Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟସରକାର ଜାରି କଲେ ନୂଆ ଗାଇଡଲାଇନ: ଫେରିଲା କଟକଣା, ନିୟମ ନମାନିଲେ ହେବ କଡା କାର୍ଯ୍ୟାନୁଷ୍ଠାନ
ବିଶେଷ ଖବର

ରାଜ୍ୟସରକାର ଜାରି କଲେ ନୂଆ ଗାଇଡଲାଇନ: ଫେରିଲା କଟକଣା, ନିୟମ ନମାନିଲେ ହେବ କଡା କାର୍ଯ୍ୟାନୁଷ୍ଠାନ

January 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ରାଜ୍ୟସରକାର କରୋନାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ବାବଦରେ ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜ୍ୟ ଉନ୍ନୟନ କମିଶନରଙ୍କ ଅନୁଯାୟୀ ରାଜ୍ୟରେ ତୃତୀୟ ଲହରୀ ଏକ ପ୍ରକାର ଆରମ୍ଭ ହୋଇଯାଇଛି। ତେଣୁ ସମସ୍ତେ କରୋନା କଟକଣାକୁ ମାନିବାକୁ ଜନସାଧାରଣଙ୍କୁ ଶ୍ରୀ ଜେନା ଘୋଷଣା କରିଛନ୍ତି। ନିୟମିତ ମାସ୍କ ପରିଧାନ, ସାମାଜିକ ଦୁରତ୍ଵ ବଜାୟ ରଖିବା, ହାତ ଧୋଇବା ଉପରେ ଗୁରୁତ୍ଵ ଦେବାକୁ ଏସଆରସି କହିଛନ୍ତି।

ବର୍ତ୍ତମାନ ରାଜ୍ୟରେ କରୋନା ଦ୍ରୁତ ଗତିରେ ବଢିଚାଲିଛି। ଟୀକା ନେଇଥିବା ଲୋକ ଏଥିରେ ସଂକ୍ରମଣ ହେଉଥିବା ସୂଚନା ରହିଥିବା ବେଳେ ସେମାନେ ଗୁରୁତର ହେଉନଥିବା ବିଶେଷଜ୍ଞମାନେ କହିଛନ୍ତି। ତେଣୁ ସମସ୍ତଙ୍କୁ ଟୀକା ଦେବା ପାଇଁ ସେ ଅନୁରୋଧ କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ନୂତନ ଗାଇଡଲାଇନକୁ ମାନିବାକୁ ନିବେଦନ କରିଛନ୍ତି

ନୂତନ ଗାଇଡଲାଇନ:

୧- ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁକୁ ୧୦ ପରିବର୍ତ୍ତେ ରାତି ୯ ଟା ରୁ ଲାଗୁ ହେବ।

୨- ଦୋକାନ ବଜାରରେ ଗହଳି କମାଇବାକୁ ନିର୍ଦ୍ଦେଶ।

୩- ମଲରେ ଭିଡ ହେଲେ ମାଲିକ ଦାୟୀ ରହିବେ। ଭିଡ ଅଧିକ ହେଲେ ୭ ଦିନ ପାଇଁ ସିଲ ହେବ ଦୋକାନ ଆଉ ମଲ।

୪- ସ୍କୁଲ ବନ୍ଦ ରହିବ।

୫- ଅନଲାଇନରେ ପାଠ ପଢା ହେବ।

୬- କେବଳ ଦଶମ ଶ୍ରେଣୀ ସେମେଟିଭ ପରୀକ୍ଷା ଜାରି ରହିବ।

୭- ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ପାଇଁ ଅଭିଭାବକମାନଙ୍କ ସହ ଆଲୋଚନା କରାଯାଇ ଛୋଟ ଛୋଟ ଗ୍ରୁପରେ ଡାଉଟ କ୍ଲିୟରିଂ କ୍ଳାସ କରାଯାଇପାରିବ।

୮- ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିବ।

୯- ବଣଭୋଜି, ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନା।

୧୦- ଧାର୍ମିକ ଅନୁଷ୍ଠାନରେ କେବଳ ନୀତିକାନ୍ତ ପାଇଁ ନିର୍ଦ୍ଦେଶ ହୋଇଛି।

୧୧- ହୋଟେଲ ଏବଂ ରେଷ୍ଟୁରାଣ୍ଟରୀରେ ୫୦ ପ୍ରତିଶତ ଲୋକ ବସିକି ଖାଇପାରିବେ।

୧୧- ଖୋଲା ମଞ୍ଚ ଯାତ୍ରାରେ ୧ ହଜାର ଦର୍ଶକଙ୍କୁ କରୋନା କଟକଣା ସହିତ ଅନୁମତି।

୧୨- ସିନେମା ହଲରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି।

୧୩- ଇନଡୋର ଏବଂ ଆଉଟଡୋର ଫିଲ୍ମ ସୁଟିଙ୍ଗକୁ ଅନୁମତି।

୧୪- ବାହାଘର ଏବଂ ବ୍ରତ କାର୍ଯ୍ୟରେ ୧୦୦ ଜଣ କିମ୍ବା ବରଯାତ୍ରୀ ଶୋଭାଯାତ୍ରା ପାଇଁ ୩୦ ଜଣଙ୍କୁ ଅନୁମତି ମିଳିବ।

୧୫- ଅନ୍ତ୍ୟୋଷ୍ଟିକ୍ରିୟାରେ ମାତ୍ର ୫୦ ଜଣଙ୍କୁ ଅନୁମତି।

୧୬- ନନ୍ଦନକାନନରେ ଅନଲାଇନ ଟିକେଟ ବୁକିଂ ହେବ।

୧୭- ସରକାରୀ କାର୍ଯ୍ଯାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଜାରି ରହିବ।

କଡା କାର୍ଯ୍ୟାନୁଷ୍ଠାନ ନୂଆ ଗାଇଡଲାଇନ
Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶିକ୍ଷଣ, ନାଗରିକ କୈନ୍ଦ୍ରିକ ନିର୍ବାଚନ ଉପରେ ଫୋକସ୍‌

September 30, 2026

ସହକାରୀ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୪୮% ଅଧିକ ସମ୍ପତ୍ତି

September 30, 2026

ଟ୍ରମ୍ପଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି: ବାଣିଜ୍ୟ ଚୁକ୍ତି ଏବଂ ପ୍ରତିରକ୍ଷା ବିଷୟରେ ହେଲା ଆଲୋଚନା

September 30, 2026

କ୍ୟାବିନେଟ୍‌ ର ବଡ଼ ନିଷ୍ପତ୍ତି: ଗହମ ସମେତ ଏହି ୬ ଟି ଫସଲର ବଢିଲା ଏମଏସପି

September 30, 2026
Latest News

‘ଗ୍ରୀନ୍ ଏନର୍ଜି କରିଡର୍’ ତୃତୀୟ ପର୍ଯ୍ୟାୟକୁ କ୍ୟାବିନେଟ୍ ମଞ୍ଜୁରି

October 1, 2026

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଧୂମଧାମରେ ପାଳିତ ହେବ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ

October 1, 2026

ଆଜି ଅକ୍ଟୋବର ୧ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

October 1, 2026

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026

ଅକ୍ଟୋବର ୧ରୁ ବଢ଼ିବ କ୍ଷୀର ଦର: ଲିଟର ପିଛା ୩ ଟଙ୍କା ମହଙ୍ଗା

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.