Categories
ଅପରାଧ ଆଜିର ଖବର ଜାତୀୟ ଖବର

Big News: ସୋଲାର ବିସ୍ପୋରଣ କଂପାନୀରେ ବିସ୍ପୋରଣ, ୯ ଜଣ ମୃତ୍ୟୁ

ବିସ୍ପୋରଣ: ମହାରାଷ୍ଟ୍ର ନାଗପୁରର ଏକ ସୋଲାର୍ ଏକ୍ସପ୍ଲୋସିଭ୍ କମ୍ପାନୀରେ ବିସ୍ଫୋରଣ ଘଟି ୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏଥିସହ ଏକାଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଉଦ୍ଧାରକାରୀ ଟିମ୍ ଉଦ୍ଧାର କାର୍ୟ୍ୟରେ ଲାଗିଛନ୍ତି।

ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୯ଟା ୩୦ ସମୟରେ ସୋଲାର ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆ ଲିମିଟେଡରେ ବିସ୍ଫୋରଣ ଘଟିଥିଲା। ଏଥିରେ ଘଟଣାସ୍ଥଳରେ ଛଅ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କେତେ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବୈଜ୍ଞାନିକ ହେଲେ ସିରିଏଲ କିଲର: ସ୍ଵାମୀଙ୍କ ସମେତ ୫ ଜଣଙ୍କୁ କଲେ ହତ୍ୟା, ରାସାୟନିକ ପଦାର୍ଥରେ କରିଥିଲେ ହତ୍ୟା

ନାଗପୁର: ମହାରାଷ୍ଟ୍ରର ନାଗପୁରରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ୨୨ ବର୍ଷ ବୟସ୍କା ମହିଳା କୃଷି ବୈଜ୍ଞାନିକ ନିଜ ବୈବାହିକ ଜୀବନରେ ତିକ୍ତତା ଭୋଗ କରି ସ୍ୱାମୀ ଏବଂ ଶ୍ଵଶୁର ଘରର ଚାରି ଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। ଏଥିପାଇଁ ସେ ତାଙ୍କର ବୈଜ୍ଞାନିକ ଶିକ୍ଷାର ଅପବ୍ୟବହାର କରିଥିଲେ, ଯାହାଫଳରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

ଏହି ଅପରାଧ କରିବା ପାଇଁ ସେ ସବୁଠାରୁ ମାରାତ୍ମକ ରାସାୟନିକ “ଥେଲିୟମ୍” ବ୍ୟବହାର କରିଥିଲେ, ଯାହାକୁ ରସାୟନ ବିଜ୍ଞାନ ଭାଷାରେ “ବିଷର ବିଷ” କୁହାଯାଏ। ଯାହା ରଙ୍ଗହୀନ, ଦୁର୍ଗନ୍ଧହୀନ ଏବଂ ସ୍ବାଦହୀନ। ଗୁରୁବାର ଦିନ ପୋଲିସ ଅଭିଯୁକ୍ତ ବୈଜ୍ଞାନିକଙ୍କୁ ଗିରଫ କରିଛି। ତାଙ୍କ ନାମ ସଙ୍ଘମିତ୍ରା ବୋଲି ଜଣାପଡିଛି। ଏହି ଅପରାଧ ଘଟାଇବା ପାଇଁ ସେ ତାଙ୍କ ସାଙ୍ଗ ଏବଂ ସମ୍ପର୍କୀୟ ରୋଜା ରାମଟେକେଙ୍କୁ ମଧ୍ୟ ସାମିଲ କରିଥିଲେ। ଉଭୟଙ୍କୁ ମଧ୍ୟ ଗିରଫ କରାଯାଇଛି।

ବୈଜ୍ଞାନିକଙ୍କ ବାପା କରିଥିଲେ ଆତ୍ମହତ୍ୟା

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ସ୍ୱାମୀଙ୍କ ସହ ବିବାହରେ ମନୋମାଳିନ୍ୟ ହେତୁ ସଙ୍ଘମିତ୍ରାଙ୍କ ପିତା ପାଞ୍ଚ ମାସ ପୂର୍ବେ ମହାରାଷ୍ଟ୍ରର ଅକୋଲାସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ। ସେବେଠାରୁ ସେ ଶ୍ଵଶୁର ଘର ଲୋକଙ୍କୁ ତାଙ୍କ ପିତାଙ୍କ ମୃତ୍ୟୁ ପାଇଁ ଦାୟୀ କରିଥିଲେ। ଏହାର ପ୍ରତିଶୋଧ ନେବାକୁ ସେ ଅନୁସନ୍ଧାନ କରିଥିଲେ। ଅପରାଧ ଘଟାଇବା ପାଇଁ କେଉଁ ବିଷ ବ୍ୟବହାର କରାଯିବା ଉଚିତ ଯାହା ଦ୍ଵାରା ସୁରକ୍ଷା ଏଜେନ୍ସିମାନେ ଜାଣିପାରିବେ ନାହିଁ।

ଅଜ୍ଞାତ ଆଦିବାସୀ ଗାଁରେ ଶ୍ଵଶୁର ଘର ଲୋକଙ୍କୁ ଦିଆଯାଇଥିଲା ବିଷ:

ଏହା ପରେ ମହାରାଷ୍ଟ୍ରର ମାଓବାଦୀ ପ୍ରଭାବିତ ଗଢଚିରୋଲିର ଏକ ଅଜ୍ଞାତ ଆଦିବାସୀ ଗ୍ରାମରେ ତାଙ୍କ ବନ୍ଧୁ ରୋଜାଙ୍କ ସାହାଯ୍ୟରେ ସେ ତାଙ୍କ ସ୍ୱାମୀ ଏବଂ ଶ୍ଵଶୁର ଘରର ଚାରି ଜଣଙ୍କୁ ଗୋଟିଏ ପରେ ଗୋଟିଏ ମାରାତ୍ମକ ବିଷାକ୍ତ ରାସାୟନିକ ଥେଲିୟମ୍ ଇଞ୍ଜେକ୍ସନ ଦେଇଥିଲେ। ୨୦ ସେପ୍ଟେମ୍ବରରୁ ୧୦ ଅକ୍ଟୋବର ମଧ୍ୟରେ ତାଙ୍କ ସ୍ୱାମୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଧାରାବାହିକ ଜାରି ରହିଲା।

ପ୍ରାରମ୍ଭରେ ଡାକ୍ତରମାନେ ମଧ୍ୟ ମୃତ୍ୟୁର ଲକ୍ଷଣ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ, କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟରେ ବିଷାକ୍ତ ରାସାୟନିକ ପଦାର୍ଥର ଉପସ୍ଥିତି ପ୍ରକାଶ ପାଇବା ପରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଇଥିଲା ଏବଂ ଥେଲିୟମ ବିଷୟରେ ସୂଚନା ମିଳିଥିଲା।

