Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ଗିରଫ କଲା ବାଣପୁର ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଜନୈକ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ପୋଲିସ ସୂଚନା ମୁତାବକ ବାଣପୁର ଥାନା ଅନ୍ତର୍ଗତ ଦାଶରଥୀପୁର ଗ୍ରାମର ଅଭିଯୁକ୍ତ ରାଜା ନାୟକ (୧୯) ସମ୍ପୃକ୍ତ ନାବାଳିକାଙ୍କୁ ଅପହରଣ କରି ନେଇଥିବା ତାଙ୍କ ପିତା ଥାନାରେ ଅଭିଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ପୋଲିସ ୩୨୨/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

ତେବେ ଆଜି କୌଣସି ସୂତ୍ରରୁ କେଶପୁର ଗ୍ରାମରେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କ ଘରେ ଉଭୟ ଉପସ୍ଥିତ ଥିବା ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା।  ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା।

ତେବେ ନାବାଳିକାଙ୍କ ବୟାନ ଅନୁଯାୟୀ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅପହରଣ ସମେତ ଦୁଷ୍କର୍ମ ଦଫା ମଧ୍ୟ ଲଗାଇଛି। ଆଜି ନାବାଳିକାଙ୍କ ଡାକ୍ତରମାଇନା କରାଯାଇ ଖୋର୍ଦ୍ଧା ସ୍ଵଧାର ଗୃହକୁ ପୋଲିସ ହସ୍ତାନ୍ତର କରିଥିବା ବେଳେ ଅଭିଯୁକ୍ତକୁ ଆସନ୍ତା କାଲି ଭୁବନେଶ୍ୱର ପୋକସୋ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ଅପହରଣ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ କିଛି ଦିନ ତଳେ ଗୋଳନ୍ଥରା ଥାନା ଅଞ୍ଚଳରୁ ଜନୈକା ନାବାଳିକାକୁ ଅପହରଣ କରାଯାଇଥିଲା। ନାବାଳିକାଙ୍କ ପିତାଙ୍କ ଠାରୁ ଏତଲା ଗ୍ରହଣ କରିବା ପରେ ଗୋଳନ୍ଥରା ପୋଲିସ ଛାନବିନ୍ ଚଳାଇଥିଲା। ଏହାପରେ ଦୁଇ ଯୁବକଙ୍କୁ ପୋଲିସ ଆଣି ଥାନାରେ ଜେରା କରିଥିଲା। ଫଳରେ ନିକଟସ୍ଥ ହରଡଙ୍ଗ ଗ୍ରାମର ଜେ ହରି ରେଡ୍ଡୀ ନାମକ ଜଣେ ଯୁବକ ଘରେ ଚଢ଼ାଉ କରି ନବମ ଶ୍ରେଣୀରେ ପାଠ ପଢୁଥିବା ନାବାଳିକାକୁ ଉଦ୍ଧାର କରିବା ସହ ଘଟଣାରେ ସଂପୃକ୍ତ ଆଉ ଜଣେ ଯୁବକ ସୋରଳ ଗ୍ରାମର ମୋହନ ରେଡ୍ଡୀ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ଉଦ୍ଧାର ନାବାଳିକାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀଙ୍କ ଠାରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ଅପହରଣ ଅଭିଯୋଗରେ ବିବାହିତ ଯୁବକ ଗିରଫ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚାରମାଳ ଥାନା ଅନ୍ତର୍ଗତ ଗରଗଡବାହାଳ ଗ୍ରାମର ଜଣେ ନାବାଳିକା କଲେଜ ଛାତ୍ରୀକୁ ଅପହରଣ ଅଭିଯୋଗରେ ଶୁକ୍ରବାର ଦିନ ଜଣେ ବିବାହିତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଚାରମାଳ ପୋଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଚାରମାଳ ପଞ୍ଚାୟତ ଅନ୍ତର୍ଗତ ଗିର୍ଗି ଖମଣ୍ଡ ଗ୍ରାମର ରଞ୍ଜନ କୁମାର ବେହେରା (୩୨)।

ସୂଚନା ଯୋଗ୍ୟ ଯେ, ଗତ ନଭେମ୍ବର ୨୮ ତାରିଖରେ ଅଭିଯୁକ୍ତ ରଞ୍ଜନ ଗରଗଡବାହାଳ ଗ୍ରାମର ଜଣେ +୨ ପଢୁଥିବା ନାବାଳିକା କଲେଜ ଛାତ୍ରୀକୁ ଅପହରଣ କରି ସମ୍ବଲପୁର ନେଇ ସେଠାରୁ ପୁରୀ ନେଇ ଯାଇଥିଲେ। ଏ ସଂକ୍ରାନ୍ତରେ ନାବାଳିକାଙ୍କ ପରିବାର ଲୋକେ ଚାରମାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ଉଭୟଙ୍କୁ ଚାରମାଳ ରେଲୱେ ଷ୍ଟେସନରେ ରହିଥିବା ସୂଚନା ପାଇ ପୋଲିସ ରେଳ ଷ୍ଟେସନରୁ ନାବାଳିକାକୁ ଉଦ୍ଧାର କରି ଉକ୍ତ ଯୁବକକୁ ଗିରଫ କରିଥିଲା।

ଏନେଇ  ପୋଲିସ କେଶ ନଂ ୧୬୪/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ବସନ୍ତ ଦଳେଇ ସୂଚନା ଦେଇଛନ୍ତି। ସେପଟେ  ଯୈାତୁକ ନିର୍ଯାତନା ତଥା ସ୍ତ୍ରୀକୁ ଶାରୀରିକ ନିର୍ଯାତନା ଦେଉଥିବା ନେଇ ସଂଗିନ ଅଭିଯୋଗ ଆଣି ଶୁକ୍ରବାର ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିଯୁକ୍ତ ବିବାହିତ ପୁରୁଷ ରଞ୍ଜନ ଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ପ୍ରଧାନ, ଏନେଇ ଚାରମାଳ ପୋଲିସ କେଶ ନଂ ୧୬୮/୨୨ ରେ ପୁଣି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟିକଟକରୁ ସମଲିଙ୍ଗୀ ସମ୍ପର୍କ: ନାବାଳିକାକୁ ଅପହରଣ କରି ପଶ୍ଚିମବଙ୍ଗ ଯୁବତୀ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସମଲିଙ୍ଗୀ ସମ୍ପର୍କକକୁ ନେଇ ପଶ୍ଚିମ ବଙ୍ଗର ଜଣେ ଯୁବତୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ଗିରଫ ହୋଇଥିବା ଘଟଣା ଏବେ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରକାଶ ଯେ, ଗତ ୧୭ ତାରିଖ ଦିନ ଜୈନୀକା ନାବାଳିକାଙ୍କ ବାପା ତାଙ୍କ ଝିଅକୁ କିଏ ଅପହରଣ କରି ନେଇଛି ବୋଲି ଧର୍ମଗଡ଼ ଥାନାରେ ଅଭିଯୋଗ କରି ଥିଲେ। ଅଭିଯୋଗ ହେଲା ପରେ ଧର୍ମ ଗଡ଼ ପୋଲିସ ନାବାଳିକାର ମୋବାଇଲକୁ ଟ୍ରାକିଙ୍ଗ କରିଥିଲା। କଳାହାଣ୍ଡି ସାଇବର ସେଲ ଏହି ଘଟଣା ଉପରେ ଅନୁସନ୍ଧାନ କରିବା ପରେ ଏହି ନାବାଳିକା ଜଣକ ପଶ୍ଚିମବଙ୍ଗରେ ରହିଥିବା ଜଣା ପଡିଥିଲା।

ନାବାଳିକାକୁ ଉଦ୍ଧାର କରିବା ପାଇଁ ଧର୍ମଗଡ଼ ପୋଲିସର ଏକ ଟିମ ପଶ୍ଚିମବଙ୍ଗ ଯାଇ ନାବାଳିକା ଓ ଉକ୍ତ ଯୁବତୀକୁ ଉଦ୍ଧାର କରିଥିଲା ଓ ଧର୍ମଗଡ଼ ଥାନାରେ ପଚାର ଉଚୁରା କରିବା ପରେ ନାବାଳିକା ଓ ଅଭିଯୁକ୍ତା ଯୁବତୀଙ୍କ ମଧ୍ୟରେ ଗତ ୧ ବର୍ଷ ଧରି ଫେସବୁକ ୱାଟସପ ଓ ଟିକ ଟକରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ଯୁବତୀ ଜଣକ ବିଭିନ୍ନ ଯାନବାହନ ପଶ୍ଚିମବଙ୍ଗରୁ ବଲଦିଆମାଲ ଗ୍ରାମକୁ ଆସିବା ପରେ ନାବାଳିକା ସହ ଯୋଗା ଯୋଗ କରି ଉଭୟେ ପଶ୍ଚିମବଙ୍ଗକୁ ପଳାଇଥିଲେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ଓ ଏହି ଘଟଣାରେ ପଶ୍ଚିମବଙ୍ଗର ଅଭିଯୁକ୍ତା ସଂଗୀତା ମାଲାକରକୁ କେସ ନମ୍ବର ୧୧୫/୨୦ ଧାରା ୩୬୩/୩୬୬/୩୭୦(୨)/୩୭୧ ଆଇପିସି ରେ ମାମଲା ରୁଜୁ କରି ଗିରଫ କରିଥିଲା। କରୋନା ଯାଞ୍ଚ ପରେ ତାକୁ କୋର୍ଟ ଚାଲାଣ କରା ଯାଇଥିବା ଧର୍ମଗଡ଼ ଥାନା ଅଧିକାରୀ ଚନ୍ଦ୍ର ଶେଖର ଶବରଙ୍କ ସୂତ୍ରରୁ ପ୍ରକାଶ।