Categories
ଆଞ୍ଚଳିକ

ନାକ୍ଟିଦେଉଳ ସରସ୍ବତୀ ଶିଶୁ ମନ୍ଦିର ର ଷୋଡଶତମ ବାର୍ଷିକ ଉତ୍ସବ

ରେଢାଖୋଲ: ନାକ୍ଟିଦେଉଳ ବ୍ଲକ୍ ଜଗନ୍ନାଥ ପ୍ରସାଦ ସରସ୍ବତୀ ଶିଶୁ ମନ୍ଦିର ର ଷୋଡଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବିରଞ୍ଚିଶଙ୍କର ସାହୁଙ୍କ ସଭାପତିତ୍ବ ଓ ଗୀତାଞଳୀ ଦାଶ୍ ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡିଏଫ୍ଓ ଅରବିନ୍ଦ ମହାନ୍ତି, ପ୍ରମୋଦ ପାଢୀ, ମୁଖ୍ୟବକ୍ତା, ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ବରୁପାରାଣୀ ସାହୁ, ନାକ୍ଟିଦେଉଳର ସରପଞ୍ଚ ଜିତେନ୍ଦ୍ରୀୟ ସାହୁ, ଜିଲ୍ଲା ପରିଷଦ ସଭ୍ୟା ଟିକେଶ୍ବରୀ ମେହେର୍ ଓ ବିଇଓ ବିଜୟ କୁମାର ପାତ୍ର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ସରସ୍ବତୀ ଶିଶୁ ମନ୍ଦିରର ଭୂମିକା ଶିକ୍ଷା ସମସ୍ୟା ଓ ଭାରତୀୟ ସଂସ୍କୃତିର ଆଧାର ସମ୍ପର୍କରେ ଆଲୋକପାତ କରିଥିଲେ।

ଅନୁଷ୍ଠାନର ସମ୍ପାଦକ ହେମନ୍ତ ଅଦାବର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ସାହୁ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନର କୋଷାଧ୍ୟକ୍ଷ ତରୁଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ ବିଚିତ୍ରା ପ୍ରଦର୍ଶିତ ହୋଇଥିଲା।

Categories
ଆଞ୍ଚଳିକ

ସପ୍ତରାଜ୍ୟ ତୈଳିକ ବୈଶ୍ୟ ମହାସ°ଘର ୨୯ତମ ସାଧାରଣ ଅଧିବେଶନ

 କନ୍ଦର୍ପ ବେହେରା

ରେଢାଖୋଲ୍: ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ କୁଞ୍ଜାମୁରା ଠାରେ ଶନିବାର ଓ ରବିବାର ଦୁଇ ଦିନ ଧରି ସପ୍ତରାଜ୍ୟ ତୈଳିକ ବୈଶ୍ୟ ମହାସଂଘର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ଆଠମଲ୍ଲିକ, ବାମଣ୍ଡା, ଢେଙ୍କାନାଳ, ତାଳଚେର, ପାଲଲହଡା ଓ ରେଢାଖୋଲ୍ ର ପ୍ରତିନିଧି, ରାଜ୍ୟ ସଭାପତି, ସମ୍ପାଦକ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

ସପ୍ତରାଜ୍ୟର ସଭାପତି ବସନ୍ତ କୁମାର ସାହୁ ପତାକା ଉତ୍ତୋଳନ କରିଥିଲେ। ସପ୍ତରାଜ୍ୟର କର୍ମକର୍ତ୍ତା ଏଥିରେ ଅ°ଶଗ୍ରହଣ କରି ଜାତି ଓ ସମାଜ ଶୃଙ୍ଖଳିତ ହେଇ ଆମକୁ କିପରି ସୁଦୃଢ ହୋଇ ସମାଜକୁ ଆଗେଇବାକୁ ପଡିବ ସେ ଵିଷୟରେ ମତ ରଖି ଥିଲେ।

