Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଅଷ୍ଟ୍ରେଲିଆର ମନ୍ତ୍ରୀଙ୍କ ଜୀବନର ଅନୁଭୂତି ଉପରେ ଏକ ଲେଖାକୁ ଟୁଇଟ୍ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମୃଦ୍ଧ ସାଂସ୍କୃତିକ ସଂଯୋଗ ସମ୍ପର୍କରେ ଏକ ଟୁଇଟ୍ କରିଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଆୟୋଜିତ ମଧ୍ୟାହ୍ନ ଭୋଜନ ଅବସରରେ ଅଷ୍ଟ୍ରେଲିଆର ବାଣିଜ୍ୟ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଡନ୍ ଫାରେଲ୍ ଜୀବନର ଅନୁଭୂତିକୁ ନେଇ ଏକ ଲେଖା ସେୟାର କରିଥିଲେ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

“ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଆଲବେନସୀଙ୍କ ସମ୍ମାନାର୍ଥେ ମଧ୍ୟାହ୍ନ ଭୋଜନ ସମୟରେ ଅଷ୍ଟ୍ରେଲୀୟ ବାଣିଜ୍ୟ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଡନ୍ ଫାରେଲ୍ କିଛି କୌତୁହଳପୂର୍ଣ୍ଣ ବିଷୟ ସେୟାର କରିଥିଲେ … ତାଙ୍କୁ ପ୍ରଥମ ଶ୍ରେଣୀରେ ଶ୍ରୀମତୀ ଏବର୍ଟ ନାମ୍ନୀ ଜଣେ ଶିକ୍ଷା ଦେଇଥିଲେ, ଯିଏ ତାଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଥିଲେ ଏବଂ ତାଙ୍କୁ ଶିକ୍ଷାର ମୂଳଦୂଆ ସ୍ଥାପନ ପାଇଁ ଶ୍ରେୟ ଦେଇଥିଲେ।

ଶ୍ରୀମତୀ ଏବର୍ଟ, ତାଙ୍କ ସ୍ୱାମୀ ଏବଂ ଝିଅ ଲିଓନି, ୧୯୫୦ ଦଶକରେ ଭାରତର ଗୋଆରୁ ଆଡିଲେଡକୁ ଯାଇ ଅଷ୍ଟ୍ରେଲିଆର ଆଡିଲେଡର ଏକ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ କରିଥିଲେ। ତାଙ୍କ ଝିଅ ଲିଓନି ଦକ୍ଷିଣ ଅଷ୍ଟ୍ରେଲିୟା ଶିକ୍ଷକ ଅନୁଷ୍ଠାନର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ।

ଏହି ଜୀବନୀ ଶୁଣି ମୁଁ ଖୁସି, ଯାହା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମୃଦ୍ଧ ସାଂସ୍କୃତିକ ସଂଯୋଗକୁ ସୂଚୀତ କରେ। ଯେତେବେଳେ କେହି ଜଣେ ତାଙ୍କ ଶିକ୍ଷକଙ୍କ ସଂକ୍ରାନ୍ତରେ ସ୍ନେହପୂର୍ଣ୍ଣ ଭାବରେ ସୂଚନା ଦିଅନ୍ତି ସେତେବେଳେ ଶୁଣିବା ମଧ୍ୟ ସମାନ ହୃଦୟସ୍ପର୍ଶୀ ଅଟେ।”

Categories
ବିଶେଷ ଖବର

୩ ଘଣ୍ଟା ନୁହେଁ ବର୍ତ୍ତମାନ ୭୫ ମିନିଟରେ ଶେଷ ହେବ ବାଙ୍ଗାଲୋର-ମଇଶୁର ଯାତ୍ରା, ପ୍ରଧାନମନ୍ତ୍ରୀ କରିବେ ଉଦଘାଟନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁ-ମଇଶୁର ଏକ୍ସପ୍ରେସୱେକୁ ଦେଶ ପାଇଁ ଉତ୍ସର୍ଗ କରିବେ। ୮୪୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୧୧୮ କିଲୋମିଟର ଲମ୍ବା ଏକ୍ସପ୍ରେସୱେ ଦୁଇ ସହର ମଧ୍ୟରେ ଯାତ୍ରା ସମୟକୁ ତିନି ଘଣ୍ଟାରୁ ୭୫ ମିନିଟକୁ ହ୍ରାସ କରିବ। ଚଳିତ ବର୍ଷ ଷଷ୍ଠ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କର୍ଣ୍ଣାଟକ ଯାଉଛନ୍ତି। ଏପ୍ରିଲ-ମେ ମାସରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ:

ପ୍ରଧାନମନ୍ତ୍ରୀ ମୋଦୀ ଆଜି ମାଣ୍ଡ୍ୟା ଗସ୍ତ କରିବେ। ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ମଧ୍ୟାହ୍ନ ୧୨ ଟାରେ ମାଣ୍ଡ୍ୟାରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଧାରୱାଡ ଯିବେ। ଅପରାହ୍ନ ୩.୩୦ ରେ ଆଇଆଇଟି ଧାରୱାଡ ପରିଦର୍ଶନ କରିବେ। ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ଅପରାହ୍ନ ୪ ଟାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ। ହୁବଲି-ଧାରୱାଡ ମଧ୍ୟରେ ଦୁଇଟି ଟ୍ରେନ୍ ର ଶୁଭାରମ୍ଭ କରିବେ। ଆଜିକାଲି କର୍ଣ୍ଣାଟକରେ ବିଜେପିର ଚାରି ବିଜୟ ସଂକଳ୍ପ ଯାତ୍ରା ଚାଲିଛି। ମାର୍ଚ୍ଚ ୨୫ ତାରିଖରେ ସେମାନେ ଏକ ବଡ ସାଧାରଣ ସଭା ଆକାରରେ ସମାପ୍ତ କରିବେ। ଏହି ସାଧାରଣ ସଭାକୁ ସମ୍ବୋଧିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ କର୍ଣ୍ଣାଟକ ଗସ୍ତ କରିବେ।

ଯଦି ବାଙ୍ଗାଲୋର-ମଇଶୁର ଏକ୍ସପ୍ରେସୱେ ନିର୍ମାଣରେ କ’ଣ ଲାଭ?:

ଏହି ପ୍ରକଳ୍ପରେ ଏନଏଚ-୨୭୫ ର ବେଙ୍ଗାଲୁରୁ-ନିଦାଘଟ୍ଟା-ମଇଶୁର ବିଭାଗର ୬-ଲେନିଂ ଅନ୍ତର୍ଭୁକ୍ତ। ପ୍ରାୟ ୮୪୮୦ କୋଟି ଟଙ୍କା ବ୍ୟୟରେ ୧୧୮ କିଲୋମିଟର ଲମ୍ବା ପ୍ରକଳ୍ପର ବିକାଶ କରାଯାଇଛି। ଏହା ବେଙ୍ଗାଲୁରୁ ଏବଂ ମଇସୁରୁ ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ ୩ ଘଣ୍ଟାରୁ ୭୫ ମିନିଟକୁ ହ୍ରାସ କରିବ। ଏହା ପ୍ରଧାନମନ୍ତ୍ରୀ ମଧ୍ୟ ମଇସୁରୁ-ଖୁସାଲନଗର ୪-ଲେନ ରାଜପଥର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ୯୨ କିଲୋମିଟରରୁ ଅଧିକ ବ୍ୟାପି ଏହି ପ୍ରକଳ୍ପ ପ୍ରାୟ ୪୧୩୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବ. ଏହି ପ୍ରକଳ୍ପ ବେଙ୍ଗାଲୁରୁ ସହିତ କୁସାଲନଗରର ସଂଯୋଗକୁ ବଢାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଯାତ୍ରା ସମୟ ପ୍ରାୟ ୫ ରୁ ମାତ୍ର ୨.୫ ଘଣ୍ଟା ହ୍ରାସ କରିବାରେ ସହାୟକ ହେବ।

ଦୁନିଆର ଦୀର୍ଘତମ ରେଳ ପ୍ଲାଟଫର୍ମକୁ ମଧ୍ୟ ଉତ୍ସର୍ଗ କରିବେ:

ପ୍ରଧାନମନ୍ତ୍ରୀ ଆଇଆଇଟି ଧାରୱାଡକୁ ଦେଶ ପାଇଁ ଉତ୍ସର୍ଗ କରିବେ। ଏହି ଅନୁଷ୍ଠାନର ମୂଳଦୁଆ ମଧ୍ୟ ଫେବୃଆରୀ ୨୦୧୯ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ସ୍ଥାପନ କରାଯାଇଥିଲା। ୮୫୦ କୋଟିରୁ ଅଧିକ ମୂଲ୍ୟରେ ଏହାକୁ ବିକଶିତ କରାଯାଇଛି। ଏହି ଅନୁଷ୍ଠାନ ବର୍ତ୍ତମାନ ୪ ବର୍ଷର B.Tech, ୫ ବର୍ଷର BS-MS, M.Tech ଏବଂ Ph.D. ରହିଛି। ଶ୍ରୀ ସିଦ୍ଧାରୂଢ ସ୍ୱାମୀଜୀ ହୁବଲି ଷ୍ଟେସନରେ ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମକୁ ପ୍ରଧାନମନ୍ତ୍ରୀ ଦେଶ ପାଇଁ ଉତ୍ସର୍ଗ କରିବେ। ଏହାକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଦ୍ୱାରା ସ୍ୱୀକୃତି ଦିଆଯାଇଛି। ପ୍ରାୟ ୧୫୦୭ ମିଟର ଲମ୍ବ ଏହି ପ୍ଲାଟଫର୍ମ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳରେ ସଂଯୋଗ ବୃଦ୍ଧି ପାଇଁ ହୋସପେଟ-ହୁବଲି-ତିନାଇଘାଟ ବିଭାଗର ବିଦ୍ୟୁତିକରଣ ଏବଂ ହୋସପେଟ ଷ୍ଟେସନର ନବୀକରଣକୁ ଉତ୍ସର୍ଗ କରିବେ। ୫୩୦ କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହୋଇଥିବା ବିଦ୍ୟୁତିକରଣ ପ୍ରକଳ୍ପ ବୈଦ୍ୟୁତିକ ଟ୍ରାକ୍ସନ୍ ଉପରେ ନିରବିହୀନ ଟ୍ରେନ୍ କାର୍ଯ୍ୟ ପ୍ରତିଷ୍ଠା କରେ। ପୁନଃ ବିକଶିତ ହୋସାପେଟ ଷ୍ଟେସନ ଯାତ୍ରୀମାନଙ୍କୁ ସୁବିଧାଜନକ ଏବଂ ଆଧୁନିକ ସୁବିଧା ଯୋଗାଇବ। ଏହାକୁ ହମ୍ପି ସ୍ମାରକୀ ପରି ଡିଜାଇନ୍ କରାଯାଇଛି।

Categories
ବିଶେଷ ଖବର

ବଜେଟ ପର ‘ପିଏମ ବିଶ୍ୱକର୍ମା କୌଶଳ ସମ୍ମାନ’ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୧.୦୩.୨୦୨୩) ପିଏମ ବିଶ୍ୱକର୍ମା କୌଶଳ ସମ୍ମାନ ଉପରେ ଏକ ବଜେଟ ପର ୱେବିନାରରେ ନିଜର ବକ୍ତବ୍ୟ ରଖିଥିଲେ। କେନ୍ଦ୍ର ବଜେଟ ୨୦୨୩ରେ ଘୋଷିତ ବିଭିନ୍ନ ପଦକ୍ଷେଗୁଡ଼ିକ ତ୍ୱରାନ୍ୱିତ କରିବା ଆଗରୁ ସେ ସମ୍ପର୍କରେ ଜନସାଧାରଣ ମତାମତ ଓ ପ୍ରସ୍ତାବ ଦେବା ପାଇଁ ସରକାର ଆୟୋଜନ କରିଥିବା ବଜେଟ ପରେ ୧୨ଟି ୱେବିନାର ମଧ୍ୟ ଏଇଟା ହେଉଛି ସିରିଜର ଶେଷ ୱେବିନାର।

ସମବେତ ଅଂଶଗ୍ରହଣକାରୀମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଗତ ତିନି ବର୍ଷ ପରି ବଜେଟ ପର କଥୋପକଥନର ପରମ୍ପରା ଆରମ୍ଭ ହୋଇଛି ବୋଲି କହିଥିଲେ । ସମସ୍ତ ଅଂଶଗ୍ରହଣକାରୀ ସଫଳତାର ସହ ଏଥିରେ ଅଂଶଗ୍ରହଣ କରିଥିବାରୁ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଥିଲେ । ଅଂଶଗ୍ରହଣକାରୀମାନେ ବଜେଟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବା ପରିବର୍ତ୍ତେ ବଜେଟରେ କରାଯାଇଥିବା ବ୍ୟବସ୍ଥାଗୁଡ଼ିକୁ କିପରି ତ୍ୱରାନ୍ୱିତ କରାଯିବ ତା’ ଉପରେ ଆଲୋଚନା କେନ୍ଦ୍ରିତ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଥବଲେ । ବଜେଟ ପର ୱେବିନାର ଗୁଡ଼ିକର ଏକ ନୂତନ ଅଧ୍ୟାୟ ସୃଷ୍ଟି ହେଉଛି । କାରଣ ସାଂସଦମାନେ ଯେତେବେଳେ ଏଥିନେଇ ଗୃହ ମଧ୍ୟରେ ଆଲୋଚନା କରିଥାନ୍ତି, ଅଂଶଗ୍ରହଣକାରୀମାନେ ସଂସଦ ବାହାରେ ସେମାନଙ୍କ ମୂଲ୍ୟବାନ ପ୍ରସ୍ତାବ ଦେଇଛନ୍ତି ।

ଆଜିର ୱେବିନାର କୋଟି କୋଟି ଭାରତୀୟଙ୍କ କୌଶଳ ଓ ବିଶେଷଜ୍ଞତା ପ୍ରତି ଉତ୍ସର୍ଗୀକୃତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । କୌଶଳ ଓ କୋଟି କୋଟି ଯୁବକ ଯୁବତୀମାନଙ୍କ ନିମନ୍ତେ କୌଶଳ ଭାରତ ଅଭିଯାନ ଓ କୌଶଳ ରୋଜଗାର କେନ୍ଦ୍ର ଜରିଆରେ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ନେଇ ପ୍ରଧାନମନ୍ତ୍ରୀ ଏଥିପାଇଁ ଏକ ଲକ୍ଷ୍ୟଭିତ୍ତିକ ଓ ନିର୍ଦ୍ଦିଷ୍ଟ ଆଭିମୁକ୍ୟ ଗ୍ରହଣ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ପିଏମ ବିଶ୍ୱକର୍ମା କୌଶଳ ସମ୍ମାନ ଯୋଜନା ଓ ପିଏମ ବିଶ୍ୱକର୍ମା ଏହି ଭାବନାର ଅଂଶବିଶେଷ ବୋଲି ସେ ପ୍ରକାଶ କରିଥିଲେ । ଏହି ଯୋଜନାର ଆବଶ୍ୟକତା ଓ ବିଶ୍ୱକର୍ମା ନାମକରଣର ଯୁକ୍ତିଯୁକ୍ତ ଆଧାରକୁ ନେଇ ପ୍ରଧାନମନ୍ତ୍ରୀ ଭଗବାନ ବିଶ୍ୱକର୍ମାଙ୍କ ଭାରତୀୟ ସମୃଦ୍ଧ ପରମ୍ପରାରେ ଉଚ୍ଚାସନ ଓ ଯେଉଁମାନେ ହାତ ଓ ହତିଆର ଧରି କାର୍ଯ୍ୟ କରନ୍ତି ସେମାନଙ୍କ ପ୍ରତି ସମ୍ମାନ ବୋଲି କହିଥିଲେ ।

କେତେକ କ୍ଷେତ୍ରରେ କାରିଗରମାନେ ସମ୍ମାନ ପାଇଥିବା ବେଳେ ବଢ଼େଇ, କମାର, ସ୍ଥପତି, ରାଜମିସ୍ତ୍ରୀ ଓ ଆହୁରି ଅନେକ କାରିଗରୀ ସମୟର ପରିବର୍ତ୍ତନ ସହ ନିଜକୁ ସମାଜ ସହ ଖାପ ଖୁଆଇବା ସତ୍ତ୍ୱେ ବି ଅଣଦେଖା ରହିଯାଇଛନ୍ତି। “ଛୋଟ ଛୋଟ କାରିଗରମାନେ ସ୍ଥାନୀୟ ହସ୍ତଶିଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ସେମାନଙ୍କୁ ସଶକ୍ତ କରିବା ଉପରେ ଧ୍ୟାନ ଦେଇଥାଏ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ କୁଶଳୀ କାରିଗରମାନେ ନିଜସ୍ୱ ଶୈଳୀରେ ପ୍ରାଚୀନ ଭାରତରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ରପ୍ତାନୀରେ ସାହାଯ୍ୟ କରୁଥିଲେ । ବହୁ ବର୍ଷର ଦାସତ୍ୱ ଯୋଗୁ ଏହି ବିରାଟ କୁଶଳୀ କାରବାର ଉପକ୍ଷେିତ ହେବା ସହ ସେମାନଙ୍କ କାର୍ଯ୍ୟ ଦକ୍ଷତାଯୁକ୍ତ ବିବେଚନା କରାନଯିବା ନେଇ ସେ ଏହାର ସମାଲୋଚନା କରିଥିଲେ । ଏପରିକି ସ୍ୱାଧୀନତା ପରେ ମଧ୍ୟ ତକ୍ରାଳୀନ ସରକାରମାନେ ସେମାନଙ୍କ ବିକାଶ ଦିଗରେ ଧ୍ୟାନ ନ ଦେବା ଫଳରେ ସେମାନଙ୍କ ପାରମ୍ପିରକ କଳା କୌଶଳ ମଧ୍ୟ ବାଧାପ୍ରାପ୍ତ ହେବା ସହ ସେମାନେ ଜୀବନ ଜୀବିକା ନିମନ୍ତେ ଅନ୍ୟାନ୍ୟ ପନ୍ଥା ଆଦରି ନେଲେ । ଏହି କର୍ମଜୀବୀ ଶ୍ରେଣୀୟ ବ୍ୟକ୍ତିମାନେ ସେମାନଙ୍କ ପାରମ୍ପରିକ କଳା କୌଶଳ ପଦ୍ଧତି ଶହ ଶହ ବର୍ଷ ପରେ ମଧ୍ୟ ଉଜ୍ଜୀବିତ ରଖି ଅସାଧାରଣ ଓ ଅନନ୍ୟ ଶୈଳୀ ଦ୍ୱାରା ପରିଚିତ ଲାଭ କରୁଛନ୍ତି । “କୁଶଳୀ କାରିଗରମାନେ ଆତ୍ମନିର୍ଭର ଭାରତର ପ୍ରକୃତ ଆତ୍ମାର ପ୍ରତୀକ ଓ ଆମ ସରକାର ଏଭଳି ବ୍ୟକ୍ତି ବିଶେଷଙ୍କୁ ନବ ଭାରତର ବିଶ୍ୱକର୍ମା ବିବେଚନା କରେ ।” ଗ୍ରାମ ଓ ସହରରେ ଯେଉଁମାନେ ନିଜ ହାତରେ କାମ କରେ ଜୀବନ ଜୀବିକା ନିର୍ବାହ କରୁଛନ୍ତି, ବିଶେଷ କରି ସେମାନଙ୍କ ପାଇଁ ପିଏମ ବିଶ୍ୱକର୍ମା କୁଶଳ ସମ୍ମାନ ଯୋଜନା ପାଇଁ ପଦକ୍ଷେପ ନିଆଯାଇଥିବା ଶ୍ରୀ ମୋଦୀ କହିଥିଲେ ।

ମଣିଷର ସାମାଜିକ ପ୍ରକୃତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସାମାଜିକ ଜୀବନର ପ୍ରବାହ ସମାଜର ଅସ୍ତିତ୍ୱ ଓ ସ୍ଥାୟୀତ୍ୱ ପାଇଁ ଆବଶ୍ୟକ ବୋଲି କହିଥିଲେ । ପ୍ରଯୁକ୍ତିଗତ ବିଦ୍ୟାର ବର୍ଦ୍ଧିଷ୍ଣୁ ପ୍ରଭାବ ସତ୍ତ୍ୱେ ଏହାର ଯଥାର୍ଥତା ରହିଛି । ପିଏମ ବିଶ୍ୱକର୍ମା ଯୋଜନା ଏଭଳି ବିକ୍ଷିପ୍ତ ହୋଇ ରହିଥିବା କାରିଗରମାନଙ୍କ ଉପରେ ଧ୍ୟାନ ଦେଇଥାଏ ।

ଗାନ୍ଧିଜୀଙ୍କ ଗ୍ରାମ ସ୍ୱରାଜ ପରିକଳ୍ପନା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଜୀବନରେ କୃଷି ସହ ଏହି ସବୁ ପେଶାଦାର କର୍ମଜୀବୀଙ୍କ ଭୂମିକା ଉପରେ ମଧ୍ୟ ଧ୍ୟାନ ଆକର୍ଷିତ କରିଥିଲେ । “ଭାରତୀୟ ବିକାଶ ଯାତ୍ରାରେ ଗ୍ରାମର ପ୍ରତ୍ୟକ ଶ୍ରେଣୀକୁ ସଶକ୍ତ କରିବା ଆବଶ୍ୟକ” ବୋଲି ସେ କହିଥିଲେ । ସେହିପରି ସୁବିଧା ରାସ୍ତାକଡ଼ ଦୋକାନୀମାନଙ୍କ ପିଏମ ସ୍ୱନିଧି ଯୋଜନା ଜରିଆରେ ଦିଆଯାଇଥିବା ବେଳେ, ପିଏମ ବିଶ୍ୱକର୍ମା ଯୋଜନା କାରିଗରମାନଙ୍କ ପାଇଁ ସୁବିଧା ଯୋଗାଇବ ବୋଲି ସେ କହିଥିଲେ ।

ବିଶ୍ୱକର୍ମା ଯୋଜନାର ଆବଶ୍ୟକତା ଅନୁସାରେ କୌଶଳ ଭିତ୍ତିଭୂମି ପଦ୍ଧତିର ପୁନର୍ବିନ୍ୟାସ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ସରକାର କୌଣସି ବ୍ୟାଙ୍କ ଗ୍ୟାରେଣ୍ଟି ନଥାଇ କୋଟି କୋଟି ଟଙ୍କା ମୁଦ୍ରା ଯୋଜନାରେ ଋଣ ପ୍ରଦାନ କରୁଥିବାର ସେ ଉଦାହରଣ ଦେଇଥିଲେ । ଏହି ଯୋଜନା ନିଶ୍ଚିତ ଭାବେ ଆମର ବିଶ୍ୱକର୍ମା ମାନଙ୍କୁ ଅଧିକରୁ ଅଧିକ ସୁବିଧା ଦେବ ଓ ବିଶ୍ୱକର୍ମା ସାଥୀମାନଙ୍କ ନିମନ୍ତେ ଡିଜିଟାଲ ସାକ୍ଷରତା ଅଭିଯାନର ଆବଶ୍ୟକତା ରହିଥିବା ସେ ପ୍ରକାଶ କରିଥିଲେ ।

ହାତ ତିଆରି ସାମଗ୍ରୀର ନିରବଚ୍ଛିନ୍ନ ଆକର୍ଷଣ ବୃଦ୍ଧି ପାଉଥିବାରୁ ପ୍ରତ୍ୟକ ବିଶ୍ୱକର୍ମାଙ୍କୁ ସରକାର ସାମଗ୍ରିକ ଭାବେ ଆନୁଷ୍ଠାନିକ ସମର୍ଥନ ପ୍ରଦାନ କରିବେ । ଏହା ଫଳରେ ସହଜ ଋଣ, କୌଶଳ ବିକାଶ, ବୈଷୟିକ ସମର୍ଥନ, ଡିଜିଟାଲ ସଶକ୍ତୀକରଣ, ବ୍ରାଣ୍ଡର ଉପଯୋଗ, ବଜାର ଓ କଞ୍ଚା ମାଲ ଉପଲବ୍ଧତା ସୁନିଶ୍ଚିତ କରିହେବ । “ସମୃଦ୍ଧି ପରମ୍ପରାକୁ ସଂରକ୍ଷଣ କରି ପାରମ୍ପରିକ କାରବାର ଓ ଶିଳ୍ପୀମାନଙ୍କ ବିକାଶ ଏହି ଯୋଜନାର ଲକ୍ଷ୍ୟ” ବୋଲି ସେ କହିଥିଲେ ।

“ଆଜିର ବିଶ୍ୱକର୍ମା ଆସନ୍ତାକାଲିର ଉଦ୍ୟୋଗପତି ହେବା ହେଉଛି ଆମର ଲକ୍ଷ୍ୟ । ସେଥିପାଇଁ ସେମାନଙ୍କ ବ୍ୟବସାୟ ମଡେଲରେ ସ୍ଥାୟୀତ୍ୱ ଓ ନିରନ୍ତରତା ଆବଶ୍ୟକ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗ୍ରାହକମାନଙ୍କ ଆବଶ୍ୟକତାର ମଧ୍ୟ ଯତ୍ନ ନିଆଯାଉଛି ଓ ସରକାର ସ୍ଥାନୀୟ ବଜାର ସହ ବୈଶ୍ୱିକ ବଜାର ଉପରେ ମଧ୍ୟ ନଜର ରଖିଛନ୍ତି ବୋଲି ଶ୍ରୀ ମୋଦୀ ଗୁରୁତ୍ୱ ଦେଇ କହିଥିଲେ । ବିଶ୍ୱକର୍ମା ସହକର୍ମୀମାନଙ୍କ ସହ ତାଳ ଦେଇ ଚାଲି ଏ ଦିଗରେ ସଚେତନତା ସୃଷ୍ଟି କରି ଆଗେଇବା ଦରକାର । ସମସ୍ତ ଅଂଶୀଦାର ବିଶ୍ୱକର୍ମମାନଙ୍କ ସହ ସହଯୋଗୀ ହୋଇ ଆଗେଇବାକୁ ସେ ଅନୁରୋଧ କରିଥିଲେ ।

କାରିଗର ଓ ଶିଳ୍ପୀମାନଙ୍କ ସ୍ଥିତି ସୁଦୃଢ଼ ହେଲେ ସେମାନେ ଆମ ପଦ୍ଧତିର ଅଂଶବିଶେଷ ବିବେଚିତ ହେଲେ ସେମାନେ ଆମ ଏମଏସଏମଇ କ୍ଷେତ୍ରରେ ଯୋଗାଣକାରୀ ଓ ଉତ୍ପାଦନକାରୀ ମଧ୍ୟ ହୋଇପାରିବେ । ଯନ୍ତ୍ରାଂଶ ଓ ପ୍ରଯୁକ୍ତି ଜ୍ଞାନ ସାହାଯ୍ୟରେ ସେମାନେ ଆମ ଅର୍ଥ ବ୍ୟବସ୍ଥାର ଏକ ପ୍ରମୁଖ ଅଂଶ ହେବା ସହ ସେମାନଙ୍କୁ ସାଥିରେ ନେଇ ଆମ ଶିଳ୍ପାନୁଷ୍ଠାନଗୁଡ଼ିକ ଉତ୍ପାଦନ ମଧ୍ୟ ବୃଦ୍ଧି କରିବା ସହ ସେମାନଙ୍କୁ ଗୁଣାତ୍ମକ ତାଳିମ ଓ କୌଶଳ ଶିକ୍ଷା ଦେଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସରକାରଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷା କଲେ ବ୍ୟାଙ୍କ ଗୁଡ଼ିକ ବିଭିନ୍ନ ପକଳ୍ପଗୁଡ଼ିକ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିପାରିବେ । “ପ୍ରତ୍ୟକ ନିବେଶକଙ୍କ ନିମନ୍ତେ ଅନୁକୂଳ ବାତାବରଣ ସୃଷ୍ଟି ସହ ବାଣିଜି୍ୟକ କମ୍ପାନୀଗୁଡ଼ିକ ପ୍ରତିଯୋଗିତା ଭିତ୍ତିକ ମୂଲ୍ୟରେ ଗୁଣାତ୍ମକକ ସାମଗ୍ରୀ ମଧ୍ୟ ପାଇବେ । ବ୍ୟାଙ୍କ ଅର୍ଥ ମଧ୍ୟ ଆସ୍ଥାଭାଜନ ହେଉଥିବା ଯୋଜନାଗୁଡ଼ିକରେ ନିବେଶ ହେବ । ଏଥିରେ ସରକାରୀ ଯୋଜନାଗୁଡ଼ିକର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ । ଇ-କମର୍ସ ମଡେଲ ଦ୍ୱାରା ଷ୍ଟାର୍ଟଅପମାନେ ମଧ୍ୟ ହସ୍ତକଳା ସାମଗ୍ରୀର ବିରାଟ ବଜାର ପାଇବେ । ପିଏମ ବିଶ୍ୱକର୍ମା ଜରିଆରେ ଘରୋଇ କ୍ଷେତ୍ର ସହ ସହଯୋଗ ବୃଦ୍ଧି ପାଇବ” ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ । ଏହା ଫଳରେ ଘରୋଇ କ୍ଷେତ୍ରର ନବୋନ୍ମେଷ ଶକ୍ତି ଓ ବ୍ୟାବସାୟିକ ମେଧା ମଧ୍ୟ ବୃଦ୍ଧି ପାଇବ ।

