଠାରୁ ଆରମ୍ଭ କରି ସାଂସ୍କୃତିକ ଐତିହ୍ୟର ସମୃଦ୍ଧି ପର୍ଯ୍ୟନ୍ତ ଭାରତର ଆଦିବାସୀ ସମାଜର ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ସ୍ୱାଧୀନତା ପର ଠାରୁ ଅନେକ ଦଶନ୍ଧି ଧରି ଶାସନ କରିଥିବା ଲୋକମାନେ ସେମାନଙ୍କୁ ଅବହେଳା କରିବା ଉପରେ ପ୍ରଶ୍ନ ଉଠାଇଥିଲେ । ଅଟଳଜୀଙ୍କ ସରକାର ହିଁ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ କରି ଆଦିବାସୀ ସମାଜର କଲ୍ୟାଣ ପାଇଁ ବଜେଟ୍ ଆବଣ୍ଟନ କରିଥିଲେ । ଗତ ୯ ବର୍ଷ ମଧ୍ୟରେ ବଜେଟକୁ ଅନେକ ଗୁଣ ବୃଦ୍ଧି କରାଯାଇଛି ବୋଲି ଶ୍ରୀ ମୋଦୀ ସୂଚନା ଦେଇଛନ୍ତି । ସେ ଭାରତକୁ ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ମିଳିବା ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରିବା ବିଷୟକୁ ମଧ୍ୟ ସ୍ପର୍ଶ କରିଥିଲେ । ଦେଶର ଅନ୍ୟତମ ଅତ୍ୟାଧୁନିକ ରେଳ ଷ୍ଟେସନର ନାମ ରାଣୀ କମଳାପତିଙ୍କ ନାମରେ ନାମିତ କରିବା, ପାତାଳପାଣି ଷ୍ଟେସନକୁ ଜନନାୟକ ତାନ୍ତିଆବିଲ ନାମରେ ନାମିତ କରିବା ଏବଂ ଗୋଣ୍ଡ ସମ୍ପ୍ରଦାୟର ପ୍ରେରଣା ପାଲଟିଥିବା ରାଣୀ ଦୁର୍ଗାବତୀଜୀଙ୍କ ନାମରେ ନିର୍ମିତ ହେଉଥିବା ଭବ୍ୟ ସ୍ମାରକୀର ଆଜିର ପ୍ରକଳ୍ପ ଉପରେ ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ସମୃଦ୍ଧ ଗୋଣ୍ଡ ପରମ୍ପରା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସଂଗ୍ରହାଳୟରେ ଗୋଣ୍ଡ ସଂସ୍କୃତି, ଇତିହାସ ଏବଂ କଳା ପ୍ରଦର୍ଶନ କରାଯିବ ବୋଲି ସେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ନେତାମାନଙ୍କୁ ଗୋଣ୍ଡ ପେଣ୍ଟିଂ ଉପହାର ଦେବା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ ପୁନର୍ବାର କହିଥିଲେ ଯେ ବର୍ତ୍ତମାନର ସରକାର ହିଁ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ସହ ଜଡ଼ିତ ସ୍ଥାନ ଗୁଡ଼ିକୁ ପଞ୍ଚତୀର୍ଥରେ ପରିଣତ କରିଛନ୍ତି । କିଛି ସପ୍ତାହ ତଳେ ସାଗରରେ ସନ୍ଥ ରବିଦାସଙ୍କ ସ୍ମାରକୀ ସ୍ଥଳର ଭୂମି ପୂଜନ କରିବା କଥା ମଧ୍ୟ ସେ ମନେ ପକାଇଥିଲେ । ଏହା ସାମାଜିକ ସଦ୍ଭାବ ଓ ଐତିହ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସେ ମତ ଦେଇଥିଲେ ।

ପରିବାରବାଦ ଓ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବା ଦଳ ଆଦିବାସୀ ସମାଜର ସମ୍ବଳକୁ ଲୁଟି ନେଇଛନ୍ତି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ୨୦୧୪ ପୂର୍ବରୁ ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) କେବଳ ୮ – ୧୦ଟି ବନଜାତ ଦ୍ରବ୍ୟ ପାଇଁ ଦିଆଯାଉଥିବା ବେଳେ ଅବଶିଷ୍ଟ ଉତ୍ପାଦକୁ କମ୍ ମୂଲ୍ୟରେ ବିକ୍ରି କରାଯାଉଥିଲା । କିନ୍ତୁ ଆଜି ପ୍ରାୟ ୯୦ଟି ବନଜାତ ଦ୍ରବ୍ୟକୁ ଏମଏସପି ପରିସରଭୁକ୍ତ କରାଯାଇଛି ।

ଅତୀତରେ , ଆଦିବାସୀ ଓ କ୍ଷୁଦ୍ର କୃଷକ ମାନଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା କୋଡୋ – କୁଟକି ଭଳି ମୋଟା ଶସ୍ୟକୁ ବିଶେଷ ଗୁରୁତ୍ୱ ଦିଆଯାଉନଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜି -୨୦ ଅତିଥିମାନଙ୍କ ପାଇଁ ଆପଣଙ୍କ କୋଡୋ – କୁଟକିରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ବିଷୟରେ ସେ ଆଲୋକପାତ କରିଥିଲେ । ବର୍ତ୍ତମାନର ସରକାର ଶ୍ରୀଅନ୍ନ ରୂପରେ କୋଡୋ – କୁଟକିକୁ ଦେଶ ବିଦେଶର ବଜାରକୁ ପହଞ୍ଚାଇବାକୁ ଚାହୁଁଛନ୍ତି ।

“ଡବଲ ଇଞ୍ଜିନ ସରକାର ଗରିବ ଲୋକଙ୍କୁ ପ୍ରାଥମିକତା ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗରିବ ଲୋକମାନଙ୍କ ସ୍ୱାସ୍ଥ୍ୟ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଜିର ପ୍ରକଳ୍ପ ଗୁଡିକ ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଠାରେ ପ୍ରାୟ ୧୬୦୦ ଗ୍ରାମକୁ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି ।

ନାରୀ ଶକ୍ତି ବନ୍ଦନ ଅଧିନିୟମ ମାଧ୍ୟମରେ ଲୋକସଭା ଓ ବିଧାନସଭାରେ ମହିଳା ମାନଙ୍କୁ ସେମାନଙ୍କ ଅଧିକାର ଦେବା ପ୍ରସଙ୍ଗକୁ ମଧ୍ୟ ସେ ସ୍ପର୍ଶ କରିଥିଲେ । ପ୍ରଧାନମନ୍ତ୍ରୀ ୧୩ ହଜାର କୋଟି ଟଙ୍କାର ପିଏମ୍ ବିଶ୍ୱକର୍ମା ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ।

ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶକୁ ବିକାଶ କ୍ଷେତ୍ରରେ ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି ସମ୍ପର୍କରେ ନାଗରିକ ମାନଙ୍କୁ ଆଶ୍ୱାସନା ଦେଇଥିଲେ । ମଧ୍ୟପ୍ରଦେଶର ମହାକୌଶଳ ମୋଦି ଓ ସରକାରଙ୍କ ଏହି ସଂକଳ୍ପକୁ ସୁଦୃଢ଼ କରିବ ବୋଲି ମୋର ବିଶ୍ୱାସ ରହିଛି ।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ସି. ପଟେଲ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ରାଣୀ ଦୁର୍ଗାବତୀଙ୍କ ୫୦୦ତମ ଜୟନ୍ତୀକୁ ଭାରତ ସରକାରଙ୍କ ତରଫରୁ ଖୁବ ଧୁମଧାମରେ ପାଳନ କରାଯାଉଛି । ଜୁଲାଇ ୨୦୨୩ରେ ମଧ୍ୟପ୍ରଦେଶର ଶାହଡୋଲ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଏହି ଉତ୍ସବ ସମ୍ପର୍କରେ ଘୋଷଣା କରିଥିଲେ । ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଚଳିତ ବର୍ଷ ଐତିହାସିକ ସ୍ୱାଧୀନତା ଦିବସ ଅଭିଭାଷଣରେ ସେ ଏହି ଘୋଷଣାକୁ ଦୋହରାଇଥିଲେ । ଏହି ଉତ୍ସବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ‘ବୀରଙ୍ଗନା ରାଣୀ ଦୁର୍ଗାବତୀ ସ୍ମାରକ ଓ ଉଦ୍ୟାନ’ ର ଭୂମି ପୂଜନ କରିଥିଲେ ।

ଜବଲପୁର ଠାରେ ପାଖାପାଖି ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ‘ବୀରାଙ୍ଗନା ରାଣୀ ଦୁର୍ଗାବତୀ ସ୍ମାରକ ଓ ଉଦ୍ୟାନ’ ପ୍ରାୟ ୨୧ ଏକର ପରିମିତ ଅଞ୍ଚଳରେ ବ୍ୟାପିବ । ଏଥିରେ ରାଣୀ ଦୁର୍ଗାବତୀଙ୍କ ୫୨ ଫୁଟ ଉଚ୍ଚର ଏକ ଆକର୍ଷଣୀୟ କାଂସ୍ୟ ପ୍ରତିମୂର୍ତ୍ତି ପ୍ରଦର୍ଶିତ ହେବ । ଏଥିରେ ରାଣୀ ଦୁର୍ଗାବତୀଙ୍କ ବୀରତ୍ୱ ଓ ସାହସ ସମେତ ଗୋଣ୍ଡୱାନା ଅଞ୍ଚଳର ଇତିହାସ ଉପରେ ଆଲୋକପାତ କରୁଥିବା ଏକ ଭବ୍ୟ ସଂଗ୍ରହାଳୟ ରହିବ ।

ଏଥିରେ ଗୋଣ୍ଡ ଲୋକ ଏବଂ ଅନ୍ୟ ଆଦିବାସୀ ସମ୍ପ୍ରଦାୟର ଖାଦ୍ୟ, କଳା, ସଂସ୍କୃତି, ଜୀବନଶୈଳୀ ଇତ୍ୟାଦି ଉପରେ ଆଲୋକପାତ କରାଯିବ । ବୀରଙ୍ଗନା ରାଣୀ ଦୁର୍ଗାବତୀ ସ୍ମାରକ ଓ ଉଦ୍ୟାନ ପରିସରରେ ଔଷଧୀୟ ବୃକ୍ଷ ପାଇଁ ଏକ ବଗିଚା, କ୍ୟାକ୍ଟସ୍ ବଗିଚା ଏବଂ ରକ୍ ଗାର୍ଡେନ୍ ସମେତ ଏକାଧିକ ପାର୍କ ଓ ବଗିଚା ରହିବ । ଷୋଡଶ ଶତାବ୍ଦୀର ମଧ୍ୟଭାଗରେ ରାଣୀ ଦୁର୍ଗାବତୀ ଗୋଣ୍ଡୱାନାର ଶାସକ ରାଣୀ ଥିଲେ । ସେ ଜଣେ ସାହସୀ, ନିର୍ଭୀକ ଏବଂ ସାହସୀ ଯୋଦ୍ଧା ଭାବରେ ସ୍ମରଣୀୟ ଯିଏ ମୋଗଲମାନଙ୍କ ବିରୋଧରେ ସ୍ୱାଧୀନତା ପାଇଁ ଲଢ଼ିଥିଲେ ।

ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଲାଇଟ୍ ହାଉସ୍ ପ୍ରକଳ୍ପର ଉଦ୍ଘାଟନ ସହ ‘ସମସ୍ତଙ୍କ ପାଇଁ ଗୃହ’ ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ମଜଭୁତ ହୋଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ସହରାଞ୍ଚଳ ଅଧୀନରେ ପ୍ରାୟ ୧୨୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ୧୦୦୦ ରୁ ଅଧିକ ହିତାଧିକାରୀ ପରିବାର ଉପକୃତ ହେବେ । ସମସ୍ତ ମୌଳିକ ସୁବିଧା ଥିବା କିନ୍ତୁ ନିର୍ମାଣ ସମୟ ଯଥେଷ୍ଟ କମ୍ ଥିବା ଗୁଣାତ୍ମକ ଗୃହ ନିର୍ମାଣ ପାଇଁ ଏହା ଅଭିନବ ଜ୍ଞାନ କୌଶଳ ‘ପ୍ରି – ଇଞ୍ଜିନିୟରିଂ ଷ୍ଟିଲ୍ ଷ୍ଟ୍ରକ୍ଚରାଲ୍ ସିଷ୍ଟମ୍ ସହିତ ପ୍ରି – ଫେବ୍ରିକେଟେଡ୍ ସାଣ୍ଡୱିଚ୍ ପ୍ୟାନେଲ୍ ସିଷ୍ଟମ୍’ ବ୍ୟବହାର କରେ ।

ବ୍ୟକ୍ତିଗତ ଘରୋଇ ନଳ ସଂଯୋଗ ମାଧ୍ୟମରେ ସୁରକ୍ଷିତ ଏବଂ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ପଦକ୍ଷେପ ସ୍ୱରୂପ, ମାଣ୍ଡଲା, ଜବଲପୁର ଏବଂ ଡିଣ୍ଡୋରି ଜିଲ୍ଲାରେ ୨୩୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଜଳ ଜୀବନ ମିଶନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା । ପ୍ରଧାନମନ୍ତ୍ରୀ ସିଓନୀ ଜିଲ୍ଲାରେ ୧୦୦ କୋଟିରୁ ଅଧିକ ଟଙ୍କାର ଜଳ ଜୀବନ ମିଶନ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ରାଜ୍ୟର ୪ଟି ଜିଲ୍ଲାରେ ଏହି ପ୍ରକଳ୍ପ ଦ୍ୱାରା ମଧ୍ୟପ୍ରଦେଶର ପ୍ରାୟ ୧୫୭୫ଟି ଗ୍ରାମ ଉପକୃତ ହେବେ ।
ପ୍ର

ଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ସଡ଼କ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ୪୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ଏବଂ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ପ୍ରଧାନମନ୍ତ୍ରୀ ୩୪୬ ନମ୍ବର ଜାତୀୟ ରାଜପଥର ଝାରଖେଡା – ବେରାସିଆ – ଢୋଲଖେଡିକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ, ୫୪୩ ନମ୍ବର ଜାତୀୟ ରାଜପଥର ବାଲାଘାଟ – ଗୋଣ୍ଡିଆ ସେକ୍ସନର ୪ ଲେନ୍ ନିର୍ମାଣ; ରୁଢ଼ୀ ଓ ଦେଶଗାଁକୁ ସଂଯୋଗ କରୁଥିବା ଖଣ୍ଡୱା ବାଇପାସ୍ର ୪ ଲେନ୍ ; ୪୭ ନମ୍ବର ଜାତୀୟ ରାଜପଥର ଟେମାଗାଓଁରୁ ଚିଚୋଲି ସେକ୍ସନକୁ ଚାରି ଲେନ୍ କରିବା; ବୋରେଗାଓଁରୁ ଶାହପୁରକୁ ସଂଯୋଗ କରୁଥିବା ରାସ୍ତାକୁ ୪ ଲେନ୍ ; ଏବଂ ଶାହପୁରରୁ ମୁକ୍ତାଇନଗରକୁ ସଂଯୋଗ କରୁଥିବା ରାସ୍ତାକୁ ଚାରି ଲେନ୍ କରିବା ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ୩୪୭ସି ଜାତୀୟ ରାଜପଥର ଖାଲଘାଟରୁ ସରୱରଧେୱାଲାକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

ପ୍ରଧାନମନ୍ତ୍ରୀ ୧୮୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏଥିରେ କଟନି- ବିଜୟସୋତା (୧୦୨ କିଲୋମିଟର) ଏବଂ ମାରର୍ୱାସଗ୍ରାମ – ସିଙ୍ଗରୌଲି (୭୮.୫୦ କିଲୋମିଟର)କୁ ସଂଯୋଗ କରୁଥିବା ରେଳ ଲାଇନକୁ ଦୋହରୀକରଣ କରିବା ଅନ୍ତର୍ଭୁକ୍ତ । ଏହି ଦୁଇଟି ପ୍ରକଳ୍ପ କଟନୀ – ସିଙ୍ଗରୌଲି ସେକ୍ସନକୁ ସଂଯୋଗ କରୁଥିବା ରେଳ ଲାଇନକୁ ଦୋହରୀକରଣ ପ୍ରକଳ୍ପର ଏକ ଅଂଶ ଅଟେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟପ୍ରଦେଶର ରେଳ ଭିତ୍ତିଭୂମିରେ ଉନ୍ନତି ଆଣିବ ଏବଂ ରାଜ୍ୟର ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ଉପକୃତ କରିବ ।

ପ୍ରଧାନମନ୍ତ୍ରୀ ବିଜୟପୁର – ଓରାଇୟାନ – ଫୁଲପୁର ପାଇପଲାଇନ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ୧୭୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୩୫୨ କିଲୋମିଟର ଲମ୍ବର ଏହି ପାଇପ୍ଲାଇନ୍ ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ମୁମ୍ବାଇ ନାଗପୁର ଝାରସୁଗୁଡା ପାଇପଲାଇନ ପ୍ରକଳ୍ପର ନାଗପୁର ଜବଲପୁର ସେକ୍ସନ (୩୧୭ କିଲୋମିଟର) ର ଶିଳାନ୍ୟାସ କରିଥିଲେ । ୧୧୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହେବ । ଗ୍ୟାସ୍ ପାଇପ୍ଲାଇନ୍ ପ୍ରକଳ୍ପ ଶିଳ୍ପ ଏବଂ ଗୃହରେ ସ୍ୱଚ୍ଛ ଏବଂ ସୁଲଭ ପ୍ରାକୃତିକ ଗ୍ୟାସ ଯୋଗାଇବ ଏବଂ ପରିବେଶରେ ନିର୍ଗମନ ହ୍ରାସ କରିବା ଦିଗରେ ଏକ ପଦକ୍ଷେପ ହେବ । ପ୍ରଧାନମନ୍ତ୍ରୀ ଜବଲପୁର ଠାରେ ଏକ ନୂତନ ବଟଲିଂ ପ୍ଲାଣ୍ଟକୁ ମଧ୍ୟ ଲୋକାର୍ପଣ କରିଥିଲେ ଯାହା ୧୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ।

Categories
ବିଶେଷ ଖବର

ଯୋଧପୁର ଠାରେ ପ୍ରାୟ ୫୦୦୦ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୦୫-୧୦-୨୦୨୩) ରାଜସ୍ଥାନର ଯୋଧପୁର ଗସ୍ତରେ ଯାଇ ସଡ଼କ, ରେଳ, ବିମାନ ଚଳାଚଳ, ସ୍ବାସ୍ଥ୍ୟ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ୫୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଏମ୍ସ ଯୋଧପୁରରେ ୩୫୦ ଶଯ୍ୟାବିଶିଷ୍ଟ ଟ୍ରମା କେନ୍ଦ୍ର ଓ ସ୍ବତନ୍ତ୍ର ଯତ୍ନ ହସ୍ପିଟାଲ ବ୍ଲକର ଶିଳାନ୍ୟାସ, ପିଏମ-ଏନଏଚଆରଏମ ଅଧୀନରେ ସାତଟି ଜଟିଳ ଚିକିତ୍ସା ସେବା, ଏବଂ ଯୋଧପୁର ବିମାନବନ୍ଦରରେ ନୂତନ ରହଣୀ ସ୍ଥଳ ଭବନର ଶିଳାନ୍ୟାସ। ସେ ଆଇଆଇଟି ଯୋଧପୁର ପରିସର ଓ ରାଜସ୍ଥାନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଉନ୍ନତୀକରଣର ମଧ୍ୟ ଉଦଘାଟନ କରିଥିଲେ। ସେ ମଧ୍ୟ କେତେକ ସଡ଼କ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଦୁଇଟି ଅନ୍ୟ ରେଳ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସେଥିମଧ୍ୟରେ ଡେଗାନା-ରାଏକାବାଗ ୧୪୫ କିଲୋମିଟର ଦୀର୍ଘ ରେଳପଥ ଓ ୫୮ କିଲୋମିଟର ଦୀର୍ଘ ଡେଗାନା-କଚାମନ ସିଟି ରେଳପଥର ଦୋହରୀକରଣ ଅନ୍ତର୍ଭୁକ୍ତ। ଶ୍ରୀ ମୋଦୀ ମଧ୍ୟ ରାଜସ୍ଥାନର ଦୁଇଟି ଟ୍ରେନର ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରାଇଥିଲେ। ସେ ଦୁଇଟି ହେଲା ଜୈସଲମେରରୁ ଦିଲ୍ଲୀ ରୁନିଚା ଏକ୍ସପ୍ରେସ ଓ ମାରଓ୍ବାରରୁ ଖମ୍ବାଲୀ ଘାଟ ପର୍ଯ୍ୟନ୍ତ ଏକ ନୂତନ ଐତିହ୍ୟ ଟ୍ରେନ୍।

ବୀର ଦୁର୍ଗାଦାସଙ୍କ ଭୂମିକୁ ମଥାନତ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ସମ୍ବୋଧିତ କରିଥିଲେ। ଆଜିର ପ୍ରକଳ୍ପଗୁଡ଼ିକ ନେଇ ସରକାରଙ୍କ ନିରବଚ୍ଛିନ୍ନ ଉଦ୍ୟମ ଉପରେ ଏହାର ଫଳାଫଳ ନିର୍ଭର କରୁଥିବା ବେଳେ ସେ ଏଥିପାଇଁ ରାଜସ୍ଥାନର ଜନସାଧାରଣଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜସ୍ଥାନ ହେଉଛି ସେହି ରାଜ୍ୟ ଯେଉଁଠି ଦେଶର ଶୌର୍ଯ୍ୟ, ସମୃଦ୍ଧି ଓ ସଂସ୍କୃତିରେ ପ୍ରାଚୀନ ଭାରତର ଗୌବ ପରିଦୃଶ୍ୟମାନ। ସେ ମଧ୍ୟ ନିକଟରେ ଯୋଧପୁରରେ ବହୁ ପ୍ରଶଂସିତ ଜି-୨୦ ବୈଠକର ସ୍ମରଣ କରିଥିଲେ।

ଉଭୟ ସ୍ଥାନୀୟ ଓ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ସୂର୍ଯ୍ୟନଗରୀ ଯୋଧପୁର ପ୍ରତି ଆକର୍ଷଣର ସେ ଅବତାରଣା କରିଥିଲେ। ରାଜସ୍ଥାନ ଭାରତର ଅତୀତ ଗୌରବର ପ୍ରତିନିଧିତ୍ବ କରିଥାଏ ଓ ଭାରତର ଭବିଷ୍ୟତ ମଧ୍ୟ ସେ ଯେପରି ପ୍ରତିନିଧିତ୍ବ କରିବ ତାହା ହିଁ ଗୁରୁତ୍ବପୂର୍ଣ୍ଣ। ଏହା ସେତେବେଳେ ହେବ ଯେତେବେଳେ ମେବାରରୁ ମାରଓ୍ବାଡ଼ ଏଠାରେ ନିର୍ମିତ ଆଧୁନିକ ଭିତ୍ତିଭୂମି ଓ ବିକାଶକୁ ଆଧାର କରି ରାଜସ୍ଥାନ ସଫଳତାର ନୂତନ ଶିଖରରେ ପହଂଚିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ବିକାନୀର ଓ ବାଡ଼ମେର ଦେଇ ଯାଉଥିବା ଜାମନଗର ଏକ୍ସପ୍ରେସର ହାଇଓ୍ବେ ଓ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ହାଇଓ୍ବେ କରାଜସ୍ଥାନ ହାଇଟେକ ଭିତ୍ତିଭୂମିର ଉଦାହରଣ ବୋଲି ସେ କହିଥିଲେ।

ସେ କହିଥିଲେ ଯେ ଚଳିତ ବର୍ଷ ରାଜସ୍ଥାନ ନିମନ୍ତେ ୯୫୦୦ କୋଟି ଟଙ୍କାର ରେଳ ବଜେଟ ବ୍ୟୟ ବରାଦ ହୋଇଛି ଯାହା ପୂର୍ବତନ ସରକାରଙ୍କ ତୁଳନାରେ ହାରାହାରି ୧୪ ଗୁଣ ଅଧିକ। ସ୍ବାଧୀନତା ପରେ ୨୦୧୪ ପର୍ଯ୍ୟନ୍ତ ରାଜସ୍ଥାନରେ ପ୍ରାୟ ଛଅ ଶହ କିଲୋମିଟର ରେଳପଥ ବିଦ୍ୟୁତକରଣ ହୋଇଥିଲା। ମାତ୍ର ୨୦୧୪ ପରେ ମାତ୍ର ୯ ବର୍ଷ ମଧ୍ୟରେ ୩୭୦୦ କିଲୋମିଟର ରେଳପଥ ବିଦ୍ୟୁତକରଣ କାର୍ଯ୍ୟ ସମ୍ପନ୍ନ ହୋଇଛି। “ଏଣିକି ସେସବୁ ଟ୍ରାକରେ ଡିଜେଲ ଇଞ୍ଜିନ ପରିବର୍ତ୍ତେ ବିଦ୍ୟୁତଚାଳିତ ଟ୍ରେନ ଯାତ୍ରା କରିବ” ବୋଲି ସେ କହିଥିଲେ। ଏହା ରାଜ୍ୟର ବାୟୁମଣ୍ଡଳ ଓ ବାତାବରଣକୁ ସ୍ବଚ୍ଛ ରଖିବା ସହ ପ୍ରଦୂଷଣ ମଧ୍ୟ ହ୍ରାସ କରିବ। ଅମୃତ ଭାରତ ଷ୍ଟେସନ ଯୋଜନାରେ ରାଜସ୍ଥାନର ୮୦ରୁ ଅଧିକ ଷ୍ଟେସନର ପୁନର୍ବିନ୍ୟାସ କରାଯାଉଛି। ଗରୀବ ଲୋକ ଅଧିକରୁ ଅଧିକ ବ୍ୟବହାର କରୁଥିବା ରେଳ ଷ୍ଟେସନଗୁଡ଼ିକର ବିକାଶ ବିମାନବନ୍ଦର ବିକାଶ ଭଳି କରିବା ପାଇଁ ସରକାର ଅଙ୍ଗୀକାରବଦ୍ଧ। ଯୋଧପୁର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ କରାଯାଇଥବା ସେ ସୂଚନା ଦେଇଥିଲେ।

ଆଜିର ରେଳ ଓ ସଡ଼କ ପ୍ରକଳ୍ପ ରାଜ୍ୟର ବିକାଶ ଗତିକୁ ତ୍ବରାନ୍ବିତ କରିବ। ରେଳପଥର ଦୋହରୀକରଣ ଯୋଗୁ ରେଳ ଯାତ୍ରା ସମୟ ମଧ୍ୟ ହ୍ରାସ ପାଇବ। ଏହାଛଡ଼ା ଜୈସଲମେରରୁ ଦିଲ୍ଲୀ ସଂଯୋଗ କରୁଥିବା ରୁନିଚା ଏକ୍ସପ୍ରେସର ଯାତ୍ରାରମ୍ଭ, ମାରଓ୍ବାଡ଼ ଜଙ୍କସନରୁ ଖମ୍ବାଲୀ ଘାଟ ନୂତନ ଐତିହ୍ୟ ଟ୍ରେନର ଆଜି ଯାତ୍ରାରମ୍ଭ ହୋଇଥିବା ବେଳେ ଅଳ୍ପ କେଇଦିନ ଆଗରୁ ବନ୍ଦେ ଭାରତ ଏକ୍ସପ୍ରେସ ରାଜସ୍ଥାନରୁ ଯାତ୍ରା ଆରମ୍ଭ କରିବା ବିଷୟ ଶ୍ରୀ ମୋଦୀ ପ୍ରକାଶ କରିଥିଲେ। ସେ ଆଜି (୦୫-୧୦-୨୦୨୩) ତିନିଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ ସହ ଯୋଧପୁର ନୂତନ ରହଣିସ୍ଥଳ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ବିଷୟ ପ୍ରକାଶ କରିଥିଲେ। ଆଜିର ପ୍ରକଳ୍ପଗୁଡ଼ିକ ଆଞ୍ଚଳିକ ଅର୍ଥନୀତିକୁ ମଜଭୁତ କରିବା ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଓ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ନୂତନ ଶକ୍ତି ଦେବ।

ଡାକ୍ତରୀ ଓ ଯାନ୍ତ୍ରିକ ଶିକ୍ଷା କ୍ଷେତ୍ରରେ ରାଜସ୍ଥାନର ଏକ ସ୍ବତନ୍ତ୍ର ସ୍ଥାନ କଥା ସ୍ମରଣ କରି ପ୍ରଧାନମନ୍ତ୍ରୀ କୋଟାର ଅବଦାନର ଅବତାରଣା କରିଥିଲେ ଓ ଶିକ୍ଷା ସହ ରାଜସ୍ଥାନ ମେଡିକାଲ ଓ ଇଞ୍ଜିନିୟରିଂର ମଧ୍ୟ ପେଣ୍ଠ ହେବ ବୋଲି କହିଥିଲେ। ସେଥିପାଇଁ ଟ୍ରମା, ଆପାତକାଳୀନ ଓ ସ୍ବତନ୍ତ୍ର ଯତ୍ନ ଚିକିତ୍ସା ସୁବିଧା ଏମ୍ସ ଯୋଧପୁର ଠାରେ ଖୋଲାଯାଇଛି ଓ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ- ଏବିଏଚଆଇଏମ) ଅଧୀନ ରାଜସ୍ଥାନର ବିଭିନ୍ନ ସାତଟି ସ୍ଥାନରେ ଜଟିଳ ଚିକିତ୍ସା ସେବା କେନ୍ଦ୍ରମାନ ବିକଶିତ ହେବ। କେବଳ ରାଜସ୍ଥାନରେ ନୁହେଁ, ସମଗ୍ର ଦେଶରେ ଯେପରି ଆଇଆଇଟି ଓ ଏମ୍ସ ଯୋଧପୁର ପ୍ରମୁଖ ପ୍ରତିଷ୍ଠାନ ହୋଇ ଗଢ଼ିଉଠୁ ମୁଁ ତାହା ଚାହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏମ୍ସ ଓ ଆଇଆଇଟି ଯୋଧପୁର ଡାକ୍ତରୀ ଓ ପ୍ରଯୁକ୍ତିବିଦ୍ୟାରେ ନୂତନ ସମ୍ଭାବନା ସୃଷ୍ଟି ଦିଗରେ କାମ ଆରମ୍ଭ କରିସାରିଛନ୍ତି ଓ ହାଇଟେକ ଡାକ୍ତରୀ ପ୍ରଯୁକ୍ତିବିଦ୍ୟା ଯେପରିକି ରୋବଟିକ ଶଲ୍ୟ ଚିକିତ୍ସା ଭାରତକୁ ଗବେଷଣା କ୍ଷେତ୍ରରେ ନୂତନ ଶିଖରରେ ପହଂଚାଇବା ସହ ଚିକିତ୍ସା ବିଜ୍ଞାନ ପର୍ଯ୍ୟଟନର ସମ୍ଭାବନା ମଧ୍ୟ ବୃଦ୍ଧି କରିବ।

“ରାଜସ୍ଥାନ ହେଉଛି ପ୍ରକୃତି ଓ ପରିବେଶ ପ୍ରେମୀଙ୍କ ଭୂମି” ବୋଲି କହିବା ସହ ପ୍ରଧାନମନ୍ତ୍ରୀ ଗୁରୁ ଜମ୍ବେଶ୍ବର ଓ ବିଷ୍ଣୋୟୀଙ୍କ ଜୀବନଧାରା କିପରି ଶହ ଶହ ବର୍ଷ ଧରି ବିଶ୍ବରେ ଅନୁସରଣ କରାଯାଉଛି ତାହାର ଆଲୋକପାତ କରିଥିଲେ।”

ଐତିହ୍ୟକୁ ଉପଜୀବ୍ୟ କରି ଭାରତ ଆଜି ବିଶ୍ବକୁ ମାର୍ଗଦର୍ଶନ ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ନେଇ ବିଶ୍ବାସ ପ୍ରକଟ କରି ରାଜସ୍ଥାନ ବିକାଶ ଲାଭ କଲେ ଭାରତର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମିଳିମିଶି ଆମେ ରାଜସ୍ଥାନକୁ ବିକଶିତ କରି ସମୃଦ୍ଧ କରିବା ବୋଲି କହି ଶ୍ରୀ ମୋଦୀ ତାଙ୍କ ବକ୍ତବ୍ୟର ଅନ୍ତ ଘଟାଇଥିଲେ।

ରାଜସ୍ଥାନ ରାଜ୍ୟପାଳ କାଲରାଜ ମିଶ୍ର ଓ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶିଖାଓ୍ବତ ଓ କୈଳାଶ ଚୌଧୁରୀ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି-

ପ୍ରଧାନମନ୍ତ୍ରୀ ୩୫୦ କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ ୪୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଯୋଧପୁର ବିମାନବନ୍ଦରର ନୂତନ ରହଣିସ୍ଥଳ ଭବନର ଶିଳାନ୍ୟାସ କରିଥିଲେ। ୨୪ ହଜାର ବର୍ଗମିଟର ପରିମିତି ସ୍ଥାନରେ ନିର୍ମିତ ଏହି ଭବନରେ ଭିଡ଼ ସମୟରେ ୨୫୦୦ ଯାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ହୋଇ ପାରିବ। ବାର୍ଷିକ ଏହା ୩୫ ଲକ୍ଷ ଯାତ୍ରୀ ସମାଗମ ଦାୟିତ୍ବ ତୁଲାଇ ପାରିବ। ୧୧୩୫ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଯୋଧପୁର ଆଇଆଇଟି କ୍ୟାମ୍ପସକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ।

ଜୈସଲମେରରୁ ଦିଲ୍ଲୀ ଯାତ୍ରା କରୁଥିବା ରୁନିଚା ଏକ୍ସପ୍ରେସର ଶ୍ରୀ ମୋଦୀ ପତାକା ଦେଖାଇ ଯାତ୍ରାରମ୍ଭ କରାଇଥିଲେ। ଏହା ଯୋଧପୁର, ନେଘନା, କୁଚାମାନସିଟି, ଫୁଲେରା, ରିଙ୍ଗାସ, ଶ୍ରୀମାଧୋପୁର, ନୀମକାଥାନା, ନିର୍ନାଉଲ, ଅଟେଲୀ, ରେଓ୍ବାରୀ ଦେଇ ଦିଲ୍ଲୀ ସଂଯୋଗ କରିବ। ଯାତ୍ରାରମ୍ଭ କରାଇଥିବା ଅନ୍ୟ ନୂତନ ଐତିହ୍ୟ ଟ୍ରେନ ମାରଓ୍ବାର ଜଙ୍କସନରୁ ଖମ୍ବାଲୀ ଘାଟକୁ ସଂଯୋଗ କରିବ। ଏଥିସହ ନିଯୁକ୍ତି ଓ ପର୍ଯ୍ୟଟନ ପାଇଁ ମଧ୍ୟ ଅନୁକକୂଳ ପରିବେଶ ସୃଷ୍ଟି ହେବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଉଦଘାଟନୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ବୃହତ୍ତ ବିଜୟ: ଇଂଲଣ୍ଡକୁ ୯ ୱିକେଟରେ ପରାସ୍ତ କଲା କିୱି ଦଳ

ନୂଆଦିଲ୍ଲୀ: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ମେଗା ଇଭେଣ୍ଟର ଉଦଘାଟନୀ ମ୍ୟାଚରେ ପ୍ରତିଯୋଗୀ ଇଂଲଣ୍ଡକୁ ୯ ୱିକେଟରେ ପରାସ୍ତ କରି ନ୍ୟୁଜିଲ୍ୟାଣ୍ଡ ଏହାର ଅଭିଯାନ ଆରମ୍ଭ କରିଛି।

ଏଥି ସହିତ ୨୦୨୩ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ୨୮୩ ରନ୍‌ର ଲକ୍ଷ୍ୟ ସ୍ଥିର କରିଥିଲା। ଇଂଲଣ୍ଡର ଓପନର ଡେଭିଡ ମାଲାନ (୧୪) ଏବଂ ଜନି ବେୟାରଷ୍ଟୋ (୩୩) ଦ୍ରୁତ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପିଚ ଅନୁଯାୟୀ କିୱି ବୋଲରଙ୍କ ଭଲ ବୋଲିଂ ହେତୁ ସେମାନଙ୍କ ବ୍ୟାଟ୍ସମ୍ୟାନ୍ ମାନେ ବଡ ସ୍କୋର କରିପାରିନଥିଲେ। ବିଶେଷକରି ନ୍ୟୁଜିଲ୍ୟାଣ୍ଡର ସ୍ପିନର ଏବଂ ପାର୍ଟ ଟାଇମ୍ ସ୍ପିନରମାନେ ଏକତ୍ର ଭଲ ବୋଲିଂ କରିଥିଲେ। ଜୋ ରୁଟ (୭୭) ଗୋଟିଏ ମୁଣ୍ଡରେ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଆବଶ୍ୟକ ସମୟରେ ସେ ଆଉଟ ହୋଇଯାଇଥିଲେ। କ୍ୟାପଟେନ ବଟଲର ୪୩ ରନ୍ ସ୍କୋର କରିଥିଲେ। ଏହାପରେ ଇଂଲଣ୍ଡ ଦଳ ୫୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୨୮୨ ରନ୍ ସ୍କୋର କରିପାରିଥିଲା। ପେସର୍ ମ୍ୟାଟ୍ ହେରି ତିନୋଟି ୱିକେଟ୍ ନେଇଥିଲେ, ଗ୍ଲେନ୍ ଫିଲିପ୍ସ ଏବଂ ସାଣ୍ଟନର୍ ଦୁଇଟି ଲେଖାଏଁ ଏବଂ ରବିନ୍ଦ୍ର ଏବଂ ବୋଲ୍ଟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଜବାବରେ ନ୍ୟୁଜିଲ୍ୟାଣ୍ଡ ମାତ୍ର ୩୬.୨ ଓଭରରେ ୧ ୱିକେଟ୍ ହରାଇ ୨୮୩ ରନ୍ ସ୍କୋର କରି ମ୍ୟାଚ୍ ଜିତିଥିଲା। ନ୍ୟୁଜିଲ୍ୟାଣ୍ଡ ପାଇଁ ଡୱେନ କନୱେ ଏବଂ ରଚିନ୍ ରବିନ୍ଦ୍ର ଚମତ୍କାର ଶତକ ହାସଲ କରିଥିଲେ। ଡୱେନ କନୱେ ୧୨୧ ବଲରେ ୧୫୨ ରନ କରିଥିବା ବେଳେ ରଚିନ୍ ରବିନ୍ଦ୍ର ୯୬ ବଲରେ ୧୨୩ ରନ କରିଥିଲେ।