Categories
ଆଜିର ଖବର ଜାତୀୟ ଖବର

୧୩,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନାର ମହବୁବନଗରରେ ୧୩,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ସେସବୁକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ସଡ଼କ, ରେଳ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ଏବଂ ଉଚ୍ଚ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଏହି ବିକାଶ ପ୍ରକଳ୍ପ ଗୁଡିକରେ ଅନ୍ତର୍ଭୁକ୍ତ ହୋଇଛି। ଏହି କାର୍ଯ୍ୟକ୍ରମ ଅବସରରେ , ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏକ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପାର୍ବଣ ଋତୁର ଆଗମନ ଉପରେ ଆଲୋକପାତ କରି କହିଥିଲେ ଯେ, ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହେବା ଦ୍ୱାରା ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଶକ୍ତି ପୂଜାର ଭାବନା ପ୍ରତିଷ୍ଠା ହୋଇଛି।

ପ୍ରଧାନମନ୍ତ୍ରୀ ଆଜି ଅନେକ ସଡ଼କ ସଂଯୋଗ ପ୍ରକଳ୍ପର ଶିଳାନ୍ୟାସ କରି ଖୁସି ବ୍ୟକ୍ତ କରିଥିଲେ ଯାହା ଏହି ଅଞ୍ଚଳରେ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବ। ନାଗପୁର – ବିଜୟୱାଡା ଅର୍ଥନୈତିକ କରିଡର ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ପରିବହନ ଏବଂ ବ୍ୟବସାୟକୁ ସହଜ କରିବ, ଏହା ଏହି ରାଜ୍ୟ ଗୁଡିକରେ ବାଣିଜ୍ୟ, ପର୍ଯ୍ୟଟନ ଓ ଶିଳ୍ପକୁ ପ୍ରୋତ୍ସାହନ ଦେବ।

ଏହି କରିଡରରେ ୮ଟି ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍‌, ୫ଟି ବୃହତ ଖାଦ୍ୟ  ପାର୍କ, ୪ଟି ମାଛଧରା ସାମୁଦ୍ରିକ ଖାଦ୍ୟ କ୍ଲଷ୍ଟର, ୩ଟି ଔଷଧ ଓ ମେଡିକାଲ କ୍ଲଷ୍ଟର ଏବଂ ୧ଟି ବୟନ କ୍ଲଷ୍ଟର ସମେତ ପ୍ରମୁଖ ଅର୍ଥନୈତିକ କେନ୍ଦ୍ର ଚିହ୍ନଟ କରାଯାଇଛି। ଏହା ଦ୍ୱାରା ହନାମକୋଣ୍ଡା, ମହବୁବାବାଦ, ୱାରାଙ୍ଗଲ ଏବଂ ଖମ୍ମାମ ଜିଲ୍ଲାର ଯୁବକ ମାନଙ୍କ ପାଇଁ ଅନେକ ପଥ ଉନ୍ମୁକ୍ତ ହେବ।

ଏଠାରେ ଉତ୍ପାଦିତ ସାମଗ୍ରୀ ଗୁଡିକୁ ବନ୍ଦରକୁ ନେବା ପାଇଁ ତେଲଙ୍ଗାନା ଭଳି ସ୍ଥଳଭାଗ ଦ୍ୱାରା ଆବଦ୍ଧ ରାଜ୍ୟ ନିମନ୍ତେ ରେଳ ଓ ସଡ଼କ ଯୋଗାଯୋଗର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ କରିଡର ତେଲଙ୍ଗାନା ଦେଇ ଗତି କରୁଛି । ଏସବୁ ପ୍ରକଳ୍ପ ଏହି ରାଜ୍ୟକୁ ପୂର୍ବ ଓ ପଶ୍ଚିମ ଉପକୂଳ ସହ ଯୋଡ଼ିବାର ମାଧ୍ୟମ ହେବ । ହାଇଦ୍ରାବାଦ ବିଶାଖାପାଟଣା କରିଡରର ସୂର୍ଯ୍ୟପେଟ – ଖମ୍ମାମ ବିଭାଗ ମଧ୍ୟ ଏଥିରେ ସାହାଯ୍ୟ କରିବ । ଏହା ପୂର୍ବତଟରେ ପହଞ୍ଚିବାରେ ସହାୟକ ହେବ । ଏହା ବ୍ୟତୀତ ଶିଳ୍ପ ଓ ବ୍ୟବସାୟର ଲଜିଷ୍ଟିକ୍ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ଜାକଲାଇର ଓ କ୍ରିଷ୍ଣା ସେକ୍ସନ ମଧ୍ୟରେ ନିର୍ମାଣ ହେବାକୁ ଥିବା ରେଳ ଲାଇନ୍ ମଧ୍ୟ ଏଠାକାର ଲୋକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।

ତେଲଙ୍ଗାନାର ହଳଦୀ ଚାଷୀ ମାନଙ୍କର ହିତ ପାଇଁ କେନ୍ଦ୍ର ସରକାର ଜାତୀୟ ହଳଦୀ ବୋର୍ଡ ଗଠନ କରିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଜାତୀୟ ହଳଦୀ ବୋର୍ଡ ଯୋଗାଣ ଶୃଙ୍ଖଳାର ମୂଲ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଦେବ ଏବଂ କୃଷକ ମାନଙ୍କ ପାଇଁ ଭିତ୍ତିଭୂମି ବିକାଶରେ ସାହାଯ୍ୟ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଜାତୀୟ ହଳଦୀ ବୋର୍ଡ ଗଠନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତେଲଙ୍ଗାନା ଏବଂ ସମଗ୍ର ଦେଶର ସମସ୍ତ ହଳଦୀ ଚାଷ କରୁଥିବା କୃଷକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଶକ୍ତି ଏବଂ ଶକ୍ତି ନିରାପତ୍ତା କ୍ଷେତ୍ରରେ ସମଗ୍ର ବିଶ୍ୱରେ ସାମ୍ପ୍ରତିକ ବିକାଶ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହିତ ଏହା କହିଥିଲେ ଯେ ସରକାର କେବଳ ଶିଳ୍ପ ପାଇଁ ନୁହେଁ ବରଂ ପରିବାର ଗୁଡିକୁ ମଧ୍ୟ ଶକ୍ତି ସୁରକ୍ଷିତ କରିଛନ୍ତି । ୨୦୧୪ରେ ଏଲ୍‌ପିଜି ସିଲିଣ୍ଡର ସଂଖ୍ୟା ୧୪ କୋଟି ଥିବାବେଳେ ୨୦୨୩ ରେ ଏହା ୩୨ କୋଟିକୁ ବୃଦ୍ଧି ପାଇବାର ଉଦାହରଣ ଦେବା ସହ ନିକଟରେ ଗ୍ୟାସ ଦର ହ୍ରାସ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । “ସରକାର ଦେଶରେ ଏଲ୍‌ପିଜି ବିତରଣ ନେଟୱାର୍କର ସମ୍ପ୍ରସାରଣକୁ ପ୍ରୋତ୍ସାହନ ଦେଉଛନ୍ତି” ବୋଲି  ପ୍ରଧାନମନ୍ତ୍ରୀ କହିବା ସହିତ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ହାସନ – ଚେର୍ଲାପଲ୍ଲୀ ଏଲ୍‌ପିଜି ପାଇପଲାଇନ ପ୍ରକଳ୍ପ ଏହି ଅଞ୍ଚଳର ଲୋକ ମାନଙ୍କୁ ଶକ୍ତି ସୁରକ୍ଷା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସେ କୃଷ୍ଣପାଟନମରୁ ହାଇଦ୍ରାବାଦ ମଧ୍ୟରେ ମଲ୍ଟିପ୍ରଡକ୍ଟ ପେଟ୍ରୋଲିୟମ ପାଇପଲାଇନର ଶିଳାନ୍ୟାସ କରିବା ଉପରେ ମଧ୍ୟ ଆଲୋକପାତ କରିଥିଲେ ଯାହା ତେଲଙ୍ଗାନାରେ ହଜାର ହଜାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବାରେ ସାହାଯ୍ୟ କରିବ ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଅନେକ କୋଠାକୁ ଉଦଘାଟନ କରିଥିଲେ । କେନ୍ଦ୍ର ସରକାର ହାଇଦ୍ରାବାଦ ବିଶ୍ୱ ବିଦ୍ୟାଳୟକୁ ‘ଇନଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ’ ର ମାନ୍ୟତା ଦେବା ସହ ସ୍ୱତନ୍ତ୍ର ପାଣ୍ଠି ପ୍ରଦାନ କରିଛନ୍ତି । “ଭାରତ ସରକାର ମୁଲୁଗୁ ଜିଲ୍ଲାରେ ଏକ କେନ୍ଦ୍ରୀୟ ଆଦିବାସୀ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି  ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

ଏହି ବିଶ୍ୱ ବିଦ୍ୟାଳୟର ନାମ ଶ୍ରଦ୍ଧାଳୁ ଆଦିବାସୀ ଦେବୀ ସାମ୍ମାକ୍କା – ସାରକ୍କାଙ୍କ ନାମରେ ରଖାଯିବ । ସାମ୍ମାକ୍କା – ସାରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱ ବିଦ୍ୟାଳୟ ପାଇଁ ପ୍ରାୟ ୯୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି କେନ୍ଦ୍ରୀୟ ଆଦିବାସୀ ବିଶ୍ୱ ବିଦ୍ୟାଳୟ ପାଇଁ ଶ୍ରୀ ମୋଦୀ ମଧ୍ୟ ତେଲଙ୍ଗାନାର ଅଧିବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ଏବଂ ସାଂସଦ ଶ୍ରୀ ବନ୍ଦୀ ସଞ୍ଜୟ କୁମାର ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ସମଗ୍ର ଦେଶରେ ଅତ୍ୟାଧୁନିକ ସଡ଼କ ଭିତ୍ତିଭୂମିର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମରେ ଏକାଧିକ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା ଓ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନାଗପୁର – ବିଜୟୱାଡା ଅର୍ଥନୈତିକ କରିଡରର ଅଂଶ ବିଶେଷ ପ୍ରମୁଖ ସଡ଼କ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଥିଲେ ।

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଜାତୀୟ ରାଜପଥ – ୧୬୩ଜି’ ର ୱାରାଙ୍ଗଲରୁ ଖମ୍ମାମ ସେକ୍ସନ ପର୍ଯ୍ୟନ୍ତ ୧୦୮ କିଲୋମିଟର ଲମ୍ବର ‘ଚାରି ଲେନ୍ ଆକ୍ସେସ୍ ନିୟନ୍ତ୍ରିତ ଗ୍ରୀନଫିଲ୍ଡ ରାଜପଥ’ ଏବଂ ଜାତୀୟ ରାଜପଥ –  ୧୬୩ଜିର ଖମ୍ମାମରୁ ବିଜୟୱାଡ଼ା ସେକ୍ସନ ପର୍ଯ୍ୟନ୍ତ ୯୦ କିଲୋମିଟର ଲମ୍ବା ‘ଚାରି ଲେନ୍ ଆକ୍ସେସ୍ ନିୟନ୍ତ୍ରିତ ଗ୍ରୀନଫିଲ୍ଡ ରାଜପଥ’ । ପ୍ରାୟ ୬୪୦୦ କୋଟି ଟଙ୍କା ବ୍ୟୟରେ ଏହି ସଡ଼କ ପ୍ରକଳ୍ପ ଗୁଡ଼ିକର ବିକାଶ କରାଯିବ । ଏହି ପ୍ରକଳ୍ପ ଗୁଡ଼ିକ ୱାରାଙ୍ଗଲ ଏବଂ ଖମ୍ମାମ ମଧ୍ୟରେ ଯାତ୍ରା ଦୂରତା ପ୍ରାୟ ୧୪ କିଲୋମିଟର ହ୍ରାସ କରିବ; ଏବଂ ଖମ୍ମାମ ଏବଂ ବିଜୟୱାଡା ମଧ୍ୟରେ ପ୍ରାୟ ୨୭ କିଲୋମିଟର ଯାତ୍ରା ଦୂରତାକୁ କମ୍ କରିବ ।

ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ – ୩୬୫ବିବିର ୫୯ କିଲୋମିଟର ଦୀର୍ଘ  ସୂର୍ଯ୍ୟପେଟରୁ ଖମ୍ମାମ ସେକ୍ସନକୁ ଚାରି ଲେନ୍ କରିବା ପାଇଁ ଏକ ସଡ଼କ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ପାଖାପାଖି ୨୪୬୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ହାଇଦ୍ରାବାଦ- ବିଶାଖାପାଟଣା କରିଡରର ଏକ ଅଂଶ ଏବଂ ଭାରତମାଳା ପରିଯୋଜନା ଅଧୀନରେ ବିକଶିତ ହୋଇଛି । ଏହା ଦ୍ୱାରା ଆନ୍ଧ୍ରପ୍ରଦେଶର ଖମ୍ମାମ ଜିଲ୍ଲା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳକୁ ଉନ୍ନତ ସଂଯୋଗ ମିଳିବ ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ‘୩୭ କିଲୋମିଟର ଜାକଲାଇର- କ୍ରିଷ୍ଣା ନୂତନ ରେଳ ଲାଇନ’ କୁ ଲୋକାର୍ପଣ କରିଥିଲେ । ୫୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ନୂଆ ରେଳ ଲାଇନ୍ ସେକ୍ସନ ପ୍ରଥମ ଥର ପାଇଁ ପଛୁଆ ଜିଲ୍ଲା ନାରାୟଣପେଟା ଅଞ୍ଚଳକୁ ରେଳ ମାନଚିତ୍ରରେ ଆଣିଛି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ କ୍ରିଷ୍ଣା ଷ୍ଟେସନରୁ ହାଇଦ୍ରାବାଦ (କାଚେଗୁଡା) – ରାଇଚୁର – ହାଇଦ୍ରାବାଦ (କାଚେଗୁଡା) ଉଦଘାଟନୀ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଟ୍ରେନ୍ ସେବା ତେଲଙ୍ଗାନାର ହାଇଦ୍ରାବାଦ, ରଙ୍ଗାରେଡ୍ଡୀ, ମହବୁବନଗର ଏବଂ ନାରାୟଣପେଟା ଜିଲ୍ଲାକୁ କର୍ଣ୍ଣାଟକର ରାଇଚୁର ଜିଲ୍ଲା ସହ ସଂଯୋଗ କରିବ । ଏହି ସେବା ପଛୁଆ ଜିଲ୍ଲା ମହବୁବନଗର ଏବଂ ନାରାୟଣପେଟାର ଅନେକ ନୂତନ ଅଞ୍ଚଳକୁ ପ୍ରଥମ ଥର ପାଇଁ ରେଳ ସଂଯୋଗ ପ୍ରଦାନ କରିବ, ଯାହା ଦ୍ୱାରା ଛାତ୍ରଛାତ୍ରୀ, ଦୈନିକ ଯାତ୍ରୀ, ଶ୍ରମିକମାନେ ଉପକୃତ ହେବା ସହିତ  ଏହି ଅଞ୍ଚଳର ସ୍ଥାନୀୟ ହସ୍ତତନ୍ତ ଶିଳ୍ପ ମଧ୍ୟ ଲାଭାନ୍ୱିତ ହେବ ।

ଦେଶରେ ଲଜିଷ୍ଟିକ୍ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ତୈଳ ଏବଂ ଗ୍ୟାସ ପାଇପଲାଇନ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା ଏବଂ ସମର୍ପଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ ‘ହାସନ – ଚେର୍ଲାପଲ୍ଲୀ ଏଲ୍‌ପିଜି ପାଇପଲାଇନ  ପ୍ରକଳ୍ପ’ କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ପାଖାପାଖି ୨୧୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କର୍ଣ୍ଣାଟକର ହାସନରୁ ଚେର୍ଲାପଲ୍ଲୀ (ହାଇଦ୍ରାବାଦର ଉପନଗର) ପର୍ଯ୍ୟନ୍ତ ଏହି ଏଲ୍‌ପିଜି ପାଇପ୍‌ଲାଇନ ଏହି ଅଞ୍ଚଳରେ ଏଲ୍‌ପିଜି ପରିବହନ ଏବଂ ବିତରଣର ଏକ ସୁରକ୍ଷିତ, ସୁଲଭ ଏବଂ ପରିବେଶ ଅନୁକୂଳ ମାଧ୍ୟମ ପ୍ରଦାନ କରିଥାଏ । ସେ  କ୍ରିଷ୍ଣାପାଟନମ୍‌ରୁ ହାଇଦ୍ରାବାଦ (ମଲକାପୁର)’ ପର୍ଯ୍ୟନ୍ତ  ‘ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ୍‌)ର ମଲ୍ଟିପ୍ରଡକ୍ଟ ପେଟ୍ରୋଲିୟମ୍ ପାଇପଲାଇନ୍‌ର ଶିଳାନ୍ୟାସ କରିଥିଲେ ।

୧୯୪୦ କୋଟି ଟଙ୍କା ବ୍ୟୟରେ ୪୨୫ କିଲୋମିଟର ପାଇପଲାଇନ ନିର୍ମାଣ କରାଯିବ । ଏହି ପାଇପଲାଇନ ଏହି ଅଞ୍ଚଳରେ ପେଟ୍ରୋଲିୟମ ଉତ୍ପାଦର ଏକ ସୁରକ୍ଷିତ, ଦ୍ରୁତ, ଦକ୍ଷ ଏବଂ ପରିବେଶ ଅନୁକୂଳ ମାଧ୍ୟମ ପ୍ରଦାନ କରିବ ।

ହାଇଦ୍ରାବାଦ ବିଶ୍ୱ ବିଦ୍ୟାଳୟର ପାଞ୍ଚଟି ନୂତନ କୋଠା ଅର୍ଥାତ୍ ସ୍କୁଲ ଅଫ୍ ଇକୋନୋମିକ୍ସ ; ସ୍କୁଲ୍ ଅଫ୍ ମ୍ୟାଥେମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟକ୍ସ; ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌; ଲେକଚର ହଲ୍ କମ୍ପେ୍ଲକ୍ସ – ୩; ଏବଂ ସରୋଜିନୀ ନାଇଡୁ ସ୍କୁଲ ଅଫ୍ ଆର୍ଟସ ଆଣ୍ଡ କମ୍ୟୁନିକେସନ (ଆନେକ୍ସ) କୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ହାଇଦ୍ରାବାଦ ବିଶ୍ୱ ବିଦ୍ୟାଳୟରେ ଭିତ୍ତିଭୂମିର ଉନ୍ନତିକରଣ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ମାନଙ୍କୁ ଉନ୍ନତ ସୁବିଧା ଏବଂ ସୁଗମତା ପ୍ରଦାନ କରିବା ଦିଗରେ ଏକ ପଦକ୍ଷେପ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଦିନିକିଆ, ଟି-୨୦ ପରେ ଏବେ ଟେଷ୍ଟରେ ମଧ୍ୟ ଭାରତ ଏକ ନମ୍ବର: ଦେଖନ୍ତୁ ICC ର ତାଜା ଅପଡେଟ

ନୂଆଦିଲ୍ଲୀ: ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତିବା ପରେ ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ଟେଷ୍ଟ ମାନ୍ୟତାରେ ଟିମ୍ ଇଣ୍ଡିଆ ୧୧୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ପହଞ୍ଚିଛି। ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ୧୧୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ବର୍ତ୍ତମାନ ଭାରତୀୟ ଦଳ କ୍ରିକେଟ୍ ର ତିନୋଟି ଫର୍ମାଟର ର଼୍ୟାଙ୍କିଙ୍ଗରେ ଏକ ନମ୍ବର ଦଳ ହୋଇପାରିଛି।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ ଭାରତୀୟ ଦଳ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ କଙ୍ଗାରୁ ଦଳ ପ୍ରଥମ ସ୍ଥାନରେ ଥିଲା। ଦଳ ଟେଷ୍ଟ ର଼୍ୟାଙ୍କିଙ୍ଗରେ ନାଗପୁରରେ ଏକପାଖିଆ ବିଜୟର ଲାଭ ପାଇଲା ଏବଂ ଦଳ ସମସ୍ତ ଫର୍ମାଟରେ ବିଶ୍ୱ କ୍ରିକେଟ୍ ରେ ଏକ ନମ୍ବର ଦଳ ହୋଇପାରିଛି।

ଭାରତୀୟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ କ୍ରିକେଟ୍ ର ତିନୋଟି ଫର୍ମାଟରେ ନମ୍ବର -୧ ସ୍ଥାନ ଅଧିକାର କରିବାରେ ସଫଳ ହୋଇଛି। ନାଗପୁର ଟେଷ୍ଟ ମ୍ୟାଚରେ ପ୍ରବେଶ କରିବା ପୂର୍ବରୁ ଅଷ୍ଟ୍ରେଲିଆ ଦଳ ୧୨୬ ପଏଣ୍ଟ ପାଇଥିଲା, ଯାହା ପରେ ପରାଜୟ କାରଣରୁ ସେମାନେ ୧୧୧ ପଏଣ୍ଟ ପାଇଥିଲେ। ଏଥି ସହିତ ଭାରତୀୟ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ସ୍ଥାନ ପାଇବାକୁ ପାଦ ଆଗକୁ ବଢାଇଛି। ଯେଉଁଥିରେ ଯଦି ଏହି ଟେଷ୍ଟ ସିରିଜର ଅବଶିଷ୍ଟ ୩ ଟି ମ୍ୟାଚ ମଧ୍ୟରୁ ୨ ଟି ଜିତିବାରେ ସଫଳ ହୁଏ, ତେବେ ଦଳ ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିବ।

ନାଗପୁର ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜାଙ୍କ ଚମତ୍କାର ସ୍ପିନ୍ ଯୋଡି ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା, ଯେଉଁଥିରେ ଉଭୟ ଏକାଠି ମୋଟ ୧୫ ଟି ୱିକେଟ୍ ନେଇଥିଲେ। ବର୍ତ୍ତମାନ ଅଶ୍ୱିନ ୮୪୬ ରେଟିଂ ପଏଣ୍ଟ ସହ ନୂତନ ଆଇସିସି ଟେଷ୍ଟ ବୋଲିଂ ର଼୍ୟାଙ୍କିଙ୍ଗରେ ଚତୁର୍ଥରୁ ଦ୍ୱିତୀୟକୁ ସିଧା ଯାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା ବର୍ଷ ସୁଦ୍ଧା ଟ୍ରାକରେ ଚାଲିବ ୭୫ ବନ୍ଦେ ଭାରତ ଏକ୍ସପ୍ରେସ, ଆଗାମୀ ୩ ବର୍ଷରେ ଦୌଡିବ ୪୦୦ ଟ୍ରେନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନାଗପୁରରୁ ଷଷ୍ଠ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ନାଗପୁରରୁ ନୂତନ ବନ୍ଦେ ଭାରତକୁ ପତାକା ଦେଖାଇଛନ୍ତି। ଆସନ୍ତା ବର୍ଷ ଅଗଷ୍ଟ ସୁଦ୍ଧା ୭୫ ବନ୍ଦେ ଭାରତ ଟ୍ରେନକୁ ଟ୍ରାକରେ ରଖିବା ପାଇଁ ରେଳ ମନ୍ତ୍ରଣାଳୟର ଲକ୍ଷ୍ୟ ରହିଛି। ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ଆର୍ଥିକ ବର୍ଷ ପାଇଁ ୩୫ ବନ୍ଦେ ଭରତ ରେକ୍ (ଇଞ୍ଜିନ ବ୍ୟତୀତ କୋଚକୁ ନେଇ ଗଠିତ ସମସ୍ତ ଟ୍ରେନ୍) ଅନୁମତି ଦିଆଯାଇଛି। ଏଥି ସହିତ, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୬୭ ଟି ରେକ୍ ପାଇଁ ଅନୁମତି ଦିଆଯାଇଛି।

୧୫ ଫେବୃଆରୀ ୨୦୧୯ ରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭରମ୍ବ କରାଯାଇଥିଲା। ଏହି ଟ୍ରେନ୍ ନୂଆଦିଲ୍ଲୀରୁ ବାରାଣାସୀ ପର୍ଯ୍ୟନ୍ତ ଚାଲିଥିଲା। ଏହା ପରେ, ଗତ ମାସର ୧୧ ତାରିଖ ଦିନ ମଇଶୁରରୁ ଚେନ୍ନାଇକୁ ପଞ୍ଚମ ଟ୍ରେନ୍ ଚାଲୁ କରାଯାଇଥିଲା।

୩ ବର୍ଷରେ ୪୦୦ ବନ୍ଦେ ଭାରତ ଏକ୍ସପ୍ରେସ:

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣରେ କହିଛନ୍ତି ଯେ, ଆଗାମୀ ୩ ବର୍ଷରେ ୪୦୦ ନୂତନ ପିଢିର ବନ୍ଦେ ଭାରତ ଟ୍ରେନ୍ ବିକଶିତ ଏବଂ ଉତ୍ପାଦନ ହେବ। ବନ୍ଦେ ଭାରତ ଏକ୍ସପ୍ରେସର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୬୦ କିଲୋମିଟର ଅଟେ। ଏଥିରେ ଶତାଦ୍ଦୀ ଟ୍ରେନ୍ ପରି ଟ୍ରାଭେଲ୍ କ୍ଲାସ୍ ଅଛି କିନ୍ତୁ ଏହାଠାରୁ ସୁବିଧା ଭଲ। ବର୍ତ୍ତମାନ ବନ୍ଦେ ଭରତ ଏକ୍ସପ୍ରେସ ନୂଆଦିଲ୍ଲୀରୁ ଶ୍ରୀ ବୈଷ୍ଣୋ ଦେବୀ ମାତା, ନୂଆଦିଲ୍ଲୀରୁ ବାରାଣାସୀ, ଗାନ୍ଧିନଗର ରାଜଧାନୀରୁ ମୁମ୍ବାଇ ସେଣ୍ଟ୍ରାଲ, ଅମ୍ବ ଏଣ୍ଡୋରା ଠାରୁ ନୂଆଦିଲ୍ଲୀ ଏବଂ ମୈଶୁରରୁ ଚେନ୍ନାଇ ସେଣ୍ଟ୍ରାଲ ମଧ୍ୟରେ କାର୍ଯ୍ୟ କରୁଛି।

Categories
ଆଜିର ଖବର ଜାତୀୟ ଖବର

‘ବର୍ଣ୍ଣ ଏବଂ ଜାତି ବ୍ୟବସ୍ଥା ଅତୀତର କଥା, ଭୁଲିଯିବା ଆବଶ୍ୟକ: ଆରଏସଏସ ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ମହାରାଷ୍ଟ୍ରର ନାଗପୁରରେ ଆୟୋଜିତ ଏକ ପୁସ୍ତକ ପ୍ରକାଶନ କାର୍ଯ୍ୟକ୍ରମରେ ରାଷ୍ଟ୍ରିୟ ସ୍ଵୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଯୋଗ ଦେଇଥିଲେ। ଏଠାରେ ସେ କହିଥିଲେ ଯେ, ବର୍ଣ୍ଣ ଏବଂ ଜାତି ପ୍ରଣାଳୀ ଅତୀତ ହୋଇଯାଇଛି, ଯାହାକୁ ଭୁଲିଯିବା ଉଚିତ୍।

ସଂଘ ମୁଖ୍ୟ ଭାଗବତ କହିଥିଲେ ଯେ, ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଗୁଜବ ପ୍ରଚାରିତ ହୋଇଛି ଯେ, ସେମାନେ ସଂଘ ତଥା ହିନ୍ଦୁଙ୍କ ଦ୍ଵାରା ବିପଦରେ ଅଛନ୍ତି। ଏହା ଅତୀତରେ ଘଟି ନଥିଲା ଏବଂ ଭବିଷ୍ୟତରେ ମଧ୍ୟ ଘଟିବ ନାହିଁ। ଏହା ନା ସଂଗଠନର ପ୍ରକୃତି ନା ହିନ୍ଦୁମାନଙ୍କର।

ସେ କହିଛନ୍ତି ଯେ, ଘୃଣା, ଅନ୍ୟାୟ, ଅତ୍ୟାଚାର ପ୍ରଚାର କରିବା, ସମାଜ ପ୍ରତି ଅସନ୍ତୋଷ ଓ ଶତ୍ରୁତା କରୁଥିବା ଲୋକମାନଙ୍କ ବିରୁଦ୍ଧରେ ଛିଡା ହୋଇ “ଆତ୍ମରକ୍ଷା ଏବଂ ନିଜର ପ୍ରତିରକ୍ଷା କରିବା ଏକ କର୍ତ୍ତବ୍ୟ ହୋଇଯାଏ। ବର୍ତ୍ତମାନ ଏହି ପ୍ରକାରର ହିନ୍ଦୁ ସମାଜ ଆବଶ୍ୟକ। ଭାଇଚାରା, ସୌହାର୍ଦ୍ଦ୍ୟ ଏବଂ ଶାନ୍ତି ପାଇଁ ସଂଘ ସଂକଳ୍ପବଦ୍ଧ।

Categories
ଆଜିର ଖବର ଜାତୀୟ ଖବର

ଆରଏସଏସ ମୁଖ୍ୟାଳୟ ଅଭିମୁଖେ ଶୋଭାଯାତ୍ରା କରୁଥିବା ବିଏମଏମ କର୍ମଚାରୀଙ୍କୁ ଅଟକ ରଖିଲା ପୋଲିସ

ନାଗପୁର: ନାଗପୁରରେ ଥିବା ରାଷ୍ଟ୍ରିୟ ସ୍ଵୟଂସେବକ ସଂଘର ମୁଖ୍ୟାଳୟକୁ ଘେରିବା ପାଇଁ ଚେଷ୍ଟା କରାଯାଇଛି। ଏହି ଘେରାଓ ଭାରତ ମୁକ୍ତି ମୋର୍ଚ୍ଚା ନାମକ ଏକ ସଂସ୍ଥା ଦ୍ୱାରା କରାଯାଇଛି। ଏହି ମାମଲାରେ ପୋଲିସ ମୁଖ୍ୟାଳୟ ବାହାରେ କିଛି ଲୋକଙ୍କୁ ଅଟକ ରଖିଛି। ଆରଏସଏସ କାର୍ଯ୍ୟାଳୟ ବାହାରେ ସୁରକ୍ଷାକୁ ମଧ୍ୟ ବୃଦ୍ଧି କରାଯାଇଛି। ଭାମନ ମେଶ୍ରମଙ୍କ ନେତୃତ୍ୱାଧୀନ ଭାରତ ମୁକ୍ତି ମୋର୍ଚ୍ଚା ଆଜି ନାଗପୁରର ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଘ (ଆରଏସଏସ) ମୁଖ୍ୟାଳୟକୁ ଅବରୋଧ କରିବାକୁ ଉଦ୍ୟମ କରି କହିଛନ୍ତି ଯେ, ସଂଘର ଆଦର୍ଶ ଭାରତୀୟ ସମ୍ବିଧାନ ଅନୁଯାୟୀ ନୁହେଁ। ସେପଟେ ପୋଲିସ ଭମାନ ମେଶ୍ରମଙ୍କୁ ହେପାଜତକୁ ନେଇଛି।

ଏହାପୂର୍ବରୁ ଅକ୍ଟୋବର ୬ ତାରିଖରେ ଶୋଭାଯାତ୍ର କରିବାକୁ ପୋଲିସ ଅନୁମତି ନଦେବାରୁ ବିଏମଏମ ନାଗପୁର ହାଇକୋର୍ଟଙ୍କ ନିକଟରେ ପହଞ୍ଚିଥିଲା। ତେବେ କୋର୍ଟ କୌଣସି ଆଶ୍ଵସ୍ତି ପ୍ରଦାନ କରିନଥିଲେ। ଏହା ସତ୍ତ୍ୱେ ବିଏମଏମ କାର୍ଯ୍ୟକର୍ତ୍ତାମାନେ କଡବି ଛକ ନିକଟରେ ଏକାଠି ହୋଇଥିଲେ, ଯେଉଁଥିପାଇଁ ପୋଲିସ ସେମାନଙ୍କୁ ଅଟକ ରଖିଛି ​​ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ପ୍ରକାଶ ଥାଉକି, ଭମାନ ମେଶ୍ରମ ଏବଂ ତାଙ୍କ ସଂଗଠନ ଏହି ଆନ୍ଦୋଳନ ପାଇଁ ଜିଦ ଧରିଥିବାରୁ ନାଗପୁର ନଗର ପୋଲିସ ସୁରକ୍ଷା ଦ୍ରୁଷ୍ଟି କୋଣରୁ ସମଗ୍ର ଇନ୍ଦୋରା ଅଞ୍ଚଳରେ ଧାରା ୧୪୪ ଲଗାଇଛି।

ରିପୋର୍ଟ ଅନୁଯାୟୀ, ଭାରତ ମୁକ୍ତି ମୋର୍ଚ୍ଚାର ଶତାଧିକ କର୍ମଚାରୀ ଏହି ପଦଯାତ୍ରାରେ ଯୋଗଦେବା ପାଇଁ ନାଗପୁରରେ ପହଞ୍ଚିଥିଲେ। ଏହି ପଦଯାତ୍ରା ପାଇଁ ପୋଲିସ ଅନୁମତି ଦେଇନଥିଲା। ଯେତେବେଳେ ପୋଲିସ ସେମାନଙ୍କୁ ଅଟକାଇଲା, କାର୍ଯ୍ୟକର୍ତ୍ତାମାନେ ନିଜେ ଇନ୍ଦୋରା ଚୌକରେ ଧାରଣା ଆରମ୍ଭ କରିଥିଲେ। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାର୍ଯ୍ୟକର୍ତ୍ତାମାନଙ୍କୁ ହେପାଜତକୁ ନେଇଥିଲା। ଏହି ସମୟରେ ବିକ୍ଷୋଭକାରୀମାନେ ଆରଏସଏସ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ। ଧମଚକ୍ର ପ୍ରବର୍ତ୍ତନ ଦିବସ ଏବଂ ସହରରେ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାରୁ ଭାରତ ମୁକ୍ତି ମୋର୍ଚ୍ଚା ସଂଗଠନକୁ ଏହି ବିରୋଧ କରିବାକୁ ପୋଲିସ ଅନୁମତି ଦେଇ ନଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ଦ୍ୱିତୀୟ ଟି-୨୦ରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଟିମ୍ ଇଣ୍ଡିଆ: ରୋହିତଙ୍କ ଧୂଆଁଧାର ପାଳି

ନାଗପୁର: ନାଗପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୬ ୱିକେଟ୍ ରେ ପରାସ୍ତ କରିଛି। ଏହି ବର୍ଷା ବାଧାପ୍ରାପ୍ତ ୮ ଓଭର ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଖେଳିବା ପରେ ଟିମ୍ ଇଣ୍ଡିଆକୁ ୯୧ ରନ୍ ଲକ୍ଷ୍ୟ ଦେଇଥିଲା, ଯାହା ଘରୋଇ ଦଳ ଶେଷ ଓଭରରେ ଚାରିଟି ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ୧-୧ରେ ସମାନ ହୋଇଛି।

କ୍ୟାପଟେନ ରୋହିତ ଶର୍ମା ଭାରତ ପାଇଁ ୪୬ ରନ୍ ରନର ପାଳି ଖେଳିଥିଲେ। ୨୦ ଟି ବଲରେ ସେ ଆକ୍ରାମଣାତ୍ମକ ଇନିଂସ ଖେଳି ୪ ଟି ଚୌକା ଓ ୪ ଟି ଛକା ମାରିଥିଲେ। ଶେଷ ଓଭରରେ ଦୀନେଶ କାର୍ତ୍ତିକ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ଟିମ୍ ଇଣ୍ଡିଆକୁ ଚାରି ବଲ ପୂର୍ବରୁ ବିଜୟୀ କରିଥିଲେ।

୮ ଓଭରରେ ୯୧ ରନ୍‌ର ଟାର୍ଗେଟକୁ ପିଛା କରି ଟିମ୍ ଇଣ୍ଡିଆ ଏକ ଭଲ ଆରମ୍ଭ କରିଥିଲା। ପ୍ରଥମ ଓଭରରେ ରୋହିତ-ରାହୁଲ ତିନିଟି ଛକା ମାରିଥିଲେ। ଜୋଶ ହାଜଲେଉଡଙ୍କ ଏହି ଓଭରରେ ରୋହିତ ଦୁଇଟି ଛକା ଓ କେଏଲ ରାହୁଲ ଗୋଟିଏ ଛକା ମାରିଥିଲେ। ଦ୍ୱିତୀୟ ଓଭରରେ ୧୦ ରନ ଆସିଥିଲା। ଭାରତର ପ୍ରଥମ ୱିକେଟ୍ ତୃତୀୟ ଓଭରରେ ପଡ଼ିଥିଲା। ୬ ଟି ବଲରେ ୧୦ ରନ୍ ସ୍କୋର କରିବା ପରେ କେ.ଏଲ୍ ରାହୁଲଙ୍କୁ ଆଉଟ କରାଯାଇଥିଲା।

ତେବେ ରାହୁଲଙ୍କ ଆଉଟ ପରେ ମଧ୍ୟ ରୋହିତ ଅଟକି ନଥିଲେ ଏବଂ ବଡ ସଟ ଖେଳିବା ଜାରି ରଖିଥିଲେ। ଏଥି ସହିତ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା କୋହଲି ମଧ୍ୟ ଦୁଇଟି ଚୌକା ମାରି ନିଜର ଉଦ୍ଦେଶ୍ୟ ପ୍ରମାଣ କରିଥିଲେ। କିନ୍ତୁ ପଞ୍ଚମ ଓଭରରେ ଲେଗ ସ୍ପିନର ଆଡମ ଜାମ୍ପା କ୍ରମାଗତ ଦୁଇଟି ବଲରେ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଆଉଟ କରି ଭାରତକୁ ସମସ୍ୟାରେ ପକାଇଥିଲେ।

କିନ୍ତୁ ରୋହିତ ଅଟକି ନଥିଲେ ଏବଂ ସମସ୍ତ ବୋଲରଙ୍କ ଉପରେ ବଡ ସଟ୍ ଖେଳୁଥିଲେ। ସପ୍ତମ ଓଭରରେ ହାର୍ଦ୍ଦିକ ଆଉଟ୍ ହୋଇଥିଲେ। ସେ ୯ ରନ୍ ସ୍କୋର କରିଥିଲେ। ଏହା ପରେ ସାତଟି ବଲରେ ୧୩ ରନ୍ ଆବଶ୍ୟକ ଥିଲା। ରୋହିତ କ୍ରିଜକୁ ଯାଇ ସପ୍ତମ ଓଭରର ଶେଷ ବଲରେ ଗୋଟିଏ ଚୌକା ମାରିଥିଲେ। ତା’ପରେ ଶେଷ ଓଭରରେ ୯ ରନ୍ ଦରକାର ଥିଲା। ଦୀନେଶ କାର୍ତ୍ତିକ ପ୍ରଥମ ବଲରେ ଗୋଟିଏ ଛକା ଏବଂ ଦ୍ଵିତୀୟ ବଲରେ ଚୌକା ମାରି ଟିମ୍ ଇଣ୍ଡିଆକୁ ବିଜୟ ଦେଇଥିଲେ। ସେ ଦୁଇଟି ବଲରେ ୧୦ ରନ୍ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀର ଉଦ୍ଘାଟନ କଲେ ନିତୀନ ଗଡକରୀ

ଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତୀନ ଗଡକରୀ ଆଜି ନାଗପୁର ସ୍ଥିତ ଗଣେଶପେଠର ସେଂଟ୍ରାଲ୍ ବସ୍ ଷ୍ଟେସନ୍ ଠାରେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (ଏମ୍ଓଆରଟିଏଚ୍) ଦ୍ୱାରା ଆୟୋଜିତ ସ୍ୱାଧୀନତା ସଂଗ୍ରାମୀ ଏବଂ ଏହି ସଂଗ୍ରାମର ମହାପୁରୁଷ ମାନଙ୍କର ଏକ ଫଟୋ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଶ୍ରୀ ଗଡକରୀ ଏହି ଅବସରରେ ଉପସ୍ଥିତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ସମ୍ମାନିତ କରିଥିଲେ।

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଉଥିବା ଆଜାଦୀର ଅମୃତ ମହୋତ୍ସବ ପାଳନ ଉଦ୍ଦେଶ୍ୟରେ ଏମ୍ଓଆର୍ଟିଏଚ୍ ସାରା ଦେଶରେ ୭୫ଟି ବସ୍ ଷ୍ଟେସନ୍ ଗୁଡିକରେ ପ୍ରଦର୍ଶନୀର ଆୟୋଜନ କରୁଛି, ଯାହା ଦ୍ୱାରା ଯେଉଁ ବ୍ୟକ୍ତି ବିଶେଷ ସ୍ୱାଧୀନ ଭାରତର ଗୌରବଶାଳୀ ଯାତ୍ରାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି, ସେମାନଙ୍କୁ ମନେ ପକା ଯାଇପାରିବ।

ଏହି ପ୍ରଦର୍ଶନୀ ଗୁଡିକ ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଭାରତକୁ ସ୍ୱାଧୀନ କରିବା କ୍ଷେତ୍ରରେ ଯେଉଁ ବୀର ପୁରୁଷ ଏବଂ ମହିଳା ମାନଙ୍କର ଅବଦାନ ରହିଛି ଏବଂ ଯେଉଁମାନେ ନିଜ ଜୀବନର ବଳିଦାନ ଦେଇଛନ୍ତି ସେମାନଙ୍କୁ ଚିତ୍ରିତ କରିବ। ଏହା ସମ୍ବିଧାନର ପ୍ରସ୍ତୁତି ଏବଂ ଜୀବନର ସମସ୍ତ କ୍ଷେତ୍ରର ଆମର ସମସ୍ତ ନେତା ତଥା ପୁରୁଷ ଏବଂ ମହିଳା ମାନଙ୍କର ଯୋଗଦାନ ଉପରେ ମଧ୍ୟ ଆଲୋକପାତ କରିବ।

Categories
ଆଜିର ଖବର ଜାତୀୟ ଖବର

ଧୂଆଁ ଦେଖିବା ପରେ ନାଗପୁରରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

ନାଗପୁର: ଏକ ଇଣ୍ଡିଗୋ ଏୟାରଲାଇନ୍ସର ବିମାନକୁ ନାଗପୁରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଇଣ୍ଡିଗୋ ଏୟାରଲାଇନ୍ସର ବିମାନ 6E 7074 ଅହମ୍ମଦାବାଦରୁ ଲକ୍ଷ୍ନୌକୁ ନାଗପୁର ଦେଇ ଯାଉଥିଲା। ଏହି ବିମାନଟି ସକାଳ 7.15 ରେ ଅହମ୍ମଦାବାଦରୁ ଉଡ଼ିଗଲା। ଏହି ବିମାନରେ 50 ଜଣ ଯାତ୍ରୀ ଏବଂ 4 ଜଣ କର୍ମଚାରୀ ଥିଲେ। ପାଇଲଟ ବିମାନରେ ଧୂଆଁ ଦେଖିଲେ, ଏହା ପରେ ନାଗପୁରରେ ସକାଳ 8.33 ରେ ଜରୁରୀକାଳୀନ ଅବତରଣ କରାଯାଇଥିଲା।

ତେବେ ବର୍ତ୍ତମାନ ସମୟରେ କୌଣସି ଯାତ୍ରୀଙ୍କ ଆଘାତ ହେବାର ଖବର ନାହିଁ। ଯାତ୍ରୀମାନଙ୍କୁ ଏକ ସୁରକ୍ଷିତ ଟର୍ମିନାଲକୁ ସ୍ଥାନାନ୍ତର କରାଯାଇଛି। ଅନୁସନ୍ଧାନ ପାଇଁ ବିମାନରେ ଏକ ଇଞ୍ଜିନିୟର ଦଳ ଉପସ୍ଥିତ ଅଛନ୍ତି। ଯାତ୍ରୀମାନଙ୍କୁ ସେମାନଙ୍କ ସୁବିଧା ଅନୁଯାୟୀ ନାଗପୁର, ଦିଲ୍ଲୀ କିମ୍ବା ଲକ୍ଷ୍ନୌକୁ ନିଆଯାଉଛି। ଏଥି ସହିତ, କିଛି ଯାତ୍ରୀ ମଧ୍ୟ ସେମାନଙ୍କର ଯାତ୍ରାକୁ ସ୍ଥଗିତ ରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନକୁ ଜରୁରୀକାଳୀନ ଅବତରଣ: ୧୩୯ ଜଣ ଯାତ୍ରୀ ସୁରକ୍ଷିତ

ନାଗପୁର: ବୈଷୟିକ ସମସ୍ୟା ହେତୁ ବାଙ୍ଗାଲୋରରୁ ପାଟନାକୁ ଏକ ଗୋ ଏୟାର ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ନାଗପୁରରେ ସକାଳ ୧୧.୨୦ ଟା ସମୟରେ ବିମାନଟିକୁ ପାଇଲଟ୍ ସୁରକ୍ଷିତ ଅବତରଣ କରିଛନ୍ତି। ବିମାନରେ କ୍ରୁ ସଦସ୍ୟଙ୍କ ସମେତ ୧୩୯ ଜଣ ଯାତ୍ରୀ ଥିଲେ। ଜାହାଜର ଇଞ୍ଜିନରେ ଯାନ୍ତ୍ରିକ ସମସ୍ୟା ଜାଣିବା ପରେ ପାଇଲଟ ତୁରନ୍ତ ଏଟିସି ନାଗପୁର ବିମାନ ବନ୍ଦରକୁ ସୂଚନା ଦେଇଥିଲେ।