Categories
ଆଞ୍ଚଳିକ

ସମ୍ଭାବ୍ୟ ବାତ୍ୟାକୁ ନେଇ ବାଣପୁର ପ୍ରଶାସନ ତପ୍ତର: ପ୍ରତ୍ୟେକ ପଞ୍ଚାୟତ ପାଇଁ ନିଯୁକ୍ତ କଲା ନୋଡାଲ ଅଫିସର

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତା ୭ ତାରିଖରେ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ଓ ପାଣିପାଗ ବିଭାଗର ଆକଳନକୁ ନଜରରେ ରଖି ସରକାରଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ବାଣପୁର ପ୍ରଶାସନ ତପ୍ତର ହୋଇ ଉଠିଛି। ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ, ତୁମୁରାପୁଟ ଓ ଭେଟେଶ୍ୱର ପଞ୍ଚାୟତର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ବିଡ଼ିଓ ଶୀତଲ ଅଗ୍ରୱାଲ, ଜିପିଇଓ ମମତା ମଞ୍ଜରୀ ଚିନ୍ନାରା, ବିଧାୟକଙ୍କ ପ୍ରତିନିଧି ମନୋଜ ପ୍ରଧାନ ଓ ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ବୁଲି ସେଠାରେ ବିଦ୍ୟୁତ, ପାଣି ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ବାବଦରେ ତନଖି କରିଛନ୍ତି।

ଅନୁରୂପ ଭାବେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଅପରାହ୍ନରେ କୁଲେଇ ଓ ମୋରାମରୀ ପଞ୍ଚାୟତ ଠାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପରଖିଛନ୍ତି।  ବ୍ଲକରେ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇ ପ୍ରତ୍ୟେକ ପଞ୍ଚାୟତ ପାଇଁ ଜଣେ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଥିବାର ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ସୂଚନା ଦେଇଛନ୍ତି।

ତତସହିତ ଓଡ୍ରାଫ ଟିମକୁ ମଧ୍ୟ ସଜାଗ ରଖି ପରିସ୍ଥିତି ଉପରେ ନଜର ରଖାଯାଇଥିବାର ଜଣାପଡ଼ିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସମ୍ଭାବ୍ୟ ବାତ୍ୟା ଅପଡେଟ ଜାରି କଲା ଆଇଏମଡି: ଲ୍ୟାଣ୍ଡଫଲ ନେଇ କଲା ଆକଳନ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ କେନ୍ଦ୍ର ଅପଡେଟ ଜାରି କରିଛି। ଆଇଏମଡି ଅନୁଯାୟୀ ଓଡିଶା ପ୍ରତି ବାତ୍ୟା ଭୟ ନଥିବା ଆକଳନ କରାଯାଇଛି। ଓଡିଶାର କୌଣସି ସ୍ଥାନରେ ଏହି ବାତ୍ୟା ଲ୍ୟାଣ୍ଡଫଲ କରୁନଥିବା ଆଇଏମଡି ଆକଳନ କରିଛି। ଏହା ଓଡିଶା ଉପକୂଳର ସମାନ୍ତରାଳ ଭାବେ ଗତି କରି ପଶ୍ଚିମବଙ୍ଗ ଏବଂ ବାଙ୍ଗାଲାଦେଶରେ ଲ୍ୟାଣ୍ଡ କରିବ ବୋଲି ଅନୁମାନ କରାଯାଉଛି।

କିନ୍ତୁ ଏହା ଓଡିଶା ଉପକୂଳ ସହ ସମାନ୍ତରାଳ ଭାବେ ଗତି କରିବା ବେଳେ ଓଡିଶାର ଧାମନଗର ଠାରେ ସବୁଠୁ କମ ଦୂରତା ଦେଇ ଗତି କରିବ ବୋଲି ଅନୁମାନ କରାଯାଉଛି। ଏହା ଆସନ୍ତା କାଲି ଅବପାତର ରୂପ ନେବ ଏବଂ ଏହାର ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ରୂପ ନେଇପାରେ। ଏହା ପରେ ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡର ରୂପ ନେବ ବୋଲି ଅନୁମାନ କରାଯାଉଛି।

ତେବେ ୨୪ ତାରିଖ ଦିନ ଏହା ଗତିପଥ ବଦଳାଇ ଉତ୍ତର-ପୂର୍ବ ଆଡକୁ ଓଡିଶା ଉପକୂଳର ସମାନ୍ତରଳ ଭାବେ ଗତି କରିବ। ୨୫ ତାରିଖ ଦିନ ଏହା ଭୀଷଣ ସାମୁଦ୍ରିକ ଝଡର ରୂପ ନେବ। ଏହା ପରେ ୨୫ ତାରିଖ ଏବଂ ୨୬ ତାରିଖ ମଧ୍ୟରାତ୍ରରେ ବାଙ୍ଗାଲାଦେଶ ଉପକୂଳରେ ମାଡ ହେବ ବୋଲି ଆକଳନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଏବେ ସୁଦ୍ଧା କୌଣସି ଆକଳନ କରାଯାଇନାହିଁ: ପାଣିପାଗ ବିଭାଗ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏବେ ସୁଦ୍ଧା କୌଣସି ଆକଳନ କରାଯାଇନାହିଁ। ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ମାଡ଼ ହେବା ନେଇ ପ୍ରକାଶ ପାଇଥିବା ଖବରକୁ ଭାରତୀୟ ପାଣିପାଗ ବିଭାଗ ଅଧୀନ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଖଣ୍ଡନ କରାଯାଇଛି।

ସମ୍ପୃକ୍ତ ଖବରରେ ‘ଆଇଏମଡିର ଆକଳନ’’ ସମ୍ଭାବ୍ୟ ବାତ୍ୟା ‘‘ଓଡ଼ିଶାରେ ସ୍ଥଳଭାଗ’’ ଛୁଇଁବ ବୋଲି ଯାହା ଦର୍ଶାଯାଇଛି ତାହା ତଥ୍ୟ ଆଧାରିତ ନୁହେଁ। ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଆଜି ସୁଦ୍ଧା କୌଣସି ଆକଳନ କରାଯାଇନାହିଁ ବୋଲି ବିଭାଗ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ସଜାଗ: ୩ ଦିନ ଛୁଟି ବାତିଲ, ସମୁଦ୍ରକୁ ଯିବା ମନା

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏନେଇ ଆଜି ରାଜ୍ୟ ସରକାର ଏସଆରସି ଦାୟିତ୍ଵରେ ଥିବା ସତ୍ୟବ୍ରତଙ୍କ ନେତୃତ୍ଵରେ ଏକ ଜରୁରୀକାଳିନ ବୈଠକ ଡାକିଛନ୍ତି। ଏହି ବୈଠକରେ ୭ ଟି ଜିଲ୍ଲାର ଜିଲ୍ଲାପାଳ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି।

ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ୩ ଦିନ ପାଇଁ କର୍ମଚାରୀମାନେ ହେଡ କ୍ଵାର୍ଟରରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କୁ ପାଣିପାଗ କେନ୍ଦ୍ର ସତର୍କ କରାଇଛି। ଆସନ୍ତା ୨୨ ତାରିଖ ଠାରୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପାଣିପାଗ କେନ୍ଦ୍ର ବାରଣ କରିଛି। ଏହି ସମୟ ମଧ୍ୟରେ ସମୁଦ୍ର ମଧ୍ୟରେ ୪୫ରୁ ୫୫ କିମି ବେଗରେ ପବନ ବହିବା ଯୋଗୁଁ ସମୁଦ୍ର ଅଶାନ୍ତ ରହିବ। ଗଭୀର ସମୁଦ୍ରରେ ସର୍ବାଧିକ ୬୫ କିମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ଭାବ୍ୟ ବାତ୍ୟାକୁ ନେଇ ଅପଡେଟ ଜାରି କଲା ପାଣିପାଗ ବିଭାଗ: ଆଜି ଅପରାହ୍ନରେ ଗୁରୁତ୍ଵପୂର୍ଣ୍ଣ ବୈଠକ

ଭୁବନେଶ୍ବର: ରାଜ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସୁଛି। ଅପରାହ୍ନ ୪ ଟାରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏସଆରସି ଦାୟିତ୍ଵରେ ଥିବା ସତ୍ୟବ୍ରତ ସାହୁଙ୍କ ନେତୃତ୍ଵରେ ଏହି ବୈଠକ ବସିବ। ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ସତ୍ୟବ୍ରତ ସାହୁ ଆଲୋଚନା କରିବେ।

ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଟ୍ବିଟ ମାଧ୍ୟମରେ ଆଜି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏକ ଅପଡେଟ ଜାରି କରିଛି। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା। ଗତକାଲିର ଘୁର୍ଣ୍ଣିବଳୟ ଆଜି ସକାଳ ୮.୩୦ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବ ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି। ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି। ଏଥି ସହ ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।

Categories
Cyclone ବିଶେଷ ଖବର ରାଜ୍ୟ ଖବର

ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ନିର୍ଦ୍ଦେଶନାମା ଜାରି: ଆଇନ ଅବମାନନା କରୁଥିବା ମତ୍ସ୍ୟଜୀବୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା, ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ତାଗିଦ୍‌କୁ ଅଣଦେଖା କରି କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ବୋଟ ସହ ମାଛ ଧରିବାକୁ ଯାଇ ନିଜ ଜୀବନକୁ ବିପନ୍ନ କରିବା ସହ ପ୍ରଶାସନକୁ ଅସୁବିଧାରେ ପକାଉଛନ୍ତି।

ଏ ସମ୍ପର୍କରେ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ସଚିବ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାପାଳମାନଙ୍କୁ ଅବଗତ କରି ଜଣାଇଛନ୍ତି ଯେ, ଏଭଳି କ୍ଷେତ୍ରରେ ସତର୍କ ସୂଚନା, ନିର୍ଦ୍ଦେଶକୁ ଅବମାନନା କରାଯାଇଥିବାବେଳେ ଜିଲ୍ଲାପାଳମାନେ ବିପର୍ଯ୍ୟୟ ପରିଚାଳନା ଆକ୍ଟର ୨୦୦୫ ନିୟମ ଆଧାରରେ ମତ୍ସ୍ୟଜୀବୀମାନଙ୍କ ଉପରେ କ୍ରିମିନାଲ ଆକ୍ସନ ଲାଗୁ କରିବେ ଓ ଅନ୍ୟ ପକ୍ଷରେ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି ପାଇଁ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ।

ସେହିପରି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବକାଶ ବିଭାଗ ଓ ବାଣିଜ୍ୟ ପରିବହନ ବିଭାଗ ଏ କ୍ଷେତ୍ରରେ ଆଇନ ଭଙ୍ଗ କରୁଥିବା ମତ୍ସ୍ୟଜୀବୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବେ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଓଡ୍ରାଫର ୧୨ଟି ଟିମ୍‌କୁ ମାଲକାନାଗିରି, କୋରାପୁଟ, ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ମୁତୟନ କରାଯାଇଅଛି।

ସେହିପରି ଅଗ୍ନିଶମ ସେବାର ୧୨ଟି ଟିମ୍‌କୁ ମଧ୍ୟ ମାଲକାନାଗିରି, କୋରାପୁଟ, ଗଜପତି, ରାୟଗଡା ଓ ଗଞ୍ଜାମ ଜିଲ୍ଲାରେ ମୁତୟନ କରାଯାଇଛି। ଆଜି ଏହି ଟିମ୍‌ଗୁଡିକ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ରିପୋର୍ଟିଙ୍ଗ କରିବେ।

Categories
Cyclone ଜାତୀୟ ଖବର ବିଶେଷ ଖବର

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବୈଠକ, ଖୋଲିଲା ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ, ଛୁଟି ବାତିଲ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ‘ଆସାନି’ ଫଳରେ ରାଜ୍ୟର ଉପକୂଳ ଅଂଚଳରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସଂପଦ ବିଭାଗ ତରଫରୁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ଣରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

ବୈଠକରେ ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର‌୍ୟ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦାୟିତ୍ୱ ସଂପନ୍ନନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରା ଏହା ପରିଚାଳିତ ହେବ । ସମ୍ଭାବ୍ୟ ବାତ୍ୟା ପାଇଁ ସବୁ ପ୍ରକାର ପ୍ରସ୍ତୁତିରେ ରହିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ବଳ ଥିବାନଦୀ ଓ କେନାଲ ବନ୍ଧଗୁଡିକ ପ୍ରତି ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି ।

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ ଜିଲ୍ଲାପ୍ରଶାସନ ସହିତ ସମନ୍ୱୟ ରଖି ଆବଶ୍ୟକ ଆନୁଷଙ୍ଗିକ ସହାୟତା ଯୋଗାଇଦେବେ । ବାତ୍ୟା ଯୋଗୁଁ ବନ୍ୟା ବା ଅତ୍ୟଧିକ ବର୍ଷାଫଳରେ ଡ୍ରେନେଜ ସମସ୍ୟା ଉପୁଜିଲେ ତାହାକୁ ତୁରନ୍ତ ପରିସ୍କାର ପାଇଁ ଆବଶ୍ୟକ ଯନ୍ତ୍ରପାତି ସହ ପଦକ୍ଷେପ ନେବାକୁ କୁହାଯାଇଛି ।

ଜଳଭଣ୍ଡାରଗୁଡିକର ସ୍ଥିତି ଅନୁଧ୍ୟାନ କରି ନିୟନ୍ତ୍ରଣ କକ୍ଷକୁ ନିୟମିତ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା ଯନ୍ତ୍ରୀମାନଙ୍କର ଛୁଟି ବାତିଲ କରାଯାଇଛି । ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବିନା ଅନୁମତିରେ ଛୁଟି ମଂଜୁର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ସଚିବ (ତଦାରଖ) ଚନ୍ଦ୍ରଶେଖର ପାଢୀ, ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର, ସର୍ବୋଚ୍ଚ ଯନ୍ତ୍ରୀ( ଯୋଜନା ଓ ନକ୍ସାଙ୍କନ) ଅସୀମ ମହାପାତ୍ର, ଅତିରିକ୍ତ ଶାସନ ସଚିବ ସୁବ୍ରତ କୁମାର ପଣ୍ଡା, ମୁଖ୍ୟ ଯନ୍ତ୍ରୀ , ବେସିନ୍ ମ୍ୟାନେଜର-ମହାନଦୀ କାଠଯୋଡି ସିଷ୍ଟମ ଭକ୍ତରଂଜନ ମହାନ୍ତି, ମୁଖ୍ୟଯନ୍ତ୍ରୀ ଡ୍ରେନେଜ୍ ବାଲେଶ୍ୱର ନାଥ ସାହୁ, ମୁଖ୍ୟଯନ୍ତ୍ରୀ ଏଚ୍.ଏଚ୍ .ଜି.ଆଇ.ସ୍ ଓ ଅନ୍ୟ ବରିଷ୍ଠ ଯନ୍ତ୍ରୀ ଓ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ବିଶେଷ ଖବର

ସମ୍ଭାବ୍ୟ ବାତ୍ୟା ‘ଜୱାଦ’ର ପ୍ରଭାବ: ବାତିଲ ହେଲା ଅନେକ ଟ୍ରେନ, ପଢନ୍ତୁ ସଂପୂର୍ଣ୍ଣ ତାଲିକା

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଜୱାଦ’ର ପାଇଁ ପାଣିପାଗ ବିଭାଗ (ଆଇଏମଡି) ଏକ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗ ଅନୁଯାୟୀ, 12 ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ଅଞ୍ଚଳ ସୃଷ୍ଟି ହେବ। ଡିସେମ୍ବର 2 ତାରିଖରେ, ଏହା ଏକ ଗଭୀର ଅବପାତରେ ପରିଣତ ହେବ, ଯାହା ଡିସେମ୍ବର 4 ତାରିଖ ସକାଳେ ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ଉପକୂଳ ଛୁଇଁବ। ଏହି ଘୂର୍ଣ୍ଣିବଳୟ ଯୋଗୁଁ ଦକ୍ଷିଣ ବଙ୍ଗଳାର ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଚାଷୀଙ୍କୁ କ୍ଷେତରେ ପଡ଼ିଥିବା ଧାନ କାଟିବା ଏବଂ ବାନ୍ଧିବା ପାଇଁ ଚେତାବନୀ ଦେଇଛନ୍ତି। କାରଣ ପ୍ରବଳ ବର୍ଷା ଫସଲକୁ ଅଧିକ କ୍ଷତି ପହଞ୍ଚାଇପାରେ। ପାଣିପାଗ ବିଭାଗ ଅନୁଯାୟୀ, ଘୂର୍ଣ୍ଣିବଳୟର ପ୍ରଭାବ ଛତିଶଗଡ ଉପରେ ମଧ୍ୟ ପ୍ରଭାବ ପକାଇପାରେ।

ଅନ୍ୟପକ୍ଷରେ, ଡିସେମ୍ବର 3 ରୁ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ପର୍କରେ ଆଇଏମଡିର ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସମୁଦ୍ରକୁ ଯାଉଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ଡିସେମ୍ବର 2 ତାରିଖ ସୁଦ୍ଧା ଫେରିବାକୁ ସେ ଅନୁରୋଧ କରିଛନ୍ତି। ଏଥି ସହିତ ବାତ୍ୟା ‘ଜୱାଦ’ର ବିପଦକୁ ଦୃଷ୍ଟିରେ ରଖି ରେଳବାଇ ସତର୍କତାମୂଳକ ପଦକ୍ଷେପ ତଥା ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଅନେକ ଟ୍ରେନକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଏହି ଟ୍ରେନ୍ ଗୁଡିକ 3 ଏବଂ 4 ଡିସେମ୍ବର ପାଇଁ ବାତିଲ୍ ହୋଇଛି।

ଡିସେମ୍ବର 2 ରେ ଏହି ଟ୍ରେନଗୁଡିକ ବାତିଲ:

ଟ୍ରେନ୍ ନମ୍ବର 12508, ସିଲଚାର୍-ତ୍ରିଭେନ୍ଦ୍ରମ ସେଣ୍ଟ୍ରାଲ୍
ଟ୍ରେନ୍ ନମ୍ବର 12509, ବାଙ୍ଗାଲୋର କ୍ୟାଣ୍ଟ-ଗୁଆହାଟି
ଟ୍ରେନ୍ ନମ୍ବର 22641, ତ୍ରିଭେନ୍ଦ୍ରମ ସେଣ୍ଟ୍ରାଲ୍-ଶାଲିମର
ଟ୍ରେନ୍ ନମ୍ବର 15905, କନ୍ୟାକୁମାରୀ-ଡିବ୍ରୁଗଡ
ଟ୍ରେନ୍ ନମ୍ବର 12844, ଅହମ୍ମଦାବାଦ-ପୁରୀ

ଡିସେମ୍ବର 3 ରେ ଏହି ଟ୍ରେନ୍ ଗୁଡିକ ବାତିଲ:

ଟ୍ରେନ୍ ନମ୍ବର 18417, ପୁରୀ-ଗୁନୁପୁର ଟ୍ରେନ୍
ଟ୍ରେନ୍ ନମ୍ବର 20896, ଭୁବନେଶ୍ୱର-ରାମେଶ୍ୱରମ୍ ଟ୍ରେନ୍
ଟ୍ରେନ୍ ନମ୍ବର 12703, ହାୱରା-ସିକନ୍ଦରାବାଦ ଫାଲକନୁମା
ଟ୍ରେନ୍ ନମ୍ବର 12245, ହାୱଡା -ଯଶୱନ୍ତପୁର ଦୁରନ୍ତ ଏକ୍ସପ୍ରେସ
ଟ୍ରେନ୍ ନମ୍ବର 11020, ଭୁବନେଶ୍ୱର-ସିଏସ୍ଟି ମୁମ୍ବାଇ କୋଣାର୍କ ଏକ୍ସପ୍ରେସ
ଟ୍ରେନ୍ ନମ୍ବର 22605, ପୁରୁଲିଆ-ଭିଲୁପୁରମ୍ ଏକ୍ସପ୍ରେସ୍
ଟ୍ରେନ୍ ନମ୍ବର 17479, ପୁରୀ-ତିରୁପତି ଏକ୍ସପ୍ରେସ
ଟ୍ରେନ୍ ନମ୍ବର 18045, ହାୱଡା-ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ
ଟ୍ରେନ୍ ନମ୍ବର 12841, ହାୱଡା- ମଇଶୁର ଚେନ୍ନାଇ ସେଣ୍ଟ୍ରାଲ୍ କରମଣ୍ଡଲ୍
ଟ୍ରେନ୍ ନମ୍ବର 22817, ହାୱଡା-ମଇଶୁର ସାପ୍ତାହିକ ଏକ୍ସପ୍ରେସ
ଟ୍ରେନ୍ ନମ୍ବର 22807, ସନ୍ତରାଗାଛି- MGR ଚେନ୍ନାଇ ସେଣ୍ଟ୍ରାଲ୍
ଟ୍ରେନ୍ ନମ୍ବର 22873, ଦିଘା-ବିଶାଖାପାଟନମ୍ ଏକ୍ସପ୍ରେସ୍
ଟ୍ରେନ୍ ନମ୍ବର 12863, ହାୱଡା-ଯସବନ୍ତପୁର ଏକ୍ସପ୍ରେସ
ଟ୍ରେନ୍ ନମ୍ବର 12839, ହାୱଡା- MGR ଚେନ୍ନାଇ ସେଣ୍ଟ୍ରାଲ୍ ମେଲ୍
ଟ୍ରେନ୍ ନମ୍ବର 22644, ପାଟନା-ଏର୍ନାକୁଲମ୍ ଏକ୍ସପ୍ରେସ୍
ଟ୍ରେନ୍ ନମ୍ବର 17244, ରାୟାଗା-ଗୁଣ୍ଟୁର ଏକ୍ସପ୍ରେସ
ଟ୍ରେନ୍ ନମ୍ବର 20809, ସମ୍ବଲପୁର-ନାନ୍ଦେଡ୍ ଏକ୍ସପ୍ରେସ
ଟ୍ରେନ୍ ନମ୍ବର 18517, କୋରବା-ବିଶାଖାପାଟନମ୍
ଟ୍ରେନ୍ ନମ୍ବର 13351, ଧନବାଦ୍ – ଅଲେପ୍ପି
ଟ୍ରେନ୍ ନମ୍ବର 12889, ଟାଟା-ଯଶୱନ୍ତପୁର
ଟ୍ରେନ୍ ନମ୍ବର 12843, ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ
ଟ୍ରେନ୍ ନମ୍ବର 18447, ଭୁବନେଶ୍ୱର-ଜଗଦଲପୁର
ଟ୍ରେନ୍ ନମ୍ବର 12842, MGR ଚେନ୍ନାଇ ସେଣ୍ଟ୍ରାଲ୍-ହାୱାଡା
ଟ୍ରେନ୍ ନମ୍ବର 18046, ହାଇଦ୍ରାବାଦ-ହାୱଡା
ଟ୍ରେନ୍ ନମ୍ବର 12829, MGR ସେଣ୍ଟ୍ରାଲ ଚେନ୍ନାଇ-ଭୁବନେଶ୍ୱର
ଟ୍ରେନ୍ ନମ୍ବର 12246, ଯଶୱନ୍ତପୁର-ହାୱଡା ଦୁରନ୍ତ
ଟ୍ରେନ୍ ନମ୍ବର 12704, ସିକନ୍ଦରାବାଦ-ହାୱଡା ଫାଲକନୁମା
ଟ୍ରେନ୍ ନମ୍ବର 17480, ତିରୁପତି-ପୁରୀ ଏକ୍ସପ୍ରେସ
ଟ୍ରେନ୍ ନମ୍ବର 12864, ଯଶୱନ୍ତପୁର-ହାୱାଡା ଏକ୍ସପ୍ରେସ
ଟ୍ରେନ୍ ନମ୍ବର 17016, ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ
ଟ୍ରେନ୍ ନମ୍ବର 12840, MGR ଚେନ୍ନାଇ ସେଣ୍ଟ୍ରାଲ୍ – ହାୱାଡା ମେଲ୍
ଟ୍ରେନ୍ ନମ୍ବର 18048, ଭାସ୍କୋ ଡା ଗାମା – ହାୱାଡା
ଟ୍ରେନ୍ ନମ୍ବର 12664, ତିରୁଚିରାପଲ୍ଲୀ-ହାୱଡା
ଟ୍ରେନ୍ ନମ୍ବର 18464, ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ
ଟ୍ରେନ୍ ନମ୍ବର 11019, CST ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ
ଟ୍ରେନ୍ ନମ୍ବର 18518, ବିଶାଖାପାଟନମ୍-କୋରବା
ଟ୍ରେନ୍ ନମ୍ବର 18528, ବିଶାଖାପାଟନମ୍-ରାଇଗଡ୍ ଏକ୍ସପ୍ରେସ୍
ଟ୍ରେନ୍ ନମ୍ବର 17243, ଗୁଣ୍ଟୁର-ରାୟାଗଡା ଏକ୍ସପ୍ରେସ
ଟ୍ରେନ୍ ନମ୍ବର 18448, ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ
ଟ୍ରେନ୍ ନମ୍ବର 20838, ଜୁନାଗଡ ରୋଡ୍-ଭୁବନେଶ୍ୱର ଏକ୍ସପ୍ରେସ

ଡିସେମ୍ବର 4 ରେ ଏହି ଟ୍ରେନଗୁଡିକ ବାତିଲ:

ଟ୍ରେନ୍ ନମ୍ବର 18463 ଭୁବନେଶ୍ୱର-ପ୍ରଶାନ୍ତି
ଟ୍ରେନ୍ ନମ୍ବର 18637 ହଟିଆ-ବେଙ୍ଗାଲୁରୁ କ୍ୟାଣ୍ଟ
ଟ୍ରେନ୍ ନମ୍ବର 22819 ଭୁବନେଶ୍ୱର-ବିଶାଖାପାଟନମ୍
ଟ୍ରେନ୍ ନମ୍ବର 17015 ଭୁବନେଶ୍ୱର-ସିକନ୍ଦରାବାଦ
ଟ୍ରେନ୍ ନମ୍ବର 18418 ଗୁନୁପୁର-ପୁରୀ
ଟ୍ରେନ୍ ନମ୍ବର 12807 ବିଶାଖାପାଟନମ୍-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ
ଟ୍ରେନ୍ ନମ୍ବର 18551 ବିଶାଖାପାଟନମ୍ – କିରନ୍ଦୁଲି

Categories
ଜାତୀୟ ଖବର ବିଶେଷ ଖବର

ସମ୍ଭାବ୍ୟ ବାତ୍ୟା ନେଇ କେନ୍ଦ୍ରର ବୈଠକ; ଏନଡିଆରଏଫ, ବିମାନ, ଜାହାଜ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଦେଖାଦେଇଥିବା ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ମନ୍ତ୍ରଣାଳୟ, ଏଜେନ୍ସି ଏବଂ ରାଜ୍ୟ ସରକାରମାନଙ୍କ ପ୍ରସ୍ତୁତି ସମୀକ୍ଷା ନିମନ୍ତେ କ୍ୟ।ବିନେଟ ସଚିବ ଶ୍ରୀ ର।ଜୀବ ଗୌବାଙ୍କ ଅଧ୍ୟକ୍ଷତ।ରେ ଜ।ତୀୟ ବିପର୍ଯ୍ୟୟ ପ୍ରଶମନ ସମିତି (ଏନସିଏମସି)ର ବୈଠକ ଅନୁଷ୍ଠିତ ହୋଇଯ।ଇଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯାହାକି ଅଧିକ ଘନୀଭୂତ ହୋଇ ଡିସେମ୍ବର ୩ ତ।ରିଖରେ ସାମୁଦ୍ରିକ ଝଡ଼ର ରୂପ ନେବ।କୁ ଯାଉଛି, ତ।ହ।ର ବର୍ତ୍ତମାନର ସମ୍ପର୍କରେ ଭ।ରତୀୟ ପ।ଣିପ।ଗ ବିଭ।ଗର ମହ।ନିର୍ଦ୍ଦେଶକ ସମିତିକୁ ବିସ୍ତୃତ ସୂଚନା ଦେଇଥିଲେ । ଏହି ସମ୍ଭ।ବ୍ୟ ବ।ତ୍ୟା ଡିସେମ୍ବର ୪ ତ।ରିଖ ସକ।ଳେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶ। ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ପ୍ରଭ।ବିତ ର।ଜ୍ୟଗୁଡ଼ିକର ଉପକୂଳବର୍ତ୍ତୀ ଜିଲ୍ଲାରେ ପବନର ବେଗ ଘଣ୍ଟ। ପ୍ରତି ୯୦ରୁ ୧୦୦ କିମି ରହିବ। ସହିତ ପ୍ରବଳ ବର୍ଷା ଓ ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ସମ୍ଭାବନା ରହିଛି ।

ଏହି ସ।ମୁଦ୍ରିକ ଝଡ଼ ଆନ୍ଧ୍ରପ୍ରଦେଶର ଶ୍ରୀକ।କୁଲମ, ବିଶାଖାପାଟଣା ଓ ବିଜୟନଗରମ ଜିଲ୍ଲା ସହିତ ଓଡ଼ିଶ।ର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ଅଧିକ ପ୍ରଭାବିତ କରିବା ଏହ।ର ପ୍ରଭାବରେ ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକା କ୍ଷେତ୍ରରେ ଥିବା ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

ଏହି ବୈଠକରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡ।ମ।ନ ଓ ନିକୋବର ଦ୍ୱୀପସମୂହର ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକ।ରୀମ।ନେ ଅଂଶଗ୍ରହଣ କରି ସେମାନଙ୍କ ପକ୍ଷରୁ ସମ୍ଭ।ବ୍ୟ ବ।ତ୍ୟା ମୁକ।ବିଲ। ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ଭ।ବ୍ୟ ସ।ମୁଦ୍ରିକ ଝଡ଼ ଯୋଗୁ ପ୍ରଭାବିତ ହେବ।କୁ ଥିବା କ୍ଷେତ୍ରରେ ଜନସାଧାରଣଙ୍କ ସୁରକ୍ଷା ପ।ଇଁ ଗ୍ରହଣ କରାଯାଇଥିବା ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ସେମାନେ କହିଥିଲେ। ବାତ୍ୟା ପ୍ରଭାବରୁ ଭିତ୍ତିଭୂମିଜନିତ କ୍ଷତିକୁ ସର୍ବନିମ୍ନ ସ୍ତରକୁ ହ୍ରାସ କରିବା ଲାଗି ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସେମାନେ ସୂଚନା ଦେଇଥିଲେ ।

ଏହିସବୁ ର।ଜ୍ୟରେ ଏନଡିଆରଏଫର ୩୨ଟି ଦଳକୁ ନିୟୋଜିତ କର।ଯ।ଇଛି ଏବଂ ଅତିରିକ୍ତ ଦଳକୁ ମଧ୍ୟ ପ୍ରସ୍ତୁତ ରଖ।ଯ।ଇଛି। ସ୍ଥଳସେନ। ଓ ନୌସେନ।ର ରିଲିଫ ଓ ଉଦ୍ଧ।ରକ।ରୀ ଦଳକୁ ପ୍ରସ୍ତୁତ ରଖ।ଯିବ। ସହିତ ଜ।ହ।ଜ ଓ ବିମ।ନଗୁଡ଼ିକୁ ଆବଶ୍ୟକତ। କ୍ଷେତ୍ରରେ ମୁତୟନ ପ।ଇଁ ମଧ୍ୟ ପ୍ରସ୍ତୁତ ରଖ।ଯ।ଇଛି ।

ର।ଜ୍ୟ ଓ କେନ୍ଦ୍ର ସରକ।ରଙ୍କ ଏଜେନ୍ସିଗୁଡ଼ିକର ମୁକ।ବିଲା ପ୍ରସ୍ତୁତି ପଦକ୍ଷେପ ସମୀକ୍ଷା କରି କ୍ୟ।ବିନେଟ ସଚିବ ଶ୍ରୀ ର।ଜୀବ ଗୌବା ଜୋର ଦେଇ କହିଥିଲେ ଯେ ବ।ତ୍ୟା ସ୍ଥଳଭ।ଗରେ ପହଞ୍ଚିବା ପୂର୍ବରୁ ର।ଜ୍ୟ ସରକ।ର ଏବଂ କେନ୍ଦ୍ର ସରକ।ରଙ୍କ ସମ୍ପୃକ୍ତ ଏଜେନ୍ସିମ।ନେ ସମସ୍ତ ସତର୍କତା ଏବଂ ପ୍ରଶମନ ପଦକ୍ଷେପ ଗ୍ରହଣ କରିବ। ଉଚିତ୍ ଯ।ହ।ଫଳରେ ଜୀବନ ହ।ନିକୁ ରୋକିବା ଏବଂ ସମ୍ପତ୍ତି, ଭିତ୍ତିଭୂମି ଓ ଫସଲ କ୍ଷତି ହ୍ର।ସ କରିବ। ସମ୍ଭବ ହେବ।

କ୍ୟ।ବିନେଟ ସଚିବ ମଧ୍ୟ ଜୋର ଦେଇ କହିଥିଲେ ଯେ, ସମସ୍ତ ମତ୍ସ୍ୟଜୀବୀ ଏବଂ ଡଙ୍ଗା ତୁରନ୍ତ ଉପକୂଳକୁ ଫେର।ଇ ଆଣିବା ଏବଂ ବ।ତ୍ୟା ପ୍ରଭ।ବିତ କ୍ଷେତ୍ରରୁ ଲୋକମ।ନଙ୍କୁ ଆଗୁଆ ଉଦ୍ଧ।ର କରିବାକୁ ସମସ୍ତ ପ୍ରୟ।ସ ସୁନିଶ୍ଚିତ କରିବା ଲାଗି ର।ଜ୍ୟ ସରକ।ର ସମସ୍ତ ପ୍ରୟ।ସ କରିବା ଉଚିତ୍ । ସେ ର।ଜ୍ୟ ସରକ।ରମ।ନଙ୍କୁ ଆଶ୍ୱ।ସନ। ଦେଇ କହିଥିଲେ ଯେ ସମସ୍ତ କେନ୍ଦ୍ରୀୟ ଏଜେନ୍ସି ସହ।ୟତ। ପ।ଇଁ ପ୍ରସ୍ତୁତ ଏବଂ ଉପଲବ୍ଧ ରହିଛନ୍ତି।

ସ୍ୱର।ଷ୍ଟ୍ର ମନ୍ତ୍ରଣ।ଳୟ, ବନ୍ଦର ଜ।ହ।ଜ ଚଳ।ଚଳ ଏବଂ ଜଳମ।ର୍ଗ, ମତ୍ସ୍ୟ ବିଭ।ଗ, ଟେଲିଯୋଗ।ଯୋଗ ବିଭ।ଗ, ଶକ୍ତି ମନ୍ତ୍ରଣ।ଳୟ, ପେଟ୍ରୋଲିୟମ ଏବଂ ପ୍ର।କୃତିକ ବ।ଷ୍ପ ମନ୍ତ୍ରଣ।ଳୟର ବରିଷ୍ଠ ଅଧିକ।ରୀମ।ନଙ୍କ ସମେତ, ଏନଡିଆରଏଫ ଡିଜି, ଆଇଏମଡି ଡିଜି, ସିଆଇଏସସି, ଆଇଡିଏସ ଏବଂ ଏନଡିଏମଏର ବରିଷ୍ଠ ଅଧିକ।ରୀମ।ନେ ବୈଠକରେ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ଭାବ୍ୟ ବାତ୍ୟା ‘ଜଓ୍ୱାଦ’ର ତାଜା ଅପଡେଟ: ୪ ତାରିଖ ସକାଳେ ଏହା ଉପକୂଳ ଅତିକ୍ରମ କରିବ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଜଓ୍ୱାଦ’ ବିଷୟରେ ତାଜା ଖବର ପ୍ରାପ୍ତ ହୋଇଛି। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ତାଜା ଅପଡେଟ ପ୍ରଦାନ କରିଛନ୍ତି। ଏବେ ‘ଜଓ୍ୱାଦ’ ଆଣ୍ଡାମନ ସାଗର ନିକଟରେ ରହିଛି। ଆସନ୍ତାକାଲି ଅବପାତର ରୂପ ନେଇ ଭୀଷଣ ହେବ। ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ପୂର୍ବ ଆଡକୁ ଗତି କରିବ।

କିନ୍ତୁ କେଉଁଠି ଲ୍ୟାଣ୍ଡଫଲ କରିବ ସେନେଇ ଚିତ୍ର ଅସ୍ପଷ୍ଟ ରହିଛି। ଆସନ୍ତାକାଲି ଏହା ସ୍ପଷ୍ଟ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ତେବେ ଏହା ପଶ୍ଚିମବଙ୍ଗ ଆଡକୁ ଗତିପାରେ ବୋଲି ଅନୁମାନ କରାଯାଉଛି। ଏହାର ପ୍ରଭାବରେ ୩ ରୁ ୪ ତାରିଖରେ ବର୍ଷା ହୋଇପାରେ। ୪ ତାରିଖ ସକାଳେ ଏହା ଉପକୂଳ ଅତିକ୍ରମ କରିବ। ଫଳରେ ୪ ତାରିଖ ଦିନ ବର୍ଷା ଓ ପବନର ପରିମାଣ ବଢିପାରେ।ବିଶେଷକରି ଉପକୂଳ ଜିଲ୍ଲାରେ ଏହାର ଅଧିକ ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।