Categories
ଆଜିର ଖବର ରାଜ୍ୟ ଖବର

ବଦଳିବ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ଛକର ନାମ, ଚିଠି ଲେଖିଲା ସଂସ୍କୃତି ବିଭାଗ, ଦିଆଗଲା ନୂଆ ନାମର ପ୍ରସ୍ତାବ

ଭୁବନେଶ୍ବର: ଖୁବ ଶିଘ୍ର ବଦଳିବ ଭୁବନେଶ୍ବର ସବୁଠାରୁ ପରିଚିତ ତଥା ପୁରୁଣା ଛକର ନାମ। ତାହା ହେଲା ମାଷ୍ଟର କ୍ୟାଣ୍ଟିନ ଛକ। ଏହାର ନାମ ପରିବର୍ତ୍ତନ କରିବା ପାଇଁ ଅଣ୍ଟା ଭିଡିଛି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ। ଏ ନେଇ ସଂସ୍କୃତି ବିଭାଗ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଚିଠି ଲେଖିଛି।

ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ମାଷ୍ଟର କ୍ୟାଣ୍ଟିନ ଛକର ନାମ ପରିବର୍ତ୍ତନ କରାଯାଉ। ଏହି ସ୍ଥାନର ନାମ ଓଡିଶାର ବରପୁତ୍ର, ଐତିହ୍ୟ କିମ୍ବା ସଂସ୍କୃତି ସହିତ ଜଡିତ ନାମ ଅନୁସାରେ କରାଯାଉ। ସେହି ଅନୁସାରେ ବିଭାଗ ତରଫରୁ କେତେକ ନାମ ପ୍ରସ୍ତାବ ମଧ୍ୟ ପ୍ରଦାନ କରାଯାଇଛି। ସେଗୁଡିକ ହେଲା କଳିଙ୍ଗ ଛକ, ଉତ୍କଳ ଛକ, ପାଇକ ଛକ, ଜୟୀ ରାଜଗୁରୁ ଛକ କିମ୍ବା ସହୀଦ ଲକ୍ଷ୍ମଣ ନାୟକ ଛକ ଭାବେ ନାମିତ କରାଯାଉ। ନଚେତ ବିଧାୟନସଭା ଛକ ଭାବେ ନାମିତ କରାଯାଉ ବୋଲି ବିଭାଗ କହିଛି।

ତେବେ ମାଷ୍ଟର କ୍ୟାଣ୍ଟିନ ଛକ ନାମ ପରିବର୍ତ୍ତନ ନେଇ ଦୀର୍ଘ ବର୍ଷ ଧରି ସଂଘର୍ଷ ଜାରୀ ରଖିଛନ୍ତି ସୁପ୍ରମ କୋର୍ଟ ଓକିଲ ରାଧାକାନ୍ତ ତ୍ରିପାଠୀ। ସେ  ଏ ନେଇ ବିଭିନ୍ନ ସମୟରେ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଯେଉଁ ନାମ ରହିଛି ତାହା ଓଡିଶାର କୌଣସି ଗୌରବମୟ ଇତିହାସକୁ ମନେ ପକାଉ ନାହିଁ। ସେଥିପାଇଁ ଓଡିଶା ଇତିହାସ କିମ୍ବା ଐତିହ୍ୟ ସହିତ ଜଡିତ ନାମ ଦିଆଯାଉ ବୋଲି ସେ ଦାବୀ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଲୋକସେବା ଭବନ ନାମ ହେବ ପରିବର୍ତ୍ତନ, ରହିବ ସେହି ପୁରୁଣା ସଚିବାଳୟ

ଭୁବନେଶ୍ବର: ଖୁବ ଶିଘ୍ର ଲୋକସେବା ଭବନ ନାମ ପରିବର୍ତ୍ତନ ହେବ। ଏ ନେଇ ମୋହନ ସରକାର ଚିନ୍ତା କଲେଣି। କାରଣ ବିଜେଡି ସରକାର ବେଳେ ସଚିବାଳୟକୁ ଲୋକସେବା ଭବନ ନାମରେ ନାମିତ କରିଥିଲେ। ହେଲେ ବର୍ତ୍ତମାନର ବିଜେପି ସରକାର ତାହାକୁ ପରିବର୍ତ୍ତନ କରି ସେହି ସଚିବାଳୟ ରଖିବେ ବୋଲି ଜଣାପଡିଛି। ଏଥିପାଇଁ ଯାହା ନିତିନିୟମ ତାହାର ଅନୁଧ୍ୟାନ କରିବା ପାଇଁ କୁହାଯାଇଛି।

ରାଜ୍ୟର ସର୍ବୋଚ୍ଚ ଅଫିସ ହେଉଛି ଏହି ଲୋକସେବା ଭବନ। ତେବେ ପୂର୍ବରୁ ଏହା ସଚିବାଳୟ ଭାବେ ନାମିତ ହେଇଥିଲା। କିନ୍ତୁ ତତକାଳିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2019 ମସିହା ଜୁଲାଇ 30 ତାରିଖରେ ଏହା ଲୋକସେବା ଭବନ ହେବ ବୋଲି ବିଧାନସଭାରେ ଘୋଷଣା କରିଥିଲେ। ଏହାପରେ ସଚିବାଳୟ ଲୋକସେବା ଭବନ ଭାବେ ପରିବର୍ତ୍ତନ ହେଲା।

Categories
ଆଜିର ଖବର

ବର୍ତ୍ତମାନ ଗ୍ରୀଡ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଲିମିଟେଡ୍ ଭାବରେ ପରିଚିତ ହେବ ପୋସୋକୋ

ଭୁବନେଶ୍ବର: ଭାରତର ରାଷ୍ଟ୍ରୀୟ ଗ୍ରୀଡ୍ ଅପରେଟର ‘ପାୱାର ସିଷ୍ଟମ୍ ଅପରେସନ କର୍ପୋରେସନ ଲିମିଟେଡ୍ (ପୋସୋକୋ)’ ର ନାମକୁ ପରିବର୍ତ୍ତନ କରାଯାଇ ‘ଗ୍ରୀଡ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଲିମିଟେଡ୍‌’ କରାଯାଇଛି। ଭାରତୀୟ ବିଦ୍ୟୁତ୍ ଗ୍ରୀଡ୍‌ର ଅଖଣ୍ଡତା, ନିର୍ଭରଯୋଗ୍ୟତା, ମିତବ୍ୟୟିତା, ନମନୀୟତା ଏବଂ ପରିପୋଷଣୀୟ କାର୍ଯ୍ୟକଳାପକୁ ସୁନିଶ୍ଚିତ କରିବା ନିମନ୍ତେ ଗ୍ରୀଡ୍ ପରିଚାଳକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରତିଫଳିତ କରିବା ଉଦ୍ଦେଶ୍ୟରେ ନାମରେ ପରିବର୍ତ୍ତନ କରାଯାଇଛି।

‘ଗ୍ରୀଡ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଲିମିଟେଡ୍‌’ ନାମ ପରିବର୍ତ୍ତନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଯେହେତୁ ଏହା ଲୋକ ମାନଙ୍କୁ ସେମାନେ ବ୍ୟବହାର କରୁଥିବା ଶକ୍ତି ସହିତ ଯୋଡ଼ୁଥିବା ଭାରତର ଶକ୍ତି ବ୍ୟବସ୍ଥାର ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛି। ଏହା ସାରା ଦେଶରେ ରାଷ୍ଟ୍ରୀୟ ଏବଂ ଆଞ୍ଚଳିକ ସ୍ତର ଗୁଡ଼ିକରେ ଗ୍ରୀଡ୍ ପରିଚାଳକ ମାନଙ୍କ ଦ୍ୱାରା ସମ୍ପାଦନ କରା ଯାଉଥିବା କାର୍ଯ୍ୟ ଗୁଡ଼ିକୁ ବର୍ଣ୍ଣନା କରିଥାଏ,’ ବୋଲି କହିଛନ୍ତି ଗ୍ରୀଡ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଏସ୍‌. ଆର୍‌. ନରସିହ୍ମନ୍। ‘ନାମରେ ପରିବର୍ତ୍ତନ ମଧ୍ୟ ସ୍ୱଚ୍ଛ ଶକ୍ତି ପରିବହନରେ ଆମେ ଯେଉଁ ଭୂମିକା ନିର୍ବାହ କରିଥାଉ ତାକୁ ପ୍ରତିଫଳିତ କରିବା ନିମନ୍ତେ କରାଯାଇଛି।’ ସେ ଆହୁରି ମଧ୍ୟ କହିଥିଲେ ଯେ , ଏକ ନବୀକୃତ ଶକ୍ତି ସହିତ ଆମେ ଆମର ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ହେବା ଚାଲୁ ରଖିଥିଲୁ, ଅର୍ଥାତ୍‌, ‘ମିତବ୍ୟୟିତା ଏବଂ ପରିପୋଷଣୀୟତାକୁ ପ୍ରୋତ୍ସାହିତ କରି ଦକ୍ଷ ବିଦ୍ୟୁତ୍ ଶକ୍ତି ବଜାରଗୁଡ଼ିକୁ ଆଗେଇ ନେଇ ନିର୍ଭରଯୋଗ୍ୟ ଏବଂ ନମନୀୟ ଶକ୍ତି ବ୍ୟବସ୍ଥାର ଉତ୍କୃଷ୍ଟ ବୈଶ୍ୱିକ ଅନୁଷ୍ଠାନରେ ପରିଣତ ହେବା ପାଇଁ’ ଆମର ଲକ୍ଷ୍ୟ ବହନ କରୁଥିଲୁ।

‘ଗ୍ରୀଡ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଲିମିଟେଡ୍ (ଗ୍ରୀଡ୍‌-ଇଣ୍ଡିଆ)’ ନ୍ୟାସନାଲ ଲୋଡ୍ ଡେସପ୍ୟାଚ୍ ସେଣ୍ଟର (ଏନଏଲଡିସି) ଏବଂ ପାଞ୍ଚ ଗୋଟି (୫) ଆଞ୍ଚଳିକ ଲୋଡ୍ ଡେସପ୍ୟାଚ୍ ସେଣ୍ଟର (ଆରଏଲଡିସି) ଗୁଡ଼ିକୁ ପରିଚାଳିତ କରିଥାଏ। ଗ୍ରୀଡ୍‌-ଇଣ୍ଡିଆ ମଧ୍ୟ ଶକ୍ତି କ୍ଷେତ୍ରରେ ସବୁଜ ଶକ୍ତି ମୁକ୍ତ ଉପଲବ୍ଧତା ପୋର୍ଟାଲ (ଗ୍ରୀନ୍ ଏନର୍ଜି ଓପନ ଆକସେସ୍ ପୋର୍ଟାଲ), ପୁନର୍ନବୀକରଣୀୟ ଶକ୍ତି ପ୍ରମାଣ ପତ୍ର (ଆରଇସି) ବ୍ୟବସ୍ଥା, ପାରଗମନ ମୂଲ୍ୟ ସ୍ଥିରୀକରଣ, ପରିବହନରେ ସ୍ୱଳ୍ପ କାଳୀନ ମୁକ୍ତ ଉପଲବ୍ଧତା, ବିଚ୍ୟୁତି ବନ୍ଦୋବସ୍ତ ବ୍ୟବସ୍ଥା (ଡେଭିଏସନ ସେଟଲମେଣ୍ଟ ମେକାନିଜମ୍‌), ଶକ୍ତି ବ୍ୟବସ୍ଥା ବିକାଶ ପାଣ୍ଠି (ପିଏସଡିଏଫ୍‌), ଇତ୍ୟାଦି ଭଳି ପ୍ରମୁଖ ସଂସ୍କାର ଗୁଡ଼ିକ ପାଇଁ ଅଧିକାର ପ୍ରାପ୍ତ ଶୀର୍ଷ ସ୍ତରୀୟ ଏଜେନ୍ସି।