ସମ୍ଭାବ୍ୟ ବାତ୍ୟା ଅପଡେଟ ଜାରି କଲା ଆଇଏମଡି: ଲ୍ୟାଣ୍ଡଫଲ ନେଇ କଲା ଆକଳନ

Published: Oct 21, 2022, 6:05 pm IST

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ କେନ୍ଦ୍ର ଅପଡେଟ ଜାରି କରିଛି। ଆଇଏମଡି ଅନୁଯାୟୀ ଓଡିଶା ପ୍ରତି ବାତ୍ୟା ଭୟ ନଥିବା ଆକଳନ କରାଯାଇଛି। ଓଡିଶାର କୌଣସି ସ୍ଥାନରେ ଏହି ବାତ୍ୟା ଲ୍ୟାଣ୍ଡଫଲ କରୁନଥିବା ଆଇଏମଡି ଆକଳନ କରିଛି। ଏହା ଓଡିଶା ଉପକୂଳର ସମାନ୍ତରାଳ ଭାବେ ଗତି କରି ପଶ୍ଚିମବଙ୍ଗ ଏବଂ ବାଙ୍ଗାଲାଦେଶରେ ଲ୍ୟାଣ୍ଡ କରିବ ବୋଲି ଅନୁମାନ କରାଯାଉଛି।

କିନ୍ତୁ ଏହା ଓଡିଶା ଉପକୂଳ ସହ ସମାନ୍ତରାଳ ଭାବେ ଗତି କରିବା ବେଳେ ଓଡିଶାର ଧାମନଗର ଠାରେ ସବୁଠୁ କମ ଦୂରତା ଦେଇ ଗତି କରିବ ବୋଲି ଅନୁମାନ କରାଯାଉଛି। ଏହା ଆସନ୍ତା କାଲି ଅବପାତର ରୂପ ନେବ ଏବଂ ଏହାର ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ରୂପ ନେଇପାରେ। ଏହା ପରେ ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡର ରୂପ ନେବ ବୋଲି ଅନୁମାନ କରାଯାଉଛି।

ତେବେ ୨୪ ତାରିଖ ଦିନ ଏହା ଗତିପଥ ବଦଳାଇ ଉତ୍ତର-ପୂର୍ବ ଆଡକୁ ଓଡିଶା ଉପକୂଳର ସମାନ୍ତରଳ ଭାବେ ଗତି କରିବ। ୨୫ ତାରିଖ ଦିନ ଏହା ଭୀଷଣ ସାମୁଦ୍ରିକ ଝଡର ରୂପ ନେବ। ଏହା ପରେ ୨୫ ତାରିଖ ଏବଂ ୨୬ ତାରିଖ ମଧ୍ୟରାତ୍ରରେ ବାଙ୍ଗାଲାଦେଶ ଉପକୂଳରେ ମାଡ ହେବ ବୋଲି ଆକଳନ କରାଯାଉଛି।

Related posts