ବିପୁଳ ପରିମାଣର ଦେଶୀ ଆଉ ବିଦେଶୀ ମଦ ଜବତ କଲା ନାଚୁଣୀ ପୋଲିସ

Published: Feb 24, 2023, 6:35 pm IST

ସୀତାରାମ ଅଗ୍ରୱାଲ

ନାଚୁଣୀ: ଆଜି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ପୋଲିସ ନଈରୀ ଗ୍ରାମ ଟାଙ୍ଗୀ ସାହିରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ବିଦେଶୀ ମଦ ଜବତ କରିଛି। ଆଇଆଇସି ଚନ୍ଦ୍ରଶେଖର ଜେନାଙ୍କ ନିର୍ଦ୍ଦେଶକ୍ରମେ ଏସଆଇ କେଶବ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ଅଭିଯୁକ୍ତ ଦୀନବନ୍ଧୁ ସେଠି ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ୩୬ ଲିଟର ବିଦେଶୀ ମଦ ଏବଂ ୧୦ ଲିଟର ଆସ୍କା-୪୦ ଜବତ କରିଛି ପୋଲିସ। ଏହି ପରିପ୍ରେକ୍ଷୀରେ କେସ ନମ୍ବର ୪୩/୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୋଲିସ।

Related posts