Categories
ଆଞ୍ଚଳିକ

ବାଣପୁର: ବେଆଇନ ବାଣ ଗୋଦାମରେ ନାଚୁଣୀ ପୋଲିସର ଚଢ଼ାଉ ଜାରି, ମାଲିକ ଫେରାର

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ପୋଲିସ ବାଣପୁର ବ୍ଲକ ଅନ୍ତର୍ଗତ ବେଲେଡିହ ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣରେ ବେଆଇନ ବାଣ ଜବତ କରିଛି। ସୂଚନା ମୁତାବକ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ବେଲେଡିହ ଗ୍ରାମର କୁମ ମୁଦୁଲି ନାମକ ଜନୈକ ବ୍ୟକ୍ତିଙ୍କ ଘରେ ବିପୁଳ ପରିମାଣରେ ବେଆଇନ ବାଣ ଗଚ୍ଛିତ ଥିବା ଖବର ପାଇଥିଲେ। ସଙ୍ଗେସଙ୍ଗେ ଆଇଆଇସି ନିଜ ଟିମ ସହ ଉକ୍ତ ଘରେ ଚଢ଼ାଉ କରିଥିଲେ।

ବର୍ତ୍ତମାନ ଉକ୍ତ ଘରେ ଚଢ଼ାଉ ଜାରି ରହିଥିବା ବେଳେ ବିପୁଳ ପରିମାଣରେ ବେଆଇନ ବାଣ ଜବତ ହୋଇଥିବାର ସୂଚନା ମିଳିଛି। ତେବେ ବାଣ ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଖବର ହସ୍ତଗତ ହୋଇଛି।

Categories
ଆଞ୍ଚଳିକ

ବିପୁଳ ପରିମାଣର ଦେଶୀ ଆଉ ବିଦେଶୀ ମଦ ଜବତ କଲା ନାଚୁଣୀ ପୋଲିସ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଆଜି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ପୋଲିସ ନଈରୀ ଗ୍ରାମ ଟାଙ୍ଗୀ ସାହିରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ବିଦେଶୀ ମଦ ଜବତ କରିଛି। ଆଇଆଇସି ଚନ୍ଦ୍ରଶେଖର ଜେନାଙ୍କ ନିର୍ଦ୍ଦେଶକ୍ରମେ ଏସଆଇ କେଶବ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ଅଭିଯୁକ୍ତ ଦୀନବନ୍ଧୁ ସେଠି ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ୩୬ ଲିଟର ବିଦେଶୀ ମଦ ଏବଂ ୧୦ ଲିଟର ଆସ୍କା-୪୦ ଜବତ କରିଛି ପୋଲିସ। ଏହି ପରିପ୍ରେକ୍ଷୀରେ କେସ ନମ୍ବର ୪୩/୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୋଲିସ।

Categories
ଆଞ୍ଚଳିକ

ବିପୁଳ ପରିମାଣର ଦେଶୀ ମଦ ଜବତ କଲା ନାଚୁଣୀ ପୋଲିସ, ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ନାଚୁଣୀ: କିଛି ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରୁ ଅଲଗା ହୋଇ ନାଚୁଣୀ ଏକ ସ୍ୱତନ୍ତ୍ର ଥାନା ହୋଇଥିବା ବେଳେ ଆଇଆଇସି ଚନ୍ଦ୍ରଶେଖର ଜେନା ଙ୍କ ତତ୍ୱାବଧାନରେ ଅପରାଧୀଙ୍କୁ ଧରିବା ପାଇଁ ଜାଲ ବିଛାଉଛି ପୋଲିସ । ଆଜି ବଡ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୋଲିସ ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।

ସୂଚନା ମୁତାବକ ଘାଷେଡିହ ଗ୍ରାମର ଅଭିଯୁକ୍ତ ଶେଖ କୁରବାନଙ୍କ ଘରେ ପଛପଟେ ଦେଶୀ ମଦ କାରବାର ଚାଲିଥିବାର ଖବର ପାଇଥିଲା ପୋଲିସ । ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦେଶକ୍ରମେ ଏବଂ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନାଙ୍କ ତତ୍ୱାବଧାନରେ ଏସଆଇ କେଶବ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ସ୍ଥାନରେ ଚଢ଼ାଉ କରି ୨୫ ବସ୍ତା (୩୯୨ ଲିଟର) ଦେଶୀ ମଦ ଜବତ ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ କେସ ନମ୍ବର ୭/୨୩ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଜଣାପଡିଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ଉଲଗ୍ନ ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଜୀବନଦେଇପୁର ଗ୍ରାମରେ ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମର ଶେଷ ଭାଗରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ପଡିଥିବାର ଦେଖାଯାଇଛି।

ଖବର ମୁତାବକ ଆଜି ସକାଳୁ ଜୀବନଦେଇପୁର ଗ୍ରାମର ଶେଷ ଭାଗ ପର୍ବତର ପାଦଦେଶରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଲଗ୍ନ ଅବସ୍ଥାରେ ପଡିଥିବାର ଗ୍ରାମବାସୀ ଦେଖିଥିଲେ। ଖବର ପାଇ ବର୍ତ୍ତମାନ ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ତେବେ ବ୍ୟକ୍ତି ଜଣକ କିଏ ଏବଂ କଣ ପାଇଁ ତାଙ୍କର ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ

ନାଚୁଣୀ ପୋଲିସ ଜବତ କଲା ୨୫ ପେଟି ଚୋରା ଦେଶୀ ମଦ: ଦୁଇ ଗିରଫ

ସୀତାରାମ ଅଗ୍ରୱାଲ 

ଚିଲିକା: ବର୍ତ୍ତମାନ ସମଗ୍ର ରାଜ୍ୟରେ ଲକ ଡ଼ାଉନ ଚାଲିଥିବାବେଳେ ଏଥିରୁ ବାଦ ପଡିନି ଚିଲିକା ନିର୍ବାଚନମଣ୍ଡଳୀ। ବାଣପୁର, ବାଲୁଗାଁ ଅଞ୍ଚଳ ବର୍ତ୍ତମାନ ହଟସ୍ପଟ ଅଞ୍ଚଳ ଥିବାବେଳେ ଏସବୁ ନିୟମକୁ ଫୁ କରି ଉଡାଇଦେଉଛନ୍ତି ଚୋରା ମଦ ବେପାରୀମାନେ। ଲକ ଡ଼ାଉନ ଅଧିକାଂଶ ଲୋକଙ୍କ ପାଇଁ ସର୍ବନାଶ ସାଜିଥିବାବେଳେ ସତେ ଯେମିତି ଏହି ଚୋରା ମଦବେପାରୀ ଙ୍କ ପାଇଁ ଏହା ପୁଷ ମାସ। କରୋନା ମହାମାରୀ ର ପ୍ରକୋପ କୁ ଖାତିର ନକରି ଏମାନେ ବେଧଡକ ବେପାର ଚଳାଉଛନ୍ତି।

ଆଜି ସନ୍ଧ୍ୟାରେ ବିଶେଷ ସୂତ୍ରରୁ ଖବର ପାଇ ଅନ୍ତର୍ଗତ ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ଉମାକାନ୍ତ ସାହୁ ସଦଳବଳ ସହିତ ସାନନଈରୀରୁ ବଉଳାବନ୍ଧ ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତାରେ ଛପି ରହିଥିଲେ। ସେହି ସମୟରେ ସାନନଈରୀରୁ ବଉଳାବନ୍ଧ ଆଡେ ଆସୁଥିବା (ଓ.ଆର.୦୨.ବି.ଏକ୍ସ.୫୧୦୪) ନମ୍ବର ବିଶିଷ୍ଟ ଏକ ଅଟୋ ସହ ୨୫ ପେଟି(୬୨୫ ବୋତଲ) ଚୋରା ଦେଶୀ ମଦ କୁ ଜବତ ଏବଂ ଦୁଇ ଜଣଙ୍କୁ ଗିରଫ କରିଛି ନାଚୁଣୀ ପୋଲିସ। ଗିରଫ ଦ୍ବୟ ହେଲେ ଅଟୋ ଚାଳକ ଟୁଲୁ ବେହେରା ଏବଂ ଚୋରା ଦେଶୀ ମଦ ବେପାରୀ ସୋନୁ ବେହେରା। ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।