Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ଧର୍ମ

ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିରର ଭଙ୍ଗାରୁଜା ଘଟଣା: କଡା କାର୍ଯ୍ୟାନୁଷ୍ଠାନ ଦାବି କଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିରଗୁଡିକ କ୍ରମାଗତ ଭାବରେ ଟାର୍ଗେଟ କରାଯାଉଛି। ଅନେକ ମନ୍ଦିରରେ ଗୋଟିଏ ପରେ ଗୋଟିଏ ଭାରତ ବିରୋଧୀ ସ୍ଲୋଗାନ ଲେଖାଯାଇଛି ଏବଂ ସେମାନଙ୍କୁ ଭଙ୍ଗାରୁଜା କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଭାରତ ସରକାରଙ୍କ ବାରମ୍ବାର ଅନୁରୋଧ ପରେ ମଧ୍ୟ ଅଷ୍ଟ୍ରେଲିଆ ସରକାର ଅଭିଯୁକ୍ତଙ୍କ ବିରୋଧରେ କୌଣସି କଠୋର ନିଷ୍ପତ୍ତି ନେଉନାହାଁନ୍ତି। ବର୍ତ୍ତମାନ ଏହାକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ଯେ, କଟ୍ଟରପନ୍ଥୀଙ୍କ କାର୍ଯ୍ୟକଳାପ’ ବିରୋଧରେ ସତର୍କତା ଆବଶ୍ୟକ।

ଜୟଶଙ୍କର ନିକଟରେ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ପେନି ୱଙ୍ଗଙ୍କୁ ଭେଟିଥିଲେ। ସେ ଏହି ବୈଠକରେ ଏହି ପ୍ରସଙ୍ଗ ଉଠାଇଥିଲେ। ଜୟଶଙ୍କର ୱଙ୍ଗଙ୍କ ସହ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ବୈଠକ ପରେ ଜୟଶଙ୍କର ଟ୍ୱିଟ୍ କରି କହିଛନ୍ତି ଯେ, ଆମର ଦ୍ୱିପାକ୍ଷିକ ଏଜେଣ୍ଡା ଉପରେ ଆଗକୁ ବଢିବା ବିଷୟରେ ଉଲ୍ଲେଖ କରାଯାଇଛି। ଭାରତୀୟ ସମ୍ପ୍ରଦାୟକୁ ଟାର୍ଗେଟ କରୁଥିବା କଟ୍ଟରପନ୍ଥୀ କାର୍ଯ୍ୟକଳାପ ବିରୋଧରେ ସଜାଗତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ପ୍ରକାଶ ଯେ, ଚଳିତ ବର୍ଷ ଜାନୁଆରୀରେ ଖାଲିସ୍ତାନର ସମର୍ଥକମାନେ ଅଷ୍ଟ୍ରେଲିଆର ବିଭିନ୍ନ ସ୍ଥାନରେ ଥିବା ଅନେକ ହିନ୍ଦୁ ମନ୍ଦିରକୁ ଭଙ୍ଗାରୁଜା କରିଥିଲେ। ଅଷ୍ଟ୍ରେଲିଆରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଲୋକମାନେ ମନ୍ଦିରର ଭଙ୍ଗାରୁଜାକୁ ନିନ୍ଦା କରିଛନ୍ତି। ଏହା ସହିତ ସେ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅମାନିଆ ଗାଡ଼ିଚାଳକଙ୍କ ଉପରେ ବାଲୁଗାଁ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ, ଦଶ ଗୋଟି ମାମଲା ରୁଜୁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପୋଲିସ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଏକ ମାନଦଣ୍ଡ ହାସଲ କରିଛି। ଦ୍ରୁତ ଗତିରେ ଯାଉଥିବା ବାଇକ୍ ଆରୋହୀ ଯେଉଁମାନେ ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରନ୍ତି, ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏହି ଯୋଜନା ପୋଲିସ ଉଚ୍ଚାଧିକାରୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି।

ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ ଅନୁଯାୟୀ ଏବଂ ବାଲୁଗାଁ ଏସଡିପିଓଙ୍କ ସକ୍ରିୟ ତତ୍ୱାବଧାନରେ ବାଲୁଗାଁ ଥାନା ବିଭିନ୍ନ ବ୍ୟକ୍ତିଙ୍କ ବିରୋଧରେ ୧୦ ଗୋଟି ମାମଲା ରୁଜୁ କରିଥିବାର ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି।

ଅନୁରୂପ ଭାବେ ଉକ୍ତ ମାମଲାଗୁଡିକର ତଦନ୍ତ ଶେଷ କରି ୨୪ ଘଣ୍ଟା ମଧ୍ୟରେ ଚିଲିକା କୋର୍ଟରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଛି ପୋଲିସ। ଏବଂ ଚିଲିକା କୋର୍ଟରେ ଶୁଣାଣି ଆରମ୍ଭ ହେବାସହ ବିଚାରପତି ଆଇନ ଖିଲାପକାରୀଙ୍କ ବିରୋଧରେ ମୋଟା ଅଙ୍କର ଜରିମାନା ଲଗାଇଛନ୍ତି।

ସୂଚନା ଥାଉକି ଏହି ଯୋଜନାକୁ ପାଇଲଟ୍ ପ୍ରୋଜେକ୍ଟ ଅଧୀନରେ ନିଆଯାଇଛି, ଯେଉଁଥିରେ ପୋଲିସ୍ ଗାଡ଼ିଚାଳନା ସମୟରେ ଦୃତ ଗତିରେ ଗାଡ଼ି ଚଲାଉଥିବା ଚାଳକ, ମଦ୍ୟପ ଚାଳକ ଏବଂ ମୋବାଇଲ୍ ବ୍ୟବହାରକାରୀଙ୍କ ଉପରେ ନଜର ରଖିବ।

Categories
Cyclone ବିଶେଷ ଖବର ରାଜ୍ୟ ଖବର

ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ନିର୍ଦ୍ଦେଶନାମା ଜାରି: ଆଇନ ଅବମାନନା କରୁଥିବା ମତ୍ସ୍ୟଜୀବୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା, ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ତାଗିଦ୍‌କୁ ଅଣଦେଖା କରି କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ବୋଟ ସହ ମାଛ ଧରିବାକୁ ଯାଇ ନିଜ ଜୀବନକୁ ବିପନ୍ନ କରିବା ସହ ପ୍ରଶାସନକୁ ଅସୁବିଧାରେ ପକାଉଛନ୍ତି।

ଏ ସମ୍ପର୍କରେ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ସଚିବ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାପାଳମାନଙ୍କୁ ଅବଗତ କରି ଜଣାଇଛନ୍ତି ଯେ, ଏଭଳି କ୍ଷେତ୍ରରେ ସତର୍କ ସୂଚନା, ନିର୍ଦ୍ଦେଶକୁ ଅବମାନନା କରାଯାଇଥିବାବେଳେ ଜିଲ୍ଲାପାଳମାନେ ବିପର୍ଯ୍ୟୟ ପରିଚାଳନା ଆକ୍ଟର ୨୦୦୫ ନିୟମ ଆଧାରରେ ମତ୍ସ୍ୟଜୀବୀମାନଙ୍କ ଉପରେ କ୍ରିମିନାଲ ଆକ୍ସନ ଲାଗୁ କରିବେ ଓ ଅନ୍ୟ ପକ୍ଷରେ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି ପାଇଁ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ।

ସେହିପରି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବକାଶ ବିଭାଗ ଓ ବାଣିଜ୍ୟ ପରିବହନ ବିଭାଗ ଏ କ୍ଷେତ୍ରରେ ଆଇନ ଭଙ୍ଗ କରୁଥିବା ମତ୍ସ୍ୟଜୀବୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବେ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଓଡ୍ରାଫର ୧୨ଟି ଟିମ୍‌କୁ ମାଲକାନାଗିରି, କୋରାପୁଟ, ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ମୁତୟନ କରାଯାଇଅଛି।

ସେହିପରି ଅଗ୍ନିଶମ ସେବାର ୧୨ଟି ଟିମ୍‌କୁ ମଧ୍ୟ ମାଲକାନାଗିରି, କୋରାପୁଟ, ଗଜପତି, ରାୟଗଡା ଓ ଗଞ୍ଜାମ ଜିଲ୍ଲାରେ ମୁତୟନ କରାଯାଇଛି। ଆଜି ଏହି ଟିମ୍‌ଗୁଡିକ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ରିପୋର୍ଟିଙ୍ଗ କରିବେ।

Categories
ବିଶେଷ ଖବର

ରାଜ୍ୟସରକାର ଜାରି କଲେ ନୂଆ ଗାଇଡଲାଇନ: ଫେରିଲା କଟକଣା, ନିୟମ ନମାନିଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଆଜି ରାଜ୍ୟସରକାର କରୋନାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ବାବଦରେ ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜ୍ୟ ଉନ୍ନୟନ କମିଶନରଙ୍କ ଅନୁଯାୟୀ ରାଜ୍ୟରେ ତୃତୀୟ ଲହରୀ ଏକ ପ୍ରକାର ଆରମ୍ଭ ହୋଇଯାଇଛି। ତେଣୁ ସମସ୍ତେ କରୋନା କଟକଣାକୁ ମାନିବାକୁ ଜନସାଧାରଣଙ୍କୁ ଶ୍ରୀ ଜେନା ଘୋଷଣା କରିଛନ୍ତି। ନିୟମିତ ମାସ୍କ ପରିଧାନ, ସାମାଜିକ ଦୁରତ୍ଵ ବଜାୟ ରଖିବା, ହାତ ଧୋଇବା ଉପରେ ଗୁରୁତ୍ଵ ଦେବାକୁ ଏସଆରସି କହିଛନ୍ତି।

ବର୍ତ୍ତମାନ ରାଜ୍ୟରେ କରୋନା ଦ୍ରୁତ ଗତିରେ ବଢିଚାଲିଛି। ଟୀକା ନେଇଥିବା ଲୋକ ଏଥିରେ ସଂକ୍ରମଣ ହେଉଥିବା ସୂଚନା ରହିଥିବା ବେଳେ ସେମାନେ ଗୁରୁତର ହେଉନଥିବା ବିଶେଷଜ୍ଞମାନେ କହିଛନ୍ତି। ତେଣୁ ସମସ୍ତଙ୍କୁ ଟୀକା ଦେବା ପାଇଁ ସେ ଅନୁରୋଧ କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ନୂତନ ଗାଇଡଲାଇନକୁ ମାନିବାକୁ ନିବେଦନ କରିଛନ୍ତି

ନୂତନ ଗାଇଡଲାଇନ:

୧- ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁକୁ ୧୦ ପରିବର୍ତ୍ତେ ରାତି ୯ ଟା ରୁ ଲାଗୁ ହେବ।

୨- ଦୋକାନ ବଜାରରେ ଗହଳି କମାଇବାକୁ ନିର୍ଦ୍ଦେଶ।

୩- ମଲରେ ଭିଡ ହେଲେ ମାଲିକ ଦାୟୀ ରହିବେ। ଭିଡ ଅଧିକ ହେଲେ ୭ ଦିନ ପାଇଁ ସିଲ ହେବ ଦୋକାନ ଆଉ ମଲ।

୪- ସ୍କୁଲ ବନ୍ଦ ରହିବ।

୫- ଅନଲାଇନରେ ପାଠ ପଢା ହେବ।

୬- କେବଳ ଦଶମ ଶ୍ରେଣୀ ସେମେଟିଭ ପରୀକ୍ଷା ଜାରି ରହିବ।

୭- ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ପାଇଁ ଅଭିଭାବକମାନଙ୍କ ସହ ଆଲୋଚନା କରାଯାଇ ଛୋଟ ଛୋଟ ଗ୍ରୁପରେ ଡାଉଟ କ୍ଲିୟରିଂ କ୍ଳାସ କରାଯାଇପାରିବ।

୮- ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିବ।

୯- ବଣଭୋଜି, ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନା।

୧୦- ଧାର୍ମିକ ଅନୁଷ୍ଠାନରେ କେବଳ ନୀତିକାନ୍ତ ପାଇଁ ନିର୍ଦ୍ଦେଶ ହୋଇଛି।

୧୧- ହୋଟେଲ ଏବଂ ରେଷ୍ଟୁରାଣ୍ଟରୀରେ ୫୦ ପ୍ରତିଶତ ଲୋକ ବସିକି ଖାଇପାରିବେ।

୧୧- ଖୋଲା ମଞ୍ଚ ଯାତ୍ରାରେ ୧ ହଜାର ଦର୍ଶକଙ୍କୁ କରୋନା କଟକଣା ସହିତ ଅନୁମତି।

୧୨- ସିନେମା ହଲରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି।

୧୩- ଇନଡୋର ଏବଂ ଆଉଟଡୋର ଫିଲ୍ମ ସୁଟିଙ୍ଗକୁ ଅନୁମତି।

୧୪- ବାହାଘର ଏବଂ ବ୍ରତ କାର୍ଯ୍ୟରେ ୧୦୦ ଜଣ କିମ୍ବା ବରଯାତ୍ରୀ ଶୋଭାଯାତ୍ରା ପାଇଁ ୩୦ ଜଣଙ୍କୁ ଅନୁମତି ମିଳିବ।

୧୫- ଅନ୍ତ୍ୟୋଷ୍ଟିକ୍ରିୟାରେ ମାତ୍ର ୫୦ ଜଣଙ୍କୁ ଅନୁମତି।

୧୬- ନନ୍ଦନକାନନରେ ଅନଲାଇନ ଟିକେଟ ବୁକିଂ ହେବ।

୧୭- ସରକାରୀ କାର୍ଯ୍ଯାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଜାରି ରହିବ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

କ୍ରୀଡା କ୍ଷେତ୍ର ଉପରେ କଡା କାର୍ଯ୍ୟାନୁଷ୍ଠାନ: ୪ ପ୍ରଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: କ୍ରୀଡା କ୍ଷେତ୍ର ଉପରେ ମଧ୍ୟ ରାଜ୍ୟ ସରକାରଙ୍କ କଡା ନଜର ରହିଛି। କ୍ରିଡା କ୍ଷେତ୍ର ପାଇଁ ନିଯୁକ୍ତ ଅଧିକାରୀମାନେ ଯଦି ତାଙ୍କ କାର୍ଯ୍ୟରେ ଅବହେଳା କରନ୍ତି, ତେବେ ରାଜ୍ୟ ସରକାରଙ୍କ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ତେବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। କ୍ରୀଡା କ୍ଷେତ୍ରରେ ୪ ଜଣ ବରିଷ୍ଠ ପ୍ରଶିକ୍ଷକଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।

ଭଲି ବଲ୍ କୋଚ୍ ପ୍ରଭାକର ତ୍ରିପାଠୀ ଓ ଜ୍ଞାନେନ୍ଦ୍ର ବଢେଇଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେହିଭଳି ବକ୍ସିଂ କୋଚ୍ ଶଙ୍କର ପ୍ରସାଦ ଅଧିକାରୀ ଏବଂ ହ୍ୟାଣ୍ଡବଲ୍ ପ୍ରଶିକ୍ଷକ ମନୋଜ କୁମାର ଦାସଙ୍କୁ ମଧ୍ୟ ରାଜ୍ୟ ସରକାର ଅବସର ଘୋଷଣା କରିଛନ୍ତି।

ସଠିକ ଭାବରେ ନିଜର କାର୍ଯ୍ୟ ସମ୍ପାଦନ କରୁନଥିବା ନେଇ ସେମାନଙ୍କ ବିରୋଧରେ ଅଭିଯୋଗ ଆସୁଥିଲା। ଏତଦବ୍ୟତିତ ଜାତୀୟ କିମ୍ବା ଆନ୍ତର୍ଜାତୀୟ ସ୍ତରରେ ଖେଳିବା ପାଇଁ ରାଜ୍ୟରୁ କୌଣସି ଯୁବ ଖେଳାଳିଙ୍କୁ ବାହାର କରିନଥିବା ଅଭିଯୋଗ ହେଉଥିଲା। ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ସତର୍କ ଦିଆଯାଇଥିଲେ ମଧ୍ୟ କିଛି ଫଳପ୍ରଦ ହୋଇନଥିଲା। ଯାହାଫଳରେ ଏହି ସମସ୍ତ ବରିଷ୍ଠ ପ୍ରଶିକ୍ଷକଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି।