ଗୌଡପଡା ଯୁବକ ସଙ୍ଘର ବାର୍ଷିକ ଉତ୍ସବ

Published: Oct 3, 2022, 9:57 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ସରାପାଲି ପଞ୍ଚାୟତ ଗୌଡପଡା ଯୁବକ ସଙ୍ଘର ୫୪ ତମ ବାର୍ଷିକ ଉତ୍ସବ ତଥା ମହାତ୍ମାଗାନ୍ଧୀ ଓ ଲାଲଵାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଦିବସ ପାଳିତ ହୋଇଯାଇଛି। ଅଵସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋପୀନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ନାକ୍ଟିଦେଉଳ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ସ୍ଵରୁପାରାଣୀ ସାହୁ, ମୁଖ୍ୟବକ୍ତା ଭାବରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଅଧ୍ୟୀକ୍ଷକ ଡାକ୍ତର ଅମୁଲ୍ୟ ରତ୍ନ ମହନ୍ତ, ସମ୍ମାନୀତ ଅତିଥି ଭାଵରେ ସରାପାଲି ପଞ୍ଚୀୟତର ସରପଞ୍ଚ ଶିବାନୀ ବାରିକ, ସମିତି ସଭ୍ୟା ନିରୁପମା ନାୟକ ଓ ଯୁବନେତା ଧୀରେନ୍ କୁମାର ସାହୁ ଯୋଗ ଦେଇ ଗାନ୍ଧିଜୀ ଓ ଲାଲଵାହାଦୂର ଶାସ୍ତ୍ରୀଙ୍କ ଜୀବନୀ ତଥା ଅଵଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ଯୁଵକ ସଂଘର ଅଵଦାନ ଏଵ° ଗ୍ରାମ୍ୟ ସମସ୍ୟା ଵିଷୟରେ ଆଲୋଚନା କରିଥିଲେ।

ଯୁବକ ସଂଘର ସଭାପତି ଗୋଲକ ବିହାରୀ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଵା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅଵସର ରେ ଆୟୋଜିତ ଵିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପୁର୍ବରୁ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଙ୍କ ପ୍ରତିମୂର୍ତ୍ତି ଓ ତୈଳଚିତ୍ରରେ ମାଲ୍ୟାର୍ପଣ ସହିତ ପୂଜାର୍ଚ୍ଚନା କରାଯାଇଥିଲା। ସନ୍ଧ୍ୟାରେ ମେଲୋଡି, ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Related posts