Categories
ଆଜିର ଖବର ଜାତୀୟ ଖବର

“ଏଜେନ୍ସିର ଅପବ୍ୟବହାର” ଅଭିଯୋଗ: କଂଗ୍ରେସ ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆଠଟି ବିରୋଧୀ ଦଳ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ନେଇ ଚାଲିଥିବା ରାଜନୈତିକ ଲଢେଇ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଠଟି ବିରୋଧୀ ଦଳ ଚିଠି ଲେଖି କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ଅଭିଯୋଗ କରିଛନ୍ତି। ତେବେ ବିରୋଧୀଦଳ ନେତାଙ୍କ ଦସ୍ତଖତ କରିଥିବା ଏହି ଚିଠିରେ କଂଗ୍ରେସ ଅନ୍ତର୍ଭୁକ୍ତ ନୁହେଁ। ଏହି ଚିଠିରେ ଦସ୍ତଖତ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ସିଏମ ଚନ୍ଦ୍ରଶେଖର ରାଓ, ଜେ.କେ.ସି ମୁଖ୍ୟ ଫାରୁକ୍ ଅବଦୁଲ୍ଲା, ଏଆଇଟିସି ମୁଖ୍ୟ ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାୱାର, ଉଦ୍ଧବ ଠାକରେ, ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ସିଏମ ଭଗବନ୍ତ ମନ, ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏବଂ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଏଥିରେ ସାମିଲ ହୋଇଛନ୍ତି।

ଚିଠିରେ କୁହାଯାଇଛି ଯେ, “ଆମେ ଆଶା କରୁଛୁ ଯେ, ଭାରତ ତଥାପି ଏକ ଗଣତାନ୍ତ୍ରିକ ଦେଶ ଆପଣ ଏଥିରେ ସହମତ ହେବେ। ବିରୋଧୀ ଦଳର ସଦସ୍ୟଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଦର୍ଶାଉଛି ଯେ, ଆମେ ଗଣତନ୍ତ୍ରର ସ୍ଵାଧୀନତା ଠାରୁ ଦୂରେଇଯାଉଛେ।” ବିରୋଧୀ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ, ଦୀର୍ଘ ଦିନ ଧରି ତଦନ୍ତ ପରେ ମନୀଷ ସିସୋଦିଆଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରିଛି। ୨୦୧୪ ପରଠାରୁ ବିରୋଧୀମାନଙ୍କୁ ଅନୁସନ୍ଧାନକାରୀ ଏଜେନ୍ସି ଦ୍ଵାରା ଗିରଫ, ଚଢାଉ କିମ୍ବା ଜେରା ସର୍ବାଧିକ ସଂଖ୍ୟାରେ କରାଯାଇଛି।

ବିରୋଧୀଦଳର ନେତାମାନେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ସର୍ମାଙ୍କ ଉଦାହରଣ ଦେଇଛନ୍ତି। ଯେତେବେଳେ ସେ କଂଗ୍ରେସରେଥିଲେ ସେତେବେଳେ ଯିଏକି ସିବିଆଇ ଏବଂ ଇଡି ସ୍କାନରରେ ଥିଲେ। ସେ ୨୦୧୪ ଏବଂ ୨୦୧୫ ରେ ସାରଦା ଚିଟ୍ ଫଣ୍ଡ ଦୁର୍ନୀତିରେ ଥିଲେ। ଚିଠିରେ ଲେଖାଥିଲା, “ସରମା ବିଜେପିରେ ଯୋଗଦେବା ପରେ ଏହି ମାମଲା ଆଗକୁ ବଢିନଥିଲା। ସେହିଭଳି ପୂର୍ବତନ ଟିଏମସି ନେତା ଶୁଭେନ୍ଧୁ ଅଧିକାରୀ ଏବଂ ମୁକୁଲ ରୟ ନାରଦା ଷ୍ଟିଙ୍ଗ ଅପରେସନ୍ ମାମଲାରେ ଇଡି ଏବଂ ସିବିଆଇ ଯାଞ୍ଚରେ ଥିଲେ ମଧ୍ୟ କୌଣସି ଅଗ୍ରଗତି ହୋଇନାହିଁ। ସେମାନେ ବିଜେପିରେ ଯୋଗଦେବା ପରଠାରୁ ସେମାନଙ୍କ ମାମଲାରେ ମନ୍ଥର ହୋଇଛି। ୨୦୧୪ ପରଠାରୁ ବିରୋଧୀଦଳର ନେତାଙ୍କ ବିରୋଧରେ ଚଢାଉ, ମାମଲା ପଞ୍ଜୀକୃତ ତଥା ଗିରଫଦାରୀରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

ଲାଲୁ ପ୍ରସାଦ ଯାଦବ (ରାଷ୍ଟ୍ରିୟ ଜନତା ଦଳ), ସଞ୍ଜୟ ରାଉତ (ଶିବସେନା), ଆଜାମ ଖାନ (ସମାଜବାଦୀ ପାର୍ଟି), ନବାବ ମଲିକ ଏବଂ ଅନୀଲ ଦେଶମୁଖ (ଏନସିପି), ଅଭିଷେକ ବାନାର୍ଜୀ (ଟିଏମସି) ଭଳି ବିରୋଧୀ ଦଳର ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ନିର୍ବାଚନ ସମୟରେ ଏଭଳି ଅନେକ ମାମଲାରେ ଗିରଫଦାରୀ ଘଟିଛି ଏବଂ ଏହା ସ୍ପଷ୍ଟ ହୋଇଛି ଯେ, ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ପ୍ରକାଶ ଯେ, ନ୍ୟାସନାଲ ହେରାଲ୍ଡ ଖବରକାଗଜ ଚଳାଉଥିବା କମ୍ପାନୀ ୟଙ୍ଗ ଇଣ୍ଡିଆର ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ଅଧିଗ୍ରହଣ ସହ ଜଡିତ ଅର୍ଥ ହେରଫେର ଅଭିଯୋଗରେ ଗାନ୍ଧୀ ପରିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଅନୁସନ୍ଧାନ କରୁଛି। ଗତ ବର୍ଷ ଇଡି ଉଭୟ ରାହୁଲ ଗାନ୍ଧୀ ଏବଂ ତାଙ୍କ ମା ସୋନିଆ ଗାନ୍ଧୀଙ୍କୁ ଜେରା କରିଥିଲେ।

Categories
ବିଶେଷ ଖବର

“ଭିତ୍ତିଭୂମି ଓ ପୁଞ୍ଜିନିବେଶ’ ସମ୍ପର୍କରେ ବଜେଟ୍ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିତ୍ତିଭୂମି ଓ ପୁଞ୍ଜିନିବେଶ ସମ୍ପର୍କରେ ବଜେଟ୍ ପରବର୍ତ୍ତୀ ଏକ ୱେବିନାରରେ ଏଠାରେ ଉଦ୍ବୋଧନ ଦେଇଛନ୍ତି। ସମଗ୍ର ବିଷୟଟି ହେଲା “ଭିତ୍ତିଭୂମି ଓ ନିବେଶ: ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ମାଧ୍ୟମରେ ଲଜିଷ୍ଟିକ ଦକ୍ଷତା ବୃଦ୍ଧି।” ୨୦୨୩-୨୪ ଆର୍ଥିକ ବର୍ଷର କେନ୍ଦ୍ର୍ରୀୟ ବଜେଟ ଉପରେ ଯେଉଁ ୧୨ଟି ୱେବିନାର ପରିକଳ୍ପନା କରାଯାଇଛି , ସେହି ଶୃଙ୍ଖଳାର ଏହା ଅଷ୍ଟମ ବଜେଟ୍ ପରବର୍ତ୍ତୀ ଆଲୋଚନା। ଏହି ସବୁ ୱେବିନାର ଆୟୋଜନ କରି ସରକାର ବଭିନ୍ନ ବର୍ଗ ଓ ପକ୍ଷଙ୍କ ମତାମତ ଏବଂ ପ୍ରସ୍ତାବକୁ ଶୁଣୁଛନ୍ତି ଏବଂ ବଜେଟ୍ର କାର୍ଯ୍ୟକାରିତାରେ ତାହାକୁ ଆବଶ୍ୟକସ୍ଥଳେ ବ୍ୟବହାର କରିବାର ସିଦ୍ଧାନ୍ତ ଦେଇଛନ୍ତି।

ୱେବିନାରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏଥିରେ ୭୦୦ରୁ ଅଧିକ ମୁଖ୍ୟ କାର୍ଯ୍ୟନିର୍ବାହୀ,ପରିଚାଳନ ନିର୍ଦ୍ଦେଶକଙ୍କ ଉପସ୍ଥିତି ତାଙ୍କୁ ଆନନ୍ଦ ଦେଇଛି। ଏହି ଉପସ୍ଥାନରୁ ୱେବିନାରର ଗୁୁରୁତ୍ୱ ସହଜରେ ବୁଝି ହେଉଛି। ସବୁ କ୍ଷେତ୍ରର ବିଶେଷଜ୍ଞ ଓ ବିଭିନ୍ନ ସମ୍ପୃକ୍ତ ପକ୍ଷ ଏହି ୱେବିନାରକୁ ସଫଳ ତଥା ପ୍ରଭାବଶାଳୀ କରିବେ ବୋଲି କହି ତାଙ୍କର ଦୃଢ ବିଶ୍ୱାସ ରହିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏଥରର କେନ୍ଦ୍ରୀୟ ବଜେଟ୍ ଭିତ୍ତିଭୂମି କ୍ଷେତ୍ରକୁ ନୂଆ ଊର୍ଜା ପ୍ରଦାନ କରିବ। ବଜେଟ୍ ଓ ତାହାର ଗୁରୁତ୍ୱପୂର୍ଣ୍ଣ ତଥା ରଣକୌଶଳାତ୍ମକ ନିଷ୍ପତ୍ତିକୁ ବିଭିନ୍ନ ଗଣମାଧ୍ୟମ ଓ ବିଶେଷଜ୍ଞ ଯେଉଁସବୁ ପ୍ରଶଂସା କରିଛନ୍ତି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଭାରତର କ୍ୟାପେକ୍ସ (ପୁଞ୍ଜି ଖର୍ଚ୍ଚ) ୨୦୧୩-୧୪ ତୁ୍ଳନାରେ ପାଞ୍ଚଗୁଣ ବଢିଛି। “ଜାତୀୟ ଭିତ୍ତିଭୂମି ପାଇପ ଲାଇନ’ ଯୋଜନାରେ ୧୧୦ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତ୍ୟେକ ସମ୍ପୃକ୍ତ ପକ୍ଷଙ୍କ ପାଇଁ ଏହା ଏକ ନୂଆ ଦାୟିତ୍ୱ, ନୂତନ ସମ୍ଭାବନା ଓ ଦୃଢ ନିଷ୍ପତ୍ତି ନେବାର ସମୟ” ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୌଣସି ଦେଶର ନିରନ୍ତର ବିକାଶରେ ଭିତ୍ତିଭୂମି ଏକ ଗୁରୁ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏହା ମଧ୍ୟ ଦେଶର ଭବିଷ୍ୟତ ପ୍ରତି ଆବଶ୍ୟକ ଗୁରୁତ୍ୱ ଦେଇଥାଏ। ଯେଉଁମାନଙ୍କର ଇତିହାସ ଜ୍ଞାନ ରହିଛି ସେମାନେ ଏ ସମ୍ପର୍କରେ ଅବଗତ। ଚନ୍ଦ୍ରଗୁପ୍ତଙ୍କ ଦ୍ୱାରା ନିର୍ମିତ ଉତ୍ତରାପଥର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଗୁରୁତ୍ୱପୂର୍ଣ୍ଣ ସଡକ ବିକାଶ କାର୍ଯ୍ୟ ଅଶୋକଙ୍କ ଦ୍ୱାରା ହୋଇଥିଲା ଏବଂ ଶେର ଶାହା ସୁରୀ ଏହାର ଆହୁରି ଉନ୍ନତି କରିଥିଲେ। ବ୍ରିଟିଶ ଶାସକ ମାନେ ଏହାକୁ ଗ୍ରାଣ୍ଡ ଟ୍ରଙ୍କ ରୋଡରେ ପରିଣତ କରିଥିଲେ। ଭାରତରେ ରାଜପଥର ଗୁରୁତ୍ୱ ହଜାର ହଜାର ବର୍ଷ ଧରି ସ୍ୱୀକୃତ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ରିଭର ଫ୍ରଣ୍ଟ ଓ ଜଳପଥଗୁଡିକ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବନାରସର ଘାଟ ସବୁ ଏକଦା ସିଧାସଳଖ ଜଳପଥରେ କଲିକତା ସହ ସଂଯୁକ୍ତ ଥିଲା। ତାମିଲନାଡୁର ୨୦୦୦ ବର୍ଷର ପୁରୁଣା କଲ୍ଲନାଇ ଡ୍ୟାମ ଏବେ ବି କିପରି ସଫଳ ରହିଛି ତାହାର ଉଦାହାରଣ ପ୍ରଧାନମନ୍ତ୍ରୀ ଦେଇଥିଲେ। ପୂର୍ବ ସରକାର ସମୟରେ ଦେଶରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଯେଉଁ ପ୍ରତିବନ୍ଧକ ଥିଲା ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେଥିରେ ବଡ ସମସ୍ୟାଟି ଥିଲା ମାନସିକତା । ସେହି ମାନସିକତାରେ ଦାରିଦ୍ର୍ୟକୁ ଏକ ପୂଣ୍ୟଭାବେ ଗ୍ରହଣ କରାଯାଉଥିଲା। ବର୍ତ୍ତମାନର ସରକାର ସେହି ମାନସିକତା ଦୂର କରିବାରେ ସଫଳ ହୋଇଛନ୍ତି ଏବଂ ଆଧୁନିକ ଭିତ୍ତିଭୂମିରେ ରେକର୍ଡ ପରିମାଣର ପୁଞ୍ଜିନିବେଶ କରିବାରେ ସଫଳତା ଅର୍ଜନ କରିଛନ୍ତି।

ବର୍ତ୍ତମାନର ସରକାରଙ୍କ କାର୍ଯ୍ୟ ଶୈଳୀ ଓ ସଫଳତାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ରେ ଦୈନିକ ଯେତିକି ଦୈଘ୍ୟର ରାଜପଥ ହାରାହାରି ନିର୍ମିତ ହେଉଥିଲା ଏବୋ ତାହା ଦ୍ୱିଗୁଣିତ ହୋଇପାରିଛି। ସେହିଭଳି ୨୦୧୪ପୂର୍ବରୁ ବର୍ଷକୁ ମାତ୍ର ୬୦୦ କି.ମି ରେଳପଥର ବିଦ୍ୟୁତକରଣ ସମ୍ଭବ ହେଉଥିବାବେଳେ ଏବେ ଏହା ୪୦୦୦ କିମିରେ ପହଞ୍ଚିଛି। ଆହୁରି ମଧ୍ୟ ସେହି ସମୟ ତୁଳନାରେ ବିମାନ ବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, “ଭିତ୍ତିଭୂମି ବିକାଶ ଦେଶର ଅର୍ଥନୀତିର ଚାଳକ ଶକ୍ତି। ଏହି ପଥ ଅନୁସରଣ କରି ଭାରତ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ। ଏବେ ଆମକୁ ଆମ ବେଗ ବଢାଇବାକୁ ପଡିବ ଏବଂ ଦ୍ରୁତଗତିରେ ଆଗକୁ ଯିବାକୁ ହେବ।” ପିଏମ୍ ଗତି ଶକ୍ତି ମାଷ୍ଟର ପ୍ଲାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା “ଅର୍ଥନୀତି ଓ ଭିତ୍ତିଭୂମି ଯୋଜନାକୁ ବିକାଶ ସହିତ ଯୋଡିବାର ଏକ ଗୁରୁତ୍ୱପୂର୍ଣ୍ଣ ଆୟୁଧ। ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଭାରତର ଭିତ୍ତିଭୂମି ଓ ମଲ୍ଟି ମୋଡାଲ ଲଜିଷ୍ଟିକ୍ ଚେହେରା ବଦଳାଇକୁ ଯାଉଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପିଏମ୍ ଗତିଶକ୍ତି ମାଷ୍ଟର ପ୍ଳାନର ଫଳାଫଳ ଦୃଶ୍ୟମାନ ହେଲାଣି। ଲଜିଷ୍ଟିକ୍ର ଦକ୍ଷତାକୁ ପ୍ରଭାବିତ କରୁଥିବା କାରଣଗୁଡିକୁ ଆମେ ଚିହ୍ନଟ କରିସାରିଲୁଣି। ସେଥିପାଇଁ ମୋଟ ୭୫,୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଉତ୍ତମ ମାନ ଏବଂ ମଲ୍ଟିମୋଡାଲ ଇନ୍ଫ୍ରାଷ୍ଟ୍ରକଚର ବଳରେ ଆମ ଲଜିଷ୍ଟିକ ଖର୍ଚ୍ଚ ଆଗାମୀ ଦିନରେ ଆହୁରି ହ୍ରାସ ପାଇବାକୁ ପାଉଛି। ଏହାର ଅନୁକୂଳ ପ୍ରଭାବ ଭାରତରେ ତିଆରି ହେଉଥିବା ସାମଗ୍ରୀ ଉପରେ ପଡିବ ଏବଂ ସେଗୁଡିକ ଶସ୍ତା ହେବ। ଏହା ଫଳରେ ଆର୍ନ୍ତଜାତିକ ବଜାରରେ ଆମ ସାମଗ୍ରୀର ପ୍ରତିଯୋଗିତା କରିବାର ସାମର୍ଥ୍ୟ ବୃଦ୍ଧି ପାଇବ। ଲଜିଷ୍ଟିକ ସହିତ ସୁଗମ ବ୍ୟବସାୟ ଓ ସହଜ ଜୀବନ ଯାପନ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ଆସିବ। ଏହି ସବୁ କ୍ଷେତ୍ରରେ ଘରୋଇ ଉଦ୍ୟୋଗ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ଦେଶର ପ୍ରଦେଶ ସମୂହଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିକାଶ ପ୍ରକ୍ରିୟାରେ ସେମାନଙ୍କୁ ସାମିଲ କରିବାକୁ କେନ୍ଦ୍ର ସରକାର ୫୦ବର୍ଷ ପାଇଁ ବିନା ସୁଧରେ ଯେଉଁ ୠଣ ଯୋଗାଇ ଦେଉଥିଲେ ତାହାକୁ ଆଉ ଏକ ବର୍ଷ ପାଇଁ ବଢାଇ ଦେଇଛନ୍ତି। ସେହିଭଳି ଏଥିପାଇଁ ବଜେଟ୍ ବ୍ୟୟବରାଦ ୩୦ଶତାଂଶ ବୃଦ୍ଧି କରାଯାଇଛି।
ଭିତ୍ତିଭୂମି ବିକାଶ ନିମନ୍ତେ ଯେଉଁ ସବୁ ସାମଗ୍ରୀର ଆବଶ୍ୟକତା ରହିଛି ପ୍ରତ୍ୟେକ କ୍ଷେତ୍ର ତାହାର ଆକଳନ କରି ଏକ ବ୍ୟବସ୍ଥା ବାହାର କରିବାକୁ ପ୍ରଧାନମନ୍ତ୍ରୀ େଓବିନାରର ଅଂଶଗ୍ରହଣକାରୀଙ୍କୁ ଆହ୍ୱାନ ଜଣାଇଥିଲେ। “ଏଥିପାଇଁ ଏକ ସମନ୍ୱିତ ଆଭିମୁଖ୍ୟର ଆବଶ୍ୟକତା ରହିଛି ଏବଂ ଏହା ଦ୍ୱାରା ଭବିଷ୍ୟତ ପାଇଁ ରାସ୍ତା ପରିଷ୍କାର ହୋଇପାରିବ। ଏଥିରେ ପିଏମ୍ ଗତିଶକ୍ତି ନେଶନାଲ ମାଷ୍ଟର ପ୍ଲାନର ଏକ ବଡ ଭୂମିକା ରହିଛି। ଏହି କ୍ଷେତ୍ର ସହିତ ସର୍କୁଲର ଅର୍ଥନୀତିକୁ ଯୋଡିବାକୁ ପ୍ରଧାନମନ୍ତ୍ରୀ ଗୁରୁ୍ତ୍ୱ ଦେଇଛନ୍ତି।”

ଗୁଜରାଟର କଚ୍ଛ ଭୂମିକମ୍ପ ସମ୍ପର୍କରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେଠାରେ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ପରେ ସମଗ୍ର ଅଞ୍ଚଳର ବିକାଶ ପାଇଁ ଏକ ନୂଆ ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା ଏବଂ ଏଥିରେ ସଫଳତା ମିଳିଥିଲା। ରାଜନୀତିକ ଦୃଷ୍ଟିରୁ କାମଚଳା ସମାଧାନ ପନ୍ଥା ପରିବର୍ତ୍ତେ କଚ୍ଛରେ ଭିତ୍ତିଭୂମି କୈନ୍ଦ୍ରିକ ବିକାଶ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହା ଫଳରେ ସମଗ୍ର ଅଞ୍ଚଳ ଖୁବ୍ ଶୀଘ୍ର ଏକ ସମୃଦ୍ଧ ଅର୍ଥନୀତିକ ଇଲାକାରେ ପରିଣତ ହୋଇପାରିଥିଲା।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଦେଶର ସାମାଜିକ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଭୌତିକ ଭିତ୍ତିଭୂମିର ସୁଦୃଢତା ସମାନଭାବେ ଗୁରୁତ୍ୱପୂର୍ଣ୍ଣ। ଏକ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି ମାଧ୍ୟମରେ ଅଧିକରୁ ଅଧିକ ପ୍ରତିଭାବାନ ଓ କୁଶଳୀ ଯୁବବର୍ଗ ଦେଶ ମାତୃକାର ସେବା ପାଇଁ ଆଗେଇ ଆସିବେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଦକ୍ଷତା ବିକାଶ, ପ୍ରକଳ୍ପ ପରିଚାଳନା, ଆର୍ଥିକ ଦକ୍ଷତା ଓ ଉଦ୍ୟମିତା ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହା ବ୍ୟତୀତ ସେ ବିଭିନ୍ନ ଉଦ୍ୟୋଗ ପାଇଁ ସ୍କିଲ ଫୋରକାଷ୍ଟିଂ ମେକାନିଜିମ୍ ଉପରେ ଗୁରୁତ୍ୱ ଦେଇଥିଲେ। ଏହା ଦ୍ୱାରା ଭାରତରେ ମାନବ ସମ୍ବଳର ଉତ୍ସ ମଜବୁତ ହୋଇପାରିବ ବୋଲି ସେ କହିଥିଲେ।

ୱେବିନାରରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆପଣମାନେ କେବଳ ଦେଶର ପ୍ରଗତି ନିମନ୍ତେ ଅବଦାନ ଯୋଗାଉନାହାନ୍ତି ; ଏହା ସହିତ ଭାରତର ଅଭିବୃଦ୍ଧି ଇଞ୍ଜିନକୁ ମଧ୍ୟ ଗତି ପ୍ରଦାନ କରୁଛନ୍ତି। ଭିତ୍ତିଭୂମି ବିକାଶ କେବଳ ସଡକ, ରେଳପଥ, ବନ୍ଦର, ବିମାନ ବନ୍ଦର ଆଦିରେ ସୀମିତ ନୁହେଁ। ଏବର୍ଷ ବଜେଟ୍ରେ ଆହୁରି ପ୍ରକାଣ୍ଡ ପ୍ରକାଣ୍ଡ ଭିତ୍ତିଭୂମି ବିକାଶର ବ୍ୟବସ୍ଥା ରହିଛି। ଚାଷୀଙ୍କ ଉ୍ତ୍ପାଦକୁ ସାଇତି ରଖିବା, ଦେଶର ବିଭିନ୍ନ ପ୍ରାନ୍ତରେ ୱେଲନେସ କେନ୍ଦ୍ର ପ୍ରତିଷ୍ଠା କରିବା, ନୂଆ ରେଳଷ୍ଟେସନ ନିର୍ମାଣ , ପ୍ରତ୍ୟେକ ପରିବାର ପାଇଁ ପକ୍କାର ତିଆରି ଆଦି ଏସବୁ ବଡ ବଡ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ।”

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଶେଷରେ କହିଥିଲେ ଯେ ଏହି ୱେବିନାରର ପ୍ରସ୍ତାବ, ଅଭିଜ୍ଞତା ଓ ଅନୁଭୂତି ଆଦିକୁ ସରକାର ବିଚାରକୁ ନେଇ ବଜେଟ କାର୍ଯ୍ୟକାରିତା ସମୟରେ ଆବଶ୍ୟକତା ଅନୁସାରେ କାମରେ ଲଗାଇବେ। ସବୁ ସମ୍ପୃକ୍ତ ପକ୍ଷଙ୍କ ମତାମତ ଆଧାରରେ ଚଳିତବର୍ଷର ବଜେଟ୍ର କାର୍ଯ୍ୟକାରିତା ସୁରୁଖୁରୁରେ ହୋଇପାରିବ ବୋଲି ଶ୍ରୀ ମୋଦୀ ଆଶାବ୍ୟକ୍ତ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଲ୍ ଗେଟ୍ସ: ଅନେକ ପ୍ରସଙ୍ଗରେ ହେଲା ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଠାରେ ବିଲ୍ ଗେଟ୍ସଙ୍କୁ ଭେଟିଛନ୍ତି।

ଶ୍ରୀ ଗେଟ୍ସଙ୍କ ଏକ ଟୁଇଟର ଜବାବରେ ଯେଉଁଠାରେ ସେ ଭାରତ ଗସ୍ତରେ ନିଜର ” ଟିପ୍ପଣୀ”  ସେୟାର କରିଛନ୍ତି, ତାହାର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

“ବିଲ୍ ଗେଟ୍ସଙ୍କୁ ଭେଟି ଆନନ୍ଦିତ ଏବଂ ପ୍ରମୁଖ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇଛି। ଏକ ଉନ୍ନତ ତଥା ଅଧିକ ସ୍ଥାୟୀ ବିଶ୍ୱ ସୃଷ୍ଟି କରିବାକୁ ତାଙ୍କର ନମ୍ରତା ଏବଂ ଉତ୍ସାହ ସ୍ପଷ୍ଟ ଦେଖାଯାଉଛି।”

ଶ୍ରୀ ଗେଟ୍ସ ତାଙ୍କ “ଟିପ୍ପଣୀ” ରେ କହିଛନ୍ତି ଯେ, ମୁଁ ଏହି ସପ୍ତାହରେ ଭାରତ ଥିଲି, ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏଠାରେ ଚାଲିଥିବା ଅଭିନବ କାର୍ଯ୍ୟ ବିଷୟରେ ଜାଣିଲି। ଯେତେବେଳେ ବିଶ୍ୱର ଅନେକ ଆହ୍ୱାନ ଥାଏ, ସେତେବେଳେ ଭାରତ ପରି ଏକ ଗତିଶୀଳ ଏବଂ ସୃଜନଶୀଳ ସ୍ଥାନ ପରିଦର୍ଶନ କରିବା ପ୍ରେରଣାଦାୟକ ଅଟେ।

ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ସାକ୍ଷାତକୁ ଆକର୍ଷଣୀୟ ବୋଲି ଦର୍ଶାଇ ଶ୍ରୀ ଗେଟ୍ସ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଁ ଯୋଗାଯୋଗରେ ରହିଛୁ, ବିଶେଷ କରି କୋଭିଡ-୧୯ ଟିକା ବିକଶିତ କରିବା ଏବଂ ଭାରତର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବିନିଯୋଗ କରିବା ବିଷୟରେ। ଭାରତର ଅନେକ ସୁରକ୍ଷିତ, ପ୍ରଭାବଶାଳୀ ଏବଂ ସୁଲଭ ଟିକା ତିଆରି କରିବାର ଏକ ଅଦ୍ଭୁତ ସାମର୍ଥ୍ୟ ଅଛି, ସେମାନଙ୍କ ମଧ୍ୟରୁ କେତେକ ଗେଟ୍ସ ଫାଉଣ୍ଡେସନ୍ ଦ୍ୱାରା ସହାୟତା ପାଉଛନ୍ତି। ଭାରତରେ ଉତ୍ପାଦିତ ଟୀକା ମହାମାରୀ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଛି ଏବଂ ସାରା ବିଶ୍ୱରେ ଅନ୍ୟାନ୍ୟ ରୋଗକୁ ରୋକି ଦେଇଛି।

