Categories
ଆଜିର ଖବର ରାଜ୍ୟ ଖବର

ଭବିଷ୍ୟତରେ ଟ୍ରାଫିକ୍ ସୁବିଧା ବୃଦ୍ଧି ପାଇଁ ପୂର୍ବତଟ ରେଳପଥରେ ପ୍ରମୁଖ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ

ଭୁବନେଶ୍ଵର: ଭବିଷ୍ୟତରେ ଟ୍ରାଫିକ୍ ସୁବିଧା ବୃଦ୍ଧି ପାଇଁ ପୂର୍ବତଟ ରେଳପଥରେ ପ୍ରମୁଖ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ଜାରି ରଖିଛି। ସେଗୁଡିକ ହେଲା….

ହରିଦାସପୁର, କଟକ, ସମ୍ବଲପୁର, ସମ୍ବଲପୁର ସିଟି ସହିତ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ରେଳ ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ପ୍ରମୁଖ ନିରାପତ୍ତା ସମ୍ବନ୍ଧୀୟ ଓ ଭିତ୍ତିଭୂମି ବିକାଶମୂଳକ କାର୍ଯ୍ୟ।

17 ରୁ 30 ଅଗଷ୍ଟ, 2023 ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ମଧ୍ୟରେ ତୃତୀୟ ଲାଇନ ସହିତ ଜଡିତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ।

17 ରୁ 30 ଅଗଷ୍ଟ, 2023 ପର୍ଯ୍ୟନ୍ତ ମଞ୍ଚେଶ୍ୱର ରେଳ ଷ୍ଟେସନର ଲେଆଉଟ୍ ରେ ପ୍ରମୁଖ ପରିବର୍ତ୍ତନ।

ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ରେଳ ଷ୍ଟେସନରେ ସାଂକେତିକ ପ୍ରଣାଳୀ ର ପ୍ରମୁଖ ପୁନଃ – ବ୍ୟବସ୍ଥା।

ଏହି ମାର୍ଗ ଦେଇ ଯାତାୟାତ କରୁଥିବା କିମ୍ବା ଏଠାରୁ ଉତ୍ପନ ହେଉଥିବା ଦୈନିକ ହାରାହାରି 25 ଟି ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟ ସମୟରେ ଅସ୍ଥାୟୀ ଭାବରେ ବାତିଲ୍ ହେଲା।

ବାରଙ୍ଗ ଏବଂ ଖୋର୍ଦ୍ଧା ରୋଡ ରେଳ ଲାଇନ ପ୍ରକଳ୍ପ ମଧ୍ୟରେ ବହୁ ପ୍ରତୀକ୍ଷିତ ତୃତୀୟ ଲାଇନ କାର୍ଯ୍ୟ ନିକଟରେ କାର୍ଯ୍ୟକ୍ଷମ ହୋଇଛି। ଏହି ତୃତୀୟ ଲାଇନ ରେଳ ସେକ୍ସନ କୁ ରେଳ ନିରାପତ୍ତା ଆୟୁକ୍ତ (CRS) ଙ୍କ ଦ୍ୱାରା ମଞ୍ଚେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟରେ ଶେଷ କାର୍ଯ୍ୟର ଯାଞ୍ଚ ପରେ କାର୍ଯ୍ୟକ୍ଷମ କରାଯିବା ପାଇଁ ଅନୁମତି ମିଳିଛି।

ଟ୍ରାକ୍ ଲିଙ୍କ୍ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ। ଭବିଷ୍ୟତରେ ବାରଙ୍ଗ ଏବଂ ଖୋର୍ଦ୍ଧା ରୋଡ୍ ମଧ୍ୟରେ ଏକ ଅସୁବିଧା ମୁକ୍ତ ଟ୍ରେନ୍ ଚଳାଚଳ ପାଇଁ ସିଗନାଲ୍ ସିଷ୍ଟମ୍ କାର୍ଯ୍ୟକୁ ମଧ୍ୟ ଆଧୁନିକୀକରଣ କରାଯାଉଅଛି। ଏହି ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବା ପରେ ବାରଙ୍ଗ ଏବଂ ଖୋର୍ଦ୍ଧା ରୋଡ୍ ମଧ୍ୟରେ ଟ୍ରେନ୍ ସେବା ସହଜ ହେବ କାରଣ ନରାଜ ମାର୍ଗ ଏବଂ କଟକ ମାର୍ଗ ଏବଂ ପୁରୀ ଏବଂ ବ୍ରହ୍ମପୁର ପାର୍ଶ୍ୱରୁ ଆସୁଥିବା ଟ୍ରେନ୍ କୌଣସି ଅସୁବିଧାର ସମ୍ମୁଖୀନ ହେବ ନାହିଁ।

ଅସୁବିଧାଜନକ ଟ୍ରାଫିକ୍ ଚଳାଚଳ କରିବାକୁ ପୂର୍ବତଟ ରେଳପଥ ସାମୟିକ ଭାବରେ କିଛି ଟ୍ରେନ୍ ବାତିଲ୍ ଏବଂ ଆଂଶିକ ବାତିଲ୍ କରିଛି।

ଟ୍ରେନର କାର୍ଯ୍ୟସୂଚୀ ଉପରେ ମୁଖ୍ୟ ଧ୍ୟାନ ଥିଲା ଦୈନିକ ଯାତ୍ରୀଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖିବା। ତେଣୁ ଯାତ୍ରୀମାନଙ୍କ ପାଇଁ ସର୍ବନିମ୍ନ ପ୍ରତିବନ୍ଧକ ପାଇଁ ସମସ୍ତ ପ୍ରୟାସ କରାଯାଇଥିଲା। ଏହି କାର୍ଯ୍ୟ ସମାପ୍ତ ହେବା ପରେ କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ ମଧ୍ୟରେ ଟ୍ରେନର ଯାତାୟାତ ପାଇଁ ପୂର୍ବର ଅଣଓସାରିଆ ମାର୍ଗ ଅଞ୍ଚଳ ଏବେ ସହଜ ହେବ।

ଏହା ବ୍ୟତୀତ, ପୂର୍ବତଟ ରେଳପଥ ପ୍ରକୃତ ତାରିଖ ବହୁ ପୂର୍ବରୁ ଟ୍ରେନ୍ ବାତିଲ୍ ଏବଂ ଆଂଶିକ ବାତିଲ୍ ବିଷୟରେ ମଧ୍ୟ ଘୋଷଣା କରିଥିଲା ​​ଯାହାକି ବାରମ୍ବାର ଖବର କାଗଜ ଓ ଟିଭି ମାଧ୍ୟମରେ ସୂଚନା ଦିଆଯାଇ ଅଛି। ଏହା ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ଉପଲବ୍ଧ କରାଯାଇଥିଲା। ଏହା ସହିତ ସଂରକ୍ଷିତ ଟ୍ରେନ ମାନଙ୍କରେ ଯାତ୍ରା କରିବାକୁ ଥିବା ଯାତ୍ରୀ ମାନଙ୍କୁ ମଧ୍ୟ ସେମାନଙ୍କ ମୋବାଇଲ ମାଧ୍ୟମରେ ସୂଚନା ଦିଆଯାଇ ଥିଲା। ସମସ୍ତ ଯାତ୍ରୀଙ୍କୁ ସେମାନଙ୍କର ଯାତ୍ରା ଯୋଜନା କରିବା ପୂର୍ବରୁ ଏହି ବିବରଣୀ ଦେଇ ଯିବାକୁ ନିବେଦନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପ୍ରମୁଖ ଭିତ୍ତିଭୂମି ବିକାଶ ଏବଂ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ

ଭୁବନେଶ୍ଵର: 12 ଅଗଷ୍ଟରୁ 30 ଅଗଷ୍ଟ ମଧ୍ୟରେ ହରିଦାସପୁର, ଭୁବନେଶ୍ୱର, ମଞ୍ଚେଶ୍ୱର, କଟକ, ସମ୍ବଲପୁର ଏବଂ ସମ୍ବଲପୁର ସିଟି ରେଳ ଷ୍ଟେସନ ମାନଙ୍କରେ ନିରାପତ୍ତା ସମ୍ବନ୍ଧୀୟ ତଥା ଭିତ୍ତିଭୂମି ସମ୍ପର୍କିତ ବିକାଶମୂଳକ କାର୍ଯ୍ୟ କରାଯିବ।

17 ରୁ 30 ଅଗଷ୍ଟ, 2023 ସମୟ ଅବଧିରେ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ମଧ୍ୟରେ ତୃତୀୟ ଲାଇନ ସହିତ ଜଡିତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ।

17 ରୁ 30 ଅଗଷ୍ଟ, 2023 ସମୟ ଅବଧି ମଧ୍ୟରେ ମଞ୍ଚେଶ୍ୱର ରେଳ ଷ୍ଟେସନର ଲେଆଉଟ୍ ରେ ପ୍ରମୁଖ ପରିବର୍ତ୍ତନ।

ଭୁବନେଶ୍ୱର ରେଳ ଷ୍ଟେସନରେ ସିଗନାଲ୍ ସିଷ୍ଟମ (ସାଙ୍କେତିକ ପ୍ରଣାଳୀ) ର ପ୍ରମୁଖ ପୁନଃ ବ୍ୟବସ୍ଥା।

14 ରୁ 21 ଅଗଷ୍ଟ, 2023 ପର୍ଯ୍ୟନ୍ତ ହରିଦାସପୁର ରେଳ ଷ୍ଟେସନର ସିଗନାଲ୍ ସିଷ୍ଟମର ଆଧୁନିକୀକରଣ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଅଛି।

ଭୁବନେଶ୍ୱର କୋଚ୍ ରକ୍ଷଣାବେକ୍ଷଣ ଡିପୋ (କୋଚ୍ ମେଣ୍ଟେନାନ୍ସ ଡିପୋ) କୁ ଟ୍ରେନ ଗୁଡିକର ପ୍ରବେଶ ଏବଂ ପ୍ରସ୍ଥାନ ମଧ୍ୟ ପ୍ରଭାବିତ ହେବ।

ସ୍ୱଳ୍ପ ଦିନ ପାଇଁ ଦୈନିକ ହାରାହାରି 25 ଟି ଟ୍ରେନ୍ (ଭୁବନେଶ୍ୱର ରୁ ଉତ୍ପତ୍ତି ହେଉଥିବା କିମ୍ବା ଏହି ମାର୍ଗ ଦେଇ ଯାତାୟାତ କରୁଥିବା) ପ୍ରକଳ୍ପ କାର୍ଯ୍ୟ ସମୟରେ ଅସ୍ଥାୟୀ ଭାବରେ ବାତିଲ୍ ହେବ।

ପ୍ରମୁଖ ଭିତ୍ତିଭୂମି ବିକାଶମୂଳକ କାର୍ଯ୍ୟ ଓ ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ବାତିଲ୍ ହେବାକୁ ଥିବା, ଷ୍ଟେସନ ଉତ୍ପତ୍ତି ସ୍ଥଳ ପରିବର୍ତ୍ତନ କରିବାକୁ ଥିବା, ଗନ୍ତବ୍ୟ ଷ୍ଟେସନ ପୂର୍ବରୁ ଯାତ୍ରା ସମାପ୍ତ କରିବାକୁଥିବା କିମ୍ବା ମାର୍ଗ ପରିବର୍ତ୍ତନ କରିବାକୁଥିବା ଟ୍ରେନ ମାନଙ୍କର ତାଲିକା ପୂର୍ବତଟ ରେଳପଥ ଖୁବ୍ ଶୀଘ୍ର ସୂଚନା ପ୍ରଦାନ କରିବ।

Categories
ଆଜିର ଖବର ରାଜ୍ୟ ଖବର

ଗୁରୁତ୍ୱପୂର୍ଣ୍ଣ ସୂଚନା: ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ପ୍ରଭାବିତ ହେବ ଟ୍ରେନ ଚଳାଚଳ

ଭୁବନେଶ୍ଵର: ସମ୍ବଲପୁର ସିଟି ଏବଂ ସମ୍ବଲପୁର ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ସହିତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ସମ୍ବଲପୁର-ଭୁବନେଶ୍ୱର ରେଳ ମାର୍ଗରେ ଟ୍ରେନ୍ ସେବା ସାମୟିକ ଭାବରେ ପ୍ରଭାବିତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟପାଇଁ କିଛି ଟ୍ରେନ ସେବାକୁ ସାମୟିକ ଭାବେ ବାତିଲ କରାଯାଇଥିବାବେଳେ କେତେକର ମାର୍ଗ ପରିବର୍ତ୍ତନ କରାଯାଇଅଛି ଏବଂ କେତେକକୁ ଆଂଶିକ ପରିବର୍ତ୍ତନ କରାଯାଇଅଛି।

ବାତିଲ୍ ହେବାକୁ ଥିବା ଟ୍ରେନ:

18301/18302 ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସ 19 ରୁ 23 ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ରହିବ।

18303/18304 ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ 19 ରୁ 23 ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ।

18128/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ 19 ରୁ 23 ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ।

20809 ସମ୍ବଲପୁର-ନନ୍ଦେଡ୍ ଏକ୍ସପ୍ରେସ ସମ୍ବଲପୁରରୁ 20 ଏବଂ 21 ଅଗଷ୍ଟ 2023 ଦିନ।

20810 ନନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ ନନ୍ଦେଡରୁ 21 ଏବଂ 22 ଅଗଷ୍ଟ 2023 ଦିନ।

18309 ସମ୍ବଲପୁର-ଜାମ୍ମୁ ତାୱି ଏକ୍ସପ୍ରେସ ସମ୍ବଲପୁରରୁ 19, 21 ଏବଂ 22 ଅଗଷ୍ଟ 2023 ଦିନ।

18310 ଜାମ୍ମୁ ତାୱି-ସମ୍ବଲପୁର ଏକ୍ସପ୍ରେସ ଜାମ୍ମୁ ତାୱିରୁ 18 ଏବଂ 20 ଅଗଷ୍ଟ 2023 ଦିନ।

18311 ସମ୍ବଲପୁର-ବନାରସ ଏକ୍ସପ୍ରେସ ସମ୍ବଲପୁରରୁ 20 ଏବଂ 23 ଅଗଷ୍ଟ 2023 ଦିନ।

18312 ବନାରସ-ସମ୍ବଲପୁର ଏକ୍ସପ୍ରେସ ବନାରସରୁ 21 ଏବଂ 24 ଅଗଷ୍ଟ 2023 ଦିନ।

20832 ସମ୍ବଲପୁର-ଶାଲିମାର ଏକ୍ସପ୍ରେସ ସମ୍ବଲପୁରରୁ 20 ଏବଂ 22 ଅଗଷ୍ଟ 2023 ଦିନ।

20831 ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ଶାଲିମାରରୁ 21 ଏବଂ 23 ଅଗଷ୍ଟ 2023 ଦିନ।

08317 ସମ୍ବଲପୁର-ଜୁନାଗଡ଼ ରୋଡ୍ ପାସେଞ୍ଜର ସ୍ପେଶାଲ ସମ୍ବଲପୁରରୁ 18 ରୁ 24 ଅଗଷ୍ଟ 2023 ପର୍ଯ୍ୟନ୍ତ।

08318 ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର ସ୍ପେଶାଲ ଜୁନାଗଡ଼ ରୋଡ୍ ରୁ 19 ରୁ 25 ଅଗଷ୍ଟ 2023 ପର୍ଯ୍ୟନ୍ତ।

08264/08277 ବିଳାସପୁର-ଟିଟିଲାଗଡ-ରାୟପୁର ପାସେଞ୍ଜର ସ୍ପେଶାଲ 18 ରୁ 23 ଅଗଷ୍ଟ 2023 ପର୍ଯ୍ୟନ୍ତ।

08263/08278 ରାୟପୁର-ଟିଟିଲାଗଡ-ବିଳାସପୁର ପାସେଞ୍ଜର ସ୍ପେଶାଲ 19 ରୁ 24 ଅଗଷ୍ଟ 2023 ପର୍ଯ୍ୟନ୍ତ।

08311 ସମ୍ବଲପୁର-ଏରୋଡ ସ୍ପେଶାଲ ଏକ୍ସପ୍ରେସ ସମ୍ବଲପୁରରୁ 23 ଅଗଷ୍ଟ 2023 ଦିନ।

08312 ଏରୋଡ-ସମ୍ବଲପୁର ଏକ୍ସପ୍ରେସ ଏରୋଡରୁ 25 ଅଗଷ୍ଟ 2023 ଦିନ।

08169/08170 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ 19 ରୁ 23 ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ।

08171/08172 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ 19 ରୁ 23 ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ।

ସମ୍ବଲପୁର ଷ୍ଟେସନକୁ ସ୍ପର୍ଶ ନକରି ସରଲା ଏବଂ ସମ୍ବଲପୁର ସିଟି ମାର୍ଗ ଦେଇ ଟ୍ରେନର ମାର୍ଗ ପରିବର୍ତ୍ତନ:

A. 18451/18452 ହଟିଆ-ପୁରୀ-ହଟିଆ ତାପସ୍ୱିନି ଏକ୍ସପ୍ରେସ 19 ରୁ 23 ଅଗଷ୍ଟ 2023 ପର୍ଯ୍ୟନ୍ତ ଉଭୟ ଦିଗରୁ।

B. 12880/12879 ଭୁବନେଶ୍ୱର- ଏଲଟିଟି- ଭୁବନେଶ୍ୱର ଏକ୍ସପ୍ରେସ ଭୁବନେଶ୍ୱରରୁ 21 ଅଗଷ୍ଟରେ ଏବଂ ଏଲଟିଟି ରୁ 19 ଅଗଷ୍ଟ 2023 ଦିନ।

C. 22866 ପୁରୀ- ଏଲଟିଟି ଏକ୍ସପ୍ରେସ 22 ଅଗଷ୍ଟ 2023 ରେ ପୁରୀରୁ।

D. 20471 / 20472 ବିକାନର୍-ପୁରୀ-ବିକାନର୍ ଏକ୍ସପ୍ରେସ୍ ବିକାନେରରୁ 20 ଅଗଷ୍ଟରେ ଏବଂ ପୁରୀରୁ 23 ଅଗଷ୍ଟ 2023 ଦିନ।

E. 20807 / 20808 ବିଶାଖାପାଟନମ୍-ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ଏକ୍ସପ୍ରେସ ବିଶାଖାପାଟନମରୁ 19 ଓ 22 ଅଗଷ୍ଟରେ ଏବଂ ଅମୃତସରରୁ 19 ଏବଂ 23 ଅଗଷ୍ଟ 2023 ଦିନ।

F. 20813/20814 ପୁରୀ-ଯୋଧପୁର-ପୁରୀ ଏକ୍ସପ୍ରେସ ପୁରୀରୁ 23 ଅଗଷ୍ଟରେ ଏବଂ ଯୋଧପୁରରୁ 19 ଅଗଷ୍ଟ 2023 ଦିନ।

ଟ୍ରେନର ଆଂଶିକ ବାତିଲ୍:

12893/12894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ 19.08.2023 ରୁ 23.08.2023 ପର୍ଯ୍ୟନ୍ତ ଉଭୟ ଦିଗରୁ ଜୁଜୋମୁରା ଏବଂ ବାଲାଙ୍ଗୀର ମଧ୍ୟରେ ବାତିଲ ରହିବ।

19 ଅଗଷ୍ଟ 2023 ରେ ନନ୍ଦେଡରୁ ଛାଡିବାକୁ ଥିବା 20810 ନନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ ବରଗଡ ରୋଡ ପର୍ଯ୍ୟନ୍ତ ଚାଲିବ ଏବଂ ବରଗଡ ରୋଡରୁ ସମ୍ବଲପୁର ପର୍ଯ୍ୟନ୍ତ ବାତିଲ ରହିବ।

19.08.2023 ରେ ଶାଲିମାରରୁ ଛାଡିବାକୁ ଥିବା 22803 ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ସମ୍ବଲପୁର ସିଟି ପର୍ଯ୍ୟନ୍ତ ଚାଲିବ ଏବଂ ସମ୍ବଲପୁର ସିଟିରୁ ସମ୍ବଲପୁର ପର୍ଯ୍ୟନ୍ତ ବାତିଲ ହୋଇ ରହିବ।

17.08.2023 ରେ ଜାମ୍ମୁ ତାୱିରୁ ଛାଡ଼ିବାକୁଥିବା 18310 ଜାମ୍ମୁ ତାୱି-ସମ୍ବଲପୁର ଏକ୍ସପ୍ରେସ ସମ୍ବଲପୁର ସିଟି ପର୍ଯ୍ୟନ୍ତ ଚାଲିବ।

18.08.2023 ରେ ଏରୋଡରୁ ଛାଡ଼ିବାକୁଥିବା 08312 ଏରୋଡ-ସମ୍ବଲପୁର ଏକ୍ସପ୍ରେସ ବରଗଡ ରୋଡ ପର୍ଯ୍ୟନ୍ତ ଚାଲିବ।

ଟ୍ରେନ ଚଳାଚଳ କ୍ଷେତ୍ରରେ ପ୍ରତିବନ୍ଧକ ଗୁଡିକୁ ଏଡ଼ାଇବାପାଇଁ ଏବଂ ଭବିଷ୍ୟତରେ ଉନ୍ନତ ସୁବିଧା ଟ୍ରେନ ଚଳାଚଳ ପାଇଁ ରେଳବାଇକୁ ସହଯୋଗ କରିବାକୁ ପୂର୍ବତଟ ରେଳପଥ ଏହାର ମୂଲ୍ୟବାନ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ନିବେଦନ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ନିରାପତ୍ତା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ପ୍ରଭାବିତ ହେବ ଟ୍ରେନ ସେବା

ଭୁବନେଶ୍ବର: 17 ରୁ 26 ଡିସେମ୍ବର 2022 ମଧ୍ୟରେ ପାରାଦୀପ ଷ୍ଟେସନ ଠାରେ ନିରାପତ୍ତା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ କଟକ-ପାରାଦୀପ ରେଳ ସେକ୍ସନରେ ଟ୍ରେନ ସେବା ପ୍ରଭାବିତ ହେବ।

ଟ୍ରେନ ବାତିଲ:

18 ଏବଂ 25 ଡିସେମ୍ବର 2022 ରେ ବିଶାଖାପାଟନମ୍ ରୁ ଛାଡିବାକୁଥିବା 22810 ବିଶାଖାପାଟନମ୍-ପାରାଦୀପ ଏକ୍ସପ୍ରେସ।

19 ଏବଂ 26 ଡିସେମ୍ବର 2022 ରେ ପାରାଦୀପରୁ ଛାଡିବାକୁଥିବା 22809 ପାରାଦୀପ-ବିଶାଖାପାଟନମ୍ ଏକ୍ସପ୍ରେସ।

ଉଭୟ ପାର୍ଶ୍ବରୁ 17 ରୁ 26 ଡିସେମ୍ବର 2022 ମଧ୍ୟରେ ବାତିଲ ହେବାକୁଥିବା ଟ୍ରେନ:

18414/18413 ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ।

08445/08446 କଟକ-ପାରାଦୀପ-କଟକ ମେମୂ।

08407/08408 କଟକ-ପାରାଦୀପ-କଟକ ପାସେଞ୍ଜର ସ୍ପେଶାଲ।