ନାକ୍ଟିଦେଉଳ ପଞ୍ଚାୟତ ସମିତିର ପୁର୍ଵତନ ଅଧ୍ୟକ୍ଷ ସୁଦର୍ଶନ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସାମାଜିକ ଏକତା ସୁଦୃଢ ହେଲେ ସମାଜର ଉନ୍ନତି ଓ ପ୍ରଗତି ନିଶ୍ଚିତ ବୋଲି କହିଥିଲେ। ପ୍ରସନ୍ନ କୁମାର ସାହୁ ସଭାପତୀୟ ଅଭିଭାଷଣ ପ୍ରଦାନ କରିଥିଲେ। ସେ ଭୀମଭୋଇ, ପ୍ରାଗ୍ ଐତିହାସିକ ପୀଠ ଭୀମମଣ୍ଡଳୀ ଓ କୁଞ୍ଜାମୁରା ବିନ୍ଧେଶ୍ବରୀ ମନ୍ଦିର ସମ୍ପର୍କରେ ଆଲୋକପାତ କରିବା ସହିତ ସମାଜର ନୀତି ନିୟମ ସମ୍ମଳିତ ପୁସ୍ତକ ସମାଜ ଦର୍ପଣ ଉନ୍ମୋଚନ କରିଥିଲେ।

ସରୋଜ କୁମାର ଦାଶ ଓ ତାଙ୍କ ସାଥୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଏହି ସଭାରେ ସାହେଵୀ, ଚରଡପଶି, ସରାପାଲି, ଵଳମ, ବାଟଗାଁ, ଜଗନ୍ନାଥ ପ୍ରସାଦ ଗ୍ରାମର ତୈଳିକ ସମାଜ ର ଭାଇ ଭ ଉ ଣୀ ମାନେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ମହୁକୁଦରେ ବ୍ଲକ୍ ସ୍ତରୀୟ ଶିଶୁ ମେଳା

କନ୍ଦର୍ପ ବେହେରା

ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ବଳମ୍ ପଞ୍ଚାୟତର ମହୁକୁଦ ଠାରେ ଗ୍ରାମମଙ୍ଗଳ ଯୁଵକ ସଂଘ ଆନୁକୂଲ୍ୟରେ ଵ୍ଲକ୍ ସ୍ତରୀୟ ଶିଶୁମେଳା ଓ ନେହେରୁ ଜୟନ୍ତୀ ପାଳିତ ହୋଇଥିଲା। ବଳମ୍ ଗ୍ରାମ ପଞ୍ଚାୟତ ର ସରପଞ୍ଚ  ଅନୁପମା ଗଡନାୟକ ଙ୍କ ଦ୍ଵାରା ଉଦଘାଟିତ ଏହି ସମାରୋହରେ ୨୦ ଟି ଵିଦ୍ୟାଳୟ ର ୩୦୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ଏହି ଅଵସର ରେ ଗଣିତ ଦୌଡ,ପୁଚି, ମ୍ୟୁଜିକ ଚେୟାର, ଚିତ୍ରାଙ୍କନ, ପ୍ରବନ୍ଧ, ଵକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବକ ସଂଘର ସଭାପତି ସନ୍ତୋଷ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ନାକ୍ଟିଦେଉଳ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ସ୍ବରୂପାରାଣୀ ସାହୁ, ମୁଖ୍ୟବକ୍ତା ଭାବେ ସୁରଜମଲ୍ କଲେଜ୍ ରେଙ୍ଗାଲୀର ଅଧ୍ୟକ୍ଷ କବି ଡ଼ ମନୋଜ କୁମାର୍ ପଣ୍ଡା, ସମ୍ମାନୀତ ଅତିଥି ଭାବରେ ତହସିଲଦାର ସୁକାନ୍ତ କୁମାର୍ ନାୟକ, ଵୈଜ୍ଞାନିକ ଶେଷଦେଵ କିଶାନ୍, ସରପଞ୍ଚ ଅନୁପମା ଗଡନାୟକ ଓ ସମିତି ସଭ୍ୟା ଭାରତୀ ନାୟକ ଯୋଗଦେଇ ପଣ୍ଡିତ ନେହେରୁଙ୍କ ଜୀବନ ଓ ଭୂମିକା ତଥା ଶିଶୁ ମାନଙ୍କର ମାନସିକତା ସମ୍ପର୍କରେ ଆଲୋକପାତ କରିଥିଲେ।