ସେ ମହାମାରୀ ସମୟରେ ଭାରତର ନିୟନ୍ତ୍ରଣ ଉପରେ ଆଲୋକପାତ କରି କହିଛନ୍ତି ଯେ ନୂତନ ଜୀବନ ରକ୍ଷାକାରୀ ଉପକରଣ ଉତ୍ପାଦନ କରିବା ବ୍ୟତୀତ ଭାରତ ମଧ୍ୟ ସେଗୁଡିକୁ ବିତରଣ କରିବାରେ ସମର୍ଥ ଅଟେ – ଏହାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ୨.୨ ବିଲିୟନରୁ ଅଧିକ କୋଭିଡ ଟିକା ପ୍ରଦାନ କରାଯାଇଛି। ସେମାନେ କୋ-ୱିନ୍ ନାମକ ଏକ ମୁକ୍ତ ଉତ୍ସ ପ୍ଲାଟଫର୍ମ ସୃଷ୍ଟି କରିଥିଲେ, ଯାହା ଲୋକଙ୍କୁ ଠିକଣା ସମୟରେ କୋଟି କୋଟି ଟିକା ଦେବାକୁ ସମୟ ନିର୍ଘଣ୍ଟ କରିଥିଲା ଏବଂ ଟିକା ଦିଆଯାଇଥିବା ବ୍ୟକ୍ତିଙ୍କୁ ଡିଜିଟାଲ୍ ପ୍ରମାଣପତ୍ର ପ୍ରଦାନ କରିଥିଲା। ଭାରତର ସାର୍ବଜନୀନ ଟିକାଦାନ କାର୍ଯ୍ୟକ୍ରମକୁ ସମର୍ଥନ କରିବା ପାଇଁ ଏହି ପ୍ଲାଟଫର୍ମ ବର୍ତ୍ତମାନ ସମ୍ପ୍ରସାରିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱାସ କରନ୍ତି ଯେ କୋ-ୱିନ ବିଶ୍ୱ ପାଇଁ ଏକ ମଡେଲ, ଏବଂ ଏଥିରେ ମୁଁ ଏକମତ।

ଡିଜିଟାଲ୍ ପେମେଣ୍ଟରେ ଭାରତର ଏହି ପଦକ୍ଷେପକୁ ବିଲ୍ ଗେଟ୍ସ ପ୍ରଶଂସା କରି କହିଛନ୍ତି ଯେ ମହାମାରୀ ସମୟରେ ଭାରତ ୨୦୦ ନିୟୁତ ମହିଳାଙ୍କ ସମେତ ୩୦୦ ନିୟୁତ ଲୋକଙ୍କୁ ଜରୁରୀକାଳୀନ ଡିଜିଟାଲ୍ ପେମେଣ୍ଟ ପ୍ରଦାନ କରିବାରେ ସକ୍ଷମ ହୋଇଥିଲା। ଏହା କେବଳ ସମ୍ଭବ କାରଣ ଭାରତ ଆର୍ଥିକ ଅନ୍ତର୍ଭୁକ୍ତିକୁ ଅଗ୍ରାଧିକାର ଦେଇଛି, ଏକ ଡିଜିଟାଲ୍ ଆଇଡି ସିଷ୍ଟମରେ ବିନିଯୋଗ (ଆଧାର କୁହାଯାଏ) ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ପାଇଁ ଅଭିନବ ପ୍ଲାଟଫର୍ମ ସୃଷ୍ଟି କରିଛି। ଏହା ଏକ ସ୍ମାରକପତ୍ର ଯେ ଆର୍ଥିକ ଅର୍ନ୍ତଭୁକ୍ତି ଏକ ଚମତ୍କାର ବିନିଯୋଗ ଅଟେ।

ଶ୍ରୀ ଗେଟ୍ସ “ଟିପ୍ପଣୀ” ରେ ମଧ୍ୟ ଭାରତର ସଫଳତା ବିଷୟରେ କହିଛନ୍ତି ଯେପରିକି ପିଏମ ଗତିଶକ୍ତି ମାଷ୍ଟରପ୍ଲାନ, ଜି -୨୦ ଅଧ୍ୟକ୍ଷତା, ଶିକ୍ଷା, ନବସୃଜନ, ରୋଗ ସହ ଲଢିବା ଏବଂ ମିଲେଟସକୁ ଆଗକୁ ନେବା ଇତ୍ୟାଦି।

ଶ୍ରୀ ଗେଟ୍ସ ବକ୍ତବ୍ୟ ଶେଷ କରି କହିଛନ୍ତି “ସ୍ୱାସ୍ଥ୍ୟ, ବିକାଶ ଏବଂ ଜଳବାୟୁରେ ଭାରତର ଅଗ୍ରଗତି ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସହ ମୋର ଆଲୋଚନା ମୋତେ ଅଧିକ ଆଶାବାଦୀ କରିଛି। ଯେତେବେଳେ ଆମେ ନବସୃଜନରେ ବିନିଯୋଗ କରୁଛୁ ସେତେବେଳେ ଦେଶ କ’ଣ ସମ୍ଭବ ଭାରତ ତାହା ଦର୍ଶାଉଛି। ମୁଁ ଆଶା କରୁଛି ଭାରତ ଏହି ପ୍ରଗତି ଜାରି ରଖିବ ଏବଂ ବିଶ୍ୱ ସହିତ ଏହାର ନବସୃଜନକୁ ସେୟାର କରିବ।”

Categories
ବିଶେଷ ଖବର

“ମିଶନ ମୋଡରେ ପର୍ଯ୍ୟଟନର ବିକାଶ” ଉପରେ ବଜେଟ୍‍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ମିଶନ ମୋଡରେ ପର୍ଯ୍ୟଟନର ବିକାଶ” ଉପରେ ଏକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି। କେନ୍ଦ୍ର ବଜେଟ୍ ୨୦୨୩ ରେ ଘୋଷିତ ପଦକ୍ଷେପଗୁଡ଼ିକୁ ଫଳପ୍ରଦ ଭାବରେ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ଦ୍ୱାରା ଆୟୋଜିତ ୧୨ ଟି ବଜେଟ୍ ପରବର୍ତ୍ତୀ ୱେବିନାରର ଏହା ହେଉଛି ସପ୍ତମ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଆଜିର ନୂତନ ଭାରତ ଏକ ନୂତନ କାର୍ଯ୍ୟ ସଂସ୍କୃତି ସହିତ ଆଗକୁ ବଢୁଛି। ଭାରତର ଲୋକମାନଙ୍କ ଦ୍ୱାରା ଚଳିତ ବର୍ଷର ବଜେଟ୍ ପ୍ରତି ଦେଖାଯାଇଥିବା ଆଗ୍ରହକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି। ପୂର୍ବ କାର୍ଯ୍ୟ ସଂସ୍କୃତି ଉପରେ ପ୍ରତିଫଳନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବଜେଟ୍ ପୂର୍ବରୁ ଏବଂ ପରେ ସମସ୍ତ ସହଯୋଗୀଙ୍କ ସହ ବର୍ତ୍ତମାନର ସରକାରଙ୍କ ଆଲୋଚନାର ମନୋଭାବ ନ ଥିଲେ ବଜେଟ୍ ପରବର୍ତ୍ତୀ ୱେବିନାର୍ ଭଳି ଅଭିନବ ଆୟୋଜନ ହୋଇ ନଥାନ୍ତା।

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ, ଏହି ୱେବିନାରଗୁଡିକର ମୂଳ ଉଦ୍ଦେଶ୍ୟ ହେଉଛି ବଜେଟର ସଫଳତାକୁ ସର୍ବାଧିକ କରିବା ସହିତ ଏହାର ଠିକ ସମୟରେ କାର୍ଯ୍ୟକାରୀ କରିବା। ବଜେଟ୍ ରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାରେ ଏହି ୱେବିନାରଗୁଡିକ ଉତପ୍ରେରକ ଭାବରେ କାର୍ଯ୍ୟ କରିଥାଏ ବୋଲି ଶ୍ରୀ ମୋଦୀ କହିଛନ୍ତି। ୨୦ ବର୍ଷରୁ ଅଧିକ ସମୟ ଧରି ସରକାରର ମୁଖ୍ୟ ଭାବରେ କାର୍ଯ୍ୟ କରିବାର ଅଭିଜ୍ଞତା ବିଷୟରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ର୍ନିଦ୍ଦିଷ୍ଟ ସମୟ ମଧ୍ୟରେ ସେତେବେଳେ ସଫଳତା ମିଳିବ ଯେତେବେଳେ ସମସ୍ତ ସହଯୋଗୀମାନେ ସରକାରଙ୍କ ଦ୍ୱାରା ନିଆଯାଇଥିବା କୌଣସି ରଣନୀତିକ ନିଷ୍ପତ୍ତି ସହିତ ନିଜକୁ ସାମିଲ କରିବେ। ବଜେଟ୍ ପରବର୍ତ୍ତୀ ୱେବିନାର୍ ମାଧ୍ୟମରେ ଏପର୍ଯ୍ୟନ୍ତ ଦିଆଯାଇଥିବା ପରାମର୍ଶରେ ସେ ଖୁସି ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ସୂଚିତ କରିଛନ୍ତି ଯେ ନୂତନ ଚିନ୍ତା କରିବା ଏବଂ ଭାରତରେ ପର୍ଯ୍ୟଟନକୁ ନୂତନ ଉଚ୍ଚତାକୁ ଆଣିବା ପାଇଁ ଯୋଜନା କରିବା ଆବଶ୍ୟକ। ପର୍ଯ୍ୟଟନ ସ୍ଥଳ ବିକଶିତ ହେବା ପୂର୍ବରୁ ମାନଦଣ୍ଡଗୁଡିକ ଉପରେ ଆଲୋକପାତ କରିବା ସହିତ ପ୍ରଧାନମନ୍ତ୍ରୀ ସେହି ସ୍ଥାନର ସମ୍ଭାବନା, ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରିବାର ସହଜତା ଏବଂ ଏହି ସ୍ଥାନକୁ ପ୍ରୋତ୍ସାହିତ କରିବାର ନୂତନ ସମ୍ଭାବନାକୁ ତାଲିକାଭୁକ୍ତ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାନଦଣ୍ଡଗୁଡିକ ଉପରେ ଗୁରୁତ୍ୱ ଦେବା ଭବିଷ୍ୟତ ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ। ପ୍ରଧାନମନ୍ତ୍ରୀ ଦେଶରେ ପର୍ଯ୍ୟଟନର ବିଶାଳ ପରିସର ଉପରେ ଆଲୋକପାତ କରିଥିଲେ ଏବଂ ଉପକୂଳ ପର୍ଯ୍ୟଟନ, ସମୁଦ୍ରକୂଳ ପର୍ଯ୍ୟଟନ, ହେନ୍ତାଳବନ ପର୍ଯ୍ୟଟନ, ହିମାଳୟ ପର୍ଯ୍ୟଟନ, ଦୁଃସାହସିକ ପର୍ଯ୍ୟଟନ, ବନ୍ୟଜନ୍ତୁ ପର୍ଯ୍ୟଟନ, ଇକୋ-ଟୁରିଜିମ୍‌, ଐତିହ୍ୟ ପର୍ଯ୍ୟଟନ, ଆଧ୍ୟାତ୍ମିକ ପର୍ଯ୍ୟଟନ, ବିବାହ ସ୍ଥଳ, ସମ୍ମିଳନୀ ମାଧ୍ୟମରେ ପର୍ଯ୍ୟଟନ ଏବଂ କ୍ରୀଡା ପର୍ଯ୍ୟଟନକୁ ତାଲିକାଭୁକ୍ତ କରିଥିଲେ। ସେ ରାମାୟଣ ସର୍କିଟ, ବୁଦ୍ଧ ସର୍କିଟ, କୃଷ୍ଣ ସର୍କିଟ, ଉତ୍ତର-ପୂର୍ବ ସର୍କିଟ, ଗାନ୍ଧୀ ସର୍କିଟ ଏବଂ ସମସ୍ତ ସାଧୁଙ୍କ ତୀର୍ଥଯାତ୍ରାର ଉଦାହରଣ ମଧ୍ୟ ଦେଇଛନ୍ତି ଏବଂ ଏହା ଉପରେ ମିଳିତ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷର ବଜେଟରେ ପ୍ରତିଯୋଗିତାମୂଳକ ଆବେଗ ତଥା ଆହ୍ୱାନର ମାର୍ଗ ମାଧ୍ୟମରେ ଭାରତର ଅନେକ ସ୍ଥାନ ଚିହ୍ନଟ କରାଯାଇଛି ଏବଂ ଲକ୍ଷ୍ୟସ୍ଥଳର ସାମଗ୍ରିକ ବିକାଶ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ବିଭିନ୍ନ ସହଯୋଗୀ କିପରି ନିୟୋଜିତ ହୋଇପାରିବେ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ପାଇଁ ଶ୍ରୀ ମୋଦୀ କହିଥିଲେ।

ପର୍ଯ୍ୟଟନ କେବଳ ଦେଶର ଉଚ୍ଚ ଆୟକାରୀ ଗୋଷ୍ଠୀ ସହିତ ଜଡିତ ଏକ ସୁନ୍ଦର ଶବ୍ଦ ବୋଲି ଥିବା କଥାକୁ ଖଣ୍ଡନ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ଶତାବ୍ଦୀ ଧରି ଯାତ୍ରା ଭାରତର ସାଂସ୍କୃତିକ ତଥା ସାମାଜିକ ଜୀବନର ଏକ ଅଂଶ ହୋଇଆସୁଥିଲା ଏବଂ ସେଠାରେ କୌଣସି ସମ୍ବଳ ନଥିଲେ ମଧ୍ୟ ଲୋକମାନେ ତୀର୍ଥଯାତ୍ରା କରୁଥିଲେ। ସେ ଚାର୍ ଧାମ ଯାତ୍ରା, ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଯାତ୍ରା, ୫୧ ଶକ୍ତିପୀଠ ଯାତ୍ରା ବିଷୟରେ ଉଦାହରଣ ଦେଇଛନ୍ତି ଏବଂ କହିଛନ୍ତି ଯେ ଏହା ଆମ ବିଶ୍ୱାସର ସ୍ଥାନଗୁଡ଼ିକୁ ଯୋଡିବା ସହିତ ଦେଶର ଏକତାକୁ ମଜବୁତ କରିବା ପାଇଁ ବ୍ୟବହୃତ ହୋଇଛି। ଦେଶର ବହୁ ବଡ ସହରର ସମଗ୍ର ଅର୍ଥନୀତି ଏହି ଯାତ୍ରା ଉପରେ ର୍ନିଭରଶୀଳ ବୋଲି ଉଲ୍ଲେଖ କରି କରି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ସ୍ୱାଧୀନତାର ଦଶନ୍ଧି ମଧ୍ୟରେ ଶହ ଶହ ବର୍ଷର ଦାସତ୍ୱ ଏବଂ ଏହି ସ୍ଥାନଗୁଡିକର ରାଜନୈତିକ ଅବହେଳା ଏହାର ମୂଳ କାରଣ ଯାହା ଦେଶକୁ କ୍ଷତି ପହଞ୍ଚାଇଥିଲା। ଆଜିର ଭାରତ ଏହି ପରିସ୍ଥିତିକୁ ବଦଳାଉଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଛନ୍ତି ଯେ ଏହି ସୁବିଧା ବୃଦ୍ଧି ଦ୍ୱାରା ପର୍ଯ୍ୟଟକଙ୍କ ମଧ୍ୟରେ ଆକର୍ଷଣ ବୃଦ୍ଧି ପାଇବ। ସେ ବାରାଣାସୀରେ କାଶୀ ବିଶ୍ୱନାଥ ଧାମର ଉଦାହରଣ ଦେଇଛନ୍ତି ଏବଂ ସୂଚନା ଦେଇଛନ୍ତି ଯେ ଏହାର ପୁନଃନିର୍ମାଣ ହେବାର ଏକ ବର୍ଷ ପୂର୍ବରୁ ପ୍ରାୟ ୮୦ ଲକ୍ଷ ଲୋକ ମନ୍ଦିର ପରିଦର୍ଶନ କରୁଥିଲେ, କିନ୍ତୁ ପୁନରୁଦ୍ଧାର ପରେ ଗତ ବର୍ଷ ଯାତ୍ରୀଙ୍କ ଆଗମନ ୭ କୋଟି ଅତିକ୍ରମ କରିଥିଲା।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ କେଦାରଘାଟୀରେ ପୁନଃ ର୍ନିମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ମାତ୍ର ୪-୫ ଲକ୍ଷ ତୁଳନାରେ ବର୍ତ୍ତମାନ ୧୫ ଲକ୍ଷ ଭକ୍ତ ବାବା କେଦାରଙ୍କୁ ଦେଖିବାକୁ ଯାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗୁଜୁରାଟର ପାଭଗଡରେ ନବୀକରଣ ପୂର୍ବରୁ ମାତ୍ର ୪ ରୁ ୫ ହଜାର ଲୋକଙ୍କ ବର୍ତ୍ତମାନ ତୁଳନାରେ ୮୦ ହଜାର ତୀର୍ଥଯାତ୍ରୀ ମା କାଳୀକାଙ୍କ ଦର୍ଶନ ପାଇଁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ସୁବିଧା ବୃଦ୍ଧି ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ବଢୁଥିବା ସଂଖ୍ୟା ଅର୍ଥ ରୋଜଗାର ଏବଂ ଆତ୍ମନିଯୁକ୍ତି ପାଇଁ ଅଧିକ ସୁଯୋଗ ସୃଷ୍ଟି କରିଥାଏ। ପ୍ରଧାନମନ୍ତ୍ରୀ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ଉପରେ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ଯେ ଏହା ସମାପ୍ତ ହେବାର ଏକ ବର୍ଷ ମଧ୍ୟରେ ୨୭ ଲକ୍ଷ ପର୍ଯ୍ୟଟକ ଏହି ସ୍ଥାନ ପରିଦର୍ଶନ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ବୃଦ୍ଧି ପାଉଥିବା ସୁବିଧା, ଭଲ ଡିଜିଟାଲ ସଂଯୋଗ, ଭଲ ହୋଟେଲ ଏବଂ ଡାକ୍ତରଖାନା, ଅପରିଷ୍କାର ଚିହ୍ନ ନରହିଲେ ଏବଂ ଉତ୍କୃଷ୍ଟ ଭିତ୍ତିଭୂମି ସହିତ ଭାରତର ପର୍ଯ୍ୟଟନ କ୍ଷେତ୍ର ବହୁଗୁଣ ବୃଦ୍ଧି କରାଯାଇପାରିବ।

ପ୍ରଧାନମନ୍ତ୍ରୀ ଗୁଜୁରାଟର ଅହମ୍ମଦାବାଦରେ ଥିବା କାଙ୍କାରିଆ ହ୍ରଦ ପ୍ରକଳ୍ପ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଏବଂ ହ୍ରଦର ପୁନଃ ର୍ନିମାଣ ବ୍ୟତୀତ ଖାଦ୍ୟ ଷ୍ଟଲରେ କାର୍ଯ୍ୟ କରୁଥିବା ଲୋକଙ୍କର ଦକ୍ଷତା ବିକାଶ କରାଯାଇଛି ବୋଲି ସୂଚନା ଦେଇଛନ୍ତି। ଆଧୁନିକ ଭିତ୍ତିଭୂମି ସହିତ ସ୍ୱଚ୍ଛତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ଉପଯୁକ୍ତ ପ୍ରବେଶ ଶୁଳ୍କ ସତ୍ତ୍ୱେ ପ୍ରତିଦିନ ପ୍ରାୟ ୧୦,୦୦୦ ଲୋକ ଏହି ସ୍ଥାନ ପରିଦର୍ଶନ କରନ୍ତି ବୋଲି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳୀ ମଧ୍ୟ ନିଜର ରାଜସ୍ୱ ମଡେଲ ବିକାଶ କରିପାରିବେ।

ଆମର ଗ୍ରାମଗୁଡିକ ପର୍ଯ୍ୟଟନର କେନ୍ଦ୍ର ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ଭିତ୍ତିଭୂମିର ଉନ୍ନତି ହେତୁ ଦୂର ଗ୍ରାମଗୁଡ଼ିକ ପର୍ଯ୍ୟଟନ ମାନଚିତ୍ରରେ ଆସୁଛନ୍ତି। ସେ ସୂଚନା ଦେଇଛନ୍ତି ଯେ ସୀମାରେ ଅବସ୍ଥିତ ଗ୍ରାମଗୁଡିକ ପାଇଁ କେନ୍ଦ୍ର ସରକାର ଉନ୍ନତ ଗ୍ରାମ ଯୋଜନା ଆରମ୍ଭ କରିଛନ୍ତି ଏବଂ ଘରେ ରହିବା, ଛୋଟ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଭଳି ବ୍ୟବସାୟକୁ ସମର୍ଥନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଭାରତରେ ବଢୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭାରତ ପ୍ରତି ବୃଦ୍ଧି ପାଉଥିବା ଆକର୍ଷଣକୁ ଲକ୍ଷ୍ୟ କରି ସୂଚନା ଦେଇଛନ୍ତି ଯେ ଗତ ବର୍ଷ ଜାନୁଆରୀରେ ମାତ୍ର ୨ ଲକ୍ଷ ତୁଳନାରେ ଚଳିତ ବର୍ଷ ଜାନୁଆରୀରେ ୮ ଲକ୍ଷ ବିଦେଶୀ ପର୍ଯ୍ୟଟକ ଭାରତ ଆସିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଏହିପରି ପର୍ଯ୍ୟଟକଙ୍କୁ ତାଲିକା ପ୍ରସ୍ତୁତ କରିବା ଏବଂ ସର୍ବାଧିକ ଖର୍ଚ୍ଚ କ୍ଷମତା ଥିବା ଦେଶକୁ ଆକର୍ଷିତ କରିବା ପାଇଁ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ ସୂଚନା ଦେଇଛନ୍ତି ଯେ ଭାରତକୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ହାରାହାରି ୧୭୦୦ ଡଲାର ଖର୍ଚ୍ଚ କରୁଥିବାବେଳେ ଆନ୍ତର୍ଜାତୀୟ ଯାତ୍ରୀମାନେ ଆମେରିକାରେ ହାରାହାରି ୨୫୦୦ ଡଲାର ଏବଂ ଅଷ୍ଟ୍ରେଲିଆରେ ପ୍ରାୟ ୫୦୦୦ ଡଲାର ଖର୍ଚ୍ଚ କରୁଛନ୍ତି।

ସେ କହିଛନ୍ତି ଯେ, ଅଧିକ ଖର୍ଚ୍ଚ କରୁଥିବା ପର୍ଯ୍ୟଟକଙ୍କୁ ଦେବାପାଇଁ ଭାରତ ନିକଟରେ ବହୁତ କିଛି ଅଛି। ଏହି ଚିନ୍ତାଧାରା ସହିତ ସମାନ ହେବା ପାଇଁ ପ୍ରତ୍ୟେକ ରାଜ୍ୟ ପର୍ଯ୍ୟଟନ ନୀତିରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ମାସ ମାସ ଧରି ଦେଶରେ କ୍ୟାମ୍ପ କରୁଥିବା ପକ୍ଷୀ ପର୍ଯ୍ୟବେକ୍ଷକଙ୍କ ଉଦାହରଣ ଦେଇଥିଲେ ଏବଂ ଏହିପରି ସମ୍ଭାବ୍ୟ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିବା ପାଇଁ ନୀତି ପ୍ରଣୟନ କରାଯିବା ଉଚିତ ବୋଲି କହିଥିଲେ।

ପର୍ଯ୍ୟଟନ କ୍ଷେତ୍ରର ମୌଳିକ ଆହ୍ୱାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏଠାରେ ଦକ୍ଷ ପର୍ଯ୍ୟଟକ ଗାଇଡଙ୍କ ଅଭାବକୁ ଦର୍ଶାଇଥିଲେ ଏବଂ ଗାଇଡ୍ ପାଇଁ ସ୍ଥାନୀୟ କଲେଜଗୁଡ଼ିକରେ ସାର୍ଟିଫିକେଟ୍ ପାଠ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ପରାମର୍ଶ ଦେଇଛନ୍ତି ଯେ ଏକ ର୍ନିଦ୍ଦିଷ୍ଟ ପର୍ଯ୍ୟଟନ ସ୍ଥଳରେ କାର୍ଯ୍ୟ କରୁଥିବା ଗାଇଡ ମାନଙ୍କର ମଧ୍ୟ ଏକ ର୍ନିଦ୍ଦିଷ୍ଟ ପୋଷାକ କିମ୍ବା ୟୁନିଫର୍ମ ରହିବା ଉଚିତ ଯାହା ଦ୍ୱାରା ପର୍ଯ୍ୟଟକମାନେ ପ୍ରଥମ ଦେଖାରେ ସେମାନଙ୍କୁ ଜାଣିପାରିବେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଜଣେ ପର୍ଯ୍ୟଟକଙ୍କ ମନ ପ୍ରଶ୍ନରେ ପରିପୂର୍ଣ୍ଣ ଏବଂ ଗାଇଡ୍ ସେମାନଙ୍କୁ ସେହି ସମସ୍ତ ପ୍ରଶ୍ନର ଉତ୍ତର ପାଇବାରେ ସାହାଯ୍ୟ କରିପାରିବେ।

ପ୍ରଧାନମନ୍ତ୍ରୀ ଉତ୍ତରପୂର୍ବରେ ବିଦ୍ୟାଳୟ ଏବଂ କଲେଜ ଯାତ୍ରାକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଯାହା ଦ୍ୱାରା ଅଧିକ ଲୋକ ସଚେତନ ହୋଇ ପର୍ଯ୍ୟଟକଙ୍କ ପାଇଁ ଭିତ୍ତିଭୂମି ତଥା ସୁବିଧାର ବିକାଶ ଆରମ୍ଭ କରିବେ। ସେ ବିବାହ ସ୍ଥଳ ତଥା କ୍ରୀଡା ଗନ୍ତବ୍ୟସ୍ଥଳକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଏହିପରି ୫୦ ଟି ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଉତ୍ସାହିତ କରି କହିଛନ୍ତି ଯେ ପୃଥିବୀର ପ୍ରତ୍ୟେକ ପର୍ଯ୍ୟଟକ ତାଙ୍କ ଯାତ୍ରାରେ ଭାରତ ଗସ୍ତରେ ଆସିବାକୁ ବାଧ୍ୟ। ମିଳିତ ଜାତିସଂଘରେ ତାଲିକାଭୁକ୍ତ ସମସ୍ତ ଭାଷାରେ ପର୍ଯ୍ୟଟନ ସ୍ଥଳ ପାଇଁ ଆପ୍ ବିକାଶ ବିଷୟରେ ସେ ଉଲ୍ଲେଖ କରିଛନ୍ତି।

ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏହି ୱେବିନାର୍ ପର୍ଯ୍ୟଟନ ସହ ଜଡିତ ପ୍ରତ୍ୟେକ ଦିଗକୁ ଗମ୍ଭୀରତାର ସହ ବିଚାର କରିବ ଏବଂ ଉନ୍ନତ ସମାଧାନର ରାସ୍ତା ବାହାର କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି, ରିଅଲ୍ ଇଷ୍ଟେଟ୍ ବିକାଶ, ଭିତ୍ତିଭୂମି ଏବଂ ବୟନଶିଳ୍ପ ଭଳି ଦେଶରେ ପର୍ଯ୍ୟଟନର ସମାନ ସମ୍ଭାବନା ଅଛି।

Categories
ବିଶେଷ ଖବର

ସହରୀ ଯୋଜନା, ବିକାଶ ଓ ପରିମଳ ଉପରେ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଯୋଜନା କୈନ୍ଦ୍ରିକ ସହରୀ ବିକାଶ’ ଉପରେ ବଜେଟ ପର ଏକ ୱେବିନାରରେ ଆଜି (ତା୦୧.୦୩. ୨୦୨୩) ଅଭିଭାଷଣ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ବଜେଟ୍‌-୨୦୨୩ ରେ ଘୋଷିକ ବିଭିନ୍ନ ପଦକ୍ଷେପ ଉପରେ ଜନସାଧାରଣ ପ୍ରସ୍ତାବମାନ ଦେବାକୁ ତଥା ଏହାର କାର୍ଯ୍ୟକାରିତାର ସୁଖମତା ନିମନ୍ତେ ସରକାର ଏହି ୱେବିନାର ଆୟୋଜନ କରୁଛନ୍ତି। ସରକାର ଆୟୋଜନ କରିଥିବା ମୋଟ ୧୨ଟି ୱେବିନାର ମଧ୍ୟରୁ ଆଜିର ଏହା ଷଷ୍ଠ ୱେବିନାର।

