Categories
ଆଜିର ଖବର ଜାତୀୟ ଖବର

ଭାରତର ଏହି ସହରରେ କାଲିଠାରୁ ଜାରି ହେବ ନାଇଟ୍ କର୍ଫ୍ୟୁ

ମୁମ୍ବାଇ: ବ୍ରିଟେନରେ କରୋନା ଭାଇରସ୍‌ର ଏକ ନୂଆ ଷ୍ଟ୍ରେନ୍ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପରିସ୍ଥିତି ଏବେ ଅଣାୟତ୍ତ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାରଙ୍କ ମଙ୍ଗଳବାରଠୁ ନାଇଟ୍‌ କର୍ଫ୍ୟୁ ଜାରି କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ନଗର ନିଗମ ନାଇଟ କର୍ଫ୍ୟୁ ଜାରି କରିଛନ୍ତି। ଏହା ରାଜ୍ୟର କିଛି ଅଂଶରେ ଜାରି କରାଯାଇଛି।  ରାତି ୧୧ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ବେଳେ ୫ ଜାନୁଆରୀ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ସୂଚନା ରହିଛି। ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ପରେ ଏହି ନିଷ୍ପତ୍ତି ନେଇଛନ୍ତି।

ବ୍ରିଟେନ୍‌ରେ ଦେଖିବାକୁ ମିଳୁଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌କୁ ନଜରରେ ରଖି ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଭାରତ ସରକାର ବ୍ରିଟେନ୍‌ରୁ ଆସିବାକୁ ଥିବା ସମସ୍ତ ବିମାନ ଉପରେ ରୋକ ଲଗାଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ମହାରାଷ୍ଟ୍ର ସରକାର ରାଜ୍ୟରେ ଆଉ ଲକଡାଉନ କି କର୍ଫ୍ୟୁ ଜାରି କରାଯିବ ନାହିଁ ବୋଲି କହିଥିଲେ। ତେବେ ରାଜ୍ୟରେ ୬ ମାସ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିଲା। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରାଖି ଏହି ନିଷ୍ପତ୍ତି ନିଆଯାଇଛି।

ଏହି ନାଇଟ କର୍ଫ୍ୟୁକୁ ନେଇ ବିଏମସି କମିଶନର କହିଛନ୍ତି ଯେ ଏହା ଲକ୍ ଡାଉନ ନୁହେଁ। ଘରେ ରହି ନୂତନ ବର୍ଷକୁ ସ୍ଵାଗତ କରିବା। ତେବେ ରାତି ୧୧ଟା ଯାଏଁ  ହୋଟେଲ ଖୋଲାରହିବ। ଆବଶ୍ୟକ ସେବାକୁ ଅନୁମତି ଦିଆଯିବ।