Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀରେ ଅଘଟଣ: କୂପରେ ପଡ଼ି ନାବାଳକର ପ୍ରାଣହାନୀ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। କୂପରେ ପଡ଼ି ଜଣେ ୧୨ ବର୍ଷୀୟ ବାଳକ ପ୍ରାଣ ହରାଇଛନ୍ତି। ଖବର ମୁତାବକ ଆଜି ମଧ୍ୟାହ୍ନରେ ନାଚୁଣୀ ଗ୍ରାମର ପ୍ରଶାନ୍ତ କୁମାର ଦାସଙ୍କ ପୁତ୍ର ବିଶ୍ୱରଞ୍ଜନ ଦାସ ଗ୍ରାମରେ ଖେଳିଲାବେଳେ ଗ୍ରାମ ମଝିରେ ଥିବା ଏକ ଗଭୀର କୂପ ଭିତରେ ଖସି ଯାଇଥିଲେ।

ଏହା ଦେଖି ଗ୍ରାମବାସୀ ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଲାପରେ ଅଗ୍ନିଶମ ବାହିନୀ ଦ୍ୱାରା କୂପରୁ ନାବାଳକଙ୍କୁ ଉଦ୍ଧାର କରାଯାଇ ସୁନାଖେଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା।  ତେବେ ଡାକ୍ତର ସେଠାରେ ବିଶ୍ୱଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ନାଚୁଣୀ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି କେଶ ନମ୍ବର ୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଦେଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବାର ଫାଣ୍ଡି ଅଧିକାରୀ କେଶବ ବେହେରା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ପୋଖରୀରେ ବୁଡି ନାବାଳକର ପ୍ରାଣହାନୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଜଣେ ନାବାଳକ ପୋଖରୀରେ ବୁଡି ପ୍ରାଣ ହରାଇଛି।

ସୂଚନା ମୁତାବକ ଭୀମପୁର ଗ୍ରାମ ନୂଆପାଟଣା ସାହିର ସ୍ୱାଧୀନ ପ୍ରଧାନଙ୍କ ପୁତ୍ର ସ୍ମୃତିପ୍ରକାଶ ପ୍ରଧାନ (୯) ଆଜି ଅପରାହ୍ନରେ ଘର ବାରିପଟକୁ ଯାଇଥିବା ବେଳେ ବାରିପଟେ ଥିବା ପୋଖରୀରେ ବୁଡି ଯାଇଥିଲେ। ସ୍ମୃତିପ୍ରକାଶ ପୋଖରୀ ପାଣିରେ ବୁଡି ଯାଇଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ। ନାବାଳକକୁ ପରିବାର ଲୋକେ ତୁରନ୍ତ ପୋଖରୀରୁ ଉଦ୍ଧାର କରିଥିଲେ ମଧ୍ୟ ତାହାର ଜୀବନ ବଞ୍ଚାଇପାରିନଥିଲେ।

ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ମୃତିଙ୍କ ଶବକୁ ଜବତ କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ କେସ ନମ୍ବର ୨୨/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରିରଖିଥବାର ଜଣାପଡିଛି।