Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ
ବିଶେଷ ଖବର

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ

November 2, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
The government is fully prepared to deal with a potential cyclone.
The government is fully prepared to deal with a potential cyclone.

ଭୁବନେଶ୍ୱର : ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସୃଷ୍ଟି ହୋଇଥିବା ଗମ୍ଭୀର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜୀବ ଭବନ ସ୍ଥିତ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ରାଜେଶ ପ୍ରଭାକର ପାଟିଲଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅର୍ଣ୍ଣବ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ଏବଂ ସମ୍ଭାବ୍ୟ ଆଉ ଏକ ବାତ୍ୟା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି, ଭୟଭୀତ ନ ହୋଇ ସଚେତନ ରହିବାକୁ ମନ୍ତ୍ରୀ ମଧ୍ୟ ପରାମର୍ଶ ଦେଇଛନ୍ତି ।

ଅନ୍ୟପକ୍ଷରେ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ନିୟନ୍ତ୍ରଣ କକ୍ଷ ଏବଂ ଉଦ୍ଧାରକାରୀ ଦଳଗୁଡ଼ିକୁ ୨୪ ଘଣ୍ଟା (୨୪/୭) ସକ୍ରିୟ ରଖାଯାଇଛି । ରାସ୍ତାଘାଟଗୁଡ଼ିକୁ ଯାନବାହନ ଚଳାଚଳ ପାଇଁ ଉପଯୁକ୍ତ କରିବାକୁ ସମସ୍ତ କର୍ମଚାରୀ, ସାମଗ୍ରୀ ଏବଂ ଯନ୍ତ୍ରପାତି ନିୟୋଜିତ କରାଯାଇଛି। ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ଓ ପାତ୍ରପୁର ବ୍ଲକର ୧୩ଟି ସ୍ଥାନରେ ଭୂସ୍ଖଳନ ଯୋଗୁଁ ଜମିଥିବା ମାଟି ଓ ଆବର୍ଜନା ସଫା କରାଯାଇଛି ଏବଂ ଅନ୍ୟ ୮ଟି ସ୍ଥାନରେ କାର୍ଯ୍ୟ ଜାରି ରହିଛି। ଭଞ୍ଜନଗରରେ ରାସ୍ତା ଉପରେ ଭୂସ୍ଖଳନ ଜନିତ ଯେଉଁ ଗୋଟିଏ ସ୍ଥାନରେ ବାଧା ଉପୁଜିଥିଲା, ତାହା ସମ୍ପୂର୍ଣ୍ଣ ଅପସାରିତ ହୋଇଛି। ୧୪ଟି ବ୍ଲକରେ ମୋଟ ୧୨୪ଟି ରାସ୍ତା ଫାଟ ବନ୍ଦ କରାଯାଇଥିବାବେଳେ ୪୨ଟି ସ୍ଥାନରେ କାର୍ଯ୍ୟକୁ ତ୍ୱରାନିତ କରାଯାଇଛି। ୧୪ଟି ବ୍ଲକର ୧୮୬ଟି କ୍ଷତିଗ୍ରସ୍ତ ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ଚାଲୁରହିଛି। ଗଜପତି ଜିଲ୍ଲାର ୬ଟି ବ୍ଲକର ୧୯ଟି ରାସ୍ତାର ଭୂସ୍ଖଳନ ଅବସ୍ଥା ସଫା କରାଯାଇଛି। ପାଣି ମାଡ଼ିଯିବା ଯୋଗୁଁ ପ୍ରଭାବିତ ହୋଇଥିବା ୫ଟି ରାସ୍ତାରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି। ୩ଟି ବ୍ଲକରେ ପ୍ରଭାବିତ ୧୧ଟି କ୍ଷତିଗ୍ରସ୍ତ ରାସ୍ତା ମରାମତି କରାଯାଇଛି। ଗୋଷାଣୀ ବ୍ଲକର ଗୋଟିଏ ରାସ୍ତାରେ ଅସ୍ଥାୟୀ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। କନ୍ଧମାଳ ଜିଲ୍ଲାର ୩ଟି ବ୍ଲକ ଅନ୍ତର୍ଗତ ୩୧ଟି ରାସ୍ତା ଫାଟ ମଧ୍ୟରୁ ୧୫ଟି ବନ୍ଦ ହୋଇସାରିଥିବାବେଳେ ୧୬ଟି ନିର୍ମାଣାଧୀନ ଅଛି। ୩ଟି ବ୍ଲକର ୭ଟି କ୍ଷତିଗ୍ରସ୍ତ ରାସ୍ତାର ମରାମତି ସମ୍ପୂର୍ଣ୍ଣ ହୋଇଛି ଏବଂ ୩୧ଟି ର କାମ ଚାଲିଛି।

ରାୟଗଡ଼ା ଜିଲ୍ଲାର ଗୁଣୁପୁରରେ ଭୂସ୍ଖଳନ ଯୋଗୁଁ ରାସ୍ତା ଉପରେ ୧୫ଟି ସ୍ଥାନରେ ଜମିଥିବା ଆବର୍ଜନା ଓ ମାଟି ବାଧକକୁ ସଫା କରାଯାଇଛି। “ଅର୍ଣ୍ଣବ’ ବାତ୍ୟା ଏବଂ ଏହାପରବର୍ତ୍ତୀ ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ପାଇଁ ଟିପିଏସଓଡିଏଲ୍ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଛି। ବୌଦ୍ଧ, ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର ,ଗଞ୍ଜାମ, କନ୍ଧମାଳ, ଗଜପତି ଏବଂ କୋରାପୁଟ ଜିଲ୍ଲାରେ ମଧ୍ୟ ପୁନରୁଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ବାକିଥିବା ସ୍ଥାନଗୁଡ଼ିକରେ କାମ ଶୀଘ୍ର ଶେଷ କରିବା ପାଇଁ ଟିମଗୁଡ଼ିକ ନିୟୋଜିତ ଅଛନ୍ତି। ଗଞ୍ଜାମ, ଗଜପତି ଏବଂ କନ୍ଧମାଳର ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୪୫,୭୨୨ ଟି ନଳକୂପ ପ୍ରଭାବିତ ହୋଇଥିଲା। ଏହା ମଧ୍ୟରୁ ୪,୪୭୫ ପୁନରୁଦ୍ଧାର ଏବଂ ବିଶୋଧନ କରାଯାଇଛି । ଏହି ଜିଲ୍ଲାଗୁଡ଼ିକରେ ପ୍ରଭାବିତ ୩୯୩ ଟି ଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୨୪୭ ପୁନରୁଦ୍ଧାର କରାଯାଇଛି ଏବଂ ୨୬୫ ଟି ବିଶୋଧନ କରାଯାଇଛି । ୨୩୫ ଟି ଜଳ ଟ୍ୟାଙ୍କର୍‌, ୮୦ ଟି ଟ୍ରାକ୍ଟର ମାଉଣ୍ଟେଡ୍ ସିଣ୍ଟେକ୍ସ ଟାଙ୍କି ଏବଂ ୮୪ ଟି ଡି.ଜି. ସେଟ୍ ମୁତୟନ କରାଯାଇଛି। ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାରେ ୯ ଟି ମୋବାଇଲ୍ ଟ୍ରିଟମେଣ୍ଟ ୟୁନିଟ୍ ମଧ୍ୟ ମୁତୟନ କରାଯାଇଛି। ୪,୨୨,୩୦୦ ପ୍ୟାକ୍ କରାଯାଇଥିବା ଜଳ ବୋତଲ ଏବଂ ୩,୧୮,୫୦୦ ଜଳ ପାଉଚ୍ ବଣ୍ଟନ କରାଯାଇଛି। ବ୍ରହ୍ମପୁର ମହାନଗର ନିଗମ ପାଇଁ ୨୩ ଟି ଏବଂ ଆସିକା ପୌରପାଳିକା ପାଇଁ ୭ ଟି ଜଳ ଟ୍ୟାଙ୍କର୍ ମୁତୟନ କରାଯାଇଛି ।

ଏହାସହ ବ୍ରହ୍ମପୁର ମହାନଗର ନିଗମ ୨ ଟି ମୋବାଇଲ୍ ଜଳ ବିଶୋଧନ ୟୁନିଟ୍ ମଧ୍ୟ ମୁତୟନ କରାଯାଇଛି। ସମସ୍ତ ଜଳାଶୟର ବିଶୋଧନ କାର୍ଯ୍ୟ ଜାରି ରହିଛି। ଡାଏରିଆ, ମଲେରିଆ, ଡେଙ୍ଗୁ ଭଳି ରୋଗର ମୁକାବିଲା ପାଇଁ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ‘ରାପିଡ୍ ରେସପନ୍ସ ଟିମ୍‌’ ଏବଂ ମୋବାଇଲ୍ ହେଲ୍ଥ ଟିମ୍ ନିୟୋଜିତ କରାଯାଇଛି। ଆସୁଥିବା ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ୩୨ଟି ଓଡ୍ରାଫ୍ ଏବଂ ୩ଟି ଏନଡିଆରଏଫ୍ ଟିମ୍ (ମୋଟ ୩୫ଟି ଟିମ୍‌) ମୁତୟନ ଅଛନ୍ତି।

ସମ୍ଭାବ୍ୟ ବାତ୍ୟା ସ୍ୱତନ୍ତ୍ର ରିଲିଫ୍‌ କମିଶନର
Share. Facebook Twitter LinkedIn Email WhatsApp Copy Link

Related Posts

ଆନ୍ଧ୍ରରେ ‘ମୁରାସୁ’ର ଲ୍ୟାଣ୍ଡଫଲ୍‌, ଓଡ଼ିଶାରେ ଢାଳିବ

November 2, 2026

ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ରହୁଛି ଭାରତୀୟଙ୍କ ହସ୍ତକ୍ଷେପ

November 2, 2026

ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

November 2, 2026

ପ୍ରଖ୍ୟାତ ଡାକ୍ତର ପଦ୍ମଶ୍ରୀ ଅଶୋକ ମହାପାତ୍ରଙ୍କ ପରଲୋକ, ଦିଲ୍ଲୀ ଏମସ୍ ରେ ହେଉଥିଲା ଚିକିତ୍ସା

November 2, 2026
Latest News

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ

November 2, 2026

ଆନ୍ଧ୍ରରେ ‘ମୁରାସୁ’ର ଲ୍ୟାଣ୍ଡଫଲ୍‌, ଓଡ଼ିଶାରେ ଢାଳିବ

November 2, 2026

JNU ଯୌନ ନିର୍ଯାତନା ମାମଲାରେ ନୂଆ ମୋଡ଼, କଂଗ୍ରେସ ସାଂସଦଙ୍କ ବହିଷ୍କାର ଉପରେ ରୋକ୍

November 2, 2026

ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ରହୁଛି ଭାରତୀୟଙ୍କ ହସ୍ତକ୍ଷେପ

November 2, 2026

ଗୋଟିଏ ପଟେ ରାହୁଲଙ୍କ ଚ୍ୟାଲେଞ୍ଜ, ଅନ୍ୟପଟେ ଶାହଙ୍କ ଆକ୍ରମଣ; କାହାର ପଲ୍ଲା ଭାରୀ?

November 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.