ସମବେତ ଅଂଶଗ୍ରହଣକାରୀଙ୍କୁ ଉଦ୍‌ବୋଧନ ଦେଇ ସ୍ୱାଧୀନତାର ଏତେବର୍ଷ ପରେ ମଧ୍ୟ ମାତ୍ର ଗୋଟିଏ-ଦୁଇଟି ସହରର ବିକାଶ ହୋଇଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ସ୍ୱାଧୀନତାର ୭୫ବର୍ଷରେ ଯଦି ଦେଶରେ ୭୫ଟି ସହର ବିକାଶ ଘଟିଥାନ୍ତା, ତେବେ ସମଗ୍ର ବିଶ୍ୱରେ ଭାରତର ସ୍ଥିତି ପୁରାପୁରି ଅଲଗା ହୋଇଥାନ୍ତା। ଏକ ବିଂଶ ଶତାବ୍ଦୀରେ ପରିବେଶର ଯେପରି ଦ୍ରୁତ ବିକାଶ ଘଟୁଛି,  ଯୋଜନାବଦ୍ଧ ନଗରୀ ନିର୍ମାଣ ବର୍ତ୍ତମାନର ଆବଶ୍ୟକତା ବୋଲି ସେ କହିଥିଲେ। ନୂତନ ନଗରୀଗୁଡିକର ବିକାଶ ସହ ବର୍ତ୍ତମାନ ଥିବା ନଗରୀଗୁଡିକରେ ସେବାର ଆଧୁନିକୀକରଣ ସହରୀ ବିକାଶର ଦୁଇଟି ପ୍ରମୁଖ ଦିଗ ବୋଲି କହି ଦେଶର ପ୍ରତ୍ୟେକ ବଜେଟ୍‌ରେ ସହରାଞ୍ଚଳ ବିକାଶ ଉପରେ,  ଦିଆଯାଇଥିବା ଧ୍ୟାନ ଉପରେ ଆଲୋକପାତ କରିଥିଲେ। ସହରାଞ୍ଚଳ ବିକାଶର ମାନ ଉନ୍ନତ କରିବା ପାଇଁ ଚଳିତବର୍ଷ ବଜେଟ୍‌ରେ ୧୫,୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ଓ ଏହା ଯୋଜନାବଦ୍ଧ ସହରୀକରଣରେ ଯଥେଷ୍ଟ ସହାୟକ ବୋଲି ସେ ଆସ୍ଥା ପ୍ରକଟ କରିଥିଲେ।

ସହରାଞ୍ଚଳ ବିକାଶରେ ଯୋଜନା ଓ ଶାସନ କଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ନଗରୀଗୁଡିକ ବିକାଶ ପାଇଁ ଦୁର୍ବଳ ଯୋଜନା ଓ ତ୍ୱରାନ୍ୱିତ କରିବାରେ ଅବହେଳା ଦେଶର ବିକାଶ ଯାତ୍ରା ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି କରିବ। ସ୍ଥାନ ସମ୍ବନ୍ଧୀୟ ଯୋଜନା, ପରିବହନ ଯୋଜନା ଓ ସହରାଞ୍ଚଳ ଭିତ୍ତିଭୂମିକୁ ନେଇ ଅତ୍ୟନ୍ତ ଗୁରୁତ୍ୱର ସହ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ୱେବିନାରର ଅଂଶ ଗ୍ରହଣକାରୀଙ୍କୁ ନିବେଦନ କରି ସେ ମୁଖ୍ୟତଃ ତିନିଟି ପ୍ରଶ୍ନକୁ ପ୍ରାଧାନ୍ୟ ଦେଇ ସହରାଞ୍ଚଳ ଯୋଜନା ବାତାବରଣକୁ ରାଜ୍ୟରେ ମଜବୁତ କରିବାକୁ କହିଥିଲେ। ଦ୍ୱିତୀୟତଃ ଘରୋଇ କ୍ଷେତ୍ରରେ ଉପଳବ୍ଧ ବିଶେଷଜ୍ଞତାକୁ ସହରୀ ଯୋଜନାରେ ପ୍ରୟୋଗ କରିବା ଓ ଶେଷରେ ସହରୀ ବିକାଶ ଯୋଜନାକୁ ନୂତନ ସ୍ତରକୁ ଉନ୍ନୀତ କରିବା ପାଇଁ ଉତ୍କର୍ଷ କେନ୍ଦ୍ରର ବିକାଶ କରିବା। ଯୋଜନାବଦ୍ଧ ସହରାଞ୍ଚଳ ନକ୍ସା ପ୍ରସ୍ତୁତ କରି ପ୍ରତ୍ୟେକ ରାଜ୍ୟ ସରକାର ଓ ସ୍ୱାୟତ୍ତ ଶାସନ ସଂସ୍ଥା ଏକ ବିକଶିତ ଭାରତ ଗଠନ ଦିଗରେ ସେମାନଙ୍କ ଅବଦାନ ଦେଇପାରିବେ। “ସହରୀ ଯୋଜନା ଆମ ନଗରୀ ଗୁଡିକର ଭାଗ୍ୟ ଅମୃତକାଳ ନିର୍ଣ୍ଣେୟ କରିବ ଓ କେବଳ ଉନ୍ନତ ଯୋଜନାବଦ୍ଧ ନଗରୀ ଦେଶର ଭାଗ୍ୟ ନିର୍ଦ୍ଧାରଣ କରିବ” ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ।

ଆମର ନଗରୀଗୁଡିକରେ ଜଳବାୟୁ ନମନୀୟତା ଓ ଜଳ ସୁରକ୍ଷା ପ୍ରଦାନ କେବଳ ଉନ୍ନତ ଯୋଜନା ଦ୍ୱାରା ହିଁ ହୋଇପାରିବ ବୋଲି ସେ କହିଥିଲେ।

ନୂଆ ନୂଆ ଚିନ୍ତାଧାରା ଦେବାକୁ ସେ ବିଶେଷଜ୍ଞମାନଙ୍କୁ ଅନୁରୋଧ କରିବା ସହ ସେମାନେ ଜିଆଇଏସ୍ ଭିତ୍ତିକ ବୃହତ୍ ଯୋଜନା, ବିଭିନ୍ନ  ଯୋଜନା ପଦ୍ଧତିର ବିକାଶ, ମଜବୁତ ମାନବ ସମ୍ବଳ ଓ ସାମର୍ଥ୍ୟ ବୃଦ୍ଧି ଉପରେ ଆଲୋକପାତ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ସେମାନଙ୍କ ଅଭିଜ୍ଞତା ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକୁ ଅନେକ ସୁଯୋଗ ପ୍ରଦାନ କରିବ ବୋଲି ସେ କହିଥିଲେ।

ପରିବହନ ଯୋଜନା ନଗରବିକାଶର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଓ ଆମ ନଗରୀ ଗୁଡିକର ପରିବର୍ତ୍ତନଶୀଳତା ନିରବଚ୍ଛିନ୍ନ ଭାବେ ରହିବା ଆବଶ୍ୟକ। ୨୦୧୪ ମସିହା ପୂର୍ବ ମେଟ୍ରୋ ସଂଯୋଗୀକରଣ ଉପରେ ଆଲୋକପାତ କରି ସେ କହିଥିଲେ ଯେ ବର୍ତ୍ତମାନ ସରକାର ମେଟ୍ରୋ ସଂଯୋଗୀକରଣ କାର୍ଯ୍ୟ ଅନେକ ନଗରୀରେ କରୁଛନ୍ତି  ଓ ଏହା ଅନେକ ଦେଶଗୁଡିକୁ ଏ କ୍ଷେତ୍ରରେ ପଛରେ ପକାଇ ଦେଇଛି। ମେଟ୍ରୋ ବ୍ୟବସ୍ଥାକୁ ମଜବୁତ କରିବା ସହ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଯୋଗୀକରଣ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ନଗରୀଗୁଡିକରେ ସଡକ ପ୍ରଶସ୍ତିକରଣ, ଯାତ୍ରାରେ ଶବ୍ଦ ଓ ବାୟୁ ପ୍ରଦୂଷଣ ହ୍ରାସ (ଗ୍ରୀନ ମୋବିଲିଟି), ରାସ୍ତା, ସୌନ୍ଦର୍ଯ୍ୟକରଣ ଓ ଜଙ୍କସନଗୁଡିକର ବିକାଶ ପରିବହନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ବୋଲି ସେ କହିଥିଲେ।

“ଭାରତ ଚକ୍ରୀୟ ଅର୍ଥନୀତିକୁ ସହରୀ ବିକାଶର ମୁଖ୍ୟ ଭିତ୍ତି କରୁଛି” ବୋଲି କହି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ୟାଟେରୀ ବର୍ଜ୍ୟ, ବିଦ୍ୟୁତ ବର୍ଜ୍ୟ, ଯାନବାହନ ବର୍ଜ୍ୟ, ଟାୟାର ଓ ଖତ ପାଇଁ ବ୍ୟବହୃତ ବର୍ଜ୍ୟ ଭଳି ପୌରସଂସ୍ଥାର ହଜାର ହଜାର ଟନ୍ ବର୍ଜ୍ୟବସ୍ତୁ ଆମର ସୃଷ୍ଟି ହେଉଛି।

୨୦୧୪ରେ ଶତକଡା ୧୪ରୁ ୧୫ଭାଗ ବର୍ଜ୍ୟ ପରିଚାଳନା ହେଉଥିବାବେଳେ ବର୍ତ୍ତମାନ ପ୍ରାୟ ଶତକଡା ୭୫ଭାଗ ବର୍ଜ୍ୟ ପରିଚାଳନା ହେଉଛି। ଆଗରୁ ପଦକ୍ଷେପ ନିଆଯାଇଥିଲେ ନଗରୀଗୁଡିକର ଶେଷ ଭାଗରେ ପାହାଡ ଆକାରରେ ଆବର୍ଜନା ଜମା ହୋଇ ନ ଥାନ୍ତା। ବର୍ତ୍ତମାନ ନଗରୀଗୁଡିକୁ କୁଢ କୁଢ ଆବର୍ଜନାରୁ ମୁକ୍ତ କରିବା ପାଇଁ ବର୍ଜ୍ୟ ପରିଚାଳନା କରାଯିବା ସହ ପୁନଃ ପ୍ରକ୍ରିୟା କରଣ ଓ ଚକ୍ରୀୟ ବ୍ୟବସ୍ଥା ନିମନ୍ତେ ଅନେକ ଶିଳ୍ପାନୁଷ୍ଠାନଗୁଡିକୁ ସୁଯୋଗ ମଧ୍ୟ ମିଳୁଛି। ଏ ଦିଗରେ ବିରାଟ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍‌ଗୁଡିକୁ ସମସ୍ତେ ସମର୍ଥନ କରିବା ପାଇଁ ଶ୍ରୀ ମୋଦୀ ନିବେଦନ କରିଥିଲେ। ଶିଳ୍ପାନୁଷ୍ଠାନ ଗୁଡିକ ବର୍ଜ୍ୟ ପରିଚାଳନା ପାଇଁ ଅଧିକରୁ ଅଧିକ ଯୋଗଦେବା ଉଚିତ। ନଗରୀଗୁଡିକ ନିର୍ମଳ ପାନୀୟ ଜଳ ଯୋଗାଇବା ପାଇଁ ସଫଳ ହୋଇଥିବା ଅମୃତ ଯୋଜନା ଅମୃତ-୨.୦ ଭାବେ ପୁଣି ଆରମ୍ଭ କରାଯାଇଛି। ଜଳ ଓ ଆବର୍ଜନା ନିଷ୍କାସନ ପାରମ୍ପାରିକ ପଦ୍ଧତିର ଆଗକୁ ଯାଇ ବର୍ତ୍ତମାନ କେତେକ ନଗରୀରେ ବ୍ୟବହୃତ ଜଳର ପ୍ରକ୍ରିୟାକରଣ ହୋଇ ତାହା ଶିଳ୍ପର ବ୍ୟବହାରରେ ଲାଗୁଛି।

“ଆମର ନୂତନ ନଗରୀଗୁଡିକ ନିଶ୍ଚିତଭାବେ ଆର୍ବଜନା ମୁକ୍ତ , ସୁରକ୍ଷିତ ଜଳ ଓ ଜଳବାୟୁ ନମନୀୟ ହେବା ଦରକାର ବୋଲି ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ଟୁ-ଟାୟାର ଓ ଥ୍ରୀ-ଟାୟାର ନଗରୀଗୁଡିକରେ ସହରୀ ଭିତ୍ତିଭୂମି ଓ ଯୋଜନା ବାବଦ ପୁଞ୍ଜି ବିନିଯୋଗ ଅଧିକ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଆମର ଭବିଷ୍ୟତରେ ନଗରୀ ଗୁଡିକ ପାଇଁ ସ୍ଥାପତ୍ୟ,  ଶୂନ୍ୟ ବର୍ଜ୍ୟ ନିଷ୍କାସନ ମଡେଲ, ଶକ୍ତି ସାପେକ୍ଷ, ଭୂମି ବ୍ୟବହାରରେ ସାମର୍ଥ୍ୟ, ଟ୍ରାନଜିଟ୍ କରିଡର ଓ ଜନ ସେବାରେ କୃତ୍ରିମ ମେଧା ମାନଦଣ୍ଡ ହେବା ଆବଶ୍ୟକ। ସହରୀ ଯୋଜନାରେ ଖେଳ ପଡିଆ ଓ ପିଲାମାନଙ୍କ ପାଇଁ ସାଇକେଲ ଚଲା ପଥ ରଖିବା ଆବଶ୍ୟକ ବୋଲି ସେ କହିଥିଲେ।

“ ସରକାର କରୁଥିବା ଯୋଜନା ଓ ନୀତି କେବଳ ନଗରବାସୀଙ୍କ ଜୀବନରେ ସ୍ୱାଚ୍ଛ୍‌ନ୍ଦ୍ୟ, ଆଣିବା ଉଚିତ ନୁହେଁ, ବରଂ ଏହା ସେମାନଙ୍କ ନିଜର ବିକାଶରେ ସହାୟକ ହେବା ଦରକାର” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଚଳିତବର୍ଷ ବଜେଟରେ ପିଏମ୍ ଆବାସ ଯୋଜନା ବାବଦ ୮୦, ୦୦୦କୋଟି ଟଙ୍କାର ବ୍ୟୟବରାଦ ପ୍ରସଙ୍ଗ ଉତଥାପନ କରି ଏଥିପାଇଁ ସିମେଣ୍ଟ, ଇସ୍ପାତ, ରଙ୍ଗ ଓ ଆସବାବପତ୍ରର ଶିଳ୍ପ ମଧ୍ୟ ଲାଭ ପାଇବେ। ସହରାଞ୍ଚଳ ବିକାଶରେ ଭବିଷ୍ୟତ ପ୍ରଯୁ୍‌କ୍ତି ବିଦ୍ୟାର କ୍ରମବର୍ଦ୍ଧିଷ୍ଣୁ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏ ଦିଗରେ ତୁରନ୍ତ ଚିନ୍ତା କରିବାକୁ ଷ୍ଟାର୍ଟଅପ୍ ଓ ଶିଳ୍ପସଂସ୍ଥାଗୁଡିକୁ ନିବେଦନ କରିଥିଲେ। ଆମକୁ ପାଖରେ ଥିବା ସମ୍ଭାବନାଗୁଡିକର ସୁବିଧା ନେବା ସହ ଭବିଷ୍ୟତର ସମ୍ଭାବନା ପ୍ରତି ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ। ନିରନ୍ତର ଆବାସ ପ୍ରଯୁକ୍ତିରୁ ନିରନ୍ତର ଓ ସ୍ଥାୟୀ ନଗରୀ ପର୍ଯ୍ୟନ୍ତ ଆମକୁ ନୂତନ ସମାଧାନ ପନ୍ଥା ବାହାର କରିବାକୁ ହେବ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜୀବନ ଜିଇଁବାର ଢଙ୍ଗ ବଦଳାଇଦେବ ୫ଜି: ଆକାଶ ଅମ୍ବାନି

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ, ୫ଜି ପ୍ରଯୁକ୍ତିରେ ଭାରତୀୟଙ୍କ ଜୀବନ ଜିଇଁବାର ଢଙ୍ଗ ବଦଳାଇପାରିବାର ଶକ୍ତି ରହିଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ ବଜେଟ୍ ପରବର୍ତ୍ତୀ ୱେବିନାର୍‌କୁ ସମ୍ବୋଧିତ କରି ଆକାଶ ଏହା କହିଛନ୍ତି। ମଙ୍ଗଳବାର ଏହି ୱେବିନାର୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିଲେ।

ଜିଓ ପକ୍ଷରୁ ୫ଜି ନେଟ୍‌ୱର୍କର ଶୁଭାରମ୍ଭ ସାରା ବିଶ୍ୱର ସବୁଠୁ ବଡ଼ ୫ଜି ଶୁଭାରମ୍ଭ ଥିଲା ବୋଲି ଆକାଶ ଅମ୍ବାନି କହିଛନ୍ତି। ମାତ୍ର ୫ ମାସ ଭିତରେ ଜିଓ ପକ୍ଷରୁ ପ୍ରାୟ ୪୦ ହଜାର ଟାୱାର ସାଇଟ୍‌ସରେ ୨.୫ ଲକ୍ଷ ୫ଜି ସେଲ୍‌ସ ଲଗାଯାଇଛି। ରିଲାଏନ୍ସ ଜିଓର ଏହି ବଡ଼ ଭିତିଭୂମି ଦ୍ୱାରା ପରିଚାଳିତ କଂପାନିର ଟ୍ରୁ-୫ଜି ସେବା ୨୭୭ ସହରରେ ପହଂଚିଛି। ଆକାଶ ଅମ୍ବାନି ସ୍ପଷ୍ଟ କରିଛନ୍ତି ଯେ ୨୦୨୩ ସୁଦ୍ଧା ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବା ସବୁ ତାଲୁକା, ସବୁ ସହର ଏବଂ ସବୁ ଗାଁରେ ଉପଲବ୍ଧ ହେବ।

ବିଭିନ୍ନ କ୍ଷେତ୍ରରେ ୫ଜି ପ୍ରଯୁକ୍ତି କିଭଳି ବ୍ୟବହାର ହୋଇପାରିବ ଏବଂ ଆମ ଜୀବନ ଉପରେ ତାହାର କ’ଣ ପ୍ରଭାବ ରହିବ ସେ ସମ୍ପର୍କରେ ଆକାଶ ଅମ୍ବାନି ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଗେମିଂଠାରୁ ସ୍ମାର୍ଟ ସିଟି ପର୍ଯ୍ୟନ୍ତ ୫ଜିର ଉପଯୋଗିତା ବିଷୟରେ ସେ ପ୍ରକାଶ କରିଥିଲେ। ଆକାଶ କହିଛନ୍ତି ଯେ ୫ଜିର ଲାଭ ହାସଲ କରିବା ଲାଗି ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପିଡିଏସ ଚାଉଳରେ ଅପମିଶ୍ରିତ ଖବରର ତଦନ୍ତ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟରେ ବଣ୍ଟନ ହେଉଥିବା ପିଡିଏସ ଚାଉଳ ଅପମିଶ୍ରିତ ହେବା ଖବରର ତୁରନ୍ତ ତଦନ୍ତ କରିବା ସହ ପୁଷ୍ଟିଯୁକ୍ତ ଚାଉଳର ବଣ୍ଟନ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ଯୋଗାଣ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗରିବ କଲ୍ୟାଣ ବିଚାରରେ କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ଯୋଗାଣ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ଭାରତବର୍ଷର କୋଟି କୋଟି ଲୋକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରୁଛି। ଏହି ଯୋଜନାର ପ୍ରମୁଖ ଲାଭାର୍ଥୀ ଓଡ଼ିଶା ହୋଇଛି। ପ୍ରାୟ ୩.୨୫ କୋଟି ହିତାଧିକାରୀଙ୍କୁ ଏହି ଯୋଜନାରେ ଚାଉଳ ପ୍ରଦାନ କରାଯାଉଛି।

ମାତ୍ର ନିକଟରେ କୋରାପୁଟ ଜିଲ୍ଲାର ଲମତାପୁଟ, ବାଲେଶ୍ୱରର ସଦର ବ୍ଲକ ତଥା ସୁନ୍ଦରଗଡ଼ ଜିଲ୍ଲାର ବଡବାହାଲ ଠାରେ ପିଡିଏସ କାର୍ଯ୍ୟକ୍ରମ ଅନ୍ତର୍ଗତ ଦିଆଯାଉଥିବା ଚାଉଳ ନେଇ ଜନସାଧାରଣଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ପୂର୍ବରୁ ମିଳୁଥିବା ଚାଉଳ ଏବଂ ବର୍ତ୍ତମାନ ମିଳୁଥିବା ଚାଉଳରେ ପ୍ରାର୍ଥକ୍ୟ ରହିଥିବା କୁହାଯାଉଛି। ବର୍ତ୍ତମାନ ମିଳୁଥିବା ଚାଉଳ ପାଣିରେ ଭିଜିବା ପରେ ତଳେ ରହିବା ପରିବର୍ତ୍ତେ ଉପରେ ଭାସମାନ ଅବସ୍ଥାରେ ରହୁଛି ଏବଂ ରନ୍ଧାଶୈଳି ଓ ସ୍ୱାଦ ମଧ୍ୟ ଭିନ୍ନ ରହୁଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି କାରଣରୁ ପିଡିଏସ ମାଧ୍ୟମରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ କରାଯାଉଥିବା ନେଇ ଗୁଜବ ସୃଷ୍ଟି କରାଯାଉଛି। ଏହା ଦ୍ୱାରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ଲୋକଙ୍କ ମଧ୍ୟମରେ ନିଜ ସ୍ୱାସ୍ଥ୍ୟ ନେଇ ଚିନ୍ତାପ୍ରକାଶ ପାଇଛି।

ଅପରପକ୍ଷରେ ଜାନୁଆରୀ ମାସରୁ ପୁଷ୍ଟି ଏବଂ ଭିଟାମିନ୍ ଯୁକ୍ତ ଚାଉଳ ପିଡିଏସରେ ପ୍ରଦାନ କରାଯାଉଥିବା ଚାଉଳ ସହ ମିଶାଯାଇ ବଣ୍ଟନ କରାଯାଉଥିବା ନେଇ ସୂଚନା ଦିଆଯାଇଛି। ଚାଉଳର ସ୍ୱାଦ ଓ ଦାନା ଭିନ୍ନ ଥିବାରୁ ହିତାଧିକାରୀଙ୍କ ମନରେ ସମ୍ଭବତଃ ଦ୍ୱନ୍ଦ ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି। ସାଧାରଣ ଯୋଗାଣ ବିଭାଗ ଦ୍ୱାରା ଏହାକୁ ତଦନ୍ତ କରିବା ସହ ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ଏହି ବିଷୟର ତଦନ୍ତ କରିବା ପାଇଁ ମନ୍ତ୍ରଣାଳୟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ହସ୍ତକ୍ଷେପ କରିବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଏହାସହ ହିତାଧିକାରୀଙ୍କ ମଧ୍ୟରେ ପିଡିଏସରେ ଦିଆଯାଉଥିବା ପୁଷ୍ଟିଯୁକ୍ତ ଚାଉଳର ସନ୍ଦେହକୁ ଦୂର କରିବା ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ଜୀବନ ଶୈଳୀ

କୋଟି କୋଟି ଚାଷୀଙ୍କୁ ହୋଲି ଉପହାର, କୃଷକଙ୍କୁ ୧୩ ତମ କିସ୍ତି ପଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ହୋଲି ପର୍ବ ପୂର୍ବରୁ ମୋଦୀ ସରକାର ଚାଷୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବେଲାଗାଭିରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ୧୩ ତମ କିସ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ ବଟନ୍ ଦବାଇ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଟ୍ରାନ୍ସଫର କରିଛନ୍ତି। ଏହି ଯୋଜନା ଅଧୀନରେ ୮ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୬ ହଜାର କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରାଯାଇଛି। କିଷାନଙ୍କ ୧୩ ତମ କିସ୍ତି ମୁକ୍ତ ହେବା ପରେ ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ଆଉ ଏକ କିସ୍ତି ପଠାଯାଇଛି। ବିରୋଧୀ ଦଳ କଂଗ୍ରେସ ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ, କଂଗ୍ରେସ ଶାସନ ସମୟରେ ଟଙ୍କା ଅଦୃଶ୍ୟ ହୋଇଯାଉଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ହୋଲି ପର୍ବ ପୂର୍ବରୁ ଆମେ ଚାଷୀଙ୍କୁ ହୋଲି ଉପହାର ଦେଇଛୁ।

ଯଦି ଆପଣଙ୍କୁ ଟଙ୍କା ମିଳିନାହିଁ, ତେବେ କ’ଣ କରିବେ?:

ଯଦି ଆପଣଙ୍କ ଆକାଉଣ୍ଟରେ ଟଙ୍କା ଆସିନାହିଁ, ତେବେ ସର୍ବପ୍ରଥମେ ଯାଞ୍ଚ କରନ୍ତୁ ଯେ ଆପଣ ପିଏମ କିଷାନ ଯୋଜନାର ଲାଭ ପାଇବାକୁ ଯୋଗ୍ୟ କି ନୁହେଁ। ଯଦି ଆପଣ ସମସ୍ତ ସର୍ତ୍ତ ପୂରଣ କରନ୍ତି ଏବଂ ତଥାପି ତାଲିକାରେ କୌଣସି ନାମ ନାହିଁ, ତେବେ ଚିନ୍ତା କରିବାର କିଛି ନାହିଁ। ଏଭଳି ପରିସ୍ଥିତିରେ ସହାୟତା କରିବାକୁ ସରକାର ଏକ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି। ପିଏମ କିଷାନ ଯୋଜନା ସହିତ ଜଡିତ କୌଣସି ସମସ୍ୟା ପାଇଁ ଆପଣ ୧୫୫୨୬୧ କିମ୍ବା ୦୧୧-୨୪୩୦୦୬୦୬ କୁ କଲ କରିପାରିବେ। କଲ୍ କରିବା ପରେ, ଆପଣଙ୍କର ସମସ୍ୟା କେବଳ ଶୁଣାଯିବ ନାହିଁ, କିନ୍ତୁ ଆପଣଙ୍କୁ ଖୁବ୍ କମ୍ ସମୟ ମଧ୍ୟରେ ସମାଧାନ ମଧ୍ୟ ଦିଆଯିବ। ଆପଣ ଜିଲ୍ଲା କିମ୍ବା ରାଜ୍ୟ କୃଷି କାର୍ଯ୍ୟାଳୟ ପରିଦର୍ଶନ କରି ସମ୍ପୃକ୍ତ ଅଧିକାରୀଙ୍କୁ ଭେଟି ଆପଣଙ୍କର ଅଭିଯୋଗ ପଞ୍ଜିକରଣ କରିପାରିବେ। ଏମାନଙ୍କ ବ୍ୟତୀତ ପିଏମ କିଷାନଙ୍କ ୱେବସାଇଟରେ ଅଭିଯୋଗ କରିବାକୁ ସୁବିଧା ମଧ୍ୟ ଦିଆଯାଇଛି।

ଏହି ପରି ହିତାଧିକାରୀଙ୍କ ତାଲିକା ଯାଞ୍ଚ କରନ୍ତୁ:

PMkisan.gov.in ରେ PM Kisan ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଆପଣ ଏହାକୁ ମୋବାଇଲରୁ ଯାଞ୍ଚ କରିପାରିବେ।

ୱେବସାଇଟର ଉପର ଡାହାଣ ପାର୍ଶ୍ୱରେ ଦିଆଯାଇଥିବା ଫାର୍ମର କର୍ନର ଖୋଲନ୍ତୁ।

ଏହା ପରେ ବେନିଫିସିଆରୀ ତାଲିକାରେ କ୍ଲିକ୍ କରନ୍ତୁ।

ଆପଣ କ୍ଲିକ୍ କରିବା ମାତ୍ରେ ଏକ ନୂତନ ପୃଷ୍ଠା ଖୋଲିବ। ଡ୍ରପ୍ ଡାଉନ୍ ବଟନ୍ ରୁ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମ ଚୟନ କରନ୍ତୁ।

Get Report ଉପରେ କ୍ଲିକ୍ କରିବା ପରେ, ଆପଣ ଗାଁର ସମସ୍ତ କୃଷକଙ୍କ ତାଲିକା ପାଇବେ ଯେଉଁମାନେ ଏହି ସୁବିଧା ପାଇବାକୁ ଯୋଗ୍ୟ ଅଟନ୍ତି।

