Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ବିଶ୍ୱ ରେକର୍ଡ଼ଧାରୀ ଓଡ଼ିଆପୁଅ ସଚିନ

ଭୁବନେଶ୍ୱର: ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ପାଞ୍ଚକେଜି ଏଙ୍କେଲ ୱେଟ୍ ବାନ୍ଧି ତିନି ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକ କରି ପୂର୍ବରୁ ପାକିସ୍ତାନର ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦଙ୍କ ନାମରେ ଥିବା ୧୭୮ନିଷ୍ଟାଇକକୁ ଭାଙ୍ଗି ୨୦୪ ଆଣ୍ଠୁ ପ୍ରଘାତ କରି ନୂତନ ଗିନିଜ୍ ବୁକ୍ ରେକର୍ଡ଼ ସ୍ଥାପନ କରିଛନ୍ତି। ତାଙ୍କର ଏହି କୃତିତ୍ୱ ପାଇ ସାରା ଓଡ଼ିଶାର କୋଣ ଅନୁକୋଣରୁ ସଚିନଙ୍କ ପାଖକୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଥିଲା ବେଳେ ଓଡ଼ିଶାର ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସଚିନ ବେହେରାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରାଜଭବନରେ ସଚିନଙ୍କୁ ଭେଟି ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମ୍ବର୍ଦ୍ଧିତ କରି ଗିନିଜବୁକ୍ ସାର୍ଟିଫିକେଟ ପ୍ରଦାନ କରିଥିଲେ। ଏଥିସହିତ କ୍ରୀଡ଼ା ପାଇଁ ସଚିନଙ୍କୁ ସବୁପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଗଣେଶୀଲାଲ କହିଥିଲେ ଯେ, କ୍ରୀଡ଼ା କ୍ଷେତ୍ରରେ ସଚିନ ଯେଭଳି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଛନ୍ତି, ଆଜିର ଯୁବ ଖେଳାଳୀମାନେ ସଚିନଙ୍କ ପରି ନିଷ୍ଠା ଓ ପରିଶ୍ରମ କରିପାରିଲେ, ସଚିନଙ୍କ ଭଳି ଅନେକ ପ୍ରତିଭା ଓଡ଼ିଶା ପାଇଁ ଗୌରବ ଆଣିପାରିବେ। ରାଜ୍ୟପାଳଙ୍କ ଠାରୁ ସମ୍ବର୍ଦ୍ଧିତ ହେବା ପରେ ସଚିନ ଭବିଷ୍ୟତରେ ଆହୁରି ଅନେକ ବିଶ୍ୱ ରେକର୍ଡ଼ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି।

ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ଲରକା ଗ୍ରାମର ପିତା ଲକ୍ଷ୍ମୀପ୍ରସାଦ ବେହେରା ଏବଂ ଆରତୀ ବେହେରାଙ୍କ ପୁତ୍ର ସଚିନ ବେହେରା ବର୍ତ୍ତମାନ ହାଇଟେକ କଲେଜ ଅଫ ଫିଜିଓଥେରାପିରେ ଇଣ୍ଟର୍ଣ୍ଣସିପ୍ କରୁଛନ୍ତି। ପିଲାଟି ବେଳରୁ ପାଠ ପଢିବା ସମୟରେ ଖେଳ ପ୍ରତି ରଚି ରଖିଥିଲେ। ଏଥିପାଇଁ ପିତାମାତା ସଚିନକୁ ପ୍ରୋତ୍ସାହନ ଦେଇ ଆସୁଥିଲେ। ତେଣୁ ସଚିନ ଖେଳରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରୁଥିଲେ। ପ୍ରଥମେ ସେ ୧୦୦ ମିଟର ଧାବକ ଭାବରେ ପରିିଚିତ ଥିଲେ।

ଖାଲି ସେତିକି ନୁହେଁ ସଚିନଙ୍କ ଇଚ୍ଛା ