Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ସମ୍ବଲପୁରର ରାଣୀ ବଖରୀରେ ଲୋକାର୍ପିତ ହେଲା ‘ନିମନ୍ତ୍ରଣ’, ମିଳିବ ପାରମ୍ପରିକ ଖାଦ୍ୟ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ସ୍ୱତନ୍ତ୍ରତା ବହନ କରୁଥିବା ‘ନିମନ୍ତ୍ରଣ’ର ତୃତୀୟ ସଂପ୍ରସାରିତ ରେସ୍ତୋଁରା ଗତକାଲି ସମ୍ବଲପୁରସ୍ଥିତ ରାଣୀ ବଖରୀ ତଥା କୁଇନସ୍‌ ପ୍ୟାଲେସ୍‌ଠାରେ ଲୋକାର୍ପିତ ହୋଇଛି। ଏଠାରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ଖାଇବାର ମଜା ନିଆରା ଅନୁଭୂତି ପ୍ରଦାନ କରିବ।

ସପ୍ତଦଶ ଶତାବ୍ଦୀରେ ନିର୍ମିତ ଏହି ରାଣୀ ବଖରୀର ରାଜକୀୟ ପରିବେଶ ସହ ସ୍ଥାନୀୟ ଓଡ଼ିଆ ଖାଦ୍ୟ ପରିବେଷଣର ସ୍ୱତନ୍ତ୍ରତା ଏଠାକୁ ଆସୁଥିବା ପ୍ରତ୍ୟେକଙ୍କ ମନରେ ଆତ୍ମୀୟତା ଭରିଦେବ ବୋଲି ଓଟିଡିସି ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱରଠାରେ ଥିବା ପ୍ରଥମ ‘ନିମନ୍ତ୍ରଣ’ ରେସ୍ତୋଁରାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ୫-‘ଟି’କୁ ଆଧାର କରି ଓଟିଡିସି ଏହାକୁ ସଂପ୍ରସାରିତ କରିବାରେ ସଫଳ ହୋଇଛି।

ଏହି ଉଦ୍‌ଘାଟନୀ ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ଓଟିଡିସି ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କୁମୁଦିନୀ ନାୟକ, ସମ୍ବଲପୁର ଜିଲ୍ଲାପାଳ ଶ୍ରୀମତୀ ଅନନ୍ୟା ଦାସ, ସମ୍ବଲପୁର ମହାନଗର ନିଗମ କମିଶନର ଶ୍ରୀ ବେଦଭୂଷଣ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଏହା ଦ୍ୱାରା ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକମାନେ ଏହି ଅଞ୍ଚଳର ଦର୍ଶନୀୟ ସ୍ଥାନ, ପରମ୍ପରା ଓ ଉପଲବ୍ଧ ସ୍ୱତନ୍ତ୍ର ସ୍ଥାନୀୟ ଖାଦ୍ୟପେୟ ସଂପର୍କରେ ଜାଣିପାରିବେ ବୋଲି ଓଟିଡିିସି ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି କହିଛନ୍ତି। ‘ନିମନ୍ତ୍ରଣ’ ମାଧ୍ୟମରେ ପର୍ଯ୍ୟଟନ ଓ ଖାଦ୍ୟପେୟର ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ସେ କହିଥିଲେ।

ଉଭୟ ଭୁବନେଶ୍ୱର ଓ ପୁରୀରେ ‘ନିମନ୍ତ୍ରଣ’ ରେସ୍ତୋଁରା ଏହାର ଅଭିଯାନ ଓ ଉଦ୍ଦେଶ୍ୟ ପ୍ରତିପାଦନ କରିବାରେ ସଫଳ ହୋଇଛି। ସମ୍ବଲପୁରରେ ଲୋକାର୍ପିତ ତୃତୀୟ ରେସ୍ତୋଁରାରେ ବିଭିନ୍ନ ଜିଲ୍ଲାର ପ୍ରସିଦ୍ଧ ପାରମ୍ପରିକ ଖାଦ୍ୟ ପରିବେଷଣର ବ୍ୟବସ୍ଥା କରାଯାଇଛି। ଏହି ରେସ୍ତୋଁରାର ପ୍ରମୁଖ ସେଫ୍‌ମାନଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ମେନୁ ବ୍ୟବସ୍ଥା କରାଯିବା ଯୋଜନା ରହିଥିବା ଓଟିଡିସି ପକ୍ଷରୁ କୁହାଯାଇଛି।

 

Categories
ଆଜିର ଖବର ଜାତୀୟ ଖବର

ରାମ ମନ୍ଦିର ଉଦ୍ଘାଟନ ପାଇଁ ନିମନ୍ତ୍ରଣ ପଠାଇବା ଆରମ୍ଭ: ପୂର୍ବତନ ବାବ୍ରି ମସଜିଦ୍ ପକ୍ଷକାର ପ୍ରକାଶ କଲେ ଏହି ଇଚ୍ଛା

ନୂଆଦିଲ୍ଲୀ: ଜାନୁୟାରୀ ୨୨ ତାରିଖ ୨୦୨୪ରେ ଅଭିଜିତ୍ ମୁହର୍ତ୍ତରେ ପ୍ରଭୁ ରାମ ଲାଲାଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯିବ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଲୋକଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଉଛି। ବିଶେଷ ଭାବରେ ଜୁଲାଇ ୫ ତାରିଖ ୨୦୦୫ରେ ଅଯୋଧ୍ୟାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ନିମନ୍ତ୍ରଣ ପତ୍ର ମଧ୍ୟ ପଠାଯାଉଛି।

ବାବ୍ରି ମସଜିଦର ପୂର୍ବତନ ପକ୍ଷକର ତାଙ୍କର ଇଚ୍ଛା ପ୍ରକାଶ କରିଛନ୍ତି:

ଉଦଘାଟନୀ ସମାରୋହ ପୂର୍ବରୁ ବାବ୍ରି ମସଜିଦ ପକ୍ଷକାର ଇକବାଲ ଅନସାରୀ ଏକ ବିଶେଷ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ କରାଯାଇଛି। ଦେଶ ତଥା ବିଦେଶରୁ ଲୋକମାନେ ଦର୍ଶନ ପାଇବାକୁ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆସୁଛନ୍ତି। ସମସ୍ତେ ଆସିବା ଉଚିତ୍, ଲୋକଙ୍କ ଆସ୍ଥା ଭଗବାନଙ୍କ ସହ ଜଡିତ।

ସେ କହିଛନ୍ତି ଯେ, ଆମେ ମଧ୍ୟ ବିଶ୍ୱାସ କରୁ ଯେ ଅଯୋଧ୍ୟାକୁ ବିକଶିତ କରାଯିବା ଉଚିତ୍ ଏବଂ ଲୋକମାନେ ରୋଜଗାର କରିବା ଉଚିତ୍। ଲୋକମାନେ ଭଗବାନଙ୍କୁ ଦେଖିବା ଉଚିତ୍। ପ୍ରାଣ ପ୍ରତିଷ୍ଠାର ଲୋକମାନେ ଉପସ୍ଥିତି ରହି ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ଯଦି ଆମେ ମଧ୍ୟ ନିମନ୍ତ୍ରଣ ପାଇବୁ, ଆମେ ମଧ୍ୟ ଯିବାକୁ ଚାହିଁବୁ। ଆମର କୌଣସି ଆପତ୍ତି ନାହିଁ। ଆମ ପାଇଁ ସମସ୍ତ ହିନ୍ଦୁ, ମୁସଲମାନ, ଶିଖ ଏବଂ ଖ୍ରୀଷ୍ଟିଆନମାନେ ଆମର ଭାଇ।

ତପସ୍ୱୀ ଛାବନୀର ଜଗତଗୁରୁ ପରମହଁସ ଆଚାର୍ଯ୍ୟ କହିଛନ୍ତି ଯେ, ସାଧୁମାନେ ଆମନ୍ତ୍ରଣ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଏଥିରେ ବହୁତ ଖୁସି। ଆମେ ମଧ୍ୟ ରାମ ମନ୍ଦିର ପାଇଁ ଏକ ନିର୍ଣ୍ଣାୟକ ଆନ୍ଦୋଳନ ଆରମ୍ଭ କରିଥିଲୁ। ଉଦ୍ଘାଟନୀ କାର୍ଯ୍ୟକ୍ରମ ପାଇଁ ଆମେ ୭.୫୦ କୋଟି ଟଙ୍କା ଟେଣ୍ଡର ଦେଇଛୁ। ମୁଁ ଏକ ମହାରାଜ ଦଶରଥ ଦୀପ ତିଆରି କରୁଛି, ଯାହା ୧୦ ଦିନ ପୂର୍ବରୁ ପ୍ରଜ୍ଜ୍ଵଳିତ ହେବ। ଏହା ଦୁନିଆର ସବୁଠୁ ବଡ ଦୀପ ହେବ। ଯାହା ରାମ ମନ୍ଦିରରପ୍ରାଣ ପ୍ରତିଷ୍ଠାରେ ଜଳାଯିବ। ନିମନ୍ତ୍ରଣ ବଣ୍ଟନ ଆରମ୍ଭ ହୋଇଛି, କିନ୍ତୁ ଆମେ ଏପର୍ଯ୍ୟନ୍ତ ଗ୍ରହଣ କରିନାହୁଁ। ଆମେ ପାଖକୁ ପଠାଇବେ କି ନାହିଁ, ତାହା ଆମେ ଜାଣି ନାହୁଁ।

ଏହି ପରିବାର ଉଦ୍ଘାଟନୀ ଉତ୍ସବରେ ଯୋଗଦେବାକୁ ଚାହୁଁଛନ୍ତି:

ଅଯୋଧ୍ୟାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିବା ରମେଶ ପାଣ୍ଡେଙ୍କ ଭାଇ ସୁରେଶ ପାଣ୍ଡେ କହିଛନ୍ତି ଯେ, ରମେଶ ପାଣ୍ଡେ ଆମର ସାନ ଭାଇ। ୨୦୦୫ ମସିହା ଜୁଲାଇ ୫ ତାରିଖରେ ରାମ ଜନ୍ମଭୂମି ପରିସର ନିକଟରେ ହୋଇଥିବା ବୋମା ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ପର୍ଯ୍ୟନ୍ତ କୌଣସି ସହାୟତା ଗ୍ରହଣ କରାଯାଇ ନାହିଁ। କିମ୍ବା କୌଣସି ମନ୍ତ୍ରୀ ଆsi ନାହାନ୍ତି। ତାଙ୍କର ଏକ ଛୋଟ ଝିଅ ଅଛି। ତାଙ୍କ ପତ୍ନୀ ଆମ ସହିତ ରୁହନ୍ତି। ପୂଜାପାଠ କରି ସେ ଘର ଚଳାନ୍ତି। ନିମନ୍ତ୍ରଣ ପତ୍ର ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ପଖାଳର ଲୋକପ୍ରିୟତା ପାଇଁ ଓଟିଡିସିର ପ୍ରୟାସ ପ୍ରଶଂସନୀୟ: ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର

ଭୁବନେଶ୍ୱର: ପଖାଳ ଏକ ଉତ୍କୃଷ୍ଟ ଓଡିଆ ସୁସ୍ୱାଦୁ ଖାଦ୍ୟ, ଯାହା ସାଧାସିଧା, କିନ୍ତୁ ଅତ୍ୟନ୍ତ ପୁଷ୍ଟିକର ଏବଂ ସ୍ୱାଦଗ୍ରନ୍ଥିକୁ ସୁଖଦ ଅନୁଭୂତି ଦେଇଥାଏ। ସବୁ ବର୍ଗର ପସନ୍ଦର ଏହି ସ୍ୱାସ୍ଥ୍ୟକର ଖାଦ୍ୟର ଲୋକପ୍ରିୟତା ଓ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆଜି ‘ବିଶ୍ୱ ପଖାଳ ଦିବସ’ ସର୍ବତ୍ର ପାଳିତ ହୋଇଥିବା ବେଳେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ସୁସ୍ୱାଦୁ ଖାଦ୍ୟ ରେଷ୍ଟୁରାଣ୍ଟ “ନିମନ୍ତ୍ରଣ” ପକ୍ଷରୁ ଆଜି ‘ପଖାଳ ଦିବସ’ ଭୁବନେଶ୍ଵର ଓଡିଟିସି ପାନ୍ଥନିବାସ ସ୍ଥିତ ‘କଳିଙ୍ଗ’ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ,ପଖାଳ ବିଭିନ୍ନ ଭାବରେ ଖିଆଯାଇଥାଏ। ଓଡିଶାର ‘ପଖାଳ’ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହିତ ସଂପର୍କ ରହିଛି। ଏଣୁ ପଖାଳକୁ ଆମେ ଶ୍ରୀଜଗନ୍ନାଥଙ୍କ ପ୍ରସାଦ ବୋଲି ମନେ କରୁ। ‘ପଖାଳ’ ଖାଦ୍ୟ  କେଉଁ ଆବହମାନ କାଳରୁ ରହିଆସିଛି। ପଖାଳ ଖାଇ ଆମେ ଦିନସାରା ନିଜ ପାଇଁ ଶକ୍ତି ସଂଚୟ କରୁ। ବିଶ୍ୱ ପଖାଳ ଦିବସ ପାଳନ କରି ଆନ୍ତର୍ଜାତିକ  ସ୍ତରରେ ଓଡିଶା ‘ପଖାଳ’ର ପ୍ରଚାର ପ୍ରସାର ଏବଂ  ଲୋକପ୍ରିୟତା ବୃଦ୍ଧି ପାଇଁ ଓଟିଡିସିର ପ୍ରୟାସ ଅତ୍ୟନ୍ତ  ପ୍ରଶଂସନୀୟ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାତ୍ର  ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଟିଡିସିର ଅଧ୍ୟକ୍ଷ ଡଃ.ଲେନିନ୍ ମହାନ୍ତି ଯୋଗଦେଇ ‘ପଖାଳ’ର ଉପକାରିତା ଏବଂ ପୁଷ୍ଟିକାରିତା ସମ୍ପର୍କରେ ସେ ଆଲୋକପାତ କରିଲେ ଯେ, ପଖାଳ ହେଉଛି ଆମ ଐତିହ୍ୟର ପରିଚୟ। ଗରୀବ, ମଜଦୁରଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ୍ତ ଏବଂ ଧନୀଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପଖାଳ ଖାଇଥା’ନ୍ତି। ବିଶ୍ୱ ପଖାଳ ଦିବସ ଅବସରରେ ଓଟିଡିସି ତରଫରୁ ନିଆରା ପ୍ରୟାସ କରାଯାଇ ସାମୁହିକ ଭାବେ ଏକତ୍ରିତ ହୋଇ  ଶହ ଶହ ସଂଖ୍ୟାରେ ସମସ୍ତେ ପଖାଳ ଖାଇବାର ଆୟୋଜନ, ଆମ ଐତିହ୍ୟ ଓ ପରଂପରାର ସୁରକ୍ଷା ଦିଗରେ ଅନନ୍ୟ ପ୍ରୟାସ ବୋଲି ଡଃ ମହାନ୍ତି ମତବ୍ୟକ୍ତ କରିଥିଲେ। ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ ଯୋଗଦେଇ କହିଲେ ଯେ, ପଖାଳ ଏବେ କେବଳ ଗରିବ ଲୋକଙ୍କ ଖାଦ୍ୟ ହୋଇ ରହିନାହିଁ,ବରଂ ସମସ୍ତଙ୍କର ପ୍ରିୟ ଖାଦ୍ୟ ଭାବେ ବିଶ୍ୱସ୍ତରରେ ଆଦୃତି ଲାଭ କରିଛି। କାର୍ଯ୍ୟକ୍ରମରେ ଯୋଗଦେଇ ଓଟିଡିସିର ସାଧାରଣ ପରିଚାଳକ ଲଗ୍ମଜିତ୍ ରାଉତ କହିଲେ ଯେ, ଓଡିଆମାନଙ୍କର ପ୍ରିୟ ଖାଦ୍ୟ ପଖାଳକୁ  ବିଶ୍ୱରେ  ଅଧିକରୁ ଅଧିକ ପରିଚିତ କରାଇବା ଓଟିଡିସିର ପ୍ରମୁଖ ପ୍ରୟାସ ରହିଛି। କିମ୍ସ ହସ୍ପିଟାଲର ଡାକ୍ତର ଡ. ସଂଘମିତ୍ରା ନାୟକ ଯୋଗଦେଇ ପଖାଳ ଏବଂ ପଖାଳରେ ଲୁଣ ସହ ଖିଆଯାଉଥିବା ବିଭିନ୍ନ ବ୍ୟଞ୍ଜନ ଯଥା, ଭଜା, ଶାଗ, ବଡି,ଲଙ୍କା,ଲେମ୍ବୁ  ଓ ଅନ୍ୟାନ୍ୟ ଖାଦ୍ୟରେ ଶରୀରକୁ ବିଭିନ୍ନ ପ୍ରକାର ଭିଟାମିନ୍, ଖଣିଜ ପୋଷକ ଯଥା,ସୋଡିୟମ୍, ପୋଟାସିୟମ, କ୍ୟାଲସିଅମ ଏବଂ ପଖାଳ ତୋରାଣୀରୁ  ଇଲେକ୍ଟୋଲାଇଟ୍ ଆଦି କଠିନ ପରିଶ୍ରମ ପାଇଁ ଶକ୍ତି ଯୋଗାଇଥାଏ ବୋଲି କହିଥିଲେ। ମାଷ୍ଟର ସେଫ୍ ଇଣ୍ଡିଆ ସ୍ମୃତିଶ୍ରୀ ସିଂ ଯୋଗଦେଇ ପଖାଳର ପ୍ରଚଳନ ଦଶମ ଶତାବ୍ଦୀରୁ ଚଳି ଆସିଥିବା ବେଳେ ଏବେ ସାମାଜିକ ଗଣମାଧ୍ୟମରେ  ବହୁଳ ବ୍ୟବହାର  ଆମର ଲୋକପ୍ରିୟ ଖାଦ୍ୟ ପଖାଳକୁ ଭଲ ପାଇବା ଓ ଏହାର ପ୍ରଚାର ଓ ପ୍ରସାରରେ ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ। ପଖାଳ ତଥା ଓଡିଆ ସୁସ୍ୱାଦୁ ଖାଦ୍ୟର ପ୍ରସ୍ତୁତି  ପ୍ରଚାର ପ୍ରସାର ପାଇଁ ମାଷ୍ଟର ସେଫ ଇଣ୍ଡିଆ ସ୍ମୃତିଶ୍ରୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବଅନନ୍ତ ନାରାୟଣ ସିଂ ଲାଗୁରୀ, ବିଭାଗର ସ୍ୱତନ୍ତ୍ର ଅଧିକାରୀ ଅଂଶୁମାନ ରଥଙ୍କ ସମେତ ବିଭାଗ ତଥା ଓଟିଡିସିର ସମସ୍ତ ଅଧିକାରୀ , କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ବହୁ ସଂଖାରେ ଉପସ୍ଥିତ ଥିଲେ। ବିଶିଷ୍ଟ ଟିଭି ଉପସ୍ଥାପିକା ସୁଲଗ୍ନା ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଟିଡିସିର ‘ନିମନ୍ତ୍ରଣ’ ହୋଟେଲ ଟଙ୍କା ହେରଫେର ଅଭିଯୋଗରେ ଦୁଇ କର୍ମଚାରୀ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ହୋଟେଲ ‘ନିମନ୍ତ୍ରଣ’ରେ ଟଙ୍କା ହେରଫେର ନେଇ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀଙ୍କୁ ଗିରଫ କରାଯାଇଛି। ସହିଦନଗର ପୋଲିସ ମ୍ୟାନେଜର ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନିଲ ଘଡେଇଙ୍କୁ ଗିରଫ କରିଛି ।

ସେମାନେ ହୋଟେଲର ୬ ମାସରେ ଆୟ ଜମା କରି ନାହାଁନ୍ତି। ଯାହାର ମୂଲ୍ୟ ୧୭ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏମାନେ ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ। ଅଡିଟ ପରେ ଏହା ଜଣାପଡିବା ପରେ ଟଙ୍କା ହେରଫେର ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଖାଣ୍ଟି ଓଡିଆ ଖାଦ୍ୟକୁ ନେଇ ଓଟିଡିସିର ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଭୁବନେଶ୍ବର, ଖାଣ୍ଟି ଓଡିଶାର ଖାଦ୍ୟକୁ ନେଇ ଭୁବନେଶ୍ବରରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ତରଫରୁ ଆରମ୍ଭ ହୋଇଛି ଏକ ଭିନ୍ନ ରେଷ୍ଟୁରାଣ୍ଟ। ଯାହାର ନାମ ରହିଛି ନିମନ୍ତ୍ରଣ। ରୂପାଲି ଛକରେ ଏହି ଭିନ୍ନ ରେଷ୍ଟୁରାଣ୍ଟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥିରେ ଓଡିଆ ଖାଦ୍ୟ ସହିତ ପିଠା ମଧ୍ୟ ପରିବେଷଣ କରାଯିବ। ରାଜଧାନୀରେ ବିଭିନ୍ନ ବିଦେଶୀ ଖାଦ୍ୟର ଚାହିଦା ବଢୁବାରେ ଲାଗିଛି। ଏପରି ସ୍ଥଳେ ଓଡିଶାର ଯୁବ ପିଢୀଙ୍କୁ ଓଡିଆ ଖାଦ୍ୟ ସ୍ବାଦ ଚଖାଇବା ପାଇଁ ଓଟିଡିସି ତରଫରୁ ଏହି ଉଦ୍ୟମ କରାଯାଇଛି।

ଏହାର ସଫଳତା ପରେ ଏହିପରି ରେଷ୍ଟୁରାଣ୍ଟ ପୁରୀ, କଟକ, ରାଉରକେଲାରେ ମଧ୍ୟ କରାଯିବ ବୋଲି ଓଟିଡିସି ନିଷ୍ପତି କରିଛି। ଏହି ଉଦଘାଟନ ସମାରୋହରେ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।