ଏଠାରେ ଆପଣଙ୍କୁ କେତେ କିସ୍ତି ପ୍ରଦାନ କରାଯାଇଛି ତାହା ମଧ୍ୟ ଆପଣ ଯାଞ୍ଚ କରିପାରିବେ।

Categories
ବିଶେଷ ଖବର

ଜର୍ମାନୀ ଚାନ୍‌ସେଲରଙ୍କ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତ୍ତି

ନୂଆଦିଲ୍ଲୀ: ଆଜି ଜର୍ମାନୀ ଚାନ୍‌ସେଲର ଭାରତ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଓଲାଫ ଶୋଲ୍ଜଙ୍କ ମଧ୍ୟରେ ବୈଠକ ହୋଇଛି। ଏହି ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପ୍ରେସ ବିବୃତ୍ତି ଦେଇଛନ୍ତି। ଆସନ୍ତୁ ପଢିବା ସଂପୂର୍ଣ୍ଣ ବିବୃତ୍ତି…

ମହାମହିମ, ଚାନ୍‌ସେଲର ସୋଲ୍‌ଜ, ମୁଁ ମୋର ମିତ୍ର ସୋଲ୍‌ଜ ଏବଂ ତାଙ୍କର ଡେଲିଗେସନଙ୍କୁ ଭାରତରେ ସ୍ବାଗତ କରୁଛି। ଚାନ୍‌ସେଲର ସୋଲ୍‌ଜ ଅନେକ ବର୍ଷ ପରେ ଭାରତ ପରିଦର୍ଶନ କରୁଛନ୍ତି। ୨୦୧୨ ରେ ତାଙ୍କର ଭାରତ ଯାତ୍ରା, ହିମବର୍ଗର କୌଣସି ମେୟରଙ୍କ ପ୍ରଥମ ଭାରତ ଯାତ୍ରା ଥିଲା। ଏହା ସ୍ପଷ୍ଟ ଯେ ସେ ଭାରତ-ଜର୍ମାନୀ ସମ୍ପର୍କର ସମ୍ଭାବନାକୁ ବହୁତ ପୂର୍ବରୁ ବୁଝି ସାରିଥିଲେ।

ଗତ ବର୍ଷ ଆମର ତିନିଟି ବୈଠକ ହୋଇଛି। ଏବଂ ପ୍ରତି ଥର, ଆମର ଆଲୋଚନାରେ ତାଙ୍କର ଏହି ଦୂରଦୃଷ୍ଟି ଏବଂ ଭିଜନ ଦ୍ବାରା ଆମର ଦ୍ବିପାକ୍ଷିକ ସମ୍ପର୍କକୁ ଏକ ନୂଆ ଗତି ଏବଂ ଶକ୍ତି ମିଳିଛି। ଆଜିର ବୈଠକରେ ମଧ୍ୟ ଆମେ ସମସ୍ତ ମହତ୍ତ୍ବପୂର୍ଣ୍ଣ  ଦ୍ୱିପାକ୍ଷିକ ବିଷୟ ତଥା କ୍ଷେତ୍ରୀୟ ଏବଂ ଆନ୍ତର୍ଜାତୀୟ ବିଷୟରେ ବିସ୍ତାରପୂର୍ବକ ଆଲୋଚନା କରିଛନ୍ତି।

ବନ୍ଧୁଗଣ,

ଭାରତ ଏବଂ ଜର୍ମାନୀର ମଜବୁତ୍ ସମ୍ପର୍କ, ମିଳିତ ଗଣତାନ୍ତ୍ରିକ ମୂଲ୍ୟ, ଏବଂ ପରସ୍ପରର ହିତ ପାଇଁ ଗଭୀର ବୁଝାମଣାରେ ଆଧାରିତ ଅଟେ। ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ଏବଂ ଆର୍ଥିକ ଆଦାନ ପ୍ରଦାନର ଦୀର୍ଘ ଇତିହାସ ରହିଛି। ବିଶ୍ବର ଦୁଇଟି ବଡ଼ ଗଣତାନ୍ତ୍ରିକ ଅର୍ଥ ବ୍ୟବସ୍ଥା ମଧ୍ୟରେ ବଢ଼ୁଥିବା ସହଯୋଗ, ଉଭୟ ଦେଶର ଜନତାଙ୍କ ପାଇଁ ଲାଭକାରି ଅଟେ, ଆଜିର ଚାପଗ୍ରସ୍ତ ବିଶ୍ବରେ ଏହାଦ୍ବାରା ଏକ ସକାରାତ୍ମକ ସନ୍ଦେଶ ମଧ୍ୟ ମିଳିଥାଏ।

ଜର୍ମାନୀ ୟୁରୋପର ଆମର ସବୁଠାରୁ ବଡ଼ ଟ୍ରେଡିଂ ପାର୍ଟନର ହେବା ସହିତ, ଭାରତରେ ନିବେଶର ମଧ୍ୟ ମହତ୍ତ୍ବପୂର୍ଣ୍ଣ ଉତ୍ସ ଅଟେ। ଆଜି ‘‘ମେକ୍ ଇନ୍ ଇଣ୍ଡିଆ’’ ଏବଂ ‘‘ଆତ୍ମ ନିର୍ଭର ଭାରତ’’ ଅଭିଯାନ କାରଣରୁ ଭାରତର ସମସ୍ତ ସେକ୍ଟର ରେ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଏହି ଅବସରରେ ପ୍ରତି ଜର୍ମାନୀର ଆଗ୍ରହରେ ଆମେ ଉତ୍ସାହିତ ଅଟୁ।

ଚାନ୍‌ସଲର ସ୍ଲୋଜଙ୍କ ସହିତ ଆଜି ଆସିଥିବା ବିଜନେସ୍ ଡେଲିଗେସନ ଏବଂ ଭାରତୀୟ ବିଜନେସ୍ ଲିଡରଙ୍କ ମଧ୍ୟରେ ଏକ ସଫଳ ବୈଠକ ହୋଇଛି ଏବଂ କିଛି ଭଲ ରାଜିନାମା ମଧ୍ୟ, ବଡ଼ ମହତ୍ତ୍ବପୂର୍ଣ୍ଣ  ରାଜିନାମା ମଧ୍ୟ ହୋଇଛି। ଡିଜିଟାଲ୍ ଟ୍ରାନ୍‌ସଫରମେସନ, ଫିନଟେକ୍, ଆଇଟି, ଟେଲିକମ୍ ଏବଂ ସପ୍ଲାଏ ଚେନ୍‌ସର ଡାଇଭର୍ସିଫିକେସନ ପରି ବିଷୟ ଉପରେ, ଆମେ ଉଭୟ ଦେଶର ପ୍ରମୁଖ ଉଦ୍ୟୋଗ ଲିଡର୍ସର ଉପଯୋଗୀ ବିଚାର ଏବଂ ପରାମର୍ଶ ମଧ୍ୟ ଶୁଣିବାକୁ ମିଳଛି।

ବନ୍ଧୁଗଣ,

ଭାରତ ଏବଂ ଜର୍ମାନୀ ଟ୍ରାଇଙ୍ଗୁଲାର ଡେଭଲପମେଣ୍ଟ କର୍ପୋରେସନ ଅନ୍ତର୍ଗତ ତୃତୟ ଦେଶର ବିକାଶ ପାଇଁ ପାରସ୍ପରିକ ସହଯୋଗ  ବୃଦ୍ଧି ପାଉଛି। ଗତ କିଛି ବର୍ଷରେ ଆମର ପିପୁଲ-ଟୁ-ପିପୁଲ୍ ସମ୍ପର୍କ ମଧ୍ୟ ସୁଦୃଢ଼ ହୋଇଛି। ଗତ ବର୍ଷ ଡିସେମ୍ବରରେ କରାଯାଇଥିବା ମିଟିଗେସନ ଓ ମୋବିଲିଟି ପାର୍ଟନରସିପ୍ ଏଗ୍ରିମେଣ୍ଟ ଦ୍ବାରା ଏହି ସମ୍ପର୍କ ଆହୁରି ମଜବୁତ ହେବ।

ବଦଳୁଥିବା ସମୟର ଆବଶ୍ୟକତା ଅନୁସାରେ, ଆମେ ନିଜର ସମ୍ପର୍କରେ ନୂତନ ଏବଂ ଆଧୁନିକ ବିଷୟ ମଧ୍ୟ ସାମିଲ୍ କରୁଛୁ। ଗତ ବର୍ଷ ମୋର ଜର୍ମାନୀର ଯାତ୍ରା ସମୟରେ ଆମେ ଗ୍ରୀନ୍ ଆଣ୍ଡ ସଷ୍ଟେନେବଲ୍ ଡେଭଲପମେଣ୍ଟ ପାର୍ଟନରସିପ୍ର ଘୋଷଣା କରଥିଲି। ଏହା ମାଧ୍ୟମରେ ଆମେ କ୍ଲାଇମେଟ୍ ଆକ୍ସନ ଏବଂ ସଷ୍ଟେନେବଲ୍ ଡେଭଲପମେଣ୍ଟ ଗୋଲ୍‌ କ୍ଷେତ୍ରରେ ସହଯୋଗ ବୃଦ୍ଧି କରୁଛୁ। ନବୀକରଣୀୟ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ବାୟୋ ଫୁଏଲ୍‌ସ ପରି କ୍ଷେତ୍ରରେ ଆମେ ମିଶି କରି କାମ କରିବାର ନିଷ୍ପତ୍ତି ନେଇଛୁ।

ବନ୍ଧୁଗଣ,

ସିକ୍ୟୁରିଟି ଓ ପ୍ରତିରକ୍ଷା ସହଯୋଗ ଆମର ଷ୍ଟ୍ରାଟେଜିକ୍ ପାର୍ଟନରସିପର ଏକ ମହତ୍ତ୍ବପୂର୍ଣ୍ଣ ସ୍ତମ୍ଭ ହୋଇପାରେ। ଏହି କ୍ଷେତ୍ରରେ ଆମର ଅତୁଳନୀୟ ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବରେ ହାସଲ କରିବା ପାଇଁ ଆମ ମିଳିତ ଭାବରେ ପ୍ରଚେଷ୍ଟା କରିବୁ। ଆତଙ୍କବାଦ ଓ ବିଛିନ୍ନତାବାଦୀଙ୍କ ବିପକ୍ଷରେ ଲଢ଼େଇରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ସକ୍ରିୟ ସହଯୋଗ ରହିଛି। ଉଭୟ ଦେଶ ଏହି ବିଷୟରେ ସହମତ ଯେ, କ୍ରସ୍ ବର୍ଡ଼ର ଆତଙ୍କବାଦକୁ ସମାପ୍ତ କରିବା ପାଇଁ ପ୍ରମୁଖ ପଦକ୍ଷେପର ଆବଶ୍ୟକ ରହିଛି।

ବନ୍ଧୁଗଣ,

କୋଭିଡ୍ ମହାମାରୀ ଏବଂ ୟୁକ୍ରେନ୍ ସଂଘର୍ଷର ପ୍ରଭାବ ସମଗ୍ର ବିଶ୍ବରେ ଦେଖା ଦେଇଛି। ବିକାଶଶୀଳ ଦେଶରେ ଏହାର ବିଶେଷ ଭାବରେ ନକାରାତ୍ମକ ପ୍ରଭାବ ରହିଛି। ଆମେ ଏହି ବିଷୟରେ ନିଜର ଚିନ୍ତା ବ୍ୟକ୍ତ କରିଛୁ। ଆମେ ସହମତ ଯେ ଏହି ସମସ୍ୟାର ସମାଧାନ ସଂଯୁକ୍ତ ପ୍ରଚେଷ୍ଟାରେ ସମ୍ଭବ ହୋଇପାରିବ। ଭାରତର ଜି20 ର ଅଧ୍ୟକ୍ଷତାରେ ମଧ୍ୟ ଆମେ ଏହି ବିଷୟରେ ଜୋର ଦେଉଛୁ।

ୟୁକ୍ରେନର ଘଟଣାକ୍ରମର ପ୍ରାରମ୍ଭିକ ସମୟରୁ ହିଁ ଭାରତ ଡାଏଲଗ୍ ଏବଂ ଡିପ୍ଲୋମାସି ମାଧ୍ୟମରେ ଏହି ବିବାଦକୁ ସମାଧାନ କରିବା ପାଇଁ ଜୋର୍ ଦେଇଛି। ଭାରତ ଯେକୌଣସି ଶାନ୍ତି ପ୍ରକ୍ରିୟାରେ ସାମିଲ୍ ହେବା ପାଇଁ ପ୍ରସ୍ତୁତ ରହିଛି। ଆମେ ଏହି ବିଷୟରେ ମଧ୍ୟ ସହମତି ପ୍ରଦାନ କରିଛୁ ଯେ ବିଶ୍ବ ବାସ୍ତବିକତାକୁ ଉନ୍ନତ ଭାବରେ ଦର୍ଶାଇବା ପାଇଁ ମଲ୍‌ଟି ଲାଟେରାଲ୍ ଇନଷ୍ଟିଚ୍ୟୁସନରେ ସୁଧାରର ଆବଶ୍ୟକତା ରହିଛି। ୟୁଏନ ସେକ୍ରେଟାରି କାଉନ୍‌ସିଲ୍ ରେ ଉନ୍ନତି ଆଣିବା ପାଇଁ ଜି4 ଅନ୍ତର୍ଗତ ଆମର ସକ୍ରିୟ ସହଭାଗୀତାରୁ ଏହା ସ୍ପଷ୍ଟ ହୋଇଛି।

ମହାମହିମ,

ସମସ୍ତ ଦେଶବାସୀଙ୍କ ପକ୍ଷରୁ ମୁଁ ପୁଣି ଥରେ ଆପଣଙ୍କ ଏବଂ ଆପଣଙ୍କ ଡେଲିଗେସନର ଭାରତରେ ସ୍ବାଗତ କରୁଛି। ଚଳିତ ବର୍ଷ ଡିସେମ୍ବରରେ ହେଉଥିବା ଜି20 ସମ୍ମିଳନୀ ପାଇଁ ଆମକୁ ଆପଣଙ୍କ ପୁଣିଥରେ ସ୍ବାଗତ କରିବାର ସୁଯୋଗ ମିଳିବ। ଆପଣଙ୍କ ଏହି ଭାରତ ଯାତ୍ରା ଏବଂ ଆଜିର ଆମର ଉପଯୋଗୀ ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

Categories
ଆଜିର ଖବର ଜାତୀୟ ଖବର

କୃଷି ଓ ସମବାୟ ଉପରେ ବଜେଟ ପର ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪-୦୨-୨୦୨୩) କୃଷି ଓ ସମବାୟ ଉପରେ ବଜେଟ ପର ୱେବିନାରରେ ଉଦବୋଧନ ଦେଇଛନ୍ତି। ସରକାର ବଜେଟ ପର ୧୨ଟି ବିଷୟ ଉପରେ ଆୟୋଜନ କରୁଥିବା ୱେବିନାର ମଧ୍ୟରୁ ଏହା ହେଉଛି ଦ୍ୱିତୀୟ। କେନ୍ଦ୍ର ବଜେଟ ୨୦୨୩ରେ ଘୋଷିତ ବିଭିନ୍ନ ପଦକ୍ଷେପଗୁଡ଼ିକର ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ପ୍ରସ୍ତାବ ଓ ମତାମତ ସଂଗ୍ରହ କରିବା ନେଇ ସରକାର ଏହାର ଆୟୋଜନ କରୁଛନ୍ତି।

ସମବେତ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଚଳିତ ବଜେଟ ଓ ଗତ ଆଠ-ନଅ ବର୍ଷ ମଧ୍ୟରେ କୃଷିକୁ ଦିଆଯାଇଥିବା ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ୨୦୧୪ ମସିହାରେ ଯେଉଁ କୃଷି ବଜେଟ ପରିମାଣ ୨୫ ହଜାର କୋଟିରୁ କମ ଥିଲା ତାହା ଆଜି ୧ ଲକ୍ଷ ୨୫ ହଜାର କୋଟିରୁ ଅଧିକ ହୋଇଛି ବୋଲି ସେ ଜଣାଇଥିଲେ। “ନିକଟ ବର୍ଷଗୁଡ଼ିକରେ ହୋଇଥିବା ପ୍ରତ୍ୟକ ବଜେଟ ଗାଁ, ଗରିବ ଓ କିଷାନ ବଜେଟ” ବୋଲି କୁହାଯାଉଥିବା ଶ୍ରୀ ମୋଦୀ କହିଥିଲେ।

ସ୍ୱାଧୀନତା ଠାରୁ ବହୁଦିନ ଧରି ଭାରତର କୃଷି କ୍ଷେତ୍ର ଅବହେଳିତ ହୋଇ ରହିଥିବାରୁ ଖାଦ୍ୟ ସୁରକ୍ଷା ପାଇଁ ଭାରତକୁ ବିଶ୍ୱର ଅନ୍ୟାନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡୁଥିଲା। ମାତ୍ର ଭାରତୀୟ ଚାଷୀମାନେ ଏହି ପରିସ୍ଥିତିରେ ପରିବର୍ତ୍ତନ ଆଣି ଭାରତକୁ ଆତ୍ମନିର୍ଭରଶ କରାଇବା ସହ ଖାଦ୍ୟଶସ୍ୟ ରପ୍ତାନୀର ସାମର୍ଥ୍ୟ ମଧ୍ୟ ଦେଖାଇ ଦେଲେ। “ଆଜି ଭାରତ ଅନେକ କିସମର କୃଷିଜାତ ସାମଗ୍ରୀ ରପ୍ତାନୀ କରୁଛି” ବୋଲି କହି ପ୍ରଧାନମନ୍ତ୍ରୀ ଆମର ଚାଷୀମାନଙ୍କୁ ଘରୋଇ ଓ ଆନ୍ତର୍ଜାତିକ ବଜାର ସହ ପରିଚିତ କରାଇବାକୁ ସରକାର ଉଦ୍ୟମ କରୁଛନ୍ତି ବୋଲି କହିଥିଲେ। ଯେତେବେଳେ ଆତ୍ମନିର୍ଭରଶୀଳତା ଓ ରପ୍ତାନୀର ପ୍ରସଙ୍ଗ ଆସେ ସେତେବେଳେ ଭାରତର ଲକ୍ଷ୍ୟ କେବଳ ଚାଉଳ ଓ ଗହମକୁ ନେଇ ସୀମିତ ରହିବା ଅନୁଚିତ।

ପ୍ରଧାନମନ୍ତ୍ରୀ ୨୦୨୧-୨୨ରେ ଡାଲି ଆମଦାନୀ ବାବଦ ୧୭୦୦୦ କୋଟି, ଅନ୍ୟାନ୍ୟ ମୂଲ୍ୟଯୁକ୍ତ ଖାଦ୍ୟ ପଦାର୍ଥ ବାବଦ ୨୫ ହଜାର କୋଟି ଓ ଖାଇବା ତେଲ ଆମଦାନୀ ବାବଦ ୧.୫ ଲକ୍ଷ କୋଟି ଖର୍ଚ୍ଚ କରାଯାଇଥିବାର ଉଦାହରଣ ଦେଇଥିଲେ। ସମୁଦାୟ ରପ୍ତାନୀ ଖାଦ୍ୟ ପଦାର୍ଥର ମୂଲ୍ୟ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କା ହେବ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଦେଶକୁ ଆତ୍ମିନିର୍ଭର କରିବା ପାଇଁ ଅନେକ ନିଷ୍ପତ୍ତି ନିଆଯାଉଛି ଓ ଏଥିପାଇଁ ଆମଦାନୀ ବାବଦ ହେଉଥିବା ଖର୍ଚ୍ଚ ମଧ୍ୟ ଚାଷଈଙ୍କ ନିକଟରେ ପହଞ୍ଚିପାରିବ। ସେ ଏମଏସପି ବୃଦ୍ଧି, ଡାଲି ଉତ୍ପାଦନ ନିମନ୍ତେ ପ୍ରୋତ୍ସାହନ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟାନ ସଂଖ୍ୟା ବୃଦ୍ଧି ଓ ଖାଇବା ତେଲ ବାବଦକୁ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବା ନେଇ ଦିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଉଦହରଣମାନ ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୃଷି କ୍ଷେତ୍ରରେ ଥିବା ବାଧାବିଘ୍ନମାନ ଦୂର ନ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିକାଶର ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ। ଘରୋଇ କ୍ଷେତ୍ରରୁ ନବୋନ୍ମେଷ ଓ ପୁଞ୍ଜି ବିନିଯୋଗ କୃଷି କ୍ଷେତ୍ର ପ୍ରତି ଉଦାସୀନ ଥିବାରୁ ଏଥିରେ ଯୁବଗୋଷ୍ଠୀର ସହଭାଗିତା କମ୍ ରହିଛି ଓ ଅନ୍ୟାନ୍ୟ କ୍ଷେତ୍ରରେ ସକାରାତ୍ମକ ନିବେଶ ଓ ସହଯୋଗ ଯୋଗୁ ସେ କ୍ଷେତ୍ରଗୁଡ଼ିକ ଉନ୍ନତି କରୁଥିବା ଲକ୍ଷ୍ୟ କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଏଥିପାଇଁ ରାଣନୀତିକ ପରିବର୍ତ୍ତନ, ବୃହତ ବଜାରରେ ପ୍ରବେଶ, ପ୍ରଯୁକ୍ତି ଜରିଆରେ ବୁନ୍ଦା ଜଳ ସେଚନ ଉପରେ ଗୁରୁତ୍ୱ। ମେଡିକାଲ ପରୀକ୍ଷା ଭଳି ମାଟି ପରୀକ୍ଷାଗାର ଇତ୍ୟାଦି କେତେକ ସୁଧାର ବ୍ୟବସ୍ଥା ଉପରେ ସେ କହିଥିଲେ। ଠିକ୍ ସମୟରେ ଠିକ୍ ପରାମର୍ଶ, ସରକାରଙ୍କ ନୀତି ଓ ସୁବିଧା ନେଇ ଚାଷୀମାନଙ୍କୁ ଠିକ୍ ସମୟରେ ଅବଗତ କରାଇବା ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଯୁବଗୋଷ୍ଠୀକୁ ନିବେଦନ କରିଥିଲେ । ପାଣିପାଗ ନେଇ ସଠିକ ବିବରଣୀ ଦେବା ସହ ଅତ୍ୟାଧୁନିକ ଶସ୍ୟ ଅମଳର ଆକଳନ ଡ୍ରୋନ ଜରିଆରେ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ।

ଏଗ୍ରିଟେକ ଷ୍ଟାର୍ଟଅପମାନଙ୍କ ନିମନ୍ତେ ତ୍ୱରିତ ପାଣ୍ଠି ଉପଲବ୍ଧତା ସହ ସରକାର କେବଳ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରୁନାହାନ୍ତି ବରଂ ପାଣ୍ଠି ଯୋଗାଣ ମାର୍ଗର ମଧ୍ୟ ବ୍ୟବସ୍ଥା କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଯୁବ ଶିଳ୍ପୋଦ୍ୟୋଗୀ ଓ ଯୁବଗୋଷ୍ଠୀଙ୍କୁ ଆଗେଇ ଆସି ସେମାନଙ୍କ ଲକ୍ଷ୍ୟ ହାସଲ ନିମନ୍ତେ ମଧ୍ୟ ନିବେଦନ କରିଥିଲେ। ନଅବର୍ଷ ଆଗରୁ ଆଦୌ ନଥିବା ଏଗ୍ରି ଷ୍ଟାର୍ଟଅପ ସଂଖ୍ୟା ବର୍ତ୍ତମାନ ଦେଶରେ ୩୦୦୦ରେ ପହଞ୍ଚôଛି ବୋଲି ସେ କହିଥିଲେ।

ଆନ୍ତର୍ଜାତିକ ମଲେଟ ବର୍ଷର ଅବତାରଣା କରି ପ୍ରଧାନମନ୍ତ୍ରୀ ଭାରତୀୟ କୃଷକମାନଙ୍କ ନିମନ୍ତେ ଏକ ଆନ୍ତର୍ଜାତିକ ପରିଚିତି ସହ ବୈଶ୍ୱିକ ପ୍ରବେଶ ଦ୍ୱାର ସେମାନଙ୍କ ପାଇଁ ଉନ୍ମୁକ୍ତ ହେଉଛି। “ଦେଶ ବର୍ତ୍ତମାନ ବଗଡ଼ା ଶସ୍ୟକୁ ଶ୍ରୀ ଅନ୍ନ ଭାବେ ଚଳିତ ବଜେଟରେ ନାମିତ କରିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆମର କ୍ଷୁଦ୍ର ଚାଷୀଙ୍କ ସୁବିଧା ପାଇଁ ଶ୍ରୀ ଅନ୍ନକୁ ପ୍ରୋତ୍ସାହନ ଦିଆଯିବା ସହ ଏହି କ୍ଷେତ୍ରରେ ଷ୍ଟାର୍ଟଅପମାନଙ୍କ ସମ୍ଭାବ୍ୟ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖାଯାଇଛି।

“ଭାରତର ସମବାୟ କ୍ଷେତ୍ରରେ ମଧ୍ୟ ଏକ ନୂତନ ବିପ୍ଳବ ସଂଗଠିତ ହେଉଛି” ଓ ଏହା କେବଳ କେତେକ ରାଜ୍ୟ ଓ ଦେଶର କିଛି ଅଞ୍ଚଳ ପାଇଁ ସୀମାବଦ୍ଧ ନୁହଁ ବୋଲି ଶ୍ରୀ ମୋଦି କହିଛନ୍ତି। ଚଳିତ ବର୍ଷ ବଜେଟରେ ସମବାୟ କ୍ଷେତ୍ରକୁ ଟିକସ ରିହାତି ପ୍ରଦାନ କରାଯାଇଛି ଓ ସେ ଦୃଷ୍ଟିରୁ ନିର୍ମାଣ କାର୍ଯ୍ୟରେ ସଂଶ୍ଳିଷ୍ଟ ସମବାୟ ସମିତିଗୁଡ଼ିକୁ ଚଳିତ ବଜେଟରେ ସୁବିଧା ମିଳିପାରିବ। ସମବାୟ ସମିତିଗୁଡ଼ିକ ଦ୍ୱାରା ତିନି କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ଉଠାଣ ଉପରେ ଟିଡିଏସ୍ ଆଦାୟ କରାଯିବ ନାହିଁ।

ଚିନି ସମବାୟ ସମିତିଗୁଡ଼ିକ ୨୦୧୬-୧୭ ଆର୍ଥିକ ବର୍ଷ ପୂର୍ବରୁ କରିଥିବା ଦେୟ ପୈଠ ଉପରେ ଟିକସ ଛାଡ଼ କରାଯାଇଥିବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବା ସହ ଏହା ଦ୍ୱାରା ଚିନି ସମବାୟ ସଂସ୍ଥାଗୁଡ଼ିକ ଦଶ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଲାଭ ପାଇବେ ବୋଲି ଶ୍ରୀ ମୋଦୀ କହିଥିଲେ।

ଆଗରୁ ସମବାୟ ସଂସ୍ଥା ନ ଥିବା ଦୁଗ୍ଧ ଓ ମତ୍ସ୍ୟ କ୍ଷେତ୍ର ଏହାର ଚାଷୀମାନଙ୍କୁ ବେଶ ଲାଭାନ୍ୱିତ କରିବ। ଆମର ମତ୍ସ୍ୟ ଚାଷୀମାନଙ୍କ ପାଇଁ ଥିବା ବିପୁଳ ସଂଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗତ ୮-୯ ବର୍ଷ ମଧ୍ୟରେ ଦେଶରେ ମତ୍ସ୍ୟ ଉତ୍ପାଦନ ପ୍ରାୟ ୭୦ ଲକ୍ଷ ମେଟ୍ରିକ ଟନ ବୃଦ୍ଧି ପାଇଛି ବୋଲି କହିଥିଲେ। ସେ ମଧ୍ୟ ପିଏମ ମତ୍ସ୍ୟ ସମ୍ପଦ ଯୋଜନା ଛଅ ହଜାର କୋଟି ବ୍ୟୟ ଅଟକଳରେ କରାଯାଇଛି ଯାହା ମାଛ ଚାଷ ସହ ଏହାର ବଜାର ବିକାଶରେ ସହାୟକ ହେବ ବୋଲି କହିଥିଲେ।

ସମ୍ବୋଧନ ଶେଷ କରିବା ଆଗରୁ ପ୍ରଧାନମନ୍ତ୍ରୀ ପିଏମ ପ୍ରଣାମ ଯୋଜନା ଓ ଗୋବର୍ଦ୍ଧନ ଯୋଜନା ଉପରେ ମଧ୍ୟ ଆଲୋକପାତ କରିଥିଲେ ଯାହା ପ୍ରାକୃତିକ କୃଷିକୁ ପ୍ରୋତ୍ସାନ ଦେବା ସହ ରାସାୟନିକ କୃଷି ହ୍ରାସ କରିବ ବୋଲି କହିଥିଲେ।

Categories
ବିଶେଷ ଖବର

ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ପ୍ରଥମ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ଭାରତର ଜି୨୦ ଅଧ୍ୟକ୍ଷତାରେ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ପ୍ରଥମ ବୈଠକକୁ ସମ୍ବୋଧିତ କରିଛନ୍ତି।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ହେଉଛି ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ପ୍ରଥମ ମନ୍ତ୍ରୀସ୍ତରୀୟ ଆଲୋଚନା କାର୍ଯ୍ୟକ୍ରମ। ଏହି ବୈଠକ ଫଳପ୍ରଦ ହେବା ନେଇ ସେ ଶୁଭେଚ୍ଛା ଜଣାଇଥିଲେ। ବର୍ତ୍ତମାନ ସମୟରେ ବିଶ୍ୱ ସମ୍ମୁଖିନ ହେଉଥିବା ସମସ୍ୟା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ବୈଠକରେ ଭାଗ ନେଇଥିବା ଅଂଶଗ୍ରହଣକାରୀମାନେ ବିଶ୍ୱ ଅର୍ଥ ଏବଂ ଅର୍ଥବ୍ୟବସ୍ଥାର ନେତୃତ୍ୱମାନଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି। ବିଶ୍ୱ ଗମ୍ଭୀର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ସମୟରେ ଏହି ପ୍ରତିନିଧିମାନେ ଏକାଠି ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣରେ କୋଭିଡ ମହାମାରୀ ଏବଂ ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ, ବର୍ଦ୍ଧିତ ଭୂ-ରାଜନୈତିକ ଉତ୍ତେଜନା, ବିଶ୍ୱ ଯୋଗାଣ ଶୃଙ୍ଖଳରେ ଦେଖା ଦେଇଥିବା ଅବରୋଧ, ଦରଦାମ ବୃଦ୍ଧି, ଖାଦ୍ୟ ଓ ଇନ୍ଧନ ସୁରକ୍ଷା, ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଆର୍ଥିକ ସ୍ଥିରତାକୁ ପ୍ରଭାବିତ କରୁଥିବା ଅସ୍ଥିର ଋଣ ସ୍ତର ଏବଂ ଦ୍ରୁତ ସଂସ୍କାରକୁ କାର୍ଯ୍ୟକାରୀ କରିବାରେ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ବିଫଳତା କାରଣରୁ ସେମାନଙ୍କ ପ୍ରତି ରହିଥିବା ବିଶ୍ୱାସ ହ୍ରାସ ପାଇବା ଭଳି ଘଟଣାର ଉଦାହରଣ ଦେଇଥିଲେ।

ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ ଯେ, ଦୁନିଆର ଅଗ୍ରଣୀ ଅର୍ଥବ୍ୟବସ୍ଥା ଓ ଆର୍ଥିକ ବ୍ୟବସ୍ଥା ଉପରେ ବିଶ୍ୱ ଅର୍ଥବ୍ୟବସ୍ଥାରେ ସ୍ଥିରତା, ଆତ୍ମବିଶ୍ୱାସ ଓ ଅଭିବୃଦ୍ଧି ଫେରାଇ ଆଣିବାର ଦାୟିତ୍ୱ ନ୍ୟସ୍ତ ରହିଛି। ଭାରତୀୟ ଅର୍ଥବ୍ୟବସ୍ଥାର ସକ୍ରିୟତା ବିଷୟରେ ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ ଭାରତୀୟ ଅର୍ଥବ୍ୟବସ୍ଥାର ଭବିଷ୍ୟତ ପାଇଁ ଦେଶର ଉପଭୋକ୍ତା ଓ ଉତ୍ପାଦନକାରୀଙ୍କ ଆଶାବାଦ ଉପରେ ଆଲୋକପାତ କରିଥିଲେ।

ସେ ଆଶା ବ୍ୟକ୍ତ କରି କହିଥିଲେ ଯେ, ଏହି ବୈଠକରେ ଭାଗ ନେଇଥିବା ସଦସ୍ୟମାନେ ସେହି ସକାରାତ୍ମକ ଭାବନାକୁ ବିଶ୍ୱ ସ୍ତରରେ ପ୍ରସାରିତ କରିବା ଲାଗି ଅନୁପ୍ରାଣିତ ହେବେ। ଦୁନିଆର ସବୁଠୁ ଦୁର୍ବଳ ନାଗରିକଙ୍କ ଉପରେ ନିଜର ଆଲୋଚନାକୁ କେନ୍ଦ୍ରିତ କରିବା ଲାଗି ପ୍ରଧାନମନ୍ତ୍ରୀ ସଦସ୍ୟମାନଙ୍କୁ ଆହ୍ୱାନ କରିଥିଲେ। ସେ ଜୋର ଦେଇ କହିଥିଲେ ଯେ, ଏକ ସମାବେଶୀ ଏଜେଣ୍ଡା ସୃଷ୍ଟି କରିବା ଦ୍ୱାରା ବୈଶ୍ୱିକ ଆର୍ଥିକ ନେତୃତ୍ୱ ବିଶ୍ୱର ବିଶ୍ୱାସ ଜିତିବାରେ ସକ୍ଷମ ହୋଇପାରିବେ। “ଆମର ଜି୨୦ ଅଧ୍ୟକ୍ଷତା ଏକ ସମାବେଶୀ ସଂକଳ୍ପର ବିଷୟବସ୍ତୁ – ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତକୁ ପ୍ରୋତ୍ସାହନ ଦେଇଥାଏ”, ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଦିଗରେ ପ୍ରଗତି ମନ୍ଥର ହୋଇପଡ଼ିଥିବା ପ୍ରତୀୟମାନ ହେଉଛି, ଅନ୍ୟପଟେ ବିଶ୍ୱର ଜନସଂଖ୍ୟା ୮୦୦ କୋଟି ଅତିକ୍ରମ କରିସାରିଛି। ସେ ଜଳବାୟୁ ପରିବର୍ତ୍ତନ ଏବଂ ଉଚ୍ଚ ଋଣ ସ୍ତର ଭଳି ବିଶ୍ୱସ୍ତରୀୟ ସମସ୍ୟାର ମୁକାବିଲା କରିବା ଲାଗି ବହୁପକ୍ଷୀୟ ବିକାଶ ବ୍ୟାଙ୍କକୁ ମଜବୁତ କରିବାର ଆବଶ୍ୟକତା ଉପରେ ବଳ ଦେଇଥିଲେ।

ଆର୍ଥିକ ଜଗତରେ ପ୍ରଯୁକ୍ତିର ବର୍ଦ୍ଧିତ ଆଧିପତ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା ସ୍ମରଣ କରାଇ ଦେଇ କହିଥିଲେ ଯେ, କିଭଳି ମହାମାରୀ ସମୟରେ ଡିଜିଟାଲ ପଇଠ ସ୍ପର୍ଶମୁକ୍ତ ଏବଂ ବାଧାମୁକ୍ତ କାରବାରକୁ ସକ୍ଷମ କରିଛି। ସେ ଅଂଶଗ୍ରହଣକାରୀ ସଦସ୍ୟମାନଙ୍କୁ ଡିଜିଟାଲ ଆର୍ଥିକ ଅସ୍ଥିରତା ଓ ଦୂରୁପଯୋଗର ସମ୍ଭାବ୍ୟ ବିପଦକୁ ନିୟନ୍ତ୍ରିତ କରିବା ଲାଗି ମାନଦଣ୍ଡ ବିକଶିତ କରିବା ସହିତ ପ୍ରଯୁକ୍ତିର ଶକ୍ତିକୁ ଠାବ କରିବା ଏବଂ ଏହାର ଉପଯୋଗ କରିବା ଲାଗି ଆହ୍ୱାନ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ବିଗତ କିଛି ବର୍ଷ ଧରି ନିଜର ଡିଜିଟାଲ ଅର୍ଥପଇଠ ଇକୋସିଷ୍ଟମରେ ଅଧିକ ସୁରକ୍ଷିତ, ଅଧିକ ବିଶ୍ୱସ୍ତ ଏବଂ ଅଧିକ ଦକ୍ଷ ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମି ପ୍ରସ୍ତୁତ କରିଛି। “ଆମର ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ଏକ ମାଗଣା ସାର୍ବଜନୀନ ସାମଗ୍ରୀ ଭାବେ ବିକଶିତ କରାଯାଇଛି”, ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆଲୋକପାତ କରି କହିଥିଲେ ଯେ, ଭାରତ ନିଜର ପ୍ରଶାସନ ଆର୍ଥିକ ସମାବେଶନ ଏବଂ ସହଜ ଜୀବନଧାରଣରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଭାରତର ପ୍ରଯୁକ୍ତି ରାଜଧାନୀ ବେଙ୍ଗାଲୁରୁରେ ଏହି ବୈଠକ ଆୟୋଜନ କରାଯାଉଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତୀୟ ଉପଭୋକ୍ତା କିଭଳି ଭାବେ ଡିଜିଟାଲ ଅର୍ଥ କାରବାରକୁ ଆପଣେଇ ନେଇଛନ୍ତି ଅଂଶଗ୍ରହଣକାରୀମାନେ ତାହାର ସିଧାସଳଖ ଅନୁଭୂତି ହାସଲ କରିପାରିବେ।

ସେ ଭାରତର ଜି୨୦ ଅଧ୍ୟକ୍ଷତା ସମୟରେ ପ୍ରସ୍ତୁତ କରାଯାଇଥିବା ନୂଆ ବ୍ୟବସ୍ଥା ବିଷୟରେ ମଧ୍ୟ କହିଥିଲେ, ଯାହାକି ଜି୨୦ ଅତିଥିମାନଙ୍କୁ ଭାରତର ପଥ-ପ୍ରଦର୍ଶକ ଡିଜିଟାଲ ପରିଶୋଧ ପ୍ଲାଟଫର୍ମ, ୟୁପିଆଇ ଉପଯୋଗ କରିବା ପାଇଁ ଅନୁମତି ଦେଇଥାଏ। ନିଜର ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୟୁପିଆଇ ଭଳି ଉଦାହରଣ ଅନ୍ୟ ରାଷ୍ଟ୍ରମାନଙ୍କ ପାଇଁ ମଧ୍ୟ ଅନୁକରଣୀୟ ହୋଇପାରିବ। ଆମେ ନିଜର ଅଭିଜ୍ଞତାକୁ ଖୁସିର ସହିତ ଦୁନିଆ ସହିତ ବାଣ୍ଟିବା ଲାଗି ପ୍ରସ୍ତୁତ ରହିଛୁ ଏବଂ ଜି୨୦ ଏଥିପାଇଁ ଏକ ବାହକ ସାଜିପାରିବ।

Categories
ଜାତୀୟ ଖବର ବିଶେଷ ଖବର

ସବୁଜ ଅଭିବୃଦ୍ଧି ସଂକ୍ରାନ୍ତ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ଗ୍ରୀନ ଗ୍ରୋଥ ବା ସବୁଜ ଅଭିବୃଦ୍ଧି ସଂକ୍ରାନ୍ତ ଏକ ବଜେଟ୍ ପରବର୍ତ୍ତୀ ୱେବିନାରରେ  ଉଦ୍‌ବୋଧନ ଦେଇଛନ୍ତି। ଚଳିତ ବର୍ଷର ବଜେଟ ଉପରେ ସରକାର ଯେଉଁ ୧୨ଟି ୱେବିନାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେ ଶୃଙ୍ଖଳାରେ ଏହା ପ୍ରଥମ। ୨୦୨୩ ବଜେଟ୍‌ରେ ଯେଉଁ ସବୁ ପ୍ରସ୍ତାବନା ରହିଛି ସେ ସମ୍ପର୍କରେ ବିଚାର ଆଲୋଚନା କରିବା ସହିତ ସେସବୁର ସଫଳ ରୂପାୟନ କରିବା ନିମନ୍ତେ ଏହି ୱେବିନାର ଶୃଙ୍ଖଳାର ପରିକଳ୍ପନା କରାଯାଇଛି।

ଆଜିର ସମାବେଶରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୦୧୪ଠାରୁ ଏଯାଏ ଦେଶରେ ଉପସ୍ଥାପିତ ହୋଇଥିବା ସବୁ ବଜେଟ୍ ନୂଆ ଯୁଗର  ସଂସ୍କାରକୁ ଆଗକୁ ବଢାଇଛି। ଏହା ସହିତ ଏସବୁ ବଜେଟ୍ ସାଂପ୍ରତିକ ସମସ୍ୟାବଳୀର ସମାଧାନ କରିବାକୁ ବାଟ ଦେଖାଇଛି।

ପ୍ରଧାନମନ୍ତ୍ରୀ ସବୁଜ ଅଭିବୃଦ୍ଧି ବା ଗ୍ରୀନ ଗ୍ରୋଥ ଏବଂ ଊର୍ଜା ପରିବର୍ତ୍ତନର ତିନିଟି ସ୍ତମ୍ଭ ଉପରେ ଗୁରୁତ୍ୱ ଦେଇଛନ୍ତି। ସେଥିରୁ ପ୍ରଥମଟି ହେଲା ଅକ୍ଷୟ ଶକ୍ତିର ଉତ୍ପାଦନକୁ ବଢାଇବା, ଦ୍ୱିତୀୟରେ ଅର୍ଥନୀତିରେ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ହ୍ରାସ କରିବା ଏବଂ ତୃତୀୟରେ ଦେଶରେ ଗ୍ୟାସଭିତ୍ତିକ ଅର୍ଥନୀତି ସୃଷ୍ଟି କରିବାକୁ ଦ୍ରୁତଗତିରେ ଅଗ୍ରସର ହେବା। ଏହି ରଣନୀତି ହିଁ ଇଥାନଲ ବ୍ଲେଡିଂ, ପିଏମ୍ କୁସୁମ ଯୋଜନା, ସୌରଶକ୍ତି ଉତ୍ପାଦନ ପାଇଁ ପ୍ରୋତ୍ସାହନ, ଛାତ ଉପରେ ସୌର ପ୍ରକଳ୍ପ, କୋଇଲା ବାଷ୍ପୀକରଣ ଓ ବ୍ୟାଟେରୀ ଷ୍ଟୋରେଜ ଭଳି ବିଷୟକୁ ବଜେଟ୍‌ରେ ଘୋଷଣା କରିବାକୁ ପ୍ରୋତ୍ସାହନ ଯୋଗାଇଛି। ବିଗତ କେତେବର୍ଷ ଧରି ଆମେ ଏସବୁ କ୍ଷେତ୍ରରେ ଅଗ୍ରାଧିକାର ଭିତ୍ତିରେ କାମ କରୁଛୁ। ପୂର୍ବବର୍ଷର ବଜେଟଗୁଡିକରେ ଘୋଷଣା କରାଯାଇଥିବା ବିଷୟର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରିବା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିଳ୍ପ ସଂସ୍ଥା ପାଇଁ ଏଥର ବଜେଟ୍‌ରେ ଗ୍ରୀନ କ୍ରେଡିଟ୍‌, ପିଏମ୍ ପ୍ରମାଣ ଯୋଜନା, ଗୋବର୍ଦ୍ଧନ ଯୋଜନା, ପୁରୁଣା ଯାନ ସ୍ପ୍ରାପିଂ ନୀତି, ଗ୍ରୀନ ହାଇଡ୍ରୋଜେନ ଓ ଆର୍ଦ୍ରଭୂମିର ସୁରକ୍ଷା ଚଳିତ ଥର ବଜେଟ୍‌ରେ ଘୋଷଣା କରାଯାଇଛି। ଏସବୁ ଘୋଷଣା ଭାରତର ଭବିଷ୍ୟତ ବଂଶଧରଙ୍କ ପାଇଁ ବିକାଶର ଏକ ନୂଆ ଆଧାରଶୀଳା ସ୍ଥାପନ କରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତର ଶକ୍ତିଶାଳୀ ସ୍ଥିତି ବିଶ୍ୱରେ ଏକ ନୂଆ ପରିବର୍ତ୍ତନ ଆଣିବ। “ଏଥର ବଜେଟ ଭାରତକୁ ବିଶ୍ୱର ସବୁଜ ଊର୍ଜା ମାର୍କେଟରେ ନେତୃତ୍ୱ ସ୍ଥାନ ଦେବାରେ ସହାୟକ ହେବ। ସେଥିପାଇଁ ଆଜି ମୁଁ ବିଶ୍ୱର ଊର୍ଜା କ୍ଷେତ୍ରରେ ସବୁ ସମ୍ପୃକ୍ତ ପକ୍ଷଙ୍କୁ ଭାରତରେ ଗ୍ରୀନ ଏନର୍ଜୀ କ୍ଷେତ୍ରରେ ପୁଞ୍ଜିିନିବେଶ କରିବାକୁ ଆମନ୍ତ୍ରଣ କରୁଛି।” ସେ ଆହୁରି କହିଛନ୍ତି ଯେ ବିଶ୍ୱ ଊର୍ଜା ନିବେଶକଙ୍କୁ ବଜେଟ୍ ଏକ ବଡ ସୁଯୋଗ ଦେଇଛି ଏବଂ ସେମାନେ ଭାରତର ଏ କ୍ଷେତ୍ରରେ ଶୀଘ୍ର ପୁଞ୍ଜି ନିବେଶ କରନ୍ତୁ। ଏହା ଷ୍ଟ୍ରାଟଅପ୍ କ୍ଷେତ୍ର ପାଇଁ ବିଶେଷ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ୨୦୧୪ ପରଠାରୁ ବିଶ୍ୱର ବୃହତ୍ ଅର୍ଥନୀତି ମଧ୍ୟରେ ଉତ୍ପାଦନ କ୍ଷମତା ସୃଷ୍ଟି କରିବାରେ ଭାରତ ସବୁଠାରୁ ଦ୍ରୁତତମ ପଦେକ୍ଷପ ଗ୍ରହଣ କରିବାର ମାନ୍ୟତା ପାଇଛିି। ଭାରତର ଉପଲବ୍ଧି ପ୍ରମାଣ କରୁଛି ଯେ ଅକ୍ଷୟ ଶକ୍ତି ସମ୍ବଳର ପୂର୍ଣ୍ଣ ଉପଯୋଗ ଭାରତ ଧାର୍ଯ୍ୟ ସମୟର ପୂର୍ବରୁ କରିପାରିବ। ବିଦ୍ୟୁତ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତ ଧାର୍ଯ୍ୟ ଲକ୍ଷ୍ୟର ୯ବର୍ଷ ପୂର୍ବରୁ ଅକ୍ଷୟ ଶକ୍ତି ଉତ୍ସରୁ ବିଜୁଳି ଉତ୍ପାଦନ କ୍ଷମତା ୪୦% ସୃଷ୍ଟି କରିବାରେ ସଫଳ ହୋଇଛି। ଅତଏବ ଏଥିପାଇଁ ଆଉ ଜୈବିକ ଇନ୍ଧନ ବ୍ୟବହାର କରାଯିବ ନାହିଁ। ସେହିଭଳି ପେଟ୍ରୋଲରେ ୧୦% ଇଥାନଲ ମିଶ୍ରଣ ଲକ୍ଷ୍ୟ ଭାରତ ଧାର୍ଯ୍ୟ ସମୟର ପାଂଚ ମାସ ପୂର୍ବରୁ ପୂରଣ କରିଥିଲା। ସେହିପରି ୨୦୨୩ ପରିବର୍ତ୍ତେ ୨୦୨୫-୨୬ ସୁଦ୍ଧା ୨୦% ଇଥାନଲ ବ୍ଲେଡିଂ ଲକ୍ଷ୍ୟ ପୂରଣ କରିବାକୁ ଭାରତ କାର୍ଯ୍ୟ କରୁଛି। ଭାରତ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅଣ ପାରମ୍ପରିକ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଭାରତରେ ସୌର,ପବନ, ବାୟୋଗ୍ୟାସ, କୃଷି ବର୍ଜ୍ୟ ଆଦି ଅଣପାରମ୍ପରିକ ଅକ୍ଷୟ ଶକ୍ତି ଉତ୍ସରୁ ଊର୍ଜା ଉତ୍ପାଦନର ପ୍ରଚୁର ସାମର୍ଥ୍ୟ ରହିଛି। ଏହା ଆମ ଘରୋଇ କ୍ଷେତ୍ର ପାଇଁ ସୁନାଖଣି ବା ତେଲଖଣିଠାରୁ କୌଣସି ଗୁଣରେ କମ୍ ନୁହେଁ। ନିବେଶକ ଓ ଘରୋଇ କ୍ଷେତ୍ର ଏହାର ସୁଯୋଗ ନେବା ଆବଶ୍ୟକ। ସେ ଆହୁରି କହିଛନ୍ତି ଯେ ଜାତୀୟ ଗ୍ରୀନ ହାଇଡ୍ରୋଜେନ ମିଶନରେ ଭାରତ ୫ ଏମ୍‌ଏମ୍‌ଟି ସବୁଜ ଉଦ୍‌ଯାନ ଉତ୍ପାଦନ ଲକ୍ଷ୍ୟପୂରଣ ପାଇଁ କାର୍ଯ୍ୟ କରୁଛି। ଏଥିପାଇଁ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ୧୯ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହାଛଡା ଇଲେକ୍‌ଟ୍ରୋଲାଇଜର ଉତ୍ପାଦନ, ଗ୍ରୀନ ଷ୍ଟିଲ ପ୍ରସ୍ତୁତି ଓ ଲଙ୍ଗ୍‌-ହଲ୍ ଫୁଏଲ ସେଲ ନିର୍ମାଣର ଯେଉଁ ବ୍ୟବସ୍ଥା ଆରମ୍ଭ ହୋଇଛି ନିବେଶକ ଏବଂ ଉତ୍ପାଦକ ତାହାର ସୁଯୋଗ ମଧ୍ୟ ନେବା ଉଚିତ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋବରରୁ ୧୦ହଜାର ନିୟୁତ ଘନମିଟର ବାୟୋଗ୍ୟାସ ଓ ୧.୫ ନିୟୁତ ଘନମିଟର ଗ୍ୟାସ ଉତ୍ପାଦନ କରିବାର କ୍ଷମତା ଭାରତରେ ରହିଛି। ଏହା ଦ୍ୱାରା ଦେଶର ସହରଞ୍ଚଳରେ ୮% ଗ୍ୟାସ ଆବଶ୍ୟକତା ପୂରଣ ହୋଇପାରିବ। ସେ ଦୃଷ୍ଟିରୁ ଗୋବର୍ଦ୍ଧନ ଯୋଜନା ଭାରତର ଜୈବ ଇନ୍ଧନ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏଥର ବଜେଟ୍‌ରେ ଦେଶର ୫୦୦ ନୂଆ ବାୟୋଗ୍ୟାସର ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଗୋବର୍ଦ୍ଧନ ଯୋଜନାରେ ନିଷ୍ପତ୍ତି ନିଆଯାଇଛି। ଏହି ଆଧୁନିକ ପ୍ଲାଣ୍ଟରେ ଭାରତ ସରକାର ୧୦ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। କୃଷି ଓ ପୌର ଆବର୍ଜନାକୁ ସିବିଜି ପ୍ରସ୍ତୁତ କରିବାକୁ ଘରୋଇ କ୍ଷେତ୍ରକୁ ଆକର୍ଷଣୀୟ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

ଭାରତର ପୁରୁଣା ଗାଡିଗୁଡିକୁ ରାସ୍ତାରୁ ହଟାଇବା (ଯାନ ସ୍କ୍ରାପିଂ)ସଂକ୍ରାନ୍ତ ନୀତି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ସବୁଜ ଅଭିବୃଦ୍ଧି ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ପନ୍ଦରବର୍ଷରୁ ଅଧିକ ପୁରୁଣା ପ୍ରାୟ ୩ଲକ୍ଷ ସରକାରୀ ଯାନକୁ ସ୍କ୍ରାପ କରିବା ପାଇଁ  କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡିକର ଯାନ ଏଥିରେ ଅନ୍ତର୍ଭୁକ୍ତ। ବଜେଟ୍‌ରେ ଏଥର ଏଥିପାଇଁ ୩୦୦୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପୁରୁଣା ପୁଲିସ ଯାନ, ଆମ୍ବୁଲାନ୍ସ ଓ ବସ୍ ସବୁ ମଧ୍ୟ ଏହି ସ୍କ୍ରାପ ନୀତିର ଅନ୍ତର୍ଭୁକ୍ତ। ଏହି ଯାନ ସ୍କ୍ରାପିଂ ଏକ ବିରାଟ ବଜାର ସୃଷ୍ଟି କରିବ ଏବଂ ଏହାର ଟୁକୁରା ଲୁହା ଲକଡିକୁ ପୁନଃ ବ୍ୟବହାର ପାଇଁ ଲୋକେ କିଣିବେ।

ପ୍ରଧାନମନ୍ତ୍ରୀ  କହିଛନ୍ତି ଯେ ଭାରତକୁ ତାହାର ବ୍ୟାଟେରୀ ଷ୍ଟୋରେଜ କ୍ଷମତାକୁ ଆସନ୍ତା ୬-୭ ବର୍ଷ ମଧ୍ୟରେ ୧୨୫ ଗିଗାୱାଟକୁ ବୃଦ୍ଧି କରିବାକୁ ହେବ। ସେଥିପାଇଁ ବ୍ୟାଟେରୀ ବିକାଶଶକାରଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ପାଣ୍ଠି ଯୋଗାଣର ବ୍ୟବସ୍ଥା କରାଯାଇଛି। ଏହା ଏକ ପୁଞ୍ଜି ସଂଘନ କ୍ଷେତ୍ର ହୋଇଥିବାରୁ ଏଥିପାଇଁ ଅଧିକ ନିବେଶ ଲୋଡା।

ଭାରତର ଜଳପଥ ପରିବହନ କ୍ରମଶଃ ଅଧିକ ଲୋକପ୍ରିୟ ହେଉଛି। ଏବେ ଦେଶର ୫% ପଣ୍ୟ ତଟୀୟ ଜଳପଥରେ ପରିବହନ କରାଯାଉଛି। ଆଭ୍ୟନ୍ତରୀଣ ଜଳପଥରେ ଭାରତର ପଣ୍ୟ ପରିବହନ ପରିମାଣ ମାତ୍ର ୨%। ଭାରତରେ ଜଳପଥର ବିକାଶ ପାଇଁ ସରକାର ଅଗ୍ରାଧିକାର ଦେଉଛନ୍ତି ଏବଂ ଏହା ଦ୍ୱାରା ଦେଶର ପରିବହନ ବ୍ୟବସ୍ଥାରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିବ।

ନିଜର ଅଭିଭାଷଣ ଶେଷ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସବୁଜ ଊର୍ଜା ଟେକ୍‌ନୋଲେଜି କ୍ଷେତ୍ରରେ ବିଶ୍ୱକୁ ନେତୃତ୍ୱ ଦେବାକୁ ଭାରତ ଯଥେଷ୍ଟ ସାମର୍ଥ୍ୟ ରହିଛି। ପ୍ରଦୂଷଣମୁକ୍ତ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ସବୁଜ ଇନ୍ଧନ କ୍ଷେତ୍ରରେ ଭାରତ ବିଶ୍ୱକୁ ନେତୃତ୍ୱ ପ୍ରଦାନ କରିବ। “ବଜେଟ୍ କେବଳ ଏକ ସୁଯୋଗ ନୁହେଁ,ଏହା ଭବିଷ୍ୟତ ନିରାପତ୍ତାର ଏକ ଗ୍ୟାରେଣ୍ଟିଂ।” ବଜେଟ୍‌ର ସମସ୍ତ ପ୍ରସ୍ତାବନାକୁ ଶୀଘ୍ର କାର୍ଯ୍ୟକାରୀ କରି ଏହାର ଲାଭ ଉଠାଇବାକୁ ପ୍ରଧାନମନ୍ତ୍ରୀ ସବୁ ସମ୍ପୃକ୍ତ ପକ୍ଷଙ୍କୁ ଆହ୍ୱାନ ଦେଇଛନ୍ତି। ସରକାର ସର୍ବଦା ଆପଣମାନଙ୍କ ସହିତ ରହିଛି ଏବଂ ଆପଣମାନଙ୍କ ପ୍ରସ୍ତାବ ବିଚାରଯୋଗ୍ୟ ବୋଲି ସେ କହିଛନ୍ତି।

Categories
ବିଶେଷ ଖବର

୧୩ ଟି ରାଜ୍ୟରେ ଥିବା ନଅଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହ ଜଡିତ ସକ୍ରିୟ ପ୍ରଶାସନ ଏବଂ ସଠିକ୍ ସମୟରେ କାର୍ଯ୍ୟକାରିତା ପାଇଁ ଆଇସିଟି ଆଧାରିତ ମଲ୍ଟି ମୋଡାଲ୍ ପ୍ଲାଟଫର୍ମ ପ୍ରଗତି ର ୪୧ ତମ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଏହି ବୈଠକରେ ନଅଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ଏହି ନଅଟି ପ୍ରକଳ୍ପ ମଧ୍ୟରେ ତିନୋଟି ପ୍ରକଳ୍ପ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର, ଦୁଇଟି ପ୍ରକଳ୍ପ ରେଳ ମନ୍ତ୍ରଣାଳୟର ଏବଂ ଗୋଟିଏ କରି ପ୍ରକଳ୍ପ ଶକ୍ତି ମନ୍ତ୍ରଣାଳୟ, କୋଇଲା ମନ୍ତ୍ରଣାଳୟ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର। ଏହି ନଅଟି ପ୍ରକଳ୍ପର ମୂଲ୍ୟ ୪୧,୫୦୦ କୋଟି ଟଙ୍କାରୁ ଅଧିକ ଏବଂ ୧୩ ଟି ରାଜ୍ୟ ଛତିଶଗଡ, ପଞ୍ଜାବ, ବିହାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାଡଖଣ୍ଡ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଅ।ସାମ, ଗୁଜୁରାଟ, ମହାରାଷ୍ଟ୍ର ଏବଂ ଅରୁଣାଚଳ ପ୍ରଦେଶ ସହିତ ଜଡିତ। ଏହି ବୈଠକରେ ମିଶନ ଅମୃତ ସରୋବର ମଧ୍ୟ ସମୀକ୍ଷା କରାଯାଇଥିଲା।

ଭିତ୍ତିଭୂମି ପ୍ରକଳ୍ପର ଯୋଜନା ପ୍ରସ୍ତୁତିରେ ପିଏମ ଗତିଶକ୍ତି ପୋର୍ଟାଲ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରକଳ୍ପର ଠିକ ସମୟରେ ସମାପ୍ତି ପାଇଁ ଜମି ଅଧିଗ୍ରହଣ, ସାମଗ୍ରୀ ସ୍ଥାନାନ୍ତର ଏବଂ ଅନ୍ୟାନ୍ୟ ପ୍ରସଙ୍ଗର ଶୀଘ୍ର ସମାଧାନ ପାଇଁ ସେ ଜୋର ଦେଇଥିଲେ। କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସଠିକ୍ ସମନ୍ୱୟ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ “ଅମୃତ ସରୋବର” ର ସମୀକ୍ଷା କରିଥିଲେ। ସେ ଗୁଜୁରାଟର କିଶନଗଞ୍ଜ, ବିହାର ଏବଂ ବୋଟାଡରେ ଡ୍ରୋନ୍ ମାଧ୍ୟମରେ ଅମୃତ ସରୋବର ସାଇଟଗୁଡିକର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ। ପ୍ରଧାନମନ୍ତ୍ରୀ ମୌସୁମୀ ଆରମ୍ଭ ପୂର୍ବରୁ ମିଶନ ମୋଡରେ ଅମୃତ ସରୋବର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସମସ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଯୋଜନା ଅନ୍ତର୍ଗତ ୫୦,୦୦୦ ଅମୃତ ସରୋବର ଲକ୍ଷ୍ୟ ଧାର୍ଯ୍ୟ ସମୟରେ ପୂରଣ ପାଇଁ ବ୍ଲକ ସ୍ତରର ମନିଟରିଂ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

“ଅମୃତ ସରୋବର” ର ଅନନ୍ୟ ଧାରଣା ସମଗ୍ର ଦେଶରେ ଜଳଜଳଗୁଡିକୁ ସଜୀବ କରିବା ପାଇଁ କାର୍ଯ୍ୟ କରୁଛି, ଯାହା ଭବିଷ୍ୟତ ପାଇଁ ଜଳ ସଂରକ୍ଷଣ କରିବାରେ ସାହାଯ୍ୟ କରିବ। ମିଶନ ସମାପ୍ତ ହେବା ପରେ, ଜଳ ଧାରଣ କ୍ଷମତା ବୃଦ୍ଧି ପ୍ରାୟ ୫୦ କୋଟି ମିଟର ହେବାର ଆଶା କରାଯାଉଛି, ଆନୁମାନିକ କାର୍ବନ ହ୍ରାସ ବର୍ଷକୁ ପ୍ରାୟ ୩୨,୦୦୦ ଟନ୍ ହେବ ଏବଂ ଭୂତଳ ଜଳ ରିଚାର୍ଜରେ ବୃଦ୍ଧି ୨୨ ମିଲିୟନ୍ ଘନ ମିଟରରୁ ଅଧିକ ହେବ ବୋଲି ଆଶା କରାଯାଉଛି। ଅଧିକନ୍ତୁ, ସଂପୂର୍ଣ୍ଣ ଅମୃତ ସରୋବରଗୁଡିକ ଗୋଷ୍ଠି କାର୍ଯ୍ୟକଳାପ ଏବଂ ଅଂଶଗ୍ରହଣର କେନ୍ଦ୍ର ଭାବରେ ବିକଶିତ ହେଉଛି, ଯାହାଦ୍ୱାରା ଜନ ଭାଗିଦାରୀଙ୍କ ଆବେଗ ବୃଦ୍ଧି ପାଇବ। ସ୍ୱଚ୍ଛତା ରାଲି, ଜଳ ସଂରକ୍ଷଣ ଉପରେ ଜଳ ଶପଥ, ରଙ୍ଗୋଲି ପ୍ରତିଯୋଗିତା ପରି ସ୍କୁଲ ପିଲାମାନଙ୍କର କାର୍ଯ୍ୟକଳାପ, ଛଟ ପୂଜା ପରି ଧାର୍ମିକ ପର୍ବ ପାଳନ କରିବା ଭଳି ଅନେକ ସାମାଜିକ କାର୍ଯ୍ୟକଳାପ ଅମୃତ ସରୋବର ସାଇଟରେ ଆୟୋଜିତ ହେଉଛି।

ପ୍ରଗତି ବୈଠକରେ ବର୍ତ୍ତମାନ ସୁଦ୍ଧା ମୋଟ୍‍ ୧୫.୮୨ ଲକ୍ଷ କୋଟି ମୂଲ୍ୟର ୩୨୮ ଟି ପ୍ରକଳ୍ପର ସମୀକ୍ଷା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏଫସିବିଡି ଙ୍କ ଦ୍ବିତୀୟ ବୈଠକ ଓ ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ଉଦ୍‌ଘାଟନୀ ଭାଷଣ ସହିତ ଆଜି ଜି-20 ଫାଇନାନ୍ସ ଓ ସେଣ୍ଟ୍ରାଲ୍ ବ୍ୟାଙ୍କ ପ୍ରତିନିଧି (ଏଫସିବିଡି) ଙ୍କ ର ଦ୍ବିତୀୟ ବୈଠକ ଶୁଭାରମ୍ଭ ହୋଇଛି।

ଭାରତ ଦ୍ବାରା ଜି-20 ର ଅଧ୍ୟକ୍ଷତା ଗ୍ରହଣ ପରେ ଜି-20 ଅର୍ଥ ମନ୍ତ୍ରୀ ଏବଂ ସେଣ୍ଟ୍ରାଲ ବ୍ୟାଙ୍କର ଗଭର୍ଣ୍ଣର (ଏଫଏମସିବିଜି) ଙ୍କ ପ୍ରଥମ ବୈଠକ 24-25 ଫେବୃୟାରୀ, 2023 ରେ ବେଙ୍ଗାଲୁରୁ, କର୍ଣ୍ଣାଟକ ଠାରେ ନିର୍ଦ୍ଧାରିତ କରାଯାଇଛି। ଜି-20 ଏଫଏମସିବିଜି ର ବୈଠକ ଜି-20 ଅର୍ଥ ଓ ସେଣ୍ଟ୍ରାଲ୍ ବ୍ୟାଙ୍କ ପ୍ରତିନିଧି (ଏଫସିବିଡି)ର ବୈଠକର ପୂର୍ବରୁ ରହିଛି। ବୈଠକର ସହ ଅଧ୍ୟକ୍ଷତା ଅଜୟ ସେଠ୍ ଏବଂ ଆରବିଆଇର ଡେପୁଟି ଗଭର୍ଣ୍ଣର ଡା. ମାଇକେଲ୍ ଡି. ପାତ୍ରା କରିବେ।

ସମ୍ବୋଧନ ସମୟରେ ଯୁବ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଅର୍ଥ ଟ୍ରାକ୍ ଜି-20 ପ୍ରକ୍ରିୟାର ମୂଳରେ ରହିଛି ଏବଂ ବିଶ୍ବ ଆର୍ଥିକ ସମ୍ବାଦ ଏବଂ ନୀତି ସମନ୍ବୟ ପାଇଁ ଏକ ପ୍ରଭାବି ପ୍ଲାଟଫର୍ମ ପ୍ରଦାନ କରିଥାଏ। ଅର୍ଥ ଟ୍ରାକରେ ମୁଖ୍ୟ କାର୍ଯ୍ୟ କ୍ଷେତ୍ର ବିଶ୍ବ ଆର୍ଥିକ ଦୃଷ୍ଟିକୋଣ ଏବଂ ଆପଦ, ବିକାଶ ଅର୍ଥ ସହିତ ଆନ୍ତର୍ଜାତୀୟ ଆର୍ଥିକ ସଂରଚନା ଏବଂ ବିଶ୍ବ ଆର୍ଥିକ ସୁରକ୍ଷା ବ୍ୟବସ୍ଥା, ଆର୍ଥିକ ସମାବେଶନ ଏବଂ ଆର୍ଥିକ କ୍ଷେତ୍ରର ଅନ୍ୟ ବିଷୟ, ମୌଳିକ ଢାଞ୍ଚା ବିକାଶ ଏବଂ ଫାଇନାନ୍ସିଂ, ସ୍ଥାୟୀ ଅର୍ଥ, ବିଶ୍ବ ସ୍ବାସ୍ଥ୍ୟ ଫାଇନାନ୍ସିଂ ଏବଂ ଆନ୍ତର୍ଜାତିୟ ଟାକ୍ସେସନ ସାମିଲ୍ ରହିଛି।

ଯେତେବେଳେ ନଭେମ୍ବର 2022 ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଙ୍କ ଠାରୁ ଜି-20 ଅଧ୍ୟକ୍ଷତାର ବ୍ୟାଟନ୍ ପ୍ରାପ୍ତ କଲେ, ତାହା ଏହି ଦେଶ ପାଇଁ ଗୌରବର ମୁହୂର୍ତ୍ତ ଥିଲା। ଯଦିଓ ଏହା ସହିତ ଜି-20 ପକ୍ଷରୁ ମତ ପାର୍ଥକ୍ୟକୁ ସମାପ୍ତ କରିବା ଏବଂ ବିଶ୍ବ ମହତ୍ତ୍ବ କ୍ଷେତ୍ରରେ ସହମତି ବଜାୟ ରଖିବାକୁ ସୁନିଶ୍ଚିତ କରିବାର ବଡ଼ ଦାୟୀତ୍ବ ମଧ୍ୟ ରହିଥିଲା।

ନିଜର ଉଦ୍‌ଘାଟନୀ ଭାଷଣରେ ଶ୍ରୀ ଠାକୁର ଭାରତର ଜି-20 ଅଧ୍ୟକ୍ଷତାର ମହତ୍ତ୍ବ ଏବଂ ଆମର ପୃଥିବୀକୁ ଉନ୍ନତ କରିବା, ଆମର ଏକ ପରିବାର ମଧ୍ୟରେ ସଦ୍‌ଭାବ ବଜାୟ ରଖିବା ଏବଂ ଆମର ଏକ ଭବିଷ୍ୟତର ଆଶ ପ୍ରଦାନ କରିବାରେ ପ୍ରାଥମିକତା ଗୁଡ଼ିକୁ ରେଖାଙ୍କିତ କରିଛନ୍ତି। ଏହି ବିଷୟବସ୍ତୁ ବିଶ୍ବ ଆହ୍ବାନର ସମାଧାନ କରିବା ପାଇଁ ସହଯୋଗାତ୍ମକ ପ୍ରଚେଷ୍ଟା ଉପରେ ଭାରତର ମହତ୍ତ୍ବକୁ ଦେଖାଇଥାଏ। ବିଶ୍ବ ଅର୍ଥ ବ୍ୟବସ୍ଥା କୋଭିଡ୍ -19 ମହାମାରୀ, ଖାଦ୍ୟ ଏବଂ ଶକ୍ତି ଅସୁରକ୍ଷା, ବଡ଼ ଆକାରରେ ଦର ବୃଦ୍ଧି, ବୃଦ୍ଧି ପ୍ରାପ୍ତ ଋଣ ସଙ୍କଟ, ଜଳବାୟୁ ପରିବର୍ତ୍ତନର ଅବକ୍ଷୟିତ ସ୍ଥିତି ଏବଂ ଭୁ-ରାଜନୈତିକ ଚାପର ପ୍ରଭାବକୁ ସମ୍ମୁଖୀନ ହେଉଛି। ଏହି ସମସ୍ତ ସଙ୍କଟର ପ୍ରଭାବ ବିଶ୍ବର ପ୍ରମୁଖ ବିକାଶ ପ୍ରାଥମିକତାକୁ ବାଧା ପହଞ୍ଚାଇପାରେ।

ଶ୍ରୀ ଠାକୁର କହିଛନ୍ତି ଯେ ଜି-20, ଉପଯୁକ୍ତ ଆଲୋଚନା ଓ ବିଚାର ବିମର୍ଷ ମାଧ୍ୟମରେ ଏହି ସବୁ ଆହ୍ବାନ ପାଇଁ ବ୍ୟାବହାରିକ ବିଶ୍ବ ସମାଧାନ ଖୋଜିବାରେ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ଦେଇ ପାରିବ ଏବଂ ଏଥିାପଇଁ ଭାରତର ଅଧ୍ୟକ୍ଷତା ସକ୍ରିୟ ଭାବରେ ସୁବିଧା ପ୍ରଦାନ କରିବାକୁ ଚାହୁଁଛି।

ଏହା ବ୍ୟତୀତ ଶ୍ରୀ ଠାକୁର କହିଛନ୍ତି ଯେ, ଏହି ଲକ୍ଷ୍ୟକୁ ପୂରଣ କରିବା ଦିଗରେ 2023 ରେ ଜି-20 ଫାଇନାନ୍ସ ଟ୍ରାକ୍ ଆଲୋଚନାରେ 21ଶ ଶତାବ୍ଦୀର ବିଶ୍ବ ଆହ୍ବାନର ସମ୍ମୁଖୀନ ହେବା ପାଇଁ ବହୁପକ୍ଷୀୟ ବିକାଶ ବ୍ୟାଙ୍କ (ଏମଡିବି) ର ମଜବୁତ କରିବା, ‘ଭବିଷ୍ୟତର ସହର’ କୁ ଆର୍ଥିକ ସହାୟତା, ଆର୍ଥିକ ସମନ୍ବିତକରଣ ଏବଂ ଉତ୍ପାଦକତା ଲାଭ ପାଇଁ ଡିଜିଟାଲ୍ ସାର୍ବଜନିକ ଭିତ୍ତିଭୂମି ଢାଞ୍ଚାର ଲାଭ ଉଠାଇବା, ଆନ୍ତର୍ଜାତୀୟ ଟାକ୍ସେସନ ଏଜେଣ୍ଡାକୁ ଆଗକୁ ନେବା ଏବଂ ଅନ୍ୟ ବିଷୟ ଗୁଡ଼ିକ ସାମିଲ୍ ରହିବ। ଜି-20 ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟ ଗୋଷ୍ଠୀ ପୂର୍ବରୁ ହିଁ ଏହି ପ୍ରମୁଖ ବିଷୟ ଉପରେ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି।

ପ୍ରତିନିଧିମାନଙ୍କର ଏହି ବୈଠକ ବିଜ୍ଞପ୍ତିର ଅନ୍ତିମ ରୂପ ଦେବା ପାଇଁ ସମର୍ପିତ ରହିଛି, ଯାହାକୁ ଜି-20 ର ଅର୍ଥ ମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ଦ୍ବାରା 24 ଏବଂ 25 ଫେବୃୟାରୀ 2023 ରେ ତାଙ୍କର ବୈଠକରେ ଅନୁମୋଦିତ କରାଯିବ। ଏହି ବିଜ୍ଞପ୍ତି ବିଶ୍ବ ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ସର୍ବାଧିକ ମହତ୍ତ୍ବପୂର୍ଣ୍ଣ ବିଷୟ ଉପରେ ଜି-20ର ସାମୁହିକ ଦୃଷ୍ଟିକୋଣର ପ୍ରତୀକ ଅଯେ ଥା ବ୍ୟାପକ ଆନ୍ତର୍ଜାତୀୟ ସମୁଦାୟର ପ୍ରମୁଖ ବିଶ୍ବ ଅର୍ଥ ବ୍ୟବସ୍ଥାର ଅର୍ଥ ମନ୍ତ୍ରୀ ଏବଂ  ସେଣ୍ଟ୍ରାଲ୍ ବ୍ୟାଙ୍କ ର ଗଭର୍ଣ୍ଣରମାନଙ୍କୁ ପ୍ରତ୍ୟକ୍ଷ ଭାବରେ ସାମିଲ୍ କରିଥାଏ। ଏଥିରେ ଜନସାଧାରଣଙ୍କୁ ଆଶ୍ବସ୍ତ କରିବାର କ୍ଷମତା ରହିଛି ଯେ ପ୍ରମୁଖ ବିଶ୍ବ ସମସ୍ୟାର ସମନ୍ବିତ ସମାଧାନ ଉପରେ ଜି-20 ଦେଶ ମଧ୍ୟରେ ସାଧାରଣ ସହମତିରେ ବିଶ୍ବ ଅର୍ଥ ବ୍ୟବସ୍ଥାକୁ ବର୍ତ୍ତମାନ ମାନ୍ଦାବସ୍ଥାରୁ ବାହାର କରିବାରେ ସହାୟତା କରିପାରେ ତଥା ବିକାଶ ଏବଂ ସମୃଦ୍ଧି ପାଇଁ ନୂଆ ଅବସର ସୃଷ୍ଟି କରିପାରେ।

ନୀତି ନିର୍ମାତା ଏହା ସୁନିଶ୍ଚିତ କରିବା ପାଇଁ ଉତ୍ତରଦାୟୀ ରହିଛନ୍ତି ଯେ ଏହି ବିଶ୍ବାସ ଯେପରି ବଜାୟ ରଖାଯିବ। ଜି-20 ନିଜର ସ୍ଥାପନା ପରେ, ସମୟକୁ ସମୟ ସଙ୍କଟ ସମୟରେ ସାଧାରଣ ସହମତି ସୃଷ୍ଟି କରିବାରେ ନିଜର କ୍ଷମତା ପ୍ରମାଣିତ କରିଛି। ଭାରତୀୟ ଅଧ୍ୟକ୍ଷତାଙ୍କ ଅନୁସାରେ ସଫଳତା ଆଗାମୀ ମହତ୍ତ୍ବପୂର୍ଣ୍ଣ ଆପଦକୁ ଅନୁମାନ କରିବା, ରୋକିବା ଓ ଏଥିପାଇଁ ପ୍ରସ୍ତୁତ ରହିବାରେ ଆମର କ୍ଷମତାରେ ନିହିତ ରହିଛି। ଏହା ଏକ ସମନ୍ବିତ ଏବଂ ବହୁପକ୍ଷୀୟ କ୍ଷମତାର ଆହ୍ବାନ କରିଥାଏ।

ନିଜର ଉଦ୍‌ଯାପନୀ ଭାଷଣରେ, ଶ୍ରୀ ଠାକୁର ବହୁପକ୍ଷୀୟ ଭାବନାର ଆକାଂକ୍ଷା ରଖିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ବିବାଦୀୟ ବିଷୟ ରହିଛି ଓ ଦେଶକୁ ନିଜର ଆକାଂକ୍ଷାକୁ ସନ୍ତୁଳିତ କରିବାର ଆବଶ୍ୟକତା ରହିଛି। ଏହି ରଚନାତ୍ମକ ଏବଂ ଉପଯୋଗୀ ଆଲୋଚନା ମାଧ୍ୟମରେ ଆମେ ସାମୁହିକ ଭାବରେ ସର୍ବାଧିକ ଫଳାଫଳ ଲାଭ କରିପାରିବା।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ବ୍ୟବସାୟ

ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ୟୁପିଆଇ-ପେ ନାଓ ଲିଙ୍କେଜ୍ ର ଭର୍ଚୁଆଲ୍ ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସେନ୍ ଲୁଙ୍ଗ ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଏବଂ ସିଙ୍ଗାପୁରର ପେନାଓ ମଧ୍ୟରେ ରିଅଲ୍ ଟାଇମ୍ ପେମେଣ୍ଟ ଲିଙ୍କେଜ୍ ର ଭର୍ଚୁଆଲ୍ ଶୁଭାରମ୍ଭରେ ଅଂଶଗ୍ରହଣ କରିଥିଲେ। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ସିଙ୍ଗାପୁରର ମନିଟାରୀ ଅଥରିଟୀର ପରିଚାଳନା ନିର୍ଦ୍ଦେଶକ ରବି ମେନନ୍ ନିଜ ନିଜ ମୋବାଇଲ୍ ଫୋନ୍ ବ୍ୟବହାର କରି ପରସ୍ପର ମଧ୍ୟରେ ସୀମା ପାର ଅର୍ଥ କାରବାର କରିଥିଲେ।

ସିଙ୍ଗାପୁର ହେଉଛି ପ୍ରଥମ ଦେଶ ଯେଉଁ ଠାରେ ସୀମା ପାର ପର୍ସନ୍ ଟୁ ପର୍ସନ୍ (ପି୨ପି) ଦେୟ ସୁବିଧା ଆରମ୍ଭ କରାଯାଇଛି। ଏହା ସିଙ୍ଗାପୁରରେ ଥିବା ପ୍ରବାସୀ ଭାରତୀୟ ବିଶେଷ କରି ପ୍ରବାସୀ ଶ୍ରମିକ/ଛାତ୍ରମାନଙ୍କୁ ସାହାଯ୍ୟ କରିବ ଏବଂ ସିଙ୍ଗାପୁର ଓ ଭାରତ ମଧ୍ୟରେ ତତକ୍ଷଣାତ ଡିଜିଟାଇଜେସନ ଓ ଫିନ୍‍ଟେକ୍‍ ଦ୍ୱାରା କମ୍ ମୂଲ୍ୟରେ ଟଙ୍କା ଟ୍ରାନ୍ସଫରର ଲାଭ ସାଧାରଣ ଲୋକଙ୍କୁ ମିଳିପାରିବ। କ୍ୟୁଆର କୋଡ୍ ମାଧ୍ୟମରେ ୟପିଆଇ ଦେୟ ଗ୍ରହଣ ସିଙ୍ଗାପୁରର ବଛା ବଛା ବ୍ୟବସାୟିକ ସ୍ଥଳୀରେ ପୂର୍ବରୁ ଉପଲବ୍ଧ।

ଭର୍ଚୁଆଲ ଶୁଭାରମ୍ଭ ପୂର୍ବରୁ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ୍‍ ଜରିଆରେ ପାରସ୍ପରିକ ସ୍ୱାର୍ଥ ଉପରେ ଆଲୋଚନା ହୋଇଥିଲା। ଭାରତ-ସିଙ୍ଗାପୁର ସମ୍ପର୍କକୁ ଆଗକୁ ନେବାରେ ସହଭାଗୀତା ପାଇଁ ପ୍ରଧାନମନ୍ତ୍ରୀ ଲିଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତର ଜି -୨୦ ଅଧ୍ୟକ୍ଷତା ଅଧୀନରେ ତାଙ୍କ ସହ କାମ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆସନ୍ତାକାଲି ହେବ ଭାରତର ୟୁପିଆଇ ଏବଂ ସିଙ୍ଗାପୁରର ପେ ନାଓ ମଧ୍ୟରେ କ୍ରସ ବର୍ଡ଼ର କନେକ୍ଟିଭିଟିର ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସିନ୍ ଲୁଙ୍ଗ ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଏବଂ ସିଙ୍ଗାପୁରର ପେ ନାଓ ମଧ୍ୟରେ 21 ଫେବୃଆରୀ 2023   ସକାଳ 11 ଟା (ଆଇଏସଟି) ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କ୍ରସ ବର୍ଡ଼ର କନେକ୍ଟିଭିଟି ଶୁଭାରମ୍ଭ ଅବସରରେ ଉପସ୍ଥିତ ରହିବେ।  ଏହି ଶୁଭାରମ୍ଭ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶ୍ରୀଯୁକ୍ତ ଶକ୍ତିକାନ୍ତ ଦାସ ଏବଂ ମନିଟାରି ଅଥୋରିଟି ଅଫ୍ ସିଙ୍ଗାପୁର (ଏମଏଏସ) ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ରବି ମେନନ୍ କରିବେ।

ଫିଣ୍ଟେକ୍ ନବସୃଜନ ପାଇଁ ଭାରତ ଦ୍ରୁତତମ ବୃଦ୍ଧି ପାଉଥିବା ଇକୋସିଷ୍ଟମ ଭାବରେ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ବ ଭାରତର ଶ୍ରେଷ୍ଠ ଶ୍ରେଣୀର ଡିଜିଟାଲ ପେମେଣ୍ଟ ଭିତ୍ତିଭୂମି ଜଗତୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ୟୁପିଆଇର ଲାଭ କେବଳ ଭାରତରେ ସୀମିତ ନୁହେଁ,  ଅନ୍ୟ ଦେଶମାନେ ମଧ୍ୟ ଏଥିରୁ ଉପକୃତ ହେବା ନିଶ୍ଚିତ କାରିବାକୁ ପ୍ରଧାନମନ୍ତ୍ରୀ ଏହାକୁ ଏକ ପ୍ରମୁଖ ଗୁରୁତ୍ବ ପ୍ରଦାନ କରିଛନ୍ତି। ଏହି ଦୁଇଟି ଦେୟ ପ୍ରଣାଳୀର ସଂଯୋଗ ଉଭୟ ଦେଶର ବାସିନ୍ଦାଙ୍କୁ କ୍ରସ ବର୍ଡ଼ର ଟଙ୍କା ଶୀଘ୍ର ଏବଂ କମ୍ ମୂଲ୍ୟରେ ସ୍ଥାନାନ୍ତରଣ କରିବାରେ ସକ୍ଷମ କରିବ। ଏହା ଦ୍ବାରା ସିଙ୍ଗାପୁରରେ ଭାରତୀୟ ଅଧିବାସୀ, ବିଶେଷ କରି ପ୍ରବାସୀ କର୍ମଚାରୀ ଏବଂ ଛାତ୍ରମାନେ ସିଙ୍ଗାପୁରରୁ ଭାରତକୁ ଓ ଭାରତରୁ ସିଙ୍ଗାପୁରକୁ ତୁରନ୍ତ ଓ କମ ଖର୍ଚ୍ଚରେ ଟଙ୍କା ପଠାଇବାରେ ସହାୟତା ମିଳିବ।

Categories
ବିଶେଷ ଖବର

ଭୁବନେଶ୍ବର ଠାରେ ପିଏମ ଗତିଶକ୍ତି: ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ପୂର୍ବ ଜୋନ ସମ୍ମିଳନୀ ଆୟୋଜିତ