ନୃସିଂହ ଚରଣ ବିଶ୍ଵାଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ଵେଳେ ସମ୍ପାଦକ ଜିତେନ୍ଦ୍ର ସାହୁ ବିବରଣୀ ପାଠ କରିଥିଲେ। ଡ଼ ଦୀପେନ୍ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ଶିଶୁ ଓ କିଶୋର ମାନଙ୍କ ଦ୍ବାରା ଵିଚିତ୍ରା ପ୍ରଦର୍ଶିତ ହୋଇଥିଲା।

Categories
ଆଞ୍ଚଳିକ

ଗୌଡପଡା ଯୁବକ ସଙ୍ଘର ବାର୍ଷିକ ଉତ୍ସବ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ସରାପାଲି ପଞ୍ଚାୟତ ଗୌଡପଡା ଯୁବକ ସଙ୍ଘର ୫୪ ତମ ବାର୍ଷିକ ଉତ୍ସବ ତଥା ମହାତ୍ମାଗାନ୍ଧୀ ଓ ଲାଲଵାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଦିବସ ପାଳିତ ହୋଇଯାଇଛି। ଅଵସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋପୀନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ନାକ୍ଟିଦେଉଳ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ସ୍ଵରୁପାରାଣୀ ସାହୁ, ମୁଖ୍ୟବକ୍ତା ଭାବରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଅଧ୍ୟୀକ୍ଷକ ଡାକ୍ତର ଅମୁଲ୍ୟ ରତ୍ନ ମହନ୍ତ, ସମ୍ମାନୀତ ଅତିଥି ଭାଵରେ ସରାପାଲି ପଞ୍ଚୀୟତର ସରପଞ୍ଚ ଶିବାନୀ ବାରିକ, ସମିତି ସଭ୍ୟା ନିରୁପମା ନାୟକ ଓ ଯୁବନେତା ଧୀରେନ୍ କୁମାର ସାହୁ ଯୋଗ ଦେଇ ଗାନ୍ଧିଜୀ ଓ ଲାଲଵାହାଦୂର ଶାସ୍ତ୍ରୀଙ୍କ ଜୀବନୀ ତଥା ଅଵଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ଯୁଵକ ସଂଘର ଅଵଦାନ ଏଵ° ଗ୍ରାମ୍ୟ ସମସ୍ୟା ଵିଷୟରେ ଆଲୋଚନା କରିଥିଲେ।

ଯୁବକ ସଂଘର ସଭାପତି ଗୋଲକ ବିହାରୀ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଵା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅଵସର ରେ ଆୟୋଜିତ ଵିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପୁର୍ବରୁ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଙ୍କ ପ୍ରତିମୂର୍ତ୍ତି ଓ ତୈଳଚିତ୍ରରେ ମାଲ୍ୟାର୍ପଣ ସହିତ ପୂଜାର୍ଚ୍ଚନା କରାଯାଇଥିଲା। ସନ୍ଧ୍ୟାରେ ମେଲୋଡି, ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Categories
ଆଞ୍ଚଳିକ

ସରାପାଲିରେ ଏକଦୀଵସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ସରାପାଲି ହାଇସ୍କୁଲ ପଡିଆଠାରେ ସରାପାଲି “କିଙ୍ଗ୍ ଫିସର୍ କ୍ଲବ୍ “ଆନୁକୁଲ୍ୟ ରେ ଏକଦୀଵସୀୟ କିଙ୍ଗ୍ ଫିସର୍ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ ହୋଇଥିଲା।

ଏହି ପ୍ରତିଯୋଗିତାରେ ଆଠଟି ଟିମ୍ ଭାଗ ନେଇ ଥିଲେ। ଅରୁଣ ପ୍ରଧାନ,ଵିଭୁତି ପ୍ରଧାନ, ଅମିତ ସାହୁ ଓ ଆଲୋକ ପ୍ରଧାନ ଖେଳ ପରିଚାଳନା କରିଥିଲେ। ଫାଇନାଲ୍ ଖେଳ ଖମାର୍ ଓ ମାଝୀପାଲି ଟିମ୍ ମଧ୍ୟରେ ହୋଇଥିଲା। ଏଥିରେ ମାଝୀପାଲି ୨-୧ ଗୋଲ୍ ରେ ଖମାର୍ ଦଳକୁ ପରାସ୍ତ କରି ଥିଲା।