ଏହାପୂର୍ବରୁ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଆଜି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ 11: 15 ରେ ରାଜସ୍ଥାନର ଯୋଧପୁରରେ ପ୍ରଧାନମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ସଡକ, ରେଳ, ବିମାନ ଚଳାଚଳ, ସ୍ୱାସ୍ଥ୍ୟ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରାୟ 5000 କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପ ଦେଶକୁ ଉତ୍ସର୍ଗ କରିବେ। ପୂର୍ବାହ୍ନ ପ୍ରାୟ 03:30 ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଜବଲପୁରରେ ପହଞ୍ଚିବେ ଯେଉଁଠାରେ ସେ ସଡ଼କ, ରେଳ, ଗ୍ୟାସ, ପାଇପଲାଇନ୍, ଆବାସ ଏବଂ ସ୍ବଚ୍ଛ ପାନୀୟଜଳ ପରି କ୍ଷେତ୍ରରେ 12,600 କୋଟି ଟଙ୍କାରୁ ଅଧିକ ନିବେଶରେ ହୋଇଥିବା ବିକାଶ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ତତା ତାହାକୁ ଦେଶକୁ ଉତ୍ସର୍ଗ କରିବେ।

ରାଜସ୍ଥାନରେ ପ୍ରଧାନମନ୍ତ୍ରୀ

ରାଜସ୍ଥାନରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ମୂଳଦୁଆ ପକାଇବ। ଏହି ପ୍ରକଳ୍ପ ଅନ୍ତର୍ଗତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ, ଯୋଧପୁରରେ 350 ଶଯ୍ୟା ବିଶିଷ୍ଟ ‘ଟ୍ରାଉମା ସେଣ୍ଟର ଏବଂ କ୍ରିଟିକାଲ୍‌ କେୟାର ହସ୍ପିଟାଲ ବ୍ଲକ’ଏବଂ ସମଗ୍ର ରାଜସ୍ଥାନରେ ପ୍ରଧାନମନ୍ତ୍ରୀ-ଆୟୁଷ୍ମାନ ଭାରତ ହେଲ୍‌ଥ ଇନ୍‌ଫ୍ରାଷ୍ଟ୍ରକଚର ମିଶନ୍ (ପିଏମ-ଏବିଏଚଆଇଏମ)  ଅନ୍ତର୍ଗତ ସାତଟି କ୍ରିଟିକାଲ୍ କେୟାର ବ୍ଲକର ବିକାଶ କରାଯିବ। ଏମ୍‌ସ ଯୋଧପୁରରେ ‘ଟ୍ରାଉମା ଏମର୍ଜେନସି ଏବଂ କ୍ରିଟିକାଲ୍ କେୟାର’ ପାଇଁ ଏକିକୃତ କେନ୍ଦ୍ର 350 କୋଟିରୁ ଅଧିକ ନିବେଶରେ ବିକାଶ କରାଯିବ।

ଏଥିରେ ବିଭିନ୍ନ ସୁବିଧା ଯଥା ଟ୍ରାଇଏଜ୍, ଡାଇଗ୍ନୋଷ୍ଟିକ୍, ଡେ କେୟାର, ୱାର୍ଡ, ବେସରକାରୀ କୋଠରୀ, ମଡ୍ୟୁଲାର୍ ଅପରେଟିଂ ଥିଏଟର, ଆଇସିୟୁ ଏବଂ ଡାୟଲିସିସ୍ କ୍ଷେତ୍ର ପରି ବିଭିନ୍ନ ସୁବିଧା ଅନ୍ତର୍ଭୁକ୍ତ ରହିବ। ଏହା ରୋଗୀଙ୍କୁ ବହୁମୁଖୀ ଏବଂ ବ୍ୟାପକ ଚିକିତ୍ସା ଯୋଗାଇ ଆଘାତ ଏବଂ ଜରୁରୀକାଳୀନ ପରିସ୍ଥିତି ପରିଚାଳନାରେ ଏକ ସାମଗ୍ରିକ ସମାଧାନ ପ୍ରଦାନ କରିବ। ରାଜସ୍ଥାନରେ ଥିବା ସାତଟି କ୍ରିଟିକାଲ୍ କେୟାର ବ୍ଲକ୍ ଜିଲ୍ଲା ସ୍ତରର ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ଭିତ୍ତିଭୂମି ବୃଦ୍ଧି କରି ରାଜ୍ୟବାସୀଙ୍କୁ ଉପକୃତ କରିବ।

ଯୋଧପୁର ବିମାନବନ୍ଦରରେ ଅତ୍ୟାଧୁନିକ ନୂତନ ଟର୍ମିନାଲ୍ ବିଲ୍ଡିଂର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ମୋଟ 480 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ଟର୍ମିନାଲ୍ ବିଲଡିଂ ପ୍ରାୟ 24,000 ବର୍ଗମିଟର ଅଞ୍ଚଳରେ ବିକଶିତ ହେବ ଏବଂ ପିକ୍‌ ସମୟରେ 2500 ଯାତ୍ରୀଙ୍କୁ ସେବା ଯୋଗାଇବା ପାଇଁ ସଜ୍ଜିତ ହେବ। ଏହା ବାର୍ଷିକ 35 ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇବ, ସଂଯୋଗରେ ଉନ୍ନତି ଆଣିବ ଏବଂ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବୃଦ୍ଧି କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଆଇଆଇଟି ଯୋଧପୁର କ୍ୟାମ୍ପସକୁ ଦେଶ ପାଇଁ ଉତ୍ସର୍ଗ କରିବେ। 1135 କୋଟିରୁ ଅଧିକ ଟଙ୍କା ବ୍ୟୟରେ ଅତ୍ୟାଧୁନିକ କ୍ୟାମ୍ପସ ନିର୍ମାଣ କରାଯାଇଛି। ଉଚ୍ଚମାନର ସାମଗ୍ରିକ ଶିକ୍ଷା ପ୍ରଦାନ ଏବଂ ଅତ୍ୟାଧୁନିକ ଅନୁସନ୍ଧାନ ଏବଂ ଅଭିନବ ପଦକ୍ଷେପକୁ ସମର୍ଥନ କରିବା ପାଇଁ ଭିତ୍ତିଭୂମି ନିର୍ମାଣ ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ।

ରାଜସ୍ଥାନର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ନବୀକରଣ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ‘କେନ୍ଦ୍ରୀୟ ଯନ୍ତ୍ରପାତି ଲାବୋରେଟୋରୀ’, ଷ୍ଟାଫ୍ କ୍ୱାର୍ଟର୍ସ ଏବଂ ‘ଯୋଗ ଏବଂ କ୍ରୀଡ଼ା ବିଜ୍ଞାନ ଭବନ’ ଦେଶକୁ ଉତ୍ସର୍ଗ କରିବେ। ସେ ରାଜସ୍ଥାନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ କେନ୍ଦ୍ରୀୟ ପୁସ୍ତକାଳୟ, 600 ଛାତ୍ରଙ୍କ କ୍ଷମତା ଥିବା ଛାତ୍ରାବାସ ଏବଂ ଛାତ୍ରମାନଙ୍କ ପାଇଁ ଏକ ଭୋଜନ କକ୍ଷର ସୁବିଧାର ଶିଳାନ୍ୟାସ କରିବେ।

ରାଜସ୍ଥାନରେ ସଡକ ଭିତ୍ତିଭୂମିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏନଏଚ-125 ଏ ରେ ଯୋଧପୁର ରିଙ୍ଗ ରୋଡ଼ର କାରୱଡରୁ ଡାଙ୍ଗିଆୱାସ ଖଣ୍ଡକୁ ଚାରି ଲେନ୍ କରିବା ସହିତ ଅନେକ ସଡ଼କ ବିକାଶ ପ୍ରକଳପର ଆଧାରଶିଳା ରଖିବେ। ଏଥିରେ ଜାଲୋର (ଏନଏଚ-325) ର ସଡ଼କରେ ବାଲୋତରା ଠାରୁ ସାଣ୍ଡେରାବ ଖଣ୍ଡର ପ୍ରମୁଖ ସହରୀ ଭାଗକୁ ଯୋଡ଼ିବା ପାଇଁ ସାତ ବାଇପାସର ନିର୍ମାଣ ଏବଂ ଏନଏଚ-25ର ପଚପଦରା-ବାଗୁଣ୍ଡି ବିଭାଗର ଚାରିଲେନ୍ କରିବାର ପ୍ରକଳ୍ପ ସାମିଲ୍ ରହିଛି। ଏହି ସଡ଼କ ପ୍ରକଳ୍ପ ପ୍ରାୟ 1475 କୋଟି ଟଙ୍କାର ନିବେଶରେ ପ୍ରସ୍ତୁତ କରାଯିବ।  ଯୋଧପୁର ରିଙ୍ଗ ରୋଡ୍ ଟ୍ରାଫିକ୍ ଚାପକୁ ହ୍ରାସ କରିବାରେ ଏବଂ ସହରରେ ଯାନବାହାନ ପ୍ରଦୂଷଣକୁ ହ୍ରାସ କରିବାରେ ସାହାଯ୍ୟ କରିବ। ଏହି ପ୍ରକଳ୍ପଗୁଡ଼ିକ ସଂଯୋଗୀକରଣରେ ଉନ୍ନତି ଆଣିବା, ବାଣିଜ୍ୟ ବୃଦ୍ଧି, ନିଯୁକ୍ତି ଉତ୍ପାଦନ ଏବଂ ଏହି ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧିରେ ସାହାଯ୍ୟ କରିବ |

ପ୍ରଧାନମନ୍ତ୍ରୀ ରାଜସ୍ଥାନରେ ଦୁଇଟି ନୂତନ ଟ୍ରେନ୍ ସେବାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏଥିମଧ୍ୟରେ ଏକ ନୂତନ ଟ୍ରେନ୍ – ରୁନିଚା ଏକ୍ସପ୍ରେସ୍ – ଜୟସଲମରକୁ ଦିଲ୍ଲୀ ସହିତ ସଂଯୋଗ କରୁଥିବା ଏବଂ ମାରୱାଡ଼ ଜଙ୍କସନକୁ ସଂଯୋଗ କରୁଥିବା ଏକ ନୂତନ ଐତିହ୍ୟ ଟ୍ରେନ୍ ଅନ୍ତର୍ଭୁକ୍ତ। ରୁନିଚା ଏକ୍ସପ୍ରେସ ଯୋଧପୁର, ଦେଗାନା, କୁଚମାନ ସିଟି, ଫୁଲେରା, ରିଙ୍ଗସ, ଶ୍ରୀମାଧୋପୁର, ନିମ୍ କା ଥାନା, ନାରନୌଲ, ଆଟେଲି, ରେୱାରୀ ଦେଇ ଯିବ ଯଦ୍ବାରା ରାଷ୍ଟ୍ରୀୟ ରାଜଧାନୀରେ ସମସ୍ତ ସହରର ସଂଯୋଗରେ ଉନ୍ନତି ଆସିବ।  ମାରୱାଡ଼ ଜଙ୍କସନ- ଖାମ୍ବୋଲି ଘାଟକୁ ସଂଯୋଗ କରୁଥିବା ନୂତନ ହେରିଟେଜ ଟ୍ରେନ ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ଏହି କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିବ। ଆହୁରି ମଧ୍ୟ ଅନ୍ୟ ଦୁଇଟି ରେଳ ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଦେଶ ପାଇଁ ଉତ୍ସର୍ଗ କରାଯିବ। 145 କିଲୋମିଟର ଲମ୍ବା ‘ଡେଗାନା-ରାୟ କା ବାଗ’ ରେଳ ଲାଇନ ଏବଂ 58 କିଲୋମିଟର ଲମ୍ବା ‘ଡେଗାନା-କୁଚମାନ ସିଟି’ ରେଳ ଲାଇନକୁ ଦୋହରୀକରଣ କରିବା ପାଇଁ ପ୍ରକଳ୍ପ ଅନ୍ତର୍ଭୁକ୍ତ।

ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ

ମଧ୍ୟପ୍ରଦେଶର ଇନ୍ଦୋରରେ ଲାଇଟ୍ ହାଉସ୍ ପ୍ରକଳ୍ପ ଉଦ୍ଘାଟିତ ହେବା ପରେ ‘ସମସ୍ତଙ୍କ ପାଇଁ ଗୃହ’ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ମଜବୁତି ମିଳିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ସହରୀ ଅଧୀନରେ ପ୍ରାୟ 128 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ 1000 ରୁ ଅଧିକ ହିତାଧିକାରୀ ପରିବାର ପାଇଁ ଲାଭଦାୟକ ହେବ। ସମସ୍ତ ମୌଳିକ ସୁବିଧା ସହିତ ଗୁଣାତ୍ମକ ଘର ନିର୍ମାଣ ପାଇଁ କିନ୍ତୁ ଅଭିନବ ପ୍ରଯୁକ୍ତିବିଦ୍ୟା ‘ପ୍ରି-ଇଞ୍ଜିନିୟରିଂ ଷ୍ଟିଲ୍ ଷ୍ଟ୍ରକଚରାଲ୍ ସିଷ୍ଟମ୍ ସହିତ ପ୍ରିଫାବ୍ରିକେଟେଡ୍ ସାଣ୍ଡୱିଚ୍ ପ୍ୟାନେଲ୍ ସିଷ୍ଟମ୍’ର ବ୍ୟବହାର କରାଯାଇଛି।

ବ୍ୟକ୍ତିଗତ ଘରୋଇ ଟ୍ୟାପ୍ ସଂଯୋଗ ମାଧ୍ୟମରେ ନିରାପଦ ତଥା ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ସାକାର କରିବା ଦିଗରେ ଏକ ପଦକ୍ଷେପରେ 2350 କୋଟି ଟଙ୍କାରୁ ଅଧିକ ମୂଲ୍ୟର ମଣ୍ଡଲା, ଜବଲପୁର ଏବଂ ଡିଣ୍ଡୋରି ଜିଲ୍ଲାର ଏକାଧିକ ଜଳ ମିସନ୍ ପ୍ରକଳ୍ପର ମୂଳଦୁଆ ପକାଯିବ। ପ୍ରଧାନମନ୍ତ୍ରୀ 100 କୋଟିରୁ ଅଧିକ ଟଙ୍କା ନିବେଶରେ ସେଓନି ଜିଲ୍ଲାର ଜଳ ଜୀବନ ମିଶନ ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରିବେ। ରାଜ୍ୟର ଚାରୋଟି ଜିଲ୍ଲାର ଏହି ପ୍ରକଳ୍ପଗୁଡିକ ମଧ୍ୟପ୍ରଦେଶର ପ୍ରାୟ 1575 ଟି ଗ୍ରାମ ଉପକୃତ ହେବେ।

ପ୍ରଧାନମନ୍ତ୍ରୀ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ମଧ୍ୟପ୍ରଦେଶର ସଡକ ଭିତ୍ତିଭୂମିର ଉନ୍ନତି ପାଇଁ 4800 କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପ ଦେଶକୁ ଉତ୍ସର୍ଗ କରିବେ। ପ୍ରଧାନମନ୍ତ୍ରୀ ଏନଏଚ-346 ର ଝାରଖଡା- ବେରାସିଆ-ଢୋଲଖେଡିକୁ ଯୋଡ଼ୁଥିବା ସଡ଼କର ଉନ୍ନତି ସହିତ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିରେ ଏନଏଚ୍ 543 ର ବାଲଘାଟ-ଗୋଣ୍ଡିଆ ଖଣ୍ଡର ଚାରି ଲେନ୍ କରିବା, ରୁଢ଼ୀ ଓ ଦେଶଗାଓଁକୁ ସଂଯୋଗ କରୁଥିବା ଖଣ୍ଡୱା ବାଇପାସକୁ ଚାରି ଲେନ୍ କରିବା, ଏନଏଚ୍ 47 ର ଟେମାଗାଓଁ ରୁ ଚିଚୋଲି ଖଣ୍ଡକୁ ଚାରି ଲେନ୍ କରିବା, ବୋରେଗାଓଁକୁ ଶାହପୁର ସହିତ ସଂଯୋଗ କରୁଥିବା ସଡ଼କକୁ ଚାରି ଲେନ୍ କରିବା ଏବଂ ଶାହପୁରକୁ ମୁକତାଇନଗର ସହିତ ଯୋଡ଼ୁଥିବା ସଡ଼କର ଚାରି ଲେନ୍ କରିବା ସାମିଲ୍ ରହିଚି। ପ୍ରଧାନମନ୍ତ୍ରୀ ଏନଏଚ୍ 347ସି ର ଖଲଘାଟରୁ ସରବରଦେୱଲାକୁ ଯୋଡ଼ୁଥିବା ସଡ଼କର ଉନ୍ନୟନ କାର୍ଯ୍ୟକୁ ମଧ୍ୟ ଦେଶକୁ ଉତ୍ସର୍ଗ କରିବେ।

ପ୍ରଧାନମନ୍ତ୍ରୀ ଦେଶକୁ 1850 କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଉତ୍ସର୍ଗ କରିବେ। ଏଥିରେ କାଟନି – ବିଜୟସୋଟା (102 କିଲୋମିଟର) ଏବଂ ମାରୱାସଗ୍ରାମ – ସିଙ୍ଗ୍ରାଉଲି (78.50 କିମି) କୁ ସଂଯୋଗ କରୁଥିବା ରେଳ ଲାଇନକୁ ଦୋହରିକରଣ କରିବା ଅନ୍ତର୍ଭୁକ୍ତ। କାଟନି – ସିଙ୍ଗ୍ରାଉଲି ବିଭାଗକୁ ସଂଯୋଗ କରୁଥିବା ରେଳ ଲାଇନକୁ ଦୋହରୀକରଣ କରିବା ପାଇଁ ଏହି ଦୁଇଟି ପ୍ରକଳ୍ପ ଏହାର ଏକ ଅଂଶ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟପ୍ରଦେଶର ରେଳ ଭିତ୍ତିଭୂମିରେ ଉନ୍ନତି ଆଣି ରାଜ୍ୟର ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ଲାଭବାନ କରିବ।

ପ୍ରଧାନମନ୍ତ୍ରୀ ବିଜୟପୁର – ଔରିଆ- ଫୁଲପୁର ପାଇପଲାଇନ ପ୍ରକଳ୍ପକୁ ଦେଶକୁ ଉତ୍ସର୍ଗ କରିବେ। 352 କିଲୋମିଟର ଲମ୍ବା ପାଇପଲାଇନ 1750 କୋଟିରୁ ଅଧିକ ମୂଲ୍ୟରେ ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ମୁମ୍ବାଇ ନାଗପୁର ଝାରସୁଗୁଡା ପାଇପଲାଇନ ପ୍ରକଳ୍ପର ନାଗପୁର ଜବଲପୁର ବିଭାଗ (317 କିଲୋମିଟର) ର ମୂଳଦୁଆ ପକାଇବେ। 1100 କୋଟିରୁ ଅଧିକ ମୂଲ୍ୟରେ ଏହି ପ୍ରକଳ୍ପ ନିର୍ମାଣ ହେବ। ଗ୍ୟାସ ପାଇପଲାଇନ ପ୍ରକଳ୍ପ ଶିଳ୍ପ ଏବଂ ଘରକୁ ସ୍ୱଚ୍ଛ ଏବଂ ସୁଲଭ ମୂଲ୍ୟରେ ପ୍ରାକୃତିକ ଗ୍ୟାସ ଯୋଗାଇବ ଏବଂ ପରିବେଶରେ ନିର୍ଗମନ ହ୍ରାସ ଦିଗରେ ଏକ ପଦକ୍ଷେପ ହେବ। ପ୍ରଧାନମନ୍ତ୍ରୀ ପ୍ରାୟ 147 କୋଟି ଟଙ୍କା ବ୍ୟୟରେ ନିର୍ମିତ ଜବଲପୁରରେ ଏକ ନୂତନ ବଟଲିଂ ପ୍ଲାଣ୍ଟକୁ ମଧ୍ୟ ଉତ୍ସର୍ଗ କରିବେ।

Categories
ଆଜିର ଖବର ଜାତୀୟ ଖବର

ଏହି ୩କେନ୍ଦ୍ର ଶାସିତ ଅଞ୍ଚଳର ଭଡା ଅଧିନିୟମ, ୨୦୨୩ ପ୍ରଣୟନ ପ୍ରସ୍ତାବକୁ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତୀୟ ସମ୍ବିଧାନର ଧାରା ୨୪୦ ଅଧୀନରେ (୧) ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭଡା ଅଧିନିୟମ, ୨୦୨୩ (୨) ଦାଦରା ଓ ନଗର ହାବେଲି ଏବଂ ଡାମନ ଏବଂ ଡିଉ ଭଡା ଅଧିନିୟମ, ୨୦୨୩ (୩) ଲାକ୍ଷାଦ୍ୱୀପ ଭଡା ଅଧିନିୟମ, ୨୦୨୩ ପ୍ରଣୟନ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭଡା ଅଧିନିୟମ, ୨୦୨୩; ଦାଦରା ଓ ନଗର ହାବେଲି ଏବଂ ଡାମନ ଏବଂ  ଡିଉ  ଭଡା ଅଧିନିୟମ, ୨୦୨୩; ଏବଂ ଲାକ୍ଷାଦ୍ୱୀପ ଭଡା ଅଧିନିୟମ, ୨୦୨୩ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଦାଦରା ଓ ନଗର ହାବେଲି ଏବଂ ଡାମନ ଏବଂ ଡିଉ ; ଏବଂ ଲାକ୍ଷାଦ୍ୱୀପ ଭଳି କେନ୍ଦ୍ର ଶାସିତ ଅଞ୍ଚଳର ପରିସରରେ  ଭଡ଼ା ପାଇଁ ଉଭୟ ଘର ମାଲିକ ଏବଂ ଭଡ଼ାଟିଆଙ୍କ ସ୍ୱାର୍ଥ ଏବଂ ଅଧିକାରର ସନ୍ତୁଳନ କରି ଏକ ଉତ୍ତରଦାୟୀ ଏବଂ ସ୍ୱଚ୍ଛ ପାରିବେଶିକ ବ୍ୟବସ୍ଥା ସୃଷ୍ଟି କରିବା ନିମନ୍ତେ ଏକ ଆଇନଗତ ଢାଞ୍ଚା ପ୍ରଦାନ କରିବ ।

ଏହି ନିୟମ ଭଡ଼ା ବଜାରରେ ଘରୋଇ ନିବେଶ ଏବଂ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବ, ପ୍ରବାସୀ, ଆନୁଷ୍ଠାନିକ ଏବଂ ଅନୌପଚାରିକ କ୍ଷେତ୍ରର କର୍ମଚାରୀ, ପେଶାଦାର, ଛାତ୍ର ଇତ୍ୟାଦିଙ୍କ ସମେତ ସମାଜର ବିଭିନ୍ନ ଆୟବର୍ଗଙ୍କ ପାଇଁ ପର୍ଯ୍ୟାପ୍ତ ଭଡ଼ା ଆବାସ ଭଣ୍ଡାର ସୃଷ୍ଟି କରିବ; ଏହା ଗୁଣାତ୍ମକ ଭଡ଼ା ଆବାସର ଉପଲବ୍ଧତା ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିବ; ଏବଂ ଭଡ଼ା ଗୃହ ବଜାରର ଧୀରେ ଧୀରେ ଆନୁଷ୍ଠାନିକୀକରଣ ହେବ ଯାହା କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଦାଦରା ଓ ନଗର ହାବେଲି ଏବଂ ଡାମନ ଏବଂ ଡିଉ ଏବଂ ଲାକ୍ଷାଦ୍ୱୀପରେ ଏକ ସ୍ଫୁର୍ତ୍ତିଶୀଳ, ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ଭଡ଼ା ଗୃହ ବଜାର ସୃଷ୍ଟି କରିବ।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୋଠାରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ପୁରୁଷ ଜାଭେଲିନ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ‘‘ଏସୀୟ କ୍ରୀଡ଼ାରେ ପୁରୁଷ ଜାଭେଲିନ୍‌ରେ ଆମର ସଫଳତା ଉଲ୍ଲେଖନୀୟ। ଭାରତକୁ ରୌପ୍ୟ ପଦକ ମଧ୍ୟ ଆସିଛି। ଏହି ପ୍ରତିଯୋଗିତାରେ ଏହି ଚମତ୍କାର ରୌପ୍ୟ ପଦକ ଜିତିଥିବାରୁ କିଶୋର ଜେନାଙ୍କୁ ଅଭିନନ୍ଦନ। ଏହି ବିଜୟକୁ ଦେଶ ପ୍ରଶଂସା କରୁଛି।’’

Categories
ଆଜିର ଖବର ଜାତୀୟ ଖବର

କ୍ରିଷ୍ଣା ଜଳ ବିବାଦ ଟ୍ରିବ୍ୟୁନାଲ-୨ର ଟର୍ମସ ଅଫ୍ ରେଫରେନ୍ସକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ମଧ୍ୟରେ ବିଚାର ପାଇଁ ଆଇଏସଆରଡବ୍ଲୁଡି ଆଇନର ଧାରା ୫(୧) ଅଧୀନରେ ବର୍ତ୍ତମାନର କ୍ରିଷ୍ଣା ଜଳ ବିବାଦ ଟ୍ରିବ୍ୟୁନାଲ-୨ (କେଡବ୍ଲୁଡିଟି-୨)କୁ ଅଧିକ ଟର୍ମସ ଅଫ୍ ରେଫରେନ୍ସ (ଟିଓଆର) ପ୍ରଦାନ କୁ ଅନୁମୋଦନ ମିଳିଛି। ଆନ୍ତଃରାଜ୍ୟ ନଦୀ ଜଳ ବିବାଦ (ଆଇଏସଆରଡବ୍ଲୁଡି) ଆଇନ ୧୯୫୬ର ଧାରା (୩) ଅଧୀନରେ ତେଲଙ୍ଗାନା ସରକାର ସେମାନଙ୍କ ଅଭିଯୋଗରେ ଉପସ୍ଥାପନ କରିଥିବା ପ୍ରସଙ୍ଗଗୁଡ଼ିକ ଉପରେ ପ୍ରାପ୍ତ ଆଇନଗତ ମତାମତ ଉପରେ ଏହା ଆଧାରିତ।

କ୍ରିଷ୍ଣା ନଦୀ ଜଳର ବ୍ୟବହାର, ବିତରଣ କିମ୍ବା ନିୟନ୍ତ୍ରଣକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ରହିଥିବା ବିବାଦର ସମାଧାନ ଦ୍ୱାରା ଉଭୟ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ବିକାଶର ନୂତନ ମାର୍ଗ ଖୋଲିବ। ଏଥିସହିତ ଦୁଇ ରାଜ୍ୟର ଲୋକଙ୍କ ପାଇଁ ଲାଭଦାୟକ ପରିଣାମ ମିଳିବ ଯାହା ଆମ ଦେଶକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ।

ଆଇଏସଆରଡବ୍ଲୁଡି ଆଇନ, ୧୯୫୬ର ଧାରା ୩ ଅଧୀନରେ ପକ୍ଷଭୁକ୍ତ ରାଜ୍ୟମାନଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ୦୨.୦୪.୨୦୦୪ରେ କ୍ରିଷ୍ଣା ନଦୀ ଜଳ ବିବାଦ ଟ୍ରିବ୍ୟୁନାଲ -୨ ଗଠନ କରିଥିଲେ। ପରବର୍ତ୍ତୀ ସମୟରେ, ୦୨. ୦୬. ୨୦୧୪ରେ ଭାରତର ଏକ ନୂଆ ରାଜ୍ୟ ଭାବେ ତେଲଙ୍ଗାନାର ଗଠନ ହୋଇଥିଲା। ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ (ଏପିଆରଏ), ୨୦୧୪ର ଧାରା ୮୯ ଅନୁଯାୟୀ, ଏପିଆରଏ ୨୦୧୪ର ଉକ୍ତ ଧାରା (ଏ) ଏବଂ (ବି)ର ସମାଧାନ ପାଇଁ କେଡବ୍ଲୁଡିଟି-୨ର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା।

ଏହାପରେ କ୍ରିଷ୍ଣ ନଦୀ ଜଳର ବ୍ୟବହାର, ବିତରଣ ଉପରେ ବିବାଦକୁ ଦର୍ଶାଇ ୧୪.୦୭. ୨୦୧୪ରେ ତେଲଙ୍ଗାନା ସରକାର ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର (ଡିଓଡବ୍ଲୁଆର, ଆରଡି ଓ ଜିଆର)କୁ ଏକ ଅଭିଯୋଗ ପଠାଇଥିଲେ। ୨୦୧୫ରେ ମାନ୍ୟବର ସୁପ୍ରିମ୍ କୋର୍ଟରେ ଏହି ମାମଲାରେ ତେଲଙ୍ଗାନା ସରକାରଙ୍କ ପକ୍ଷରୁ ଏକ ରିଟ୍ ପିଟିସନ୍ ମଧ୍ୟ ଦାଖଲ କରାଯାଇଥିଲା। କେବଳ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ମଧ୍ୟରେ ରେଫରେନ୍ସର ପରିସରକୁ ସୀମିତ ରଖି ବର୍ତ୍ତମାନର କେଡବ୍ଲୁଡିଟି -୨କୁ ଅଭିଯୋଗ ପଠାଇବା ଲାଗି ୨୦୧୮ରେ, ତେଲଙ୍ଗାନା ସରକାର ଡିଓଡବ୍ଲୁଆର, ଆରଡି ଓ ଜିଆରକୁ ଅନୁରୋଧ କରିଥିଲା। ପରେ ୨୦୨୦ରେ ମାନ୍ୟବର ମନ୍ତ୍ରୀ (ଜଳଶକ୍ତି)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ଆପେକ୍ସ କାଉନସିଲ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଦ୍ୱିତୀୟ ସର୍ବୋଚ୍ଚ ପରିଷଦ ବୈଠକରେ ଆଲୋଚନା ଅନୁଯାୟୀ, ୨୦୨୧ରେ ତେଲଙ୍ଗାନା ସରକାର ଉକ୍ତ ରିଟ୍ ପିଟିସନ୍ ପ୍ରତ୍ୟାହାର କରିନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ଡିଓଡବ୍ଲୁଆର, ଆରଡି ଓ ଜିଆର ବିଭାଗ ଏହି ମାମଲାରେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ଆଇନଗତ ମତାମତ ମାଗିଥିଲେ।

Categories
ବିଶେଷ ଖବର

ତେଲେଙ୍ଗାନାର ନିଜାମାବାଦ ଠାରେ ପାଖାପାଖି ୮୦୦୦ କୋଟିର ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ନିଜାମାବାଦ ଠାରେ ବିଦ୍ୟୁତ୍, ରେଳ ଏବଂ ସ୍ୱାସ୍ଥ୍ୟ ସେବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଉତ୍ସର୍ଗ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ଏନ୍‌ଟିପିସିର ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ୮୦୦ ମେଗାୱାଟ ୟୁନିଟ, ମନୋହରାବାଦ ଏବଂ ସିଦ୍ଦିପେଟକୁ ସଂଯୋଗ କରୁଥିବା ନୂତନ ରେଳ ଲାଇନ୍ ସମେତ ଅନେକ ରେଳ ପ୍ରକଳ୍ପ; ଏବଂ ଧର୍ମବାଦ – ମନୋହରାବାଦ ଏବଂ ମହବୁବନଗର – କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତୀକରଣ ପ୍ରକଳ୍ପ ଇତ୍ୟାଦି ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ – ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ସେ ସାରା ରାଜ୍ୟରେ ୨୦ଟି କ୍ରିଟିକାଲ କେୟାର ବ୍ଲକ (ସିସିବି)ର ଶିଳାନ୍ୟାସ କରିଛନ୍ତି । ଶ୍ରୀ ମୋଦୀ ସିଦ୍ଦିପେଟ୍ – ସିକନ୍ଦରାବାଦ -ସିଦ୍ଦିପେଟ୍ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଜିର ପ୍ରକଳ୍ପ ଗୁଡିକ ପାଇଁ ତେଲେଙ୍ଗାନାର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ, କୌଣସି ରାଷ୍ଟ୍ର ବା ରାଜ୍ୟର ବିକାଶ ବିଦ୍ୟୁତ ଉତ୍ପାଦନ ପାଇଁ ଏହାର ଆତ୍ମନିର୍ଭରଶୀଳ କ୍ଷମତା ଉପରେ ନିର୍ଭର କରେ , କାରଣ ଏହା ସହଜ ଜୀବନଧାରଣ ଏବଂ ଇଜ୍ ଅଫ୍ ଡୁଇଂ ବିଜନେସ (ବ୍ୟବସାୟରେ ସହଜତା) ରେ ଏକା ସହିତ ଉନ୍ନତି ଆଣିଥାଏ । ପେଡାପଲ୍ଲୀ ଜିଲ୍ଲାରେ ଏନ୍‌ଟିପିସିର ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ୮୦୦ ମେଗାୱାଟ ୟୁନିଟ୍‌ର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ବିଦ୍ୟୁତ୍‌ର ସୁଚାରୁ ରୂପେ ଯୋଗାଣ ଏକ ରାଜ୍ୟରେ ଶିଳ୍ପର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ” । ଦ୍ୱିତୀୟ ୟୁନିଟ୍ ମଧ୍ୟ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ଏବଂ ଏହା ସମ୍ପୂର୍ଣ୍ଣ ହେବା ପରେ ବିଦ୍ୟୁତ୍ କେନ୍ଦ୍ରର ସ୍ଥାପନ କ୍ଷମତା ୪,୦୦୦ ମେଗାୱାଟ୍‌କୁ ବୃଦ୍ଧି ପାଇବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଦେଶର ସମସ୍ତ ଏନ୍‌ଟିପିସି ପାୱାର ପ୍ଲାଣ୍ଟ ମଧ୍ୟରୁ ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ଲାଣ୍ଟ ସବୁଠାରୁ ଅତ୍ୟାଧୁନିକ ପାୱାର ପ୍ଲାଣ୍ଟ ବୋଲି ସେ ଖୁସି ବ୍ୟକ୍ତ କରିଥିଲେ । ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରବୃତ୍ତି ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଏହି ପାୱାର ପ୍ଲାଣ୍ଟରେ ଉତ୍ପାଦିତ ବିଦ୍ୟୁତର ଏକ ବଡ଼ ଅଂଶ ତେଲେଙ୍ଗାନାର ଲୋକ ମାନଙ୍କ ପାଖକୁ ଯିବ” । ୨୦୧୬ ରେ ଏହି ପ୍ରକଳ୍ପର ଶିଳାନ୍ୟାସ ସମ୍ପର୍କରେ ସେ ମନେ ପକାଇଥିଲେ ଏବଂ ଆଜି ଏହାକୁ ଉଦ୍‌ଘାଟନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହା ଆମ ସରକାରଙ୍କ ନୂତନ କାର୍ଯ୍ୟ ସଂସ୍କୃତି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ , ତେଲେଙ୍ଗାନାର ବିଦ୍ୟୁତ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ନିକଟରେ ହାସନ – ଚେର୍ଲାପଲ୍ଲୀ ପାଇପଲାଇନ୍ ଲୋକାର୍ପଣ କରିବା କଥା ସେ ମନେ ପକାଇଥିଲେ । ଏହି ପାଇପଲାଇନ୍ ଶସ୍ତା ଏବଂ ପରିବେଶ ଅନୁକୂଳ ଉପାୟରେ ଏଲପିଜି ପରିବର୍ତ୍ତନ, ପରିବହନ ଏବଂ ବିତରଣର ଆଧାର ହେବ ବୋଲି ସେ ମତ ବ୍ୟକ୍ତ କରିଛନ୍ତି ।

ଧର୍ମାବାଦ – ମନୋହରାବାଦ ଏବଂ ମହବୁବନଗର – କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତିକରଣ ପ୍ରକଳ୍ପ ଗୁଡିକ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହା ଦ୍ୱାରା ରାଜ୍ୟରେ ଯୋଗାଯୋଗ ବୃଦ୍ଧି ହେବା ସହ ଦୁଇଟି ଟ୍ରେନର ହାରାହାରି ବେଗ ବୃଦ୍ଧି ପାଇବ । ଭାରତୀୟ ରେଳବାଇ ସମସ୍ତ ରେଳ ଲାଇନ୍‌କୁ ଶତ ପ୍ରତିଶତ ବିଦ୍ୟୁତିକରଣ ଲକ୍ଷ୍ୟ ନେଇ ଗତି କରୁଛି ବୋଲି ସେ କହିଛନ୍ତି । ମନୋହରାବାଦ ଏବଂ ସିଦ୍ଦିପେଟ ମଧ୍ୟରେ ନୂତନ ରେଳ ସଂଯୋଗ ବ୍ୟବସାୟ ଏବଂ ଶିଳ୍ପକୁ ପ୍ରୋତ୍ସାହନ ଦେବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ୨୦୧୬ ରେ ଏହି ପ୍ରକଳ୍ପର ଶିଳାନ୍ୟାସକୁ ମନେ ପକାଇଥିଲେ ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ମନେ ପକାଇଥିଲେ ଯେ, ସ୍ୱାସ୍ଥ୍ୟ ସେବା କିପରି ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ କ୍ଷେତ୍ର ଥିଲା । ସ୍ୱାସ୍ଥ୍ୟ ସେବାକୁ ସମସ୍ତଙ୍କ ପାଖରେ ଉପଲବ୍ଧ କରିବା ପାଇଁ ତଥା ସୁଲଭ କରିବା ନିମନ୍ତେ ନିଆ ଯାଇଥିବା ଅନେକ ପଦକ୍ଷେପ ସମ୍ପର୍କରେ ଶ୍ରୀ ମୋଦୀ ସୂଚନା ଦେଇଥିଲେ । ମେଡିକାଲ କଲେଜ ଓ ଏମ୍ସ ଗୁଡିକର ସଂଖ୍ୟା ବଢ଼ୁଥିବା ନେଇ ସେ ଆଲୋଚନା କରିଥିଲେ, ଯହା ମଧ୍ୟରେ ବିବିନଗରରେ ଥିବା ଏକ ଏମ୍ସ ବିଷୟରେ ସେ କହିଥିଲେ । ଏହା ସହିତ ଡାକ୍ତର ମାନଙ୍କ ସଂଖ୍ୟା ବୃଦ୍ଧି କରିବା ଦିଗରେ ମଧ୍ୟ କାର୍ଯ୍ୟ କରାଯାଉଛି ।

ପ୍ରଧାନମନ୍ତ୍ରୀ ପିଏମ୍ ଆୟୁଷ୍ମାନ ଭାରତ ଭିତ୍ତିଭୂମି ମିଶନ ବିଷୟରେ ସୂଚନା ଦେଇଥିଲେ, ଯାହା ଅଧୀନରେ ପ୍ରତ୍ୟେକ ଜିଲ୍ଲାରେ ଗୁଣାତ୍ମକ ଭିତ୍ତିଭୂମି ସୁନିଶ୍ଚିତ କରାଯାଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହି ମିଶନ ଅଧୀନରେ ଆଜି ତେଲେଙ୍ଗାନା ଠାରେ ୨୦ଟି କ୍ରିଟିକାଲ କେୟାର ବ୍ଲକର ଶିଳାନ୍ୟାସ କରାଯାଇଛି । ବ୍ଲକ୍ ଗୁଡିକ ଏପରି ଭାବରେ ନିର୍ମାଣ କରାଯିବ ଯେପରି ସେଠାରେ ଉତ୍ସର୍ଗୀକୃତ ଆଇସୋଲେସନ ୱାର୍ଡ, ଅକ୍ସିଜେନ ଯୋଗାଣ ଏବଂ ସଂକ୍ରମଣ ପ୍ରତିରୋଧ ଓ ନିୟନ୍ତ୍ରଣ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିବ ବୋଲି ସେ ସୂଚନା ଦେଇଛନ୍ତି ।

\”ତେଲେଙ୍ଗାନାରେ ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି ପାଇଁ ୫୦ ରୁ ଅଧିକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇ ସାରିଛି\” ବୋଲି ସେ କହିଥିଲେ । କରୋନା ମହାମାରୀ ସମୟରେ ତେଲେଙ୍ଗାନାରେ ୫୦ଟି ବୃହତ୍ ପିଏସ୍‌ଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରା ଯାଇଥିଲା ଯାହା ମୂଲ୍ୟବାନ ଜୀବନ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ବିଦ୍ୟୁତ୍‌, ରେଳ ବାଇ ଏବଂ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆଜିର ପ୍ରକଳ୍ପ ଗୁଡିକ ପାଇଁ ସେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇ ବକ୍ତବ୍ୟ ଶେଷ କରିଥିଲେ ।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଦେଶରେ ଉନ୍ନତ ଶକ୍ତି ଦକ୍ଷତା ସହିତ ବିଦ୍ୟୁତ ଉତ୍ପାଦନ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ, ଏନ୍‌ଟିପିସିର ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ପ୍ରଥମ ୮୦୦ ମେଗାୱାଟ ୟୁନିଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା । ଏହା ତେଲେଙ୍ଗାନାକୁ ଶସ୍ତାରେ ବିଜୁଳି ଯୋଗାଇବା ସହ ରାଜ୍ୟର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ । ଏହା ଦେଶର ସବୁଠାରୁ ପରିବେଶ ଅନୁକୂଳ ପାୱାର ଷ୍ଟେସନ ମଧ୍ୟରୁ ଅନ୍ୟତମ ହେବ ।

ପ୍ରଧାନମନ୍ତ୍ରୀ ମନୋହରାବାଦ ଏବଂ ସିଦ୍ଦିପେଟକୁ ସଂଯୋଗ କରୁଥିବା ନୂତନ ରେଳ ଲାଇନ ସମେତ ରେଳ ପ୍ରକଳ୍ପ ଗୁଡିକୁ ଏବଂ ଧର୍ମାବାଦ – ମନୋହରାବାଦ ଏବଂ ମହବୁବନଗର – କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତୀକରଣ ପ୍ରକଳ୍ପ ଗୁଡଇକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ପରେ ତେଲେଙ୍ଗାନାର ରେଳ ଭିତ୍ତିଭୂମିକୁ ପ୍ରୋତ୍ସାହନ ମିଳିଛି । ୭୬ କିଲୋମିଟର ଦୀର୍ଘ ମନୋହରାବାଦ – ସିଦ୍ଦିପେଟ ରେଳ ଲାଇନ୍ ଏହି ଅଞ୍ଚଳର , ବିଶେଷ କରି ମେଡକ ଏବଂ ସିଦ୍ଦିପେଟ ଜିଲ୍ଲାରେ ସାମାଜିକ – ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ।

ଧର୍ମାବାଦ – ମନୋହରାବାଦ ଏବଂ ମହବୁବନଗର – କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତୀକରଣ ପ୍ରକଳ୍ପ ଟ୍ରେନର ହାରାହାରି ବେଗରେ ଉନ୍ନତି ଆଣିବାରେ ସହାୟକ ହେବ ଏବଂ ଏହି ଅଞ୍ଚଳରେ ପରିବେଶ ଅନୁକୂଳ ରେଳ ପରିବହନ କୁ ଆଗେଇ ନେବ । ପ୍ରଧାନମନ୍ତ୍ରୀ ସିଦ୍ଦିପେଟ୍ – ସିକନ୍ଦରାବାଦ – ସିଦ୍ଦିପେଟ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଯାହା ଦ୍ୱାରା ଏହି ଅଞ୍ଚଳର ସ୍ଥାନୀୟ ରେଳ ଯାତ୍ରୀମାନେ ଉପକୃତ ହେଉଛନ୍ତି ।

ତେଲେଙ୍ଗାନାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବୃଦ୍ଧି ନିମନ୍ତେ ପ୍ରୟାସ ଦୃଷ୍ଟିକୋଣରୁ ପ୍ରଧାନମନ୍ତ୍ରୀ ପିଏମ୍ – ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ସାରା ରାଜ୍ୟରେ ୨୦ଟି କ୍ରିଟିକାଲ କେୟାର ବ୍ଲକ (ସିସିବି)ର ଶିଳାନ୍ୟାସ କରିଛନ୍ତି । ଆଦିଲାବାଦ, ଭଦ୍ରାଦ୍ରି କୋଥାଗୁଡେମ, ଜୟଶଙ୍କର ଭୁପାଲପଲ୍ଲୀ, ଜୋଗୁଲାମ୍ବା ଗଡ଼ୱାଲ, ହାଇଦ୍ରାବାଦ, ଖମ୍ମାମ, କୁମୁରମ୍ ଭୀମ ଆସିଫାବାଦ, ମଞ୍ଚେରିଆଲ, ମହବୁବନଗର (ବଡ଼େପାଲ୍ଲୀ), ମୁଲୁଗୁ, ନାଗରକୁର୍ଣ୍ଣୁଲ, ନାଲଗୋଣ୍ଡା, ନାରାୟଣପେଟ, ନିର୍ମଳ, ରାଜନ୍ନା ସିରସିଲା, ରଙ୍ଗାରେଡ୍ଡୀ (ମହେଶ୍ୱରମ୍‌), ସୂର୍ଯ୍ୟପେଟ, ପେଡାପଲ୍ଲୀ, ଭିକାରବାଦ ଏବଂ ୱାରାଙ୍ଗଲ (ନରସମପେଟ) ଜିଲ୍ଲାରେ ଏହି ସିସିବି ନିର୍ମାଣ କରାଯିବ । ଏହି ସିସିବି ଗୁଡ଼ିକ ସମଗ୍ର ତେଲେଙ୍ଗାନାରେ ଜିଲ୍ଲାସ୍ତରୀୟ କ୍ରିଟିକାଲ କେୟାର ଭିତ୍ତିଭୂମିର ଅଭିବୃଦ୍ଧି କରିବ ଏବଂ ରାଜ୍ୟର ଲୋକମାନେ ଉପକୃତ ହେବେ।

Categories
ବିଶେଷ ଖବର

୨୭,୦୦୦ କୋଟିର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡର ବସ୍ତରର ଜଗଦଲପୁର ଠାରେ ପାଖାପାଖି ୨୭,୦୦୦ କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ବସ୍ତର ଜିଲ୍ଲାର ନାଗରନାର ଠାରେ ଏନ୍‌ଏମ୍‌ଡିସି ଷ୍ଟିଲ ଲିମିଟେଡ୍‌ର ୨୩,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଇସ୍ପାତ କାରଖାନାର ଲୋକାର୍ପଣ ସହ ଏକାଧିକ ରେଳ ଓ ସଡ଼କ କ୍ଷେତ୍ର ପ୍ରକଳ୍ପ ଗୁଡିକୁ ଲୋକାର୍ପଣ କରିବା ଇତ୍ୟାଦି ରହିଛି। ସେ ତାରୋକି – ରାୟପୁର ଡେମୁ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ଜିଲ୍ଲା ଏବଂ ପ୍ରତ୍ୟେକ ଗ୍ରାମର ବିକାଶ ହେଲେ ହିଁ ଏକ ବିକଶିତ ଭାରତର ସ୍ୱପ୍ନ ସାକାର ହେବ। ଏହି ସଂକଳ୍ପ ଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଜି ପ୍ରାୟ ୨୭,୦୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି ଏବଂ ବିକାଶ ମୂଳକ ପ୍ରକଳ୍ପ ପାଇଁ ଛତିଶଗଡ଼ବାସୀଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶ ଭାରତ ପାଇଁ ଭୌତିକ, ସାମାଜିକ ଏବଂ ଡିଜିଟାଲ ଭିତ୍ତିଭୂମି ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ ହେବା ଉଚିତ। ଚଳିତ ବର୍ଷ ଭିତ୍ତିଭୂମି ପାଇଁ ବ୍ୟୟବରାଦ ୧୦ ଲକ୍ଷ କୋଟି ଟଙ୍କା ରହିଛି, ଯାହା କି ୬ ଗୁଣା ବୃଦ୍ଧି ପାଇଛି ବୋଲି ସେ ସୂଚନା ଦେଇଛନ୍ତି।

ରେଳ, ସଡ଼କ, ବିମାନ ବନ୍ଦର, ବିଦ୍ୟୁତ ପ୍ରକଳ୍ପ, ପରିବହନ, ଗରିବଙ୍କ ପାଇଁ ଘର ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ଗୁଡିକରେ ଇସ୍ପାତର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୯ ବର୍ଷ ମଧ୍ୟରେ ଇସ୍ପାତ ଉତ୍ପାଦନରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। “ଛତିଶଗଡ଼ ଏକ ବୃହତ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ ହେବାର ଲାଭ ଉଠାଉଛି”, ବୋଲି ପ୍ରଧାନମନ୍ତ୍ରୀ ଆଜି ନାଗରନାର ଠାରେ ଅନ୍ୟତମ ଅତ୍ୟାଧୁନିକ ଇସ୍ପାତ କାରଖାନାର ଉଦ୍‌ଘାଟନ ଉପରେ ଗୁରୁତ୍ୱାରୋପ କରି କହିଥିଲେ।

ଏହି କାରଖାନାରେ ଉତ୍ପାଦିତ ଇସ୍ପାତ ଦେଶର ଅଟୋମୋବାଇଲ, ଇଞ୍ଜିନିୟରିଂ ଏବଂ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି ସେ କହିଥିଲେ। ବସ୍ତରରେ ଉତ୍ପାଦିତ ଇସ୍ପାତ ସଶସ୍ତ୍ର ବାହିନୀକୁ ସୁଦୃଢ଼ କରିବା ସହ ପ୍ରତିରକ୍ଷା ରପ୍ତାନୀକୁ ବୃଦ୍ଧି କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି। ଏହି ଇସ୍ପାତ କାରଖାନା ବସ୍ତର ଓ ଆଖପାଖ ଅଞ୍ଚଳର ପାଖାପାଖି ୫୦ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ମଧ୍ୟ ସେ କହିଛନ୍ତି। ଏହି ନୂତନ ଇସ୍ପାତ କାରଖାନା କେନ୍ଦ୍ର ସରକାରଙ୍କ ଦ୍ୱାରା ବସ୍ତର ଭଳି ଆକାଂକ୍ଷୀ ଜିଲ୍ଲା ଗୁଡ଼ିକର ବିକାଶକୁ ପ୍ରାଥମିକତା ଦେବା ପାଇଁ ନୂତନ ଗତି ପ୍ରଦାନ କରିବ ବୋଲି ସେ କହିଛନ୍ତି।

ଯୋଗାଯୋଗ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଛତିଶଗଡ଼ର ଅର୍ଥନୈତିକ କରିଡର ଏବଂ ଆଧୁନିକ ରାଜପଥ ବିଷୟରେ ଉଲ୍ଲେଖ କରିଥିଲେ। ୨୦୧୪ ମସିହା ତୁଳନାରେ ଛତିଶଗଡ଼ର ରେଳ ବଜେଟ୍ ପ୍ରାୟ ୨୦ ଗୁଣା ବୃଦ୍ଧି କରାଯାଇଛି। ସ୍ୱାଧୀନତାର ଏତେ ବର୍ଷ ପରେ ତାରୋକିକୁ ଏକ ନୂଆ ରେଳ ଲାଇନର ଉପହାର ମିଳୁଛି ବୋଲି ସେ ସେ ଉଲ୍ଲେଖ କରିଛନ୍ତି। ନୂଆ ଡେମୁ ଟ୍ରେନ୍ ତାରୋକିକୁ ଦେଶର ରେଳ ମାନଚିତ୍ରରେ ସଂଯୋଗ କରିଛି ଯାହା ରାଜଧାନୀ ରାୟପୁରକୁ ଯାତ୍ରା କରିବା ସହଜ କରିବ। ଜଗଦଲପୁର ଏବଂ ଦାନ୍ତେୱାଡା ମଧ୍ୟରେ ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବ ଏବଂ ଯାତ୍ରାକୁ ସହଜ କରିବ।

ଛତିଶଗଡ ରେଳ ଧାରଣାର ଶତ ପ୍ରତିଶତ ବିଦ୍ୟୁତୀକରଣ କାର୍ଯ୍ୟ ଶେଷ କରି ଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ରାଜ୍ୟରେ ବନ୍ଦେ ଭାରତ ଟ୍ରେନ୍ ମଧ୍ୟ ଚଳାଚଳ କରୁଛି । ଅମୃତ ଭାରତ ଷ୍ଟେସନ ଯୋଜନାରେ ଛତିଶଗଡ଼ର ୩୦ରୁ ଅଧିକ ଷ୍ଟେସନର ଉନ୍ନତିକରଣ କରାଯାଉଛି। ସେଥି ମଧ୍ୟରୁ ୭ଟି ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ ହୋଇସାରିଛି। ବିଳାସପୁର, ରାୟପୁର ଏବଂ ଦୁର୍ଗ ଷ୍ଟେସନ ସହିତ ଆଜି ଜଗଦଲପୁର ଷ୍ଟେସନକୁ ଏହି ତାଲିକାରେ ସାମିଲ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ, ଜଗଦଲପୁର ଷ୍ଟେସନ ସହରର ମୁଖ୍ୟ କେନ୍ଦ୍ରରେ ପରିଣତ ହେବ ଏବଂ ଏଠାରେ ଯାତ୍ରୀ ସୁବିଧାର ଉନ୍ନତିକରଣ କରାଯିବ। ଗତ ୯ ବର୍ଷ ମଧ୍ୟରେ ରାଜ୍ୟର ୧୨୦ରୁ ଅଧିକ ଷ୍ଟେସନରେ ମାଗଣା ୱାଇ – ଫାଇ ସୁବିଧା ଯୋଗାଇ ଦିଆଯାଇଛି ବୋଲି ସେ କହିଥିଲେ।

“ଛତିଶଗଡ଼ର ଲୋକମାନଙ୍କ ଜୀବନକୁ ସହଜ କରିବା ପାଇଁ ସରକାର ସମସ୍ତ ସମ୍ଭାବ୍ୟ ପ୍ରୟାସ କରୁଛନ୍ତି”, ବୋଲି ଶ୍ରୀ ମୋଦୀ କହିବା ସହିତ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଆଜିର ପ୍ରକଳ୍ପ ଗୁଡିକ ବିକାଶର ଗତିକୁ ଆଗକୁ ବଢ଼ାଇବ, ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ରାଜ୍ୟରେ ନୂତନ ଶିଳ୍ପକୁ ପ୍ରୋତ୍ସାହିତ କରିବ। ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଯେ ଛତିଶଗଡ଼ର ବିକାଶ ଯାତ୍ରାରେ ସରକାର ନିଜର ସମର୍ଥନ ଜାରି ରଖିବେ ଏବଂ ଦେଶର ଭାଗ୍ୟ ବଦଳାଇବାରେ ରାଜ୍ୟ ନିଜର ଭୂମିକା ନିର୍ବାହ କରିବ। ଏହି ଅବସରରେ ଛତିଶଗଡର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟକୁ ପ୍ରତିନିଧିତ୍ୱ କରିବା ସହ ରାଜ୍ୟର ବିକାଶ ପାଇଁ ଚିନ୍ତିତ ଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ସାଂସଦ ମୋହନ ମାଣ୍ଡବୀ ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ଏକ ପ୍ରମୁଖ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ବସ୍ତର ଜିଲ୍ଲାର ନାଗରନାର ଠାରେ ଥିବା ଏନ୍‌ଏମ୍‌ଡିସି ଷ୍ଟିଲ ଲିମିଟେଡ୍‌ର ଇସ୍ପାତ କାରଖାନାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ୨୩,୮୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ଇସ୍ପାତ କାରଖାନା ହେଉଛି, ଏକ ଗ୍ରୀନଫିଲ୍ଡ ପ୍ରକଳ୍ପ ଯାହା ଉଚ୍ଚମାନର ଇସ୍ପାତ ଉତ୍ପାଦନ କରିବ। ନାଗରନାର ଠାରେ ଥିବା ଏନ୍‌ଏମ୍‌ଡିସି ଷ୍ଟିଲ ଲିମିଟେଡ୍‌ର ଇସ୍ପାତ କାରଖାନା ସହିତ ଆନୁଷଙ୍ଗିକ ଏବଂ ଡାଉନଷ୍ଟ୍ରିମ ଶିଳ୍ପରେ ହଜାର ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଏହା ବସ୍ତରକୁ ବିଶ୍ୱର ଇସ୍ପାତ ମାନଚିତ୍ରରେ ସ୍ଥାନିତ କରିବ ଏବଂ ଏହି ଅଞ୍ଚଳର ସାମାଜିକ – ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ।

ସମଗ୍ର ଦେଶରେ ରେଳ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ଅନୁସରଣ କରି ଏହି କାର୍ଯ୍ୟକ୍ରମରେ ଏକାଧିକ ରେଳ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥିଲା। ଅନ୍ତଗଡ଼ ଏବଂ ତାରୋକି ମଧ୍ୟରେ ଏକ ନୂତନ ରେଳ ଲାଇନ ଏବଂ ଜଗଦଲପୁର ଏବଂ ଦାନ୍ତେୱାଡା ମଧ୍ୟରେ ଏକ ରେଳ ଲାଇନ ଦୋହରୀକରଣ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ବୋରିଦାଣ୍ଡ – ସୁରଜପୁର ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଏବଂ ଜଗଦଲପୁର ଷ୍ଟେସନର ପୁନଃନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ ତାରୋକି – ରାୟପୁର ଡେମୁ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରେଳ ପ୍ରକଳ୍ପ ଗୁଡ଼ିକ ରାଜ୍ୟର ଆଦିବାସୀ କ୍ଷେତ୍ର ଗୁଡିକରେ ଯୋଗାଯୋଗରେ ଉନ୍ନତି ଆଣିବ । ଉନ୍ନତ ରେଳ ଭିତ୍ତିଭୂମି ଏବଂ ନୂତନ ଟ୍ରେନ୍ ସେବା ସ୍ଥାନୀୟ ଲୋକଙ୍କୁ ଉପକୃତ କରିବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ବିକାଶରେ ସହାୟକ ହେବ।

୪୩ ନମ୍ବର ଜାତୀୟ ରାଜପଥର ‘କୁନକୁରିରୁ ଛତିଶଗଡ଼ – ଝାଡ଼ଖଣ୍ଡ ସୀମା ସେକ୍ସନ୍‌’ ପର୍ଯ୍ୟନ୍ତ ଏକ ସଡ଼କ ଉନ୍ନତିକରଣ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହି ନୂତନ ରାସ୍ତା ସଡ଼କ ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ଏହି ଅଞ୍ଚଳର ଲୋକମାନେ ଉପକୃତ ହେବେ।

Categories
ଆଜିର ଖବର ଜାତୀୟ ଖବର

୯ ବର୍ଷ ପୂରଣ କଲା ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମକୁ ଆଜି ୯ ବର୍ଷ ପୂର୍ତ୍ତି ଅବସରରେ ମନ୍ କି ବାତ୍ ରେ ଅନ୍ତର୍ଭୁକ୍ତ କେତେକ ବିଷୟବସ୍ତୁ ଏବଂ ତାହାର ସାମାଜିକ ପ୍ରଭାବ ଉପରେ ଆଲୋକପାତ କରି ଏକ ଅଧ୍ୟୟନ ସେୟାର କରିଛନ୍ତି।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ଆଇଆଇଏମ୍ ବେଙ୍ଗାଲୁରୁ ର ଏକ ଗବେଷଣାରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ର ୧୦୫ଟି ଏପିସୋଡର ପ୍ରଭାବକୁ ବିଶ୍ଳେଷଣ କରାଯାଇଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘‘ଆଜି ‘ମନ୍ କି ବାତ୍’କୁ ୯ ବର୍ଷ ପୂରିବା ଅବସରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ପକ୍ଷରୁ ଏକ ଅଧ୍ୟୟନ କରାଯାଇଛି, ଯେଉଁଥିରେ ଅନ୍ତର୍ଭୁକ୍ତ କେତେକ ବିଷୟବସ୍ତୁ ଏବଂ ଏହାର ସାମାଜିକ ପ୍ରଭାବ ଉପରେ ଆଲୋକପାତ କରାଯାଇଛି। ଏହା ଆଶ୍ଚର୍ଯ୍ୟଜନକ ଯେ ଆମେ କିପରି ଏହି ମାଧ୍ୟମରେ ଅନେକ ଜୀବନ ଯାତ୍ରା ଏବଂ ସାମୂହିକ ପ୍ରୟାସ ପାଳନ କରିଛୁ।‘‘

Categories
ଆଜିର ଖବର ଜାତୀୟ ଖବର

ନମାମି ଗଙ୍ଗେର ସହାୟତା ପାଇଁ ନିଲାମ ହେବ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ଉପହାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନୂଆଦିଲ୍ଲୀର ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟରେ ତାଙ୍କୁ ଦିଆଯାଇଥିବା ବିଭିନ୍ନ ଉପହାର ଏବଂ ମେମେଣ୍ଟୋ ପ୍ରଦର୍ଶିତ ହେଉଥିବା ବିଷୟରେ ପୋଷ୍ଟ କରିଛନ୍ତି।

ସମଗ୍ର ଭାରତରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଉତ୍ସବରେ ତାଙ୍କୁ ଏହି ଉପହାର ଓ ମେମେଣ୍ଟୋ ପ୍ରଦାନ କରାଯାଇଛି ଏବଂ ଏହା ଭାରତର ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ କଳାତ୍ମକ ଐତିହ୍ୟର ପ୍ରମାଣ ବୋଲି ଶ୍ରୀ ମୋଦୀ କହିଛନ୍ତି।

ସବୁଥର ଭଳି ଏହି ଜିନିଷଗୁଡ଼ିକୁ ନିଲାମ କରାଯିବ ଏବଂ ଏଥିରୁ ମିଳିଥିବା ଅର୍ଥ ନମାମି ଗଙ୍ଗେ ଅଭିଯାନକୁ ସମର୍ଥନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଯେଉଁମାନେ ବ୍ୟକ୍ତିଗତ ଭାବେ ଏନଜିଏମଏ ପରିଦର୍ଶନ କରିପାରିବେ ନାହିଁ ସେମାନଙ୍କ ପାଇଁ ଶ୍ରୀ ମୋଦୀ ୱେବସାଇଟ୍ ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ଆଜିଠାରୁ ଦିଲ୍ଲୀ ସ୍ଥିତ ଏନଜିଏମଏ ପ୍ରଦର୍ଶନୀରେ ମୋତେ ନିକଟ ଅତୀତରେ ଦିଆଯାଇଥିବା ବିଭିନ୍ନ ଉପହାର ଓ ମୋମେଣ୍ଟୋଗୁଡିକ ପ୍ରଦର୍ଶିତ ହେବ।

ସମଗ୍ର ଭାରତରେ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଉତ୍ସବ ରେ ମୋତେ ଏହା ପ୍ରଦାନ କରାଯାଇଛି, ସେଗୁଡିକ ଭାରତର ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ କଳାତ୍ମକ ଐତିହ୍ୟର ପ୍ରମାଣ।

ସବୁଥର ଭଳି ଏହି ଜିନିଷଗୁଡ଼ିକୁ ନିଲାମ କରାଯିବ ଏବଂ ଏଥିରୁ ମିଳିଥିବା ଅର୍ଥ ନମାମି ଗଙ୍ଗେ ଅଭିଯାନକୁ ସମର୍ଥନ କରିବ।

ଏଗୁଡ଼ିକର ମାଲିକ ହେବାର ସୁଯୋଗ ଆପଣଙ୍କ ପାଇଁ ଏଠାରେ ଅଛି!

ଅଧିକ ଜାଣିବା ପାଇଁ ଏନଜିଏମଏ ପରିଦର୍ଶନ କରନ୍ତୁ। ଯେଉଁମାନେ ବ୍ୟକ୍ତିଗତ ଭାବରେ ପରିଦର୍ଶନ କରିପାରିବେ ନାହିଁ ସେମାନଙ୍କ ପାଇଁ ୱେବସାଇଟ୍ ଲିଙ୍କ୍ ସେୟାର କରନ୍ତୁ।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ-କାଶ୍ମୀରର ୧୦୦% ଗ୍ରାମ ଓଡିଏଫ୍ ପ୍ଲସ୍ ମାନ୍ୟତା ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ‘ମଡେଲ’ ବର୍ଗରେ ଜମ୍ମୁ-କଶ୍ମୀର ୟୁଟିର ୧୦୦% ଗ୍ରାମ ଓଡିଏଫ୍ ପ୍ଲସ୍ ମାନ୍ୟତା ହାସଲ କରିବା ପାଇଁ ଜମ୍ମୁ-କଶ୍ମୀରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ, ‘ପ୍ରଶଂସନୀୟ ପ୍ରୟାସ, ଏଥିପାଇଁ ମୁଁ ଜମ୍ମୁ-କଶ୍ମୀରବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଏକ ସ୍ୱଚ୍ଛ ତଥା ସୁସ୍ଥ ଭାରତ ଆଡ଼କୁ ଆମର ଯାତ୍ରା ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ।’