ଭୁବନେଶ୍ବର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ପିଏମ ଗତିଶକ୍ତି (ବହୁମୁଖି ଯୋଗାଯୋଗ ନିମନ୍ତେ ଜାତୀୟ ମାଷ୍ଟର ପ୍ଲାନ) ଓ ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ପୂର୍ବ ଜୋନ ସମ୍ମିଳନୀ ଭୁବନେଶ୍ବର ଠାରେ ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କ ଉଦ୍ୟୋଗ ମହାନଦୀ କୋଲଫିଲ୍ଡସ ଲିମିଟେଡ ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସମାରୋହକୁ ସମ୍ବୋଧିତ କରି ଶ୍ରୀ ମହାପାତ୍ର କହିଥିଲେ ଯେ ଲଜିଷ୍ଟିକ୍ସ ହେଉଛି ଦେଶ ପାଇଁ ସବୁଠୁ ବଡ଼ ଆହ୍ବାନ। ପିଏମ ଗତିଶକ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହାଦ୍ବାରା ପରିବହନ କ୍ଷେତ୍ରର ବିଭିନ୍ନ ବିଭାଗରେ ରହିଥିବା ବାଧକଗୁଡ଼ିକ ଦୂର କରିବାରେ ଦୀର୍ଘକାଳୀନ ଭିତ୍ତିରେ ସହାୟତା ମିଳିପାରିବ। ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ସହିତ ଏହା ସାରା ଦେଶରେ ବହୁ ପରିମାଣରେ ଖଣି ଓ ମାଲ ପରିବହନ ଦିଗରେ ସହାୟକ ହୋଇପାରିବ।

ଓଡ଼ିଶା ବିଷୟରେ ଉଲ୍ଲେଖ କରି ଶ୍ରୀ ମହାପାତ୍ର କହିଥିଲେ ଯେ, କେବଳ ଓଡ଼ିଶା ଦେଶର ୧୪ରୁ ୧୫ଟି ରାଜ୍ୟକୁ ତାପଜ କୋଇଲା ପରିବହନ କରୁଛି। ପୂର୍ବାଞ୍ଚଳ କ୍ଷେତ୍ରରେ ଲଜିଷ୍ଟିକ୍ସ ସୁବିଧାର ବିକାଶ ଆବଶ୍ୟକତା ଉପରେ ଆଲୋକପାତ କରି ଶ୍ରୀ ମହାପାତ୍ର କହିଥିଲେ ଯେ, ଏହି କ୍ଷେତ୍ର ଦେଶର ବିକାଶ ପାଇଁ ବାହକ ଶକ୍ତି ଭାବେ କାର୍ଯ୍ୟ କରିଥାଏ। ଏହି ପରିପ୍ରେକ୍ଷୀରେ, ସେ କହିଥିଲେ ଯେ, ଲଜିଷ୍ଟିକ୍ସ କ୍ଷେତ୍ରରେ ଦୃଢ଼ ଭବିଷ୍ୟୋନ୍ମୁଖି ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ସଚିବ ନାଗେନ୍ଦ୍ର ନାଥ ସିହ୍ନା କହିଥିଲେ ଯେ, ଇସ୍ପାତ କ୍ଷେତ୍ର ପାଇଁ ଲଜିଷ୍ଟିକ୍ସ ଏକ ଜୀବନ ଓ ମୃତ୍ୟୁ ପରିସ୍ଥିତି ଭଳି। ଲଜିଷ୍ଟିକ୍ସର ଗୁରୁତ୍ବ ବିଷୟରେ ବର୍ଣ୍ଣନା କରି ସେ କହିଥିଲେ ଯେ ଗୋଟିଏ ଟନ ଇସ୍ପାତ ଉତ୍ପାଦନ ଲାଗି ୪ ଟନ୍ ସାମଗ୍ରୀ ପରିବହନ କରିବାକୁ ପଡ଼ିଥାଏ। ତେଣୁ ୧୨୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲାଗି, ୬୦୦ ନିୟୁତ ଟନ ସାମଗ୍ରୀକୁ ସାରା ଦେଶରେ ପରିବହନ କରାଯିବାର ଆବଶ୍ୟକତା ରହିଛି। ଇସ୍ପାତ କ୍ଷେତ୍ରରେ ମୋଟ ଉତ୍ପାଦନ ଖର୍ଚ୍ଚର ପ୍ରାୟ ୨୮ ପ୍ରତିଶତ ଲଜିଷ୍ଟିକ୍ସ ବାବଦରେ ଖର୍ଚ୍ଚ ହୋଇଥାଏ। ଯଦି ଆମକୁ ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବାର ଆବଶ୍ୟକତା ରହିଛି, ଆମକୁ ଲଜିଷ୍ଟିକ୍ସ ଖର୍ଚ୍ଚ ମଧ୍ୟ କମାଇବାକୁ ପଡ଼ିବ, ଯାହାକି ପିଏମ ଗତିଶକ୍ତି ଯୋଜନାରେ ମଧ୍ୟ ପରିକଳ୍ପନା କରାଯାଇଛି ।

ଶ୍ରୀ ସିହ୍ନା କହିଥିଲେ ଯେ, ରେଳ, ସଡ଼କ ଓ ଜଳପଥ ଭଳି ବର୍ତ୍ତମାନର ପରିବହନ ମାଧ୍ୟମ ବ୍ୟତୀତ ଲଜିଷ୍ଟିକ୍ସ ସହାୟତାର ନୂଆ ମାଧ୍ୟମ ଓ ଢାଞ୍ଚା ବିଷୟରେ ଆମକୁ ଚିନ୍ତା କରିବାକୁ ହେବ ଯାହାଫଳରେ ଏହାର ଖର୍ଚ୍ଚ ହ୍ରାସ ପାଇବ। ଖର୍ଚ୍ଚ କମେଇବା ଓ ଦକ୍ଷତାରେ ସୁଧାର ଆଣିବା ଲାଗି ସାମଗ୍ରୀ ପରିବହନର ସଠିକ ମାଧ୍ୟମ ଉପରେ ସେ ଗୁରୁତ୍ବାରୋପ କରିଥିଲେ। କେନ୍ଦ୍ର ଇସ୍ପାତ ସଚିବ କହିଥିଲେ ଯେ, ବିକଶିତ ରାଷ୍ଟ୍ରରେ ମୁଣ୍ଡପିଛା ଇସ୍ପାତ ଉପଯୋଗ ୭୦୦ କିଲୋଗ୍ରାମ ଥିବା ବେଳେ ଭାରତରେ ଏହା ୮୦ କିଲୋଗ୍ରାମ ରହିଛି। ଭାରତ ମଧ୍ୟମ ମାନ୍ୟତାପ୍ରାପ୍ତ ଦେଶରେ ସାମିଲ ହେଲେ ଲଜିଷ୍ଟିକ୍ସର ଚାହିଦା ବୃଦ୍ଧି ପାଇବ। ତେଣୁ ଲଜିଷ୍ଟିକ୍ସ ଖର୍ଚ୍ଚ କମାଇବା ଜରୁରି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ ଏମ ନାଗରାଜୁ କହିଥିଲେ ଯେ, ପିଏମ ଗତିଶକ୍ତି କାର୍ଯ୍ୟକ୍ରମରେ ନିହିତ ରହିଥିବା ସମନ୍ବୟ ଦୃଷ୍ଟିକୋଣ ଉତ୍ପାଦନ କ୍ଷମତା ବଢ଼ାଇବ ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ। ଏଥିସହିତ ଭିତ୍ତିଭୂମି ନିର୍ମାଣରେ ବର୍ଜ୍ୟବସ୍ତୁ ପରିମାଣ ମଧ୍ୟ ହ୍ରାସ କରିବ। ଆଜିର ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ଚାରିଟି ରାଜ୍ୟରେ ପ୍ରାକୃତିକ ସମ୍ବଳ ଭର୍ତ୍ତି ହୋଇ ରହିଛି ବୋଲି ଶ୍ରୀ ନାଗରାଜୁ କହିଥିଲେ। ସେ ଆହୁରି କହିଥିଲେ ଯେ, ଦେଶର ଶିଳ୍ପ ବିକାଶରେ ଏହିସବୁ ରାଜ୍ୟ ଦୃଢ଼ ମୂଳଦୁଆ ନିର୍ମାଣ କରିବାରେ ସହାୟକ ହୋଇପାରିବେ। ବସ୍ତୁ ଓ ସାମଗ୍ରୀର ବାଧାମୁକ୍ତ ଓ ବ୍ୟୟସାପେକ୍ଷ ପରିବହନ ସୁନିଶ୍ଚିତ କରିବା ଲାଗି ଏସବୁ ରାଜ୍ୟରେ ଏକ ବ୍ୟବସ୍ଥିତ ଲଜିଷ୍ଟିକସ ନୀତି ବିଶେଷ ସହାୟକ ହୋଇପାରିବ।

ଝାଡ଼ଖଣ୍ଡ ସରକାରଙ୍କ ଖଣି ସଚିବ ଅବୁବାକର ସିଦ୍ଦିକି ପି, ଏନଏଲସିଆଇଏଲର ଅଧ୍ୟକ୍ଷ ପ୍ରସନ୍ନ କୁମାର ମୋଟୁପଲ୍ଲୀ ମଧ୍ୟ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ‘ପୂର୍ବାଞ୍ଚଳରେ ଭିତ୍ତିଭୂମି ବିକାଶ’ ଉପରେ ୧୦ ଜଣ ସିଇଓଙ୍କୁ ନେଇ ଏକ ମତବିନିମୟ ଅଧିବେଶନ ମଧ୍ୟ ଆୟୋଜନ କରାଯାଇଥିଲା।

ଦେଶରେ ସମନ୍ବିତ ଭିତ୍ତିଭୂମି ବିକାଶ ପାଇଁ ଲଜିଷ୍ଟିକ୍ସ ଦକ୍ଷତାରେ ସୁଧାର ଆଣିବା ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ କମେଇବା ଲାଗି ଏକ ପରିବର୍ତ୍ତନକାରୀ ଆଭିମୁଖ୍ୟ ନେଇ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଥିଲା। ଭିତ୍ତିଭୂମି ଯୋଗାଯୋଗ ପ୍ରକଳ୍ପର ଏକୀକୃତ ଯୋଜନା ପ୍ରସ୍ତୁତି ଓ ସମନ୍ବିତ କାର୍ଯ୍ୟକାରିତା ନିମନ୍ତେ ବିଭିନ୍ନ ମନ୍ତ୍ରଣାଳୟ/ରାଜ୍ୟ/ବିଭାଗ/ଉଦ୍ୟୋଗକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ଏହାର ଉଦ୍ଦେଶ୍ୟ।

ଜାତୀୟ ଲିଜିଷ୍ଟିକ୍ସ ନୀତିର ବିଭିନ୍ନ ଉପାଦାନକୁ ଗଭୀର ଭାବେ ବୁଝିବା ଲାଗି ସବୁ ଅଂଶୀଦାରମାନଙ୍କୁ ପୂର୍ବ ଜୋନ ସମ୍ମିଳନୀ ଏକ ସୁଯୋଗ ଆଣି ଦେଇଛି।

କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ଠାରେ ପିଏମ୍‌ ଗତିଶକ୍ତି ଏବଂ ଜାତୀୟ ଲଜିଷ୍ଟିକ ନୀତି ଉପରେ ପୂର୍ବ କ୍ଷେତ୍ର ସମ୍ମିଳନୀ ଆୟୋଜିତ ହେଉଛି। ଆସନ୍ତା ୧୬ ତାରିଖରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି, ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଆଦି ପୂର୍ବ କ୍ଷେତ୍ରୀୟ ରାଜ୍ୟରେ ମୌଳିକ ଭିତ୍ତିଭୂମି ବିକାଶ ନିମନ୍ତେ ଏକୀକୃତ ଯୋଜନା ପ୍ରସ୍ତୁତ କରିବା ଲାଗି ଆପୋସ ସମନ୍ବୟ ବଢ଼ାଇବା।

ଏହି ସମ୍ମିଳନୀରେ ପୂର୍ବ କ୍ଷେତ୍ରର ରାଜ୍ୟ ଏବଂ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଯଥା କୋଇଲା, ଡିପିଆଇଆଇଟି, ରେଳବାଇ, ବିଦ୍ୟୁତ, ଇସ୍ପାତ, ସାର ଓ ରସାୟନ, ସଡ଼କ ପରିବହନ ମନ୍ତ୍ରଣାଳୟ, ଜାହାଜ ଚଳାଚଳ ଓ ଜଳମାର୍ଗ ସମେତ ପୂର୍ବ କ୍ଷେତ୍ରର ଉଦ୍ୟୋଗ ଜଗତର ଅଂଶୀଦାରମାନଙ୍କ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି । ପୂର୍ବାଞ୍ଚଳରେ ସମାବେଶୀ ବିକାଶ ନିମନ୍ତେ ଗଭୀର ବିଚାରବିମର୍ଶ କରିବା ଓ ଆବଶ୍ୟକ ପରାମର୍ଶ ଦେବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀ ଆୟୋଜନ କରାଯାଇଛି।

ପୂର୍ବାଞ୍ଚଳରେ ସମାବେଶୀ ବିକାଶ ନିମନ୍ତେ ଗଭୀର ବିଚାରବିମର୍ଶ କରିବା ଓ ଆବଶ୍ୟକ ପରାମର୍ଶ ଦେବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀ ଆୟୋଜନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରତ୍ୟେକ ଅପହଞ୍ଚ ପଞ୍ଚାୟତରେ ପ୍ରତିଷ୍ଠା ହେବ ସକ୍ଷମ ପ୍ରାଥମିକ କୃଷି ଋଣ ସମିତି (ପେକ୍ସ)

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶରେ ସମବାୟ ଆନ୍ଦୋଳନକୁ ସୁଦୃଢ଼ କରିବା ଏବଂ ତୃଣମୂଳସ୍ତରରେ ଏହାର ପହଞ୍ଚ ବଢ଼ାଇବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ଦେଶର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବ ଏବଂ ମାନନୀୟ କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ସମବାୟ ମନ୍ତ୍ରଣାଳୟ ପ୍ରତ୍ୟେକ ଅପହଞ୍ଚ ପଞ୍ଚାୟତରେ ସକ୍ଷମ ପ୍ରାଥମିକ କୃଷି ଋଣ ସମିତି (ପେକ୍ସ) ପ୍ରତିଷ୍ଠା, ସବୁ ଅପହଞ୍ଚ ପଞ୍ଚାୟତ/ଗ୍ରାମରେ ସକ୍ଷମ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ପ୍ରତିଷ୍ଠା, ବଡ଼ ଜଳାଶୟ ଥିବା ପଞ୍ଚାୟତ/ଗ୍ରାମ ସମେତ ପ୍ରତ୍ୟେକ ଉପକୂଳ ପଞ୍ଚାୟତ/ଗ୍ରାମରେ ସକ୍ଷମ ମାଛ ଚାଷ ସମବାୟ ସମିତି ପ୍ରତିଷ୍ଠା ଏବଂ ବର୍ତ୍ତମାନର ପେକ୍ସ/ଦୁଗ୍ଧ ଉତ୍ପାଦନ/ମାଛ ଚାଷ ସମବାୟ ସମିତିକୁ ସୁଦୃଢ଼  କରିବାକୁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛି। ‘ସାମଗ୍ରିକ ସରକାର’ ଆଭିମୁଖ୍ୟ ନେଇ ମତ୍ସ୍ୟ ଚାଷ, ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ବିଭିନ୍ନ ଯୋଜନାରେ ସମନ୍ବୟ ଅଣାଯାଇ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨ ଲକ୍ଷ ବର୍ତ୍ତମାନର ପେକ୍ସ/ଦୁଗ୍ଧ ଉତ୍ପାଦନ/ମାଛ ଚାଷ ସମବାୟ ସମିତି ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ନାବାର୍ଡ, ଜାତୀୟ ଦୁଗ୍ଧ ଉତ୍ପାଦନ ବିକାଶ ବୋର୍ଡ (ଏନଡିଡିବି) ଏବଂ ଜାତୀୟ ମାଛ ଚାଷ ବିକାଶ ବୋର୍ଡ (ଏନଏଫଡିବି) କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବେ।

ବର୍ତ୍ତମାନର ପରିଯୋଜନା ଅଧୀନରେ ନିମ୍ନଲିଖିତ ଯୋଜନାଗୁଡ଼ିକ ମଧ୍ୟରେ ସମନ୍ବୟ ଆଣିବା ଲାଗି ଚିହ୍ନଟ କରାଯାଇଛି:

୧- ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗ;

୨- ଦୁଗ୍ଧ ଉତ୍ପାଦନର ବିକାଶ ପାଇଁ ଜାତୀୟ କାର୍ଯ୍ୟକ୍ରମ (ଏନପିଡିଡି) ଏବଂ

୩- ଦୁଗ୍ଧଜାତ ଉତ୍ପାଦର ପ୍ରକ୍ରିୟାକରଣ ଓ ଭିତ୍ତିଭୂମି ବିକାଶ ପାଣ୍ଠି (ଡିଆଇଡିଏଫ)

ମତ୍ସ୍ୟ ଉତ୍ପାଦନ ବିଭାଗ:

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସଓ୍ବାଇ) ଏବଂ ମାଛ ଚାଷ ଓ ଜଳଜ କୃଷି ବା ଆକ୍ବାକଲ୍ଚର ଭିତ୍ତିଭୂମି ବିକାଶ (ଏଫଆଇଡିଏଫ) 

ଏହା ସାରା ଦେଶର ଚାଷୀ ସଦସ୍ୟମାନଙ୍କୁ ଗ୍ରାମାଞ୍ଚଳ ସ୍ତରରେ ସେମାନଙ୍କର ଉତ୍ପାଦ ବିକ୍ରି କରିବା, ଆୟ ବଢ଼ାଇବା ଏବଂ ଋଣ ସୁବିଧା ହାସଲ କରିବା ସମେତ ଅନ୍ୟାନ୍ୟ ସେବା ନିମନ୍ତେ ଆବଶ୍ୟକ ଫରଓ୍ବାର୍ଡ ଓ ବ୍ୟାକଓ୍ବାର୍ଡ ଲିଙ୍କେଜ୍ ଯୋଗାଇ ଦେବ। ଯେଉଁ ପ୍ରାଥମିକ ସମବାୟ ସମିତିଗୁଡ଼ିକର ପୁନରୁଦ୍ଧାର କରାଯାଇପାରିବ ନାହିଁ ସେମାନଙ୍କୁ ଚିହ୍ନଟ କରାଯାଇ ବନ୍ଦ କରି ଦିଆଯିବ ଏବଂ ସେମାନଙ୍କ ପରିଚାଳନା କ୍ଷେତ୍ରରେ ନୂତନ ପ୍ରାଥମିକ ସମବାୟ ସମିତି ପ୍ରତିଷ୍ଠା କରାଯିବ।

ଆହୁରି ନୂଆ ପେକ୍ସ/ଦୁଗ୍ଧ ଉତ୍ପାଦନ/ମାଛ ଚାଷ ସମବାୟ ସମିତି ପ୍ରତିଷ୍ଠା ହେବା ଫଳରେ ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ଯାହାକି ଗ୍ରାମୀଣ ଅର୍ଥବ୍ୟବସ୍ଥା ଉପରେ ବହୁଗୁଣିତ ଲାଭଜନକ ପ୍ରଭାବ ପକାଇବ। ଏହି ପରିଯୋଜନା ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ନିମନ୍ତେ ଭଲ ମୂଲ୍ୟ ପ୍ରଦାନ କରିବା, ସେମାନଙ୍କର ବଜାର ଆକାର ବୃଦ୍ଧି କରିବ ତଥା ସେମାନଙ୍କୁ ଯୋଗାଣ ଶୃଙ୍ଖଳରେ ବାଧାମୁକ୍ତ ଭାବେ ସାମିଲ କରିବ।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଏକ ଆନ୍ତଃମନ୍ତ୍ରଣାଳୟ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟି ମାଛ ଚାଷ, ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ମନ୍ତ୍ରୀ ଓ ସଚିବ; ନାବାର୍ଡ, ଏନଡିଡିବିର ଅଧ୍ୟକ୍ଷ ଓ ଏନଏଫଡିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଥିରେ ସଦସ୍ୟ ରହିଛନ୍ତି। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହିତ ସମନ୍ବୟ ପାଇଁ ଚିହ୍ନଟ ହୋଇଥିବା ଯୋଜନାର ମାର୍ଗଦର୍ଶିକାରେ ଅନୁକୂଳ ପରିବର୍ତ୍ତନ, ଯୋଜନାର ସୁଗମ କାର୍ଯ୍ୟକାରିତା ନିମନ୍ତେ କମିଟିକୁ ଆବଶ୍ୟକ କ୍ଷମତା ପ୍ରଦାନ କରାଯାଇଛି। କାର୍ଯ୍ୟ ଯୋଜନାର ଲକ୍ଷ୍ୟ ଆଧାରିତ ଏବଂ ପ୍ରଭାବୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ଲାଗି ଜାତୀୟ, ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟିମାନ ଗଠନ କରାଯାଇଛି।

ପେକ୍ସଗୁଡ଼ିକର କାର୍ଯ୍ୟକ୍ଷମତା ବଢ଼ାଇବା ଏବଂ ସେମାନଙ୍କୁ ପଞ୍ଚାୟତ ସ୍ତରରେ ସକ୍ରିୟ ଆର୍ଥିକ ସଂସ୍ଥା ଭାବେ ପରିଣତ କରି ସେମାନଙ୍କ ବ୍ୟବସାୟିକ କାର୍ଯ୍ୟକଳାପର ବିବିଧକରଣ କରିବା ଉଦ୍ଦେଶ୍ୟରେ ସବୁ ଅଂଶୀଦାରମାନଙ୍କ ସହିତ ବିଚାରବିମର୍ଶ କରାଯିବା ପରେ ମନ୍ତ୍ରଣାଳୟ ଦ୍ବାରା ପେକ୍ସଗୁଡ଼ିକର ମଡେଲ ବାଇଲ’ ପ୍ରସ୍ତୁତ କରାଯାଇଛି। ପେକ୍ସର ଏହି ମଡେଲ ବାଇଲ’ ସେମାନଙ୍କୁ ୨୫ଟି ବ୍ୟବସାୟିକ କାର୍ଯ୍ୟ ପରିଚାଳନା ନିମନ୍ତେ ସକ୍ଷମ କରିବ ଯେଉଁଥିରେ ଦୁଗ୍ଧ ଉତ୍ପାଦନ, ମାଛ ଚାଷ, ଗୋଦାମ ପ୍ରତିଷ୍ଠା, ଖାଦ୍ୟ ଶସ୍ୟ କ୍ରୟ, ସାର, ବିହନ କ୍ରୟ, ଏଲପିଜି/ଏଲଏନଜି/ପେଟ୍ରୋଲ/ଡିଜେଲ ବିତରଣ, ସ୍ବଳ୍ପ ଅବଧି ଓ ଦୀର୍ଘ ଅବଧି ଋଣ, କଷ୍ଟମ ହାୟରିଂ କେନ୍ଦ୍ର, ଜନ ସେବା କେନ୍ଦ୍ର, ସରକାରୀ ସାଧାରଣ ବଣ୍ଟନ କେନ୍ଦ୍ର, ଗୋଷ୍ଠୀ ଜଳସେଚନ, ବ୍ୟବସାୟିକ ପ୍ରତିନିଧିତ୍ବ କାର୍ଯ୍ୟ ଆଦି ସାମିଲ ରହିଛି। ୫ ଜାନୁଆରୀ ୨୦୨୩ରେ ଏହି ମଡେଲ ବାଇଲ’ଗୁଡ଼ିକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ପଠାଇ ଦିଆଯାଇଛି। ସେମାନେ ନିଜର ରାଜ୍ୟ ସମବାୟ ଆଇନ ଅନୁଯାୟୀ ଅନୁକୂଳ ପରିବର୍ତ୍ତନ କରି ଏଗୁଡ଼ିକୁ ପେକ୍ସ ପାଇଁ କାର୍ଯ୍ୟକାରୀ କରିପାରିବେ।

ସମବାୟ ମନ୍ତ୍ରଣାଳୟ ଦ୍ବାରା ଏକ ଜାତୀୟ ସମବାୟ ଡେଟାବେସ ମଧ୍ୟ ପ୍ରସ୍ତୁତ କରାଯାଉଛି ଯେଉଁଥିରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ସମବାୟ ସମିତି ରେଜିଷ୍ଟ୍ରାରଙ୍କ ସହାୟତାରେ ପଞ୍ଚାୟତ ଓ ଗ୍ରାମ ସ୍ତରରେ ସମବାୟ ସମିତିଗୁଡ଼ିକର ଦେଶବ୍ୟାପୀ ମ୍ୟାପିଂ କରାଯିବ। ଜାନୁଆରୀ ୨୦୨୩ରେ ପେକ୍ସର ଏକ ବିସ୍ତୃତ ଡେଟା ବେସ ବିକଶିତ କରାଯାଇଛି। ଏଥିସହିତ ଫେବୃଆରୀ ଶେଷ ସୁଦ୍ଧା ଦୁଗ୍ଧ ଉତ୍ପାଦନ/ମାଛ ଚାଷ ପ୍ରାଥମିକ ସମବାୟ ସମିତିଗୁଡ଼ିକର ଏକ ଡେଟାବେସ ମଧ୍ୟ ପ୍ରସ୍ତୁତ କରାଯିବ। ଏହାଫଳରେ ପେକ୍ସ, ଦୁଗ୍ଧ ଉତ୍ପାଦନ ଓ ମାଛ ଚାଷ ସମବାୟ ସମିତି ନଥିବା ପଞ୍ଚାୟତ ଓ ଗ୍ରାମଗୁଡ଼ିକର ତାଲିକା ପ୍ରସ୍ତୁତ ହୋଇପାରିବ। ନୂଆ ସମବାୟ ସମିତିଗୁଡ଼ିକର ଗଠନକୁ ବାସ୍ତବ ସମୟରେ ଅନୁଧ୍ୟାନ ପାଇଁ ଜାତୀୟ ସମବାୟ ଡେଟାବେସ ଓ ଅନଲାଇନ କେନ୍ଦ୍ରୀୟ ପୋର୍ଟାଲକୁ ବିନିଯୋଗ କରାଯିବ।

ସମ୍ପୃକ୍ତ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ସଂଘ ସହିତ ପେକ୍ସ/ଦୁଗ୍ଧ ଉତ୍ପାଦନ/ମାଛ ଚାଷ ସମବାୟ ସମିତିଗୁଡ଼ିକୁ ଯୋଡ଼ାଯିବ। ‘ସାମଗ୍ରିକ ସରକାର’ ଦୃଷ୍ଟିକୋଣ ନେଇ ଏହି ସବୁ ସମବାୟ ସମିତିଗୁଡ଼ିକ ନିଜର ବ୍ୟବସାୟିକ କାର୍ଯ୍ୟକଳାପରେ ବିବିଧକରଣ ନିମନ୍ତେ ଜରୁରି ଭିତ୍ତିଭୂମି ପ୍ରତିଷ୍ଠା କରିପାରିବେ ଓ ଏହାର ଆଧୁନିକୀକରଣ କରିପାରିବେ। ଏହିସବୁ କାର୍ଯ୍ୟ ଭିତରେ ଦୁଗ୍ଧ ପରୀକ୍ଷାଗାର ପ୍ରତିଷ୍ଠା, ଅଧିକ ଦୁଗ୍ଧ ଶୀତଳୀକରଣ, ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ ନିର୍ମାଣ କରିବା, ବାୟୋଫ୍ଲକ ପୁଷ୍କରିଣୀ, ଫିସ କିଓସ୍କ ନିର୍ମାଣ, ହାଚେରୀ ବିକାଶ, ଗଭୀର ସାମୁଦ୍ରିକ ମାଛ ଧରା ତୋପ ବିକାଶ ଆଦି ସାମିଲ ରହିଛି।

ଦେଶର ସ୍ବଳ୍ପ ଅବଧି ବିଶିଷ୍ଟ ସମବାୟ ଋଣ (ଏସଟିସିସି) ଢାଞ୍ଚାର ସମନିମ୍ନ ସ୍ତରକୁ ଗଠନ କରୁଥିବା ପ୍ରାୟ ୯୮,୯୯୫ ପ୍ରାଥମିକ କୃଷି ଋଣ ସମିତି (ପେକ୍ସ) ରହିଛି ଏବଂ ଏସବୁ ପେକ୍ସର ୧୩ କୋଟିରୁ ଅଧିକ ସଦସ୍ୟତା ଆଧାର ରହିଛି। ଏଗୁଡ଼ିକ ସ୍ବଳ୍ପ ଅବଧି ଏବଂ ମଧ୍ୟମ ଅବଧି ବିଶିଷ୍ଟ ଋଣ ସହିତ ବିହନ, ସାର, କୀଟନାଶକ ବିତରଣ ଆଦି ଅନ୍ୟାନ୍ୟ ଇନପୁଟ ସେବା ଯୋଗାଇ ଦେଇଥାନ୍ତି। ୩୫୨ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ଡିସିସିବି) ଏବଂ ୩୪ଟି ରାଜ୍ୟ ସମବାୟ ବ୍ୟାଙ୍କ (ଏସଟିସିବି) ଜରିଆରେ ନାବାର୍ଡ ଦ୍ବାରା ଏସବୁ ପେକ୍ସଗୁଡ଼ିକୁ ପାଣ୍ଠି ଯୋଗାଇ ଦିଆଯାଇଥାଏ।

