Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପ୍ରତିଦିନ ନୂଆ ରେକର୍ଡ କରୁଛି ଖଦି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଖଦି ସହ ଦେଶବାସୀଙ୍କ ମିଳିତ ସହଯୋଗ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା  ସହ ପ୍ରତିଦିନ ନୂଆ ରେକର୍ଡ କରୁଛି।

ଏମଏସଏମଇ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଏକ ଟୁଇଟରେ ସୂଚନା ଦେଇଛନ୍ତି, ଯେ, ଖଦି ଗ୍ରାମୋଦ୍ୟୋଗ କାରିଗରଙ୍କ କୌଶଳ ବଢ଼ାଇବା ସହ ସେମାନଙ୍କ ଆୟ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି।

ସେ ଆହୁରି କହିଛନ୍ତି, ୨୦୨୨ ଏପ୍ରିଲ ୧ରୁ ୨୦୨୩ ଜାନୁଆରୀ ୩୧ ପର୍ଯ୍ୟନ୍ତ କେଭିଆଇସି ମୋଟ ୭୭୮୮୭.୯୭ କୋଟିର ଉତ୍ପାଦନ କରିଛି, ୧୦୮୫୭୧.୮୪ କୋଟିର ବିକ୍ରି କରିଛି ଏବଂ ୧.୭୨ କୋଟିର ନିଯୁକ୍ତି ସୃଷ୍ଟି କରିଛି।

ଏମଏସଏମଇ ମନ୍ତ୍ରୀଙ୍କ ଟୁଇଟର ଜବାବ ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

‘ଏହି ଉପଲବ୍ଧି ଉତ୍ସାହିତ କରିଥାଏ! ଖଦି ସହ ଦେଶବାସୀଙ୍କ ସହଯୋଗ ରୋଜଗାରକୁ ପ୍ରୋତ୍ସାହିତ କରିବା ସହ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି’।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ଭାଙ୍ଗିବ ବଙ୍ଗଳା: ବିଏମସିକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ମୁମ୍ବାଇ: ମୁମ୍ବାଇରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ବଙ୍ଗଳାକୁ ଦୁଇ ସପ୍ତାହ ମଧ୍ୟରେ ଭାଙ୍ଗିବା ପାଇଁ ବୃହମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) କୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାଣରେ ‘ଫ୍ଲୋର ସ୍ପେସ୍ ଇଣ୍ଡେକ୍ସ’ (SSI) ଏବଂ ‘କୋଷ୍ଟାଲ୍ ରେଗୁଲେସନ୍ ଜୋନ୍’ (CRZ) ନିୟମ ଉଲ୍ଲଂଘନ କରାଯାଇଛି ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍ ଆର. ଡି ଧାନୁକା ଏବଂ ଜଷ୍ଟିସ କମଲ ଖତାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ରାଣେ ପରିବାର ଦ୍ୱାରା ପରିଚାଳିତ କମ୍ପାନୀ ଦ୍ଵାରା ଦାଖଲ ହୋଇଥିବା ଦ୍ୱିତୀୟ ଆବେଦନକୁ ବୃହମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅନୁମତି ଦେଇପାରିବ ନାହିଁ, କାରଣ ଏହା କରିବା ଦ୍ଵାରା” ଅନଧିକୃତ ନିର୍ମାଣକୁ ପ୍ରୋତ୍ସାହିତ ମିଳିବ।

କମ୍ପାନୀ ଦ୍ଵାରା ଦାଖଲ ହୋଇଥିବା ଆବେଦନରେ ଅନଧିକୃତ ନିର୍ମାଣକୁ ନିୟମିତ କରିବାକୁ ଦାବି କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଅନଧିକୃତ ଅଂଶକୁ ଭାଙ୍ଗିବାକୁ ଏବଂ ଏକ ସପ୍ତାହ ପରେ ଅନୁପାଳନ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ବିଏମସିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଖଣ୍ଡପୀଠରେ ରାଣେଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରାଯାଇଛି ଏବଂ ଏହି ରାଶି ଦୁଇ ସପ୍ତାହ ମଧ୍ୟରେ ମହାରାଷ୍ଟ୍ର ରାଜ୍ୟ ଆଇନ ସେବା ପ୍ରାଧିକରଣରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଣେଙ୍କ ଓକିଲ ଶାର୍ଦ୍ଦୁଲ ସିଂ କୋର୍ଟଙ୍କ ଆଦେଶକୁ ୬ ସପ୍ତାହ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ, ଯାହା ଦ୍ଵାରା ସେ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ। କିନ୍ତୁ ତାଙ୍କ ଅନୁରୋଧକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏକ କୋଟିରେ ପହଞ୍ଚିଲା ଏମଏସଏମଇ ଉଦ୍ୟମ ପୋର୍ଟାଲ୍ ପଞ୍ଜୀକରଣ

ନୂଆଦିଲ୍ଲୀ : ଏମଏସଏମଇ ମନ୍ତ୍ରଣାଳୟ ଆଜି ଏହାର ଉଦ୍ୟମ ପୋର୍ଟାଲରେ ୧ କୋଟି ପଞ୍ଜୀକରଣ ମାଇଲଖୁଣ୍ଟକୁ ହାସଲ କରିଛି । ଉଦ୍ୟମ ପଞ୍ଜୀକରଣ ପୋର୍ଟାଲକୁ ୧ ଜୁଲାଇ ୨୦୨୦ ରେ ଶୁଭାରମ୍ଭ କରାଯାଇଛି। ସଂଶୋଧିତ ସଂଜ୍ଞା ନିର୍ମାଣ ଓ ସେବା ଉଦ୍ୟୋଗ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିଛି।

ଉଦ୍ୟମ ପୋର୍ଟାଲ୍ ସିବିଡିଟି ଏବଂ ଜିଏସଟିଏନ୍ ଡାଟାବେସ୍ ସହିତ ସଂପୃକ୍ତ ଅଟେ। ଏହା ସମ୍ପୂର୍ଣ୍ଣ ଭାବରେ ଅନଲାଇନ ଅଟେ, ଏଥିପାଇଁ କୌଣସି କାଗଜପତ୍ର ପ୍ରକ୍ରିୟାର ଆବଶ୍ୟକତା ନାହିଁ ଏବଂ ଏହା ଏମଏସଏମଇ ପାଇଁ ବ୍ୟବସାୟକୁ ସୁଗମ କରିବା ଦିଗରେ ଏକ ପଦକ୍ଷେପ ଅଟେ।

ଏହି ଅବସରରେ ସୂଚନା ପ୍ରଦାନ କରି, ଏମଏସଏମଇ ର କେନ୍ଦ୍ର ମନ୍ତ୍ରୀ ଶ୍ରୀ ନାରାୟଣ ରାଣେ ଓ ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଭାନୁ ପ୍ରତାପ ସିଂହ ବର୍ମା ଉଦ୍ୟମ ପଞ୍ଜୀକରଣର ଆବଶ୍ୟକତାକୁ ଦର୍ଶାଇଥିଲେ ଓ ଏମଏସଏମଇ ର ଏକ ପରିଚୟ ଭାବରେ ଏହାର ଆବଶ୍ୟକତା ବିଷୟରେ ସୂଚନା ପ୍ରଦାନ କରିଥିଲେ।

ଏହା ସହାୟତାରେ ଏମଏସଏମଇ ମନ୍ତ୍ରଣାଳୟ ଏବଂ ବ୍ୟାଙ୍କମାନଙ୍କର ସ୍କିମ୍ ଅଧୀନରେ ଏମଏସଏମଇ ଗୁଡ଼ିକ ସୁବିଧା ଲାଭ କରିପାରିବେ। ଶ୍ରୀ ରାଣେ ମଧ୍ୟ ଜିଡିପିର ଅଭିବୃଦ୍ଧି, ରପ୍ତାନୀ ଓ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏମଏସଏମଇ ର ଅବଦାନକୁ ଗୁରୁତ୍ବ ପ୍ରଦାନ କରିଥିଲେ।

