Categories
ବିଶେଷ ଖବର

ନୂଆ ବର୍ଷରେ ଚାଷୀଙ୍କୁ ବଡ ଉପହାର: ୧୦ କୋଟି କୃଷକଙ୍କୁ ୨୦ ହଜାର କୋଟି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ବର୍ଷରେ ଚାଷୀଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଚାଷୀଙ୍କୁ ଦଶମ କିସ୍ତି ପ୍ରଦାନ କରିବେ। ଜାନୁଆରୀ ୧ ତାରିଖ ୨୦୨୨ରେ ପ୍ରଧାନମନ୍ତ୍ରୀ ୧୦ କୋଟି କୃଷକ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କା ସ୍ଥାନାନ୍ତର କରିବେ। ତେବେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୧.୬ ଲକ୍ଷ କୋଟି ଟଙ୍କା କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ଵାରା ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଜାନୁୟାରୀ ୧ ତାରିଖ ଅପରାହ୍ନ ୧୨.୩୦ ମିନିଟ ସମୟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିବେ।

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ୩୫୧ କୃଷକ ଉତ୍ପାଦକ ସଂଗଠନ (FPO) କୁ ୧୪ କୋଟି ଟଙ୍କା ଇକ୍ୱିଟି ଅନୁଦାନ ମଧ୍ୟ ପ୍ରଦାନ କରିବେ। ଏହା ୧.୨୪ ଲକ୍ଷ ଚାଷୀଙ୍କୁ ଉପକୃତ କରିବ।

ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ସରକାର ଏହି ଟଙ୍କାକୁ ତିନୋଟି କିସ୍ତି ଆକାରରେ ଦିଅନ୍ତି। ୪ ମାସର ପାର୍ଥକ୍ୟରେ ଚାଷୀମାନେ ୨୦୦୦ ଟଙ୍କା ପାଇବେ। ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ।

Categories
ବିଶେଷ ଖବର

ଟ୍ରିପଲ ତଲାକର ଯନ୍ତ୍ରଣା ଭୋଗୁଥିବା ମହିଳାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, କହିଲେ ଏଭଳି କଥା

କାନପୁର: ‘ନିଜ ଝିଅମାନଙ୍କୁ ଶିକ୍ଷିତ କରାନ୍ତୁ, ସେମାନଙ୍କର ଆତ୍ମବିଶ୍ୱାସ ବଢିବ’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି କାନପୁରରେ ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନାର ହିତାଧିକାରୀ ଫରଜାନାଙ୍କୁ କହିଛନ୍ତି।

ଫରଜାନା କାନପୁରର କିଦବଇନଗରର ଅଧିବାସୀ। ସେ ପିଏମ ମୋଦୀଙ୍କୁ କହିଛନ୍ତି ଯେ, ତାଙ୍କ ସ୍ୱାମୀ ଚାରି ବର୍ଷ ପୂର୍ବେ ତାଙ୍କୁ ଟ୍ରିପଲ ତଲାକ ଦେଇଛନ୍ତି। ବର୍ତ୍ତମାନ ସେ ଏକ ଛୋଟ ଫାଷ୍ଟଫୁଡ୍ ସେଣ୍ଟର ଚଲାଉଛନ୍ତି। ଲକଡାଉନ ସମୟରେ ସେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନାରୁ ଋଣ ନେଇ ଦୋସା-ଇଡଲି ବିକ୍ରି କରନ୍ତି।

ଯେତେବେଳେ ଫରଜାନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଫଟୋ ମାଗିଥିଲେ। ସେ ତାଙ୍କ ଦୋକାନରେ ଏହି ଫଟୋ ରଖିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଥିଲେ। ଯାହା ପ୍ରଧାନମନ୍ତ୍ରୀ ମନା କରି ନଥିଲେ। ଏବଂ ତାଙ୍କ ମୁଣ୍ଡ ଉପରେ ହାତ ରଖି ଫଟୋ ନେଇଥିଲେ।

ବିଭିନ୍ନ ସରକାରୀ ଯୋଜନାର ୨୫ ହିତାଧିକାରୀଙ୍କ ମଧ୍ୟରୁ ଫରଜାନା ଅନ୍ୟତମ। ସେ ପିଏମ ମୋଦୀଙ୍କୁ କହିଛନ୍ତି, ଆପଣଙ୍କ ଯୋଗୁଁ ମୁଁ ମୋର ଦୁଇ ଝିଅଙ୍କୁ ଶିକ୍ଷିତ କରିବାକୁ ସକ୍ଷମ ଅଟେ। ମୁଁ ଚାହୁଁଛି ମୋ ଝିଅମାନେ ଭଲ ପଢନ୍ତୁ। ମୁଁ ଅନେକ ଖରାପ ଦିନ ଦେଖିଛି। ମୋ ସ୍ଵାମୀ କେବଳ ଟ୍ରିପଲ୍ ତଲାକ୍ କହିଥିଲେ ଏବଂ ମୋତେ ମୋର ଦୁଇ ଝିଅଙ୍କ ସହିତ ଘରୁ ବାହାରକୁ ଯିବାକୁ ପଡିଲା। ମୋର ମାମଲା ଏବେ ବି କୋର୍ଟରେ ଅଛି।

ଫରଜାନା ପିଏମ ମୋଦୀଙ୍କୁ କହିଛନ୍ତି ଯେ, ପୂର୍ବରୁ ସେ ଏମ୍ବ୍ରୋଡେରୀ କାମ କରୁଥିଲେ ଏବଂ ସେଠାରେ ଏକ ରେଷ୍ଟୁରାଣ୍ଟରେ କାମ କରିବାବେଳେ ସେ ଦକ୍ଷିଣ ଭାରତୀୟ ଖାଦ୍ୟ ରାନ୍ଧିବା ଶିଖିଥିଲେ। ବର୍ତ୍ତମାନ ସେ ନିଜେ ଏକ ଛୋଟ ରେଷ୍ଟୁରାଣ୍ଟ ଚଳାଉଛନ୍ତି।

Categories
ବିଶେଷ ଖବର

ଆଇଆଇଟି କାନପୁରର ୫୪ତମ ସମାବର୍ତ୍ତନ ସମାରୋହରେ ଯୋଗେଦେଲେ ପ୍ରଧାନମନ୍ତ୍ରୀ

କାନପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮-୧୨-୨୦୨୧) ଆଇଆଇଟି କାନପୁର ୫୪ତମ ସମାବର୍ତ୍ତନ  ସମାରୋହରେ ଯୋଗଦେଇ ସାମୁହିକ ଭାବେ ଡିଜିଟାଲ ସ୍ନାତକ ଉପାଧି ପ୍ରଦାନ କରିଛନ୍ତି।

ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି କାନପୁର ନିମନ୍ତେ ଏକ ମହାନ୍ ଦିବସ  କାରଣ ଆଜି କାନପୁର ନଗରୀ ମେଟ୍ରୋ ସୁବିଧା ମଧ୍ୟ ପାଉଛି। ଆହୁରିମଧ୍ୟ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଜରିଆରେ କାନପୁର ବିଶ୍ୱକୁ ମୂଲ୍ୟବାନ ଉପହାର ଦେଇଛି। ଛାତ୍ରଛାତ୍ରୀଙ୍କ ଏହି ସମ୍ମାନଜନକ ଅନୁଷ୍ଠାନରେ ରହଣି ମଧ୍ୟରେ ବିଶେଷକରି ଏଠାରେ ଯୋଗଦେବା ଓ ଉତ୍ତୀର୍ଣ୍ଣ ହେବା ମଧ୍ୟରେ “ଆପଣମାନେ ଏକ ବିରାଟ ପରିବର୍ତ୍ତନ ନିଜ ମଧ୍ୟରେ ଅନୁଭବ କରିପାରୁଥିବେ।” ଏଠାକୁ ଆସିବା ପୂର୍ବରୁ ମନରେ ଅନେକ ଆଶଙ୍କାର ପ୍ରଶ୍ନବାଚୀ ଥିବ। ହେଲେ ଏବେ ଅଜଣାର କୌଣସି ଭୟ ନ ଥିବ ଓ ଏବେ ସମଗ୍ର ବିଶ୍ୱରେ କିଛି ନା କିଛି ନୂତନ ଆବିଷ୍କାର ପାଇଁ ମନରେ ସାହସ ମଧ୍ୟ ଆସିଯାଇଥିବ। କୌଣସି ଅଜଣା ପ୍ରଶ୍ନବାଚୀ ନ ଥିବ। ବର୍ତ୍ତମାନ ଥିବା କେବଳ ସବୁଠାରୁ ଉତ୍ତମ ଅନୁସନ୍ଧାନ ଓ ସମଗ୍ର ବିଶ୍ୱରେ ଅଗ୍ରଣୀ ହେବାର ସ୍ୱପ୍ନ” ବୋଲି ସେ କହିଥିଲେ। କାନପୁର ଐତିହାସିକ ଓ ସାମାଜିକ ଇଚ୍ଛାପତ୍ର ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କାନପୁର ବିବିଧତା ଦୃଷ୍ଟିରୁ ସମଗ୍ର ଦେଶରେ କେତେକ ନଗରୀ ମଧ୍ୟରେ ଅନ୍ୟତମ।  “ସତୀଚଉରା ଘାଟରୁ ମଜାରୀ ପଶି, ନାନା ସାହେବଠାରୁ ବଟୁକେଶ୍ୱର ଦତ୍ତ ପର୍ଯ୍ୟନ୍ତ ଯେତେବେଳେ ଆମେ ନଗରୀ ପରିକ୍ରମା କରୁ ସେତେବେଳେ ଆମେ ଗୌରମମୟ ଅତୀତ ଓ ଆମ ସ୍ୱାଧୀନତା ସଂଗ୍ରାମର ତ୍ୟାଗ ନେଇ ଅବଗତ ହେଉ” ବୋଲି ସେ  ସ୍ମୃତିଚାରଣ କରିଥିଲେ।

ପ୍ରଧାନମନ୍ତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଜୀବନରେ ବର୍ତ୍ତମାନର ଗୁରୁ୍‌ତ୍ୱ ଉପରେ ଆଲୋକପାତ କରିଥିଲେ। ସେ ବିଂଶ ଶତାବ୍ଦୀର ତିରିଶ ଦଶକ ଉପରେ ସବିଶେଷ କହିଥିଲେ। “ଯେଉଁମାନେ ସେତେବେଳେ ୨୦ରୁ ୨୫ବର୍ଷ ମଧ୍ୟରେ ଥିଲେ ନିଶ୍ଚିତ ସେମାନେ ୧୯୪୭ ସ୍ୱାଧୀନତା ହାସଲ ସମୟ ଅତିବାହିତ କରିଥିବେ। ସେତେବେଳେ ତାହା ସେମାନଙ୍କ ଜୀବନର ସ୍ୱର୍ଣ୍ଣିମ ସମୟ ରହିଥିବ। ଆଜି ତୁମେମାନେ ମଧ୍ୟ ସେହିଭଳି ଏକ ସ୍ୱର୍ଣ୍ଣିମ ଯୁଗ ଆଡେ ପାଦ ଥାପିଛି। ଯେମିତି ବର୍ତ୍ତମାନ ଦେଶ ପାଇଁ ଅମୃତକାଳ ସେହିପରି ତୁମ ଜୀବନର ମଧ୍ୟ ଅମୃତକାଳ’ ବୋଲି ସେ କହିଥିଲେ।

ଆଇଆଇଟି କାନପୁରର ସଫଳତା ଉପରେ ଆଲୋକପାତ କରି ସେ କହିଥିଲେ ଯେ ଆଜି ବୈଷୟିକ ଦୃଶ୍ୟପଟ କେବଳ ପେଶାଦାରମାନଙ୍କ ପାଇଁ। କୃତ୍ରିମ ମେଧା, ଶକ୍ତି, ଜଳବାୟୁ ସମସ୍ୟା, ସ୍ୱାସ୍ଥ୍ୟବସ୍ଥା ସମାଧାନରେ ବୈଷୟିକ ଜ୍ଞାନ ଓ ବିପର୍ଯ୍ୟୟ ପରିଚାଳନା ବିଷୟକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଏଗୁଡିକ କେବଳ ତମମାନଙ୍କର ଦାୟିତ୍ୱ ନୁହଁ ଏଗୁଡିକ ବଂଶାନୁକ୍ରମିକ ସ୍ୱପ୍ନ ଯାହାକୁ ତୁମେମାନଙ୍କ ସୌଭାଗ୍ୟ ଯେ ସେଗୁଡିକୁ ସାକାର କହିବ। ବର୍ତ୍ତମାନ ସମୟ ହେଉଛି ଜୀବନର ଲକ୍ଷ୍ୟ ଓ ନିଜର ସମସ୍ତ ଶକ୍ତି ଘଟାଇ ତୁମକୁ ତାହା ହାସଲ କରିବାକୁ ହେବ।”

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଥିଲେ ଯେ ଏକ ବିଂଶ ଶତାବ୍ଦୀ ହେଉଛିି ସମ୍ପୂର୍ଣ୍ଣଭାବେ ବୈଷୟିକ ଜ୍ଞାନଯୁକ୍ତ। ଏହି ଯୁଗରେ ପ୍ରଯୁକ୍ତି ବିଦ୍ୟା ବିଭିନ୍ନ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବ। ଗୋଟିଏ ଦୃଷ୍ଟିରୁ କହିଲେ ବିନା ପ୍ରଯୁକ୍ତିରେ ଜୀବନର କୌଣସି ମାନେ ନାହିଁ। ପ୍ରଧାନମନ୍ତ୍ରୀ ଜାତୀୟ ଭାବଧାରା ଛାତ୍ରଛାତ୍ରୀଙ୍କୁ ଜଣାଇ ଦେଇଥିଲେ।

ସେ କହିଥିଲେ ଯେ “ଆଜି ଦେଶର ଭାବନା ଓ ମତିଗତି ଆପଣମାନଙ୍କ ସହ ସମାନ। ଆଗରୁ ଭାବନା ଉପର ଠାଉରିଆ କାମ ଭଳି ଥିବାବେଳେ, ଆଜିର ଚିନ୍ତାଧାରା କାର୍ଯ୍ୟ ଓ ଫଳ ପ୍ରଦାନକାରୀ ଭିତିକ। ଆଗରୁ ଯେତେବେଳେ ଗୋଟେ ସମସ୍ୟାରୁ ମୁକୁଳିବା ପାଇଁ ବାଟ ଖୋଜା ଯାଉଥିଲା, ଆଜି ସମସ୍ୟା ସମାଧାନ ନିମନ୍ତେ ସଂକଳ୍ପ ନିଆଯାଉଛି।”

ପ୍ରଧାନମନ୍ତ୍ରୀ ଦୁଃଖପ୍ରକାଶ କରି କହିଥିଲେ ଯେ ଆମେ ଅନେକ ସମୟ ହରାଇଛୁ। ସ୍ୱାଧୀନତାର ୨୫ତମ ବାର୍ଷିକୀଠାରୁ ଦେଶ ଗଠନ ପାଇଁ ଅନେକ କିଛି କରାଯାଇପାରିଥାନ୍ତା। “ଯେତେବେଳେ ଦେଶ ସ୍ୱାଧୀନତାର ୨୫ବର୍ଷରେ ପଦାର୍ପଣ କଲା, ସେତେବେଳେ ଆମେ ନିଜ ପାଦରେ ଠିଆ ହେବା ପାଇଁ ଅନେକ କିଛି କରିପାରିଥାନ୍ତୁ। ସେବେଠାରୁ ଅନେକ ବିଳମ୍ବ ହୋଇଛି ଓ ଦେଶ ବହୁ ମୂଲ୍ୟବାନ ସମୟ ହରାଇଛି। ୟା ମଧ୍ୟରେ ଦୁଇଟି ବଂଶ ଅତିକ୍ରମ ହୋଇଯାଇଛି ଓ ଆମେ ଆଉ ଦୁଇ କ୍ଷଣ ମଧ୍ୟ ଅପଚୟ କରିବ ନାହିଁ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୋ କଥା ଯଦି ଅଧୈର୍ଯ୍ୟପୂର୍ଣ୍ଣ ଲାଗୁଛି ତେବେ ଏଇଥିପାଇଁ ଯେ ମୁଁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ “ଏକ ଆତ୍ମନିର୍ଭର ଭାରତ ପାଇଁ ଏହିପରି ଅଧୈର୍ଯ୍ୟ ହେବାକୁ ଚାହୁଁଛି। ଆତ୍ମନିର୍ଭରତ ଭାରତ ହେଉଛି ସମ୍ପୂର୍ଣ୍ଣ ସ୍ୱାଧୀନତାର ମୌଳିକ ଢାଂଚା, ଯେଉଁଠି ଆମକୁ ଆଉ କାହା ଉପରେ ନିର୍ଭର କରିବାକୁ ପଡିବ ନାହିଁ। ସ୍ୱାମୀ ବିବେକାନନ୍ଦ କହିଥିଲେ ଯେ ପ୍ରତ୍ୟେକ ଦେଶକୁ ଏକ ବାର୍ତ୍ତା ଦେବାର ଅଛି, ଏକ ଲକ୍ଷ୍ୟ ସାଧନ କରିବାର ଅଛି। ଭାଗ୍ୟ  ଯେଉଁଆଡେ ନେବ ସେଠାରେ ପହଂଚିବାର ଅଛି । ଆମେ ଯଦି ଆତ୍ମନିର୍ଭର ନହେବା, ଆମ ଦେଶ କିପରି ଏହାର ଲକ୍ଷ୍ୟ ହାସଲ କରିବ, ଆମେ ଆମର ଲକ୍ଷ୍ୟସ୍ଥଳରେ ପହଚିଂବା କିପରି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଟଳ ଇନୋଭେସନ ମିଶନ, ପ୍ରଧାନମନ୍ତ୍ରୀ  ଗବେଷଣା ଫେଲୋସିପ୍ ଏବଂ ଜାତୀୟ ଶିକ୍ଷାନୀତି ପାଇଁ ନୂତନ ବାତାବରଣ ଓ ସୁଯୋଗ ସୃଷ୍ଟି ହେଉଛି। ବ୍ୟବସାୟରେ ସୁଗମତା ଓ ନୀତିଗତ ବାଧାବିଘ୍ନ ହଟିବା ସ୍ପଷ୍ଟ ପରିଲକ୍ଷିତ ହୋଇଛି। ଏହି ୭୫ତମ ସ୍ୱାଧୀନତା ଦିବସ ବର୍ଷରେ ଭାରତରେ ୭୫ରୁ ଅଧିକ ୟୁନିକର୍ଣ୍ଣ, ୫୦ହଜାରରୁ ଅଧିକ ଷ୍ଟାର୍ଟଅପ୍ ଓ ସେଥିରୁ ଦଶହଜାର କେବଳ ଗତ ଛଅମାସ ମଧ୍ୟରେ ଆସିଛି । ଆଜି ଭାରତ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ଷ୍ଟାର୍ଟଅପ  ପେଣ୍ଠଭାବେ ଉଭା ହୋଇଛି। ଆଇଆଇଟି ର ଛାତ୍ରଛାତ୍ରୀ ଏହା ଆରମ୍ଭ କରିଛନ୍ତି। ବିଶ୍ୱରେ  ଭାରତର ଟେକ ରଖିବା ନିମନ୍ତେ ପ୍ରଧାନମନ୍ତ୍ରୀ ତାଙ୍କର ଇଚ୍ଛା ଛାତ୍ରଛାତ୍ରୀମାନଙ୍କୁ ଜଣାଇ ଦେଇଛନ୍ତି, “ଭାରତୀୟ କମ୍ପାନୀ ଓ ଭାରତୀୟ ସାମଗ୍ରୀ ବିଶ୍ୱବିଦିତ ହେବାକୁ କେଉଁ ଭାରତୀୟ ନ ଚାହିଁବ? ଯେ ଆଇଆଇଟିକୁ ଚିହ୍ନିଛି ସେ ମେଧା ଶକ୍ତି କ’ଣ ଜାଣିଛ ପ୍ରଫେସରମାନଙ୍କ ଅକ୍ଲାନ୍ତ ପରିଶ୍ରମ କ’ଣ ଜାଣିଛ ଏହି ଆଇଆଇଟି ଯୁବା ସବୁକିଛି କରିପାରିବେ ବୋଲି ବିଶ୍ୱାସ ରହିଛି।

ପ୍ରଧାନମନ୍ତ୍ରୀ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଆଗରେ ଆରାମକୁ ତ୍ୟାଗ  କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ତୁମେ ଚାହିଁ  କି ନ ଚାହଁ ଜୀବନରେ ଆହ୍ୱାନ ନିଶ୍ଚୟ ଆସିବ। ଯେଉଁମାନେ ସେଥିରୁ ଦୂରେଇ ଯାଆନ୍ତି, ସେମାନେ ତାହାର ଶିକାର ହୁଅନ୍ତି। ଯଦି ତୁମେ ଆହ୍ୱାନର ସମ୍ମୁଖୀନ ହେଉଛ, ତୁମେ ତାହାହେଲେ ଶିକାରୀ ଓ ଆହ୍ୱାନ ତା’ର ଶିକାର।”

ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ସମ୍ବେଦନଶୀଳତା, ଅନୁସନ୍ଦିତ୍ସ୍‌ୁ ମନୋଭାବ, କଳ୍ପନା ଓ ସୃଜନଶୀଳତା ମନୋଭାବ ଉଦ୍‌ଜୀବିତ କରି ରଖିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଅଣ ବୈଷୟିକ ଦିଗ ପ୍ରତି ମଧ୍ୟ ସମ୍ବେଦନଶୀଳ  ହେବାକୁ କହିଥିଲେ। “ଯେତେବେଳେ ଆନନ୍ଦ ଓ ଦୟାର ଅଂଶୀଦାର ହେବାର ସମୟ ଆସେ, ସେତେବେଳେ କୌଣସି ପାସୱାର୍ଡ ନ ରଖି ଜୀବନକୁ ଖୋଲା ହୃଦୟରେ ଉପଭୋଗ କର।”

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଟୀକାକରଣର ବୁଷ୍ଟର ଡୋଜ ପୂର୍ବରୁ ଦେଖାଇବାକୁ ପଡିବ ଏହି ପ୍ରମାଣପତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଦୁଇ ଦିନ ତଳେ ଦେଶକୁ ସମ୍ବୋଧିତ କରିଥିଲେ। ଏଥିରେ ୧୫-୧୮ ବର୍ଷର ପିଲାମାନଙ୍କୁ ଟୀକାକରଣରେ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଏହା ସହିତ ପିଏମ ମୋଦୀ ମଧ୍ୟ ବୃଦ୍ଧଙ୍କ ସମେତ ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ ବୁଷ୍ଟର ଡୋଜ ଦେବାକୁ ଘୋଷଣା କରିଥିଲେ। କିନ୍ତୁ ଯେଉଁମାନେ ୬୦ ବର୍ଷରୁ ଅଧିକ ବୟସ୍କ, ଯେଉଁମାନେ ଅନ୍ୟ ଗୁରୁତର ରୋଗରେ ପୀଡିତ, ସେମାନେ ବୁଷ୍ଟର୍ ଡୋଜ୍ ନେଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

କୋୱିନ୍ ସଂଚାଳନର ମୁଖ୍ୟ ତଥା ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସିଇଓ ଡକ୍ଟର ଆର.ଏସ୍ ଶର୍ମା କହିଛନ୍ତି ଯେ, ବୁଷ୍ଟର୍ ଡୋଜ ପାଇଁ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଏକ କୋ-ମୋର୍ବିଡିଟି ସାର୍ଟିଫିକେଟ୍ ଦେଖାଇବାକୁ ପଡିବ। ପୂର୍ବ ଟୀକାକରଣ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟ ପଟେ, ଅଧିକ ସୂଚନା ପାଇଁ କୋୱିନ୍-ଆପ୍ ବ୍ୟବହାର କରାଯାଇପାରିବ।

ଡାକ୍ତର ଆହୁରି ମଧ୍ୟ କହିଛନ୍ତି ଯେ, ୬୦ ବର୍ଷ ବୟସ୍କ ବ୍ୟକ୍ତି ଯେଉଁମାନେ ଉଭୟ ଡୋଜ ନେଇଛନ୍ତି, ସେମାନେ କୋ-ମୋର୍ବିଡିଟି ସାର୍ଟିଫିକେଟ୍ ନେଇ ତୃତୀୟ ଡୋଜ୍ ଅର୍ଥାତ୍ ବୁଷ୍ଟର୍ ଡୋଜ୍ ପାଇପାରିବେ। ମଧୁମେହ, କିଡନୀ ରୋଗ, ହୃଦ୍ ରୋଗ, ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ, କର୍କଟ ଭଳି ପ୍ରାୟ ୨୨ ଟି ରୋଗରେ ପୀଡିତ ଥିବା ବ୍ୟକ୍ତିମାନେ ଡାକ୍ତରଙ୍କ ଠାରୁ ପ୍ରମାଣପତ୍ର ଦେଖାଇ ବୁଷ୍ଟର ଡୋଜ ନେଇପାରିବେ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: ପିଲାମାନଙ୍କୁ ଜାନୁୟାରୀ ୩ ରୁ ଟୀକା ଦେବା ପାଇଁ କଲେ ଘୋଷଣା

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁଁ ବିଶ୍ଵ ସମୁଦାୟ ଭୟଭୀତ ଅବସ୍ଥାରେ ରହିଛି। ତେଣୁ ସତର୍କ ରହିବା ଏବଂ ସାବଧାନ ରହିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଭୟଭୀତ ନହୋଇ ମାସ୍କ ପରିଧାନ, ସାମାଜିକ ଦୁରତ୍ଵ ଏବଂ ଟୀକାକରଣରେ ସାମିଲ ହେବା ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଦେଶରେ ଏପର୍ଯ୍ୟନ୍ତ ୧୪୧ ଡୋଜ ଟୀକା ଦିଆଯାଇଛି। ୬୧ ପ୍ରତିଶତରୁ ଊର୍ଦ୍ଧ୍ଵ ଲୋକ ଦ୍ଵିତୀୟ ଖୋରାକ ନେଇଛନ୍ତି।

ତେବେ ଦେଶରେ ୧୫ ବର୍ଷରୁ ୧୮ ବର୍ଷ ପିଲାଙ୍କୁ ଟୀକା ଦେବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଜାନୁୟାରୀ ୩ ତାରିଖରୁ ପିଲାଙ୍କ ପାଇଁ ଟୀକାକରଣ ଅଭିଯାନ ଆରମ୍ଭ ହେବ। ଏନେଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ ବେଳେ ଘୋଷଣା କରିଛନ୍ତି।

ଏହାସହିତ ସମ୍ମୁଖ ଯୁଦ୍ଧା ସ୍ୱାସ୍ଥ୍ୟକର୍ମୀ, ୬୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଏବଂ ବହୁ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମଧ୍ୟ ଟୀକା ଦିଆଯିବ। ସେମାନଙ୍କୁ ଆସନ୍ତା ୧୦ ତାରିଖରୁ ବୁଷ୍ଟର ଡୋଜ ଦେବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଇସିଏଆଇ ଏବଂ ପିଆଇବିଆର ମଧ୍ୟରେ ବୁଝାମଣାପତ୍ରକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଇନଷ୍ଟିଚ୍ୟୁଟ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ (ଆଇସିଏଆଇ) ଏବଂ ଦ ପୋଲିସ ଚାମ୍ବର ଅଫ ଷ୍ଟାଚ୍ୟୁଟରୀ ଅଡିଟର୍ସ (ପିଆଇବିଆର) ମଧ୍ୟରେ ବୁଝାମଣାପତ୍ରକୁ ଅନୁମୋଦନ କରିଛନ୍ତି। ସଦସ୍ୟ ପରିଚାଳନା, ବୃତ୍ତିଗତ ନୈତିକତା, ବୈଷୟିକ ଗବେଷଣା, ସିପିଡି, ପେସାଦାର ଆକାଉଣ୍ଟାନ୍ସି ପ୍ରଶିକ୍ଷଣ, ଅଡିଟର ଗୁଣବତ୍ତା ଅନୁଧ୍ୟାନ, ଆକାଉଣ୍ଟାନ୍ସି ସମ୍ବନ୍ଧିୟ ଜ୍ଞାନର ବିକାଶ, ପେସାଦାର ଏବଂ ବୌଦ୍ଧିକ ବିକାଶ କ୍ଷେତ୍ରରେ ଆପୋସ ସହଯୋଗ ପାଇଁ ଏହି ଏମଓୟୁକୁ ମଞ୍ଜୁର କରାଯାଇଛି।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

ପ୍ରସ୍ତାବିତ ଏମଓୟୁର ଉଦ୍ଦେଶ୍ୟ ହେଉଛି ବ୍ଲକ ଚେନ, ସ୍ମାର୍ଟ କଣ୍ଟ୍ରାକ୍ଟ ପ୍ରଣାଳୀ, ପାରମ୍ପରିକ ଅଡିଟ କାମକୁ କ୍ଲାଉଡ ଅଡିଟ କାମରେ ରୂପାନ୍ତରଣ କରିବା। ଯାହାଫଳରେ ଅଡିଟ ଓ ଆକାଉଣ୍ଟାନ୍ସି କ୍ଷେତ୍ରରେ ନୂତନ ପଦ୍ଧତି ପ୍ରୟୋଗ ତଥା ଅଧ୍ୟୟନ ସମ୍ବନ୍ଧୀୟ ବିଷୟରେ ସହଯୋଗ ସୁଦୃଢ଼ ହୋଇପାରିବ। ଆଇସିଏଆଇ ଏବଂ ପିଆଇବିଆର ଏହା ମଧ୍ୟ ନିର୍ଦ୍ଧାରଣ କରିଛନ୍ତି ଯେ ପେସାଦାର ସଂଗଠନଗୁଡ଼ିକ ପକ୍ଷରୁ ପ୍ରକାଶିତ ପୁସ୍ତକ, ପତ୍ରିକା ଏବଂ ଅନ୍ୟ ପ୍ରକାଶନୀଗୁଡ଼ିକର ଆଦାନପ୍ରଦାନ, ଅଡିଟ ଓ ଆକାଉଣ୍ଟାନ୍ସି ଉପରେ ଲେଖାକୁ ଉଭୟ ପକ୍ଷର ପତ୍ରିକା ଓ ଓ୍ବେବସାଇଟରେ ଆପୋସ ଭିତ୍ତିରେ ପ୍ରକାଶ କରିବେ। ଏଥିସହିତ ଦୁର୍ନୀତି ଏବଂ ବେଆଇନ ଅର୍ଥ କାରବାର ବିରୋଧରେ ଆପୋସ ସହଯୋଗକୁ ସୁଦୃଢ଼ କରିବେ।

ପ୍ରଭାବ

ଆଇସିଏଆଇ ଏବଂ ପିଆଇବିଆର, ପୋଲାଣ୍ଡ ମଧ୍ୟରେ ବୁଝାମଣାପତ୍ର ଜରିଆରେ ଆଇସିଏଆଇର ସଦସ୍ୟମାନଙ୍କୁ ପୋଲାଣ୍ଡରେ ବ୍ୟବସାୟିକ ସୁଯୋଗ ମିଳିପାରିବ। ଫଳରେ ୟୁରୋପରେ ସେମାନଙ୍କର ଉପସ୍ଥିତି ସୁଦୃଢ଼ ହେବ। ଏହି ଅବସର ସ୍ବଳକାଳୀନ ଏବଂ ଦୀର୍ଘକାଳୀନ ହେବ। ଏହି ବୁଝାମଣାର ଉଦ୍ଦେଶ୍ୟ ହେଉଛି ଆଇସିଏଏଆଇ ଏବଂ ପିଆଇବିଆର ସଦସ୍ୟମାନଙ୍କ ମଧ୍ୟରେ ପାରସ୍ପରିକ ଭିତ୍ତିରେ ଲାଭଜନକ ସମ୍ପର୍କ ବିକଶିତ କରିବା ଲାଗି ମିଳିମିଶି କାମ କରିବା। ଏମଓୟୁ ଅଧୀନରେ ଆଇସିଏଆଇ ଆକାଉଣ୍ଟାନ୍ସି ପେସାରେ ସେବା ରପ୍ତାନି ଲାଗି ପୋଲାଣ୍ଡ ସହିତ ସହଭାଗିତାକୁ ସୁଦୃଢ଼ କରିବାରେ ସକ୍ଷମ ହେବ।

ଆଇସିଏଆଇର ସଦସ୍ୟମାନେ ସାରା ଦେଶରେ ବିଭିନ୍ନ ସଂଗଠନ ମାଧ୍ୟମରେ ଉଚ୍ଚସ୍ତରୀୟ ପଦପଦବୀରେ କାମ କରିଥାନ୍ତି। ସେମାନେ ଦେଶର ସେସବୁ ସଂଗଠନର ନିର୍ଣ୍ଣୟ/ନୀତି ନିର୍ମାଣ ରଣନୀତିକୁ ପ୍ରଭାବିତ କରିବା ସ୍ଥିତିରେ ଥାଆନ୍ତି। ଆଇସିଏଆଇ ବିଶ୍ବର ୪୭ଟି ଦେଶର ୭୩ଟି ସହରରେ ନିଜର ଚାପ୍ଟର୍ସ ଏବଂ ରିପ୍ରେଜେଣ୍ଟେଟିଭ କାର୍ଯ୍ୟାଳୟର ବିସ୍ତୃତ ନେଟଓ୍ବର୍କ ଜରିଆରେ ଏସବୁ ଦେଶରେ ପ୍ରଚଳିତ ପଦ୍ଧତିକୁ ସହଭାଗୀ କରିବାରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ଲାଗି ପ୍ରତିବଦ୍ଧ ରହିଛନ୍ତି। ଯାହାଫଳରେ ଭାରତ ସରକାର ସେସବୁ ଦେଶର ଉତ୍କୃଷ୍ଟ ପ୍ରଣାଳୀକୁ ଆପଣାଇବା ସହିତ ବିଦେଶୀ ନିବେଶକୁ ଆକୃଷ୍ଟ କରିପାରିବେ ଏବଂ ସେମାନଙ୍କୁ ଭାରତରେ ସଂସ୍ଥାନ ପ୍ରତିଷ୍ଠା ଲାଗି ପ୍ରୋତ୍ସାହିତ କରିପାରିବେ। ଏହି ଏମଓୟୁ ଫଳରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ, ଇନଷ୍ଟିଚ୍ୟୁଟ ଅଫ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ ଏବଂ ଦ ପୋଲିସ ଚାମ୍ବର ଅପ୍ ଷ୍ଟାଚ୍ୟୁଟରୀ ଅଡିଟର୍ସ (ପିଆଇବିଆର)କୁ ଲାଭ ମିଳିବ।

Categories
ଜାତୀୟ ଖବର ବିଶେଷ ଖବର

୨୦୨୨ ଋତୁ ପାଇଁ ଶୁଖିଲା ନଡ଼ିଆ ଶସର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨ ଋତୁ ପାଇଁ ଶୁଖିଲା ନଡ଼ିଆ ଶସ (କୋପ୍ରା)ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରାଯାଇଛି।

ଉଚ୍ଚ ହାରାହାରୀ ଗୁଣବତ୍ତା (ଏଫଏକ୍ୟୁ) ଯୁକ୍ତ ମିଲିଂ ପାଇଁ ଉଦ୍ଦିଷ୍ଟ ଶୁଖିଲା ନଡ଼ିଆ ଶସ (କୋପ୍ରା)ର ଏମଏସପି କୁଇଣ୍ଟାଲ ପ୍ରତି ୧୦,୩୩୫ ଟଙ୍କାରୁ ବଢ଼ାଇ କୁଇଣ୍ଟାଲ ପ୍ରତି ୧୦ ହଜାର ୫୯୦ ଟଙ୍କା କରି ଦିଆଯାଇଛି। ସେହିପରି ଗୋଟା ଶୁଖିଲା ନଡ଼ିଆ ବା ବଲ କୋପ୍ରାର ଏମଏସପି ୨୦୨୨ ଋତୁ ପାଇଁ କୁଇଣ୍ଟାଲ ପ୍ରତି ୧୧,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୨୧ ଋତୁରେ ଏହାର ମୂଲ୍ୟ କୁଇଣ୍ଟାଲ ପ୍ରତି ୧୦,୬୦୦ ଟଙ୍କା ଥିଲା। ଫଳରେ ନଡ଼ିଆ ଚାଷୀମାନେ ଉତ୍ପାଦନ ଖର୍ଚ୍ଚ ଉପରେ ମିଲିଂ କୋପ୍ରା ପାଇଁ ୫୧.୮୫ ପ୍ରତିଶତ ଏବଂ ବଲ କୋପ୍ରା ପାଇଁ ୫୭.୭୩ ପ୍ରତିଶତ ଲାଭ ପାଇପାରିବେ। ଚାଷୀମାନଙ୍କୁ ଉତ୍ପାଦନ ଖର୍ଚ୍ଚର ଅତିକମରେ ଦେଢ଼ଗୁଣା ଲାଭ ପ୍ରଦାନ କରିବା ଲାଗି ସରକାର ୨୦୧୮-୧୯ ସାଧାରଣ ବଜେଟରେ ଘୋଷଣା କରିଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ ୨୦୨୨ ଋତୁ ପାଇଁ କୋପ୍ରା ଉପରେ ଏମଏସପି ବୃଦ୍ଧି କରାଯାଇଛି।

କୃଷିଭିତ୍ତିକ ଖର୍ଚ୍ଚ ଏବଂ ମୂଲ୍ୟ ଆୟୋଗଙ୍କ ସୁପାରିସ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ସର୍ବନିମ୍ନ ୫୦ ପ୍ରତିଶତ ଲାଭ ସୀମା ସୁନିଶ୍ଚିତ କରିବା ଏ ଦିଗରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।

ନଡ଼ିଆ ଉତ୍ପାଦନ ହେଉଥିବା ରାଜ୍ୟରେ ଭାରତୀୟ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଏବଂ ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ମୂଲ୍ୟ ସହାୟତା ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବ।

Categories
ବିଶେଷ ଖବର ବ୍ୟବସାୟ

ରୂପେ ଡେବିଟ କାର୍ଡ ଏବଂ କମ ଟଙ୍କାର ଭୀମ-ୟୁପିଆଇ କାରବାରକୁ ପ୍ରୋତ୍ସାହନ ଲାଗି ବିଶେଷ ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ରୂପେ ଡେବିଟ କାର୍ଡ ଏବଂ କମ ଟଙ୍କା (2000 ଟଙ୍କା ପର୍ଯ୍ୟନ୍ତ) ଭୀମ-ୟୁପିଆଇ କାରବାର (ବ୍ୟକ୍ତିଙ୍କ ଠାରୁ ବ୍ୟବସାୟୀ-ପି2ଏମ)କୁ ଦେଶରେ ପ୍ରୋତ୍ସାହିତ କରିବା ଲାଗି ଏକ ଯୋଜନାକୁ ଅନୁମୋଦନ କରିଛନ୍ତି।

ଏହି ଯୋଜନା ଅଧୀନରେ, ରୂପେ ଡେବିଟ କାର୍ଡ ଜରିଆରେ କରାଯାଉଥିବା କାରବାର ଏବଂ କମ ମୂଲ୍ୟର ଭୀମ-ୟୁପିଆଇ ପେମେଣ୍ଟ ମାଧ୍ୟମକୁ ଆପଣାଉଥିବା ବ୍ୟାଙ୍କଗୁଡ଼ିକୁ ସରକାର ଆର୍ଥିକ ପ୍ରୋତ୍ସାହନ ଦେବେ। ସେମାନଙ୍କୁ କାରବାର ପରିମାଣର କିଛି ପ୍ରତିଶତ ଆର୍ଥିକ ପ୍ରୋତ୍ସାହନ ଆକାରରେ ଦିଆଯିବ। ଏପ୍ରିଲ 01, 2021 ଠାରୁ ଲାଗୁ ଗୋଟିଏ ବର୍ଷର ଅବଧି ପାଇଁ ଏହି ଯୋଜନାରେ ମୋଟ 1,300 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଏହି ଯୋଜନାକୁ ଆପଣାଉଥିବା ବ୍ୟାଙ୍କଗୁଡ଼ିକରେ ଦୃଢ଼ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ସୁଦୃଢ଼ କରିବାର ସୁବିଧା ଯୋଗାଇ ଦିଆଯିବ। ଏହା ସମାଜର ସମସ୍ତ କ୍ଷେତ୍ର ତଥା ବିଭିନ୍ନ ବର୍ଗର ଜନସାଧାରଣଙ୍କ ମଧ୍ୟରେ ରୂପେ ଡେବିଟ କାର୍ଡ ଏବଂ ଭୀମ-ୟୁପିଆଇ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବ। ଦେଶରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ସୁଦୃଢ଼ ହେବ।

ଫଳରେ ସମାଜର ଗରିବ ଏବଂ ଔପଚାରିକ ବ୍ୟାଙ୍କ ସେବା ଓ ଆର୍ଥିକ ବ୍ୟବସ୍ଥା ଠାରୁ ଅପହଞ୍ଚ ସ୍ଥିତିରେ ଥିବା ଲୋକମାନେ ଡିଜିଟାଲ ମାଧ୍ୟମରେ ଅର୍ଥ ପଇଠ କରିବାର ସୁବିଧା ପାଇପାରିବେ।

ଭାରତରେ ଆଜି ବିଶ୍ବର ଅନ୍ୟତମ ଦକ୍ଷ ଡିଜିଟାଲ ପେମେଣ୍ଟ ବଜାର ରହିଛି। ଭାରତ ସରକାର ଏବଂ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମରେ ରହିଥିବା ବିଭିନ୍ନ ସଂସ୍ଥାଗୁଡ଼ିକର ନବୋନ୍ମେଷ କାରଣରୁ ଏହା ସମ୍ଭବପର ହୋଇପାରିଛି। ଏହି ଯୋଜନା ଫିନଟେକ କ୍ଷେତ୍ରରେ ଗବେଷଣା ଓ ବିକାଶକୁ ତ୍ବରାନ୍ବିତ କରିବ। ଦେଶର ବିଭିନ୍ନ ପ୍ରାନ୍ତରେ ଡିଜିଟାଲ ପେମେଣ୍ଟକୁ ବିସ୍ତାରିତ କରିବାରେ ସରକାରଙ୍କୁ ବିଶେଷ ଭାବେ ସହାୟକ ହୋଇପାରିବ।

Categories
ଜାତୀୟ ଖବର ବିଶେଷ ଖବର

ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣର ସମ୍ପ୍ରସାରଣକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମାର୍ଚ୍ଚ 2021 ଠାରୁ ମାର୍ଚ୍ଚ 2024 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜି)ର ସମ୍ପ୍ରସାରଣ ଲାଗି ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ଯୋଜନାରେ ମୋଟ 2.95 କୋଟି ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏଥିମଧ୍ୟରୁ ଅବଶିଷ୍ଟ 155.75 ଲକ୍ଷ ଆବାସ ନିର୍ମାଣ ପାଇଁ କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ଯୋଗାଇ ଦେବେ।

କ୍ୟାବିନେଟ ବୈଠକରେ ନିମ୍ନ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରାଯାଇଛି:

– ପ୍ରଚଳିତ ନିୟମ ଅନୁଯାୟୀ ମାର୍ଚ୍ଚ 2021 ଠାରୁ ମାର୍ଚ୍ଚ 2024 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାକୁ ଜାରି ରଖାଯିବ। ଏହି ଯୋଜନାରେ95 କୋଟି ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ସେଥିମଧ୍ୟରୁ ଅବଶିଷ୍ଟ ଆବାସ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

– ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ମୋଟ95 କୋଟି ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏଥିମଧ୍ୟରୁ ଅବଶିଷ୍ଟ 155.75 ଲକ୍ଷ ଆବାସ ନିର୍ମାଣ ପାଇଁ ମୋଟ 2,17,257  କୋଟି ଟଙ୍କା ଖର୍ଚ୍ଚ କରାଯିବ। କେନ୍ଦ୍ର ସରକାର 1,25,106 କୋଟି ଏବଂ ରାଜ୍ୟ ସରକାର 73,475 କୋଟି ଟଙ୍କା ଖର୍ଚ୍ଚ କରିବେ। ଏହାବ୍ୟତୀତ ନାବାର୍ଡକୁ ସୁଧ ପଇଠ କରିବା ଲାଗି ଅତିରିକ୍ତ 18,676 କୋଟି ଟଙ୍କାର ଆବଶ୍ୟକତା ପଡ଼ିବ।

– ଅର୍ଥ ମନ୍ତ୍ରଣାଳୟ ସହିତ ପରାମର୍ଶ କରି ମୋଟ ବଜେଟ ଆଧାରିତ ସହାୟତା (ଜିବିଏସ) ଜରିଆରେ ଇବିଆର ପର୍ଯ୍ୟାୟ ନିର୍ଦ୍ଧାରଣ ଏବଂ ସମ୍ପୂର୍ଣ୍ଣ ଯୋଜନା ପାଇଁ ପାଣ୍ଠି ଯୋଗାଣ ବ୍ୟବସ୍ଥା କରାଯିବ।

– ହିମାଚଳ ପ୍ରଦେଶ, ହରିୟାଣା, ଗୋଆ, ପଞ୍ଜାବ, ଉତ୍ତରାଖଣ୍ଡ ଭଳି ପ୍ରତ୍ୟେକ କ୍ଷୁଦ୍ର ରାଜ୍ୟ; ଆସାମ ଓ ତ୍ରିପୁରାକୁ ଛାଡ଼ି ସମସ୍ତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଏବଂ ଜମ୍ମୁ ଓ କଶ୍ମୀରକୁ ଛାଡ଼ି ଅନ୍ୟ ସମସ୍ତ କେନ୍ଦ୍ର ଶାସିତ ପ୍ରଦେଶକୁ ପ୍ରଶାସନିକ ପାଣ୍ଠିର କେନ୍ଦ୍ରୀୟ ଅଂଶଧନରୁ ବାର୍ଷିକ 45 ଲକ୍ଷ ଟଙ୍କାର ଅତିରିକ୍ତ ପ୍ରଶାସନିକ ପାଣ୍ଠି ଜାରି କରାଯିବ। ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ଜାରି କରାଯାଉଥିବା70 ପ୍ରତିଶତ ପ୍ରଶାସନିକ ପାଣ୍ଠି ଠାରୁ ଅତିରିକ୍ତ ଏବଂ ଅଧିକ ଏହି ପାଣ୍ଠି ଯୋଗାଇ ଦିଆଯିବ।

– 2023-24 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ପରିଚାଳନା ୟୁନିଟ (ପିଏମୟୁ) ଏବଂ ଜାତୀୟ ବୈଷୟିକ ସହାୟତା ଏଜେନ୍ସି (ଏନଟିଏସଏ) ଜାରି ରହିବ।

ଲାଭ:

ମାର୍ଚ୍ଚ 2024 ପର୍ଯ୍ୟନ୍ତ ଏହି ଯୋଜନା ଜାରି ରହିବା ଫଳରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଧାର୍ଯ୍ୟ କରାଯାଇଥିବା ସର୍ବମୋଟ 2.95 କୋଟି ଆବାସ ନିର୍ମାଣ ଲକ୍ଷ୍ୟ ମଧ୍ୟରୁ ଅବଶିଷ୍ଟ 155.75 ଲକ୍ଷ ଆବାସ ନିର୍ମାଣ ସୁନିଶ୍ଚିତ ହେବ। ସମ୍ପ୍ରସାରିତ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ “ସମସ୍ତଙ୍କ ପାଇଁ ଆବାସ” ଲକ୍ଷ୍ୟ ହାସଲ କରିବା ଲାଗି ସମସ୍ତ ମୌଳିକ ସୁବିଧା ସୁଯୋଗ ଥିବା ପକ୍କା ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

29 ନଭେମ୍ବର 2021 ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ମୋଟ 2.95 କୋଟି ଆବାସ ଲକ୍ଷ୍ୟ ମଧ୍ୟରୁ 1.65 କୋଟି ଆବାସ ନିର୍ମାଣ କରାଯାଇସାରିଛି। 2022 ଅଗଷ୍ଟ 15 ତାରିଖ ସୁଦ୍ଧା ଧାର୍ଯ୍ୟ ସମୟସୀମା ମଧ୍ୟରେ 2.02 କୋଟି ଆବାସ ନିର୍ମାଣ କରାଯାଇପାରିବ ବୋଲି ଆକଳନ କରାଯାଇଛି, ଏହା ଏସଇସିସି 2011 ଡାଟାବେସ ଉପରେ ଆଧାରିତ ସ୍ଥାୟୀ ପ୍ରତୀକ୍ଷା ସୂଚୀ ସହ ପ୍ରାୟତଃ ସମାନ। ତେଣୁ 2.95 କୋଟି ପକ୍କା ଆବାସ ଲକ୍ଷ୍ୟ ହାସଲ କରିବା ଲାଗି ଏହି ଯୋଜନା ମାର୍ଚ୍ଚ 2024 ପର୍ଯ୍ୟନ୍ତ ଜାରି ରହିବାର ଆବଶ୍ୟକତା ରହିଛି।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରପ୍ରଦେଶ ଗୋରଖପୁରରେ କେତେକ ବିକାଶମୂଳକ ପ୍ରକଳ୍ପ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗୋରଖପୁରଠାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।

ପ୍ରଧାନମନ୍ତ୍ରୀ ଗୋରଖପୁରଠାରେ ଏମ୍ସ ଏବଂ ସାରକାରଖାନା ସହିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆଇସିଏମ୍‌ଆର)ନୂତନ ଭବନ ପାଇଁ ଉତରପ୍ରଦେଶ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ପାଞ୍ଚ ବର୍ଷ ପୂର୍ବରୁ ଏମ୍ସ ଓ ସାରକାରଖାନା ଉଭୟର ଶିଳାନ୍ୟାସ କରିଥିବା ସ୍ମୃତିଚାରଣ କରି ଆଜି ତାହାର ଉଦ୍‌ଘାଟନ,  ସରକାର ହାତକୁ ନେଉଥିବା କାର୍ଯ୍ୟ ଶେଷ କରିବା ଏକ କର୍ମ ସଂସ୍କୃତି ହୋଇଛି ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଏକ ଦ୍ୱୈତ ଇଞ୍ଜିନ ସରକାର କାର୍ଯ୍ୟ କରେ, ସେତେବେଳେ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଗତି ମଧ୍ୟ ଦୁଇଗୁଣ ହୋଇଥାଏ। ଯେତେବେଳେ ଭଲ ଅଭିପ୍ରାୟ ରଖି କାର୍ଯ୍ୟ କରାଯାଇଥାଏ, ସେତେବେଳେ ବିପର୍ଯ୍ୟୟ ମଧ୍ୟ କୌଣସି ବିଘ୍ନ ଘଟାଇ ପାରେ ନାହିଁ। ଯେତେବେଳେ ଗୋଟିଏ ସରକାର ଗରିବ, ଅବହେଳିତ ଓ ବଞ୍ଚିତ ଲୋକମାନଙ୍କ କଥା ବୁଝେ, ଏହା କଠିନ ପରିଶ୍ରମ କରିଥାଏ ସେମାନଙ୍କ ହିତ ମଧ୍ୟ ସାଧନ କରିଥାଏ। ଯେତେବେଳେ ନବଭାରତ ସଂକଳ୍ପବଦ୍ଧ, ସେତେବେଳେ କିଛି ମଧ୍ୟ ଅସମ୍ଭବ ଯେ ନୁହଁ, ଆଜିର ଘଟଣା ତା’ର ପ୍ରମାଣ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ  ଏକ ତ୍ରିମୁଖୀ ପଦକ୍ଷେପ ସ୍ୱରୂପ ସରକାର ଶତପ୍ରତିଶତ ନିମ ପ୍ରଲୋପଯୁକ୍ତ ୟୁରିଆ ପ୍ରବର୍ତ୍ତନ କରି ଏହାର  ଅପବ୍ୟବହାର ବନ୍ଦ  କରିଛନ୍ତି। କୋଟି କୋଟି ଚାଷୀଙ୍କୁ ମୃତିକା ସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦିଆଯାଇଛି, ଯାହା ଫଳରେ ସେମାନେ ନିଜର ଜମି ପାଇଁ ଆବଶ୍ୟକ ମୁତାବକ ସାର ସ୍ଥିର କରିପାରିବେ। ସରକାର ୟୁରିଆ ଉତ୍ପାଦନ ବୃଦ୍ଧି ନିମନ୍ତେ ଗୁରୁତ୍ୱ ଦେଉଛନ୍ତି। ବାଦ୍‌ପଡିଥିବା ସାର କାରଖାନାଗୁଡିକୁ ଜୋର ଜବରଦସ୍ତ ଅଧିକ ସାର ଉତ୍ପାଦନ ନିମନ୍ତେ ପୁଣି ଖୋଲାଯାଉଛି। ଦେଶରେ ଆଉ ପାଞ୍ଚଟି ସାର କାରଖାନା ବିଭିନ୍ନ ସ୍ଥାନରେ ନିର୍ମିତ ହେଲା ପରେ ଦେଶ ପାଇଁ ୬୦ଲକ୍ଷ ଟନ୍ ୟୁରିଆ ଉପଲବ୍ଧ ହେବ ବୋଲି ଶ୍ରୀ ମୋଦୀ କହିଥିଲେ।

ନିକଟରେ ଆଖୁ ଚାଷୀମାନଙ୍କ ନିମନ୍ତେ ଅଭୂତପୂର୍ବ କାର୍ଯ୍ୟ କରିଥିବାରୁ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶଂସା କରିଥିଲେ। ଆଖୁଚାଷୀଙ୍କୁ ସହାୟକ ମୂଲ୍ୟ ଏକାଥରକେ ତିନିହଜାର ଟଙ୍କା ଅଧିକ ପ୍ରଦାନ କରାଯାଉଛି ଯାହାକୁ ବିଗତ ଦଶବର୍ଷ ମଧ୍ୟରେ ହୋଇ ନ ଥିଲା।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପରେ ଚଳିତ ଶତାବ୍ଦୀର ପ୍ରାରମ୍ଭ ପର୍ଯ୍ୟନ୍ତ ଦେଶରେ ଗୋଟିଏ ବୋଲି ଏମ୍ସ ଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଆଉ ଛଅଟି ଏମ୍ସକୁ ଅନୁମୋଦନ କରିଥିଲେ। ଗତ ସାତବର୍ଷ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ସାତଟି ଏମ୍ସ ନିର୍ମାଣ କାର୍ଯ୍ୟ ଚାଲିଛି। ଦେଶର ପ୍ରତ୍ୟେକ ଜିଲ୍ଲାରେ ଅନୂନ୍ୟ ଗୋଟିଏ ଲେଖାଏଁ ମେଡିକାଲ କଲେଜ ରଖିବା ତାଙ୍କ ସରକାରଙ୍କ ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୋରଖପୁର ଅଞ୍ଚଳରେ ସାର କାରଖାନାର ଗୁରୁତ୍ୱ ଉଭୟ ଚାଷୀ ଓ କର୍ମନିଯୁକ୍ତି ନିମନ୍ତେ କେତେ ଗୁରୁତ୍ୱପୂର୍ଣ୍ଣ ସମସ୍ତେ ଜାଣନ୍ତି। ଏହାର ଗୁରୁତ୍ୱ ଉପଲବ୍ଧି କରି ମଧ୍ୟ ପୂର୍ବ ସରକାରମାନେ ଏସବୁ ଖୋଲିବାକୁ ପ୍ରୟାସ କରି ନ ଥିଲେ। ସମସ୍ତେ ଜାଣନ୍ତି ଯେ ଗୋରଖପୁରରେ ଏମ୍ସ ଖୋଲିବା ପାଇଁ ବର୍ଷ ବର୍ଷ ଧରି ଦାବି ହୋଇ ଆସୁଥିଲା। ମାତ୍ର ୨୦୧୭ ପୂର୍ବରୁ ଯେଉଁମାନେ ରାଜ୍ୟରେ ଶାସନ କରୁଥିଲେ ସେମାନେ ଗୋରଖପୁରରେ ଏମ୍ସ ସ୍ଥାପନ ପାଇଁ ଜମି ଯୋଗାଇବାକୁ ଅନେକ ବାହାନା କରି ଏଡାଇ ଚାଲିଲେ। ପ୍ରଧାନମନ୍ତ୍ରୀ ସେ ଅଞ୍ଚଳରେ ଜାପାନୀ ମସ୍ତିସ୍କଜ୍ୱର ହ୍ରାସ ସହ ଡାକ୍ତରୀ ଭିତ୍ତିଭୂମି ବୃଦ୍ଧି କଥା କହିଥିଲେ। ଏମ୍ସ ଓ ଆଇସିଏମଆର କେନ୍ଦ୍ର ଖୋଲିବା ସହ ଜାପାନୀ ମସ୍ତିଷ୍କ ଜ୍ୱର ଉପଚାର ଆହୁରି ଭଲଭାବେ ହୋଇପାରିବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ଶକ୍ତି ରାଜନୀତି, ସ୍ୱେଚ୍ଛାଚାରିତା, ଦୁର୍ନୀତି ଓ ବାହୁବଳୀ ପ୍ରଭାବ ରାଜ୍ୟକୁ ଅତୀତରେ ଲୋକଙ୍କୁ ଦୁର୍ଦ୍ଦଶାଗ୍ରସ୍ତ କରିଥିବାରୁ ତାହାର ସମାଲୋଚନା କରିଥିଲେ। ଏପ୍ରକାର ଶକ୍ତିଙ୍କ ବିରୁଦ୍ଧରେ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆମ ସରକାର ସରକାରୀ ଗୋଦାମ ଖୋଲି ଦେଇଛନ୍ତି  ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଘରକୁ ଯେପରି ଖାଦ୍ୟଶସ୍ୟ ପହଞ୍ଛିବ ସେଥିରେ ଲାଗପଡିଛନ୍ତି। ପ୍ରାୟ ୧୫କୋଟି ଉତ୍ତରପ୍ରଦେଶ ବାସୀ  ଏହାର ସୁବିଧା ପାଉଛନ୍ତି ବୋଲି ସେ କହିଥିଲେ। ନିକଟରେ ଗରିବ କଲ୍ୟାଣ ଅନ୍ନ ଯୋଜନା ହୋଲି ପରକୁ ମଧ୍ୟ ସମ୍ପ୍ରସାରିତ ହୋଇଛି। ପୂର୍ବ ସରକାରଗଣ ଅପରାଧୀମାନଙ୍କୁ ସୁରକ୍ଷା ଦେଇ ଉତ୍ତରପ୍ରଦେଶର ନାମକୁ କଳଙ୍କିତ କରିଥିଲେ। ଆଜି ମାଫିଆମାନେ କାରଗାରରେ ସଜ୍ଜା କାଟୁଥିବାବେଳେ, ପୁଞ୍ଜି ବିନିଯୋଗକାରୀ ଉତ୍ତରପ୍ରଦେଶରେ ବିନିଯୋଗ ଅବାଧରେ କରୁଛନ୍ତି। ତାହା ହିଁ ଡବଲ ଇଞ୍ଜିନ ର ଦିଗୁଣା ବିକାଶ। ସେଥିପାଇଁ  ଉତ୍ତରପ୍ରଦେଶର ଡବଲ ଇଞ୍ଜିନ ସରକାର ଉପରେ ବିଶ୍ୱାସ ରହିଛି ବୋଲି ସେ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ସମ୍ବିଧାନ ଦିବସ ପାଳନ ସମାରୋହରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନଭେମ୍ବର ୨୬ ତାରିଖରେ ଦେଶ ସମ୍ବିଧାନ ଦିବସ ପାଳନ କରିବ। ୧୯୪୯ ମସିହା ଏହି ତାରିଖରେ ସମ୍ବିଧାନ ସଭା ଭାରତୀୟ ସମ୍ବିଧାନକୁ ଗ୍ରହଣ କରିଥିଲା। ଏହି ଐତିହାସିକ ଦିବସର ସ୍ମୃତିଚାରଣ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ଆଧାରରେ ୨୦୧୫ ଠାରୁ ଦେଶରେ ସମ୍ବିଧାନ ଦିବସ ପାଳନ କରାଯାଉଛି। ଏପରି ପରିକଳ୍ପନା ପଛରେ ଅତୀତର ଆଉ ଏକ କାରଣ ମଧ୍ୟ ରହିଛି। ୨୦୧୦ରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ “ସମ୍ବିଧାନ ଗୌରବ ଯାତ୍ରା” ଆୟୋଜନ କରିଥିଲେ।

ଚଳିତ ବର୍ଷ ସମ୍ବିଧାନ ଦିବସ ପାଳନ କରାଯିବାର ଏକ ଅଂଶବିଶେଷ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୬, ୨୦୨୧ରେ ସଂସଦ ଭବନ ଏବଂ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ସଂସଦ ଭବନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ ଏବଂ ଏହା ସଂସଦର କେନ୍ଦ୍ରୀୟ ସଭାଗୃହରେ ଅନୁଷ୍ଠିତ ହେବ। ମାନନୀୟ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଲୋକସଭା ବାଚସ୍ପତି ଏଥିରେ ଉଦବୋଧନ ଦେବେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ, ସାରା ଦେଶ ତାଙ୍କ ସହିତ ସମ୍ବିଧାନର ମୁଖବନ୍ଧ ପାଠ କରିବ। ମାନନୀୟ ରାଷ୍ଟ୍ରପତି ସମ୍ବିଧାନ ସଭା ଅଭିଭାଷଣଗୁଡ଼ିକର ଡିଜିଟାଲ ସଂସ୍କରଣ, ଭାରତୀୟ ସମ୍ବିଧାନର ହସ୍ତଲିଖିତ ଡିଜିଟାଲ ସଂସ୍କରଣ ଏବଂ ବର୍ତ୍ତମାନ ସୁଦ୍ଧା ହୋଇଥିବା ସମସ୍ତ ସଂଶୋଧନ ସହିତ ସମ୍ବିଧାନର ଆଧୁନିକତମ ସଂସ୍କରଣକୁ ଉନ୍ମୋଚନ କରିବେ। ସେ ‘ସାମ୍ବିଧାନିକ ଗଣତନ୍ତ୍ର ଉପରେ ଅନଲାଇନ ପ୍ରଶ୍ନୋତ୍ତର’ ପ୍ରତିଯୋଗିତାର ମଧ୍ୟ ଉଦଘାଟନ କରିବେ।

ନୂଆଦିଲ୍ଲୀର ବିଜ୍ଞାନ ଭବନସ୍ଥିତ ପ୍ଲେନାରୀ ହଲ୍ ଠାରେ ଅପରାହ୍ନ ୫ ଟା ୩୦ ମିନିଟ୍ ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ସମ୍ବିଧାନ ଦିବସ ଆୟୋଜନ କରାଯିବ। ସର୍ବୋଚ୍ଚ ନ୍ୟାୟାଳୟର ସମସ୍ତ ବିଚାରପତି, ସମସ୍ତ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ବିଚାରପତି, ସୋଲିସିଟର ଜେନେରାଲ ଏବଂ ଆଇନ କ୍ଷେତ୍ରର ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କ ସମାରୋହକୁ ମଧ୍ୟ ସମ୍ବୋଧିତ କରିବେ।

Categories
ଆଜିର ଖବର ଜାତୀୟ ଖବର

ନଭେମ୍ବର ୨୫ ରେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରସ୍ଥିତ ଜେୱର ଠାରେ ୨୫ ନଭେମ୍ବର, ୨୦୨୧ରେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର (ଏନଆଇଏ) ନିର୍ମାଣ ପାଇଁ ଶିଳାନ୍ୟାସ କରିବେ। ଏହି ବିମାନ ବନ୍ଦର ନିର୍ମାଣ ପରେ ଉତ୍ତର ପ୍ରଦେଶ ହେବ ପାଞ୍ଚଟି ଅନ୍ତର୍ଜାତୀୟ ବିମାନ ବନ୍ଦର ଥିବା ଦେଶର ଏକମାତ୍ର ରାଜ୍ୟ।

ବିମାନ ଯୋଗାଯୋଗରେ ସୁଧାର ଆଣିବା ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ବିମାନ ଚଳାଚଳ କ୍ଷେତ୍ରର ପ୍ରୋତ୍ସାହନ ଲାଗି ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଆଧାରରେ ଏହି ବିମାନ ବନ୍ଦର ବିକଶିତ କରାଯାଉଛି। ଏହି ବୃହତ ପରିକଳ୍ପନା ଅଧୀନରେ ଉତ୍ତର ପ୍ରଦେଶ ରାଜ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଫଳରେ ରାଜ୍ୟରେ ଏକାଧିକ ନୂତନ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କରାଯାଉଛି। ନିକଟରେ କୁଶୀନଗର ଅନ୍ତର୍ଜାତୀୟ ବିମାନ ବନ୍ଦର ଉଦଘାଟିତ ହୋଇଛି ଏବଂ ଅଯୋଧ୍ୟା ଠାରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣାଧୀନ ରହିଛି।

ଦିଲ୍ଲୀ ଜାତୀୟ ରାଜଧାନୀ କ୍ଷେତ୍ରରେ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର ଭାବେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ବିକଶିତ କରାଯାଉଛି। ଏହା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରୀ ଭିଡ଼ ହ୍ରାସ କରିବାରେ ସହାୟକ ହେବ। ନୂତନ ବିମାନ ବନ୍ଦର ରଣନୈତିକ ଦୃଷ୍ଟିକୋଣରୁ ଏପରି ଏକ ସ୍ଥାନରେ ନିର୍ମାଣ କରାଯାଉଛି ଯାହାର ଲାଭ ଦିଲ୍ଲୀ, ନୋଏଡ଼ା, ଗାଜିଆବାଦ, ଅଲିଗଡ଼, ଆଗ୍ରା, ଫରିଦାବାଦ ଏବଂ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ମିଳିପାରିବ।

ଏହି ବିମାନ ବନ୍ଦର ଉତ୍ତର ଭାରତର ଲଜିଷ୍ଟିକ୍ସ ପ୍ରବେଶ ଦ୍ୱାରରେ ପରିଣତ ହେବ। ଆକାର ଏବଂ କ୍ଷମତା ଦୃଷ୍ଟିରୁ, ଏହି ବିମାନ ବନ୍ଦର ଉତ୍ତର ପ୍ରଦେଶର ବିକାଶ ପାଇଁ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ। ଏହା ବିଶ୍ୱ ସମ୍ମୁଖରେ ଉତ୍ତର ପ୍ରଦେଶର ସମ୍ଭାବନାକୁ ଉଜାଗର କରିବ ଏବଂ ରାଜ୍ୟକୁ ବିଶ୍ୱ ଲଜିଷ୍ଟିକ୍ସ ମାନଚିତ୍ରରେ ପ୍ରତିଷ୍ଠିତ କରିବାରେ ସହାୟକ ହେବ। ଭାରତରେ ପ୍ରଥମ ଥର ପାଇଁ, ଲଜିଷ୍ଟିକ୍ସର ମୋଟ୍ ସମୟ ଏବଂ ଖର୍ଚ୍ଚ ହ୍ରାସ ପ୍ରତି ଧ୍ୟାନ ଦିଆଯାଇ ସମନ୍ୱିତ ମଲ୍ଟି-ମୋଡାଲ୍ କାର୍ଗୋ ହବ୍ ସହିତ ଏକ ବିମାନ ବନ୍ଦର ନିର୍ମାଣ ପାଇଁ ଯୋଜନା କରାଯାଇଛି। ବିମାନବନ୍ଦରରେ ଏକ ସମର୍ପିତ କାର୍ଗୋ ଟର୍ମିନାଲ ରହିବ ଯାହାର କ୍ଷମତା ୨୦ ଲକ୍ଷ ମେଟ୍ରିକ୍ ଟନ୍ ରହିବ, ଯାହାକି ପରବର୍ତ୍ତୀ ସମୟରେ ୮୦ ଲକ୍ଷ ମେଟ୍ରିକ୍ ଟନକୁ ବୃଦ୍ଧି କରାଯିବ। ଶିଳ୍ପ ଉତ୍ପାଦର ବାଧାମୁକ୍ତ ପରିବହନ ସୁବିଧା ଯୋଗାଇ ଦେଇ ଏହି ବିମାନ ବନ୍ଦର ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ନିବେଶ ଆକୃଷ୍ଟ କରିବ, ଦ୍ରୁତ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ସ୍ଥାନୀୟ ଉତ୍ପାଦ ପହଞ୍ଚାଇବାରେ ସହାୟକ ହେବ। ଏହା ବିଭିନ୍ନ ଉଦ୍ୟୋଗ ପାଇଁ ନୂତନ ସମ୍ଭାବନା ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ।

ଏହି ବିମାନ ବନ୍ଦରରେ ଏକ ଭୂତଳ ପରିବହନ କେନ୍ଦ୍ର ରହିବ ଯେଉଁଥିରେ ମଲ୍ଟିମୋଡାଲ୍ ଗମନାଗମନ କେନ୍ଦ୍ର, ମେଟ୍ରୋ ଓ ହାଇସ୍ପିଡ୍ ରେଳ ଷ୍ଟେସନ, ଟ୍ୟାକ୍ସି, ବସ ସେବା ଓ ବ୍ୟକ୍ତିଗତ ପାର୍କିଂ ସୁବିଧା ରହିବ। ଏହା ସଡ଼କ ପଥ, ରେଳ ଓ ମେଟ୍ରୋ ମାଧ୍ୟମରେ ବିମାନ ବନ୍ଦରକୁ ବାଧାମୁକ୍ତ ସଂଯୋଗ ସୁବିଧା ଯୋଗାଇ ଦେବ। ବାଧାମୁକ୍ତ ମେଟ୍ରୋ ସେବା ଜରିଆରେ ବିମାନବନ୍ଦର ସହିତ ନୋଏଡ଼ା ଓ ଦିଲ୍ଲୀ ସିଧାସଳଖ ଯୋଡ଼ିହେବେ। ଯମୁନା ଏକ୍ସପ୍ରେସ ୱେ, ପଶ୍ଚିମ ପାରିପାର୍ଶ୍ଵିକ ଏକ୍ସପ୍ରେସ ୱେ, ପୂର୍ବ ପାରିପାର୍ଶ୍ଵିକ ଏକ୍ସପ୍ରେସ ୱେ, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ ଆଦି ଅନ୍ୟ ସମସ୍ତ ପ୍ରମୁଖ ସଡ଼କ ଏବଂ ରାଜପଥ ପ୍ରତ୍ୟକ୍ଷ ଭାବେ ବିମାନ ବନ୍ଦର ସହ ଯୋଡ଼ି ହେବେ। ଏହି ବିମାନ ବନ୍ଦକୁ ମଧ୍ୟ ପ୍ରସ୍ତାବିତ ଦିଲ୍ଲୀ-ବାରାଣାସୀ ହାଇ ସ୍ପିଡ୍ ରେଳ ଲାଇନ ସହ ଯୋଡ଼ାଯିବ। ଯାହାଫଳରେ ଦିଲ୍ଲୀ ଓ ବିମାନ ବନ୍ଦର ମଧ୍ୟରେ ଦୂରତା ଅତିକ୍ରମ କରିବାକୁ ମାତ୍ର ୨୧ ମିନିଟ ସମୟ ଲାଗିବ।

ଏହି ବିମାନ ବନ୍ଦରରେ ମଧ୍ୟ ଏକ ଆଧୁନିକ ଏମଆରଓ (ରକ୍ଷଣାବେକ୍ଷଣ, ମରାମତି ଏବଂ ପୁନରୁଦ୍ଧାର ବା ଓଭରହଲିଂ) ସେବା ରହିବ। କମ ପରିଚାଳନା ଖର୍ଚ୍ଚ ଏବଂ ଯାତ୍ରୀମାନଙ୍କର ବାଧାମୁକ୍ତ ଓ ଦ୍ରୁତ ସ୍ଥାନାନ୍ତର ପ୍ରକ୍ରିୟା ପ୍ରତି ଧ୍ୟାନ ଦିଆଯାଇ ଏହି ବିମାନ ବନ୍ଦରର ଡିଜାଇନ କରାଯାଇଛି। ଏହି ବିମାନ ବନ୍ଦରରେ ପ୍ରଥମ ଥର ପାଇଁ ଏକ ସୁଇଙ୍ଗ ଏୟାରକ୍ରାଫ୍ଟ ଷ୍ଟାଣ୍ଡ କନସେପ୍ଟ ଆରମ୍ଭ କରିବା ଲାଗି ଯୋଜନା କରାଯାଇଛି। ଏହା ଗୋଟିଏ କଣ୍ଟାକ୍ଟ ଷ୍ଟାଣ୍ଡରୁ ଏୟାରଲାଇନ୍ସଗୁଡ଼ିକୁ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ପରିଚାଳନା କରିବା ଲାଗି ସୁବିଧା ଦେବ। ଏଥିପାଇଁ ସେମାନଙ୍କୁ ବିମାନକୁ ଅନ୍ୟତ୍ର ରଖିବାର ଆବଶ୍ୟକତା ପଡ଼ିବ ନାହିଁ। ଏହି ସୁବିଧା ବିମାନ ବନ୍ଦରରେ ବିମାନ ପରିଚାଳନାକୁ ଦ୍ରୁତ ଏବଂ ଦକ୍ଷ କରିବ, ଅନ୍ୟପକ୍ଷରେ ଯାତ୍ରୀ ସ୍ଥାନାନ୍ତର ପ୍ରକ୍ରିୟା ସୁଗମ ଏବଂ ବାଧାମୁକ୍ତ ହୋଇପାରିବ।

ଏହା ହେବ ଭାରତର ପ୍ରଥମ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ କ୍ଷମତାସମ୍ପନ୍ନ ବିମାନ ବନ୍ଦର। ପ୍ରସ୍ତାବିତ ପ୍ରକଳ୍ପ କ୍ଷେତ୍ରରୁ ଗଛ ଆଣି ବିମାନ ବନ୍ଦର ନିକଟରେ ନିର୍ମାଣ କରାଯିବାକୁ ଥିବା ଏକ ଫରେଷ୍ଟ ପାର୍କରେ ରୋପଣ କରାଯିବ। ଏହି ପାର୍କ ପାଇଁ ସ୍ୱତନ୍ତ୍ର ଭୂଖଣ୍ଡ ଆବଣ୍ଟନ କରାଯାଇଛି। ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ବିକଶିତ ହେବା ସମୟରେ ସମସ୍ତ ସ୍ଥାନୀୟ ଜୈବ ପ୍ରଜାତିକୁ ସୁରକ୍ଷିତ ରଖାଯିବ ଏବଂ ଏହା ପରିବେଶ ଅନୁକୂଳ ହେବ।

