Categories
Cyclone ବିଶେଷ ଖବର ରାଜ୍ୟ ଖବର

ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ନିର୍ଦ୍ଦେଶନାମା ଜାରି: ଆଇନ ଅବମାନନା କରୁଥିବା ମତ୍ସ୍ୟଜୀବୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା, ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ତାଗିଦ୍‌କୁ ଅଣଦେଖା କରି କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ବୋଟ ସହ ମାଛ ଧରିବାକୁ ଯାଇ ନିଜ ଜୀବନକୁ ବିପନ୍ନ କରିବା ସହ ପ୍ରଶାସନକୁ ଅସୁବିଧାରେ ପକାଉଛନ୍ତି।

ଏ ସମ୍ପର୍କରେ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ସଚିବ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାପାଳମାନଙ୍କୁ ଅବଗତ କରି ଜଣାଇଛନ୍ତି ଯେ, ଏଭଳି କ୍ଷେତ୍ରରେ ସତର୍କ ସୂଚନା, ନିର୍ଦ୍ଦେଶକୁ ଅବମାନନା କରାଯାଇଥିବାବେଳେ ଜିଲ୍ଲାପାଳମାନେ ବିପର୍ଯ୍ୟୟ ପରିଚାଳନା ଆକ୍ଟର ୨୦୦୫ ନିୟମ ଆଧାରରେ ମତ୍ସ୍ୟଜୀବୀମାନଙ୍କ ଉପରେ କ୍ରିମିନାଲ ଆକ୍ସନ ଲାଗୁ କରିବେ ଓ ଅନ୍ୟ ପକ୍ଷରେ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି ପାଇଁ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ।

ସେହିପରି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବକାଶ ବିଭାଗ ଓ ବାଣିଜ୍ୟ ପରିବହନ ବିଭାଗ ଏ କ୍ଷେତ୍ରରେ ଆଇନ ଭଙ୍ଗ କରୁଥିବା ମତ୍ସ୍ୟଜୀବୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବେ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଓଡ୍ରାଫର ୧୨ଟି ଟିମ୍‌କୁ ମାଲକାନାଗିରି, କୋରାପୁଟ, ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ମୁତୟନ କରାଯାଇଅଛି।

ସେହିପରି ଅଗ୍ନିଶମ ସେବାର ୧୨ଟି ଟିମ୍‌କୁ ମଧ୍ୟ ମାଲକାନାଗିରି, କୋରାପୁଟ, ଗଜପତି, ରାୟଗଡା ଓ ଗଞ୍ଜାମ ଜିଲ୍ଲାରେ ମୁତୟନ କରାଯାଇଛି। ଆଜି ଏହି ଟିମ୍‌ଗୁଡିକ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ରିପୋର୍ଟିଙ୍ଗ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ: ରାଜ୍ୟରେ ଏହି ତାରିଖରୁ ପିଲାମାନଙ୍କ ଆରମ୍ଭ ହେବ ପାଠ ପଢା

ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ରୌଦ୍ର ତାପକୁ ଦେଖି ସ୍କୁଲର ସକାଳୁଆ ପାଠପଢା ସମୟରେ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି। ମେ ୨ ତାରିଖରୁ ସକାଳୁଆ ସ୍କୁଲର ସମୟରେ ପରିବର୍ତ୍ତନ କରାଯାଇଛି। ସକାଳ ୬ ଟାରୁ ୯ ଟା ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲିବ। ତୃତୀୟ ଶ୍ରେଣୀରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲାମାନେ ଏଣିକି ସକାଳ ୬ ଟାରୁ ସ୍କୁଲ ଆସିବେ। କିନ୍ତୁ ବୋର୍ଡ ଏବଂ କାଉନସିଲ ପରୀକ୍ଷା ସୂଚୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୌର ଭୋଟ ପାଇଁ ନିର୍ଦ୍ଦେଶନାମା ଜାରି: ଆଗାମୀ ନିର୍ବାଚନ ପାଇଁ ‘ନୋଟା’ ବ୍ୟବସ୍ଥା

ଭୁବନେଶ୍ୱର: ଆଜି ପୌର ଭୋଟ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆଗାମୀ ପୌର ନିର୍ବାଚନରେ ଇଭିଏମ ବ୍ୟବହାର ହେବାକୁ ଥିବା ବେଳେ ଏଥିରେ ‘ନୋଟା’ ବ୍ୟବସ୍ଥା ମଧ୍ୟ ରହିବ। କୌଣସି ଭୋଟର ‘ନୋଟା’ରେ ମଧ୍ୟ ଭୋଟ ଦେଇପାରିବ। ପ୍ରତିଦ୍ବନ୍ତିତା କରୁଥିବା କୌଣସି ପ୍ରାର୍ଥୀଙ୍କୁ ପସନ୍ଦ ନହଲେ ଭୋଟର ‘ନୋଟା’ରେ ଭୋଟ ଦେଇପାରିବେ।

ଉଲ୍ଲେଖ ଯୋଗ୍ୟ ଯେ, ପୌର ନିର୍ବାଚନ ଲାଗି ଗତକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜ୍ୟ ନିର୍ବାଚନ କମିଶନର ଅଧ୍ୟକ୍ଷତା କରିଥଲେ। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲା। ଏଥର ପ୍ରାର୍ଥୀମାନଙ୍କୁ ସତ୍ୟ ପାଠ ଦାଖଲ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। କାଉନସିଲର, କର୍ପୋରେଟର ପ୍ରାର୍ଥୀମାନେ ସତ୍ୟ ପାଠ ଦାଖଲ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ସତ୍ୟ ପାଠ ଦାଖଲ ନକଲେ ପ୍ରାର୍ଥୀପତ୍ର ନାକଚ ହେବ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଓମିକ୍ରନ୍ ସଂକ୍ରମଣକୁ ଦେଖି ନିର୍ଦ୍ଦେଶନାମା ଜାରି, ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ କରିବାକୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ: ଭାରତରେ କରୋନା ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପୁଣିଥରେ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି। ଓମିକ୍ରୋନର ବଢୁଥିବା ବିପଦ ମଧ୍ୟରେ ଅସ୍ଥାୟୀ ଡାକ୍ତରଖାନା ଗଠନ, ଘରରେ ପୃଥକବାସ ଉପରେ ନଜର ରଖିବା ଏବଂ ସ୍ୱତନ୍ତ୍ର ଟିମ ଗଠନ କରିବାକୁ ରାଜ୍ୟଗୁଡିକୁ କେନ୍ଦ୍ର କହିଛି। ଦେଶରେ ଦୈନିକ କରୋନା ଆକ୍ରାନ୍ତ ୨୨ ହଜାର ଅତିକ୍ରମ କରିଛି। ଦ୍ୱିତୀୟ ତରଙ୍ଗ ପରେ ଦେଶରେ କରୋନା ମାମଲା ୬ ହଜାର ତଳକୁ ଖସି ଆସିଥିଲା। କିନ୍ତୁ ଓମିକ୍ରନ୍ ଭାରିଆଣ୍ଟର ଚିହ୍ନଟ ପରେ କରୋନା ପୁନର୍ବାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀ ଏବଂ ମୁମ୍ବାଇରେ ଓମିକ୍ରନ୍ ସମେତ କୋଭିଡଙ୍କ କ୍ଷେତ୍ରରେ ତୀବ୍ର ବୃଦ୍ଧି ଘଟିଛି।

ଭାରତରେ ଶନିବାର ଦିନ ଗତ ୨୪ ଘଣ୍ଟା ମଧ୍ୟରେ ୨୨,୫୭୫ କରୋନା ମାମଲା ରୁଜୁ ହୋଇଛି। ଏହି କାରଣରୁ, କରୋନାର ତୃତୀୟ ତରଙ୍ଗର ଭୟ ମଧ୍ୟ ଗଭୀର ହେବାରେ ଲାଗିଛି। ଦିଲ୍ଲୀରେ ସମ୍ପ୍ରଦାୟ ସଂକ୍ରମଣ ବିସ୍ତାର ହୋଇଥିବା ବିଶେଷଜ୍ଞମାନେ ମଧ୍ୟ ଦାବି କରିଛନ୍ତି। ବଢୁଥିବା ସଂକ୍ରମଣ ମଧ୍ୟରେ ଦିଲ୍ଲୀ ସରକାର ୟେଲୋ ଆଲର୍ଟ ଅଧୀନରେ ସମସ୍ତ ପ୍ରତିବନ୍ଧକ ଲାଗୁ କରିଛନ୍ତି। ପରିସଂଖ୍ୟାନରୁ ଜଣାପଡିଛି ଯେ, ଦେଶର ଶିଳ୍ପାଞ୍ଚଳ ରାଜଧାନୀ ମୁମ୍ବାଇ, କୋଲକାତା ଭଳି ଜନବହୁଳ ମହାନଗରରେ କରୋନା ମାମଲାରେ ତୀବ୍ର ଲମ୍ଫ ଦେଉଛି।

ଗତ ବର୍ଷ ଏପ୍ରିଲ-ମେ ମାସରେ ଭାରତରେ କରୋନାର ଦ୍ୱିତୀୟ ତରଙ୍ଗ ଆସିଥିଲା। ଏଥିରେ ଦୈନିକ ମାମଲା ଚାରି ଲକ୍ଷ ଅତିକ୍ରମ କରିଥିଲା। ସେହି ସମୟ ମଧ୍ୟରେ କୋଭିଡ ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଡାକ୍ତରଖାନାରେ ଚିକିତ୍ସା କିମ୍ବା ଅମ୍ଳଜାନ ଅଭାବରୁ ଅନେକ ରୋଗୀଙ୍କର ମୃତ୍ୟୁ ହୋଇଥିଲା।

Categories
DurgaPuja2021 ଆଜିର ଖବର ଜାତୀୟ ଖବର

ଦୁର୍ଗା ପୂଜା ପାଇଁ ନିର୍ଦ୍ଦେଶନାମା ଜାରି କଲା ପଶ୍ଚିମବଙ୍ଗ ସରକାର

କୋଲକୋତା: ପଶ୍ଚିମବଙ୍ଗ ସରକାର ଦୁର୍ଗା ପୂଜା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଦୂର୍ଗା ମଣ୍ଡପକୁ ସବୁ ଦିଗରୁ ଖୋଲା ରଖିବା ଉଚିତ ବୋଲି କୁହାଯାଇଛି। କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁମୋଦିତ ନୁହେଁ। ପର୍ବ ସମୟରେ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାର ଯତ୍ନ ନେବା ଆବଶ୍ୟକ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି।

ନିର୍ଦ୍ଦେଶାବଳୀରେ କ’ଣ କୁହାଯାଇଛି?:

– ପେଣ୍ଡାଲର ଚତୁଃପାର୍ଶ୍ଵ ଖୋଲା ରହିବ
– ପେଣ୍ଡାଲ ଭିତରେ ସାମାଜିକ ଦୂରତା ରହିବ
– ଅଲଗା ପ୍ରବେଶ ଏବଂ ପ୍ରସ୍ଥାନ ଫାଟକ ରହିବ
– ପେଣ୍ଡାଲରେ ମାସ୍କ ଏବଂ ହାତ ସାନିଟାଇଜେସନ୍ ବ୍ୟବସ୍ଥା ବାଧ୍ୟତାମୂଳକ
– ପର୍ଯ୍ୟାପ୍ତ ସଂଖ୍ୟକ ସ୍ୱେଚ୍ଛାସେବୀ ରହିବେ
– ପ୍ରସାଦ ବଣ୍ଟନ ଏବଂ ସିନ୍ଦୁର ଖେଳ କମ ସଂଖ୍ୟକ ଲୋକଙ୍କୁ ନେଇ କରାଯିବ
– ପେଣ୍ଡାଲ ଭିତରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁମତି ନାହିଁ
– ଜନସଚେତନତା ପାଇଁ ସୋସିଆଲ ମିଡିଆ ବ୍ୟବହାର କରାଯିବ

ତେବେ ପଶ୍ଚିମବଙ୍ଗର ମହାଳୟ ଅବସରରେ ବୁଧବାର ଦିନ ଲକ୍ଷ ଲକ୍ଷ ଲୋକଙ୍କ ତର୍ପଣ ପରେ ଦୁର୍ଗା ପୂଜା ଆରମ୍ଭ ହୋଇଥିଲା। କୋଭିଡ -୧୯ ମହାମାରୀ ମଧ୍ୟରେ ସାରା ରାଜ୍ୟରେ ଲୋକମାନେ ହୁଗୁଲି ସମେତ ବିଭିନ୍ନ ନଦୀ ଓ ଜଳ କୂଳରେ ସେମାନଙ୍କ ପୂର୍ବପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସକାଳେ ‘ମହିଷାସୁର ମର୍ଦ୍ଦିନୀ ସ୍ତୋତ୍ର’ ଅଲ ଇଣ୍ଡିଆ ରେଡିଓରେ ପ୍ରସାରିତ ହୋଇଥିଲା। ଆକାଶବାଣୀରେ ମହିଷାସୁର ମର୍ଦ୍ଦିନୀ ସ୍ତୋତ୍ରର ପ୍ରସାରଣ ୧୯୩୦ ଦଶକରେ ଆରମ୍ଭ ହୋଇଥିଲା ଏବଂ ସେବେଠାରୁ ଏହା ମହାଳୟ ସକାଳେ ପ୍ରସାରିତ ହୋଇଆସୁଛି। ଏହି ସ୍ତୋତ୍ର ଦେବୀ ଦୁର୍ଗାଙ୍କୁ ସମର୍ପିତ।

କୌଣସି ଅଘଟଣକୁ ଏଡାଇବା ପାଇଁ ହୁଗଲି ନଦୀ କୂଳରେ ନଦୀ ଟ୍ରାଫିକ ପୋଲିସ ତୀକ୍ଷ୍ଣ ନଜର ରଖିଛି। କୋଲକାତାର ୧୮ ଘାଟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛନ୍ତି, ଯେଉଁଠାରେ ଲୋକମାନେ ତର୍ପଣ ଦେଉଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସବୁ କୋଭିଡ଼ ହସ୍ପିଟାଲରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ: ଏଣିକି ରୋଗୀଙ୍କୁ ସିଧାସଳଖ ଦେଖିବା ବ୍ୟବସ୍ଥା

ଭୁବନେଶ୍ବର: କୋଭିଡ଼ ହସ୍ପିଟାଲ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ନିର୍ଦ୍ଦେଶନାମା ଜାରି କରିଛି। ସବୁ ହସ୍ପିଟାଲରେ ହେଲ୍ପ ଡେସ୍କକୁ ବାଧ୍ୟତାମୂଳକ କରାଯାଇଛି। ଏହି ହେଲ୍ପଡେସ୍କ ୨୪ ଘଣ୍ଟା କାର୍ଯ୍ୟ କରିବ। ଏଥିରେ ଟୋଲ ଫ୍ରି ନମ୍ବର ରହିବ। ଏହି ଟୋଲ ଫ୍ରି ନମ୍ବର ମାଧ୍ୟମରେ ସମ୍ପର୍କୀୟମାନେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ବୁଝିପାରିବେ।

ହେଲ୍ପ ଡେସ୍କରେ ମଧ୍ୟ ସୋସିଆଲ ମିଡିଆର ବ୍ୟବସ୍ଥା ରହିବ। ଏହା ମାଧ୍ୟମରେ ସମ୍ପର୍କୀୟମାନେ ରୋଗୀଙ୍କ ଫଟୋ ଚିତ୍ର ଦେଖିବା ସହ କଥା ବାର୍ତ୍ତା ମଧ୍ୟ ହୋଇପାରିବେ। ପ୍ରତ୍ୟେକ ଦିନ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଅପଡେଟ କରାଯିବ।

ତେବେ ହେଲ୍ପ ଡେସ୍କର ସୁପରିଚାଳନା ପାଇଁ ସ୍ଵେଚ୍ଛାସେବୀଙ୍କ ସହାୟତା ନିଆଯିବ। ଏହାସହ ରୋଗୀଙ୍କୁ ଦେଖିବା ପାଇଁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା ରହିବ। ସିସିଟିଭ ମାଧ୍ୟମରେ ରୋଗୀଙ୍କୁ ତାଙ୍କ ସମ୍ପର୍କୀୟମାନେ ସିଧାସଳଖ ଦେଖିପାରିବେ। ସେଥିପାଇଁ ସ୍ଵତନ୍ତ୍ର କନଫରେନ୍ସ ହଲର ବ୍ୟବସ୍ଥା ହେବ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଥରେ ଲିଙ୍ଗରାଜ ମନ୍ଦିରରେ ଲାଗିଲା କଟକଣା: ଶ୍ରଦ୍ଧାଳୁଙ୍କୁ ମଳିବ ନାହିଁ ଅନୁମତି

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ପାଇଁ ପୁଣି ଥରେ କଟକଣା ଆରମ୍ଭ ହୋଇଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏହି କଟକଣା ଲାଗୁ କରାଯାଇଛି। ମନ୍ଦିରର କିଛି ସେବାୟତ ସଂକ୍ରମିତ ହେବାରୁ କଟକଣା ନିଷ୍ପତ୍ତି ନିଆଯାଇଛି। ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଛି। କେବଳ ସେବାୟତଙ୍କ ଦ୍ଵାରା ନୀତିକାନ୍ତ କରିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ପୂର୍ବ ନିଷ୍ପତ୍ତି ଅନୁସାରେ ଅଶୋକାଷ୍ଟମୀ ରଥଯାତ୍ରା ହେବ। ମନ୍ଦିର ପ୍ରଶାସନ ରଥଯାତ୍ରା ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ହୋଇଛି। ଏନେଇ ବିଏମସି ନିର୍ଦ୍ଦେଶନାମା ଜାରି କରିଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ଯାଏଁ ଏହି କଟକଣା ଲାଗିବ ବୋଲି ବିଏମସି କହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟିକାକରଣ କେନ୍ଦ୍ର ନିରୂପଣ ଲାଗି ନିର୍ଦ୍ଦେଶ ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: ଦେଶରେ ଦୁଇଟି କରୋନା ଟିକାକୁ ମାନବ ଶରୀରରେ ଜରୁରୀକାଳିନ ବ୍ୟବାହାର ପାଇଁ ଅନୁମତି ପରେ ରାଜ୍ୟ ସରକାର ଏନେଇ ତତ୍ପରତା ଦେଖାଇଛି। ପ୍ରଥମ ପର୍ଯ୍ୟାୟ ଟିକାକରଣ ଲାଗି ସ୍ଥାନ ଚିହ୍ନଟ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ନଗରନିଗମ ଗୁଡ଼ିକୁ ଚିଠି କରାଯାଇଛି। ଆସନ୍ତା ୮ ତାରିଖ ସୁଦ୍ଧା ଟିକାକରଣ କେନ୍ଦ୍ର ନିରୂପଣ କରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି।

ସ୍ବାସ୍ଥ୍ୟ ସଚିବ ପି.କେ.ମହାପାତ୍ରଙ୍କ କହିଛନ୍ତି ଯେ, ଟିକାଦାନ କେନ୍ଦ୍ରଗୁଡ଼ିକରେ ପ୍ରତୀକ୍ଷାଳୟ, ଟିକାଦାନ ଗୃହ ଓ ପର୍ଯ୍ୟବେକ୍ଷଣ ଗୃହ ରହିବା ଆବଶ୍ୟକ। ଏଗୁଡ଼ିକ ସାଧାରଣତଃ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନାରେ ଚିହ୍ନଟ ହେବ। ବ୍ଲକରେ ଥିବା ଜନସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାଦାନ କେନ୍ଦ୍ର ଲାଗି ସ୍ଥାନ ଚିହ୍ନଟ ହେବ।

ସେହିପରି ଉପଖଣ୍ଡ ଚିକିତ୍ସାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ, ଘରୋଇ ହସ୍ପିଟାଲରେ ମଧ୍ୟ ଟିକାଦାନ କେନ୍ଦ୍ର ପାଇଁ ସ୍ଥାନ ଚିହ୍ନଟ ହେବ। ବ୍ଲକ ସ୍ତରୀୟ ଓ ପୌରସ୍ତରୀୟ ଟାସ୍କଫୋର୍ସଗୁଡ଼ିକ ଏସବୁ ଟିକାଦାନ କେନ୍ଦ୍ରଗୁଡ଼ିକର ପର୍ଯ୍ୟବେକ୍ଷଣ ପରେ ଜିଲ୍ଲା ପ୍ରଶାସନକୁ ଚୂଡ଼ାନ୍ତ ତାଲିକା ପଠାଇବେ। ଅନ୍ୟପକ୍ଷରେ ପ୍ରତି ଟିକାଦାନ କେନ୍ଦ୍ରରେ ଟିକାଦାନକାରୀଙ୍କ ସମେତ ଏକ ୫ ଜଣିଆ ଦଳ ଚିହ୍ନଟ କରାଯିବ। ପ୍ରତି ୩ ଟି ଟିକାକାରଣ କେନ୍ଦ୍ର ଲାଗି ଜଣେ ସୁପର ଭାଇଜର ରହିବେ।

ଟିକାଦାନ ପରେ କୌଣସି ସମ୍ଭାବ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖାଗଲେ, ତାହାର ପରିଚାଳନା ପାଇଁ ପ୍ରତି ଟିକାଦାନ କେନ୍ଦ୍ରରେ ଜଣେ ତାଲିମପ୍ରାପ୍ତ ମେଡିକାଲ ଅଫିସର ନିଯୁକ୍ତ ରହିବେ। ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ ଓ ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଟିକାଦାନ କରାଯିବ।