Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ନିର୍ଦ୍ଦେଶନାମା ଜାରି: ଆଇନ ଅବମାନନା କରୁଥିବା ମତ୍ସ୍ୟଜୀବୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ
ବିଶେଷ ଖବର

ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ନିର୍ଦ୍ଦେଶନାମା ଜାରି: ଆଇନ ଅବମାନନା କରୁଥିବା ମତ୍ସ୍ୟଜୀବୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ

May 10, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା, ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ତାଗିଦ୍‌କୁ ଅଣଦେଖା କରି କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ବୋଟ ସହ ମାଛ ଧରିବାକୁ ଯାଇ ନିଜ ଜୀବନକୁ ବିପନ୍ନ କରିବା ସହ ପ୍ରଶାସନକୁ ଅସୁବିଧାରେ ପକାଉଛନ୍ତି।

ଏ ସମ୍ପର୍କରେ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ସଚିବ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାପାଳମାନଙ୍କୁ ଅବଗତ କରି ଜଣାଇଛନ୍ତି ଯେ, ଏଭଳି କ୍ଷେତ୍ରରେ ସତର୍କ ସୂଚନା, ନିର୍ଦ୍ଦେଶକୁ ଅବମାନନା କରାଯାଇଥିବାବେଳେ ଜିଲ୍ଲାପାଳମାନେ ବିପର୍ଯ୍ୟୟ ପରିଚାଳନା ଆକ୍ଟର ୨୦୦୫ ନିୟମ ଆଧାରରେ ମତ୍ସ୍ୟଜୀବୀମାନଙ୍କ ଉପରେ କ୍ରିମିନାଲ ଆକ୍ସନ ଲାଗୁ କରିବେ ଓ ଅନ୍ୟ ପକ୍ଷରେ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି ପାଇଁ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ।

ସେହିପରି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବକାଶ ବିଭାଗ ଓ ବାଣିଜ୍ୟ ପରିବହନ ବିଭାଗ ଏ କ୍ଷେତ୍ରରେ ଆଇନ ଭଙ୍ଗ କରୁଥିବା ମତ୍ସ୍ୟଜୀବୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବେ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଓଡ୍ରାଫର ୧୨ଟି ଟିମ୍‌କୁ ମାଲକାନାଗିରି, କୋରାପୁଟ, ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ମୁତୟନ କରାଯାଇଅଛି।

ସେହିପରି ଅଗ୍ନିଶମ ସେବାର ୧୨ଟି ଟିମ୍‌କୁ ମଧ୍ୟ ମାଲକାନାଗିରି, କୋରାପୁଟ, ଗଜପତି, ରାୟଗଡା ଓ ଗଞ୍ଜାମ ଜିଲ୍ଲାରେ ମୁତୟନ କରାଯାଇଛି। ଆଜି ଏହି ଟିମ୍‌ଗୁଡିକ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ରିପୋର୍ଟିଙ୍ଗ କରିବେ।

କଡା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶନାମା ଜାରି ଭାରତୀୟ ପାଣିପାଗ ବିଭାଗ ମତ୍ସ୍ୟଜୀବୀ ସମ୍ଭାବ୍ୟ ବାତ୍ୟା ସ୍ୱତନ୍ତ୍ର ରିଲିଫ୍‌ କମିଶନର
Share. Facebook Twitter LinkedIn Email WhatsApp Copy Link

Related Posts

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଜଗମରା ଫୁଡ କୋର୍ଟରେ ଅଗ୍ନିକାଣ୍ଡ

May 18, 2026

କାର ଧକ୍କାରେ ଜଣେ ସାଙ୍ଗ ମୃତ ଆଉ ଜଣେ ଗୁରୁତର

May 18, 2026

ଏଆଇବିଡି ଇଣ୍ଟରନ୍ୟାସନାଲ ମିଡିଆ ପୁରସ୍କାରରେ ସମ୍ମାନିତ ହେଲା ଆକାଶବାଣୀ ସମ୍ବଲପୁର

May 18, 2026
Latest News

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026

ଜଗମରା ଫୁଡ କୋର୍ଟରେ ଅଗ୍ନିକାଣ୍ଡ

May 18, 2026

ମେକ୍ସିକୋରେ ଗୁଳିମାଡ଼ : ୧୦ ମୃତ

May 18, 2026

କାର ଧକ୍କାରେ ଜଣେ ସାଙ୍ଗ ମୃତ ଆଉ ଜଣେ ଗୁରୁତର

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.