ପ୍ରଥମ ପର୍ଯ୍ୟାୟରେ ବିମାନ ବନ୍ଦର ବିକାଶ କାର୍ଯ୍ୟ ପାଇଁ ୧୦ ହଜାର ୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୧୩୦୦ ହେକ୍ଟରରୁ ଅଧିକ ଜମିରେ ନିର୍ମାଣ ହେବାକୁ ଥିବା ଏହି ବିମାନ ବନ୍ଦର ବାର୍ଷିକ ୧ କୋଟି ୨୦ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇ ଦେବ ଏବଂ ଏହାର ନିର୍ମାଣ କାର୍ଯ୍ୟ ୨୦୨୪ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କନସେସନେୟାର ଭାବେ ଅନ୍ତର୍ଜାତୀୟ ବିଡର ଜୁରିଚ୍ ଏୟାରପୋର୍ଟ ଇଣ୍ଟରନ୍ୟାସନାଲ ଏଜି ଏହି ପ୍ରକଳ୍ପ ନିର୍ମାଣ କରିବ। ଭୂମି ଅଧିଗ୍ରହଣ ଏବଂ ବିସ୍ଥାପିତ ପରିବାରମାନଙ୍କ ଥଇଥାନ ଲାଗି ପ୍ରଥମ ପର୍ଯ୍ୟାୟ ପ୍ରାରମ୍ଭିକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି।

Categories
ଜାତୀୟ ଖବର ବିଶେଷ ଖବର

କୃଷି ଆଇନକୁ ପ୍ରତ୍ୟାହାର କଲା କେନ୍ଦ୍ର: ଜାଣନ୍ତୁ ଏହାକୁ ରଦ୍ଦ କରିବା ଲାଗି ସାମ୍ବିଧାନିକ ପ୍ରକ୍ରିୟା କ’ଣ

ନୂଆଦିଲ୍ଲୀ: ସମସ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆନ୍ଦୋଳନକାରୀ ଚାଷୀଙ୍କୁ ଏକ ନୂତନ ଆରମ୍ଭ କରିବାକୁ ଏବଂ ନିଜ ଘରକୁ, କ୍ଷେତକୁ ଏବଂ ପରିବାରକୁ ଫେରିବାକୁ ଅନୁରୋଧ କରିଛନ୍ତି। ସଂସଦର ଆଗାମୀ ଶୀତ ଅଧିବେଶନରେ ଏହି କୃଷି ଆଇନ ପ୍ରତ୍ୟାହାରର ସାମ୍ବିଧାନିକ ପ୍ରକ୍ରିୟା ମଧ୍ୟ ଶେଷ ହେବ ବୋଲି ପ୍ରତିଶୃତି ଦେଇଛନ୍ତି। ସର୍ବଶେଷରେ, ସାମ୍ବିଧାନିକ ପ୍ରକ୍ରିୟା କ’ଣ, ଏଠାରେ ବୁଝନ୍ତୁ……

କୃଷି ଆଇନକୁ ରଦ୍ଦ କରିବା ପାଇଁ ସାମ୍ବିଧାନିକ ପ୍ରକ୍ରିୟା କ’ଣ?:

ସମସ୍ତ ତିନୋଟି କୃଷି ଆଇନକୁ ରଦ୍ଦ କରିବା ପାଇଁ ପ୍ରଥମେ ଆଇନ ମନ୍ତ୍ରଣାଳୟ ଦ୍ୱାରା କୃଷି ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ପଠାଯିବ। ଏହା ପରେ କୃଷି ମନ୍ତ୍ରଣାଳୟ ଏହି ଆଇନକୁ ରଦ୍ଦ କରିବା ପାଇଁ ସଂସଦରେ ବିଲ୍ ଉପସ୍ଥାପନ କରିବେ। ପ୍ରଥମେ ସରକାରଙ୍କ ପକ୍ଷରୁ ଲୋକସଭାରେ ଏହି ବିଲ୍ ଆଗତ ହେବ। ଏଠାରେ ବିତର୍କ ହେବ ଏବଂ ମତଦାନ ହେବ। ଲୋକସଭାରେ ଏହି ବିଲ୍ ପାରିତ ହେବା ପରେ ଏହି ବିଲ୍ ରାଜ୍ୟସଭାରେ ଆଗତ ହେବ। ଏଠାରେ ମଧ୍ୟ ବିତର୍କ ହେବ ଏବଂ ତା’ପରେ ଭୋଟ୍ ହେବ। ଏହା ପରେ ରାଷ୍ଟ୍ରପତିଙ୍କ ନିକଟକୁ ଏହି ବିଲ୍ ପଠାଯିବ। ରାଷ୍ଟ୍ରପତିଙ୍କ ଦସ୍ତଖତ ପରେ ସମସ୍ତ ତିନୋଟି ନୂତନ କୃଷି ଆଇନ ରଦ୍ଦ ହେବ।

ଏହି ତିନୋଟି କୃଷି ନିୟମକୁ ରଦ୍ଦ କରାଯିବ:

– କୃଷକଙ୍କ ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ (ପଦୋନ୍ନତି ଏବଂ ସୁବିଧା) ବିଲ୍ ୨୦୨୦।

– ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ବିଲ୍ ୨୦୨୦ ଉପରେ କୃଷକ (ସଶକ୍ତିକରଣ-ସୁରକ୍ଷା) ଚୁକ୍ତିନାମା।

– ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ୍ ୨୦୨୦

ତିନୋଟି କୃଷି ଆଇନ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି:

ସମସ୍ତ ତିନୋଟି କୃଷି ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଜାନୁଆରୀ ୨୦୨୧ରେ, କେନ୍ଦ୍ର ସରକାର ତିନୋଟି କୃଷି ଆଇନ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଘୋଷଣା କରିଥିଲେ। ଏହା ସହିତ କୋର୍ଟ ମଧ୍ୟ ଏକ କମିଟି ଗଠନ କରିଥିଲେ। କିନ୍ତୁ ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ଜିଦ୍ ଧରିଥିଲେ। କୃଷକମାନେ ବିଶ୍ୱାସ କରୁଥିଲେ ଯେ, ଏହା ଏକ କଳା ଆଇନ ଯାହାକୁ ସରକାର ଫେରାଇ ନେବା ଉଚିତ୍। ଏଥିପାଇଁ ପଞ୍ଜାବ, ହରିୟାଣା ଏବଂ ହିମାଚଳ ପ୍ରଦେଶରେ ନଭେମ୍ବର ୩ ତାରିଖ ୨୦୨୦ ରୁ ଚାଷୀଙ୍କ ମଧ୍ୟରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହା ପରେ କୃଷି ମଣ୍ଡି, ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ଏବଂ ରାସ୍ତାରେ କିଛି ଛୋଟ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏଥିସହିତ, ସେମାନଙ୍କର ଆନ୍ଦୋଳନ ବୃଦ୍ଧି ହୋଇ ନଭେମ୍ବର ୨୫ ତାରିଖରେ ଦିଲ୍ଲୀ ଯାତ୍ରା କରିବାକୁ ଘୋଷଣା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଲକ୍ଷ୍ନୌରେ ଆୟୋଜିତ ୫୬ତମ ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚଳିତମାସ ୨୦ ଓ ୨୧ ତାରିଖରେ ଲକ୍ଷ୍ନୌରେ ଅନୁଷ୍ଠିତ ପୁଲିସ ମହାନିର୍ଦ୍ଦେଶକଙ୍କ ୫୬ତମ ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀ ଲକ୍ଷ୍ନୌର ପୁଲିସ ସଦର କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି। ଏଥିରେ ବିଭିନ୍ନ ପୁଲିସ ବାହିନୀର ଡିଜିପି ସହିତ ଆଇଜିପି(ଇନ୍ସପେକ୍ଟର ଜେନେରାଲ) ମାନେ ଭାଗ ନେବେ।

ଏହି ଦୁଇଦିନିଆ ସମ୍ମିଳନୀ ମିଶ୍ରିତ ଆକାରରେ ଅନୁଷ୍ଠିତ ହେବ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ପୁଲିସ ମହାନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଓ କେନ୍ଦ୍ରୀୟ ପୁଲିସ ପ୍ରତିଷ୍ଠାନର ମହାନିର୍ଦ୍ଦେଶକମାନେ ଲକ୍ଷ୍ନୌକୁ ଆସି ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଅବଶିଷ୍ଟ ଆମନ୍ତ୍ରିତ ପୁଲିସ ଅଧିକାରୀଗଣ ଭର୍ଚୁଆଲ ବ୍ୟବସ୍ଥାରେ ଦେଶର ୩୭ଟି ବିଭିନ୍ନ ଗୁଇନ୍ଦା ବ୍ୟୁରୋ /ପ୍ରାଦେଶିକ ଗୁଇନ୍ଦା ବ୍ୟୁରୋ ସଦର କାର୍ଯ୍ୟାଳୟରୁ ଏହି ସମ୍ମିଳନୀରେ ଭାଗନେବେ।

ଏହି ସମ୍ମିଳନୀରେ ସାଇବର ଅପରାଧ, ଡାଟା ଗଭର୍ଣ୍ଣାନ୍ସ, ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା, ବାମଉଗ୍ରପନ୍ଥୀ କାର୍ଯ୍ୟକଳାପର ଦମନ, ମାଦବଦ୍ରବ୍ୟ ଚୋରା କାରବାରର ନୂଆ ଧାରା ଏବଂ କାରାଗାର ସଂସ୍କାର ଆଦି ବିଭିନ୍ନ ବିଷୟରେ ଆଲୋଚନା ହେବ।

୨୦୧୪ରୁ ପ୍ରଧାନମନ୍ତ୍ରୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ସମ୍ମିଳନୀ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିଆସୁଛନ୍ତି। ପୂର୍ବରୁ ଏଭଳି ସମ୍ମିଳନୀରେ ପ୍ରତୀକାତ୍ମକ ଉପସ୍ଥିତି ବଦଳରେ ପ୍ରତ୍ୟକ ଅଧିବେଶନରେ ଭାଗ ନେଇ ମୁକ୍ତ ଓ ଅଣଆନୁଷ୍ଠାନିକ ଆଲୋଚନାକୁ ପ୍ରଧାନମନ୍ତ୍ରୀ ପ୍ରୋତ୍ସାହିତ କରିଆସୁଛନ୍ତି। ଏହି ଆଲୋଚନା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଦେଶର ଗୁରୁତ୍ୱପୂର୍ଣ୍ଣ ପୁଲିସ ଓ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରସଙ୍ଗରେ ସିଧାସଳଖ ଅବଗତ କରାଇବାର ସୁଯୋଗ ଶ୍ରୀ ମୋଦୀ ଦେଉଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଲକ୍ଷ୍ୟ ଅନୁସାରେ ୨୦୧୪ଠାରୁ ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀ ପାରମ୍ପରିକ ଭାବେ ରାଜଧାନୀ ଦିଲ୍ଲୀରେ ନ ହୋଇ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେଉଛି। ପୂର୍ବରୁ ଏହା କେବଳ ଦିଲ୍ଲୀରେ ଆୟୋଜିତ ହେଉଥିଲା। କେବଳ କରୋନା ମହାମାରୀ ଯୋଗୁଁ ୨୦୨୦ ଡିଜିପି ସମ୍ମିଳନୀ ଆଭାସୀ(ଭର୍ଚୁଆଲ) ବ୍ୟବସ୍ଥାରେ କରାଯାଇଥିଲା। ୨୦୧୪ରେ ଏହି ସମ୍ମିଳନୀ ଗୁଆହାଟୀରେ, ୨୦୧୫ରେ କଚ୍ଛର ଧୋରଡୋ,୨୦୧୬ରେ ହାଇଦରାବାଦର ଜାତୀୟ ପୁଲିସ ଏକାଡେମୀ, ୨୦୧୭ରେ ଟେକ୍ନପୁରର ବିଏସ୍ଏଫ୍ ଏକାଡେମୀ, ୨୦୧୮ରେ କେୱାଡିୟା ଏବଂ ୨୦୧୯ରେ ପୁଣେର ଆଇଆଇଏସ୍ଆର୍ରେ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଔଷଧପତ୍ର ପ୍ରସ୍ତୁତି କ୍ଷେତ୍ରରେ ପ୍ରଥମ ବୈଶ୍ୱିକ ଶିଖର ସମ୍ମିଳନୀ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମ ବିଶ୍ୱ ଔଷଧ ପ୍ରସ୍ତୁତି ଶିଖର ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୈଶ୍ୱିକ ମହାମାରୀ ଔଷଧ ପ୍ରସ୍ତୁତି କ୍ଷେତ୍ରକୁ ଅଧିକ ଲୋକଲୋଚନକୁ ଆଣିଛି। ସେ ଜୀବନ ଶୈଳୀ ହେଉ ବା ଔଷଧ କିମ୍ବା ମେଡିକାଲ ପ୍ରଯୁକ୍ତି ବିଦ୍ୟା  ବା ଟିକା, ଗତ ଦୁଇବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ଯତ୍ନର ପ୍ରତ୍ୟେକ କ୍ଷେତ୍ର ବୈଶ୍ୱିକ ଦୃଷ୍ଟି ଆକର୍ଷଣ କରିଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ଔଷଧ ପ୍ରସ୍ତୁତି ଶିଳ୍ପକୁ ମଧ୍ୟ ଆହ୍ୱାନର ମୁକାବିଲା କରିବାକୁ ପଡିଛି। ଭାରତୀୟ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ବୈଶ୍ୱକ ଆସ୍ଥା ଯୋଗୁଁ ଭାରତକୁ ନିକଟରେ ‘ବିଶ୍ୱର ଫାର୍ମାସୀ’ ବୋଲି କୁହାଯାଉଥିବା ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ବିସ୍ତୁତଭାବେ କହିଥିଲେ ଯେ ସୁଧାର ସଂଜ୍ଞା କେବଳ ଶାରୀରିକ ଅବସ୍ଥା ମଧ୍ୟରେ ସୀମିତ ନୁହେଁ । ଆମେ ସମଗ୍ର ମାନବ କଲ୍ୟାଣରେ ବିଶ୍ୱାସ କରୁ। ଏହି ଉତ୍ସାହ ଆମେ କୋଭିଡ-୧୯ କାଳରେ ବିଶ୍ୱକୁ ପ୍ରଦର୍ଶନ କରିଛୁ।

ବୈଶ୍ୱିକ ମହାମାରୀର ପ୍ରାଥମିକ ଅବସ୍ଥାରେ ଆମେ ୧୫୦ଟି ଦେଶକୁ ଜୀବନ ରକ୍ଷାକାରୀ ଔଷଧ ଓ ଔଷଧ ଉପକରଣ ପଠାଇଥିଲୁ। ସେହିବର୍ଷ ପାଖାପାଖି ୧୦୦ଟି ଦେଶକୁ ଆମେ ୬୫ ନିୟୁତ କୋଭିଡ ଟିକାମାତ୍ରା ମଧ୍ୟ ପଠାଇଥିଲୁ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଦ୍‌ଭାବନର ଅନୁକୂଳ ବାତାବରଣ ସୃଷ୍ଟି ହେଲେ ଭାରତ ବିଶ୍ୱରେ ଔଷଧ ଉଦ୍‌ଭାବନ ଓ ଔଷଧୀୟ ଉପକରଣ ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ। ନୀତିଗତ ନିଷ୍ପତ୍ତି ଅଂଶୀଦାରମାନଙ୍କ ସହମତିରେ କରାଗଲେ କୌଣସି ବାଧାବିଘ୍ନ ମଧ୍ୟ ରହିବ ନାହିଁ। ଭାରତରେ ଅନେକ ବିଜ୍ଞାନୀ ଓ ବୈଷୟିକ ଜ୍ଞାନ ତତ୍ୱବିତ୍ ଅଛନ୍ତି ଓ ସେମାନଙ୍କ ସହଯୋଗରେ ଔଷଧ ଶିଳ୍ପକୁ ସଫଳତାର ନୂତନ ଶିଖରକୁ ନେଇ ହେବ। ଏହି ଶକ୍ତିକୁ ଉଦ୍‌ଜୀବିତ କରି ‘ଆବିଷ୍କାର ଓ ମେକ୍ ଇନ୍ ଇଣ୍ଡିଆ’ ସ୍ୱପ୍ନକୁ ସାକାର କରିବେ।

ସ୍ୱଦେଶୀ ସାମର୍ଥ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରିଥିଲେ। “ଆଜି ୧୩୦କୋଟି ଭାରତବାସୀ ଆତ୍ମନିର୍ଭର ଭାରତ ଗଠନ ନିମନ୍ତେ ଦାୟିତ୍ୱ ନେଇଛନ୍ତି। ଆଜି ଆମକୁ ଔଷଧ ଓ ଟିକାର ମୂଳ କଞ୍ଚାମାଲ ପ୍ରସ୍ତୁତ ପାଇଁ ଚିନ୍ତା କରିବାକୁ ହେବ। ଏହି କ୍ଷେତ୍ରରେ ଭାରତ ବିଜୟୀ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।”

ପ୍ରଧାନମନ୍ତ୍ରୀ ଅଂଶୀଦାରମାନଙ୍କୁ ଭାରତରେ ବିଚାର କରି ଉଦ୍‌ଭାବନ କରିଥିବା ଓ ବିଶ୍ୱ ପାଇଁ ମେକ୍ ଇନ୍ ଇଣ୍ଡିଆ ସାମଗ୍ରୀ ପ୍ରସ୍ତୁତ କରିବାକୁ ଆମନ୍ତ୍ରଣ କରିଥିଲେ। ପ୍ରକୃତ ସାମର୍ଥ୍ୟ ଦେଖାଇ ବିଶ୍ୱ ସେବା କରିବାକୁ ସେ ଉପସଂହାରରେ ମତବ୍ୟକ୍ତ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

‘ସିଡନୀ ଡାଏଲଗ୍’: ଭାରତରେ ହେଉଥିବା ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ତାଲିକା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ସିଡନୀ ଡାଏଲଗ’ର ଉଦଘାଟନୀ ଅଧିବେଶନରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି। ଭାରତର ପ୍ରଯୁକ୍ତି ବିକାଶ ଓ ବିପ୍ଳବ ବିଷୟରେ ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟ ରଖିଥିଲେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଉଦଘାଟନୀ ବକ୍ତବ୍ୟ ପ୍ରଦାନ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ, ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ଏବଂ ଉଦୀୟମାନ ଡିଜିଟାଲ ଦୁନିଆରେ ଭାରତର କେନ୍ଦ୍ରୀୟ ଭୂମିକାକୁ ମାନ୍ୟତା ପ୍ରଦାନ କରାଯାଇଛି। ଡିଜିଟାଲ ଯୁଗର ଲାଭକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ସାମୁଦ୍ରିକ କ୍ଷେତ୍ର ଠାରୁ ଆରମ୍ଭ କରି ସାଇବର ଏବଂ ମହାକାଶ ପର୍ଯ୍ୟନ୍ତ, ବିଶ୍ୱ ନୂଆ ପ୍ରକାରର ସଂଘର୍ଷ ଓ ବିପତ୍ତିର ସମ୍ମୁଖିନ ହେଉଛି। ସେ କହିଥିଲେ, “ଗଣତନ୍ତ୍ରର ସବୁଠୁ ବଡ଼ ଶକ୍ତି ହେଉଛି ଏହାର ଖୋଲାପଣ। ତେବେ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଦ୍ୱାରା ଏହାର ଦୂରୁପଯୋଗ କରିବାକୁ ଦେବା ଲାଗି ଆମେ ଅନୁମତି ଦେବା ଉଚିତ୍ ନୁହେଁ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗଣତନ୍ତ୍ର ଏବଂ ଡିଜିଟାଲ କ୍ଷେତ୍ରରେ ନେତୃତ୍ୱ ନେଉଥିବାରୁ ସହଭାଗୀ ସମୃଦ୍ଧି ଏବଂ ସୁରକ୍ଷା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଭାରତ ପ୍ରସ୍ତୁତ ରହିଛି। ଭାରତର ଡିଜିଟାଲ ବିପ୍ଳବର ମୂଳଦୁଆ ଆମ ଗଣତନ୍ତ୍ର, ଆମ ଜନସାଂଖ୍ୟିକ ବିବିଧତା ଏବଂ ଆମ ଅର୍ଥବ୍ୟବସ୍ଥାର ବ୍ୟାପକତାରେ ରହିଛି। ଆମ ଯୁବପିଢ଼ିଙ୍କ ଉଦ୍ୟମିତା ଏବଂ ନବୋନ୍ମେଷ ଦ୍ୱାରା ଏହା ଆହୁରି ସଶକ୍ତ ହୋଇଛି। ଆମେ ଅତୀତର ଆହ୍ୱାନଗୁଡ଼ିକୁ ଅବସରରେ ପରିଣତ କରି ଭବିଷ୍ୟତରେ ପଦାର୍ପଣ କରିବା ଲାଗି ପ୍ରସ୍ତୁତ ହେଉଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ ଭାରତରେ ହେଉଥିବା ପାଞ୍ଚଟି ପରିବର୍ତ୍ତନର ତାଲିକା ଦେଇଥିଲେ।

ପ୍ରଥମତଃ ବିଶ୍ୱର ସବୁଠୁ ବ୍ୟାପକ ଜନସୂଚନା ଭିତ୍ତିଭୂମି ଭାରତରେ ନିର୍ମାଣ କରାଯାଉଛି। ୧୩୦ କୋଟିରୁ ଅଧିକ ଭାରତୀୟଙ୍କ ପାଖରେ ବିଶିଷ୍ଟ ଡିଜିଟାଲ ପରିଚୟପତ୍ର ରହିଛି, ଛଅ ଲକ୍ଷ ଗ୍ରାମକୁ ଖୁବଶୀଘ୍ର ବ୍ରଡବ୍ୟାଣ୍ଡ ସହ ଯୋଡ଼ି ଦିଆଯିବ ଏବଂ ବିଶ୍ୱର ସବୁଠୁ ପ୍ରଭାବଶାଳୀ ଅର୍ଥ ପଇଠ ଭିତ୍ତିଭୂମି, ୟୁପିଆଇ ଭାରତ ନିକଟରେ ରହିଛି।

ଦ୍ୱିତୀୟତଃ, ସୁଶାସନ, ସମାବେଶନ, ସଶକ୍ତିକରଣ, ଯୋଗାଯୋଗ, ଲାଭ ହସ୍ତାନ୍ତର ଏବଂ ଜନକଲ୍ୟାଣ ଲାଗି ଡିଜିଟାଲ ପ୍ରଯୁକ୍ତିର ବ୍ୟବହାର କରାଯାଉଛି।

ତୃତୀୟତଃ, ଭାରତ ନିକଟରେ ବିଶ୍ୱର ତୃତୀୟ ସର୍ବବୃହତ ଏବଂ ସବୁଠୁ ଦ୍ରୁତ ଗତିରେ ବିକଶିତ ହେଉଥିବା ଷ୍ଟାର୍ଟଅପ୍ ଇକୋସିଷ୍ଟମ ରହିଛି।

ଚତୁର୍ଥତଃ, ଭାରତର ଉଦ୍ୟୋଗ ଏବଂ ସେବା କ୍ଷେତ୍ର, ଏପରିକି କୃଷି କ୍ଷେତ୍ରରେ ମଧ୍ୟ ବ୍ୟାପକ ଡିଜିଟାଲ ପରିବର୍ତ୍ତନ ଜାରି ରହିଛି।

ପଞ୍ଚମତଃ, ଭାରତକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଲାଗି ବ୍ୟାପକ ପ୍ରୟାସ କରାଯାଉଛି। ସେ କହିଥିଲେ ଯେ, “ଆମେ ୫ଜି ଏବଂ ୬ଜି ଭଳି ଦୂରସଞ୍ଚାର ପ୍ରଯୁକ୍ତିରେ ସ୍ୱଦେଶୀ କ୍ଷମତାକୁ ବିକଶିତ କରିବା ଲାଗି ନିବେଶ କରୁଛୁ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ ଲର୍ଣ୍ଣିଙ୍ଗ, ବିଶେଷ କରି ମାନବକୈନ୍ଦ୍ରିକ ତଥା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ନୈତିକ ଉପଯୋଗ କ୍ଷେତ୍ରରେ ଭାରତ ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ସାମିଲ ହୋଇପାରିଛି। ଆମେ କ୍ଲାଉଡ୍ ପ୍ଲାଟଫର୍ମ ଏବଂ କ୍ଲାଉଡ୍ କମ୍ପ୍ୟୁଟିଙ୍ଗରେ ମଜବୁତ କ୍ଷମତା ବିକଶିତ କରୁଛୁ।”

ଭାରତର ନମନୀୟ ଏବଂ ଡିଜିଟାଲ ସାର୍ବଭୌମତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ, “ଆମେ ହାର୍ଡୱେର ପ୍ରତି ଧ୍ୟାନ ଦେଉଛୁ। ସେମି କଣ୍ଡକ୍ଟରର ମୁଖ୍ୟ ନିର୍ମାତା ହେବା ଲାଗି ଆମେ ପ୍ରୋତ୍ସାହନ ପ୍ୟାକେଜ୍ ପ୍ରସ୍ତୁତ କରୁଛୁ। ଇଲେକ୍ଟ୍ରୋନିକ୍ସ ଏବଂ ଦୂରସଞ୍ଚାର କ୍ଷେତ୍ରରେ ଆମର ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ସ୍ଥାନୀୟ ଏବଂ ବିଶ୍ୱ ନିର୍ମାତାମାନଙ୍କୁ ଭାରତରେ ସେମାନଙ୍କର ଆଧାର ପ୍ରତିଷ୍ଠା କରିବା ଲାଗି ଆକର୍ଷିତ କରୁଛି। ସେ ଡାଟା ସୁରକ୍ଷା, ଗୋପନୀୟତା ଏବଂ ନିରାପତ୍ତା ଲାଗି ଭାରତର ପ୍ରତିବଦ୍ଧତା ଉପରେ ମଧ୍ୟ ସେ ଜୋର ଦେଇଥିଲେ। “ଏଥିସହିତ ଆମେ ଜନସାଧାରଣଙ୍କ ସଶକ୍ତିକରଣର ଉତ୍ସ ଭାବେ ଡାଟାକୁ ବ୍ୟବହାର କରୁଛୁ। ବ୍ୟକ୍ତିଗତ ଅଧିକାରର ଦୃଢ଼ ସୁନିଶ୍ଚିତତା ସହିତ ଏକ ଗଣତାନ୍ତ୍ରିକ ଢାଞ୍ଚାରେ ଏହାର କରିବାର ଅତୁଳନୀୟ ଅଭିଜ୍ଞତା ଭାରତ ପାଖରେ ରହିଛି”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୱାଇଟୁକେ ସମସ୍ୟାର ମୁକାବିଲା କରିବା କ୍ଷେତ୍ରରେ ଭାରତର ସହଯୋଗ ଏବଂ ଏକ ଓପନସୋର୍ସ ସଫ୍ଟୱେର ଭାବେ ନିଜର କୋୱିନ୍ ପ୍ଲାଟଫର୍ମ ବ୍ୟବହାର କରିବା ଲାଗି ବିଶ୍ୱକୁ ପ୍ରସ୍ତାବ ଦେବା ଭାରତର ମୂଲ୍ୟବୋଧ ଏବଂ ଏହାର ମହତ ଉଦ୍ଦେଶ୍ୟକୁ ପ୍ରତିଫଳିତ କରୁଛି। “ଭାରତର ଗଣତାନ୍ତ୍ରିକ ପରମ୍ପରା ପ୍ରାଚୀନ; ଏହାର ଆଧୁନିକ ସଂସ୍ଥା ବେଶ୍ ସୁଦୃଢ଼। ଆହୁରି, ଆମେ ସବୁବେଳେ ବିଶ୍ୱକୁ ଏକ ପରିବାର ଭାବେ ବିବେଚନା କରିଥାଉ”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶ୍ରୀ ମୋଦୀ କହିଥିଲେ, ଜନକଲ୍ୟାଣ, ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଲାଗି ପ୍ରଯୁକ୍ତି ଏବଂ ନୀତିଗୁଡ଼ିକର ଉପଯୋଗ କରିବା କ୍ଷେତ୍ରରେ ଭାରତର ବ୍ୟାପକ ଅଭିଜ୍ଞତା ରହିଛି, ଯାହା ବିକାଶଶୀଳ ଦେଶମାନଙ୍କ ପାଇଁ ବିଶେଷ ସହାୟକ ହୋଇପାରିବ। ସେ କହିଥିଲେ, “ଆମେ ଦେଶଗୁଡ଼ିକୁ ଏବଂ ସେଠାକାର ଲୋକମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିପାରିବା ତଥା ସେମାନଙ୍କୁ ଏହି ଶତାବ୍ଦୀର ସୁଯୋଗଗୁଡ଼ିକ ପାଇଁ ପ୍ରସ୍ତୁତ କରିପାରିବା”।

ଗଣତନ୍ତ୍ରଗୁଡ଼ିକୁ ମିଳିତ ଭାବେ କାମ କରିବା ଲାଗି ଏକ ରୋଡମ୍ୟାପର ପ୍ରସ୍ତାବ ଦେଇଥିଲେ ଶ୍ରୀ ମୋଦୀ। ଭବିଷ୍ୟତ ପ୍ରଯୁକ୍ତିରେ ଗବେଷଣା ଓ ବିକାଶ; ଭରସାଯୋଗ୍ୟ ଉତ୍ପାଦନ ଆଧାର ଏବଂ ଭରସାଯୋଗ୍ୟ ଯୋଗାଣ ଶୃଙ୍ଖଳା; ସାଇବର ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ସୂଚନା ଭିତ୍ତିଭୂମିର ସୁରକ୍ଷା ଉପରେ ଗୁଇନ୍ଦା ଓ ପରିଚାଳନା ସହଯୋଗକୁ ନିବିଡ଼ କରିବା; ଜନମତକୁ ପ୍ରଭାବିତ ହେବାକୁ ନଦେବା; ଆମ ଗଣତାନ୍ତ୍ରିକ ମୂଲ୍ୟବୋଧ ଅନୁକୂଳ ବୈଷୟିକ ତଥା ପ୍ରଶାସନିକ ମାନକ ଓ ନିୟମାବଳୀ ବିକଶିତ କରିବା ଏବଂ ଡାଟା ପ୍ରଶାସନ ଓ ସୀମାପାର ସ୍ଥାନାନ୍ତର ହେଉଥିବା ଡାଟାର ସୁରକ୍ଷା ଓ ନିରାପତ୍ତା ଲାଗି ସହଯୋଗ ନିମନ୍ତେ ସେ ଆହ୍ୱାନ କରିଥିଲେ।
ଏହି ପରିପ୍ରେକ୍ଷୀରେ ସେ କ୍ରିପ୍ଟୋ-କରେନ୍ସିର ଉଦାହରଣ ଦେଇଥିଲେ ଓ କହିଥିଲେ, “ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ର କ୍ରିପ୍ଟୋ-କରେନ୍ସି ଉପରେ ମିଳିତ ଭାବେ କାର୍ଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଖରାପ ଲୋକଙ୍କ ହାତରେ ପଡ଼ି ଆମ ଯୁବପିଢ଼ିଙ୍କୁ ନଷ୍ଟ କରିଦେବା ଉଚିତ୍ ନୁହେଁ।”

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ୟୁପିଗସ୍ତ ଅବସରରେ ଉଦ୍ଘାଟିତ ହେବ ୬୨୫୦ କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ମହୋବା ଏବଂ ଝାନ୍ସୀ ଜିଲ୍ଳା ଆସନ୍ତା ନଭେମ୍ବର ୧୯ ତାରିଖ ଦିନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଜଳକଷ୍ଟ ଉନ୍ମେଳନ ପାଇଁ ଅପରାହ୍ନ ପ୍ରାୟ ୨ଟା ୪୫ମିନିଟ୍ରେ ମହୋବାଠାରେ ଏକାଧିକ ପ୍ରକଳ୍ପ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପଗୁଡିକ ସେ ଅଞ୍ଚଳରେ ଜଳକଷ୍ଟ ଦୂର କରିବା ସହ ଚାଷୀମାନଙ୍କୁ ମଧ୍ୟ ଆଶ୍ୱସ୍ତ କରିବ। ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଅଜୁର୍ନ ସହାୟକ ପ୍ରକଳ୍ପ, ରତାଉଲ୍ଲୀ ୱେର ପ୍ରକଳ୍ପ, ଭାଓନୀ ବନ୍ଧ ପ୍ରକଳ୍ପ ଓ ମାଝଗାଓଁ -ଚିଲ୍ଲୀ ସ୍ପ୍ରିଙ୍କଲର ପ୍ରକଳ୍ପ ଅନ୍ତର୍ଭୁକ୍ତ। ପ୍ରାୟ ୩୨୫୦ କୋଟିରୁ ଉର୍ଦ୍ଧ୍ୱ ବ୍ୟୟ ଅଟକଳରେ ନିର୍ମିତ ଏହି ପ୍ରକଳ୍ପ ମାନ କାର୍ଯ୍ୟକାରୀ ହେବା ଦ୍ୱାରା ମହୋବା, ହମୀରପୁର, ବାନ୍ଦା ଓ ଲଲିତପୁର ଜିଲ୍ଲାର ପ୍ରାୟ ୬୫ହଜାର ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ। ଏହି ପ୍ରକଳ୍ପ ଗୁଡିକରୁ ପାନୀୟ ଜଳ ମଧ୍ୟ ସେ ଅଞ୍ଚଳକୁ ଯୋଗାଯାଇପାରିବ।

ଅପରାହ୍ନ ପ୍ରାୟ ୫ଟା ୧୫ମିନିଟ୍ରେ ପ୍ରଧାନମନ୍ତ୍ରୀ ଝାନ୍ସୀ ଜିଲ୍ଲାର ଗରାଉଥା ଠାରେ ଛଅଶହ ମେଗାୱାଟ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ସୌରଶକ୍ତି ଉଦ୍ୟାନର ଶିଳାନ୍ୟାସ କରିବେ। ୩୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ସୌରଶକ୍ତି ପ୍ରକଳ୍ପ ଯୋଗୁଁ ଶସ୍ତାରେ ବିଦ୍ୟୁତ ଶକ୍ତି ମିଳିବା ସହ ଗ୍ରୀଡକୁ ମଜବୁତ କରିବ।

ପ୍ରଧାନମନ୍ତ୍ରୀ ଝାନ୍ସୀ ଠାରେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ଅଟଳ ଏକତା ଉଦ୍ୟାନକୁ ମଧ୍ୟ ଉଦ୍ଘାଟନ କରିବେ। ୪୦ହଜାର ବର୍ଗମିଟର ପରିମିତ ଅଞ୍ଚଳରେ ନିର୍ମିତ ଏହି ଉଦ୍ୟାନ ବାବଦକୁ ୧୧ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ଏଠାରେ ଏକ ଗ୍ରନ୍ଥାଳୟ ଓ ଅଟଳ ବିହାରୀ ବାଜପେୟୀଙ୍କ ଏକ ପ୍ରତିମୂର୍ତ୍ତି ମଧ୍ୟ ରହିବ। ଏକତାର ପ୍ରତିମୂର୍ତ୍ତି ନିର୍ମାଣ ପଛରେ ରହିଥିବା ସ୍ଥପତି ଶ୍ରୀରାମ ସୂତାର ଏହି ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ନଭେମ୍ବର ୧୯ ରେ ‘ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯, ୨୦୨୧ ଦିନ ଉତ୍ତର ପ୍ରଦେଶର ଝାନ୍‌ସୀ ଗସ୍ତରେ ଯିବେ ଏବଂ ସେଦିନ ଅପରାହ୍ନ ୫.୧୫ ମିନିଟ ସମୟରେ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା କ୍ଷେତ୍ରର ବିବିଧ ପ୍ରୟାସ ଉପକ୍ରମ ‘ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ’କୁ ରାଷ୍ଟ୍ର ସକାଶେ ଉତ୍ସର୍ଗ କରିବେ। ‘ଆଜାଦୀ କା ଅମୃତ ମହୋତ୍ସବ’ ସମାରୋହର ଅଂଶବିଶେଷ ସ୍ୱରୂପ ଏହି କାର୍ଯ୍ୟକ୍ରମ ଝାନ୍‌ସୀ ଠାରେ ନଭେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି।