ଏକ ମଜବୁତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ପାଇଁ ସମସ୍ତ ଅଂଶୀଦାରମାନଙ୍କୁ ନିବେଦନ କରିଥିଲେ । ସରକାର ଦେଶର ଦୁର୍ଗମ ଅଞ୍ଚଳରେ ପହଂଚିବାକୁ ଚେଷ୍ଟା କରୁଛନ୍ତି ଓ ସେମାନେ ପ୍ରଥମ ଥର ପାଇଁ ସରକାରୀ ଯୋଜନାର ସୁଫଳ ପାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ । ଅଧିକାଂଶ କାରିଗର ଦଳିତ, ଆଦିବାସୀ, ଅନଗ୍ରସର ସମାଜ ଓ ମହିଳା ହୋଇଥିବାରୁ ସେମାନଙ୍କୁ ସୁବିଧା ସୁଯୋଗ ଦେବା ପାଇଁ ଏକ ବାସ୍ତବ ରଣନୀତିର ଆବଶ୍ୟକତା ରହିଛି । “ଆମକୁ ଏଥିପାଇଁ ଏକ ସମୟଭିତ୍ତିକ ଯୋଜନାବଦ୍ଧ ଅଭିଯାନ ଢାଞ୍ଚାରେ କାର୍ଯ୍ୟ କରିବାକୁ ପଡ଼ିବ” ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାତୀୟ ବିପର୍ଯ୍ୟୟ ଭୟ ହ୍ରାସ ମଞ୍ଚର ତୃତୀୟ ଅଧିବେଶନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ବିପର୍ଯ୍ୟୟ ହ୍ରାସ ମଂଚ (ନ୍ୟାସନାଲ ପ୍ଲାଟଫର୍ମପର ଡିଜାଷ୍ଟର ରିକ୍ସ ରିଡକ୍ସନ ବା ଏନ୍‌ଡିପିଆର୍‌ଆର)ର ତୃତୀୟ ଅଧିବେଶନକୁ ଉଦ୍‌ଘାଟନ କରିଛନ୍ତି। ଏହି ମଂଚରେ ତୃତୀୟ ଅଧିବେଶନର ମୁଖ୍ୟ ବିଷୟବସ୍ତୁ ଥିଲା “ଜଳବାୟୁ ପରିବର୍ତ୍ତନରେ ସ୍ଥାନୀୟ ମୁକାବିଲା ପ୍ରସ୍ତୁତି।”

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାରପ୍ରାପ୍ତ ଅନୁଷ୍ଠାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ୨୦୨୩ ବର୍ଷ ପାଇଁ ଓଡିଶା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଓସ୍‌ଡମା ଏବଂ ମିଜୋରାମର ଲୁଙ୍ଗଲେଇ ଥାନା ଏହି ପୁରସ୍କାର ପାଇଛନ୍ତି। ବିପର୍ଯ୍ୟୟ ହ୍ରାସ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକାର ଉପକରଣ, ଅଭିନବ ପରିକଳ୍ପନା ଓ ଟେକ୍‌ନୋଲୋଜିର ଏକ ପ୍ରଦର୍ଶନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଦ୍‌ଘାଟନ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମର ଉପସ୍ଥିତ ଥିଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତୁର୍କୀ ଓ ସିରିଆ ଭୂମିକମ୍ପ ପରେ ସମଗ୍ର ବିଶ୍ୱ ବିପର୍ଯ୍ୟୟ ପରିଚାଳନା ପ୍ରୟାସରେ ଭାରତର ଭୂମିକାକୁ ସ୍ୱୀକୃତି ପ୍ରଦାନ କରିବା ସହିତ ପ୍ରଶଂସା କରିଛି। ସେହି ଦୁଇ କ୍ଷତିଗ୍ରସ୍ତ ଦେଶରେ ଭାରତୀୟ ଯବାନମାନେ ଯେଉଁ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ କଲେ ତାହ ସମଗ୍ର ଦେଶକୁ ଗର୍ବିତ କରିଛି। ଭାରତ ଯେଉଁଭଳି ଭାବେ ବିପର୍ଯ୍ୟୟ ପରିଚାଳନା ଟେକ୍‌ନୋଲୋଜି ଓ ମାନବ ସମ୍ବଳର ସମ୍ପ୍ରସାରଣ କରିଛି, ତାହା ଦ୍ୱାରା ଦେଶ ବିଶେଷ ଉପକୃତ ହୋଇଛି। ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ପ୍ରୋତ୍ସାହିତ ଏବଂ ସୁଦୃଢ କରିବାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏଭଳି କାମରେ ସୁସ୍ଥ ପ୍ରତିଯୋଗିତାକୁ  ପ୍ରଧାନମନ୍ତ୍ରୀ ସ୍ୱାଗତ କରିବା ସହିତ ବିଜେତାମାନଙ୍କୁ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ହେଲା “ଜଳବାୟୁ ପରିବର୍ତ୍ତନରେ ସ୍ଥାନୀୟ ମୁକାବିଲା ପ୍ରସ୍ତୁତି କରିବା।” ଏହି ବିଷୟବସ୍ତୁ ସହିତ ସବୁ ଭାରତୀୟ ପରିଚିତ । ନିରାପଦ ରହିବା ପାଇଁ କିଭଳି ଭିତ୍ତିଭୂମି ଓ ନିର୍ମାଣର ଆବଶ୍ୟକତା ରହିଛି ତାହା ଆମ ସ୍ଥାପତ୍ୟ, ପୁରୁଣା ସହର ଓ ପରମ୍ପରାରେ ସ୍ପଷ୍ଟଭାବେ ରହିଛି। ଭାରତରେ ସର୍ବଦା ସ୍ଥାନୀୟଭାବେ ପାରିପାଶ୍ୱିର୍କ ସ୍ଥିତିକୁ ନେଇ ବିପର୍ଯ୍ୟୟ ପ୍ରସ୍ତୁତ ହୋଇଥାଏ। କଚ୍ଛର ଭୂମିକମ୍ପ ପ୍ରବଣ ଅଞ୍ଚଳର ‘ଭୁଙ୍ଗା’ ଘରର ଉଦାହରଣ ଦେଇଥିଲେ। ନୂଆ ଟେକ୍‌ନୋଲୋଜି ସହାୟତାରେ ସ୍ଥାନୀୟ ମଡେଲର ଘର ଓ ସହର ପ୍ଳାନିଂ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେ କହିଥିଲେଯେ ସ୍ଥାନୀୟ ଉପକରଣ ଓ ଟେକ୍‌ନୋଲୋଜିକୁ  ସମୃଦ୍ଧ କରିବା ସହିତ ନୂଆ ଟେକ୍‌ନୋଲୋଜି ସହିତ ମିଶାଇବା ଏବେ ସମୟର ଆହ୍ୱାନ ଆମେ ସ୍ଥାନୀୟ ବିପର୍ଯ୍ୟୟ ପ୍ରସ୍ତୁତିକୁ ଯେତେବେଳେ ଭବିଷ୍ୟତର ଟେକ୍‌ନୋଲୋଜି ସହିତ ସଂଯୁକ୍ତ କରୁ ସେତେବେଳେ ଯାଇ ବିପଦର ମୁକାବିଲାରେ ଭଲ ସଫଳତା ମିଳେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଆଗରୁ ମଣିଷର ଜୀବନଶୈଳୀ ଅତ୍ୟନ୍ତ ସରଳ ଓ ପରିବେଶ ଅନୁକୂଳ ଥିଲା । ସେମାନେ ପ୍ରବଳ ବର୍ଷା, ବନ୍ୟା, ବାତ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପତ୍ତିର ସଫଳ   କରିବାର ଉପାୟ ଜାଣିଥିଲେ। ଫଳରେ କ୍ଷୟକ୍ଷତି କମ୍ ହେଉଥିଲା। ସେଥିପାଇଁ ପୂର୍ବ ସରକାର ବିପର୍ଯ୍ୟୟ ରିଲିଫକୁ କୃଷି ବିଭାଗ ସହିତ ରଖିଥିଲେ। ଭୂମିକମ୍ପ ଭଳି ପ୍ରାକୃତିକ ବିପତ୍ତି ଯେତେବେଳେ ଆସିଲା ଭାରତରେ ତାହାକୁ ସ୍ଥାନୀୟ ଭାବେ ସ୍ଥାନୀୟ ସମ୍ବଳ ମାଧ୍ୟମରେ ମୁକାବିଲା କରାଗଲା। ତେବେ ଆମେ ଆମ ଅନୁଭୂତିରୁ ଓ ଅନ୍ୟମାନଙ୍କଠାର ଅନେକ କଥା ଶିଖୁ ଏବଂ ଏହା ଏକ ଧାରାରେ ପରିଣତ ହୋଇଛି। ଏବେ ପ୍ରାକୃତିକ ବିପର୍ଯ୍ୟୟର ସଂଖ୍ୟା ବୃଦ୍ଧି ପାଇଛି। ତେଣୁ ଏହାର ମୁକାବିଲା ପାଇଁ ସ୍ଥାୟୀ ବହୁମୁଖୀ ବ୍ୟବସ୍ଥାର ଆବଶ୍ୟକତା ଅପରିହାର୍ଯ୍ୟ ହୋଇପଡିଛି।

ସେ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନାକୁ ସୁଦୃଢ କରିବାର ଦୁଇଟି ପ୍ରମୁଖ ଅଙ୍ଗ ହେଲା ବିପତ୍ତିକୁ ଚିହ୍ନବା ଓ ପ୍ରତିକାର ବ୍ୟବସ୍ଥାରେ ସଂସ୍କାର। କି ପ୍ରକାର ବିପତ୍ତି ଆସୁଛି, ଏହାର କ୍ଷୟକ୍ଷତିର ପରିମାଣ କ’ଣ ହେବ ଏହାକୁ ଆଗୁଆ ଚିହ୍ନି ପାରିବା ବା ଆକଳନ କରିବା ଏବଂ ପ୍ରତିକାର ବ୍ୟବସ୍ଥାରେ ନିରନ୍ତର ସଂସ୍କାର ଆଣିବା ଦ୍ୱାରା କ୍ଷୟକ୍ଷତି ହ୍ରାସ ପାଏ। ବିପତ୍ତିର ପରିଚାଳନାରେ ସଫଳତା ମିଳେ। ଆହୁରି ମଧ୍ୟ ବିପତ୍ତିର ସାମୟିକ ପ୍ରତିକାର ଅପେକ୍ଷା ଦୀର୍ଘ ମିଆଦି ପ୍ରତିକାର ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ପଶ୍ଚିମବଙ୍ଗ ଓ ଓଡିଶା ବାତ୍ୟାରେ ଶହ ଶହ ଲୋକଙ୍କ ମୃତ୍ୟୁ କଥା ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ରଣନୀତି ବଦଳାଇ ଆଗୁଆ ପଦକ୍ଷେପ ନେବା ଫଳରେ ଏହି ଧନଜୀବନ ହାନି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ଏବେ ଆମେ  ସଫଳତାର ସହିତ ବାତ୍ୟାର ମୁକାବିଲା କରିପାରୁଛୁ ଏବଂ ଏଥିରେ ମୃତ୍ୟୁ ଓ କ୍ଷୟକ୍ଷତି ଯଥେଷ୍ଟ କମିଛି। ଆମେ ପ୍ରାକୃତିକ ବିପର୍ଯ୍ୟୟକୁ ବନ୍ଦ କରିପାରିବା ନାହିଁ ; କିନ୍ତୁ ଉପଯୁକ୍ତ ପ୍ରତିକାର ବ୍ୟବସ୍ଥା କରି କ୍ଷୟକ୍ଷତିକୁ ଯଥେଷ୍ଟ ହ୍ରାସ କରିପାରିବା ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ସ୍ଥାନୀୟ ସମ୍ପୃକ୍ତି ଦ୍ୱାରା ସ୍ଥାନୀୟ ସ୍ଥିତି ସ୍ଥାପକତା ରକ୍ଷା ମନ୍ତ୍ର ଅନୁସାରେ ଆମକୁ ସଫଳତା ମିଳିବ। ଏଥିପାଇଁ ଆମକୁ କିଛି ସର୍ବନିମ୍ନ ବିଷୟବସ୍ତୁ ଉପରେ ଧ୍ୟାନ ଦେବାକୁ ପଡିବ। ଘରର ବୟସ, ନାଳନର୍ଦ୍ଦମା, ବିଜୁଳି ଓ ଜଳଯୋଗାଣ ବ୍ୟବସ୍ଥା କେତେ ଦୃଢ ଏବଂ ଏହା ପ୍ରାକୃତିକ ବିପତ୍ତିକୁ ସମ୍ଭାଳିବାକୁ ସକ୍ଷମ କି ନୁହେଁ ସେ ବିଷୟରେ ଆମର ଜ୍ଞାନ ରହିବା ଆବଶ୍ୟକ। ଆମେ ଏ ବିଷୟରେ ସଚେତନ ରହିଲେ ବିପଦର ସଫଳ ମୁକାବିଲା କରି କ୍ଷୟକ୍ଷତି କମାଇ ପାରିବା। ସେଥିପାଇଁ ଆଗୁଆ ପଦକ୍ଷେପ ଜରୁରୀ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିପଦବେଳେ ଆହତଙ୍କୁ ଡାକ୍ତରଖାନା ନେବାର ଜରୁରୀ ଆବଶ୍ୟକତା ଥାଏ। ତେଣୁ ଆମ୍ବୁଲାନ୍ସ ନେଟୱାର୍କକୁ ଭବିଷ୍ୟତର ଆବଶ୍ୟକତା ପୂରଣ ପାଇଁ ପ୍ରସ୍ତୁତ କରିବାକୁ ହେଲେ ନୂଆ ଯୁଗର ଟେକ୍‌ନୋଲୋଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ୫ଜି ଓ ଇଣ୍ଟରନେଟ୍ ଅଫ ଥିଙ୍ଗ୍‌ସ ଆଦି ଉପଯୋଗ କରିବାକୁ ହେବ। ସେ ଆହୁରି କହିଛନ୍ତି ଯେ ‘ଆମ ପରମ୍ପରା ଓ ଟେକ୍‌ନୋଲୋଜି ଆମର ବଳ। ଏହି ଶକ୍ତି ଦ୍ୱାରା ବିପର୍ଯ୍ୟୟର ସଫଳ ମୁକାବିଲା କରି ଆମେ ପୁନର୍ବାର ମୁଣ୍ଡ ଟେକିବାର ଶ୍ରେଷ୍ଠ ମଡେଲ ଭାରତ ଏବଂ ସମଗ୍ର ବିଶ୍ୱ ପାଇଁ ପ୍ରସ୍ତୁତ କରିପାରିବା।

ନିଜର ଉଦ୍‌ବୋଧନର ଅନ୍ତିମ ପର୍ବରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱର ଯେକୌଣସି ସ୍ଥାନରେ ବିପତ୍ତି ପଡିଲେ ଭାରତ ତତ୍କାଳ ପ୍ରତିକ୍ରିୟା ପ୍ରକାଶ କରି ସାହାଯ୍ୟ ସହଯୋଗ ନିମନ୍ତେ ତତ୍ପରତା ଦେଖାଇଥାଏ। ସମଗ୍ର ବିଶ୍ୱ ମଧ୍ୟ ଅନୁରୂପ ମନୋଭାବ ପ୍ରଦର୍ଶନ କରିବା ଉଚିତ। ପ୍ରାକୃତିକ ବିପଦର ସ୍ଥାୟୀ ମୁକାବିଲା ପାଇଁ ଦୃଢ ଭିତ୍ତିଭୂମି ଓ ଢାଞ୍ଚାର ଆବଶ୍ୟକତା ରହିଛି। ଭାରତର ନେତୃତ୍ୱରେ ଗଠିତ ହୋଇଥିବା ଡିଜାଷ୍ଟର ରେଜିଲିଏଣ୍ଟ ଇନ୍‌ଫ୍ରାଷ୍ଟ୍ରକଚରେ ମେଟରେ ୧୦୦ରୁ ଅଧିକ ଦେଶ ଯୋଗ ଦେଇଛନ୍ତି। ଏସବୁ ଦେଶ ବିପତ୍ତି ପରିଚାଳନା ଓ ମୁକାବିଲାରେ ପରସ୍ପରକୁ ସାହାଯ୍ୟ ସହଯୋଗ କରିବେ  ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିଶ୍ଵର ବଡ଼ ବଡ଼ ସମସ୍ୟା ସମାଧାନ କରିବାର କ୍ଷମତା ଭାରତରେ ରହିଛି: ବିଲ ଗେଟ୍ସ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ବିଶ୍ଵର ଖ୍ୟାତନାମା ସମାଜସେବୀ ବିଲ ଗେଟ୍ସ ତାଙ୍କର ସ୍ମରଣୀୟ ଭାରତ ଗସ୍ତକୁ ନେଇ ସାମାଜିକ ଗଣମାଧ୍ୟମରେ ନିଜ ଅନୁଭୂତି ବାଣ୍ଟିଛନ୍ତି। ଏଥିରେ ସେ କହିଛନ୍ତି ଯେ ପୁଣିଥରେ ସେ ନିଶ୍ଚୟ ଭାରତ ଆସିବାକୁ ଚାହିଁବେ। କାରଣ ଏଠାରେ ପ୍ରତ୍ୟେକ ଥର ତାଙ୍କୁ ଚମତ୍କାର ଅନୁଭୂତି ମିଳିବା ସହିତ ଅନେକ କିଛି ଶିଖିବାର ସୁଯୋଗ ମିଳୁଛି। ଭାରତ ଆସିଥିବା ସମୟରେ ଶ୍ରୀ ଗେଟ୍ସ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିସବୁ କାର୍ଯ୍ୟକ୍ରମର ଫଟୋ ସେ ସାମାଜିକ ଗଣମାଧ୍ୟମରେ ଶେୟାର କରିବା ସହିତ ନିଜର ଅନୁଭୂତି ଲେଖିଛନ୍ତି।

ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ତାଙ୍କ ପାଇଁ ସମ୍ମାନର ବିଷୟ ଥିଲା ବୋଲି ବିଲ ଗେଟ୍ସ କହିଛନ୍ତି। ସେ କହିଛନ୍ତି ଯେ, ଭାରତ ସ୍ୱାସ୍ଥ୍ୟ, ଆର୍ଥିକ ଅନ୍ତର୍ଭୂକ୍ତିକରଣ, ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଏବଂ ଡିଜିଟାଲକରଣ କ୍ଷେତ୍ରରେ ପ୍ରଗତିର ନେତୃତ୍ୱ ନେଉଛି। ମୁମ୍ବାଇରେ ଯକ୍ଷ୍ମା ରୋଗୀଙ୍କ ପାଇଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଭାବେ ବ୍ୟବହୃତ ଏକ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବାକୁ ନେଇ ଶ୍ରୀ ଗେଟ୍ସ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ବିଶ୍ଵର ସବୁଠୁ ଅଧିକ ସଂଖ୍ୟକ ଯକ୍ଷ୍ମା ରୋଗୀ ଭାରତରେ ଅଛନ୍ତି। ତେଣୁ ସେମାନଙ୍କ ପାଇଁ ଏଭଳି ଚିକିତ୍ସା ବ୍ୟବସ୍ଥା ଅତି ଗୁରୁତ୍ୱପୂର୍ଣ୍ଣ। ଭାରତରୁ ଯକ୍ଷ୍ମା ଉନ୍ମୁଳନ ପାଇଁ ଅଭିନେତ୍ରୀ ଅୟିୟୋ ଶ୍ରଦ୍ଧାଙ୍କ ସହିତ ହୋଇଥିବା ଫଳପ୍ରଦ ଆଲୋଚନା ବିଷୟରେ ମଧ୍ୟ ବିଲ ଗେଟ୍ସ ଉଲ୍ଲେଖ କରିଛନ୍ତି। ମୁମ୍ବାଇ ସହର ଏକ ନୂଆ ଆଭିମୁଖ୍ୟ ନେଇ ଯକ୍ଷ୍ମା ଦୂରୀକରଣ ପ୍ରୟାସରେ ଅଗ୍ରଣୀ ରହିଛି ବୋଲି ସେ କହିଛନ୍ତି। ସେହିପରି କିଶୋର ସେତୁ ପ୍ରେମୀ ଅଂଶୁଲ ଭଟ୍ଟଙ୍କ ସହିତ ହୋଇଥିବା ଆଲୋଚନାକୁ ନେଇ ମଧ୍ୟ ଶ୍ରୀ ଗେଟ୍ସ ଖୁସି ବ୍ୟକ୍ତ କରିଛନ୍ତି।

ଦିଲ୍ଲୀ ଗସ୍ତ ଅବସରରେ ଶ୍ରୀ ଗେଟ୍ସ ପ୍ରଥମେ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନକୁ ଯାଇଥିଲେ। ମରୁଡ଼ି, ବନ୍ୟା ଏବଂ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସହନଶୀଳ ଫସଲ ବିକାଶ ସମ୍ପର୍କରେ ଜାଣି ସେ ଆନନ୍ଦିତ ହୋଇଥିଲେ। ଏହି ଅବସରରେ ସେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଭେଟିଥିଲେ ଏବଂ ଶିଶୁମାନଙ୍କର ଅନ୍ନପ୍ରାସନ ସମାରୋହରେ ସାମିଲ ହୋଇଥିଲେ। ମା’ କ୍ଷୀର ପରେ ନବଜାତ ଶିଶୁକୁ ଅନ୍ୟ ଖାଦ୍ୟ ଖୁଆଇବାର ଏହି ହିନ୍ଦୁ ପରମ୍ପରା ବାସ୍ତବରେ ପ୍ରେରଣାଦାୟୀ ବୋଲି ବିଲ ଗେଟ୍ସ କହିଛନ୍ତି। ଦିଲ୍ଲୀରେ ଧୂଆଁ ଓ ଶବ୍ଦ ପ୍ରଦୂଷଣମୁକ୍ତ ଇଲେକ୍ଟ୍ରିକ ଅଟୋ ରିକ୍ସା ଚଳାଇବାର ନିଜର ଅନୁଭୂତି ସମ୍ପର୍କରେ ଶ୍ରୀ ଗେଟ୍ସ ସାମାଜିକ ଗଣମାଧ୍ୟମରେ କହିଛନ୍ତି। ଅଙ୍ଗାରକାମ୍ଳ ମୁକ୍ତ ଏହି ବାହନ ବେଶ ପରିବେଶ ଉପଯୋଗୀ ବୋଲି ସେ କହିଛନ୍ତି।

ବିଲ ଗେଟ୍ସ ଦିଲ୍ଲୀରେ ଜି୨୦ ଶିଖର ସମ୍ମିଳନୀ ସହ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ମହିଳା ଓ କମ ଆୟବର୍ଗର ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ଡିଜିଟାଲ ଉପକରଣ ଏବଂ ଆପ୍ଲିକେସନଗୁଡ଼ିକର ବ୍ୟବହାରକୁ ନେଇ ସେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଭାରତ ସରକାରଙ୍କ ଅନ୍ୟ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ।

ବାଙ୍ଗାଲୋରର ହାଲାସୁର ଅଞ୍ଚଳରେ ଡିଜିଟାଲ ବ୍ୟାଙ୍କ ସେବା କିଭଳି ଭାବେ ଗରିବ ଓ ବଞ୍ଚିତ ସମୁଦାୟ ନିକଟରେ ପହଞ୍ଚିପାରିଛି ତାହା ଦେଖି ଶ୍ରୀ ଗେଟ୍ସ ପ୍ରଭାବିତ ହୋଇଥିଲେ। ଡାକ ବିଭାଗର କର୍ମଚାରୀମାନେ ଲୋକମାନଙ୍କ ଘର ପାଖରେ ବ୍ୟାଙ୍କ ସେବା ପହଞ୍ଚାଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଶ୍ରୀ ଗେଟ୍ସ ଡାକ କର୍ମଚାରୀ ଓ ହିତାଧିକାରୀଙ୍କ ଫଟୋ ଶେୟାର କରି ନିଜର ଅନୁଭୂତି ବାଣ୍ଟିଛନ୍ତି। ଶେଷରେ ଶ୍ରୀ ଗେଟ୍ସ କହିଛନ୍ତି ଯେ, ତାଙ୍କର ସପ୍ତାହବ୍ୟାପୀ ଭାରତ ଗସ୍ତ ବ୍ୟସ୍ତବହୁଳ ଥିଲା। ତେବେ ଏହି ଗସ୍ତ ତାଙ୍କ ପାଇଁ ପ୍ରେରଣାଦାୟୀ ଥିଲା।

ଭାରତରୁ ମିଳିଥିବା ଅଭିଜ୍ଞତା ତାଙ୍କୁ ଭବିଷ୍ୟତର ସମସ୍ୟା ସମାଧାନ କରିବାରେ ସହାୟକ ହେବ ବୋଲି ବିଲ ଗେଟ୍ସ ଆଶା ବ୍ୟକ୍ତ କରିଛନ୍ତି। ସାରା ବିଶ୍ଵ ଆଜି ଯେଉଁସବୁ ବଡ଼ ସମସ୍ୟାର ସମ୍ମୁଖିନ ହେଉଛି ତାହାର ସମାଧାନ କରିବା ଲାଗି ଆମର କ୍ଷମତା ଆହୁରି ବଡ଼, ଭାରତରୁ ଫେରିବା ପରେ ସେ ଏହା ହୃଦୟଙ୍ଗମ କରିପାରିଥିବା ଶ୍ରୀ ଗେଟ୍ସ କହିଛନ୍ତି।

Categories
ବିଶେଷ ଖବର

ଆର୍ଥିକ ସେବାର ଦକ୍ଷତା ବୃଦ୍ଧି ସଂକ୍ରାନ୍ତ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ: ଅଭିବୃଦ୍ଧି ସୁଯୋଗ ସୃଷ୍ଟି ପାଇଁ ଆର୍ଥିକ ସେବା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଉପରେ ଏକ ବଜେଟ ପରବର୍ତ୍ତୀ  ୱେବିନାର ଏଠାରେ ଅନୁଷ୍ଠିତ ହୋଇଯାଇଛି। ବଜେଟ୍ ପରବର୍ତ୍ତୀ ୧୨ଟି ୱେବିନାର ଶୃଙ୍ଖଳାରେ ଏହା ଦଶମ। ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଏହି ୱେବିନାରରେ ୨୦୨୩ ବଜେଟ୍‌ର କାର୍ଯ୍ୟକାରିତା ସମ୍ପର୍କରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ମତାମତ ଓ ପ୍ରସ୍ତାବ ଲୋଡାଯାଇଛି।

ଏଥିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏଭଳି ବଜେଟ୍ ପରବର୍ତ୍ତୀ ୱେବିନାର ମାଧ୍ୟମରେ ସରକାର ବଜେଟ୍‌ର କାର୍ଯ୍ୟକାରିତା କ୍ଷେତ୍ରରେ ମିଳିତ ମାଲିକାନ ଏବଂ ସମାନ ଅଂଶୀଦାରୀ ପାଇଁ ପଥ ଉନ୍ମୁକ୍ତ କରିଛନ୍ତି। ୱେବିନାରରେ ଉପସ୍ଥାପିତ ମତାମତ, ପ୍ରସ୍ତାବକୁ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି ଏବଂ ବଜେଟ୍‌ର କାର୍ଯ୍ୟକାରିତାରେ ତାହାକୁ ବିଚାରକୁ ନିଆଯାଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ମହାମାରୀର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ କିପରି ପଡିଛି ଏବଂ ଭାରତ ଏହାର କିଭଳି ମୁକାବିଲା କରୁଛି, ସମଗ୍ର ବିଶ୍ୱ ତା’ ଉପରେ ନଜର ରଖିଛି। ଆମ ବିତ୍ତୀୟ ଓ ଆର୍ଥିକ ନୀତି ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ତାହାର ଅର୍ଥନୀତିର ମୌଳିକ କ୍ଷେତ୍ର ଓ ସୂତ୍ରଗୁଡିକୁ ଠିକ୍ ରଖିବାରେ ସମର୍ଥ ହୋଇଛି। ବିଗତ ନ’ବର୍ଷ ଧରି ଆମେ ଆମ  ଅର୍ଥନୀତିର ମୌଳିକ ଆଧାରକୁ ସୁଦୃଢ କରିପାରିଛୁ।

ସମଗ୍ର ବଶ୍ୱ ଯେତେବେଳେ ଭାରତକୁ ସନ୍ଦେହ ଚକ୍ଷୁରେ ଦେଖୁଥିଲା ସେତେବେଳେ  ଏହାର ଅର୍ଥନୀତି, ବଜେଟ୍ ଓ ଲକ୍ଷ୍ୟ ଉପରେ ଅନେକ ଆଲୋଚନା କରୁଥିଲେ। କିନ୍ତୁ ଏହାର ରହସ୍ୟ ଭେଦ କରିବା କାହାରି ପକ୍ଷେ ସମ୍ଭବ ନ ଥିଲା। ସମସ୍ତେ ପ୍ରଶ୍ନ ଚିହ୍ନ ଳଗାଇ ପ୍ରସଙ୍ଗକୁ ଛାଡି ଦେଉଥିଲେ। ଆମ ଅର୍ଥନୀତିର ଗତି, ସ୍ଥିତି, ବିତ୍ତୀୟ ଶୃଙ୍ଖଳା, ସ୍ୱଚ୍ଛତା, ପାରଦର୍ଶିତା ସମାବେଶିତା ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଥିଲେ ଯେ ବିଶ୍ୱାସ ଓ ଆଶା ଏହାକୁ ସୁଦୃଢ କରିଛି।

Categories
ଜାତୀୟ ଖବର ବିଶେଷ ଖବର

ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିର ସମୀକ୍ଷା ପାଇଁ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନ ୭ଏଲ୍‍କେଏମ୍‍ରେ ଆସନ୍ତା ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିର ସମୀକ୍ଷା ଲାଗି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି।