ମୁଖ୍ୟ ଅତିଥି ଭାଵରେ ସରାପାଲି ଗ୍ରା.ପ ର ସରପଂଚ ଶିବାନୀ ବାରିକ, ମୁଖ୍ୟ ବକ୍ତା ଭାବେ ଡ଼ ଦୀପେନ୍ ପଟନାୟକ ଓ ସମ୍ମାନୀତ ଅତିଥି ଭାବେ ଧୀରେନ୍ ସାହୁ ଯୋଗ ଦେଇ କପ୍ ପ୍ରଦାନ କରି ଥିଲେ। ମାଝିପାଲିର ମୁନୁ ପାତ୍ର ଶ୍ରେଷ୍ଠ ଖେଳାଳୀ ଭାବେ ଘୋଷିତ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅନୁଦାନ ଦାଵୀରେ ମହାଵିଦ୍ୟାଳୟ ଆଗରେ ଧାରଣା

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢାଖୋଲ ଉପଖଣ୍ଡ ଅନ୍ତର୍ଗତ ନାକ୍ଟିଦେଉଳ ବ୍ଲକ୍ ର ସର୍ବ ପୂରାତନ ଶିକ୍ଷା ଅନୁଷ୍ଠାନ ନାକ୍ଟିଦେଉଳ ମହାବିଦ୍ୟାଳୟ ସମ୍ମୁଖରେ ତା ୨୨.୭.୨୦୨୨ ରିଖ ଦିନ ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ଓ ସ୍ନାତକ ମହାଵିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ୨୦୦୮ ପରବର୍ତ୍ତୀ ସମୟର ଅନୁଦାନ ପ୍ରଦାନ ଦାଵୀରେ ଧାରଣାରେ ଵସି ଥିଲେ। ଓଡ଼ିଶା ରାଜ୍ୟ ଵେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଡାକରା ରେ ଏହି ସତ୍ୟାଗ୍ରହ ଓ ଧାରଣା ଆୟୋଜିତ ହୋଇଥିଲା।

ଉକ୍ତ ଧାରଣାରେ ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟର ପରୀକ୍ଷାଗାର ସହାୟକ ଜିତେନ୍ଦ୍ର ପଣ୍ଡା, ଅଫିସ୍ ସହାୟକ ଅମିତ୍ ବିଶ୍ଵାଳ ଓ ସ୍ନାତକ ମହାଵିଦ୍ୟାଳୟ ର ଅଧ୍ୟାପିକା ପୁଷ୍ପାଞ୍ଜଳି ରଵନା ଏବଂ ଅଧ୍ୟାପକ ଭଜମୋହନ ପ୍ରଧାନ ଭାଗ ନେଇଥିଲେ। ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଡାକରାରେ ୯୬ ଦିନ ଧରି ଭୁବନେଶ୍ୱର ରେ ଧାରଣା ଦିଆଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସମାଧାନ କରାଯାଇ ନାହିଁ। ୨୦୦୮ ରୁ ପରିଚାଳନା କମିଟି ତରଫ ରୁ ନିଯୁକ୍ତି ପାଇଥିବା ସବୁ ମହାବିଦ୍ୟାଳୟ ର ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ଅନୁଦାନ ଦେଵା ଲାଗି ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ ଉଦ୍ଦେଶ୍ୟରେ ସତ୍ୟାଗ୍ରହ ଚାଲୁ ରହିଛି।

Categories
ଆଞ୍ଚଳିକ

ଜୁରାପାଲି ଗ୍ରାମରେ ଚନ୍ଦନ ଯାତ୍ରା

କନ୍ଦର୍ପ ବେହେରା

ରେଢ଼ାଖୋଲ: ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ସରାପାଲି ଗ୍ରାମ ପଂଚାୟତର ଜୁରାପାଲି ଗ୍ରାମରେ ଦୁଇ ଦିନ ଧରି ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପନ୍ଦର ତାରିଖ ସନ୍ଧ୍ୟାରେ ସରାପାଲି ଜଗନ୍ନାଥ ମନ୍ଦିର ଠାରୁ ରାଧାକୃଷ୍ଣଙ୍କ ମୂର୍ତ୍ତି ଅଣାଯାଇଥିଲା। ଦିବ୍ୟାଙ୍ଗ ମାନଙ୍କ ଦ୍ଵାରା ସଙ୍ଗୀତ ପରିଵେଷଣ ହେଵା ସହିତ ଵିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଷୋହଳ ତାରିଖ ସକାଳ ଆଠ ଘଟିକାରେ ପୂଜା ଆରମ୍ଭ ହୋଇ ସନ୍ଧ୍ୟାରେ ଜୁରାପାଲି ବନ୍ଧରେ ନୌକାରେ ରାଧାକୃଷ୍ଣଙ୍କୁ ପରିକ୍ରମା କରାଯାଇଥିଲା।

ସ୍ଥାନୀୟ କଳାକାରମାନଙ୍କ ଦ୍ଵାରା ନାଟକ ମଂଚସ୍ଥ ହୋଇଥିଲା। ଚନ୍ଦନ ଯାତ୍ରା କମିଟିର ସଭାପତି କରୁଣାକର ପ୍ରଧାନ, ଉପସଭାପତି ପ୍ରଫୁଲ୍ଲ ସ୍ଵାଇଁ ଓ ସମ୍ପାଦକ ମନୋଜ ପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ସମାରୋହରେ ନିକଟସ୍ଥ ଗ୍ରାମ ଗୁଡ଼ିକର କୀର୍ତ୍ତନ ମଣ୍ଡଳୀ ଓ ନିମନ୍ତ୍ରିତ ଵ୍ୟକ୍ତି ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଗୋଧିଢିପ ରେ ସ୍ଵାଭିମାନ ଦିଵସ ପାଳିତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ଵାଦ ଆମ ଓଡିଶା ତରଫରୁ ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ଗୋଧିଢିପ ରେ ମହାଲକ୍ଷ୍ମୀ ଯୁଵକ ସଂଘ ସହଯୋଗରେ ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ଜୟନ୍ତୀ, ସ୍ଵାଭିମାନ ଦିବସ ପାଳିତ ହୋଇଥିଲା।

ଶରତ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ ଦୀପେନ୍ କୁମାର୍ ପଟ୍ଟନାୟକ, ମୁଖ୍ୟବକ୍ତା ଭାବରେ ଅଵସରପ୍ରାପ୍ତ ଶିକ୍ଷା ନିରୀକ୍ଷକ ଅଚ୍ୟୁତାନନ୍ଦ ଵିଶ୍ଵାଳ ଓ ସମ୍ମାନୀତ ଅତିଥି ଭାବରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ସାହୁ ,ନୀଳାମ୍ବର ସାହୁ ଯୋଗ ଦେଇ ମଧୂବାବୁ ଙ୍କ ଜୀବନ ଓ ଅବଦାନ ତଥା ଓଡ଼ିଆ ଜାତିର ସ୍ଵାଭିମାନ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଯୁଵକ ସଂଘ ର ସଦସ୍ୟ ବୃନ୍ଦ ଓ ଗ୍ରାମଵାସୀ ଯୋଗ ଦେଇଥିଲେ। ଅକ୍ଷୟ ରାଉଳ ଧନ୍ୟଵାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ଅବ୍ୟବସ୍ଥାରେ ଶିକ୍ଷା ବ୍ୟବସ୍ଥା: ଖଣ୍ଡିଆମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଶିକ୍ଷକ ଅଭାବ