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଯୋଗାଣ ନିମନ୍ତେ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ଡ଼ିଜାଇନ୍ ତଥା ବିକାଶ ଘଟାଯାଇଥିବା ଉପକରଣମାନଙ୍କୁ ସଶସ୍ତ୍ର ସେନାର ମୁଖ୍ୟମାନଙ୍କୁ ହସ୍ତାନ୍ତର କରିବେ। ସେଥି ମଧ୍ୟରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ଼ (ହାଲ) ଦ୍ୱାରା ଡିଜାଇନ୍ ଓ ପ୍ରସ୍ତୁତ କରାଯାଇଥିବା ହାଲୁକା ଲଢ଼ୁଆ ହେଲିକପ୍ଟର (ଏଲସିଏଚ)ଙ୍କୁ ବାୟୁସେନା ମୁଖ୍ୟଙ୍କୁ ପ୍ରଦାନ; ଇଣ୍ଡିଆନ୍ ଷ୍ଟାର୍ଟ ଅପ୍‌ମାନଙ୍କ ଦ୍ୱାରା ଡ଼ିଜାଇନ୍ ଓ ପ୍ରସ୍ତୁତ ଡ୍ରୋନ୍‌/ ୟୁଏଭିକୁ ସ୍ଥଳସେନା ମୁଖ୍ୟଙ୍କୁ ପ୍ରଦାନ ଏବଂ ଡିଆରଡିଓ ଦ୍ୱାରା ଡିଜାଇନ୍‌କୃତ ଓ ଭାରତ ଇଲେକ୍ଟ୍ରୋନିକ୍ସ (ବିଇଏଲ) ଦ୍ୱାରା ଉତ୍ପାଦିତ ଏବଂ ନୌସେନା ଜାହାଜରେ ପରିଧାନ ନିମନ୍ତେ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ଯୁଦ୍ଧ ପୋଷାକକୁ ନୌସେନା ମୁଖ୍ୟଙ୍କୁ ପ୍ରଦାନ ଏଥିରେ ସାମିଲ। ଏଲସିଏଚ ମଧ୍ୟରେ ଅତ୍ୟାଧୁନିକ ପ୍ରଯୁକ୍ତି ଓ ଷ୍ଟେଲ୍ଥ ବୈଶିଷ୍ଟ୍ୟ ସାମିଲ ଯାହାର ବିଶେଷ ଲଢ଼ୁଆ ଭୂମିକା ରହିଛି। ଭାରତୀୟ ସଶସ୍ତ୍ର ସେନାଭ୍‌କ ଦ୍ୱାରା ଭାରତୀୟ ୟୁଏଭି ମୁତୟନ କ୍ରମବର୍ଦ୍ଧିଷ୍ଣୁ ଭାରତୀୟ ଡ୍ରୋନ୍ ଶିଳ୍ପ ବାତାବରଣର ପରିପକ୍ୱତାକୁ ପ୍ରମାଣସିଦ୍ଧ କରେ। ସେହିଭଳି ଅତ୍ୟାଧୁନିକ ଇଲେକ୍ଟ୍ରୋନିକ ୱାରଫେୟାର ସୁଟ୍ ବିଭିନ୍ନ ପ୍ରକାର ନୌସେନା ଜାହାଜ ଯଥା ଡେଷ୍ଟ୍ରୟର୍‌, ଫ୍ରିଗେଟ୍ ଆଦିରେ ବ୍ୟବହାର କରାଯିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡ଼ୋରର ଝାନ୍ସୀ ନୋଡ଼ରେ ୪୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପ ଭାରତ ଡାଇନାମିକ୍ସ ଦ୍ୱାରା ସ୍ଥାପନ କରାଯାଉଛି ଏବଂ ସେଠାରେ ଟ୍ୟାଙ୍କ୍ ନିରୋଧୀ ଗାଇଡେଡ୍ କ୍ଷେପଣାସ୍ତ୍ର ପ୍ଲାଣ୍ଟ ନିର୍ମାଣ କରାଯିବ।

ଝାନ୍‌ସୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଏକ ଏନସିସି ଆଲୁମିନି ସଂଘର ଶୁଭାରମ୍ଭ କରିବେ। ଏନସିସି ସଂଗଠନ ସହିତ ଏହାର ପୂର୍ବତନ କ୍ୟାଡ଼େଟମାନଙ୍କୁ ଯୋଡ଼ିବା ହେଉଛି ଏହି ସଂଘ ସ୍ଥାପନର ମୂଳ ଉଦ୍ଦେଶ୍ୟ। ଏହି ସଂଘ ଏନସିସିର ଆଭିମୁଖ୍ୟକୁ ଆହୁରି ଆଗକୁ ଆଗେଇ ନେବାରେ ସହାୟକ ହେବ ଏବଂ ରାଷ୍ଟ୍ର ନିର୍ମାଣରେ ମଧ୍ୟ ଏହାର ଯୋଗଦାନ ରହିବ। ଏହି ଅବସରରେ ଜଣେ ପ୍ରାକ୍ତନ ଏନସିସି କ୍ୟାଡେଟ୍ ଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଏହି ସଂଘରେ ସଦସ୍ୟ ଭାବେ ସାମିଲ କରାଯିବ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏନସିସି କ୍ୟାଡେଟମାନଙ୍କ ନିମନ୍ତେ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ‘ସିମୁଲେସନ୍ ଟ୍ରେନିଂ’ର ଶୁଭାରମ୍ଭ କରିବେ। ଏନସିସିର ସମସ୍ତ ତିନୋଟିଯାକ ବିଭାଗ ନିମନ୍ତେ ସିମୁଲେସନ୍ ତାଲିମ ପ୍ରଦାନର ବ୍ୟବସ୍ଥା କରିବା ଏହାର ମୂଳ ଉଦ୍ଦେଶ୍ୟ। ଏଥିରେ ଏନସିସି ସ୍ଥଳସେନା ୱିଙ୍ଗର ରାଇଫଲ ଫାୟାରିଂ ସିମୁଲେଟର, ବାୟୁସେନା ୱିଙ୍ଗ ନିମନ୍ତେ ମାଇକ୍ରୋଲାଇଟ୍ ଫ୍ଲାଇଂ ସିମୁଲେଟର ଏବଂ ନୌସେନା ୱିଙ୍ଗ ନିମନ୍ତେ ରୋଇଂ ସିମୁଲେଟର ସାମିଲ କରାଯାଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀଠାରେ ଏକ ସମ୍ବର୍ଦ୍ଧିତ ରିଅଲିଟି କ୍ଷମତାସମ୍ପନ୍ନ ଇଲେକ୍ଟ୍ରୋନିକ୍ କିଓସ୍କକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ଯାହା ପର୍ଯ୍ୟଟକମାନଙ୍କୁ କେବଳ ମାତ୍ର ଗୋଟିଏ ଥର ବଟନ୍ କ୍ଲିକ୍ କରି ସହିଦମାନଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ପୁଷ୍ପାର୍ଘ୍ୟ ପ୍ରଦାନ କରିବାର ସୁଯୋଗ ପ୍ରଦାନ କରିବ।

Categories
ଆଜିର ଖବର ଜାତୀୟ ଖବର

ଶାସନରେ ଉନ୍ନତି ଆଣିବା ପାଇଁ ୭୭ ମନ୍ତ୍ରୀଙ୍କୁ ୮ ଟି ଦଳରେ ବିଭକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କେନ୍ଦ୍ର ମନ୍ତ୍ରୀ ପରିଷଦ ସହିତ ପାଞ୍ଚଟି ‘ଚିନ୍ତନ ଶିବୀର’ ସମାପ୍ତ କରିଛନ୍ତି। ଏହି ଅଧିବେଶନ ଚାରି ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଯେଉଁଥିରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ବିଚାର ବିମର୍ଶ କରିଥିଲେ। ସୂତ୍ରରୁ ପ୍ରକାଶ ଯେ, ୭୭ ମନ୍ତ୍ରୀଙ୍କୁ ଆଠଟି ଦଳରେ ବିଭକ୍ତ କରାଯାଇଛି, ସେଥିମଧ୍ୟରୁ ପ୍ରତ୍ୟେକଙ୍କ ମଧ୍ୟରୁ ଜଣଙ୍କୁ ସଂଯୋଜକ ଭାବରେ ଚୟନ କରାଯାଇଛି।

ଏହି ବୈଠକକୁ ‘ଚିନ୍ତନ୍ ଶିବୀର୍’ କୁହାଯାଉଥିଲା, ଯାହାକି କାର୍ଯ୍ୟ ଦକ୍ଷତା ଏବଂ ଶାସନରେ ସାମଗ୍ରିକ ଉନ୍ନତି ପାଇଁ ଏକ ଧ୍ୟାନ ଅଧିବେଶନ ଥିଲା। ଏହିପରି ପାଞ୍ଚଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା – ବ୍ୟକ୍ତିଗତ ଦକ୍ଷତା, କେନ୍ଦ୍ରିତ କାର୍ଯ୍ୟକାରିତା, ମନ୍ତ୍ରଣାଳୟର କାର୍ଯ୍ୟକାରିତା ଏବଂ ହିତାଧିକାରୀଙ୍କୁ ଯୋଡିବା, ପାର୍ଟି ସମନ୍ୱୟ ଏବଂ ପ୍ରଭାବୀ ସଂଚାର ଉପରେ ଏବଂ ସଂସଦୀୟ ପ୍ରଥା ଉପରେ ଶେଷ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

‘ହର ଘର ଦସ୍ତକ’ ଅଭିଯାନକୁ ସୁଦୃଢ଼ କରିବା ଲାଗି ରାଜ୍ୟ ସହିତ ଆଲୋଚନା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ହର ଘର ଦସ୍ତକ ଅଭିଯାନ’କୁ ସୁଦୃଢ଼ କରିବା ଉପରେ ଜୋର ଦେଇଛନ୍ତି। ଦେଶରେ କୋଭିଡ ୧୯ ଟିକାର ‘ସୁରକ୍ଷା କବଚ’ରୁ ଯେପରି ଜଣେ ହେଲେ ଯୋଗ୍ୟ ନାଗରିକ ବଞ୍ଚିତ ନହୁଅନ୍ତି ତାହା ସୁନିଶ୍ଚିତ କରିବା ଲାଗି ମିଳିତ ଏବଂ ବହୁ-ଅଂଶୀଦାର ଆଧାରିତ ପ୍ରୟାସ କରିବା ପାଇଁ ସେ ଆହ୍ବାନ କରିଛନ୍ତି।

ଦେଶର ପ୍ରତ୍ୟେକ କୋଣଅନୁକୋଣରେ ଥିବା ପ୍ରତିଟି ପରିବାର ନିକଟରେ ପହଞ୍ଚି ଲୋକମାନଙ୍କୁ ଦୁଇଟି ଡୋଜ୍ ଟିକା ନେବାକୁ ଅନୁପ୍ରାଣିତ କରିବା ନିମନ୍ତେ ସେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କୁ ନିବେଦନ କରିଛନ୍ତି। ଏହି ଆଲୋଚନା ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡା. ଭାରତୀ ପ୍ରବୀଣ ପାଓ୍ବାର ଉପସ୍ଥିତ ଥିଲେ। ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକରେ କୋଭିଡ ୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ନିଷେଧାତ୍ମକ ଓ ପରିଚାଳନାଗତ ଜନ ସ୍ୱାସ୍ଥ୍ୟ ପଦକ୍ଷେପ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।

କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ, ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ଧନସିଂ ରାଓ୍ବତ, ଝାଡ଼ଖଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରୀ ବନ୍ନ ଗୁପ୍ତା, ମିଜୋରାମ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ଲାଲଥାଙ୍ଗଲିଆନା, ବିହାର ସ୍ୱାସ୍ଥ୍ୟ ମନ୍ତ୍ରୀ ମଙ୍ଗଲ ପାଣ୍ଡେ, କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର କେ. ସୁଧାକର, ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ, ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ପ୍ରଭୁରାମ ଚୌଧୁରୀ, ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ ଜୟପ୍ରତାପ ସିଂ, ତାମିଲନାଡ଼ୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଏମଏ ସୁବ୍ରମଣ୍ୟନ, ଗୋଆ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଶ୍ବଜିତ ରାଣେ, ଗୁଜରାଟ ସ୍ୱାସ୍ଥ୍ୟ ମନ୍ତ୍ରୀ ଋଷିକେଶ ଗଣେଶଭାଇ ପଟେଲ, ଆସାମ ସ୍ୱାସ୍ଥ୍ୟ ମନ୍ତ୍ରୀ କେଶବ ମହାନ୍ତ, ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ସମସ୍ତ ରାଜ୍ୟର ପ୍ରମୁଖ ଶାସନ ସଚିବ, ଅତିରିକ୍ତ ଶାସନ ସଚିବ, ଏନଏଚଏମ ମିଶନ ନିର୍ଦ୍ଦେଶକମାନେ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ୭୯ ପ୍ରତିଶତ ପ୍ରାପ୍ତବୟସ୍କ ଜନସଂଖ୍ୟା କୋଭିଡ ୧୯ ଟିକାର ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି ଏବଂ ୩୮ ପ୍ରତିଶତ ପ୍ରାପ୍ତବୟସ୍କ ଜନସଂଖ୍ୟା ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଛନ୍ତି। ୧୨ କୋଟି ହିତାଧିକାରୀ କୋଭିଡ ୧୯ ଟିକାର ଦ୍ବିତୀୟ ଡୋଜ୍ ଟିକା ନେବା ଲାଗି ଯୋଗ୍ୟ ହୋଇସାରିଛନ୍ତି ବୋଲି ସେ ସୂଚନା ଦେଇଥିଲେ। ‘ହର ଘର ଦସ୍ତକ’ ଅଭିଯାନ ସମୟରେ ପ୍ରତ୍ୟେକ ପ୍ରାପ୍ତ ବୟସ୍କ ଜନସଂଖ୍ୟା ଯେପରି ପ୍ରଥମ ଡୋଜ୍ ଟିକା ନେବେ ତାହା ସୁନିଶ୍ଚିତ କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କୁ ସେ ନିବେଦନ କରିଥିଲେ। ସେହିପରି ଯେଉଁମାନେ ଦ୍ବିତୀୟ ଡୋଜ୍ ଟିକା ନେବା ଲାଗି ଯୋଗ୍ୟ ହୋଇସାରିଛନ୍ତି ସେମାନଙ୍କୁ ଦ୍ବିତୀୟ ଡୋଜ୍ ନେବା ଲାଗି ଉତ୍ସାହିତ କରିବା ଲାଗି ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ‘ହର ଘର ଦସ୍ତକ’ ଅଭିଯାନକୁ ସୁଦୃଢ଼ କରିବା ଲାଗି ରଣନୀତି ବିଷୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଥିଲେ। ପ୍ରଥମେ ଏକ ‘ପ୍ରଚାର ଟୋଲି’ ବିଭିନ୍ନ ଗ୍ରାମ ପରିକ୍ରମା କରିବ ଏବଂ ଟିକା ନେବା ଲାଗି ଲୋକମାନଙ୍କୁ ସଚେତନ କରିବ। ଏହାପରେ ଯୋଗ୍ୟ ନାଗରିକମାନଙ୍କୁ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ଦେବା ଲାଗି ‘ଭ୍ୟାକ୍ସିନେସନ ଟୋଲି’ ଘରକୁ ଘର ବୁଲିବାକୁ ଯୋଜନା କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଟିଏ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଶତପ୍ରତିଶତ ଟିକାକରଣ ସୁନିଶ୍ଚିତ କରିବା ଲାଗି ଏକାଧିକ ଟିକାକରଣ ଦଳ (୫୦-୧୦୦) ନିୟୋଜିତ କରିବାକୁ ରଣନୀତି ପ୍ରସ୍ତୁତ କରାଯାଇଛି। ବ୍ୟାପକ କୋଭିଡ ୧୯ ଟିକାକରଣକୁ ପ୍ରୋତ୍ସାହିତ କରିବା ଲାଗି ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଟିକା ଦେଇଥିବା ଟିକାକରଣ ଦଳ (ଜିଲ୍ଲା ଓ ବ୍ଲକସ୍ତରରେ)କୁ ଚିହ୍ନଟ କରାଯାଇ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ଲାଗି ଏକ ରାଙ୍କିଙ୍ଗ ବ୍ୟବସ୍ଥା ବିକଶିତ କରାଯିବ।

ଟିକାକରଣ ସମ୍ପର୍କରେ ସ୍ଥାନୀୟ ହାଟ ବଜାରରେ ସଚେତନତା ସୃଷ୍ଟି କରାଯିବ। ଏଥିରେ ସ୍ଥାନୀୟ ଧାର୍ମିକ ଓ ଜନନେତା, ସିଏସଓ, ଏନଜିଓ, ଏନଏସଏସ, ଏନଓ୍ବାଇକେ ଆଦିକୁ ସମ୍ପୃକ୍ତ କରାଯିବ। ମଲ୍ଟିମିଡିଆ ଆଇଇସି ସଚେତନତା ଅଭିଯାନ ମାଧ୍ୟମରେ କୋଭିଡ ନିରୋଧି ଗୁଜବର ମୁକାବିଲା କରାଯିବ। ସମୀକ୍ଷା ବୈଠକ ସମୟରେ ଅଧିକ ଟିକାକରଣ ପ୍ରସାର ଥିବା ଜିଲ୍ଲାମାନଙ୍କରେ ଅଭିନବ ଓ ଶ୍ରେଷ୍ଠ ପ୍ରଚଳନକୁ ଆପଣାଇବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ପରାମର୍ଶ ଦେଇଥିଲେ। ଅଭ୍ୟାସ ପରିବର୍ତ୍ତନ ଲାଗି ପିଲାମାନେ ଶ୍ରେଷ୍ଠ ବାର୍ତ୍ତାବହ ହୋଇପାରିବେ ବୋଲି ଉଲ୍ଲେଖ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, ପିଲାମାନଙ୍କ ଜରିଆରେ ସମ୍ପୂର୍ଣ୍ଣ ଟିକାକରଣର ବାର୍ତ୍ତାର ପ୍ରସାର କରାଯିବା ଆବଶ୍ୟକ।

ବସ ଷ୍ଟାଣ୍ଡ, ରେଳ ଷ୍ଟେସନରେ କୋଭିଡ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ଡକ୍ଟର ମାଣ୍ଡଭୀୟ ପରାମର୍ଶ ଦେଇଥିଲେ। ବିଶେଷ କରି ବଡ଼ ସହରରେ ପ୍ରବେଶ ପାଇଁ ଏଗୁଡ଼ିକ ପ୍ରମୁଖ କେନ୍ଦ୍ର ହୋଇଥିବାରୁ ସମ୍ପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ ଏହି ପଦକ୍ଷେପ ପ୍ରଭାବୀ ହୋଇପାରିବ ବୋଲି ସେ କହିଥିଲେ। କେତେକ ରାଜ୍ୟ ‘ରୋକୋ ଏବଂ ଟୋକୋ’ ଅଭିଯାନ ଆରମ୍ଭ କରିଛନ୍ତି। ବସ, ଟ୍ରେନ୍, ରିକ୍ସା ଆଦିରେ ଆସୁଥିବା ଯାତ୍ରୀମାନଙ୍କୁ ଟିକା ନେବା ଲାଗି ଅନୁପ୍ରାଣିତ କରାଯାଉଛି। ବିଭିନ୍ନ ବର୍ଗର ହିତାଧିକାରୀମାନଙ୍କୁ ଟିକା ନେବା ଲାଗି ଉତ୍ସାହିତ କରିବା ନିମନ୍ତେ ‘ହର ଘର ଦସ୍ତକ’ ଅଭିଯାନ ସଫଳ ହୋଇପାରିବ ବୋଲି ସେ ପରାମର୍ଶ ଦେଇଥିଲେ। ବ୍ୟବସାୟୀ, ବୁଲାବିକାଳୀ, ଉଠାଦୋକାନୀ, ସାଧାରଣ ଦୋକାନୀ, ରିକ୍ସା ଚାଳକ, ଅଟୋ ଡ୍ରାଇଭରଙ୍କ ଟିକାକରଣ ପାଇଁ ଗୋଟିଏ ଗୋଟିଏ ଦିନକୁ ସମର୍ପିତ କରାଯାଇପାରିବ ବୋଲି ସେ କହିଥିଲେ।