ଦେଶରେ ପ୍ରାୟ ୧,୯୯,୧୮୨ଟି ପ୍ରାଥମିକ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ରହିଛି ଏବଂ ଏହାର ପ୍ରାୟ ଦେଢ଼ କୋଟି ସଦସ୍ୟ ଅଛନ୍ତି। ଏଗୁଡ଼ିକ ନିଜ ସଦସ୍ୟମାନଙ୍କୁ ଚାଷୀଙ୍କ ଠାରୁ କ୍ଷୀର କିଣିବା, ଦୁଗ୍ଧ ପରୀକ୍ଷା ସୁବିଧା ଯୋଗାଇ ଦେବା, ଗୋଖାଦ୍ୟ ବିକ୍ରି କରିବା, ସମ୍ପ୍ରସାରିତ ସୁବିଧା ଯୋଗାଇ ଦେବା ପାଇଁ କାର୍ଯ୍ୟ କରୁଛନ୍ତି।

ଦେଶରେ ପ୍ରାୟ ୨୫ ହଜାର ୨୯୭ଟି ପ୍ରାଥମିକ ମାଛ ଚାଷ ସମବାୟ ସମିତି ରହିଛନ୍ତି ଏବଂ ଏହାର ପାଖାପାଖି ୩୮ ଲକ୍ଷ ସଦସ୍ୟ ଅଛନ୍ତି। ଏଗୁଡ଼ିକ ସମାଜର ସବୁଠୁ ବଞ୍ଚିତ ବର୍ଗଙ୍କର ଆବଶ୍ୟକତା ପୂରଣ କରିଥାନ୍ତି, ସେମାନଙ୍କୁ ବଜାର ସୁବିଧା ଯୋଗାଇ ଦେଇଥାନ୍ତି, ମାଛ ଧରା ଉପକରଣ କିଣିବାରେ ସହାୟତା କରିଥାନ୍ତି, ମାଛ ଯାଆଁଳ ଓ ଖାଦ୍ୟ କ୍ରୟ ସହିତ ଏକ ସୀମିତ ପରିମାଣରେ ନିଜର ସଦସ୍ୟମାନଙ୍କୁ ଋଣ ସୁବିଧା ଯୋଗାଇ ଦେଇଥାନ୍ତି।

ତେବେ ଦେଶରେ ଏବେ ବି ୧.୬ ଲକ୍ଷ ପଞ୍ଚାୟତରେ କୌଣସି ପେକ୍ସ ନାହିଁ ଏବଂ ୨ ଲକ୍ଷ ପଞ୍ଚାୟତରେ ଆଦୌ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ନାହିଁ। ଦେଶର ଗ୍ରାମାଞ୍ଚଳ ଅର୍ଥବ୍ୟବସ୍ଥାରେ ଏସବୁ ପ୍ରାଥମିକ ସ୍ତରର ସମବାୟ ସମିତିଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶରେ ସମବାୟ ଆନ୍ଦୋଳକୁ ସୁଦୃଢ଼ କରିବା ଲାଗି ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଆହୁରି, ସବୁ ପଞ୍ଚାୟତ/ଗ୍ରାମରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏସବୁ ସମବାୟ ସମିତିର ପହଞ୍ଚକୁ ତୃଣମୂଳ ସ୍ତରରେ ବଢ଼ାଇବା ଏବଂ ସୁସମ ବିତରଣ କରିବାର ମଧ୍ୟ ପଦକ୍ଷେପ ନିଆଯିବା ଜରୁରି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏୟାର ଇଣ୍ଡିଆ ଏବଂ ଏୟାରବସ୍ ମଧ୍ୟରେ ୨୫୦ ବିମାନ ଚୁକ୍ତି, ଜାଣନ୍ତୁ ଏହାକୁ ନେଇ କ’ଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ସମ୍ମିଳନୀ ମାଧ୍ୟମରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟ ମଧ୍ୟରେ ନ୍ୟୁ ଏୟାର ଇଣ୍ଡିଆ-ଏୟାରବସ୍ ମଧ୍ୟରେ ୨୫୦ ବିମାନର ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, “ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ପ୍ରତିଫଳିତ କରିବା ସହିତ ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ସଫଳତା ଏବଂ ଆକାଂକ୍ଷାକୁ ପ୍ରତିଫଳିତ କରିଥାଏ। ସେ ଏୟାର ଇଣ୍ଡିଆ ଏବଂ ଏୟାରବସ୍ ସହିତ ମଧ୍ୟ ଚୁକ୍ତି ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ରାଷ୍ଟ୍ରପତି ମାକ୍ରନ୍ ଙ୍କ ଧନ୍ୟବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମର ରିଜିଓନାଲ କନେକ୍ଟିଭିଟି ସ୍କିମ (ଉଦାନ) ମାଧ୍ୟମରେ ଦେଶର ଦୂରଦୂରାନ୍ତର ମଧ୍ୟ ବାୟୁ ସଂଯୋଗ ଦ୍ୱାରା ସଂଯୋଗ କରାଯାଉଛି, ଯାହା ଲୋକଙ୍କ ଆର୍ଥିକ ତଥା ସାମାଜିକ ବିକାଶରେ ସହାୟକ ହେଉଛି। ସେ ସୂଚନା ଦେଇଛନ୍ତି ଯେ, ଭାରତର ‘ମେକ୍ ଇନ୍ ଇଣ୍ଡିଆ – ମେକ୍ ଫର୍ ୱାର୍ଲ୍ଡ’ ଦର୍ଶନ ଅଧୀନରେ ଏରୋସ୍ପେସ୍ ଉତ୍ପାଦନରେ ଅନେକ ନୂତନ ସୁଯୋଗ ଖୋଲୁଛି।

Categories
ଜାତୀୟ ଖବର ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏରୋ ଇଣ୍ଡିଆ ୨୦୨୩ ଚତୁର୍ଦ୍ଦଶ ସଂସ୍କରଣ ବେଙ୍ଗାଲୁରୁଠାରେ ଉଦ୍‌ଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୩.୦୨.୨୦୨୩) ବେଙ୍ଗାଲୁରୁର ୟେଲାହାଙ୍କା ବାୟୁସେନା ଘାଟିରେ ଏରୋଇଣ୍ଡିଆ ୨୦୨୩ ଚତୁର୍ଦ୍ଦଶ ସଂସ୍କରଣକୁ ଉଦ୍‌ଘାଟନ କରିଛନ୍ତି। ଏରୋ ଇଣ୍ଡିଆ-୨୦୨୩ର ବାର୍ତ୍ତା “ ଦି ରନ ୱେ ଟୁ ଏ ବିଲିୟନ ଅପରଚ୍ୟୁନିଟସ୍‌” ରହିଥିବାବେଳେ, ଏଥିରେ ୮୦ ରୁ ଊର୍ଦ୍ଧ୍ୱ ଦେଶର ଶହେ ବିଦେଶୀ ସହ ସାତ ଶହ ଭାରତୀୟ କମ୍ପାନୀ ଅଂଶ ଗ୍ରହଣ କରିବେ।

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ‘ମେକ ଇନ ଇଣ୍ଡିଆ’, ମେକ ଫର ଦି ୱାର୍ଲଡ’ ଅନୁସାରେ ଏହି ସମାରୋହରେ ସ୍ୱଦେଶୀ ଉପକରଣ ପ୍ରଯୁ୍କ୍ତିର ପ୍ରଦର୍ଶନ ସହ ବିଦେଶୀ କମ୍ପାନୀଗୁଡିକ ସହ ଭାଗିଦାରିତା ନେଇ ବୁଝାମଣା ହେବ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଙ୍ଗାଲୁରୁର ଆକାଶରେ ନବଭାରତର ସାମର୍ଥ୍ୟର ପ୍ରମାଣ ନିହିତ ଅଛି। “ଏହି ନୂତନ ଶିଖର ହେଉଛି ନବ ଭାରତର ବାସ୍ତବତା, ଆଜି ଭାରତ ନୂତନ ଶିଖର ଛୁଇଁଥିବା ବେଳେ ତାହାକୁ ଅତିକ୍ରମ ମଧ୍ୟ କରୁଛି” ବୋଲି ସେ କହିଥିଲେ।

ସେ କହିଥିଲେ ଯେ ଏରୋ ଇଣ୍ଡିଆ-୨୦୨୩ହେଉଛି ଭାରତ ବର୍ଦ୍ଧିତ ସାମର୍ଥ୍ୟର ଉଜ୍ଜଳ ଦୃଷ୍ଟାନ୍ତ ଓ ଏହି କାର୍ଯ୍ୟକ୍ରମରେ ଶହେରୁ ଅଧିକ ଦେଶଙ୍କ  ଉପସ୍ଥିତି ଭାରତ ଉପରେ ବିଶ୍ୱର ଆସ୍ଥାକୁ ପ୍ରତିପାଦିତ କରୁଛି। ଏଠାରେ ଭାରତୀୟ ଏମ୍‌ଏସ୍‌ଏମ୍‌ଇ, ଷ୍ଟାର୍ଟଅପ୍ ଓ ବିଶ୍ୱର ସୁନାମଧନ୍ୟ କମ୍ପାନୀଗୁଡିକ ସମେତ ୭୦୦ରୁ ଅଧିକ ପ୍ରଦର୍ଶନକାରୀ ଯୋଗ ଦେଇଛନ୍ତି। ଏରୋ ଇଣ୍ଡିଆ ୨୦୨୩ ର ବାର୍ତ୍ତା ଦି ରନ ୱେ ଟୁ ଏ ବିଲିୟନ ଅପଚ୍ୟୁନିଟିସ୍ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତର ଶକ୍ତି ଦିନକୁ ଦିନ ମଜବୁତ ହେଉଛି ବୋଲି କହିଥିଲେ।

ପ୍ରଦର୍ଶନୀ ସହ ପ୍ରତିରକ୍ଷା ମନ୍ତ୍ରୀ ଓ ସିଇଡ ମାନଙ୍କ ଗୋଲଟେବୁଲ ବୈଠକ ପ୍ରତି ନଜର ଦେଇ ସେ କହିଥିଲେ ଯେ ଏହି କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ ଏରୋଇଣ୍ଡିଆର ସାମର୍ଥ୍ୟ ବୃଦ୍ଧି କରିବ।

ଭାରତୀୟ ବୈଷୟିକ ପ୍ରଗତିର ପେଣ୍ଠସ୍ଥଳ କର୍ଣ୍ଣାଟକରେ ଏରୋଇଣ୍ଡିଆ ପ୍ରଦର୍ଶନୀ ହେଉଥିବାରୁ ପ୍ରଧାନମନ୍ତ୍ରୀ ଏହାର ଗୁରୁତ୍ୱ ଉପରେ ବୁଝାଇଥିଲେ। ବିମାନ ଉଡାଣ କ୍ଷେତ୍ରରେ ଏହା କର୍ଣ୍ଣାଟକ ଯୁବ ଗୋଷ୍ଠୀଙ୍କ ନିମନ୍ତେ ନୂତନ ଦିଗ ଉନ୍ମୋଚନ କରିବ। ଦେଶକୁ ମଜବୁତ କରିବାକୁ ପ୍ରତିରକ୍ଷା କ୍ଷେତ୍ରରେ ନିଜର ବିଶେଷଜ୍ଞତାର ପ୍ରୟୋଗ ପାଇଁ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ଯୁବାଗୋଷ୍ଠୀକୁ ଆହ୍ୱାନ ଦେଇଥିଲେ।

“ଯେତେବେଳେ ନୂତନ ଭାବନା ଓ ମୂଲ୍ୟାୟନ ସହ ଦେଶ ଆଗକୁ ବଢେ ସେତେବେଳେ ନୂତନ ଭାବନା ସହ ଏହାର ପଦ୍ଧତିରେ ପରିବର୍ତ୍ତନ ଆସିଥାଏ ବୋଲି କହି ଏରୋଇଣ୍ଡିଆ -୨୦୨୩ ନବଭାରତର ମୂଲ୍ୟାୟନରେ  ନୂତନ ଦିଗରେ ଉନ୍ମୋଚନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ସମୟ ଥିଲା ଯେତେବେଳେ ଏରୋ ଇଣ୍ଡିଆ, କେବଳ ମାତ୍ର ଏକ ପ୍ରଦର୍ଶନ ହୋଇରହିଥିôଲା ଓ ଭାରତକୁ ବିକ୍ରି ପାଇଁ ଏକ ଝରକା ଭଳି ଥିଲା। ମାତ୍ର ସେ ଧାରଣରେ ବର୍ତ୍ତମାନ ପରିବର୍ତ୍ତନ ଆସିଛି। “ଆଜି ଏରୋ ଇଣ୍ଡିଆ ଭାରତର ଶକ୍ତ, କେବଳ ଏକ ପ୍ରଦର୍ଶନ ନୁହଁ ବୋଲି କହି ପ୍ରଧାନମନ୍ତ୍ରୀ ଏହା କେବଳ ପ୍ରତିରକ୍ଷା ଶିଳ୍ପର ପରିସରକୁ ପ୍ରଦର୍ଶନ କରୁନାହିଁ ବରଂ ଭାରତର ଆତ୍ମବିଶ୍ୱାସର ପ୍ରଦର୍ଶନ କରୁଛି” ବୋଲି କହିଥିଲେ।

ଭାରତର ସଫଳତା ସାକ୍ଷୀ ହେଉଛି ଏହାର ସାମର୍ଥ୍ୟ। ତେଜସ୍‌, ଆଇଏନଏସ୍ ବିକ୍ରାନ୍ତ, ସୁରାଟ ଓ ଟୁମକୁରରେ ଆଗୁଆ ଓ ଆଧୁନିକ ନିର୍ମାଣ ସୁବିଧା ହେଉଛି ଆତ୍ମନିର୍ଭର ଭାରତର ସାମର୍ଥ୍ୟ ଯେଉଁଥିରେ ବିଶ୍ୱର ନୂତନ ବିକଳ୍ପ ଓ ସୁବିଧା ସୁଯୋଗ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

“ସଂସ୍କାର ଜରିଆରେ ପ୍ରତ୍ୟେକ କ୍ଷେତ୍ରରେ ବିପ୍ଳବ ଆସୁଥିବାରୁ ଏକବିଂଶ ଶତାବ୍ଦୀର ନବ ଭାରତ କୌଣସି ସୁଯୋଗ ହାତଛଡା କରିବ ନାହିଁ କି ଉଦ୍ୟମରେ ମଧ୍ୟ ହେଳା କରିବ ନାହିଁ ବୋଲି ସେ କହିଥିଲେ। ଯେଉଁ ଦେଶ ଦଶନ୍ଧି ଦଶନ୍ଧି ଧରି ପ୍ରତିରକ୍ଷା ସାମଗ୍ରୀ ଆମଦାନୀର ବୃହତ୍ତର ଥିଲା, ସେ ଏବେ ବିଶ୍ୱର ୭୫ଟି ଦେଶକୁ ସାମଗ୍ରୀ ରପ୍ତାନୀ କରୁଛି ବୋଲି କହିଥିଲେ।

ଗତ ଆଠ-ଦଶ ବର୍ଷ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ଦେଖା ଦେଉଥିବା ପରିବର୍ତ୍ତନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ୨୦୨୪-୨୫ ସୁଦ୍ଧା ପ୍ରତିରକ୍ଷା ବାବଦ ରପ୍ତାନୀ ୧:୫ ବିଲିୟନରୁ ୫ ବିଲିୟନକୁ ବୃଦ୍ଧି ପାଇବ ବୋଲି କହିଥିଲେ। ଏଠାରୁ ଭାରତ ବିଶ୍ୱର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ଓ ଆମର ଘରୋଇ କ୍ଷେତ୍ର ଓ ନିବେଶକ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ କହିଥିଲେ। ସେ ଘରୋଇ କ୍ଷେତ୍ରକୁ ପ୍ରତିରକ୍ଷା ଉତ୍ପାଦନରେ ନିବେଶ କରିବାକୁ ଆହ୍ୱାନ ଜଣାଇଥିଲେ।

“ଆଜିର ଭାରତ ଶୀଘ୍ର ଚିନ୍ତା କରେ, ଆଗକୁ ଚିନ୍ତା କରେ ଓ ତୁରନ୍ତ ନିଷ୍ପତ୍ତି ମଧ୍ୟ ନିଏ ବୋଲି କହି ଶ୍ରୀ ମୋଦୀ ଭାରତର ଅମୃତ କାଳ ଓ ଲଢୁଆ ଜେଟ୍ ପାଇଲଟର ଏକ ସଦୃଶ୍ୟ ସମ୍ପର୍କରେ ଅବତାରଣା କରିଥିଲେ। ଭାରତ ଭଳି ଦେଶ ଭୟଭୀତ ନୁହଁ ବରଂ ନୂତନ ଶିଖର ଛୁଇଁବାକୁ ଉଲ୍ଲସିତ। ଭାରତ ଯେତେ ଶିଖର ଛୁଇଁବ, ଯେତେ ଉଚ୍ଚରେ ଉଡୁ ମାତ୍ର ତାହା ନିଜ ମୂଳକୁ କେବେ ଛାଡେ ନାହିଁ ବୋଲି ସେ କହିଥିଲେ।

“ଏରୋ ଇଣ୍ଡିଆର କାନ ଅତଡା ଗୁଞ୍ଜରଣ ମଧ୍ୟରେ ଭାରତର ସଂସ୍କାର, କାର୍ଯ୍ୟ ଓ ଅବସ୍ଥାନ୍ତର ବାର୍ତ୍ତା, ପ୍ରତିଧ୍ୱନିତ ହେଉଛି ବୋଲି ସେ କହିଥିଲେ। ବ୍ୟାବସାୟିକ ସୁଗମତା ନିମନ୍ତେ ନିଅଯାଉଥିବା ସଂସ୍କାର ସମଗ ପୃଥିବୀ ଆଗରେ ରହିଛି। ବୈଶ୍ୱିକ ବିନିଯୋଗ ସହ ଭାରତୀୟ ନବୋନ୍ମେଷ ନେଇ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ପ୍ରତିରକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଓ ଲାଇସେନ୍ସ ଜାରି ନେଇ ପଦ୍ଧତିର ସରଳିକରଣ ମଧ୍ୟ କରାଯାଇଛି। ଚଳିତବର୍ଷ ବଜେଟରେ ନିର୍ମାଣକାରୀ ସଂସ୍ଥାଗୁଡିକ ନିମନ୍ତେ ଟିକସ ସୁବିଧା ମଧ୍ୟ ବୃଦ୍ଧି କରାଯାଇଛି ବୋଲି ସେ କହିଥିଲେ।

ଯେଉଁଠି ଚାହିଦା ଥିବ ସେଠାରେ ବିଶେଷଜ୍ଞତା ଅଭିଜ୍ଞତା ଓ ଶିଳ୍ପ ଅଭିବୃଦ୍ଧି ଅବଶ୍ୟାମ୍ଭବୀ। ବିଭିନ୍ନ କ୍ଷେତ୍ରକୁ ମଜବୁତ କରିବା ନିମନ୍ତେ ଉଦ୍ୟମ ଆହୁରି ଅଧିକ ହେବ ବୋଲି ଉପସ୍ଥିତ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

କର୍ଣ୍ଣାଟକ ରାଜ୍ୟପାଳ ଥୱର ଚାନ୍ଦ ଗେହେଲେଟ, ମୁଖ୍ୟମନ୍ତ୍ରୀ ବାସବ ରାଜ ବୋମ୍ମାଇ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି : ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି  ‘ମେକ ଇନ୍ ଇଣ୍ଡିଆ, ମେକ ଫର ଦି ୱାର୍ଲଡ, ଢାଂଚାରେ ଏହି ସମାରୋହ ଭାରତ ଅସ୍ତ୍ରଶସ୍ତ୍ର /ପ୍ରଯୁକ୍ତି ପ୍ରଦର୍ଶନ କରିବା ସହ ବିଦେଶୀ କମ୍ପାନୀଗୁଡିକ ସହ ଭାଗିଦାରିତା ମଧ୍ୟ ସ୍ଥିର କରିବ। ପ୍ରଧାନମନ୍ତ୍ରୀଙ୍କ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତା ନେଇ ମଧ୍ୟ ଏଥିରେ ପ୍ରଦର୍ଶନ ହେବ। ଏଥିରେ ଦେଶରେ ଡିଜାଇନ କ୍ଷେତ୍ରରେ ଅଗ୍ରଗତି, ୟୁଏଭି କ୍ଷେତ୍ରରେ ଅଭିବୃଦ୍ଧି, ପ୍ରତିରକ୍ଷା ମହାକାଶ ଓ ଭବିଷ୍ୟତ ପ୍ରଯୁକ୍ତି ସମ୍ପର୍କରେ ମଧ୍ୟ ପ୍ରଦର୍ଶନ ହେବ। ଏଥିରେ ଭାରତୀୟ ବାୟୁ ପ୍ରତିରକ୍ଷା ଯେପରିକି ହାଲୁକା ଲଢୁଆ ଏୟାର କ୍ରାଫ୍ଟ(ଏଲସିଏ) ତେଜସ୍‌, ଏଚ୍‌ଟିଟି-୪୦, ହାଲୁକା ଲଢୁଆ ହେଲିକପ୍ଟର(ଏଲୟୁଏଚ), ଡ୍ରୋନିୟର ଲାଇଟ୍  ୟୁଟିଲିଟି ହେଲିକପ୍ଟର(ଏୟୁଏଚ), ଆଡଭାନ୍ସ ହାଲୁକା ହେଲିକପ୍ଟର ଇତ୍ୟାଦି ମଧ୍ୟ ପ୍ରଦର୍ଶିତ ହୋଇ ଏହାର ରପ୍ତାନୀ ନେଇ ମଧ୍ୟ ପଦକ୍ଷେପ ନିଆଯିବ। ବୈଶ୍ୱିକ ଡିମାଣ୍ଡ ଚେନ୍‌ରେ ଘରୋଇ ଏମ୍‌ଏସ୍ ଏମ୍‌ଇ ଓ ଷ୍ଟାର୍ଟଅପ୍ ଗୁଡିକ ବିଦେଶୀ ପୁଞ୍ଜି ନିବେଶକୁ ଦୃଷ୍ଟିରେ ରଖି ଯୋଡା ହେବ।

ଏରୋ ଇଣ୍ଡିଆ ୨୦୨୩ରେ ୮୦ରୁ ଅଧିକ ଦେଶ ଯୋଗଦେବେ। ପ୍ରାୟ ୩୦ଟି ଦେଶର ମନ୍ତ୍ରୀ ଓ ବୈଶ୍ୱିକ ଓ ଭାରତୀୟ ଓଇଏମ୍‌ଏସ୍‌ରୁ ୬୫ଜଣ ସିଇଓ ମଧ୍ୟ ଏରୋଇଣ୍ଡିଆ-୨୦୨୩ରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଏରୋଇଣ୍ଡିଆ-୨୦୨୩ ପ୍ରଦର୍ଶନୀରେ ଶହେଟି ବିଦେଶୀ ଓ ୭୦୦ ଭାରତୀୟ ଏହିପରି ଆଠଶହରୁ ଅଧିକ ପ୍ରତିରକ୍ଷା କମ୍ପାନୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଅଂଶଗ୍ରହଣ କରୁଥିବା ଭାରତୀୟ କମ୍ପାନୀଗୁଡିକ ମଧ୍ୟରେ ଏମ୍‌ଏସ୍‌ଏମଇ ଓ ଷ୍ଟାର୍ଟଅପ ଅନ୍ତୁର୍ଭୁକ୍ତ। ସେମାନେ ମହାକାଶ ବିଜ୍ଞାନର ଅଭିବୃଦ୍ଧି ଓ ଦେଶର ପ୍ରତିରକ୍ଷା ସାମର୍ଥ୍ୟ ସମ୍ପର୍କରେ ପ୍ରଦର୍ଶନ କରିବେ। ଏରୋଇଣ୍ଡିଆ ୨୦୨୩ର ପ୍ରମୁଖ ପ୍ରଦର୍ଶନକାରୀମାନେ ହେଲେ ଏୟାରବସ, ବୋଇଂ, ଡାସଲ୍ଟ ଆଭିଏସନ, ଲକହିଡ ମାର୍ଟିନ, ଇସ୍ରାଏଲ ଏରୋସ୍ପେଶ ଇଣ୍ଡଷ୍ଟ୍ରି, ବ୍ରହ୍ମେଷ ଏରୋସ୍ପେଶ, ଆର୍ମି ଆଭିଏସନ, ରୋଲ୍ସ ରଏସ, ଲାର୍ସନ ଆଣ୍ଡ ଟ୍ୟୁବ୍ରୋ, ଏଚସି ରୋବୋଟିକ୍ସ, ଏସଏଏବି, ସାଫ୍ରାନ, ଭାରତ ଫୋର୍ଜ ଲିମିଟେଡ, ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ), ଭାରତ ଇଲେକ୍‌ଟ୍ରୋନିକ୍ସ ଲିମିଟେଡ (ବିଇଏଲ), ଭାରତ ଡାଇନାମିକ୍ସ ଲିମିଟେଡ(ବିଡିଏଲ) ଓ ବିଇଏମଏଲ ଲିମିଟେଡ ।

Categories
ଜାତୀୟ ଖବର ବିଶେଷ ଖବର

ଏ ଶ୍ରଦ୍ଧା ଜୈନ କିଏ ସେ , ଯେ କି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିପାରିଲେ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ଶ୍ରଦ୍ଧା ଜୈନ ଯିଏ କି ‘ଆୟୋ ଶ୍ରଦ୍ଧା’ ଭାବେ ପରିଚିତ। ଏ ନେଇ ସେ ନିଜ ସାମାଜିକ ଗଣମାଧ୍ୟମରେ ଏକ ଫଟୋ ଏବଂ ଲେଖା ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋତେ ଆୟୋ ବୋଲି ସମ୍ବୋଧୀତ କରିଥିବାରୁ ମୁଁ ଆଶ୍ଚର୍ଯ୍ୟ ହୋଇପଡିଲି।

ତେବେ ପ୍ରଶ୍ନ ଉଠୁଛି ଯେ, ଏହି ଶ୍ରଦ୍ଧା ଜୈନ ବା ଆୟୋ ଶ୍ରଦ୍ଧା କିଏ ସେ। ସେ ହେଉଛନ୍ତି ଇନଷ୍ଟାଗ୍ରାମରେ ଜଣେ ପ୍ରଭାବଶାଳୀ ବ୍ୟବହାରକାରୀ। ସେ ନିକଟରେ ଆଇଟି ସେକ୍ଟରରୁ ଯେଉଁ ବଡ ଧରଣର ଛଟେଇ ହେଲା ତାହାକୁ ନେଇ ଏକ ଭିଡିଓ ପୋଷ୍ଟ କରିଥିଲେ। ଯାହା ଇନଷ୍ଟାଗ୍ରାମରେ ବେଶ ଭାଇରାଲ ହୋଇଥିଲା। ଶ୍ରଦ୍ଧା ଏହାକୁ ଏକ ବ୍ୟଙ୍ଗାତ୍ମାକ ଢଙ୍ଗରେ ପରିବେଷଣ କରିଥିଲେ।

ତାଙ୍କ ଲିଙ୍କଡଇନ୍ ପ୍ରୋଫାଇଲ୍ ଅନୁଯାୟୀ, ସେ ବେଙ୍ଗାଲୁରୁରେ ରୁହନ୍ତି ଏବଂ ଏଥିରେ ତାଙ୍କର 83,000 ରୁ ଅଧିକ ଅନୁସରଣକାରୀ ଅଛନ୍ତି। ସେହିପରି ଇନଷ୍ଟାଗ୍ରାମରେ ତାଙ୍କର 6.88 ଲକ୍ଷ ଅନୁସରଣକାରୀ ଅଛନ୍ତି। ସେ ବିଭିନ୍ନ ଶିଳ୍ପଗୁଡିକରେ ଘଟୁଥିବା ବିଷୟଗୁଡିକ ଉପରେ ଭିଡିଓ ପୋଷ୍ଟ କରିଥା’ନ୍ତି, ଯାହା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥାଏ।