Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଦଳିବ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ଛକର ନାମ, ଚିଠି ଲେଖିଲା ସଂସ୍କୃତି ବିଭାଗ, ଦିଆଗଲା ନୂଆ ନାମର ପ୍ରସ୍ତାବ
ଆଜିର ଖବର

ବଦଳିବ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ଛକର ନାମ, ଚିଠି ଲେଖିଲା ସଂସ୍କୃତି ବିଭାଗ, ଦିଆଗଲା ନୂଆ ନାମର ପ୍ରସ୍ତାବ

May 31, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
MasterCanteeni
ବଦଳିବ ଭୁବନେଶ୍ବରର ମାଷ୍ଟର କ୍ୟାଟିନ ଛକର ନାମ, ଚିଠି ଲେଖିଲା ସଂସ୍କୃତି ବିଭାଗ, ଦିଆଗଲା ନୂଆ ନାମର ପ୍ରସ୍ତାବ

ଭୁବନେଶ୍ବର: ଖୁବ ଶିଘ୍ର ବଦଳିବ ଭୁବନେଶ୍ବର ସବୁଠାରୁ ପରିଚିତ ତଥା ପୁରୁଣା ଛକର ନାମ। ତାହା ହେଲା ମାଷ୍ଟର କ୍ୟାଣ୍ଟିନ ଛକ। ଏହାର ନାମ ପରିବର୍ତ୍ତନ କରିବା ପାଇଁ ଅଣ୍ଟା ଭିଡିଛି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ। ଏ ନେଇ ସଂସ୍କୃତି ବିଭାଗ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଚିଠି ଲେଖିଛି।

ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ମାଷ୍ଟର କ୍ୟାଣ୍ଟିନ ଛକର ନାମ ପରିବର୍ତ୍ତନ କରାଯାଉ। ଏହି ସ୍ଥାନର ନାମ ଓଡିଶାର ବରପୁତ୍ର, ଐତିହ୍ୟ କିମ୍ବା ସଂସ୍କୃତି ସହିତ ଜଡିତ ନାମ ଅନୁସାରେ କରାଯାଉ। ସେହି ଅନୁସାରେ ବିଭାଗ ତରଫରୁ କେତେକ ନାମ ପ୍ରସ୍ତାବ ମଧ୍ୟ ପ୍ରଦାନ କରାଯାଇଛି। ସେଗୁଡିକ ହେଲା କଳିଙ୍ଗ ଛକ, ଉତ୍କଳ ଛକ, ପାଇକ ଛକ, ଜୟୀ ରାଜଗୁରୁ ଛକ କିମ୍ବା ସହୀଦ ଲକ୍ଷ୍ମଣ ନାୟକ ଛକ ଭାବେ ନାମିତ କରାଯାଉ। ନଚେତ ବିଧାୟନସଭା ଛକ ଭାବେ ନାମିତ କରାଯାଉ ବୋଲି ବିଭାଗ କହିଛି।

ତେବେ ମାଷ୍ଟର କ୍ୟାଣ୍ଟିନ ଛକ ନାମ ପରିବର୍ତ୍ତନ ନେଇ ଦୀର୍ଘ ବର୍ଷ ଧରି ସଂଘର୍ଷ ଜାରୀ ରଖିଛନ୍ତି ସୁପ୍ରମ କୋର୍ଟ ଓକିଲ ରାଧାକାନ୍ତ ତ୍ରିପାଠୀ। ସେ  ଏ ନେଇ ବିଭିନ୍ନ ସମୟରେ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଯେଉଁ ନାମ ରହିଛି ତାହା ଓଡିଶାର କୌଣସି ଗୌରବମୟ ଇତିହାସକୁ ମନେ ପକାଉ ନାହିଁ। ସେଥିପାଇଁ ଓଡିଶା ଇତିହାସ କିମ୍ବା ଐତିହ୍ୟ ସହିତ ଜଡିତ ନାମ ଦିଆଯାଉ ବୋଲି ସେ ଦାବୀ କରିଛନ୍ତି।

ନାମ ପରିବର୍ତ୍ତନ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026
Latest News

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.