୨୫ ମାସର ଅବଧି ମଧ୍ୟରେ, ସ୍ବେଚ୍ଛାକୃତ ଭାବରେ ଉଦ୍ୟମ ପୋର୍ଟାଲରେ ୧ କୋଟି ଏମଏସଏମଇ ପଞ୍ଜୀକରଣ କରି ସାରିଛନ୍ତି ଓ ଏହା ଘୋଷଣା କରିଛନ୍ତି ଯେ ସେମାନେ ୭.୬ କୋଟି ଲୋକମାନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ଯେଉଁଥିରେ ୧.୭ କୋଟି ମହିଳା ରହିଛନ୍ତି।

ଏମଏସଏମଇ ମନ୍ତ୍ରଣାଳୟ, ପର୍ଯ୍ୟଟନ ମନ୍ତ୍ରଣାଳୟ ଓ ଏନଏସଆଇସି ସହିତ ଉଦ୍ୟମ ଡାଟାକୁ ସେୟାର କରିବା ପାଇଁ ଏମଓୟୁ ସ୍ବାକ୍ଷର କରିଛନ୍ତି। ଏହି ଅବସରର ଉଦ୍ୟମ ପଞ୍ଜୀକରଣ ପାଇଁ ଡିଜିଲକର ସୁବିଧାକୁ ମଧ୍ୟ ଶୁଭାରମ୍ଭ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶୁଭାରମ୍ଭ କଲେ “ସମ୍ଭବ”-୨୦୨୧, ଯୋଗଦେବେ ଦେଢ ଲକ୍ଷ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରୀ ନାରାୟଣ ରାଣେ ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ସଚେତନତା କାର୍ଯ୍ୟକ୍ରମ- “ସମ୍ଭବ”-୨୦୨୧ର ଶୁଭାରମ୍ଭ କରିଛନ୍ତି । ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ପକ୍ଷରୁ ଏହି କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଛି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଦେଶର ଆର୍ଥିକ ବିକାଶ କ୍ଷେତ୍ରରେ ଉଦ୍ୟମିତାକୁ ବଢାଇବାରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବାକୁ ଆହ୍ୱାନ ଦେଇଛନ୍ତି । ସେ ଜୋର ଦେଇ କହିଛନ୍ତି ଯେ ନୂତନ ଉଦ୍ୟମୀମାନଙ୍କ ଦ୍ୱାରା କରାଯାଇଥିବା ନୂଆ ଉତ୍ପାଦ ଏବଂ ସେବା ସମ୍ବନ୍ଧିତ ବ୍ୟବସ୍ଥା କ୍ଷେତ୍ରରେ ବ୍ୟାପକ ପ୍ରଭାବ ପକାଇବ । ଏହି ଅବସରରେ ମନ୍ତ୍ରୀଙ୍କ ସହ ରାଜ୍ୟମନ୍ତ୍ରୀ ଶ୍ରୀ ଭାନୁପ୍ରତାପ ସିଂ ବର୍ମା ଏବଂ ଏମ୍‌ଏସ୍‌ଏମ୍‌ଇର ସଚିବ ଶ୍ରୀ ବି.ବି. ସେନ୍ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ଭାନୁପ୍ରତାପ ସିଂ ବର୍ମା ଜିଡିପିରେ ଏମ୍‌ଏସ୍‌ଏମ୍‌ଇର ଯୋଗଦାନ ବର୍ତ୍ତମାନର ୩୦ ପ୍ରତିଶତରୁ ବୃଦ୍ଧି ଘଟି ୫୦ ପ୍ରତିଶତ କରିବା ଏବଂ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ୧୧କୋଟି ନିଯୁକ୍ତି ସୁଯୋଗ ବଢାଇ ୧୫କୋଟି କରିବା ଉପରେ ଜୋର ଦେଇଛନ୍ତି । ସେ ବିଶ୍ୱାସର ସହ କହିଛନ୍ତି ଯେ ଭବିଷ୍ୟତରେ ଭାରତ ବିଶ୍ୱର ଶୀର୍ଷ ଅର୍ଥବ୍ୟବସ୍ଥା ଥିବା ଦେଶ ମଧ୍ୟରେ ରହିବ।

ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଅନ୍ତର୍ଗତ ବହୁ ସଂଖ୍ୟାରେ ଲୋକମାନଙ୍କ ନିକଟକୁ ପହଞ୍ଚାଇବାରେ ଏହି କାର୍ଯ୍ୟକ୍ରମ ଏକ ମାସ ବ୍ୟାପି ଚାଲିବ । ଏଥିରେ ମନ୍ତ୍ରଣାଳୟର ୧୩୦ କ୍ଷେତ୍ରୀୟ କାର‌୍ୟ୍ୟାଳୟ ଦେଶର ସମସ୍ତ ସ୍ଥାନର ବିଭିନ୍ନ ମହାବିଦ୍ୟାଳୟ ଏବଂ ଆଇଟିଆଇର ଛାତ୍ରଛାତ୍ରୀମାନଙ୍କୁ ଉଦ୍ୟମିତା ଆପଣାଇବା ପାଇଁ ପ୍ରୋତ୍ସାହିତ କରିବ । ଏହି ଅଭିଯାନ ଅନ୍ତର୍ଗତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଅଡିଓ ଏବଂ ଭିଡିଓ ଫିଲ୍ମ ଦେଖାଇ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦିଆଯିବ ।

ଏହା ବ୍ୟତୀତ ସମଗ୍ର ଦେଶରେ ୧,୩୦୦ରୁ ଅଧିକ ମହାବିଦ୍ୟାଳୟରେ ସଚେତନତା କାର‌୍ୟ୍ୟକ୍ରମ ମଧ୍ୟ ଆୟୋଜିତ କରାଯିବ । ଏହି କାର୍ଯ୍ୟକ୍ରମରେ ୧,୫୦,୦୦୦ ଛାତ୍ରଛାତ୍ରୀ ଭାଗ ନେବେ ବୋଲି ଆଶା କରାଯାଉଛି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

‘ତାଲିବାନ ଭଳି ଶାସନ’: କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ଗିରଫକୁ ନେଇ ବିଜେପିର ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଉପରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଅଭିଯୋଗରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ପୋଲିସ ଗିରଫ କରିଛି। ତେବେ ରାଣେଙ୍କୁ ଗିରଫ ପରେ ବିଜେପି ପକ୍ଷରୁ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଳ କହିଛି ଯେ, କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ଗିରଫଦାରୀ ଗଣତାନ୍ତ୍ରିକ ନୁହେଁ। ସେ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଯାହା କହିଛନ୍ତି ତାହା ସହ ସହମତ ନୁହଁନ୍ତି, କିନ୍ତୁ ତାଙ୍କ ବିରୋଧରେ ଭୁଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଜେପି ସଭାପତି ଜେପି ନଡ୍ଡା ଟ୍ୱିଟ୍ କରି କହିଛନ୍ତି ଯେ, ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଜୀଙ୍କୁ ଗିରଫ କରିବା ସାମ୍ବିଧାନିକ ମୂଲ୍ୟବୋଧର ଉଲ୍ଲଂଘନ। ଏହିପରି କାର୍ଯ୍ୟ ଦ୍ୱାରା ଆମେ ଭୟଭୀତ ହେବୁ ନାହିଁ। ଜନ-ଆଶୀର୍ବାଦ ଯାତ୍ରାରେ ବିଜେପିକୁ ମିଳୁଥିବା ସମର୍ଥନକୁ ନେଇ ଏହି ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆମେ ଗଣତାନ୍ତ୍ରିକ ଉପାୟରେ ଯୁଦ୍ଧ ଜାରି ରଖିବୁ, ଜଣ-ଆଶୀର୍ବାଦ ଯାତ୍ରା ଜାରି ରହିବ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ନେଇ ନାରାୟଣ ରାଣେଙ୍କ ବିବାଦୀୟ ମନ୍ତବ୍ୟରୁ ବିଜେପି ନିଜକୁ ଦୂରେଇ ରଖିଥିଲା, କିନ୍ତୁ ଏଥି ସହ କେନ୍ଦ୍ର ମନ୍ତ୍ରୀ ରାଣେଙ୍କୁ ସମର୍ଥନ କରିଥିଲା। ଦଳର ମୁଖ୍ୟ ଜେପି ନଡ୍ଡା ରାଣେଙ୍କ ଗିରଫଦାରୀକୁ ସାମ୍ବିଧାନିକ ମୂଲ୍ୟବୋଧର ଉଲ୍ଲଂଘନ ବୋଲି କହିଥିବାବେଳେ ରାଜ୍ୟ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡନାଭିସ୍ ତାଲିବାନ ଭଳି ଶାସନ ବିଷୟରେ କହିଛନ୍ତି।

ଫଡନାଭିସ୍ କହିଛନ୍ତି ଯେ ରାଣେଙ୍କ ମନ୍ତବ୍ୟକୁ ବିଜେପି ସମର୍ଥନ କରୁନାହିଁ, କିନ୍ତୁ ତାଙ୍କ ସହ ଦଳ ଶତପ୍ରତିଶତ ଛିଡା ହୋଇଛି। ରାଜ୍ୟ ପୋଲିସ ଫୋର୍ସକୁ “ପ୍ରତରୋଧ ରାଜନୀତି” ପାଇଁ ଏକ ଉପକରଣ ଭାବେ ବ୍ୟବହାର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। “ତାଲିବାନ ଭଳି ଶାସନ” ନୁହେଁ ବରଂ ଆଇନ ଶୃଙ୍ଖଳା ରହିବା ଉଚିତ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି।

ନାରାୟଣ ରାଣେଙ୍କ ଗିରଫଦାରୀ ପ୍ରସଙ୍ଗରେ ବିଜେପି ମୁଖପାତ୍ର ସମ୍ବିଟ ପାତ୍ର କହିଛନ୍ତି ଯେ, ନାରାୟଣ ରାଣେଙ୍କ ମାମଲା ଗୁରୁତର। ନାରାୟଣ ରାଣେ ବ୍ୟବହାର କରିଥିବା କିଛି ଶବ୍ଦ ପ୍ରୟୋଗ କରିଛନ୍ତି, ଯାହାକୁ ଦୂରେଇ ରଖାଯାଇପାରେ। ମହାରାଷ୍ଟ୍ରର ୪୨ ଜଣଙ୍କ ମଧ୍ୟରୁ ୨୭ ଜଣ ମନ୍ତ୍ରୀ ଅଛନ୍ତି, ଯେଉଁମାନଙ୍କ ନାମରେ ମାମଲା ରହିଛି। ଅନିଲ ଦେଶମୁଖ ୧୦୦ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି, ସେ ଜେଲରେ ଅଛନ୍ତି କି? ପୋଲିସ ଅନିଲ ପରଖଙ୍କୁ ମଧ୍ୟ ପଚାରୁ ନାହିଁ। ଆଜି ମହାରାଷ୍ଟ୍ରରେ ଗଣତନ୍ତ୍ର ଲଜ୍ଜାଜନକ ହୋଇଛି। ସରଜିଲ ଇମାମଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇନାହିଁ। ମହିଳାଙ୍କ ବିରୋଧରେ ସଞ୍ଜୟ ରାଉତ ଅନେକ ଟିପ୍ପଣୀ ଦେଇଛନ୍ତି। କିନ୍ତୁ କୌଣସି ଏଫ୍ଆଇଆର୍ ପଞ୍ଜିକୃତ ହୋଇନାହିଁ।

ଜୁଲାଇ ମାସରେ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ନାରାୟଣ ରାଣେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ପୋଲିସ ଟିମ୍ ସଙ୍ଗମେଶ୍ୱର ଯାଇଥିଲେ। ୨୦ ବର୍ଷ ମଧ୍ୟରେ ଗିରଫ ହୋଇଥିବା ରାଣେ ହେଉଛନ୍ତି ପ୍ରଥମ କେନ୍ଦ୍ର ମନ୍ତ୍ରୀ। ଗିରଫଦାରୀରୁ ସୁରକ୍ଷା ମାଗିଥିବା ଆବେଦନ ଉପରେ ଏକ ଜରୁରୀ ଶୁଣାଣିକୁ ବମ୍ବେ ହାଇକୋର୍ଟ ମନା କରିଦେଇଥିବା ବେଳେ ରାଣେଙ୍କ ଗିରଫଦାରୀ ଆଶଙ୍କା ବଢିଯାଇଥିଲା।