କନ୍ଦର୍ପ ବେହେରା

ରେଢାଖୋଲ: ସରକାର ଶିକ୍ଷାକୁ ବିଶେଷ ଭାବରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପିଲାମାନଙ୍କର ବିକାଶ ପାଇଁ ଶିକ୍ଷକମାନଙ୍କୁ ବର୍ଷ ତମାମ୍ ତାଲିମ୍ ଦିଆଯାଉଛି। ହେଲେ ଶିକ୍ଷାର ମାନ ରହୁନାହିଁ। ଏଥିପାଇଁ ଶିକ୍ଷକମାନଙ୍କୁ ବହୁ ଗୁରୁଦାୟିତ୍ୱ ସରକାର ଲଦି ଦେଉଛନ୍ତି। ଯାହା ଫଳରେ ଶିକ୍ଷାଦାନରେ ମଧ୍ୟ ବାଧା ସୃଷ୍ଟି ହେଉଛି। ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ପନିପରିବା କିଣିବା ଆଦି କାମ ଜୋର ଜବରଦସ୍ତ ଲଦି ଦିଆଯାଇଛି ଶିକ୍ଷକମାନଙ୍କ ଉପରେ। ଯାହା ଫଳରେ ଶିକ୍ଷାର ବିକାଶ ନ ହୋଇ ଅଧୋପତନ ଆଡକୁ ଯାଇଛି। କେଉଁଠି ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ଶେଣୀଗୃହର ଅଭାବଯୋଗୁଁ ଶିକ୍ଷାଦାନରେ ବ୍ୟାଘାତ ହେଉଛି
ସେମିତି ଏକ ବିଦ୍ୟାଳୟ ହେଲା ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକ୍ଟିଦେଉଳ ବ୍ଲକ୍ କିସିଣ୍ଡା ପଞ୍ଚାୟତରେ ଥିବା ଖଣ୍ଡିଆମୁଣ୍ଡା ସେବାଶ୍ରମ ବିଦ୍ୟାଳୟ। ଏହି ବିଦ୍ୟାଳୟଟି ତା-୨୦/୦୭/୧୯୫୬ ମସିହାରେ ସ୍ଥାପିତ ହୋଇଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏହି ବିଦ୍ୟାଳୟରେ ବର୍ମାନ ୭୮ ଜଣ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଛାତ୍ରୀମାନେ ରହିବା ପାଇଁ ଏକ ଛାତ୍ରୀନିବାସର ସୁବିଧା ରହିଛି। ଛାତ୍ରୀନିବାସରେ ମୋଟ୍ ୫୯ ଜଣ ଛାତ୍ରୀ ରହୁଛନ୍ତି। ବର୍ତ୍ତମାନ ବିଦ୍ୟାଳୟରେ ୨ ଜଣ ମାତ୍ର ଶିକ୍ଷକ ରହୁଛନ୍ତି। ୫ ଟି ଶ୍ରେଣୀ ପାଇଁ ୨ ଜଣ ଶିକ୍ଷକ ଅଛନ୍ତି। ହେଲେ ସରକାର ଏଥିପ୍ରତି ଟିକିଏ ଧ୍ୟାନ ଦେବା ଉଚିତ୍। ବିଦ୍ୟାଳୟ ପାଇଁ ୪ ଜଣ ଶିକ୍ଷକର ଆବଶ୍ୟକତା ଥିବା ବେଳେ ମାତ୍ର ୨ ଜଣ ଶିକ୍ଷକ ପାଠ ପଢାଉଛନ୍ତି। ଯାହା ଫଳରେ ସୁଚାରୁ ରୂପେ ଶିକ୍ଷାଦାନ ହୋଇପାରୁନାହିଁ ବୋଲି ଅଭିଭାବକମାନେ ଅଭିଯୋଗ କରୁଛନ୍ତି। ଛାତ୍ରୀନିବାସ ସୁପରିଚାଳନା ପାଇଁ ଜଣେ ମହିଳା ଶିକ୍ଷକ ରହିବା ନିହାତି ଜରୁରୀ ମନେ ହେଉଛି। କିନ୍ତୁ ଦୀର୍ଘ ୩ ବର୍ଷ ହେଲା ଏଠାରେ କେହି ମହିଳା ଶିକ୍ଷକ ନିଯୁକ୍ତି ପାଇନାହାନ୍ତି। ବିଦ୍ୟାଳୟରେ ଥିବା ସ୍କୁଲ ପାଚେରୀ କମ୍ ଉଚ୍ଚତା ଥିବାରୁ ଏବଂ ପାଚେରୀ ଭାଙ୍ଗି ଯାଇଥିବାରୁ ଛାତ୍ରୀମାନେ ନିଜକୁ ନିରାପଦ ମଣୁନାହାନ୍ତି। ଛାତ୍ରୀମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସରକାର ଏହି ଅବହେଳିତ ସେବାଶ୍ରମ ବିଦ୍ୟାଳୟ ପ୍ରତି ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।