ଆସନ୍ତା କିଛି ମାସ ପାଇଁ ଭାରତୀୟ ପାଣିପାଗ ବିଭାଗର (ଆଇଏମଡି)ର ପାଣିପାଗ ପୂର୍ବାନୁମାନ ଏବଂ ସାଧାରଣ ମୌସୁମୀର ସମ୍ଭାବନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା। ରବି ଫସଲ ଉପରେ ପାଣିପାଗର ପ୍ରଭାବ ଏବଂ ପ୍ରମୁଖ ଫସଲର ଆଶା କରାଯାଉଥିବା ଅମଳ ବିଷୟରେ ତାଙ୍କୁ ଅବଗତ କରାଯାଇଥିଲା। ଜଳସେଚନ ପାଇଁ ଜଳ ଯୋଗାଣ, ପଶୁଖାଦ୍ୟ ଏବଂ ପାନୀୟ ଜଳ ଉପରେ ନଜର ରଖିବା ପାଇଁ ଚାଲିଥିବା ପ୍ରୟାସର ସମୀକ୍ଷା କରାଯାଇଥିଲା। ଏହାଛଡା ଆବଶ୍ୟକ ସାମଗ୍ରୀର ଉପଲବ୍ଧତା ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତି ସମ୍ବନ୍ଧରେ ରାଜ୍ୟ ତଥା ଡାକ୍ତରଖାନା ଭିତ୍ତିଭୂମି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା। ଗ୍ରୀଷ୍ମ ପ୍ରଦାହ ଜନିତ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ହେବା ଲାଗି ସାରା ଦେଶରେ ଚାଲିଥିବା ବିଭିନ୍ନ ପ୍ରୟାସ ସଂକ୍ରାନ୍ତରେ ତାଙ୍କୁ ଅବଗତ କରାଯାଇଥିଲା।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନାଗରିକଙ୍କ ସମେତ ବିଭିନ୍ନ ହିତାଧିକାରୀଙ୍କ ପାଇଁ ପୃଥକ ସଚେତନତା ସାମଗ୍ରୀ ପ୍ରସ୍ତୁତ କରାଯିବା ଉଚିତ; ଡାକ୍ତର; ପୌରପାଳିକା ଏବଂ ପଞ୍ଚାୟତ କର୍ତ୍ତୃପକ୍ଷ; ବିପର୍ଯ୍ୟୟ ମୁକାବିଲା ଦଳ ଯେପରିକି ଅଗ୍ନିଶମ କର୍ମଚାରୀ ଇତ୍ୟାଦି। ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ପିଲାମାନେ କିଭଳି ମୁକାବିଲା କରିପାରିବେ ସେଥିପାଇଁ ସେମାନଙ୍କୁ ସଚେତନ ଲାଗି ବିଦ୍ୟାଳୟରେ ମଲ୍ଟିମିଡ଼ିଆ ବକ୍ତୃତା ଆୟୋଜନ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତପ୍ତ ପାଣିପାଗ ପାଇଁ ପ୍ରୋଟୋକଲ୍ ଅନୁଯାୟୀ କଣ କରାଯିବା ଉଚିତ୍‍ ଓ କରାନଯିବା ଉଚିତ୍‍ ତାହା ଉପଲବ୍ଧ ଫର୍ମାଟରେ ପ୍ରସ୍ତୁତ କରାଯିବା ଆବଶ୍ୟକ ଏବଂ ଜିଙ୍ଗଲ୍‌, ଚଳଚ୍ଚିତ୍ର, ପାମ୍ପଲେଟ୍ ଇତ୍ୟାଦି ପ୍ରଚାରର ବିଭିନ୍ନ ଧାରା ମଧ୍ୟ ପ୍ରସ୍ତୁତ କରାଯିବା ଉଚିତ।

ପ୍ରଧାନମନ୍ତ୍ରୀ ଆଇଏମଡିକୁ ଦୈନିକ ପାଣିପାଗ ପୂର୍ବାନୁମାନ ଜାରି କରିବାକୁ କହିଥିଲେ ଯାହାକୁ ସହଜରେ ବ୍ୟାଖ୍ୟା ଏବଂ ପ୍ରସାର କରାଯାଇପାରିବ। ଏହା ମଧ୍ୟ ଆଲୋଚନା କରାଯାଇଥିଲା ଯେ ଟିଭି ନ୍ୟୁଜ୍ ଚ୍ୟାନେଲ, ଏଫଏମ ରେଡିଓ ଇତ୍ୟାଦି ଦୈନିକ ପାଣିପାଗର ପୂର୍ବାନୁମାନକୁ ଏପରି ଢଙ୍ଗରେ ବୁଝାଇବା ପାଇଁ ପ୍ରତିଦିନ କିଛି ମିନିଟ୍ ସମୟ ଦେବେ ଯାହା ନାଗରିକମାନଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ କ୍ଷେତ୍ରରେ ସହାୟକ ହେବ।

ସମସ୍ତ ଡାକ୍ତରଖାନାର ବିସ୍ତୃତ ଅଗ୍ନି ନିରାପତ୍ତା ଅଡିଟ୍‌ର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଏବଂ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସମସ୍ତ ଡାକ୍ତରଖାନାରେ ମକ୍ ଫାୟାର ଡ୍ରିଲ କରିବାକୁ କହିଛନ୍ତି। ଜଙ୍ଗଲ ଅଗ୍ନିକାଣ୍ଡର ମୁକାବିଲା ପାଇଁ ଏକ ସମନ୍ୱିତ ପ୍ରୟାସର ଆବଶ୍ୟକତା ମଧ୍ୟ ଦର୍ଶାଯାଇଛି। ଜଙ୍ଗଲ ଅଗ୍ନିକାଣ୍ଡକୁ ରୋକିବା ଏବଂ ଏହାର ମୁକାବିଲା ପାଇଁ ପ୍ରୟାସକୁ ସମର୍ଥନ କରିବା ଲାଗି ଢାଞ୍ଚାଗତ ପରିବର୍ତ୍ତନ କରାଯିବା ଉପରେ ଆଲୋଚନା ହୋଇଥିଲା।

ପ୍ରଧାନମନ୍ତ୍ରୀ ପଶୁଖାଦ୍ୟ ଏବଂ ଜଳଭଣ୍ଡାରରେ  ଜଳର ଉପଲବ୍ଧତା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିକୂଳ ପାଣିପାଗ ସ୍ଥିତିରେ ଶସ୍ୟର ସର୍ବୋଚ୍ଚ ସଂରକ୍ଷଣ ନିଶ୍ଚିତ କରିବାକୁ ଭାତରୀୟ ଖାଦ୍ୟ ନିଗମକୁ କୁହାଯାଇଛି।

ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସଚିବ, କୃଷି ଏବଂ କୃଷକ କଲ୍ୟାଣ ବିଭାଗର ସଚିବ, ଭୂ ବିଜ୍ଞାନ ବିଭାଗ ସଚିବ ଏବଂ ଏନଡିଏମଏର ସଦସ୍ୟ ସଚିବ ଅଂଶଗ୍ରହଣ କରିଥିଲେ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ସ୍ୱାସ୍ଥ୍ୟ ଓ ଚିକିତ୍ସା ଗବେଷଣା ଉପରେ ବଜେଟ୍‌ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱାସ୍ଥ୍ୟ ଓ ଚିକିତ୍ସା ଗବେଷଣା’ ବିଷୟବସ୍ତୁ ଉପରେ ଆଧାରିତ ଏକ ବଜେଟ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି। ୨୦୨୩ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଯୋଜନା ଓ କାର୍ଯ୍ୟକ୍ରମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ମତାମତ ଓ ପରାମର୍ଶ ଲୋଡ଼ିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଆୟୋଜିତ ୧୨ଟି ବଜେଟ୍‌ ପରବର୍ତ୍ତୀ ୱେବିନାର ମଧ୍ୟରୁ ଏହା ନବମ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶରେ ସ୍ୱାସ୍ଥ୍ୟ ସେବାକୁ କୋଭିଡ ମହାମାରୀ ପୂର୍ବ ଏବଂ ପରବର୍ତ୍ତୀ ବ୍ୟବସ୍ଥା ଭାବେ ଦେଖାଯିବା ଉଚିତ୍‌। ସେ କହିଥିଲେ ଯେ, ମହାମାରୀ ସବୁଠୁ ସମୃଦ୍ଧ ଦେଶର ମଧ୍ୟ ପରୀକ୍ଷା ଦେଇଥିଲା। ମହାମାରୀ କାରଣରୁ ବିଶ୍ୱସ୍ତରରେ ସ୍ୱାସ୍ଥ୍ୟସେବା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା, ଅନ୍ୟପଟେ ଭାରତ ଗୋଟିଏ ପାଦ ଆଗକୁ ଯାଇ ୱେଲନେସ ବା ଆରୋଗ୍ୟ ଉପରେ ଗୁରୁତ୍ୱାରୋପ କରିଥିଲା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ‘‘ଏହି କାରଣରୁ ‘‘ଆମେ ବିଶ୍ୱ ଆଗରେ – ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ’ ର ଲକ୍ଷ୍ୟ ରଖିଛୁ। ଏଥିରେ ସମ୍ପୂର୍ଣ୍ଣ ଜୀବଜଗତ- ମଣିଷ, ପଶୁ ଓ ପୃଥିବୀ ପାଇଁ ଏକ ସାମଗ୍ରିକ ସ୍ୱାସ୍ଥ୍ୟସେବା ସାମିଲ ରହିଛି’’, ସେ କହିଥିଲେ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ମହାମାରୀ ସମୟରେ ଯୋଗାଣ ଶୃଙ୍ଖଳା ସଂକ୍ରାନ୍ତରେ ସମସ୍ତଙ୍କୁ ଏକ ଶିକ୍ଷା ମିଳିଛି ଏବଂ ଏହା ଚିନ୍ତାର ଏକ କାରଣ ପାଲଟିଯାଇଛି। ମହାମାରୀ ସଂକ୍ରମଣ ଶୀର୍ଷ ଛୁଇଁଥିବା ସମୟରେ ଔଷଧ, ଟିକା ଓ ଚିକିତ୍ସା ଉପକରଣ ଭଳି ଜୀବନ ରକ୍ଷାକାରୀ ଉପକରଣକୁ ଅସ୍ତ୍ରଶସ୍ତ୍ର ଭାବେ ବ୍ୟବହାର କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନିରାଶା ବ୍ୟକ୍ତ କରିଥିଲେ। ଗତ କିଛି ବର୍ଷଗୁଡ଼ିକରେ ଆଗତ ବଜେଟରେ ବିଦେଶୀ ରାଷ୍ଟ୍ର ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିବା ଉପରେ ସରକାର ଜୋର ଦେଇଥିବା ଶ୍ରୀ ମୋଦୀ କହିଥିଲେ ଏବଂ ଏ ସଂକ୍ରାନ୍ତ ସବୁ ଅଂଶୀଦାରମାନଙ୍କର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତାର ବହୁ ଦଶନ୍ଧି ପରେ ମଧ୍ୟ ଦେଶରେ ସ୍ୱାସ୍ଥ୍ୟସେବା ପାଇଁ ଏକ ସମନ୍ୱିତ ଦୀର୍ଘକାଳୀନ ଦୂରଦୃଷ୍ଟିର ଅଭାବ ରହିଆସିଥିଲା। ଆମେ ଏବେ କେବଳ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାସ୍ଥ୍ୟସେବା ବିଷୟକୁ ସୀମିତ ନକରି ଏକ ସାମଗ୍ରିକ ସରକାର ବା ହୋଲ୍‌-ଅଫ୍‌ ଦ ଗଭର୍ଣ୍ଣମେଣ୍ଟ ଦୃଷ୍ଟିକୋଣ ନେଇ ଆଗକୁ ବଢ଼ୁଛୁ। ‘‘ଚିକିତ୍ସାକୁ ଶସ୍ତା ଓ ସୁଲଭ କରିବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଆସିଛି’’, ବୋଲି ସେ କହିବା ସହିତ ଆୟୁଷ୍ମାନ ଭାରତ ଯୋଜନାରେ ଗରିବ ଲୋକମାନଙ୍କୁ ମାଗଣା ଚିକିତ୍ସା ମିଳିବା କାରଣରୁ ସେମାନଙ୍କର ୮୦ ହଜାର କୋଟି ଟଙ୍କାରୁ ଅଧିକ ସଞ୍ଚୟ ହୋଇଥିବା ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ୭ ତାରିଖରେ ଜନ ଔଷଧି ଦିବସ ପାଳନ କରାଯିବ। ଦେଶରେ ଏବେ ୯ ହଜାର ଜନ ଔଷଧି କେନ୍ଦ୍ର ଜରିଆରେ ଶସ୍ତା ଦରରେ ଲୋକମାନଙ୍କୁ ଔଷଧ ଯୋଗାଇ ଦିଆଯାଉଛି। ଏହାଦ୍ୱାରା ସାରା ଦେଶର ଗରିବ ଓ ମଧ୍ୟବିତ୍ତ ଲୋକମାନଙ୍କର ପ୍ରାୟ ୨୦ ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଏହାର ଅର୍ଥ ହେଉଛି କେବଳ ଏହି ଦୁଇଟି ଯୋଜନା ନାଗରିକମାନଙ୍କର ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ସଞ୍ଚୟ କରିପାରିଛି।

ଗମ୍ଭୀର ରୋଗ ଚିକିତ୍ସା ପାଇଁ ଏକ ଦୃଢ଼ ସ୍ୱାସ୍ଥ୍ୟ ଭିତ୍ତିଭୂମି ଜରୁରି ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। ସରକାରଙ୍କ ପ୍ରାଥମିକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ସାରା ଦେଶରେ ଜନବସତି ନିକଟରେ ଦେଢ଼ ଲକ୍ଷ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିକଶିତ କରାଯାଉଛି ଯେଉଁଠି ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ର ଏବଂ ପ୍ରାଥମିକ ଚିକିତ୍ସା ସୁବିଧା ମିଳିପାରିବ। ମଧୁମେହ, କର୍କଟ ଓ ହୃଦରୋଗ ଭଳି ଗମ୍ଭୀର ଅସୁସ୍ଥତାର ଯାଞ୍ଚ କରିବା ପାଇଁ ମଧ୍ୟ ଏସବୁ କେନ୍ଦ୍ରରେ ସୁବିଧା ମିଳିପାରିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ବିକଶିତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଛୋଟ ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ଉପଲବ୍ଧ ହେଉଛି। ଏହାଦ୍ୱାରା କେବଳ ନୂଆ ଡାକ୍ତରଖାନା ନିର୍ମାଣ ହେଉ ନାହିଁ ବରଂ ଏକ ନୂଆ ଏବଂ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମ ପ୍ରସ୍ତୁତ ହେଉଛି। ଯାହାଫଳରେ, ସ୍ୱାସ୍ଥ୍ୟ ଉଦ୍ୟମୀ, ନିବେଶ ଓ ପେସାଦାରଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇପାରୁଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଏହି କ୍ଷେତ୍ରରେ ମାନବ ସମ୍ବଳ ସୃଷ୍ଟି ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ କିଛି ବର୍ଷ ମଧ୍ୟରେ ଦେଶରେ ୨୬୦ରୁ ଅଧିକ ନୂଆ ମେଡ଼ିକାଲ କଲେଜ ଖୋଲାଯାଇଛି। ଫଳରେ ୨୦୧୪ ତୁଳନାରେ ଡାକ୍ତରୀ ସ୍ନାତକ ଏବଂ ସ୍ନାତକୋତ୍ତର ସିଟ୍‌ ସଂଖ୍ୟା ଦୁଇଗୁଣା ବୃଦ୍ଧି ପାଇଛି। ଚଳିତ ବର୍ଷର ବଜେଟରେ ନର୍ସିଂ କ୍ଷେତ୍ର ପ୍ରତି ଗୁରୁତ୍ୱାରୋପ କରାଯାଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ସେ କହିଥିଲେ, ‘‘ମେଡ଼ିକାଲ କଲେଜ ନିକଟରେ ୧୫୭ଟି ନୂଆ ନର୍ସିଂ କଲେଜ ଖୋଲାଯିବାର ନିଷ୍ପତ୍ତି ସ୍ୱାସ୍ଥ୍ୟ ସେବା ମାନବ ସମ୍ବଳ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ। ଏହା ଘରୋଇ ଆବଶ୍ୟକତା ସହିତ ବିଶ୍ୱସ୍ତରରେ ଦେଖାଦେବାକୁ ଥିବା ଚାହିଦା ପୂରଣ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇପାରିବ।’’

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତିର ଭୂମିକା ନିରନ୍ତର ଭାବେ ସ୍ୱାସ୍ଥ୍ୟ ସେବାକୁ ସୁଲଭ ଓ ଶସ୍ତା କରୁଛି। ଏହି କ୍ଷେତ୍ରରେ ପ୍ରଯୁକ୍ତିକୁ କାର୍ଯ୍ୟକାରୀ କରିବା ଲାଗି ସରକାର ଧ୍ୟାନ ଦେଉଥିବା ସେ ସୂଚନା ଦେଇଥିଲେ। ‘‘ଡିଜିଟାଲ ହେଲଥ୍‌ ଆଇଡି ମାଧ୍ୟମରେ ଆମେ ନାଗରିକମାନଙ୍କୁ ଠିକ୍‌ ସମୟରେ ଚିକିତ୍ସା ଦେବା ଯୋଗାଇ ଦେବାକୁ ଚାହୁଁଛୁ। ୧୦ କୋଟି ଲୋକ ଇ-ସଞ୍ଜିବନୀ ଭଳି ଯୋଜନା ମାଧ୍ୟମରେ ଟେଲି ଚିକିତ୍ସା ପରାମର୍ଶ ପାଇବାରେ ସଫଳ ହୋଇଛନ୍ତି,’’ ସେ କହିଥିଲେ। ଏହି କ୍ଷେତ୍ରରେ ଷ୍ଟାର୍ଟଅପ୍ସ ପାଇଁ ୫ଜି ପ୍ରଯୁକ୍ତି ଏକ ନୂଆ ସୁଯୋଗ ସୃଷ୍ଟି କରୁଛି। ଔଷଧ ବିତରଣ ଏବଂ ଯାଞ୍ଚ ସେବା ଯୋଗାଇ ଦେବା ଦିଗରେ ଡ୍ରୋନ ଭଳି ପ୍ରଯୁକ୍ତି ଏହି କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଛି। ‘‘ଉଦ୍ୟମୀମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଏବଂ ଏହା ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପାଇଁ ଆମ ପ୍ରୟାସକୁ ଏକ ବଡ଼ ପ୍ରୋତ୍ସାହନ ଦେବ,’’ ସେ କହିଥିଲେ। ତେବେ କୌଣସି ପ୍ରଯୁକ୍ତି ଆମଦାନୀ ନକରିବାକୁ ସେ ଉଦ୍ୟମୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କ୍ଷେତ୍ରରେ ଆବଶ୍ୟକ ସଂସ୍ଥାଗତ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ମେଡ଼ିକାଲ ଉପକରଣ କ୍ଷେତ୍ରରେ ଅଣାଯାଇଥିବା ନୂଆ ଯୋଜନା ଉପରେ ସେ ଆଲୋକପାତ କରିଥିଲେ। ପାଇକାରୀ ଔଷଧ ଉତ୍ପାଦନ ପାର୍କ, ଚିକିତ୍ସା ଉପକରଣ ପାର୍କ, ପିଏଲଆଇ ଯୋଜନା ଉପରେ ୩୦ ହଜାରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବା ବିଷୟରେ ପ୍ରଧାନମନ୍ତ୍ରୀ କହିବା ସହିତ ଗତ କିଛି ବର୍ଷ ମଧ୍ୟରେ ମେଡ଼ିକାଲ ଉପକରଣ କ୍ଷେତ୍ରରେ ୧୨-୧୪ ପ୍ରତିଶତ ଅଭିବୃଦ୍ଧି ଆସିଥିବା ସୂଚନା ଦେଇଥିଲେ। ସେ କହିଥିଲେ ଯେ ଏହି କ୍ଷେତ୍ରର ଆକାର ଆଉ କିଛି ବର୍ଷ ମଧ୍ୟରେ ୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବାକୁ ଯାଉଛି।  ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଭବିଷ୍ୟତର ଚିକିତ୍ସା ପ୍ରଯୁକ୍ତି ଏବଂ ହାଇ ଏଣ୍ଡ ଉତ୍ପାଦନ ଓ ଗବେଷଣା କ୍ଷେତ୍ରରେ ଭାରତ କୁଶଳୀ ଶ୍ରମ ଶକ୍ତିଙ୍କୁ ପ୍ରସ୍ତୁତ କରିବା ଲାଗି କାର୍ଯ୍ୟ ଆରମ୍ଭ କରିଛି। ଆଇଆଇଟି ଭଳି ଶିକ୍ଷାନୁଷ୍ଠାନରେ ବାୟୋମେଡ଼ିକାଲ ଇଞ୍ଜିନିୟରିଂ ପାଠ୍ୟକ୍ରମ ଆରମ୍ଭ କରାଯିବ। ଏ କ୍ଷେତ୍ରରେ ଉଦ୍ୟୋଗ-ଶିକ୍ଷାନୁଷ୍ଠାନ ଏବଂ ସରକାରଙ୍କ ସହଭାଗିତା ପାଇଁ ମାର୍ଗ ସନ୍ଧାନ କରିବା ନିମନ୍ତେ ସେ ଆହ୍ୱାନ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ଫାର୍ମା କ୍ଷେତ୍ର ପ୍ରତି ବିଶ୍ୱର ବିଶ୍ୱାସ ବୃଦ୍ଧି ପାଉଛି। ଏହାର ସଦୁପଯୋଗ କରିବା ସହିତ ଭାରତର ସମ୍ମାନ ବଜାୟ ରଖିବା ଉପରେ ସେ ଜୋର ଦେଇଥିଲେ। ଶ୍ରୀ ମୋଦୀ ଏହି ଅବସରରେ ସୂଚନା ଦେଇଥିଲେ ଯେ, ଉତ୍କର୍ଷ କେନ୍ଦ୍ର ଜରିଆରେ ଫାର୍ମା କ୍ଷେତ୍ରରେ ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଲାଗି ଏକ ନୂଆ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଉଛି। ଏହା ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ‘‘ଭାରତରେ ଫାର୍ମା କ୍ଷେତ୍ରର ଆକାର ଆଜି ୪ ଲକ୍ଷ କୋଟି ଟଙ୍କା ରହିଛି,’’ ପ୍ରଧାନମନ୍ତ୍ରୀ କହିଥିଲେ। ଘରୋଇ କ୍ଷେତ୍ର ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ସମନ୍ୱୟ ଆଣିବା ଉପରେ ସେ ଜୋର ଦେଇଥିଲେ କାରଣ ଏହାଦ୍ୱାରା ଫାର୍ମା ବଜାରର ଆକାର ୧୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଯିବ। ଏହି କ୍ଷେତ୍ରରେ ଅଧିକ ଗବେଷଣା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଗବେଷଣା ଉଦ୍ୟୋଗ ପାଇଁ ଆଇସିଏମଆର ଦ୍ୱାରା ବହୁସଂଖ୍ୟାରେ ନୂଆ ପରୀକ୍ଷାଗାର ଖୋଲାଯାଉଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ।

ନିରାକରଣ ଆଧାରିତ ସ୍ୱାସ୍ଥ୍ୟ ସେବା ଦିଗରେ ସରକାରଙ୍କ ପ୍ରୟାସର ପ୍ରଭାବ ବିଷୟରେ ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ସ୍ୱଚ୍ଛତା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ, ଧୂଆଁଜନିତ ରୋଗ ପାଇଁ ଉଜ୍ଜ୍ୱଳା ଯୋଜନା, ଜଳବାହିତ ରୋଗ ମୁକାବିଲା ପାଇଁ ଜଳ ଜୀବନ ମିଶନ ଏବଂ ଆନିମିଆ ଓ ଅପପୁଷ୍ଟି ଭଳି ରୋଗ ମୁକାବିଲା ପାଇଁ ଜାତୀୟ ପୋଷଣ ଅଭିଯାନ ଭଳି କାର୍ଯ୍ୟକ୍ରମ ବିଷୟରେ ସେ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଉପରେ ମାଣ୍ଡିଆ, ବାଜରା ଜାତୀୟ ଶସ୍ୟ ବା ମିଲେଟ୍‌ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେବ। ସରକାର ଏହାକୁ ଶ୍ରୀ ଅନ୍ନ ନାମ ଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ମିଶନ ଇନ୍ଦ୍ରଧନୁଷ, ଯୋଗ, ଫିଟ୍‌ ଇଣ୍ଡିଆ ଆନ୍ଦୋଳନ ଏବଂ ଆୟୁର୍ବେଦ ଆଦି ଲୋକମାନଙ୍କୁ ରୋଗ ସଂକ୍ରମଣରୁ ରକ୍ଷା କରୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅଧୀନରେ ଭାରତରେ ପାରମ୍ପରିକ ଚିକିତ୍ସା ପାଇଁ ବୈଶ୍ୱିକ କେନ୍ଦ୍ର ପ୍ରତିଷ୍ଠା ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଆୟୁର୍ବେଦ କ୍ଷେତ୍ରରେ ପ୍ରମାଣ ଆଧାରିତ ଗବେଷଣା ପାଇଁ ତାଙ୍କର ଅନୁରୋଧକୁ ଦୋହରାଇଥିଲେ।

ଆଧୁନିକ ଚିକିତ୍ସା ଭିତ୍ତିଭୂମି ଠାରୁ ଆରମ୍ଭ କରି ଡାକ୍ତରୀ ମାନବ ସମ୍ବଳ ସୃଷ୍ଟି ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ରେଖାପାତ କରି ଶ୍ରୀ ମୋଦୀ କହିଥିଲେ ଯେ, ଭାରତର ନୂତନ ସାମର୍ଥ୍ୟ କେବଳ ନିଜର ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା ସୁଯୋଗାଇ ଦେବାରେ ସୀମିତ ନୁହେଁ ବରଂ ଭାରତକୁ ବିଶ୍ୱର ସବୁଠୁ ଆକର୍ଷଣୀୟ ଚିକିତ୍ସା ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀରେ ପରିଣତ କରିବା ଏହାର ଲକ୍ଷ୍ୟ। ସେ କହିଥିଲେ ଯେ, ଚିକିତ୍ସା ପର୍ଯ୍ୟଟନ ଭାରତରେ ଏକ ବିଶାଳ କ୍ଷେତ୍ର ଏବଂ ଏହା ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଏକ ବିଶାଳ ମାଧ୍ୟମ ପାଲଟିଛି।

ଅଭିଭାଷଣ ଶେଷରେ, ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ସବ୍‌କା ପ୍ରୟାସ (ସମସ୍ତଙ୍କ ଉଦ୍ୟମ) ବଳରେ ଭାରତରେ ଏକ ବିକଶିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଇକୋସିଷ୍ଟମ ନିର୍ମାଣ କରାଯାଇପାରିବ ଏବଂ ଏହି କ୍ଷେତ୍ରରେ ନିଜ ନିଜର ମୂଲ୍ୟବାନ ପରାମର୍ଶ ଦେବା ପାଇଁ ସେ ସବୁ ଅଂଶୀଦାରମାନଙ୍କୁ ଅନୁରୋଧ କରିଥିଲେ। ‘‘ଏକ ସୁଦୃଢ଼ ରୋଡମ୍ୟାପ ସହିତ ବାଞ୍ଛିତ ଲକ୍ଷ୍ୟ ହାସଲ ପାଇଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆମେ ବଜେଟ୍‌ରେ ଘୋଷଣା କରାଯାଇଥିବା ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରିବା ଉଚିତ୍‌। ସବୁ ଅଂଶୀଦାରମାନଙ୍କୁ ସାଥୀରେ ନେଇ ଆସନ୍ତା ବଜେଟ୍‌ ପୂର୍ବରୁ ସବୁ ସଂକଳ୍ପକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ନିଜ ଅଭିଜ୍ଞତାର ଲାଭ ଉଠାଇବାକୁ ପଡ଼ିବ,’’ ସେ ଅଂଶୀଦାରମାନଙ୍କୁ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

“ଏଜେନ୍ସିର ଅପବ୍ୟବହାର” ଅଭିଯୋଗ: କଂଗ୍ରେସ ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆଠଟି ବିରୋଧୀ ଦଳ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ନେଇ ଚାଲିଥିବା ରାଜନୈତିକ ଲଢେଇ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଠଟି ବିରୋଧୀ ଦଳ ଚିଠି ଲେଖି କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ଅଭିଯୋଗ କରିଛନ୍ତି। ତେବେ ବିରୋଧୀଦଳ ନେତାଙ୍କ ଦସ୍ତଖତ କରିଥିବା ଏହି ଚିଠିରେ କଂଗ୍ରେସ ଅନ୍ତର୍ଭୁକ୍ତ ନୁହେଁ। ଏହି ଚିଠିରେ ଦସ୍ତଖତ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ସିଏମ ଚନ୍ଦ୍ରଶେଖର ରାଓ, ଜେ.କେ.ସି ମୁଖ୍ୟ ଫାରୁକ୍ ଅବଦୁଲ୍ଲା, ଏଆଇଟିସି ମୁଖ୍ୟ ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାୱାର, ଉଦ୍ଧବ ଠାକରେ, ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ସିଏମ ଭଗବନ୍ତ ମନ, ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏବଂ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଏଥିରେ ସାମିଲ ହୋଇଛନ୍ତି।

ଚିଠିରେ କୁହାଯାଇଛି ଯେ, “ଆମେ ଆଶା କରୁଛୁ ଯେ, ଭାରତ ତଥାପି ଏକ ଗଣତାନ୍ତ୍ରିକ ଦେଶ ଆପଣ ଏଥିରେ ସହମତ ହେବେ। ବିରୋଧୀ ଦଳର ସଦସ୍ୟଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଦର୍ଶାଉଛି ଯେ, ଆମେ ଗଣତନ୍ତ୍ରର ସ୍ଵାଧୀନତା ଠାରୁ ଦୂରେଇଯାଉଛେ।” ବିରୋଧୀ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ, ଦୀର୍ଘ ଦିନ ଧରି ତଦନ୍ତ ପରେ ମନୀଷ ସିସୋଦିଆଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରିଛି। ୨୦୧୪ ପରଠାରୁ ବିରୋଧୀମାନଙ୍କୁ ଅନୁସନ୍ଧାନକାରୀ ଏଜେନ୍ସି ଦ୍ଵାରା ଗିରଫ, ଚଢାଉ କିମ୍ବା ଜେରା ସର୍ବାଧିକ ସଂଖ୍ୟାରେ କରାଯାଇଛି।

ବିରୋଧୀଦଳର ନେତାମାନେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ସର୍ମାଙ୍କ ଉଦାହରଣ ଦେଇଛନ୍ତି। ଯେତେବେଳେ ସେ କଂଗ୍ରେସରେଥିଲେ ସେତେବେଳେ ଯିଏକି ସିବିଆଇ ଏବଂ ଇଡି ସ୍କାନରରେ ଥିଲେ। ସେ ୨୦୧୪ ଏବଂ ୨୦୧୫ ରେ ସାରଦା ଚିଟ୍ ଫଣ୍ଡ ଦୁର୍ନୀତିରେ ଥିଲେ। ଚିଠିରେ ଲେଖାଥିଲା, “ସରମା ବିଜେପିରେ ଯୋଗଦେବା ପରେ ଏହି ମାମଲା ଆଗକୁ ବଢିନଥିଲା। ସେହିଭଳି ପୂର୍ବତନ ଟିଏମସି ନେତା ଶୁଭେନ୍ଧୁ ଅଧିକାରୀ ଏବଂ ମୁକୁଲ ରୟ ନାରଦା ଷ୍ଟିଙ୍ଗ ଅପରେସନ୍ ମାମଲାରେ ଇଡି ଏବଂ ସିବିଆଇ ଯାଞ୍ଚରେ ଥିଲେ ମଧ୍ୟ କୌଣସି ଅଗ୍ରଗତି ହୋଇନାହିଁ। ସେମାନେ ବିଜେପିରେ ଯୋଗଦେବା ପରଠାରୁ ସେମାନଙ୍କ ମାମଲାରେ ମନ୍ଥର ହୋଇଛି। ୨୦୧୪ ପରଠାରୁ ବିରୋଧୀଦଳର ନେତାଙ୍କ ବିରୋଧରେ ଚଢାଉ, ମାମଲା ପଞ୍ଜୀକୃତ ତଥା ଗିରଫଦାରୀରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

ଲାଲୁ ପ୍ରସାଦ ଯାଦବ (ରାଷ୍ଟ୍ରିୟ ଜନତା ଦଳ), ସଞ୍ଜୟ ରାଉତ (ଶିବସେନା), ଆଜାମ ଖାନ (ସମାଜବାଦୀ ପାର୍ଟି), ନବାବ ମଲିକ ଏବଂ ଅନୀଲ ଦେଶମୁଖ (ଏନସିପି), ଅଭିଷେକ ବାନାର୍ଜୀ (ଟିଏମସି) ଭଳି ବିରୋଧୀ ଦଳର ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ନିର୍ବାଚନ ସମୟରେ ଏଭଳି ଅନେକ ମାମଲାରେ ଗିରଫଦାରୀ ଘଟିଛି ଏବଂ ଏହା ସ୍ପଷ୍ଟ ହୋଇଛି ଯେ, ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ପ୍ରକାଶ ଯେ, ନ୍ୟାସନାଲ ହେରାଲ୍ଡ ଖବରକାଗଜ ଚଳାଉଥିବା କମ୍ପାନୀ ୟଙ୍ଗ ଇଣ୍ଡିଆର ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ଅଧିଗ୍ରହଣ ସହ ଜଡିତ ଅର୍ଥ ହେରଫେର ଅଭିଯୋଗରେ ଗାନ୍ଧୀ ପରିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଅନୁସନ୍ଧାନ କରୁଛି। ଗତ ବର୍ଷ ଇଡି ଉଭୟ ରାହୁଲ ଗାନ୍ଧୀ ଏବଂ ତାଙ୍କ ମା ସୋନିଆ ଗାନ୍ଧୀଙ୍କୁ ଜେରା କରିଥିଲେ।

Categories
ବିଶେଷ ଖବର

“ଭିତ୍ତିଭୂମି ଓ ପୁଞ୍ଜିନିବେଶ’ ସମ୍ପର୍କରେ ବଜେଟ୍ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିତ୍ତିଭୂମି ଓ ପୁଞ୍ଜିନିବେଶ ସମ୍ପର୍କରେ ବଜେଟ୍ ପରବର୍ତ୍ତୀ ଏକ ୱେବିନାରରେ ଏଠାରେ ଉଦ୍ବୋଧନ ଦେଇଛନ୍ତି। ସମଗ୍ର ବିଷୟଟି ହେଲା “ଭିତ୍ତିଭୂମି ଓ ନିବେଶ: ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ମାଧ୍ୟମରେ ଲଜିଷ୍ଟିକ ଦକ୍ଷତା ବୃଦ୍ଧି।” ୨୦୨୩-୨୪ ଆର୍ଥିକ ବର୍ଷର କେନ୍ଦ୍ର୍ରୀୟ ବଜେଟ ଉପରେ ଯେଉଁ ୧୨ଟି ୱେବିନାର ପରିକଳ୍ପନା କରାଯାଇଛି , ସେହି ଶୃଙ୍ଖଳାର ଏହା ଅଷ୍ଟମ ବଜେଟ୍ ପରବର୍ତ୍ତୀ ଆଲୋଚନା। ଏହି ସବୁ ୱେବିନାର ଆୟୋଜନ କରି ସରକାର ବଭିନ୍ନ ବର୍ଗ ଓ ପକ୍ଷଙ୍କ ମତାମତ ଏବଂ ପ୍ରସ୍ତାବକୁ ଶୁଣୁଛନ୍ତି ଏବଂ ବଜେଟ୍ର କାର୍ଯ୍ୟକାରିତାରେ ତାହାକୁ ଆବଶ୍ୟକସ୍ଥଳେ ବ୍ୟବହାର କରିବାର ସିଦ୍ଧାନ୍ତ ଦେଇଛନ୍ତି।

ୱେବିନାରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏଥିରେ ୭୦୦ରୁ ଅଧିକ ମୁଖ୍ୟ କାର୍ଯ୍ୟନିର୍ବାହୀ,ପରିଚାଳନ ନିର୍ଦ୍ଦେଶକଙ୍କ ଉପସ୍ଥିତି ତାଙ୍କୁ ଆନନ୍ଦ ଦେଇଛି। ଏହି ଉପସ୍ଥାନରୁ ୱେବିନାରର ଗୁୁରୁତ୍ୱ ସହଜରେ ବୁଝି ହେଉଛି। ସବୁ କ୍ଷେତ୍ରର ବିଶେଷଜ୍ଞ ଓ ବିଭିନ୍ନ ସମ୍ପୃକ୍ତ ପକ୍ଷ ଏହି ୱେବିନାରକୁ ସଫଳ ତଥା ପ୍ରଭାବଶାଳୀ କରିବେ ବୋଲି କହି ତାଙ୍କର ଦୃଢ ବିଶ୍ୱାସ ରହିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏଥରର କେନ୍ଦ୍ରୀୟ ବଜେଟ୍ ଭିତ୍ତିଭୂମି କ୍ଷେତ୍ରକୁ ନୂଆ ଊର୍ଜା ପ୍ରଦାନ କରିବ। ବଜେଟ୍ ଓ ତାହାର ଗୁରୁତ୍ୱପୂର୍ଣ୍ଣ ତଥା ରଣକୌଶଳାତ୍ମକ ନିଷ୍ପତ୍ତିକୁ ବିଭିନ୍ନ ଗଣମାଧ୍ୟମ ଓ ବିଶେଷଜ୍ଞ ଯେଉଁସବୁ ପ୍ରଶଂସା କରିଛନ୍ତି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଭାରତର କ୍ୟାପେକ୍ସ (ପୁଞ୍ଜି ଖର୍ଚ୍ଚ) ୨୦୧୩-୧୪ ତୁ୍ଳନାରେ ପାଞ୍ଚଗୁଣ ବଢିଛି। “ଜାତୀୟ ଭିତ୍ତିଭୂମି ପାଇପ ଲାଇନ’ ଯୋଜନାରେ ୧୧୦ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତ୍ୟେକ ସମ୍ପୃକ୍ତ ପକ୍ଷଙ୍କ ପାଇଁ ଏହା ଏକ ନୂଆ ଦାୟିତ୍ୱ, ନୂତନ ସମ୍ଭାବନା ଓ ଦୃଢ ନିଷ୍ପତ୍ତି ନେବାର ସମୟ” ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୌଣସି ଦେଶର ନିରନ୍ତର ବିକାଶରେ ଭିତ୍ତିଭୂମି ଏକ ଗୁରୁ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏହା ମଧ୍ୟ ଦେଶର ଭବିଷ୍ୟତ ପ୍ରତି ଆବଶ୍ୟକ ଗୁରୁତ୍ୱ ଦେଇଥାଏ। ଯେଉଁମାନଙ୍କର ଇତିହାସ ଜ୍ଞାନ ରହିଛି ସେମାନେ ଏ ସମ୍ପର୍କରେ ଅବଗତ। ଚନ୍ଦ୍ରଗୁପ୍ତଙ୍କ ଦ୍ୱାରା ନିର୍ମିତ ଉତ୍ତରାପଥର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଗୁରୁତ୍ୱପୂର୍ଣ୍ଣ ସଡକ ବିକାଶ କାର୍ଯ୍ୟ ଅଶୋକଙ୍କ ଦ୍ୱାରା ହୋଇଥିଲା ଏବଂ ଶେର ଶାହା ସୁରୀ ଏହାର ଆହୁରି ଉନ୍ନତି କରିଥିଲେ। ବ୍ରିଟିଶ ଶାସକ ମାନେ ଏହାକୁ ଗ୍ରାଣ୍ଡ ଟ୍ରଙ୍କ ରୋଡରେ ପରିଣତ କରିଥିଲେ। ଭାରତରେ ରାଜପଥର ଗୁରୁତ୍ୱ ହଜାର ହଜାର ବର୍ଷ ଧରି ସ୍ୱୀକୃତ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ରିଭର ଫ୍ରଣ୍ଟ ଓ ଜଳପଥଗୁଡିକ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବନାରସର ଘାଟ ସବୁ ଏକଦା ସିଧାସଳଖ ଜଳପଥରେ କଲିକତା ସହ ସଂଯୁକ୍ତ ଥିଲା। ତାମିଲନାଡୁର ୨୦୦୦ ବର୍ଷର ପୁରୁଣା କଲ୍ଲନାଇ ଡ୍ୟାମ ଏବେ ବି କିପରି ସଫଳ ରହିଛି ତାହାର ଉଦାହାରଣ ପ୍ରଧାନମନ୍ତ୍ରୀ ଦେଇଥିଲେ। ପୂର୍ବ ସରକାର ସମୟରେ ଦେଶରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଯେଉଁ ପ୍ରତିବନ୍ଧକ ଥିଲା ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେଥିରେ ବଡ ସମସ୍ୟାଟି ଥିଲା ମାନସିକତା । ସେହି ମାନସିକତାରେ ଦାରିଦ୍ର୍ୟକୁ ଏକ ପୂଣ୍ୟଭାବେ ଗ୍ରହଣ କରାଯାଉଥିଲା। ବର୍ତ୍ତମାନର ସରକାର ସେହି ମାନସିକତା ଦୂର କରିବାରେ ସଫଳ ହୋଇଛନ୍ତି ଏବଂ ଆଧୁନିକ ଭିତ୍ତିଭୂମିରେ ରେକର୍ଡ ପରିମାଣର ପୁଞ୍ଜିନିବେଶ କରିବାରେ ସଫଳତା ଅର୍ଜନ କରିଛନ୍ତି।

ବର୍ତ୍ତମାନର ସରକାରଙ୍କ କାର୍ଯ୍ୟ ଶୈଳୀ ଓ ସଫଳତାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ରେ ଦୈନିକ ଯେତିକି ଦୈଘ୍ୟର ରାଜପଥ ହାରାହାରି ନିର୍ମିତ ହେଉଥିଲା ଏବୋ ତାହା ଦ୍ୱିଗୁଣିତ ହୋଇପାରିଛି। ସେହିଭଳି ୨୦୧୪ପୂର୍ବରୁ ବର୍ଷକୁ ମାତ୍ର ୬୦୦ କି.ମି ରେଳପଥର ବିଦ୍ୟୁତକରଣ ସମ୍ଭବ ହେଉଥିବାବେଳେ ଏବେ ଏହା ୪୦୦୦ କିମିରେ ପହଞ୍ଚିଛି। ଆହୁରି ମଧ୍ୟ ସେହି ସମୟ ତୁଳନାରେ ବିମାନ ବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, “ଭିତ୍ତିଭୂମି ବିକାଶ ଦେଶର ଅର୍ଥନୀତିର ଚାଳକ ଶକ୍ତି। ଏହି ପଥ ଅନୁସରଣ କରି ଭାରତ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ। ଏବେ ଆମକୁ ଆମ ବେଗ ବଢାଇବାକୁ ପଡିବ ଏବଂ ଦ୍ରୁତଗତିରେ ଆଗକୁ ଯିବାକୁ ହେବ।” ପିଏମ୍ ଗତି ଶକ୍ତି ମାଷ୍ଟର ପ୍ଲାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା “ଅର୍ଥନୀତି ଓ ଭିତ୍ତିଭୂମି ଯୋଜନାକୁ ବିକାଶ ସହିତ ଯୋଡିବାର ଏକ ଗୁରୁତ୍ୱପୂର୍ଣ୍ଣ ଆୟୁଧ। ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଭାରତର ଭିତ୍ତିଭୂମି ଓ ମଲ୍ଟି ମୋଡାଲ ଲଜିଷ୍ଟିକ୍ ଚେହେରା ବଦଳାଇକୁ ଯାଉଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପିଏମ୍ ଗତିଶକ୍ତି ମାଷ୍ଟର ପ୍ଳାନର ଫଳାଫଳ ଦୃଶ୍ୟମାନ ହେଲାଣି। ଲଜିଷ୍ଟିକ୍ର ଦକ୍ଷତାକୁ ପ୍ରଭାବିତ କରୁଥିବା କାରଣଗୁଡିକୁ ଆମେ ଚିହ୍ନଟ କରିସାରିଲୁଣି। ସେଥିପାଇଁ ମୋଟ ୭୫,୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଉତ୍ତମ ମାନ ଏବଂ ମଲ୍ଟିମୋଡାଲ ଇନ୍ଫ୍ରାଷ୍ଟ୍ରକଚର ବଳରେ ଆମ ଲଜିଷ୍ଟିକ ଖର୍ଚ୍ଚ ଆଗାମୀ ଦିନରେ ଆହୁରି ହ୍ରାସ ପାଇବାକୁ ପାଉଛି। ଏହାର ଅନୁକୂଳ ପ୍ରଭାବ ଭାରତରେ ତିଆରି ହେଉଥିବା ସାମଗ୍ରୀ ଉପରେ ପଡିବ ଏବଂ ସେଗୁଡିକ ଶସ୍ତା ହେବ। ଏହା ଫଳରେ ଆର୍ନ୍ତଜାତିକ ବଜାରରେ ଆମ ସାମଗ୍ରୀର ପ୍ରତିଯୋଗିତା କରିବାର ସାମର୍ଥ୍ୟ ବୃଦ୍ଧି ପାଇବ। ଲଜିଷ୍ଟିକ ସହିତ ସୁଗମ ବ୍ୟବସାୟ ଓ ସହଜ ଜୀବନ ଯାପନ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ଆସିବ। ଏହି ସବୁ କ୍ଷେତ୍ରରେ ଘରୋଇ ଉଦ୍ୟୋଗ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ଦେଶର ପ୍ରଦେଶ ସମୂହଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିକାଶ ପ୍ରକ୍ରିୟାରେ ସେମାନଙ୍କୁ ସାମିଲ କରିବାକୁ କେନ୍ଦ୍ର ସରକାର ୫୦ବର୍ଷ ପାଇଁ ବିନା ସୁଧରେ ଯେଉଁ ୠଣ ଯୋଗାଇ ଦେଉଥିଲେ ତାହାକୁ ଆଉ ଏକ ବର୍ଷ ପାଇଁ ବଢାଇ ଦେଇଛନ୍ତି। ସେହିଭଳି ଏଥିପାଇଁ ବଜେଟ୍ ବ୍ୟୟବରାଦ ୩୦ଶତାଂଶ ବୃଦ୍ଧି କରାଯାଇଛି।
ଭିତ୍ତିଭୂମି ବିକାଶ ନିମନ୍ତେ ଯେଉଁ ସବୁ ସାମଗ୍ରୀର ଆବଶ୍ୟକତା ରହିଛି ପ୍ରତ୍ୟେକ କ୍ଷେତ୍ର ତାହାର ଆକଳନ କରି ଏକ ବ୍ୟବସ୍ଥା ବାହାର କରିବାକୁ ପ୍ରଧାନମନ୍ତ୍ରୀ େଓବିନାରର ଅଂଶଗ୍ରହଣକାରୀଙ୍କୁ ଆହ୍ୱାନ ଜଣାଇଥିଲେ। “ଏଥିପାଇଁ ଏକ ସମନ୍ୱିତ ଆଭିମୁଖ୍ୟର ଆବଶ୍ୟକତା ରହିଛି ଏବଂ ଏହା ଦ୍ୱାରା ଭବିଷ୍ୟତ ପାଇଁ ରାସ୍ତା ପରିଷ୍କାର ହୋଇପାରିବ। ଏଥିରେ ପିଏମ୍ ଗତିଶକ୍ତି ନେଶନାଲ ମାଷ୍ଟର ପ୍ଲାନର ଏକ ବଡ ଭୂମିକା ରହିଛି। ଏହି କ୍ଷେତ୍ର ସହିତ ସର୍କୁଲର ଅର୍ଥନୀତିକୁ ଯୋଡିବାକୁ ପ୍ରଧାନମନ୍ତ୍ରୀ ଗୁରୁ୍ତ୍ୱ ଦେଇଛନ୍ତି।”

ଗୁଜରାଟର କଚ୍ଛ ଭୂମିକମ୍ପ ସମ୍ପର୍କରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେଠାରେ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ପରେ ସମଗ୍ର ଅଞ୍ଚଳର ବିକାଶ ପାଇଁ ଏକ ନୂଆ ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା ଏବଂ ଏଥିରେ ସଫଳତା ମିଳିଥିଲା। ରାଜନୀତିକ ଦୃଷ୍ଟିରୁ କାମଚଳା ସମାଧାନ ପନ୍ଥା ପରିବର୍ତ୍ତେ କଚ୍ଛରେ ଭିତ୍ତିଭୂମି କୈନ୍ଦ୍ରିକ ବିକାଶ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହା ଫଳରେ ସମଗ୍ର ଅଞ୍ଚଳ ଖୁବ୍ ଶୀଘ୍ର ଏକ ସମୃଦ୍ଧ ଅର୍ଥନୀତିକ ଇଲାକାରେ ପରିଣତ ହୋଇପାରିଥିଲା।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଦେଶର ସାମାଜିକ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଭୌତିକ ଭିତ୍ତିଭୂମିର ସୁଦୃଢତା ସମାନଭାବେ ଗୁରୁତ୍ୱପୂର୍ଣ୍ଣ। ଏକ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି ମାଧ୍ୟମରେ ଅଧିକରୁ ଅଧିକ ପ୍ରତିଭାବାନ ଓ କୁଶଳୀ ଯୁବବର୍ଗ ଦେଶ ମାତୃକାର ସେବା ପାଇଁ ଆଗେଇ ଆସିବେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଦକ୍ଷତା ବିକାଶ, ପ୍ରକଳ୍ପ ପରିଚାଳନା, ଆର୍ଥିକ ଦକ୍ଷତା ଓ ଉଦ୍ୟମିତା ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହା ବ୍ୟତୀତ ସେ ବିଭିନ୍ନ ଉଦ୍ୟୋଗ ପାଇଁ ସ୍କିଲ ଫୋରକାଷ୍ଟିଂ ମେକାନିଜିମ୍ ଉପରେ ଗୁରୁତ୍ୱ ଦେଇଥିଲେ। ଏହା ଦ୍ୱାରା ଭାରତରେ ମାନବ ସମ୍ବଳର ଉତ୍ସ ମଜବୁତ ହୋଇପାରିବ ବୋଲି ସେ କହିଥିଲେ।

ୱେବିନାରରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆପଣମାନେ କେବଳ ଦେଶର ପ୍ରଗତି ନିମନ୍ତେ ଅବଦାନ ଯୋଗାଉନାହାନ୍ତି ; ଏହା ସହିତ ଭାରତର ଅଭିବୃଦ୍ଧି ଇଞ୍ଜିନକୁ ମଧ୍ୟ ଗତି ପ୍ରଦାନ କରୁଛନ୍ତି। ଭିତ୍ତିଭୂମି ବିକାଶ କେବଳ ସଡକ, ରେଳପଥ, ବନ୍ଦର, ବିମାନ ବନ୍ଦର ଆଦିରେ ସୀମିତ ନୁହେଁ। ଏବର୍ଷ ବଜେଟ୍ରେ ଆହୁରି ପ୍ରକାଣ୍ଡ ପ୍ରକାଣ୍ଡ ଭିତ୍ତିଭୂମି ବିକାଶର ବ୍ୟବସ୍ଥା ରହିଛି। ଚାଷୀଙ୍କ ଉ୍ତ୍ପାଦକୁ ସାଇତି ରଖିବା, ଦେଶର ବିଭିନ୍ନ ପ୍ରାନ୍ତରେ ୱେଲନେସ କେନ୍ଦ୍ର ପ୍ରତିଷ୍ଠା କରିବା, ନୂଆ ରେଳଷ୍ଟେସନ ନିର୍ମାଣ , ପ୍ରତ୍ୟେକ ପରିବାର ପାଇଁ ପକ୍କାର ତିଆରି ଆଦି ଏସବୁ ବଡ ବଡ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ।”

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଶେଷରେ କହିଥିଲେ ଯେ ଏହି ୱେବିନାରର ପ୍ରସ୍ତାବ, ଅଭିଜ୍ଞତା ଓ ଅନୁଭୂତି ଆଦିକୁ ସରକାର ବିଚାରକୁ ନେଇ ବଜେଟ କାର୍ଯ୍ୟକାରିତା ସମୟରେ ଆବଶ୍ୟକତା ଅନୁସାରେ କାମରେ ଲଗାଇବେ। ସବୁ ସମ୍ପୃକ୍ତ ପକ୍ଷଙ୍କ ମତାମତ ଆଧାରରେ ଚଳିତବର୍ଷର ବଜେଟ୍ର କାର୍ଯ୍ୟକାରିତା ସୁରୁଖୁରୁରେ ହୋଇପାରିବ ବୋଲି ଶ୍ରୀ ମୋଦୀ ଆଶାବ୍ୟକ୍ତ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଲ୍ ଗେଟ୍ସ: ଅନେକ ପ୍ରସଙ୍ଗରେ ହେଲା ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଠାରେ ବିଲ୍ ଗେଟ୍ସଙ୍କୁ ଭେଟିଛନ୍ତି।

ଶ୍ରୀ ଗେଟ୍ସଙ୍କ ଏକ ଟୁଇଟର ଜବାବରେ ଯେଉଁଠାରେ ସେ ଭାରତ ଗସ୍ତରେ ନିଜର ” ଟିପ୍ପଣୀ”  ସେୟାର କରିଛନ୍ତି, ତାହାର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

“ବିଲ୍ ଗେଟ୍ସଙ୍କୁ ଭେଟି ଆନନ୍ଦିତ ଏବଂ ପ୍ରମୁଖ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇଛି। ଏକ ଉନ୍ନତ ତଥା ଅଧିକ ସ୍ଥାୟୀ ବିଶ୍ୱ ସୃଷ୍ଟି କରିବାକୁ ତାଙ୍କର ନମ୍ରତା ଏବଂ ଉତ୍ସାହ ସ୍ପଷ୍ଟ ଦେଖାଯାଉଛି।”

ଶ୍ରୀ ଗେଟ୍ସ ତାଙ୍କ “ଟିପ୍ପଣୀ” ରେ କହିଛନ୍ତି ଯେ, ମୁଁ ଏହି ସପ୍ତାହରେ ଭାରତ ଥିଲି, ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏଠାରେ ଚାଲିଥିବା ଅଭିନବ କାର୍ଯ୍ୟ ବିଷୟରେ ଜାଣିଲି। ଯେତେବେଳେ ବିଶ୍ୱର ଅନେକ ଆହ୍ୱାନ ଥାଏ, ସେତେବେଳେ ଭାରତ ପରି ଏକ ଗତିଶୀଳ ଏବଂ ସୃଜନଶୀଳ ସ୍ଥାନ ପରିଦର୍ଶନ କରିବା ପ୍ରେରଣାଦାୟକ ଅଟେ।

ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ସାକ୍ଷାତକୁ ଆକର୍ଷଣୀୟ ବୋଲି ଦର୍ଶାଇ ଶ୍ରୀ ଗେଟ୍ସ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଁ ଯୋଗାଯୋଗରେ ରହିଛୁ, ବିଶେଷ କରି କୋଭିଡ-୧୯ ଟିକା ବିକଶିତ କରିବା ଏବଂ ଭାରତର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବିନିଯୋଗ କରିବା ବିଷୟରେ। ଭାରତର ଅନେକ ସୁରକ୍ଷିତ, ପ୍ରଭାବଶାଳୀ ଏବଂ ସୁଲଭ ଟିକା ତିଆରି କରିବାର ଏକ ଅଦ୍ଭୁତ ସାମର୍ଥ୍ୟ ଅଛି, ସେମାନଙ୍କ ମଧ୍ୟରୁ କେତେକ ଗେଟ୍ସ ଫାଉଣ୍ଡେସନ୍ ଦ୍ୱାରା ସହାୟତା ପାଉଛନ୍ତି। ଭାରତରେ ଉତ୍ପାଦିତ ଟୀକା ମହାମାରୀ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଛି ଏବଂ ସାରା ବିଶ୍ୱରେ ଅନ୍ୟାନ୍ୟ ରୋଗକୁ ରୋକି ଦେଇଛି।

ସେ ମହାମାରୀ ସମୟରେ ଭାରତର ନିୟନ୍ତ୍ରଣ ଉପରେ ଆଲୋକପାତ କରି କହିଛନ୍ତି ଯେ ନୂତନ ଜୀବନ ରକ୍ଷାକାରୀ ଉପକରଣ ଉତ୍ପାଦନ କରିବା ବ୍ୟତୀତ ଭାରତ ମଧ୍ୟ ସେଗୁଡିକୁ ବିତରଣ କରିବାରେ ସମର୍ଥ ଅଟେ – ଏହାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ୨.୨ ବିଲିୟନରୁ ଅଧିକ କୋଭିଡ ଟିକା ପ୍ରଦାନ କରାଯାଇଛି। ସେମାନେ କୋ-ୱିନ୍ ନାମକ ଏକ ମୁକ୍ତ ଉତ୍ସ ପ୍ଲାଟଫର୍ମ ସୃଷ୍ଟି କରିଥିଲେ, ଯାହା ଲୋକଙ୍କୁ ଠିକଣା ସମୟରେ କୋଟି କୋଟି ଟିକା ଦେବାକୁ ସମୟ ନିର୍ଘଣ୍ଟ କରିଥିଲା ଏବଂ ଟିକା ଦିଆଯାଇଥିବା ବ୍ୟକ୍ତିଙ୍କୁ ଡିଜିଟାଲ୍ ପ୍ରମାଣପତ୍ର ପ୍ରଦାନ କରିଥିଲା। ଭାରତର ସାର୍ବଜନୀନ ଟିକାଦାନ କାର୍ଯ୍ୟକ୍ରମକୁ ସମର୍ଥନ କରିବା ପାଇଁ ଏହି ପ୍ଲାଟଫର୍ମ ବର୍ତ୍ତମାନ ସମ୍ପ୍ରସାରିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱାସ କରନ୍ତି ଯେ କୋ-ୱିନ ବିଶ୍ୱ ପାଇଁ ଏକ ମଡେଲ, ଏବଂ ଏଥିରେ ମୁଁ ଏକମତ।

ଡିଜିଟାଲ୍ ପେମେଣ୍ଟରେ ଭାରତର ଏହି ପଦକ୍ଷେପକୁ ବିଲ୍ ଗେଟ୍ସ ପ୍ରଶଂସା କରି କହିଛନ୍ତି ଯେ ମହାମାରୀ ସମୟରେ ଭାରତ ୨୦୦ ନିୟୁତ ମହିଳାଙ୍କ ସମେତ ୩୦୦ ନିୟୁତ ଲୋକଙ୍କୁ ଜରୁରୀକାଳୀନ ଡିଜିଟାଲ୍ ପେମେଣ୍ଟ ପ୍ରଦାନ କରିବାରେ ସକ୍ଷମ ହୋଇଥିଲା। ଏହା କେବଳ ସମ୍ଭବ କାରଣ ଭାରତ ଆର୍ଥିକ ଅନ୍ତର୍ଭୁକ୍ତିକୁ ଅଗ୍ରାଧିକାର ଦେଇଛି, ଏକ ଡିଜିଟାଲ୍ ଆଇଡି ସିଷ୍ଟମରେ ବିନିଯୋଗ (ଆଧାର କୁହାଯାଏ) ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ପାଇଁ ଅଭିନବ ପ୍ଲାଟଫର୍ମ ସୃଷ୍ଟି କରିଛି। ଏହା ଏକ ସ୍ମାରକପତ୍ର ଯେ ଆର୍ଥିକ ଅର୍ନ୍ତଭୁକ୍ତି ଏକ ଚମତ୍କାର ବିନିଯୋଗ ଅଟେ।

ଶ୍ରୀ ଗେଟ୍ସ “ଟିପ୍ପଣୀ” ରେ ମଧ୍ୟ ଭାରତର ସଫଳତା ବିଷୟରେ କହିଛନ୍ତି ଯେପରିକି ପିଏମ ଗତିଶକ୍ତି ମାଷ୍ଟରପ୍ଲାନ, ଜି -୨୦ ଅଧ୍ୟକ୍ଷତା, ଶିକ୍ଷା, ନବସୃଜନ, ରୋଗ ସହ ଲଢିବା ଏବଂ ମିଲେଟସକୁ ଆଗକୁ ନେବା ଇତ୍ୟାଦି।

ଶ୍ରୀ ଗେଟ୍ସ ବକ୍ତବ୍ୟ ଶେଷ କରି କହିଛନ୍ତି “ସ୍ୱାସ୍ଥ୍ୟ, ବିକାଶ ଏବଂ ଜଳବାୟୁରେ ଭାରତର ଅଗ୍ରଗତି ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସହ ମୋର ଆଲୋଚନା ମୋତେ ଅଧିକ ଆଶାବାଦୀ କରିଛି। ଯେତେବେଳେ ଆମେ ନବସୃଜନରେ ବିନିଯୋଗ କରୁଛୁ ସେତେବେଳେ ଦେଶ କ’ଣ ସମ୍ଭବ ଭାରତ ତାହା ଦର୍ଶାଉଛି। ମୁଁ ଆଶା କରୁଛି ଭାରତ ଏହି ପ୍ରଗତି ଜାରି ରଖିବ ଏବଂ ବିଶ୍ୱ ସହିତ ଏହାର ନବସୃଜନକୁ ସେୟାର କରିବ।”

Categories
ବିଶେଷ ଖବର

“ମିଶନ ମୋଡରେ ପର୍ଯ୍ୟଟନର ବିକାଶ” ଉପରେ ବଜେଟ୍‍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ମିଶନ ମୋଡରେ ପର୍ଯ୍ୟଟନର ବିକାଶ” ଉପରେ ଏକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି। କେନ୍ଦ୍ର ବଜେଟ୍ ୨୦୨୩ ରେ ଘୋଷିତ ପଦକ୍ଷେପଗୁଡ଼ିକୁ ଫଳପ୍ରଦ ଭାବରେ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ଦ୍ୱାରା ଆୟୋଜିତ ୧୨ ଟି ବଜେଟ୍ ପରବର୍ତ୍ତୀ ୱେବିନାରର ଏହା ହେଉଛି ସପ୍ତମ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଆଜିର ନୂତନ ଭାରତ ଏକ ନୂତନ କାର୍ଯ୍ୟ ସଂସ୍କୃତି ସହିତ ଆଗକୁ ବଢୁଛି। ଭାରତର ଲୋକମାନଙ୍କ ଦ୍ୱାରା ଚଳିତ ବର୍ଷର ବଜେଟ୍ ପ୍ରତି ଦେଖାଯାଇଥିବା ଆଗ୍ରହକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି। ପୂର୍ବ କାର୍ଯ୍ୟ ସଂସ୍କୃତି ଉପରେ ପ୍ରତିଫଳନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବଜେଟ୍ ପୂର୍ବରୁ ଏବଂ ପରେ ସମସ୍ତ ସହଯୋଗୀଙ୍କ ସହ ବର୍ତ୍ତମାନର ସରକାରଙ୍କ ଆଲୋଚନାର ମନୋଭାବ ନ ଥିଲେ ବଜେଟ୍ ପରବର୍ତ୍ତୀ ୱେବିନାର୍ ଭଳି ଅଭିନବ ଆୟୋଜନ ହୋଇ ନଥାନ୍ତା।

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ, ଏହି ୱେବିନାରଗୁଡିକର ମୂଳ ଉଦ୍ଦେଶ୍ୟ ହେଉଛି ବଜେଟର ସଫଳତାକୁ ସର୍ବାଧିକ କରିବା ସହିତ ଏହାର ଠିକ ସମୟରେ କାର୍ଯ୍ୟକାରୀ କରିବା। ବଜେଟ୍ ରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାରେ ଏହି ୱେବିନାରଗୁଡିକ ଉତପ୍ରେରକ ଭାବରେ କାର୍ଯ୍ୟ କରିଥାଏ ବୋଲି ଶ୍ରୀ ମୋଦୀ କହିଛନ୍ତି। ୨୦ ବର୍ଷରୁ ଅଧିକ ସମୟ ଧରି ସରକାରର ମୁଖ୍ୟ ଭାବରେ କାର୍ଯ୍ୟ କରିବାର ଅଭିଜ୍ଞତା ବିଷୟରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ର୍ନିଦ୍ଦିଷ୍ଟ ସମୟ ମଧ୍ୟରେ ସେତେବେଳେ ସଫଳତା ମିଳିବ ଯେତେବେଳେ ସମସ୍ତ ସହଯୋଗୀମାନେ ସରକାରଙ୍କ ଦ୍ୱାରା ନିଆଯାଇଥିବା କୌଣସି ରଣନୀତିକ ନିଷ୍ପତ୍ତି ସହିତ ନିଜକୁ ସାମିଲ କରିବେ। ବଜେଟ୍ ପରବର୍ତ୍ତୀ ୱେବିନାର୍ ମାଧ୍ୟମରେ ଏପର୍ଯ୍ୟନ୍ତ ଦିଆଯାଇଥିବା ପରାମର୍ଶରେ ସେ ଖୁସି ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ସୂଚିତ କରିଛନ୍ତି ଯେ ନୂତନ ଚିନ୍ତା କରିବା ଏବଂ ଭାରତରେ ପର୍ଯ୍ୟଟନକୁ ନୂତନ ଉଚ୍ଚତାକୁ ଆଣିବା ପାଇଁ ଯୋଜନା କରିବା ଆବଶ୍ୟକ। ପର୍ଯ୍ୟଟନ ସ୍ଥଳ ବିକଶିତ ହେବା ପୂର୍ବରୁ ମାନଦଣ୍ଡଗୁଡିକ ଉପରେ ଆଲୋକପାତ କରିବା ସହିତ ପ୍ରଧାନମନ୍ତ୍ରୀ ସେହି ସ୍ଥାନର ସମ୍ଭାବନା, ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରିବାର ସହଜତା ଏବଂ ଏହି ସ୍ଥାନକୁ ପ୍ରୋତ୍ସାହିତ କରିବାର ନୂତନ ସମ୍ଭାବନାକୁ ତାଲିକାଭୁକ୍ତ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାନଦଣ୍ଡଗୁଡିକ ଉପରେ ଗୁରୁତ୍ୱ ଦେବା ଭବିଷ୍ୟତ ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ। ପ୍ରଧାନମନ୍ତ୍ରୀ ଦେଶରେ ପର୍ଯ୍ୟଟନର ବିଶାଳ ପରିସର ଉପରେ ଆଲୋକପାତ କରିଥିଲେ ଏବଂ ଉପକୂଳ ପର୍ଯ୍ୟଟନ, ସମୁଦ୍ରକୂଳ ପର୍ଯ୍ୟଟନ, ହେନ୍ତାଳବନ ପର୍ଯ୍ୟଟନ, ହିମାଳୟ ପର୍ଯ୍ୟଟନ, ଦୁଃସାହସିକ ପର୍ଯ୍ୟଟନ, ବନ୍ୟଜନ୍ତୁ ପର୍ଯ୍ୟଟନ, ଇକୋ-ଟୁରିଜିମ୍‌, ଐତିହ୍ୟ ପର୍ଯ୍ୟଟନ, ଆଧ୍ୟାତ୍ମିକ ପର୍ଯ୍ୟଟନ, ବିବାହ ସ୍ଥଳ, ସମ୍ମିଳନୀ ମାଧ୍ୟମରେ ପର୍ଯ୍ୟଟନ ଏବଂ କ୍ରୀଡା ପର୍ଯ୍ୟଟନକୁ ତାଲିକାଭୁକ୍ତ କରିଥିଲେ। ସେ ରାମାୟଣ ସର୍କିଟ, ବୁଦ୍ଧ ସର୍କିଟ, କୃଷ୍ଣ ସର୍କିଟ, ଉତ୍ତର-ପୂର୍ବ ସର୍କିଟ, ଗାନ୍ଧୀ ସର୍କିଟ ଏବଂ ସମସ୍ତ ସାଧୁଙ୍କ ତୀର୍ଥଯାତ୍ରାର ଉଦାହରଣ ମଧ୍ୟ ଦେଇଛନ୍ତି ଏବଂ ଏହା ଉପରେ ମିଳିତ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷର ବଜେଟରେ ପ୍ରତିଯୋଗିତାମୂଳକ ଆବେଗ ତଥା ଆହ୍ୱାନର ମାର୍ଗ ମାଧ୍ୟମରେ ଭାରତର ଅନେକ ସ୍ଥାନ ଚିହ୍ନଟ କରାଯାଇଛି ଏବଂ ଲକ୍ଷ୍ୟସ୍ଥଳର ସାମଗ୍ରିକ ବିକାଶ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ବିଭିନ୍ନ ସହଯୋଗୀ କିପରି ନିୟୋଜିତ ହୋଇପାରିବେ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ପାଇଁ ଶ୍ରୀ ମୋଦୀ କହିଥିଲେ।

ପର୍ଯ୍ୟଟନ କେବଳ ଦେଶର ଉଚ୍ଚ ଆୟକାରୀ ଗୋଷ୍ଠୀ ସହିତ ଜଡିତ ଏକ ସୁନ୍ଦର ଶବ୍ଦ ବୋଲି ଥିବା କଥାକୁ ଖଣ୍ଡନ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ଶତାବ୍ଦୀ ଧରି ଯାତ୍ରା ଭାରତର ସାଂସ୍କୃତିକ ତଥା ସାମାଜିକ ଜୀବନର ଏକ ଅଂଶ ହୋଇଆସୁଥିଲା ଏବଂ ସେଠାରେ କୌଣସି ସମ୍ବଳ ନଥିଲେ ମଧ୍ୟ ଲୋକମାନେ ତୀର୍ଥଯାତ୍ରା କରୁଥିଲେ। ସେ ଚାର୍ ଧାମ ଯାତ୍ରା, ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଯାତ୍ରା, ୫୧ ଶକ୍ତିପୀଠ ଯାତ୍ରା ବିଷୟରେ ଉଦାହରଣ ଦେଇଛନ୍ତି ଏବଂ କହିଛନ୍ତି ଯେ ଏହା ଆମ ବିଶ୍ୱାସର ସ୍ଥାନଗୁଡ଼ିକୁ ଯୋଡିବା ସହିତ ଦେଶର ଏକତାକୁ ମଜବୁତ କରିବା ପାଇଁ ବ୍ୟବହୃତ ହୋଇଛି। ଦେଶର ବହୁ ବଡ ସହରର ସମଗ୍ର ଅର୍ଥନୀତି ଏହି ଯାତ୍ରା ଉପରେ ର୍ନିଭରଶୀଳ ବୋଲି ଉଲ୍ଲେଖ କରି କରି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ସ୍ୱାଧୀନତାର ଦଶନ୍ଧି ମଧ୍ୟରେ ଶହ ଶହ ବର୍ଷର ଦାସତ୍ୱ ଏବଂ ଏହି ସ୍ଥାନଗୁଡିକର ରାଜନୈତିକ ଅବହେଳା ଏହାର ମୂଳ କାରଣ ଯାହା ଦେଶକୁ କ୍ଷତି ପହଞ୍ଚାଇଥିଲା। ଆଜିର ଭାରତ ଏହି ପରିସ୍ଥିତିକୁ ବଦଳାଉଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଛନ୍ତି ଯେ ଏହି ସୁବିଧା ବୃଦ୍ଧି ଦ୍ୱାରା ପର୍ଯ୍ୟଟକଙ୍କ ମଧ୍ୟରେ ଆକର୍ଷଣ ବୃଦ୍ଧି ପାଇବ। ସେ ବାରାଣାସୀରେ କାଶୀ ବିଶ୍ୱନାଥ ଧାମର ଉଦାହରଣ ଦେଇଛନ୍ତି ଏବଂ ସୂଚନା ଦେଇଛନ୍ତି ଯେ ଏହାର ପୁନଃନିର୍ମାଣ ହେବାର ଏକ ବର୍ଷ ପୂର୍ବରୁ ପ୍ରାୟ ୮୦ ଲକ୍ଷ ଲୋକ ମନ୍ଦିର ପରିଦର୍ଶନ କରୁଥିଲେ, କିନ୍ତୁ ପୁନରୁଦ୍ଧାର ପରେ ଗତ ବର୍ଷ ଯାତ୍ରୀଙ୍କ ଆଗମନ ୭ କୋଟି ଅତିକ୍ରମ କରିଥିଲା।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ କେଦାରଘାଟୀରେ ପୁନଃ ର୍ନିମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ମାତ୍ର ୪-୫ ଲକ୍ଷ ତୁଳନାରେ ବର୍ତ୍ତମାନ ୧୫ ଲକ୍ଷ ଭକ୍ତ ବାବା କେଦାରଙ୍କୁ ଦେଖିବାକୁ ଯାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗୁଜୁରାଟର ପାଭଗଡରେ ନବୀକରଣ ପୂର୍ବରୁ ମାତ୍ର ୪ ରୁ ୫ ହଜାର ଲୋକଙ୍କ ବର୍ତ୍ତମାନ ତୁଳନାରେ ୮୦ ହଜାର ତୀର୍ଥଯାତ୍ରୀ ମା କାଳୀକାଙ୍କ ଦର୍ଶନ ପାଇଁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ସୁବିଧା ବୃଦ୍ଧି ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ବଢୁଥିବା ସଂଖ୍ୟା ଅର୍ଥ ରୋଜଗାର ଏବଂ ଆତ୍ମନିଯୁକ୍ତି ପାଇଁ ଅଧିକ ସୁଯୋଗ ସୃଷ୍ଟି କରିଥାଏ। ପ୍ରଧାନମନ୍ତ୍ରୀ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ଉପରେ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ଯେ ଏହା ସମାପ୍ତ ହେବାର ଏକ ବର୍ଷ ମଧ୍ୟରେ ୨୭ ଲକ୍ଷ ପର୍ଯ୍ୟଟକ ଏହି ସ୍ଥାନ ପରିଦର୍ଶନ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ବୃଦ୍ଧି ପାଉଥିବା ସୁବିଧା, ଭଲ ଡିଜିଟାଲ ସଂଯୋଗ, ଭଲ ହୋଟେଲ ଏବଂ ଡାକ୍ତରଖାନା, ଅପରିଷ୍କାର ଚିହ୍ନ ନରହିଲେ ଏବଂ ଉତ୍କୃଷ୍ଟ ଭିତ୍ତିଭୂମି ସହିତ ଭାରତର ପର୍ଯ୍ୟଟନ କ୍ଷେତ୍ର ବହୁଗୁଣ ବୃଦ୍ଧି କରାଯାଇପାରିବ।

ପ୍ରଧାନମନ୍ତ୍ରୀ ଗୁଜୁରାଟର ଅହମ୍ମଦାବାଦରେ ଥିବା କାଙ୍କାରିଆ ହ୍ରଦ ପ୍ରକଳ୍ପ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଏବଂ ହ୍ରଦର ପୁନଃ ର୍ନିମାଣ ବ୍ୟତୀତ ଖାଦ୍ୟ ଷ୍ଟଲରେ କାର୍ଯ୍ୟ କରୁଥିବା ଲୋକଙ୍କର ଦକ୍ଷତା ବିକାଶ କରାଯାଇଛି ବୋଲି ସୂଚନା ଦେଇଛନ୍ତି। ଆଧୁନିକ ଭିତ୍ତିଭୂମି ସହିତ ସ୍ୱଚ୍ଛତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ଉପଯୁକ୍ତ ପ୍ରବେଶ ଶୁଳ୍କ ସତ୍ତ୍ୱେ ପ୍ରତିଦିନ ପ୍ରାୟ ୧୦,୦୦୦ ଲୋକ ଏହି ସ୍ଥାନ ପରିଦର୍ଶନ କରନ୍ତି ବୋଲି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳୀ ମଧ୍ୟ ନିଜର ରାଜସ୍ୱ ମଡେଲ ବିକାଶ କରିପାରିବେ।

ଆମର ଗ୍ରାମଗୁଡିକ ପର୍ଯ୍ୟଟନର କେନ୍ଦ୍ର ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ଭିତ୍ତିଭୂମିର ଉନ୍ନତି ହେତୁ ଦୂର ଗ୍ରାମଗୁଡ଼ିକ ପର୍ଯ୍ୟଟନ ମାନଚିତ୍ରରେ ଆସୁଛନ୍ତି। ସେ ସୂଚନା ଦେଇଛନ୍ତି ଯେ ସୀମାରେ ଅବସ୍ଥିତ ଗ୍ରାମଗୁଡିକ ପାଇଁ କେନ୍ଦ୍ର ସରକାର ଉନ୍ନତ ଗ୍ରାମ ଯୋଜନା ଆରମ୍ଭ କରିଛନ୍ତି ଏବଂ ଘରେ ରହିବା, ଛୋଟ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଭଳି ବ୍ୟବସାୟକୁ ସମର୍ଥନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଭାରତରେ ବଢୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭାରତ ପ୍ରତି ବୃଦ୍ଧି ପାଉଥିବା ଆକର୍ଷଣକୁ ଲକ୍ଷ୍ୟ କରି ସୂଚନା ଦେଇଛନ୍ତି ଯେ ଗତ ବର୍ଷ ଜାନୁଆରୀରେ ମାତ୍ର ୨ ଲକ୍ଷ ତୁଳନାରେ ଚଳିତ ବର୍ଷ ଜାନୁଆରୀରେ ୮ ଲକ୍ଷ ବିଦେଶୀ ପର୍ଯ୍ୟଟକ ଭାରତ ଆସିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଏହିପରି ପର୍ଯ୍ୟଟକଙ୍କୁ ତାଲିକା ପ୍ରସ୍ତୁତ କରିବା ଏବଂ ସର୍ବାଧିକ ଖର୍ଚ୍ଚ କ୍ଷମତା ଥିବା ଦେଶକୁ ଆକର୍ଷିତ କରିବା ପାଇଁ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ ସୂଚନା ଦେଇଛନ୍ତି ଯେ ଭାରତକୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ହାରାହାରି ୧୭୦୦ ଡଲାର ଖର୍ଚ୍ଚ କରୁଥିବାବେଳେ ଆନ୍ତର୍ଜାତୀୟ ଯାତ୍ରୀମାନେ ଆମେରିକାରେ ହାରାହାରି ୨୫୦୦ ଡଲାର ଏବଂ ଅଷ୍ଟ୍ରେଲିଆରେ ପ୍ରାୟ ୫୦୦୦ ଡଲାର ଖର୍ଚ୍ଚ କରୁଛନ୍ତି।

ସେ କହିଛନ୍ତି ଯେ, ଅଧିକ ଖର୍ଚ୍ଚ କରୁଥିବା ପର୍ଯ୍ୟଟକଙ୍କୁ ଦେବାପାଇଁ ଭାରତ ନିକଟରେ ବହୁତ କିଛି ଅଛି। ଏହି ଚିନ୍ତାଧାରା ସହିତ ସମାନ ହେବା ପାଇଁ ପ୍ରତ୍ୟେକ ରାଜ୍ୟ ପର୍ଯ୍ୟଟନ ନୀତିରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ମାସ ମାସ ଧରି ଦେଶରେ କ୍ୟାମ୍ପ କରୁଥିବା ପକ୍ଷୀ ପର୍ଯ୍ୟବେକ୍ଷକଙ୍କ ଉଦାହରଣ ଦେଇଥିଲେ ଏବଂ ଏହିପରି ସମ୍ଭାବ୍ୟ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିବା ପାଇଁ ନୀତି ପ୍ରଣୟନ କରାଯିବା ଉଚିତ ବୋଲି କହିଥିଲେ।

ପର୍ଯ୍ୟଟନ କ୍ଷେତ୍ରର ମୌଳିକ ଆହ୍ୱାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏଠାରେ ଦକ୍ଷ ପର୍ଯ୍ୟଟକ ଗାଇଡଙ୍କ ଅଭାବକୁ ଦର୍ଶାଇଥିଲେ ଏବଂ ଗାଇଡ୍ ପାଇଁ ସ୍ଥାନୀୟ କଲେଜଗୁଡ଼ିକରେ ସାର୍ଟିଫିକେଟ୍ ପାଠ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ପରାମର୍ଶ ଦେଇଛନ୍ତି ଯେ ଏକ ର୍ନିଦ୍ଦିଷ୍ଟ ପର୍ଯ୍ୟଟନ ସ୍ଥଳରେ କାର୍ଯ୍ୟ କରୁଥିବା ଗାଇଡ ମାନଙ୍କର ମଧ୍ୟ ଏକ ର୍ନିଦ୍ଦିଷ୍ଟ ପୋଷାକ କିମ୍ବା ୟୁନିଫର୍ମ ରହିବା ଉଚିତ ଯାହା ଦ୍ୱାରା ପର୍ଯ୍ୟଟକମାନେ ପ୍ରଥମ ଦେଖାରେ ସେମାନଙ୍କୁ ଜାଣିପାରିବେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଜଣେ ପର୍ଯ୍ୟଟକଙ୍କ ମନ ପ୍ରଶ୍ନରେ ପରିପୂର୍ଣ୍ଣ ଏବଂ ଗାଇଡ୍ ସେମାନଙ୍କୁ ସେହି ସମସ୍ତ ପ୍ରଶ୍ନର ଉତ୍ତର ପାଇବାରେ ସାହାଯ୍ୟ କରିପାରିବେ।

ପ୍ରଧାନମନ୍ତ୍ରୀ ଉତ୍ତରପୂର୍ବରେ ବିଦ୍ୟାଳୟ ଏବଂ କଲେଜ ଯାତ୍ରାକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଯାହା ଦ୍ୱାରା ଅଧିକ ଲୋକ ସଚେତନ ହୋଇ ପର୍ଯ୍ୟଟକଙ୍କ ପାଇଁ ଭିତ୍ତିଭୂମି ତଥା ସୁବିଧାର ବିକାଶ ଆରମ୍ଭ କରିବେ। ସେ ବିବାହ ସ୍ଥଳ ତଥା କ୍ରୀଡା ଗନ୍ତବ୍ୟସ୍ଥଳକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଏହିପରି ୫୦ ଟି ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଉତ୍ସାହିତ କରି କହିଛନ୍ତି ଯେ ପୃଥିବୀର ପ୍ରତ୍ୟେକ ପର୍ଯ୍ୟଟକ ତାଙ୍କ ଯାତ୍ରାରେ ଭାରତ ଗସ୍ତରେ ଆସିବାକୁ ବାଧ୍ୟ। ମିଳିତ ଜାତିସଂଘରେ ତାଲିକାଭୁକ୍ତ ସମସ୍ତ ଭାଷାରେ ପର୍ଯ୍ୟଟନ ସ୍ଥଳ ପାଇଁ ଆପ୍ ବିକାଶ ବିଷୟରେ ସେ ଉଲ୍ଲେଖ କରିଛନ୍ତି।

ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏହି ୱେବିନାର୍ ପର୍ଯ୍ୟଟନ ସହ ଜଡିତ ପ୍ରତ୍ୟେକ ଦିଗକୁ ଗମ୍ଭୀରତାର ସହ ବିଚାର କରିବ ଏବଂ ଉନ୍ନତ ସମାଧାନର ରାସ୍ତା ବାହାର କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି, ରିଅଲ୍ ଇଷ୍ଟେଟ୍ ବିକାଶ, ଭିତ୍ତିଭୂମି ଏବଂ ବୟନଶିଳ୍ପ ଭଳି ଦେଶରେ ପର୍ଯ୍ୟଟନର ସମାନ ସମ୍ଭାବନା ଅଛି।

Categories
ବିଶେଷ ଖବର

ସହରୀ ଯୋଜନା, ବିକାଶ ଓ ପରିମଳ ଉପରେ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଯୋଜନା କୈନ୍ଦ୍ରିକ ସହରୀ ବିକାଶ’ ଉପରେ ବଜେଟ ପର ଏକ ୱେବିନାରରେ ଆଜି (ତା୦୧.୦୩. ୨୦୨୩) ଅଭିଭାଷଣ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ବଜେଟ୍‌-୨୦୨୩ ରେ ଘୋଷିକ ବିଭିନ୍ନ ପଦକ୍ଷେପ ଉପରେ ଜନସାଧାରଣ ପ୍ରସ୍ତାବମାନ ଦେବାକୁ ତଥା ଏହାର କାର୍ଯ୍ୟକାରିତାର ସୁଖମତା ନିମନ୍ତେ ସରକାର ଏହି ୱେବିନାର ଆୟୋଜନ କରୁଛନ୍ତି। ସରକାର ଆୟୋଜନ କରିଥିବା ମୋଟ ୧୨ଟି ୱେବିନାର ମଧ୍ୟରୁ ଆଜିର ଏହା ଷଷ୍ଠ ୱେବିନାର।

ସମବେତ ଅଂଶଗ୍ରହଣକାରୀଙ୍କୁ ଉଦ୍‌ବୋଧନ ଦେଇ ସ୍ୱାଧୀନତାର ଏତେବର୍ଷ ପରେ ମଧ୍ୟ ମାତ୍ର ଗୋଟିଏ-ଦୁଇଟି ସହରର ବିକାଶ ହୋଇଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ସ୍ୱାଧୀନତାର ୭୫ବର୍ଷରେ ଯଦି ଦେଶରେ ୭୫ଟି ସହର ବିକାଶ ଘଟିଥାନ୍ତା, ତେବେ ସମଗ୍ର ବିଶ୍ୱରେ ଭାରତର ସ୍ଥିତି ପୁରାପୁରି ଅଲଗା ହୋଇଥାନ୍ତା। ଏକ ବିଂଶ ଶତାବ୍ଦୀରେ ପରିବେଶର ଯେପରି ଦ୍ରୁତ ବିକାଶ ଘଟୁଛି,  ଯୋଜନାବଦ୍ଧ ନଗରୀ ନିର୍ମାଣ ବର୍ତ୍ତମାନର ଆବଶ୍ୟକତା ବୋଲି ସେ କହିଥିଲେ। ନୂତନ ନଗରୀଗୁଡିକର ବିକାଶ ସହ ବର୍ତ୍ତମାନ ଥିବା ନଗରୀଗୁଡିକରେ ସେବାର ଆଧୁନିକୀକରଣ ସହରୀ ବିକାଶର ଦୁଇଟି ପ୍ରମୁଖ ଦିଗ ବୋଲି କହି ଦେଶର ପ୍ରତ୍ୟେକ ବଜେଟ୍‌ରେ ସହରାଞ୍ଚଳ ବିକାଶ ଉପରେ,  ଦିଆଯାଇଥିବା ଧ୍ୟାନ ଉପରେ ଆଲୋକପାତ କରିଥିଲେ। ସହରାଞ୍ଚଳ ବିକାଶର ମାନ ଉନ୍ନତ କରିବା ପାଇଁ ଚଳିତବର୍ଷ ବଜେଟ୍‌ରେ ୧୫,୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ଓ ଏହା ଯୋଜନାବଦ୍ଧ ସହରୀକରଣରେ ଯଥେଷ୍ଟ ସହାୟକ ବୋଲି ସେ ଆସ୍ଥା ପ୍ରକଟ କରିଥିଲେ।

ସହରାଞ୍ଚଳ ବିକାଶରେ ଯୋଜନା ଓ ଶାସନ କଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ନଗରୀଗୁଡିକ ବିକାଶ ପାଇଁ ଦୁର୍ବଳ ଯୋଜନା ଓ ତ୍ୱରାନ୍ୱିତ କରିବାରେ ଅବହେଳା ଦେଶର ବିକାଶ ଯାତ୍ରା ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି କରିବ। ସ୍ଥାନ ସମ୍ବନ୍ଧୀୟ ଯୋଜନା, ପରିବହନ ଯୋଜନା ଓ ସହରାଞ୍ଚଳ ଭିତ୍ତିଭୂମିକୁ ନେଇ ଅତ୍ୟନ୍ତ ଗୁରୁତ୍ୱର ସହ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ୱେବିନାରର ଅଂଶ ଗ୍ରହଣକାରୀଙ୍କୁ ନିବେଦନ କରି ସେ ମୁଖ୍ୟତଃ ତିନିଟି ପ୍ରଶ୍ନକୁ ପ୍ରାଧାନ୍ୟ ଦେଇ ସହରାଞ୍ଚଳ ଯୋଜନା ବାତାବରଣକୁ ରାଜ୍ୟରେ ମଜବୁତ କରିବାକୁ କହିଥିଲେ। ଦ୍ୱିତୀୟତଃ ଘରୋଇ କ୍ଷେତ୍ରରେ ଉପଳବ୍ଧ ବିଶେଷଜ୍ଞତାକୁ ସହରୀ ଯୋଜନାରେ ପ୍ରୟୋଗ କରିବା ଓ ଶେଷରେ ସହରୀ ବିକାଶ ଯୋଜନାକୁ ନୂତନ ସ୍ତରକୁ ଉନ୍ନୀତ କରିବା ପାଇଁ ଉତ୍କର୍ଷ କେନ୍ଦ୍ରର ବିକାଶ କରିବା। ଯୋଜନାବଦ୍ଧ ସହରାଞ୍ଚଳ ନକ୍ସା ପ୍ରସ୍ତୁତ କରି ପ୍ରତ୍ୟେକ ରାଜ୍ୟ ସରକାର ଓ ସ୍ୱାୟତ୍ତ ଶାସନ ସଂସ୍ଥା ଏକ ବିକଶିତ ଭାରତ ଗଠନ ଦିଗରେ ସେମାନଙ୍କ ଅବଦାନ ଦେଇପାରିବେ। “ସହରୀ ଯୋଜନା ଆମ ନଗରୀ ଗୁଡିକର ଭାଗ୍ୟ ଅମୃତକାଳ ନିର୍ଣ୍ଣେୟ କରିବ ଓ କେବଳ ଉନ୍ନତ ଯୋଜନାବଦ୍ଧ ନଗରୀ ଦେଶର ଭାଗ୍ୟ ନିର୍ଦ୍ଧାରଣ କରିବ” ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ।

ଆମର ନଗରୀଗୁଡିକରେ ଜଳବାୟୁ ନମନୀୟତା ଓ ଜଳ ସୁରକ୍ଷା ପ୍ରଦାନ କେବଳ ଉନ୍ନତ ଯୋଜନା ଦ୍ୱାରା ହିଁ ହୋଇପାରିବ ବୋଲି ସେ କହିଥିଲେ।

ନୂଆ ନୂଆ ଚିନ୍ତାଧାରା ଦେବାକୁ ସେ ବିଶେଷଜ୍ଞମାନଙ୍କୁ ଅନୁରୋଧ କରିବା ସହ ସେମାନେ ଜିଆଇଏସ୍ ଭିତ୍ତିକ ବୃହତ୍ ଯୋଜନା, ବିଭିନ୍ନ  ଯୋଜନା ପଦ୍ଧତିର ବିକାଶ, ମଜବୁତ ମାନବ ସମ୍ବଳ ଓ ସାମର୍ଥ୍ୟ ବୃଦ୍ଧି ଉପରେ ଆଲୋକପାତ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ସେମାନଙ୍କ ଅଭିଜ୍ଞତା ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକୁ ଅନେକ ସୁଯୋଗ ପ୍ରଦାନ କରିବ ବୋଲି ସେ କହିଥିଲେ।

ପରିବହନ ଯୋଜନା ନଗରବିକାଶର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଓ ଆମ ନଗରୀ ଗୁଡିକର ପରିବର୍ତ୍ତନଶୀଳତା ନିରବଚ୍ଛିନ୍ନ ଭାବେ ରହିବା ଆବଶ୍ୟକ। ୨୦୧୪ ମସିହା ପୂର୍ବ ମେଟ୍ରୋ ସଂଯୋଗୀକରଣ ଉପରେ ଆଲୋକପାତ କରି ସେ କହିଥିଲେ ଯେ ବର୍ତ୍ତମାନ ସରକାର ମେଟ୍ରୋ ସଂଯୋଗୀକରଣ କାର୍ଯ୍ୟ ଅନେକ ନଗରୀରେ କରୁଛନ୍ତି  ଓ ଏହା ଅନେକ ଦେଶଗୁଡିକୁ ଏ କ୍ଷେତ୍ରରେ ପଛରେ ପକାଇ ଦେଇଛି। ମେଟ୍ରୋ ବ୍ୟବସ୍ଥାକୁ ମଜବୁତ କରିବା ସହ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଯୋଗୀକରଣ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ନଗରୀଗୁଡିକରେ ସଡକ ପ୍ରଶସ୍ତିକରଣ, ଯାତ୍ରାରେ ଶବ୍ଦ ଓ ବାୟୁ ପ୍ରଦୂଷଣ ହ୍ରାସ (ଗ୍ରୀନ ମୋବିଲିଟି), ରାସ୍ତା, ସୌନ୍ଦର୍ଯ୍ୟକରଣ ଓ ଜଙ୍କସନଗୁଡିକର ବିକାଶ ପରିବହନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ବୋଲି ସେ କହିଥିଲେ।

“ଭାରତ ଚକ୍ରୀୟ ଅର୍ଥନୀତିକୁ ସହରୀ ବିକାଶର ମୁଖ୍ୟ ଭିତ୍ତି କରୁଛି” ବୋଲି କହି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ୟାଟେରୀ ବର୍ଜ୍ୟ, ବିଦ୍ୟୁତ ବର୍ଜ୍ୟ, ଯାନବାହନ ବର୍ଜ୍ୟ, ଟାୟାର ଓ ଖତ ପାଇଁ ବ୍ୟବହୃତ ବର୍ଜ୍ୟ ଭଳି ପୌରସଂସ୍ଥାର ହଜାର ହଜାର ଟନ୍ ବର୍ଜ୍ୟବସ୍ତୁ ଆମର ସୃଷ୍ଟି ହେଉଛି।

୨୦୧୪ରେ ଶତକଡା ୧୪ରୁ ୧୫ଭାଗ ବର୍ଜ୍ୟ ପରିଚାଳନା ହେଉଥିବାବେଳେ ବର୍ତ୍ତମାନ ପ୍ରାୟ ଶତକଡା ୭୫ଭାଗ ବର୍ଜ୍ୟ ପରିଚାଳନା ହେଉଛି। ଆଗରୁ ପଦକ୍ଷେପ ନିଆଯାଇଥିଲେ ନଗରୀଗୁଡିକର ଶେଷ ଭାଗରେ ପାହାଡ ଆକାରରେ ଆବର୍ଜନା ଜମା ହୋଇ ନ ଥାନ୍ତା। ବର୍ତ୍ତମାନ ନଗରୀଗୁଡିକୁ କୁଢ କୁଢ ଆବର୍ଜନାରୁ ମୁକ୍ତ କରିବା ପାଇଁ ବର୍ଜ୍ୟ ପରିଚାଳନା କରାଯିବା ସହ ପୁନଃ ପ୍ରକ୍ରିୟା କରଣ ଓ ଚକ୍ରୀୟ ବ୍ୟବସ୍ଥା ନିମନ୍ତେ ଅନେକ ଶିଳ୍ପାନୁଷ୍ଠାନଗୁଡିକୁ ସୁଯୋଗ ମଧ୍ୟ ମିଳୁଛି। ଏ ଦିଗରେ ବିରାଟ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍‌ଗୁଡିକୁ ସମସ୍ତେ ସମର୍ଥନ କରିବା ପାଇଁ ଶ୍ରୀ ମୋଦୀ ନିବେଦନ କରିଥିଲେ। ଶିଳ୍ପାନୁଷ୍ଠାନ ଗୁଡିକ ବର୍ଜ୍ୟ ପରିଚାଳନା ପାଇଁ ଅଧିକରୁ ଅଧିକ ଯୋଗଦେବା ଉଚିତ। ନଗରୀଗୁଡିକ ନିର୍ମଳ ପାନୀୟ ଜଳ ଯୋଗାଇବା ପାଇଁ ସଫଳ ହୋଇଥିବା ଅମୃତ ଯୋଜନା ଅମୃତ-୨.୦ ଭାବେ ପୁଣି ଆରମ୍ଭ କରାଯାଇଛି। ଜଳ ଓ ଆବର୍ଜନା ନିଷ୍କାସନ ପାରମ୍ପାରିକ ପଦ୍ଧତିର ଆଗକୁ ଯାଇ ବର୍ତ୍ତମାନ କେତେକ ନଗରୀରେ ବ୍ୟବହୃତ ଜଳର ପ୍ରକ୍ରିୟାକରଣ ହୋଇ ତାହା ଶିଳ୍ପର ବ୍ୟବହାରରେ ଲାଗୁଛି।

“ଆମର ନୂତନ ନଗରୀଗୁଡିକ ନିଶ୍ଚିତଭାବେ ଆର୍ବଜନା ମୁକ୍ତ , ସୁରକ୍ଷିତ ଜଳ ଓ ଜଳବାୟୁ ନମନୀୟ ହେବା ଦରକାର ବୋଲି ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ଟୁ-ଟାୟାର ଓ ଥ୍ରୀ-ଟାୟାର ନଗରୀଗୁଡିକରେ ସହରୀ ଭିତ୍ତିଭୂମି ଓ ଯୋଜନା ବାବଦ ପୁଞ୍ଜି ବିନିଯୋଗ ଅଧିକ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଆମର ଭବିଷ୍ୟତରେ ନଗରୀ ଗୁଡିକ ପାଇଁ ସ୍ଥାପତ୍ୟ,  ଶୂନ୍ୟ ବର୍ଜ୍ୟ ନିଷ୍କାସନ ମଡେଲ, ଶକ୍ତି ସାପେକ୍ଷ, ଭୂମି ବ୍ୟବହାରରେ ସାମର୍ଥ୍ୟ, ଟ୍ରାନଜିଟ୍ କରିଡର ଓ ଜନ ସେବାରେ କୃତ୍ରିମ ମେଧା ମାନଦଣ୍ଡ ହେବା ଆବଶ୍ୟକ। ସହରୀ ଯୋଜନାରେ ଖେଳ ପଡିଆ ଓ ପିଲାମାନଙ୍କ ପାଇଁ ସାଇକେଲ ଚଲା ପଥ ରଖିବା ଆବଶ୍ୟକ ବୋଲି ସେ କହିଥିଲେ।

“ ସରକାର କରୁଥିବା ଯୋଜନା ଓ ନୀତି କେବଳ ନଗରବାସୀଙ୍କ ଜୀବନରେ ସ୍ୱାଚ୍ଛ୍‌ନ୍ଦ୍ୟ, ଆଣିବା ଉଚିତ ନୁହେଁ, ବରଂ ଏହା ସେମାନଙ୍କ ନିଜର ବିକାଶରେ ସହାୟକ ହେବା ଦରକାର” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଚଳିତବର୍ଷ ବଜେଟରେ ପିଏମ୍ ଆବାସ ଯୋଜନା ବାବଦ ୮୦, ୦୦୦କୋଟି ଟଙ୍କାର ବ୍ୟୟବରାଦ ପ୍ରସଙ୍ଗ ଉତଥାପନ କରି ଏଥିପାଇଁ ସିମେଣ୍ଟ, ଇସ୍ପାତ, ରଙ୍ଗ ଓ ଆସବାବପତ୍ରର ଶିଳ୍ପ ମଧ୍ୟ ଲାଭ ପାଇବେ। ସହରାଞ୍ଚଳ ବିକାଶରେ ଭବିଷ୍ୟତ ପ୍ରଯୁ୍‌କ୍ତି ବିଦ୍ୟାର କ୍ରମବର୍ଦ୍ଧିଷ୍ଣୁ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏ ଦିଗରେ ତୁରନ୍ତ ଚିନ୍ତା କରିବାକୁ ଷ୍ଟାର୍ଟଅପ୍ ଓ ଶିଳ୍ପସଂସ୍ଥାଗୁଡିକୁ ନିବେଦନ କରିଥିଲେ। ଆମକୁ ପାଖରେ ଥିବା ସମ୍ଭାବନାଗୁଡିକର ସୁବିଧା ନେବା ସହ ଭବିଷ୍ୟତର ସମ୍ଭାବନା ପ୍ରତି ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ। ନିରନ୍ତର ଆବାସ ପ୍ରଯୁକ୍ତିରୁ ନିରନ୍ତର ଓ ସ୍ଥାୟୀ ନଗରୀ ପର୍ଯ୍ୟନ୍ତ ଆମକୁ ନୂତନ ସମାଧାନ ପନ୍ଥା ବାହାର କରିବାକୁ ହେବ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜୀବନ ଜିଇଁବାର ଢଙ୍ଗ ବଦଳାଇଦେବ ୫ଜି: ଆକାଶ ଅମ୍ବାନି

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ, ୫ଜି ପ୍ରଯୁକ୍ତିରେ ଭାରତୀୟଙ୍କ ଜୀବନ ଜିଇଁବାର ଢଙ୍ଗ ବଦଳାଇପାରିବାର ଶକ୍ତି ରହିଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ ବଜେଟ୍ ପରବର୍ତ୍ତୀ ୱେବିନାର୍‌କୁ ସମ୍ବୋଧିତ କରି ଆକାଶ ଏହା କହିଛନ୍ତି। ମଙ୍ଗଳବାର ଏହି ୱେବିନାର୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିଲେ।

ଜିଓ ପକ୍ଷରୁ ୫ଜି ନେଟ୍‌ୱର୍କର ଶୁଭାରମ୍ଭ ସାରା ବିଶ୍ୱର ସବୁଠୁ ବଡ଼ ୫ଜି ଶୁଭାରମ୍ଭ ଥିଲା ବୋଲି ଆକାଶ ଅମ୍ବାନି କହିଛନ୍ତି। ମାତ୍ର ୫ ମାସ ଭିତରେ ଜିଓ ପକ୍ଷରୁ ପ୍ରାୟ ୪୦ ହଜାର ଟାୱାର ସାଇଟ୍‌ସରେ ୨.୫ ଲକ୍ଷ ୫ଜି ସେଲ୍‌ସ ଲଗାଯାଇଛି। ରିଲାଏନ୍ସ ଜିଓର ଏହି ବଡ଼ ଭିତିଭୂମି ଦ୍ୱାରା ପରିଚାଳିତ କଂପାନିର ଟ୍ରୁ-୫ଜି ସେବା ୨୭୭ ସହରରେ ପହଂଚିଛି। ଆକାଶ ଅମ୍ବାନି ସ୍ପଷ୍ଟ କରିଛନ୍ତି ଯେ ୨୦୨୩ ସୁଦ୍ଧା ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବା ସବୁ ତାଲୁକା, ସବୁ ସହର ଏବଂ ସବୁ ଗାଁରେ ଉପଲବ୍ଧ ହେବ।

ବିଭିନ୍ନ କ୍ଷେତ୍ରରେ ୫ଜି ପ୍ରଯୁକ୍ତି କିଭଳି ବ୍ୟବହାର ହୋଇପାରିବ ଏବଂ ଆମ ଜୀବନ ଉପରେ ତାହାର କ’ଣ ପ୍ରଭାବ ରହିବ ସେ ସମ୍ପର୍କରେ ଆକାଶ ଅମ୍ବାନି ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଗେମିଂଠାରୁ ସ୍ମାର୍ଟ ସିଟି ପର୍ଯ୍ୟନ୍ତ ୫ଜିର ଉପଯୋଗିତା ବିଷୟରେ ସେ ପ୍ରକାଶ କରିଥିଲେ। ଆକାଶ କହିଛନ୍ତି ଯେ ୫ଜିର ଲାଭ ହାସଲ କରିବା ଲାଗି ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପିଡିଏସ ଚାଉଳରେ ଅପମିଶ୍ରିତ ଖବରର ତଦନ୍ତ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟରେ ବଣ୍ଟନ ହେଉଥିବା ପିଡିଏସ ଚାଉଳ ଅପମିଶ୍ରିତ ହେବା ଖବରର ତୁରନ୍ତ ତଦନ୍ତ କରିବା ସହ ପୁଷ୍ଟିଯୁକ୍ତ ଚାଉଳର ବଣ୍ଟନ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ଯୋଗାଣ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗରିବ କଲ୍ୟାଣ ବିଚାରରେ କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ଯୋଗାଣ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ଭାରତବର୍ଷର କୋଟି କୋଟି ଲୋକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରୁଛି। ଏହି ଯୋଜନାର ପ୍ରମୁଖ ଲାଭାର୍ଥୀ ଓଡ଼ିଶା ହୋଇଛି। ପ୍ରାୟ ୩.୨୫ କୋଟି ହିତାଧିକାରୀଙ୍କୁ ଏହି ଯୋଜନାରେ ଚାଉଳ ପ୍ରଦାନ କରାଯାଉଛି।

ମାତ୍ର ନିକଟରେ କୋରାପୁଟ ଜିଲ୍ଲାର ଲମତାପୁଟ, ବାଲେଶ୍ୱରର ସଦର ବ୍ଲକ ତଥା ସୁନ୍ଦରଗଡ଼ ଜିଲ୍ଲାର ବଡବାହାଲ ଠାରେ ପିଡିଏସ କାର୍ଯ୍ୟକ୍ରମ ଅନ୍ତର୍ଗତ ଦିଆଯାଉଥିବା ଚାଉଳ ନେଇ ଜନସାଧାରଣଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ପୂର୍ବରୁ ମିଳୁଥିବା ଚାଉଳ ଏବଂ ବର୍ତ୍ତମାନ ମିଳୁଥିବା ଚାଉଳରେ ପ୍ରାର୍ଥକ୍ୟ ରହିଥିବା କୁହାଯାଉଛି। ବର୍ତ୍ତମାନ ମିଳୁଥିବା ଚାଉଳ ପାଣିରେ ଭିଜିବା ପରେ ତଳେ ରହିବା ପରିବର୍ତ୍ତେ ଉପରେ ଭାସମାନ ଅବସ୍ଥାରେ ରହୁଛି ଏବଂ ରନ୍ଧାଶୈଳି ଓ ସ୍ୱାଦ ମଧ୍ୟ ଭିନ୍ନ ରହୁଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି କାରଣରୁ ପିଡିଏସ ମାଧ୍ୟମରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ କରାଯାଉଥିବା ନେଇ ଗୁଜବ ସୃଷ୍ଟି କରାଯାଉଛି। ଏହା ଦ୍ୱାରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ଲୋକଙ୍କ ମଧ୍ୟମରେ ନିଜ ସ୍ୱାସ୍ଥ୍ୟ ନେଇ ଚିନ୍ତାପ୍ରକାଶ ପାଇଛି।

ଅପରପକ୍ଷରେ ଜାନୁଆରୀ ମାସରୁ ପୁଷ୍ଟି ଏବଂ ଭିଟାମିନ୍ ଯୁକ୍ତ ଚାଉଳ ପିଡିଏସରେ ପ୍ରଦାନ କରାଯାଉଥିବା ଚାଉଳ ସହ ମିଶାଯାଇ ବଣ୍ଟନ କରାଯାଉଥିବା ନେଇ ସୂଚନା ଦିଆଯାଇଛି। ଚାଉଳର ସ୍ୱାଦ ଓ ଦାନା ଭିନ୍ନ ଥିବାରୁ ହିତାଧିକାରୀଙ୍କ ମନରେ ସମ୍ଭବତଃ ଦ୍ୱନ୍ଦ ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି। ସାଧାରଣ ଯୋଗାଣ ବିଭାଗ ଦ୍ୱାରା ଏହାକୁ ତଦନ୍ତ କରିବା ସହ ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ଏହି ବିଷୟର ତଦନ୍ତ କରିବା ପାଇଁ ମନ୍ତ୍ରଣାଳୟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ହସ୍ତକ୍ଷେପ କରିବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଏହାସହ ହିତାଧିକାରୀଙ୍କ ମଧ୍ୟରେ ପିଡିଏସରେ ଦିଆଯାଉଥିବା ପୁଷ୍ଟିଯୁକ୍ତ ଚାଉଳର ସନ୍ଦେହକୁ ଦୂର କରିବା ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ଜୀବନ ଶୈଳୀ

କୋଟି କୋଟି ଚାଷୀଙ୍କୁ ହୋଲି ଉପହାର, କୃଷକଙ୍କୁ ୧୩ ତମ କିସ୍ତି ପଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ହୋଲି ପର୍ବ ପୂର୍ବରୁ ମୋଦୀ ସରକାର ଚାଷୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବେଲାଗାଭିରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ୧୩ ତମ କିସ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ ବଟନ୍ ଦବାଇ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଟ୍ରାନ୍ସଫର କରିଛନ୍ତି। ଏହି ଯୋଜନା ଅଧୀନରେ ୮ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୬ ହଜାର କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରାଯାଇଛି। କିଷାନଙ୍କ ୧୩ ତମ କିସ୍ତି ମୁକ୍ତ ହେବା ପରେ ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ଆଉ ଏକ କିସ୍ତି ପଠାଯାଇଛି। ବିରୋଧୀ ଦଳ କଂଗ୍ରେସ ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ, କଂଗ୍ରେସ ଶାସନ ସମୟରେ ଟଙ୍କା ଅଦୃଶ୍ୟ ହୋଇଯାଉଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ହୋଲି ପର୍ବ ପୂର୍ବରୁ ଆମେ ଚାଷୀଙ୍କୁ ହୋଲି ଉପହାର ଦେଇଛୁ।

ଯଦି ଆପଣଙ୍କୁ ଟଙ୍କା ମିଳିନାହିଁ, ତେବେ କ’ଣ କରିବେ?:

ଯଦି ଆପଣଙ୍କ ଆକାଉଣ୍ଟରେ ଟଙ୍କା ଆସିନାହିଁ, ତେବେ ସର୍ବପ୍ରଥମେ ଯାଞ୍ଚ କରନ୍ତୁ ଯେ ଆପଣ ପିଏମ କିଷାନ ଯୋଜନାର ଲାଭ ପାଇବାକୁ ଯୋଗ୍ୟ କି ନୁହେଁ। ଯଦି ଆପଣ ସମସ୍ତ ସର୍ତ୍ତ ପୂରଣ କରନ୍ତି ଏବଂ ତଥାପି ତାଲିକାରେ କୌଣସି ନାମ ନାହିଁ, ତେବେ ଚିନ୍ତା କରିବାର କିଛି ନାହିଁ। ଏଭଳି ପରିସ୍ଥିତିରେ ସହାୟତା କରିବାକୁ ସରକାର ଏକ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି। ପିଏମ କିଷାନ ଯୋଜନା ସହିତ ଜଡିତ କୌଣସି ସମସ୍ୟା ପାଇଁ ଆପଣ ୧୫୫୨୬୧ କିମ୍ବା ୦୧୧-୨୪୩୦୦୬୦୬ କୁ କଲ କରିପାରିବେ। କଲ୍ କରିବା ପରେ, ଆପଣଙ୍କର ସମସ୍ୟା କେବଳ ଶୁଣାଯିବ ନାହିଁ, କିନ୍ତୁ ଆପଣଙ୍କୁ ଖୁବ୍ କମ୍ ସମୟ ମଧ୍ୟରେ ସମାଧାନ ମଧ୍ୟ ଦିଆଯିବ। ଆପଣ ଜିଲ୍ଲା କିମ୍ବା ରାଜ୍ୟ କୃଷି କାର୍ଯ୍ୟାଳୟ ପରିଦର୍ଶନ କରି ସମ୍ପୃକ୍ତ ଅଧିକାରୀଙ୍କୁ ଭେଟି ଆପଣଙ୍କର ଅଭିଯୋଗ ପଞ୍ଜିକରଣ କରିପାରିବେ। ଏମାନଙ୍କ ବ୍ୟତୀତ ପିଏମ କିଷାନଙ୍କ ୱେବସାଇଟରେ ଅଭିଯୋଗ କରିବାକୁ ସୁବିଧା ମଧ୍ୟ ଦିଆଯାଇଛି।

ଏହି ପରି ହିତାଧିକାରୀଙ୍କ ତାଲିକା ଯାଞ୍ଚ କରନ୍ତୁ:

PMkisan.gov.in ରେ PM Kisan ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଆପଣ ଏହାକୁ ମୋବାଇଲରୁ ଯାଞ୍ଚ କରିପାରିବେ।

ୱେବସାଇଟର ଉପର ଡାହାଣ ପାର୍ଶ୍ୱରେ ଦିଆଯାଇଥିବା ଫାର୍ମର କର୍ନର ଖୋଲନ୍ତୁ।

ଏହା ପରେ ବେନିଫିସିଆରୀ ତାଲିକାରେ କ୍ଲିକ୍ କରନ୍ତୁ।

ଆପଣ କ୍ଲିକ୍ କରିବା ମାତ୍ରେ ଏକ ନୂତନ ପୃଷ୍ଠା ଖୋଲିବ। ଡ୍ରପ୍ ଡାଉନ୍ ବଟନ୍ ରୁ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମ ଚୟନ କରନ୍ତୁ।

Get Report ଉପରେ କ୍ଲିକ୍ କରିବା ପରେ, ଆପଣ ଗାଁର ସମସ୍ତ କୃଷକଙ୍କ ତାଲିକା ପାଇବେ ଯେଉଁମାନେ ଏହି ସୁବିଧା ପାଇବାକୁ ଯୋଗ୍ୟ ଅଟନ୍ତି।

ଏଠାରେ ଆପଣଙ୍କୁ କେତେ କିସ୍ତି ପ୍ରଦାନ କରାଯାଇଛି ତାହା ମଧ୍ୟ ଆପଣ ଯାଞ୍ଚ କରିପାରିବେ।

Categories
ବିଶେଷ ଖବର

ଜର୍ମାନୀ ଚାନ୍‌ସେଲରଙ୍କ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତ୍ତି

ନୂଆଦିଲ୍ଲୀ: ଆଜି ଜର୍ମାନୀ ଚାନ୍‌ସେଲର ଭାରତ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଓଲାଫ ଶୋଲ୍ଜଙ୍କ ମଧ୍ୟରେ ବୈଠକ ହୋଇଛି। ଏହି ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପ୍ରେସ ବିବୃତ୍ତି ଦେଇଛନ୍ତି। ଆସନ୍ତୁ ପଢିବା ସଂପୂର୍ଣ୍ଣ ବିବୃତ୍ତି…

ମହାମହିମ, ଚାନ୍‌ସେଲର ସୋଲ୍‌ଜ, ମୁଁ ମୋର ମିତ୍ର ସୋଲ୍‌ଜ ଏବଂ ତାଙ୍କର ଡେଲିଗେସନଙ୍କୁ ଭାରତରେ ସ୍ବାଗତ କରୁଛି। ଚାନ୍‌ସେଲର ସୋଲ୍‌ଜ ଅନେକ ବର୍ଷ ପରେ ଭାରତ ପରିଦର୍ଶନ କରୁଛନ୍ତି। ୨୦୧୨ ରେ ତାଙ୍କର ଭାରତ ଯାତ୍ରା, ହିମବର୍ଗର କୌଣସି ମେୟରଙ୍କ ପ୍ରଥମ ଭାରତ ଯାତ୍ରା ଥିଲା। ଏହା ସ୍ପଷ୍ଟ ଯେ ସେ ଭାରତ-ଜର୍ମାନୀ ସମ୍ପର୍କର ସମ୍ଭାବନାକୁ ବହୁତ ପୂର୍ବରୁ ବୁଝି ସାରିଥିଲେ।

ଗତ ବର୍ଷ ଆମର ତିନିଟି ବୈଠକ ହୋଇଛି। ଏବଂ ପ୍ରତି ଥର, ଆମର ଆଲୋଚନାରେ ତାଙ୍କର ଏହି ଦୂରଦୃଷ୍ଟି ଏବଂ ଭିଜନ ଦ୍ବାରା ଆମର ଦ୍ବିପାକ୍ଷିକ ସମ୍ପର୍କକୁ ଏକ ନୂଆ ଗତି ଏବଂ ଶକ୍ତି ମିଳିଛି। ଆଜିର ବୈଠକରେ ମଧ୍ୟ ଆମେ ସମସ୍ତ ମହତ୍ତ୍ବପୂର୍ଣ୍ଣ  ଦ୍ୱିପାକ୍ଷିକ ବିଷୟ ତଥା କ୍ଷେତ୍ରୀୟ ଏବଂ ଆନ୍ତର୍ଜାତୀୟ ବିଷୟରେ ବିସ୍ତାରପୂର୍ବକ ଆଲୋଚନା କରିଛନ୍ତି।

ବନ୍ଧୁଗଣ,

ଭାରତ ଏବଂ ଜର୍ମାନୀର ମଜବୁତ୍ ସମ୍ପର୍କ, ମିଳିତ ଗଣତାନ୍ତ୍ରିକ ମୂଲ୍ୟ, ଏବଂ ପରସ୍ପରର ହିତ ପାଇଁ ଗଭୀର ବୁଝାମଣାରେ ଆଧାରିତ ଅଟେ। ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ଏବଂ ଆର୍ଥିକ ଆଦାନ ପ୍ରଦାନର ଦୀର୍ଘ ଇତିହାସ ରହିଛି। ବିଶ୍ବର ଦୁଇଟି ବଡ଼ ଗଣତାନ୍ତ୍ରିକ ଅର୍ଥ ବ୍ୟବସ୍ଥା ମଧ୍ୟରେ ବଢ଼ୁଥିବା ସହଯୋଗ, ଉଭୟ ଦେଶର ଜନତାଙ୍କ ପାଇଁ ଲାଭକାରି ଅଟେ, ଆଜିର ଚାପଗ୍ରସ୍ତ ବିଶ୍ବରେ ଏହାଦ୍ବାରା ଏକ ସକାରାତ୍ମକ ସନ୍ଦେଶ ମଧ୍ୟ ମିଳିଥାଏ।

ଜର୍ମାନୀ ୟୁରୋପର ଆମର ସବୁଠାରୁ ବଡ଼ ଟ୍ରେଡିଂ ପାର୍ଟନର ହେବା ସହିତ, ଭାରତରେ ନିବେଶର ମଧ୍ୟ ମହତ୍ତ୍ବପୂର୍ଣ୍ଣ ଉତ୍ସ ଅଟେ। ଆଜି ‘‘ମେକ୍ ଇନ୍ ଇଣ୍ଡିଆ’’ ଏବଂ ‘‘ଆତ୍ମ ନିର୍ଭର ଭାରତ’’ ଅଭିଯାନ କାରଣରୁ ଭାରତର ସମସ୍ତ ସେକ୍ଟର ରେ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଏହି ଅବସରରେ ପ୍ରତି ଜର୍ମାନୀର ଆଗ୍ରହରେ ଆମେ ଉତ୍ସାହିତ ଅଟୁ।

ଚାନ୍‌ସଲର ସ୍ଲୋଜଙ୍କ ସହିତ ଆଜି ଆସିଥିବା ବିଜନେସ୍ ଡେଲିଗେସନ ଏବଂ ଭାରତୀୟ ବିଜନେସ୍ ଲିଡରଙ୍କ ମଧ୍ୟରେ ଏକ ସଫଳ ବୈଠକ ହୋଇଛି ଏବଂ କିଛି ଭଲ ରାଜିନାମା ମଧ୍ୟ, ବଡ଼ ମହତ୍ତ୍ବପୂର୍ଣ୍ଣ  ରାଜିନାମା ମଧ୍ୟ ହୋଇଛି। ଡିଜିଟାଲ୍ ଟ୍ରାନ୍‌ସଫରମେସନ, ଫିନଟେକ୍, ଆଇଟି, ଟେଲିକମ୍ ଏବଂ ସପ୍ଲାଏ ଚେନ୍‌ସର ଡାଇଭର୍ସିଫିକେସନ ପରି ବିଷୟ ଉପରେ, ଆମେ ଉଭୟ ଦେଶର ପ୍ରମୁଖ ଉଦ୍ୟୋଗ ଲିଡର୍ସର ଉପଯୋଗୀ ବିଚାର ଏବଂ ପରାମର୍ଶ ମଧ୍ୟ ଶୁଣିବାକୁ ମିଳଛି।

ବନ୍ଧୁଗଣ,

ଭାରତ ଏବଂ ଜର୍ମାନୀ ଟ୍ରାଇଙ୍ଗୁଲାର ଡେଭଲପମେଣ୍ଟ କର୍ପୋରେସନ ଅନ୍ତର୍ଗତ ତୃତୟ ଦେଶର ବିକାଶ ପାଇଁ ପାରସ୍ପରିକ ସହଯୋଗ  ବୃଦ୍ଧି ପାଉଛି। ଗତ କିଛି ବର୍ଷରେ ଆମର ପିପୁଲ-ଟୁ-ପିପୁଲ୍ ସମ୍ପର୍କ ମଧ୍ୟ ସୁଦୃଢ଼ ହୋଇଛି। ଗତ ବର୍ଷ ଡିସେମ୍ବରରେ କରାଯାଇଥିବା ମିଟିଗେସନ ଓ ମୋବିଲିଟି ପାର୍ଟନରସିପ୍ ଏଗ୍ରିମେଣ୍ଟ ଦ୍ବାରା ଏହି ସମ୍ପର୍କ ଆହୁରି ମଜବୁତ ହେବ।

ବଦଳୁଥିବା ସମୟର ଆବଶ୍ୟକତା ଅନୁସାରେ, ଆମେ ନିଜର ସମ୍ପର୍କରେ ନୂତନ ଏବଂ ଆଧୁନିକ ବିଷୟ ମଧ୍ୟ ସାମିଲ୍ କରୁଛୁ। ଗତ ବର୍ଷ ମୋର ଜର୍ମାନୀର ଯାତ୍ରା ସମୟରେ ଆମେ ଗ୍ରୀନ୍ ଆଣ୍ଡ ସଷ୍ଟେନେବଲ୍ ଡେଭଲପମେଣ୍ଟ ପାର୍ଟନରସିପ୍ର ଘୋଷଣା କରଥିଲି। ଏହା ମାଧ୍ୟମରେ ଆମେ କ୍ଲାଇମେଟ୍ ଆକ୍ସନ ଏବଂ ସଷ୍ଟେନେବଲ୍ ଡେଭଲପମେଣ୍ଟ ଗୋଲ୍‌ କ୍ଷେତ୍ରରେ ସହଯୋଗ ବୃଦ୍ଧି କରୁଛୁ। ନବୀକରଣୀୟ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ବାୟୋ ଫୁଏଲ୍‌ସ ପରି କ୍ଷେତ୍ରରେ ଆମେ ମିଶି କରି କାମ କରିବାର ନିଷ୍ପତ୍ତି ନେଇଛୁ।

ବନ୍ଧୁଗଣ,

ସିକ୍ୟୁରିଟି ଓ ପ୍ରତିରକ୍ଷା ସହଯୋଗ ଆମର ଷ୍ଟ୍ରାଟେଜିକ୍ ପାର୍ଟନରସିପର ଏକ ମହତ୍ତ୍ବପୂର୍ଣ୍ଣ ସ୍ତମ୍ଭ ହୋଇପାରେ। ଏହି କ୍ଷେତ୍ରରେ ଆମର ଅତୁଳନୀୟ ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବରେ ହାସଲ କରିବା ପାଇଁ ଆମ ମିଳିତ ଭାବରେ ପ୍ରଚେଷ୍ଟା କରିବୁ। ଆତଙ୍କବାଦ ଓ ବିଛିନ୍ନତାବାଦୀଙ୍କ ବିପକ୍ଷରେ ଲଢ଼େଇରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ସକ୍ରିୟ ସହଯୋଗ ରହିଛି। ଉଭୟ ଦେଶ ଏହି ବିଷୟରେ ସହମତ ଯେ, କ୍ରସ୍ ବର୍ଡ଼ର ଆତଙ୍କବାଦକୁ ସମାପ୍ତ କରିବା ପାଇଁ ପ୍ରମୁଖ ପଦକ୍ଷେପର ଆବଶ୍ୟକ ରହିଛି।

ବନ୍ଧୁଗଣ,

କୋଭିଡ୍ ମହାମାରୀ ଏବଂ ୟୁକ୍ରେନ୍ ସଂଘର୍ଷର ପ୍ରଭାବ ସମଗ୍ର ବିଶ୍ବରେ ଦେଖା ଦେଇଛି। ବିକାଶଶୀଳ ଦେଶରେ ଏହାର ବିଶେଷ ଭାବରେ ନକାରାତ୍ମକ ପ୍ରଭାବ ରହିଛି। ଆମେ ଏହି ବିଷୟରେ ନିଜର ଚିନ୍ତା ବ୍ୟକ୍ତ କରିଛୁ। ଆମେ ସହମତ ଯେ ଏହି ସମସ୍ୟାର ସମାଧାନ ସଂଯୁକ୍ତ ପ୍ରଚେଷ୍ଟାରେ ସମ୍ଭବ ହୋଇପାରିବ। ଭାରତର ଜି20 ର ଅଧ୍ୟକ୍ଷତାରେ ମଧ୍ୟ ଆମେ ଏହି ବିଷୟରେ ଜୋର ଦେଉଛୁ।

ୟୁକ୍ରେନର ଘଟଣାକ୍ରମର ପ୍ରାରମ୍ଭିକ ସମୟରୁ ହିଁ ଭାରତ ଡାଏଲଗ୍ ଏବଂ ଡିପ୍ଲୋମାସି ମାଧ୍ୟମରେ ଏହି ବିବାଦକୁ ସମାଧାନ କରିବା ପାଇଁ ଜୋର୍ ଦେଇଛି। ଭାରତ ଯେକୌଣସି ଶାନ୍ତି ପ୍ରକ୍ରିୟାରେ ସାମିଲ୍ ହେବା ପାଇଁ ପ୍ରସ୍ତୁତ ରହିଛି। ଆମେ ଏହି ବିଷୟରେ ମଧ୍ୟ ସହମତି ପ୍ରଦାନ କରିଛୁ ଯେ ବିଶ୍ବ ବାସ୍ତବିକତାକୁ ଉନ୍ନତ ଭାବରେ ଦର୍ଶାଇବା ପାଇଁ ମଲ୍‌ଟି ଲାଟେରାଲ୍ ଇନଷ୍ଟିଚ୍ୟୁସନରେ ସୁଧାରର ଆବଶ୍ୟକତା ରହିଛି। ୟୁଏନ ସେକ୍ରେଟାରି କାଉନ୍‌ସିଲ୍ ରେ ଉନ୍ନତି ଆଣିବା ପାଇଁ ଜି4 ଅନ୍ତର୍ଗତ ଆମର ସକ୍ରିୟ ସହଭାଗୀତାରୁ ଏହା ସ୍ପଷ୍ଟ ହୋଇଛି।

ମହାମହିମ,

ସମସ୍ତ ଦେଶବାସୀଙ୍କ ପକ୍ଷରୁ ମୁଁ ପୁଣି ଥରେ ଆପଣଙ୍କ ଏବଂ ଆପଣଙ୍କ ଡେଲିଗେସନର ଭାରତରେ ସ୍ବାଗତ କରୁଛି। ଚଳିତ ବର୍ଷ ଡିସେମ୍ବରରେ ହେଉଥିବା ଜି20 ସମ୍ମିଳନୀ ପାଇଁ ଆମକୁ ଆପଣଙ୍କ ପୁଣିଥରେ ସ୍ବାଗତ କରିବାର ସୁଯୋଗ ମିଳିବ। ଆପଣଙ୍କ ଏହି ଭାରତ ଯାତ୍ରା ଏବଂ ଆଜିର ଆମର ଉପଯୋଗୀ ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

Categories
ଆଜିର ଖବର ଜାତୀୟ ଖବର

କୃଷି ଓ ସମବାୟ ଉପରେ ବଜେଟ ପର ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪-୦୨-୨୦୨୩) କୃଷି ଓ ସମବାୟ ଉପରେ ବଜେଟ ପର ୱେବିନାରରେ ଉଦବୋଧନ ଦେଇଛନ୍ତି। ସରକାର ବଜେଟ ପର ୧୨ଟି ବିଷୟ ଉପରେ ଆୟୋଜନ କରୁଥିବା ୱେବିନାର ମଧ୍ୟରୁ ଏହା ହେଉଛି ଦ୍ୱିତୀୟ। କେନ୍ଦ୍ର ବଜେଟ ୨୦୨୩ରେ ଘୋଷିତ ବିଭିନ୍ନ ପଦକ୍ଷେପଗୁଡ଼ିକର ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ପ୍ରସ୍ତାବ ଓ ମତାମତ ସଂଗ୍ରହ କରିବା ନେଇ ସରକାର ଏହାର ଆୟୋଜନ କରୁଛନ୍ତି।

ସମବେତ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଚଳିତ ବଜେଟ ଓ ଗତ ଆଠ-ନଅ ବର୍ଷ ମଧ୍ୟରେ କୃଷିକୁ ଦିଆଯାଇଥିବା ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ୨୦୧୪ ମସିହାରେ ଯେଉଁ କୃଷି ବଜେଟ ପରିମାଣ ୨୫ ହଜାର କୋଟିରୁ କମ ଥିଲା ତାହା ଆଜି ୧ ଲକ୍ଷ ୨୫ ହଜାର କୋଟିରୁ ଅଧିକ ହୋଇଛି ବୋଲି ସେ ଜଣାଇଥିଲେ। “ନିକଟ ବର୍ଷଗୁଡ଼ିକରେ ହୋଇଥିବା ପ୍ରତ୍ୟକ ବଜେଟ ଗାଁ, ଗରିବ ଓ କିଷାନ ବଜେଟ” ବୋଲି କୁହାଯାଉଥିବା ଶ୍ରୀ ମୋଦୀ କହିଥିଲେ।

ସ୍ୱାଧୀନତା ଠାରୁ ବହୁଦିନ ଧରି ଭାରତର କୃଷି କ୍ଷେତ୍ର ଅବହେଳିତ ହୋଇ ରହିଥିବାରୁ ଖାଦ୍ୟ ସୁରକ୍ଷା ପାଇଁ ଭାରତକୁ ବିଶ୍ୱର ଅନ୍ୟାନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡୁଥିଲା। ମାତ୍ର ଭାରତୀୟ ଚାଷୀମାନେ ଏହି ପରିସ୍ଥିତିରେ ପରିବର୍ତ୍ତନ ଆଣି ଭାରତକୁ ଆତ୍ମନିର୍ଭରଶ କରାଇବା ସହ ଖାଦ୍ୟଶସ୍ୟ ରପ୍ତାନୀର ସାମର୍ଥ୍ୟ ମଧ୍ୟ ଦେଖାଇ ଦେଲେ। “ଆଜି ଭାରତ ଅନେକ କିସମର କୃଷିଜାତ ସାମଗ୍ରୀ ରପ୍ତାନୀ କରୁଛି” ବୋଲି କହି ପ୍ରଧାନମନ୍ତ୍ରୀ ଆମର ଚାଷୀମାନଙ୍କୁ ଘରୋଇ ଓ ଆନ୍ତର୍ଜାତିକ ବଜାର ସହ ପରିଚିତ କରାଇବାକୁ ସରକାର ଉଦ୍ୟମ କରୁଛନ୍ତି ବୋଲି କହିଥିଲେ। ଯେତେବେଳେ ଆତ୍ମନିର୍ଭରଶୀଳତା ଓ ରପ୍ତାନୀର ପ୍ରସଙ୍ଗ ଆସେ ସେତେବେଳେ ଭାରତର ଲକ୍ଷ୍ୟ କେବଳ ଚାଉଳ ଓ ଗହମକୁ ନେଇ ସୀମିତ ରହିବା ଅନୁଚିତ।

ପ୍ରଧାନମନ୍ତ୍ରୀ ୨୦୨୧-୨୨ରେ ଡାଲି ଆମଦାନୀ ବାବଦ ୧୭୦୦୦ କୋଟି, ଅନ୍ୟାନ୍ୟ ମୂଲ୍ୟଯୁକ୍ତ ଖାଦ୍ୟ ପଦାର୍ଥ ବାବଦ ୨୫ ହଜାର କୋଟି ଓ ଖାଇବା ତେଲ ଆମଦାନୀ ବାବଦ ୧.୫ ଲକ୍ଷ କୋଟି ଖର୍ଚ୍ଚ କରାଯାଇଥିବାର ଉଦାହରଣ ଦେଇଥିଲେ। ସମୁଦାୟ ରପ୍ତାନୀ ଖାଦ୍ୟ ପଦାର୍ଥର ମୂଲ୍ୟ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କା ହେବ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଦେଶକୁ ଆତ୍ମିନିର୍ଭର କରିବା ପାଇଁ ଅନେକ ନିଷ୍ପତ୍ତି ନିଆଯାଉଛି ଓ ଏଥିପାଇଁ ଆମଦାନୀ ବାବଦ ହେଉଥିବା ଖର୍ଚ୍ଚ ମଧ୍ୟ ଚାଷଈଙ୍କ ନିକଟରେ ପହଞ୍ଚିପାରିବ। ସେ ଏମଏସପି ବୃଦ୍ଧି, ଡାଲି ଉତ୍ପାଦନ ନିମନ୍ତେ ପ୍ରୋତ୍ସାହନ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟାନ ସଂଖ୍ୟା ବୃଦ୍ଧି ଓ ଖାଇବା ତେଲ ବାବଦକୁ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବା ନେଇ ଦିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଉଦହରଣମାନ ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୃଷି କ୍ଷେତ୍ରରେ ଥିବା ବାଧାବିଘ୍ନମାନ ଦୂର ନ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିକାଶର ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ। ଘରୋଇ କ୍ଷେତ୍ରରୁ ନବୋନ୍ମେଷ ଓ ପୁଞ୍ଜି ବିନିଯୋଗ କୃଷି କ୍ଷେତ୍ର ପ୍ରତି ଉଦାସୀନ ଥିବାରୁ ଏଥିରେ ଯୁବଗୋଷ୍ଠୀର ସହଭାଗିତା କମ୍ ରହିଛି ଓ ଅନ୍ୟାନ୍ୟ କ୍ଷେତ୍ରରେ ସକାରାତ୍ମକ ନିବେଶ ଓ ସହଯୋଗ ଯୋଗୁ ସେ କ୍ଷେତ୍ରଗୁଡ଼ିକ ଉନ୍ନତି କରୁଥିବା ଲକ୍ଷ୍ୟ କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଏଥିପାଇଁ ରାଣନୀତିକ ପରିବର୍ତ୍ତନ, ବୃହତ ବଜାରରେ ପ୍ରବେଶ, ପ୍ରଯୁକ୍ତି ଜରିଆରେ ବୁନ୍ଦା ଜଳ ସେଚନ ଉପରେ ଗୁରୁତ୍ୱ। ମେଡିକାଲ ପରୀକ୍ଷା ଭଳି ମାଟି ପରୀକ୍ଷାଗାର ଇତ୍ୟାଦି କେତେକ ସୁଧାର ବ୍ୟବସ୍ଥା ଉପରେ ସେ କହିଥିଲେ। ଠିକ୍ ସମୟରେ ଠିକ୍ ପରାମର୍ଶ, ସରକାରଙ୍କ ନୀତି ଓ ସୁବିଧା ନେଇ ଚାଷୀମାନଙ୍କୁ ଠିକ୍ ସମୟରେ ଅବଗତ କରାଇବା ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଯୁବଗୋଷ୍ଠୀକୁ ନିବେଦନ କରିଥିଲେ । ପାଣିପାଗ ନେଇ ସଠିକ ବିବରଣୀ ଦେବା ସହ ଅତ୍ୟାଧୁନିକ ଶସ୍ୟ ଅମଳର ଆକଳନ ଡ୍ରୋନ ଜରିଆରେ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ।

ଏଗ୍ରିଟେକ ଷ୍ଟାର୍ଟଅପମାନଙ୍କ ନିମନ୍ତେ ତ୍ୱରିତ ପାଣ୍ଠି ଉପଲବ୍ଧତା ସହ ସରକାର କେବଳ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରୁନାହାନ୍ତି ବରଂ ପାଣ୍ଠି ଯୋଗାଣ ମାର୍ଗର ମଧ୍ୟ ବ୍ୟବସ୍ଥା କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଯୁବ ଶିଳ୍ପୋଦ୍ୟୋଗୀ ଓ ଯୁବଗୋଷ୍ଠୀଙ୍କୁ ଆଗେଇ ଆସି ସେମାନଙ୍କ ଲକ୍ଷ୍ୟ ହାସଲ ନିମନ୍ତେ ମଧ୍ୟ ନିବେଦନ କରିଥିଲେ। ନଅବର୍ଷ ଆଗରୁ ଆଦୌ ନଥିବା ଏଗ୍ରି ଷ୍ଟାର୍ଟଅପ ସଂଖ୍ୟା ବର୍ତ୍ତମାନ ଦେଶରେ ୩୦୦୦ରେ ପହଞ୍ଚôଛି ବୋଲି ସେ କହିଥିଲେ।

ଆନ୍ତର୍ଜାତିକ ମଲେଟ ବର୍ଷର ଅବତାରଣା କରି ପ୍ରଧାନମନ୍ତ୍ରୀ ଭାରତୀୟ କୃଷକମାନଙ୍କ ନିମନ୍ତେ ଏକ ଆନ୍ତର୍ଜାତିକ ପରିଚିତି ସହ ବୈଶ୍ୱିକ ପ୍ରବେଶ ଦ୍ୱାର ସେମାନଙ୍କ ପାଇଁ ଉନ୍ମୁକ୍ତ ହେଉଛି। “ଦେଶ ବର୍ତ୍ତମାନ ବଗଡ଼ା ଶସ୍ୟକୁ ଶ୍ରୀ ଅନ୍ନ ଭାବେ ଚଳିତ ବଜେଟରେ ନାମିତ କରିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆମର କ୍ଷୁଦ୍ର ଚାଷୀଙ୍କ ସୁବିଧା ପାଇଁ ଶ୍ରୀ ଅନ୍ନକୁ ପ୍ରୋତ୍ସାହନ ଦିଆଯିବା ସହ ଏହି କ୍ଷେତ୍ରରେ ଷ୍ଟାର୍ଟଅପମାନଙ୍କ ସମ୍ଭାବ୍ୟ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖାଯାଇଛି।

“ଭାରତର ସମବାୟ କ୍ଷେତ୍ରରେ ମଧ୍ୟ ଏକ ନୂତନ ବିପ୍ଳବ ସଂଗଠିତ ହେଉଛି” ଓ ଏହା କେବଳ କେତେକ ରାଜ୍ୟ ଓ ଦେଶର କିଛି ଅଞ୍ଚଳ ପାଇଁ ସୀମାବଦ୍ଧ ନୁହଁ ବୋଲି ଶ୍ରୀ ମୋଦି କହିଛନ୍ତି। ଚଳିତ ବର୍ଷ ବଜେଟରେ ସମବାୟ କ୍ଷେତ୍ରକୁ ଟିକସ ରିହାତି ପ୍ରଦାନ କରାଯାଇଛି ଓ ସେ ଦୃଷ୍ଟିରୁ ନିର୍ମାଣ କାର୍ଯ୍ୟରେ ସଂଶ୍ଳିଷ୍ଟ ସମବାୟ ସମିତିଗୁଡ଼ିକୁ ଚଳିତ ବଜେଟରେ ସୁବିଧା ମିଳିପାରିବ। ସମବାୟ ସମିତିଗୁଡ଼ିକ ଦ୍ୱାରା ତିନି କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ଉଠାଣ ଉପରେ ଟିଡିଏସ୍ ଆଦାୟ କରାଯିବ ନାହିଁ।

ଚିନି ସମବାୟ ସମିତିଗୁଡ଼ିକ ୨୦୧୬-୧୭ ଆର୍ଥିକ ବର୍ଷ ପୂର୍ବରୁ କରିଥିବା ଦେୟ ପୈଠ ଉପରେ ଟିକସ ଛାଡ଼ କରାଯାଇଥିବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବା ସହ ଏହା ଦ୍ୱାରା ଚିନି ସମବାୟ ସଂସ୍ଥାଗୁଡ଼ିକ ଦଶ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଲାଭ ପାଇବେ ବୋଲି ଶ୍ରୀ ମୋଦୀ କହିଥିଲେ।

ଆଗରୁ ସମବାୟ ସଂସ୍ଥା ନ ଥିବା ଦୁଗ୍ଧ ଓ ମତ୍ସ୍ୟ କ୍ଷେତ୍ର ଏହାର ଚାଷୀମାନଙ୍କୁ ବେଶ ଲାଭାନ୍ୱିତ କରିବ। ଆମର ମତ୍ସ୍ୟ ଚାଷୀମାନଙ୍କ ପାଇଁ ଥିବା ବିପୁଳ ସଂଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗତ ୮-୯ ବର୍ଷ ମଧ୍ୟରେ ଦେଶରେ ମତ୍ସ୍ୟ ଉତ୍ପାଦନ ପ୍ରାୟ ୭୦ ଲକ୍ଷ ମେଟ୍ରିକ ଟନ ବୃଦ୍ଧି ପାଇଛି ବୋଲି କହିଥିଲେ। ସେ ମଧ୍ୟ ପିଏମ ମତ୍ସ୍ୟ ସମ୍ପଦ ଯୋଜନା ଛଅ ହଜାର କୋଟି ବ୍ୟୟ ଅଟକଳରେ କରାଯାଇଛି ଯାହା ମାଛ ଚାଷ ସହ ଏହାର ବଜାର ବିକାଶରେ ସହାୟକ ହେବ ବୋଲି କହିଥିଲେ।

ସମ୍ବୋଧନ ଶେଷ କରିବା ଆଗରୁ ପ୍ରଧାନମନ୍ତ୍ରୀ ପିଏମ ପ୍ରଣାମ ଯୋଜନା ଓ ଗୋବର୍ଦ୍ଧନ ଯୋଜନା ଉପରେ ମଧ୍ୟ ଆଲୋକପାତ କରିଥିଲେ ଯାହା ପ୍ରାକୃତିକ କୃଷିକୁ ପ୍ରୋତ୍ସାନ ଦେବା ସହ ରାସାୟନିକ କୃଷି ହ୍ରାସ କରିବ ବୋଲି କହିଥିଲେ।

Categories
ବିଶେଷ ଖବର

ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ପ୍ରଥମ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ଭାରତର ଜି୨୦ ଅଧ୍ୟକ୍ଷତାରେ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ପ୍ରଥମ ବୈଠକକୁ ସମ୍ବୋଧିତ କରିଛନ୍ତି।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ହେଉଛି ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ପ୍ରଥମ ମନ୍ତ୍ରୀସ୍ତରୀୟ ଆଲୋଚନା କାର୍ଯ୍ୟକ୍ରମ। ଏହି ବୈଠକ ଫଳପ୍ରଦ ହେବା ନେଇ ସେ ଶୁଭେଚ୍ଛା ଜଣାଇଥିଲେ। ବର୍ତ୍ତମାନ ସମୟରେ ବିଶ୍ୱ ସମ୍ମୁଖିନ ହେଉଥିବା ସମସ୍ୟା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ବୈଠକରେ ଭାଗ ନେଇଥିବା ଅଂଶଗ୍ରହଣକାରୀମାନେ ବିଶ୍ୱ ଅର୍ଥ ଏବଂ ଅର୍ଥବ୍ୟବସ୍ଥାର ନେତୃତ୍ୱମାନଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି। ବିଶ୍ୱ ଗମ୍ଭୀର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ସମୟରେ ଏହି ପ୍ରତିନିଧିମାନେ ଏକାଠି ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣରେ କୋଭିଡ ମହାମାରୀ ଏବଂ ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ, ବର୍ଦ୍ଧିତ ଭୂ-ରାଜନୈତିକ ଉତ୍ତେଜନା, ବିଶ୍ୱ ଯୋଗାଣ ଶୃଙ୍ଖଳରେ ଦେଖା ଦେଇଥିବା ଅବରୋଧ, ଦରଦାମ ବୃଦ୍ଧି, ଖାଦ୍ୟ ଓ ଇନ୍ଧନ ସୁରକ୍ଷା, ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଆର୍ଥିକ ସ୍ଥିରତାକୁ ପ୍ରଭାବିତ କରୁଥିବା ଅସ୍ଥିର ଋଣ ସ୍ତର ଏବଂ ଦ୍ରୁତ ସଂସ୍କାରକୁ କାର୍ଯ୍ୟକାରୀ କରିବାରେ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ବିଫଳତା କାରଣରୁ ସେମାନଙ୍କ ପ୍ରତି ରହିଥିବା ବିଶ୍ୱାସ ହ୍ରାସ ପାଇବା ଭଳି ଘଟଣାର ଉଦାହରଣ ଦେଇଥିଲେ।

ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ ଯେ, ଦୁନିଆର ଅଗ୍ରଣୀ ଅର୍ଥବ୍ୟବସ୍ଥା ଓ ଆର୍ଥିକ ବ୍ୟବସ୍ଥା ଉପରେ ବିଶ୍ୱ ଅର୍ଥବ୍ୟବସ୍ଥାରେ ସ୍ଥିରତା, ଆତ୍ମବିଶ୍ୱାସ ଓ ଅଭିବୃଦ୍ଧି ଫେରାଇ ଆଣିବାର ଦାୟିତ୍ୱ ନ୍ୟସ୍ତ ରହିଛି। ଭାରତୀୟ ଅର୍ଥବ୍ୟବସ୍ଥାର ସକ୍ରିୟତା ବିଷୟରେ ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ ଭାରତୀୟ ଅର୍ଥବ୍ୟବସ୍ଥାର ଭବିଷ୍ୟତ ପାଇଁ ଦେଶର ଉପଭୋକ୍ତା ଓ ଉତ୍ପାଦନକାରୀଙ୍କ ଆଶାବାଦ ଉପରେ ଆଲୋକପାତ କରିଥିଲେ।

ସେ ଆଶା ବ୍ୟକ୍ତ କରି କହିଥିଲେ ଯେ, ଏହି ବୈଠକରେ ଭାଗ ନେଇଥିବା ସଦସ୍ୟମାନେ ସେହି ସକାରାତ୍ମକ ଭାବନାକୁ ବିଶ୍ୱ ସ୍ତରରେ ପ୍ରସାରିତ କରିବା ଲାଗି ଅନୁପ୍ରାଣିତ ହେବେ। ଦୁନିଆର ସବୁଠୁ ଦୁର୍ବଳ ନାଗରିକଙ୍କ ଉପରେ ନିଜର ଆଲୋଚନାକୁ କେନ୍ଦ୍ରିତ କରିବା ଲାଗି ପ୍ରଧାନମନ୍ତ୍ରୀ ସଦସ୍ୟମାନଙ୍କୁ ଆହ୍ୱାନ କରିଥିଲେ। ସେ ଜୋର ଦେଇ କହିଥିଲେ ଯେ, ଏକ ସମାବେଶୀ ଏଜେଣ୍ଡା ସୃଷ୍ଟି କରିବା ଦ୍ୱାରା ବୈଶ୍ୱିକ ଆର୍ଥିକ ନେତୃତ୍ୱ ବିଶ୍ୱର ବିଶ୍ୱାସ ଜିତିବାରେ ସକ୍ଷମ ହୋଇପାରିବେ। “ଆମର ଜି୨୦ ଅଧ୍ୟକ୍ଷତା ଏକ ସମାବେଶୀ ସଂକଳ୍ପର ବିଷୟବସ୍ତୁ – ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତକୁ ପ୍ରୋତ୍ସାହନ ଦେଇଥାଏ”, ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଦିଗରେ ପ୍ରଗତି ମନ୍ଥର ହୋଇପଡ଼ିଥିବା ପ୍ରତୀୟମାନ ହେଉଛି, ଅନ୍ୟପଟେ ବିଶ୍ୱର ଜନସଂଖ୍ୟା ୮୦୦ କୋଟି ଅତିକ୍ରମ କରିସାରିଛି। ସେ ଜଳବାୟୁ ପରିବର୍ତ୍ତନ ଏବଂ ଉଚ୍ଚ ଋଣ ସ୍ତର ଭଳି ବିଶ୍ୱସ୍ତରୀୟ ସମସ୍ୟାର ମୁକାବିଲା କରିବା ଲାଗି ବହୁପକ୍ଷୀୟ ବିକାଶ ବ୍ୟାଙ୍କକୁ ମଜବୁତ କରିବାର ଆବଶ୍ୟକତା ଉପରେ ବଳ ଦେଇଥିଲେ।

ଆର୍ଥିକ ଜଗତରେ ପ୍ରଯୁକ୍ତିର ବର୍ଦ୍ଧିତ ଆଧିପତ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା ସ୍ମରଣ କରାଇ ଦେଇ କହିଥିଲେ ଯେ, କିଭଳି ମହାମାରୀ ସମୟରେ ଡିଜିଟାଲ ପଇଠ ସ୍ପର୍ଶମୁକ୍ତ ଏବଂ ବାଧାମୁକ୍ତ କାରବାରକୁ ସକ୍ଷମ କରିଛି। ସେ ଅଂଶଗ୍ରହଣକାରୀ ସଦସ୍ୟମାନଙ୍କୁ ଡିଜିଟାଲ ଆର୍ଥିକ ଅସ୍ଥିରତା ଓ ଦୂରୁପଯୋଗର ସମ୍ଭାବ୍ୟ ବିପଦକୁ ନିୟନ୍ତ୍ରିତ କରିବା ଲାଗି ମାନଦଣ୍ଡ ବିକଶିତ କରିବା ସହିତ ପ୍ରଯୁକ୍ତିର ଶକ୍ତିକୁ ଠାବ କରିବା ଏବଂ ଏହାର ଉପଯୋଗ କରିବା ଲାଗି ଆହ୍ୱାନ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ବିଗତ କିଛି ବର୍ଷ ଧରି ନିଜର ଡିଜିଟାଲ ଅର୍ଥପଇଠ ଇକୋସିଷ୍ଟମରେ ଅଧିକ ସୁରକ୍ଷିତ, ଅଧିକ ବିଶ୍ୱସ୍ତ ଏବଂ ଅଧିକ ଦକ୍ଷ ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମି ପ୍ରସ୍ତୁତ କରିଛି। “ଆମର ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ଏକ ମାଗଣା ସାର୍ବଜନୀନ ସାମଗ୍ରୀ ଭାବେ ବିକଶିତ କରାଯାଇଛି”, ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆଲୋକପାତ କରି କହିଥିଲେ ଯେ, ଭାରତ ନିଜର ପ୍ରଶାସନ ଆର୍ଥିକ ସମାବେଶନ ଏବଂ ସହଜ ଜୀବନଧାରଣରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଭାରତର ପ୍ରଯୁକ୍ତି ରାଜଧାନୀ ବେଙ୍ଗାଲୁରୁରେ ଏହି ବୈଠକ ଆୟୋଜନ କରାଯାଉଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତୀୟ ଉପଭୋକ୍ତା କିଭଳି ଭାବେ ଡିଜିଟାଲ ଅର୍ଥ କାରବାରକୁ ଆପଣେଇ ନେଇଛନ୍ତି ଅଂଶଗ୍ରହଣକାରୀମାନେ ତାହାର ସିଧାସଳଖ ଅନୁଭୂତି ହାସଲ କରିପାରିବେ।

ସେ ଭାରତର ଜି୨୦ ଅଧ୍ୟକ୍ଷତା ସମୟରେ ପ୍ରସ୍ତୁତ କରାଯାଇଥିବା ନୂଆ ବ୍ୟବସ୍ଥା ବିଷୟରେ ମଧ୍ୟ କହିଥିଲେ, ଯାହାକି ଜି୨୦ ଅତିଥିମାନଙ୍କୁ ଭାରତର ପଥ-ପ୍ରଦର୍ଶକ ଡିଜିଟାଲ ପରିଶୋଧ ପ୍ଲାଟଫର୍ମ, ୟୁପିଆଇ ଉପଯୋଗ କରିବା ପାଇଁ ଅନୁମତି ଦେଇଥାଏ। ନିଜର ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୟୁପିଆଇ ଭଳି ଉଦାହରଣ ଅନ୍ୟ ରାଷ୍ଟ୍ରମାନଙ୍କ ପାଇଁ ମଧ୍ୟ ଅନୁକରଣୀୟ ହୋଇପାରିବ। ଆମେ ନିଜର ଅଭିଜ୍ଞତାକୁ ଖୁସିର ସହିତ ଦୁନିଆ ସହିତ ବାଣ୍ଟିବା ଲାଗି ପ୍ରସ୍ତୁତ ରହିଛୁ ଏବଂ ଜି୨୦ ଏଥିପାଇଁ ଏକ ବାହକ ସାଜିପାରିବ।

Categories
ଜାତୀୟ ଖବର ବିଶେଷ ଖବର

ସବୁଜ ଅଭିବୃଦ୍ଧି ସଂକ୍ରାନ୍ତ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ଗ୍ରୀନ ଗ୍ରୋଥ ବା ସବୁଜ ଅଭିବୃଦ୍ଧି ସଂକ୍ରାନ୍ତ ଏକ ବଜେଟ୍ ପରବର୍ତ୍ତୀ ୱେବିନାରରେ  ଉଦ୍‌ବୋଧନ ଦେଇଛନ୍ତି। ଚଳିତ ବର୍ଷର ବଜେଟ ଉପରେ ସରକାର ଯେଉଁ ୧୨ଟି ୱେବିନାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେ ଶୃଙ୍ଖଳାରେ ଏହା ପ୍ରଥମ। ୨୦୨୩ ବଜେଟ୍‌ରେ ଯେଉଁ ସବୁ ପ୍ରସ୍ତାବନା ରହିଛି ସେ ସମ୍ପର୍କରେ ବିଚାର ଆଲୋଚନା କରିବା ସହିତ ସେସବୁର ସଫଳ ରୂପାୟନ କରିବା ନିମନ୍ତେ ଏହି ୱେବିନାର ଶୃଙ୍ଖଳାର ପରିକଳ୍ପନା କରାଯାଇଛି।

ଆଜିର ସମାବେଶରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୦୧୪ଠାରୁ ଏଯାଏ ଦେଶରେ ଉପସ୍ଥାପିତ ହୋଇଥିବା ସବୁ ବଜେଟ୍ ନୂଆ ଯୁଗର  ସଂସ୍କାରକୁ ଆଗକୁ ବଢାଇଛି। ଏହା ସହିତ ଏସବୁ ବଜେଟ୍ ସାଂପ୍ରତିକ ସମସ୍ୟାବଳୀର ସମାଧାନ କରିବାକୁ ବାଟ ଦେଖାଇଛି।

ପ୍ରଧାନମନ୍ତ୍ରୀ ସବୁଜ ଅଭିବୃଦ୍ଧି ବା ଗ୍ରୀନ ଗ୍ରୋଥ ଏବଂ ଊର୍ଜା ପରିବର୍ତ୍ତନର ତିନିଟି ସ୍ତମ୍ଭ ଉପରେ ଗୁରୁତ୍ୱ ଦେଇଛନ୍ତି। ସେଥିରୁ ପ୍ରଥମଟି ହେଲା ଅକ୍ଷୟ ଶକ୍ତିର ଉତ୍ପାଦନକୁ ବଢାଇବା, ଦ୍ୱିତୀୟରେ ଅର୍ଥନୀତିରେ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ହ୍ରାସ କରିବା ଏବଂ ତୃତୀୟରେ ଦେଶରେ ଗ୍ୟାସଭିତ୍ତିକ ଅର୍ଥନୀତି ସୃଷ୍ଟି କରିବାକୁ ଦ୍ରୁତଗତିରେ ଅଗ୍ରସର ହେବା। ଏହି ରଣନୀତି ହିଁ ଇଥାନଲ ବ୍ଲେଡିଂ, ପିଏମ୍ କୁସୁମ ଯୋଜନା, ସୌରଶକ୍ତି ଉତ୍ପାଦନ ପାଇଁ ପ୍ରୋତ୍ସାହନ, ଛାତ ଉପରେ ସୌର ପ୍ରକଳ୍ପ, କୋଇଲା ବାଷ୍ପୀକରଣ ଓ ବ୍ୟାଟେରୀ ଷ୍ଟୋରେଜ ଭଳି ବିଷୟକୁ ବଜେଟ୍‌ରେ ଘୋଷଣା କରିବାକୁ ପ୍ରୋତ୍ସାହନ ଯୋଗାଇଛି। ବିଗତ କେତେବର୍ଷ ଧରି ଆମେ ଏସବୁ କ୍ଷେତ୍ରରେ ଅଗ୍ରାଧିକାର ଭିତ୍ତିରେ କାମ କରୁଛୁ। ପୂର୍ବବର୍ଷର ବଜେଟଗୁଡିକରେ ଘୋଷଣା କରାଯାଇଥିବା ବିଷୟର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରିବା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିଳ୍ପ ସଂସ୍ଥା ପାଇଁ ଏଥର ବଜେଟ୍‌ରେ ଗ୍ରୀନ କ୍ରେଡିଟ୍‌, ପିଏମ୍ ପ୍ରମାଣ ଯୋଜନା, ଗୋବର୍ଦ୍ଧନ ଯୋଜନା, ପୁରୁଣା ଯାନ ସ୍ପ୍ରାପିଂ ନୀତି, ଗ୍ରୀନ ହାଇଡ୍ରୋଜେନ ଓ ଆର୍ଦ୍ରଭୂମିର ସୁରକ୍ଷା ଚଳିତ ଥର ବଜେଟ୍‌ରେ ଘୋଷଣା କରାଯାଇଛି। ଏସବୁ ଘୋଷଣା ଭାରତର ଭବିଷ୍ୟତ ବଂଶଧରଙ୍କ ପାଇଁ ବିକାଶର ଏକ ନୂଆ ଆଧାରଶୀଳା ସ୍ଥାପନ କରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତର ଶକ୍ତିଶାଳୀ ସ୍ଥିତି ବିଶ୍ୱରେ ଏକ ନୂଆ ପରିବର୍ତ୍ତନ ଆଣିବ। “ଏଥର ବଜେଟ ଭାରତକୁ ବିଶ୍ୱର ସବୁଜ ଊର୍ଜା ମାର୍କେଟରେ ନେତୃତ୍ୱ ସ୍ଥାନ ଦେବାରେ ସହାୟକ ହେବ। ସେଥିପାଇଁ ଆଜି ମୁଁ ବିଶ୍ୱର ଊର୍ଜା କ୍ଷେତ୍ରରେ ସବୁ ସମ୍ପୃକ୍ତ ପକ୍ଷଙ୍କୁ ଭାରତରେ ଗ୍ରୀନ ଏନର୍ଜୀ କ୍ଷେତ୍ରରେ ପୁଞ୍ଜିିନିବେଶ କରିବାକୁ ଆମନ୍ତ୍ରଣ କରୁଛି।” ସେ ଆହୁରି କହିଛନ୍ତି ଯେ ବିଶ୍ୱ ଊର୍ଜା ନିବେଶକଙ୍କୁ ବଜେଟ୍ ଏକ ବଡ ସୁଯୋଗ ଦେଇଛି ଏବଂ ସେମାନେ ଭାରତର ଏ କ୍ଷେତ୍ରରେ ଶୀଘ୍ର ପୁଞ୍ଜି ନିବେଶ କରନ୍ତୁ। ଏହା ଷ୍ଟ୍ରାଟଅପ୍ କ୍ଷେତ୍ର ପାଇଁ ବିଶେଷ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ୨୦୧୪ ପରଠାରୁ ବିଶ୍ୱର ବୃହତ୍ ଅର୍ଥନୀତି ମଧ୍ୟରେ ଉତ୍ପାଦନ କ୍ଷମତା ସୃଷ୍ଟି କରିବାରେ ଭାରତ ସବୁଠାରୁ ଦ୍ରୁତତମ ପଦେକ୍ଷପ ଗ୍ରହଣ କରିବାର ମାନ୍ୟତା ପାଇଛିି। ଭାରତର ଉପଲବ୍ଧି ପ୍ରମାଣ କରୁଛି ଯେ ଅକ୍ଷୟ ଶକ୍ତି ସମ୍ବଳର ପୂର୍ଣ୍ଣ ଉପଯୋଗ ଭାରତ ଧାର୍ଯ୍ୟ ସମୟର ପୂର୍ବରୁ କରିପାରିବ। ବିଦ୍ୟୁତ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତ ଧାର୍ଯ୍ୟ ଲକ୍ଷ୍ୟର ୯ବର୍ଷ ପୂର୍ବରୁ ଅକ୍ଷୟ ଶକ୍ତି ଉତ୍ସରୁ ବିଜୁଳି ଉତ୍ପାଦନ କ୍ଷମତା ୪୦% ସୃଷ୍ଟି କରିବାରେ ସଫଳ ହୋଇଛି। ଅତଏବ ଏଥିପାଇଁ ଆଉ ଜୈବିକ ଇନ୍ଧନ ବ୍ୟବହାର କରାଯିବ ନାହିଁ। ସେହିଭଳି ପେଟ୍ରୋଲରେ ୧୦% ଇଥାନଲ ମିଶ୍ରଣ ଲକ୍ଷ୍ୟ ଭାରତ ଧାର୍ଯ୍ୟ ସମୟର ପାଂଚ ମାସ ପୂର୍ବରୁ ପୂରଣ କରିଥିଲା। ସେହିପରି ୨୦୨୩ ପରିବର୍ତ୍ତେ ୨୦୨୫-୨୬ ସୁଦ୍ଧା ୨୦% ଇଥାନଲ ବ୍ଲେଡିଂ ଲକ୍ଷ୍ୟ ପୂରଣ କରିବାକୁ ଭାରତ କାର୍ଯ୍ୟ କରୁଛି। ଭାରତ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅଣ ପାରମ୍ପରିକ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଭାରତରେ ସୌର,ପବନ, ବାୟୋଗ୍ୟାସ, କୃଷି ବର୍ଜ୍ୟ ଆଦି ଅଣପାରମ୍ପରିକ ଅକ୍ଷୟ ଶକ୍ତି ଉତ୍ସରୁ ଊର୍ଜା ଉତ୍ପାଦନର ପ୍ରଚୁର ସାମର୍ଥ୍ୟ ରହିଛି। ଏହା ଆମ ଘରୋଇ କ୍ଷେତ୍ର ପାଇଁ ସୁନାଖଣି ବା ତେଲଖଣିଠାରୁ କୌଣସି ଗୁଣରେ କମ୍ ନୁହେଁ। ନିବେଶକ ଓ ଘରୋଇ କ୍ଷେତ୍ର ଏହାର ସୁଯୋଗ ନେବା ଆବଶ୍ୟକ। ସେ ଆହୁରି କହିଛନ୍ତି ଯେ ଜାତୀୟ ଗ୍ରୀନ ହାଇଡ୍ରୋଜେନ ମିଶନରେ ଭାରତ ୫ ଏମ୍‌ଏମ୍‌ଟି ସବୁଜ ଉଦ୍‌ଯାନ ଉତ୍ପାଦନ ଲକ୍ଷ୍ୟପୂରଣ ପାଇଁ କାର୍ଯ୍ୟ କରୁଛି। ଏଥିପାଇଁ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ୧୯ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହାଛଡା ଇଲେକ୍‌ଟ୍ରୋଲାଇଜର ଉତ୍ପାଦନ, ଗ୍ରୀନ ଷ୍ଟିଲ ପ୍ରସ୍ତୁତି ଓ ଲଙ୍ଗ୍‌-ହଲ୍ ଫୁଏଲ ସେଲ ନିର୍ମାଣର ଯେଉଁ ବ୍ୟବସ୍ଥା ଆରମ୍ଭ ହୋଇଛି ନିବେଶକ ଏବଂ ଉତ୍ପାଦକ ତାହାର ସୁଯୋଗ ମଧ୍ୟ ନେବା ଉଚିତ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋବରରୁ ୧୦ହଜାର ନିୟୁତ ଘନମିଟର ବାୟୋଗ୍ୟାସ ଓ ୧.୫ ନିୟୁତ ଘନମିଟର ଗ୍ୟାସ ଉତ୍ପାଦନ କରିବାର କ୍ଷମତା ଭାରତରେ ରହିଛି। ଏହା ଦ୍ୱାରା ଦେଶର ସହରଞ୍ଚଳରେ ୮% ଗ୍ୟାସ ଆବଶ୍ୟକତା ପୂରଣ ହୋଇପାରିବ। ସେ ଦୃଷ୍ଟିରୁ ଗୋବର୍ଦ୍ଧନ ଯୋଜନା ଭାରତର ଜୈବ ଇନ୍ଧନ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏଥର ବଜେଟ୍‌ରେ ଦେଶର ୫୦୦ ନୂଆ ବାୟୋଗ୍ୟାସର ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଗୋବର୍ଦ୍ଧନ ଯୋଜନାରେ ନିଷ୍ପତ୍ତି ନିଆଯାଇଛି। ଏହି ଆଧୁନିକ ପ୍ଲାଣ୍ଟରେ ଭାରତ ସରକାର ୧୦ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। କୃଷି ଓ ପୌର ଆବର୍ଜନାକୁ ସିବିଜି ପ୍ରସ୍ତୁତ କରିବାକୁ ଘରୋଇ କ୍ଷେତ୍ରକୁ ଆକର୍ଷଣୀୟ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

ଭାରତର ପୁରୁଣା ଗାଡିଗୁଡିକୁ ରାସ୍ତାରୁ ହଟାଇବା (ଯାନ ସ୍କ୍ରାପିଂ)ସଂକ୍ରାନ୍ତ ନୀତି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ସବୁଜ ଅଭିବୃଦ୍ଧି ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ପନ୍ଦରବର୍ଷରୁ ଅଧିକ ପୁରୁଣା ପ୍ରାୟ ୩ଲକ୍ଷ ସରକାରୀ ଯାନକୁ ସ୍କ୍ରାପ କରିବା ପାଇଁ  କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡିକର ଯାନ ଏଥିରେ ଅନ୍ତର୍ଭୁକ୍ତ। ବଜେଟ୍‌ରେ ଏଥର ଏଥିପାଇଁ ୩୦୦୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପୁରୁଣା ପୁଲିସ ଯାନ, ଆମ୍ବୁଲାନ୍ସ ଓ ବସ୍ ସବୁ ମଧ୍ୟ ଏହି ସ୍କ୍ରାପ ନୀତିର ଅନ୍ତର୍ଭୁକ୍ତ। ଏହି ଯାନ ସ୍କ୍ରାପିଂ ଏକ ବିରାଟ ବଜାର ସୃଷ୍ଟି କରିବ ଏବଂ ଏହାର ଟୁକୁରା ଲୁହା ଲକଡିକୁ ପୁନଃ ବ୍ୟବହାର ପାଇଁ ଲୋକେ କିଣିବେ।

ପ୍ରଧାନମନ୍ତ୍ରୀ  କହିଛନ୍ତି ଯେ ଭାରତକୁ ତାହାର ବ୍ୟାଟେରୀ ଷ୍ଟୋରେଜ କ୍ଷମତାକୁ ଆସନ୍ତା ୬-୭ ବର୍ଷ ମଧ୍ୟରେ ୧୨୫ ଗିଗାୱାଟକୁ ବୃଦ୍ଧି କରିବାକୁ ହେବ। ସେଥିପାଇଁ ବ୍ୟାଟେରୀ ବିକାଶଶକାରଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ପାଣ୍ଠି ଯୋଗାଣର ବ୍ୟବସ୍ଥା କରାଯାଇଛି। ଏହା ଏକ ପୁଞ୍ଜି ସଂଘନ କ୍ଷେତ୍ର ହୋଇଥିବାରୁ ଏଥିପାଇଁ ଅଧିକ ନିବେଶ ଲୋଡା।

ଭାରତର ଜଳପଥ ପରିବହନ କ୍ରମଶଃ ଅଧିକ ଲୋକପ୍ରିୟ ହେଉଛି। ଏବେ ଦେଶର ୫% ପଣ୍ୟ ତଟୀୟ ଜଳପଥରେ ପରିବହନ କରାଯାଉଛି। ଆଭ୍ୟନ୍ତରୀଣ ଜଳପଥରେ ଭାରତର ପଣ୍ୟ ପରିବହନ ପରିମାଣ ମାତ୍ର ୨%। ଭାରତରେ ଜଳପଥର ବିକାଶ ପାଇଁ ସରକାର ଅଗ୍ରାଧିକାର ଦେଉଛନ୍ତି ଏବଂ ଏହା ଦ୍ୱାରା ଦେଶର ପରିବହନ ବ୍ୟବସ୍ଥାରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିବ।

ନିଜର ଅଭିଭାଷଣ ଶେଷ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସବୁଜ ଊର୍ଜା ଟେକ୍‌ନୋଲେଜି କ୍ଷେତ୍ରରେ ବିଶ୍ୱକୁ ନେତୃତ୍ୱ ଦେବାକୁ ଭାରତ ଯଥେଷ୍ଟ ସାମର୍ଥ୍ୟ ରହିଛି। ପ୍ରଦୂଷଣମୁକ୍ତ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ସବୁଜ ଇନ୍ଧନ କ୍ଷେତ୍ରରେ ଭାରତ ବିଶ୍ୱକୁ ନେତୃତ୍ୱ ପ୍ରଦାନ କରିବ। “ବଜେଟ୍ କେବଳ ଏକ ସୁଯୋଗ ନୁହେଁ,ଏହା ଭବିଷ୍ୟତ ନିରାପତ୍ତାର ଏକ ଗ୍ୟାରେଣ୍ଟିଂ।” ବଜେଟ୍‌ର ସମସ୍ତ ପ୍ରସ୍ତାବନାକୁ ଶୀଘ୍ର କାର୍ଯ୍ୟକାରୀ କରି ଏହାର ଲାଭ ଉଠାଇବାକୁ ପ୍ରଧାନମନ୍ତ୍ରୀ ସବୁ ସମ୍ପୃକ୍ତ ପକ୍ଷଙ୍କୁ ଆହ୍ୱାନ ଦେଇଛନ୍ତି। ସରକାର ସର୍ବଦା ଆପଣମାନଙ୍କ ସହିତ ରହିଛି ଏବଂ ଆପଣମାନଙ୍କ ପ୍ରସ୍ତାବ ବିଚାରଯୋଗ୍ୟ ବୋଲି ସେ କହିଛନ୍ତି।

Categories
ବିଶେଷ ଖବର

୧୩ ଟି ରାଜ୍ୟରେ ଥିବା ନଅଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହ ଜଡିତ ସକ୍ରିୟ ପ୍ରଶାସନ ଏବଂ ସଠିକ୍ ସମୟରେ କାର୍ଯ୍ୟକାରିତା ପାଇଁ ଆଇସିଟି ଆଧାରିତ ମଲ୍ଟି ମୋଡାଲ୍ ପ୍ଲାଟଫର୍ମ ପ୍ରଗତି ର ୪୧ ତମ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଏହି ବୈଠକରେ ନଅଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ଏହି ନଅଟି ପ୍ରକଳ୍ପ ମଧ୍ୟରେ ତିନୋଟି ପ୍ରକଳ୍ପ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର, ଦୁଇଟି ପ୍ରକଳ୍ପ ରେଳ ମନ୍ତ୍ରଣାଳୟର ଏବଂ ଗୋଟିଏ କରି ପ୍ରକଳ୍ପ ଶକ୍ତି ମନ୍ତ୍ରଣାଳୟ, କୋଇଲା ମନ୍ତ୍ରଣାଳୟ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର। ଏହି ନଅଟି ପ୍ରକଳ୍ପର ମୂଲ୍ୟ ୪୧,୫୦୦ କୋଟି ଟଙ୍କାରୁ ଅଧିକ ଏବଂ ୧୩ ଟି ରାଜ୍ୟ ଛତିଶଗଡ, ପଞ୍ଜାବ, ବିହାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାଡଖଣ୍ଡ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଅ।ସାମ, ଗୁଜୁରାଟ, ମହାରାଷ୍ଟ୍ର ଏବଂ ଅରୁଣାଚଳ ପ୍ରଦେଶ ସହିତ ଜଡିତ। ଏହି ବୈଠକରେ ମିଶନ ଅମୃତ ସରୋବର ମଧ୍ୟ ସମୀକ୍ଷା କରାଯାଇଥିଲା।

ଭିତ୍ତିଭୂମି ପ୍ରକଳ୍ପର ଯୋଜନା ପ୍ରସ୍ତୁତିରେ ପିଏମ ଗତିଶକ୍ତି ପୋର୍ଟାଲ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରକଳ୍ପର ଠିକ ସମୟରେ ସମାପ୍ତି ପାଇଁ ଜମି ଅଧିଗ୍ରହଣ, ସାମଗ୍ରୀ ସ୍ଥାନାନ୍ତର ଏବଂ ଅନ୍ୟାନ୍ୟ ପ୍ରସଙ୍ଗର ଶୀଘ୍ର ସମାଧାନ ପାଇଁ ସେ ଜୋର ଦେଇଥିଲେ। କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସଠିକ୍ ସମନ୍ୱୟ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ “ଅମୃତ ସରୋବର” ର ସମୀକ୍ଷା କରିଥିଲେ। ସେ ଗୁଜୁରାଟର କିଶନଗଞ୍ଜ, ବିହାର ଏବଂ ବୋଟାଡରେ ଡ୍ରୋନ୍ ମାଧ୍ୟମରେ ଅମୃତ ସରୋବର ସାଇଟଗୁଡିକର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ। ପ୍ରଧାନମନ୍ତ୍ରୀ ମୌସୁମୀ ଆରମ୍ଭ ପୂର୍ବରୁ ମିଶନ ମୋଡରେ ଅମୃତ ସରୋବର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସମସ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଯୋଜନା ଅନ୍ତର୍ଗତ ୫୦,୦୦୦ ଅମୃତ ସରୋବର ଲକ୍ଷ୍ୟ ଧାର୍ଯ୍ୟ ସମୟରେ ପୂରଣ ପାଇଁ ବ୍ଲକ ସ୍ତରର ମନିଟରିଂ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

“ଅମୃତ ସରୋବର” ର ଅନନ୍ୟ ଧାରଣା ସମଗ୍ର ଦେଶରେ ଜଳଜଳଗୁଡିକୁ ସଜୀବ କରିବା ପାଇଁ କାର୍ଯ୍ୟ କରୁଛି, ଯାହା ଭବିଷ୍ୟତ ପାଇଁ ଜଳ ସଂରକ୍ଷଣ କରିବାରେ ସାହାଯ୍ୟ କରିବ। ମିଶନ ସମାପ୍ତ ହେବା ପରେ, ଜଳ ଧାରଣ କ୍ଷମତା ବୃଦ୍ଧି ପ୍ରାୟ ୫୦ କୋଟି ମିଟର ହେବାର ଆଶା କରାଯାଉଛି, ଆନୁମାନିକ କାର୍ବନ ହ୍ରାସ ବର୍ଷକୁ ପ୍ରାୟ ୩୨,୦୦୦ ଟନ୍ ହେବ ଏବଂ ଭୂତଳ ଜଳ ରିଚାର୍ଜରେ ବୃଦ୍ଧି ୨୨ ମିଲିୟନ୍ ଘନ ମିଟରରୁ ଅଧିକ ହେବ ବୋଲି ଆଶା କରାଯାଉଛି। ଅଧିକନ୍ତୁ, ସଂପୂର୍ଣ୍ଣ ଅମୃତ ସରୋବରଗୁଡିକ ଗୋଷ୍ଠି କାର୍ଯ୍ୟକଳାପ ଏବଂ ଅଂଶଗ୍ରହଣର କେନ୍ଦ୍ର ଭାବରେ ବିକଶିତ ହେଉଛି, ଯାହାଦ୍ୱାରା ଜନ ଭାଗିଦାରୀଙ୍କ ଆବେଗ ବୃଦ୍ଧି ପାଇବ। ସ୍ୱଚ୍ଛତା ରାଲି, ଜଳ ସଂରକ୍ଷଣ ଉପରେ ଜଳ ଶପଥ, ରଙ୍ଗୋଲି ପ୍ରତିଯୋଗିତା ପରି ସ୍କୁଲ ପିଲାମାନଙ୍କର କାର୍ଯ୍ୟକଳାପ, ଛଟ ପୂଜା ପରି ଧାର୍ମିକ ପର୍ବ ପାଳନ କରିବା ଭଳି ଅନେକ ସାମାଜିକ କାର୍ଯ୍ୟକଳାପ ଅମୃତ ସରୋବର ସାଇଟରେ ଆୟୋଜିତ ହେଉଛି।

ପ୍ରଗତି ବୈଠକରେ ବର୍ତ୍ତମାନ ସୁଦ୍ଧା ମୋଟ୍‍ ୧୫.୮୨ ଲକ୍ଷ କୋଟି ମୂଲ୍ୟର ୩୨୮ ଟି ପ୍ରକଳ୍ପର ସମୀକ୍ଷା କରାଯାଇଛି।