କୋଭିଡକୁ ପ୍ରତିହତ କରିବା ଲାଗି ଜନ ସ୍ୱାସ୍ଥ୍ୟ ପଦକ୍ଷେପର ନିୟନ୍ତ୍ରଣ ଓ ପରିଚାଳନା  ଉପରେ ଆଲୋଚନା କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ସଚେତନ କରାଇ ଦେଇଥିଲେ ଯେ କୋଭିଡ ୧୯ ମହାମାରୀ ବର୍ତ୍ତମାନ ସୁଦ୍ଧା ଶେଷ ହୋଇଯାଇନାହିଁ। ବିଶ୍ବସ୍ତରରେ କୋଭିଡ ମାମଲା ବୃଦ୍ଧି ପାଉଛି। ସିଙ୍ଗାପୁର, ବ୍ରିଟେନ, ରୁଷ, ଚୀନରେ ୮୦ ପ୍ରତିଶତ ଟିକାକରଣ ସତ୍ତ୍ବେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି। ଟିକାକରଣ ସହିତ କୋଭିଡ ଉପଯୁକ୍ତ ବ୍ୟବହାର ଅନୁପାଳନ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜୋର ଦେଇଥିଲେ। ଟିକାକରଣ ରୋଗର ଗମ୍ଭୀରତାକୁ ହ୍ରାସ କରିଥାଏ ବୋଲି ଡ. ମାଣ୍ଡଭୀୟ ମତବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ସମସ୍ତଙ୍କ ମିଳିତ ପ୍ରୟାସ କାରଣରୁ ଦେଶରେ କୋଭିଡ ସଂକ୍ରମଣ ହ୍ରାସ ପାଇଛି। ଅଧିକ ଅବହେଳା କରି ପୁଣିଥରେ କୋଭିଡ ସଂକ୍ରମଣକୁ ଡାକି ଆଣିବା ଉଚିତ୍ ନୁହେଁ। ତେଣୁ କୋଭିଡ ବିରୋଧରେ ଟିକାକରଣ ଏବଂ କୋଭିଡ ଉପଯୁକ୍ତ ବ୍ୟବହାରକୁ ପାଳନ କରିବା ଉପରେ ସେ ଜୋର ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ‘ଦବାଇ ଭି କଡ଼ାଇ ଭି’କୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ଜୋର ଦେଇଥିଲେ।

ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଆଇସିଏମଆର ଡିଜି ଡକ୍ଟର ବଳରାମ ଭାର୍ଗବ, ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡକ୍ଟର ସୁନୀଲ କୁମାର, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ମନୋହର ଅଗ୍ନାନୀ, ଅତିରିକ୍ତ ସଚିବ ଏବଂ ଏନଏଚଏମ ମିଶନ ନିର୍ଦ୍ଦେଶକ ବିକାଶ ଶୀଲ, ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ଆରତୀ ଆହୁଜା, ଯୁଗ୍ମ ସଚିବ (ସ୍ୱାସ୍ଥ୍ୟ) ଲବ ଅଗ୍ରଓ୍ବାଲ ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଏଥର ସାଂସଦମାନଙ୍କୁ ମିଳିବ ଆଞ୍ଚଳିକ ଉନ୍ନୟନ ପାଣ୍ଠି, କୋରନା ପାଇଁ ରଖାଯାଇଥିଲା ସ୍ଥଗିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ୨୦୨୧- ୨୨ର ଶେଷ ମାସଗୁଡିକରେ ସାଂସଦ ସ୍ଥାନୀୟ କ୍ଷେତ୍ର ବିକାଶ ଯୋଜନା (ଏମପିଲାଡ଼୍‍)କୁ ଚାଲୁ କରିବା ପାଇଁ ନିଷ୍ପତି ହୋଇଛି। ୧୫ଶ ଅର୍ଥ କମିଶନଙ୍କ ଅବଧି ସହିତ ଆର୍ଥିକ ବର୍ଷ ୨୦୨୫-୨୬ ପର୍ଯ୍ୟନ୍ତ ଏହାକୁ ଜାରି ରଖିବା ପ୍ରସ୍ତାବକୁ ମଂଜୁରୀ ପ୍ରଦାନ କରିଛନ୍ତି ।

ଯୋଜନାର ବିବରଣୀ:

ଏମପିଲାଡ଼ କେନ୍ଦ୍ର ସରକାରଙ୍କର ଏକ ଯୋଜନା ଯାହାର ସଂପୂର୍ଣ୍ଣ ଅର୍ଥ ଭାରତ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥାଏ । ଏହି ଯୋଜନାର ଉଦ୍ଦେଶ୍ୟ ହେଲା, ସାଂସାଦମାନଙ୍କୁ ମୁଖ୍ୟତଃ ନିଜ ନିଜର ନିର୍ବାଚନ ମଣ୍ଡଳୀର ବିକାଶ କାର୍ଯ୍ୟକୁ ସୁପାରିଶ କରିବା ନିମନ୍ତେ ସକ୍ଷମ କରିବା ।ଏହା ଅଧୀନରେ ପାନୀୟ ଜଳ, ପ୍ରାଥମିକ ଶିକ୍ଷା, ସାର୍ବଜନୀନ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ସଡ଼କ ଇତ୍ୟାଦି କ୍ଷେତ୍ରରେ ସାର୍ବଜନୀନ ଭିତ୍ତିଭୂମି ଓ ସଂପଦର ନିର୍ମାଣ ଉପରେ ବିଶେଷ ଭାବେ ଧ୍ୟାନ ଆରୋପ କରାଯିବ ।

ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ସାଂସଦ ନିଜର ନିର୍ବାଚନ କ୍ଷେତ୍ର ନିମନ୍ତେ ନିର୍ଦ୍ଦିଷ୍ଟ ବାର୍ଷିକ ଏମପିଲାଡ଼ ଅର୍ଥ ୫ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରିପାରିବେ । ଏହା ୨.୫ କୋଟି ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ଯୋଗାଇ ଦିଆଯାଇଥାଏ । ଏମପିଲାଡ୍‍ର ଦିଶା ନିର୍ଦ୍ଦେଶ ଅନୁସାରେ ନିର୍ଦ୍ଧାରିତ ସର୍ତ୍ତାବଳୀ ପୂରଣ କରିବା ଆଧାରେ ହିଁ ପ୍ରତ୍ୟେକ କିସ୍ତି ଜାରି କରାଯାଇଥାଏ ।

ସମାଜରେ କୋଭିଡ଼ ୧୯ ସଂପର୍କୀତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରଭାବ ସହିତ ଅନ୍ୟ ପ୍ରତିକୂଳ ପ୍ରଭାବରୁ ମୁକୁଳିବା ନିମନ୍ତେ କ୍ୟାବିନେଟ ଅପ୍ରେଲ୬, ୨୦୨୦ରେ ଅନୁଷ୍ଠିତ ନିଜ ବୈଠକରେ ଆର୍ଥିକ ବର୍ଷ ୨୦୨୦-୨୧ ଏବଂ ୨୦୨୧- ୨୨ ଆର୍ଥିକ ବର୍ଷରେ ଏମପିଲାଡ଼କୁ ସଂଚାଳନ ନକରିବା ଏବଂ କୋଭିଡ଼ ୧୯ ମହାମାରୀ ସହିତ ଲଢ଼ିବା ନିମନ୍ତେ ଏହି ରାଶିକୁ ଉପଯୋଗ କରିବା ଲାଗି ଆର୍ଥିକ ମନ୍ତ୍ରଣାଳୟ ଅଧୀନରେ ରଖିବାକୁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା ।

କେତେକ ରାଷ୍ଟ୍ର ଏବେ ଆର୍ଥିକ ରିକଭରୀ ମାର୍ଗରେ ଆଗକୁ ଅଗ୍ରସର ହେବା ଆରମ୍ଭ କରିଛନ୍ତି ଏବଂ ଏହି ଯୋଜନା ମାଧ୍ୟମରେ ସାର୍ବଜନୀନ ଭିତ୍ତିଭୂମିର ନିର୍ମାଣ, ସାର୍ବଜନୀନ ସ୍ଥାନୀୟ ଆବଶ୍ୟକତାକୁ ପୂରଣ କରିବା, କୌଶଳ ବିକାଶ ଏବଂ ସାରା ଦେଶରେ ରୋଜଗାରର ସୃଜନ ଦୃଷ୍ଟିରୁ ନିରନ୍ତର ଲାଭପ୍ରଦ ଭାବେ ଜାରି ରହିଛି ।

ଏହିଭଳି ଭାବେ ଏହା ‘ଆତ୍ମନିର୍ଭର ଭାରତ’ର ଉଦ୍ଦେଶ୍ୟକୁ ପ୍ରାପ୍ତ କରିବାରେ ଅତ୍ୟନ୍ତ ସହାୟକ ସାବ୍ୟସ୍ତ ହେବ । ସେଥିପାଇଁ କେନ୍ଦ୍ର ମନ୍ତ୍ରିମଣ୍ଡଳ ଏବେ ଆର୍ଥିକ ବର୍ଷ ୨୦୨୧- ୨୨ର ଅବଶିଷ୍ଟ ମାସମାନଙ୍କରେ ସାଂସଦ ସ୍ଥାନୀୟ କ୍ଷେତ୍ର ବିକାଶ ଯୋଜନା (ଏମପିଲାଡ)କୁ ବହାଲ କରିବା ଏବଂ ୧୫ଶ ଆର୍ଥକ ଆୟୋଗର ଅବଧି ସହିତ ଆର୍ଥିକ ବର୍ଷ ୨୦୨୫-୨୬ ପର୍ଯ୍ୟନ୍ତ ଏମପିଲାଡକୁ ଜାରି ରଖିବା ନିମନ୍ତେ ସିଦ୍ଧାନ୍ତ ଗ୍ରହଣ କରିଛନ୍ତି ।

ମନ୍ତ୍ରଣାଳୟ ଆର୍ଥିକ ବର୍ଷ ୨୦୨୧-୨୨ ର ଶେଷ ଅବଧି ନିମନ୍ତେ ପ୍ରତି ସାଂସଦଙ୍କ ୨ କୋଟି ଟଙ୍କା ହସିାବରେ ଏମପିଲାଡ଼ ରାଶି ଗୋଟିଏ କିସ୍ତରେ ଏବଂ ଆର୍ଥିକ ବର୍ଷ ୨୦୨୨- ୨୩ ଠାରୁ ନେଇ ଆର୍ଥିକ ବର୍ଷ ୨୦୨୫-୨୬ ପର୍ଯ୍ୟନ୍ତ ଅବଧି ପାଇଁ ପ୍ରତି ସାଂସଦଙ୍କୁ ୫ କୋଟି ଟଙ୍କା ପ୍ରତିବର୍ଷ ପ୍ରଦାନ ନିମନ୍ତେ ସ୍ଥିର କରିଛନ୍ତି । ଏହି ୫ କୋଟି ଟଙ୍କା ଦୁଇଟି କିସ୍ତିରେ ୨.୫ କୋଟି ଟଙ୍କା ଲେଖାଏଁ ହିସାବରେ ପ୍ରଦାନ କରାଯିବ । ଏହି ଯୋଜନା ମାଧ୍ୟମରେ ଆରମ୍ଭ ଦିନଠାରୁ ନେଇ ଏପର୍ଯ୍ୟନ୍ତ ୧୯,୮୬,୨୦୬ଟି କାର୍ଯ୍ୟ ବା ପରିଯୋଜନା ସଂପୂର୍ଣ୍ଣ ହୋଇସାରିଛି ଯେଉଁଥିରେ ୫୪,୧୭୧.୦୯ କୋଟି ଟଙ୍କା ବ୍ୟୟ କରାଯାଇଛି ।

ଆର୍ଥିକ ପ୍ରଭାବ:

ଏମପିଲାଡକୁ ଆର୍ଥିକ ବର୍ଷ ୨୦୨୧- ୨୨ର ଶେଷ ଭାଗ ନିମନ୍ତେ ପୁଣି ଥରେ ଆରମ୍ଭ କରିବା ଏବଂ ଏହାକୁ ୨୦୨୫- ୨୬ ପର୍ଯ୍ୟନ୍ତ ଜାରି ରଖିବାରେ ମୋଟ ୧୭,୪୧୭.୦୦ କୋଟି ଟଙ୍କା ବ୍ୟୟ କରାଯିବାର ଅଟକଳ କରାଯାଇଛି । ନିମ୍ନରେ ପ୍ରଦତ୍ତ ସାରଣୀରେ ଏହାର

କାର୍ଯ୍ୟାନ୍ୱୟନ ରଣନୀତି ଏବଂ ଲକ୍ଷ୍ୟ:

-ଏମପିଲାଡ଼ସ୍‍ ଯୋଜନା ଦିଶାନିର୍ଦ୍ଦେଶ ଦ୍ୱାର ପରିଚାଳିତ ହୋଇଥାଏ, ଯାହାକୁ ସମୟାନ୍ତରେ ସଂଶୋଧିତ କରାଯାଇଥାଏ ।

-ଏମପିଲାଡ୍ସ ଅଧୀନରେ ପ୍ରକ୍ରିୟା, ସଂସଦ ସଦସ୍ୟମାନଙ୍କ ଦ୍ୱାରା ନୋଡାଲ ଜିଲ୍ଳା ପ୍ରାଧିକରଣକୁ କାର୍ଯ୍ୟର ସୁପାରିଶ କରିବା ସହିତ ଆରମ୍ଭ କରାଯାଇଥାଏ ।

-ସମ୍ବନ୍ଧୀତ ନୋଡଳଶ ଜିଲ୍ଲା, ସଂସଦ ସଦସ୍ୟମାନଙ୍କ ଦ୍ୱାରା ଅନୁମୋଦିତ କାର୍ଯ୍ୟମାନଙ୍କ ପାଇଁ ଲାଗୁ କରିବା ତଥା ଯୋଜନା ଅଧୀନରେ ନିଷ୍ପାଦିତ କାର୍ଯ୍ୟମାନଙ୍କୁ ଏବଂ ଖର୍ଚ୍ଚ କରାଯାଇଥିବା ରାଶିର ବିବରଣ ରଖିବା ନିମନ୍ତେ ଦାୟୀ ଅଟନ୍ତି ।

ପ୍ରଭାବ:

-ଏମପିଲାଡ୍ସକୁ ପୁଣି ଥରେ ଆରମ୍ଭ କରିବା ଏବଂ ଏହାର କାର୍ଯ୍ୟାନ୍ୱୟନକୁ ଜାରି ରଖିବା ଦ୍ୱାର ନିର୍ବାଚନମଣ୍ଡଳୀଗୁଡିକର ସାର୍ବଜନୀନ ବିକାଶ ପରିଯୋଜନା ବା କାର୍ଯ୍ୟମାନ ପୁଣି ଥରେ ଆରମ୍ଭ ହେବ ଯାହା ଏମପିଲାଡ୍ସ ଅଧୀନରେ ଆର୍ଥିକ ସଂକୋଚନ ଦ୍ୱାରା ବନ୍ଦ୍‍ ରହିଥିଲା ।
-ଏହା ଦ୍ୱାରା ସ୍ଥାନୀୟ ଜନସମୁଦାୟଙ୍କ ଆକାକ୍ଷା ଏବଂ ବିକାଶ ସଂପର୍କୀତ ଆବଶ୍ୟକତାଗୁଡ଼ିକ ପୂରଣ କରିବା ଏବଂ ସ୍ଥାୟୀ ଭିତ୍ତିଭୂମିର ନିର୍ମାଣ ପୁଣି ଥରେ ଆରମ୍ଭ ହୋଇପାରିବ ଯାହା ଉପରେ ଏମପିଲାଡ୍ସ ପ୍ରାଥମିକତା ପ୍ରଦାନ କରିଥାଏ ।

-ଏହି ଯୋଜନା ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ପୁଜର୍ଜାଗରିତ କରିବାରେ ସହାୟକ ହୋଇପାରିବ ।

ପୃଷ୍ଠଭୂମି:

-ଏମପିଲାଡ୍ସ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଯାହା ସଂପୂର୍ଣ୍ଣ ଭାବେ ଭାରତ ସରକାରଙ୍କ ଦ୍ୱାରା ଆର୍ଥିକ ଅନୁଦାନରେ ପରିଚାଳିତ ହୋଇଥାଏ । ଏହି ଯୋଜନାର ଉଦ୍ଦ୍ୟେଶ୍ୟ, ମୁଖ୍ୟତଃ ନିଜ ସଂସଦୀୟ କ୍ଷେତ୍ରରେ ପାନୀୟ ଜଳ, ପ୍ରାଥମିକ ଶିକ୍ଷା, ସାର୍ବଜନୀନ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ସଡ଼କ ଆଦି କ୍ଷେତ୍ରରେ ସ୍ଥାୟୀ ସାର୍ବଜନୀନ ଭିତ୍ତିଭୂମିର ନିର୍ମାଣ ଉପରେ ଗୁରୁତ୍ୱ ଆରୋପ କରିବା ସହିତ ବିକାଶ କାର୍ଯ୍ୟଗୁଡ଼ିକ ପାଇଁ ସୁପାରିଶ କରିବା ସକାଶେ ସଂସଦ ସଦସ୍ୟମାନଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରିଥାଏ ।

-ପ୍ରତ୍ୟେକ ସଂସଦୀୟ କ୍ଷେତ୍ର ନିମନ୍ତେ ବାର୍ଷିକ ଏମପିଲାଡ୍ସ ରାଶି ୫ କୋଟି ଟଙ୍କାର ବ୍ୟବସ୍ଥା ରହିଛି ଯାହା ୨.୫ କୋଟି ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ଯୋଗାଇ ଦିଆଯାଇଥାଏ ଏବଂ ଏହି ଏମପିଲାଡ୍ସ ଦିଶାନିର୍ଦ୍ଦେଶ ଅଧୀନସ୍ଥ ସର୍ତ୍ତାବଳୀକୁ ପୂରଣ କରିବା ଅଧୀନରେ କାର୍ଯ୍ୟ କରିଥାଏ ।

-ମନ୍ତ୍ରଣାଳୟ ୨୦୨୧ ବର୍ଷରେ ଦେଶର ୨୧୬ଟି ଜିଲ୍ଲାରେ ଏମପିଲାଡ୍ସ କାର୍ଯ୍ୟର ମୂଲ୍ୟାୟନ, ତୃତୀୟ ପକ୍ଷଙ୍କ ଦ୍ୱାରା ସଂପାଦନ କରିଛି । ମୂଲ୍ୟାୟନ ରିପୋର୍ଟରେ ଏମପିଲାଡ୍ସକୁ ଜାରି ରଖିବା ନିମନ୍ତେ ସୁପାରିଶ କରାଯାଇଛି ।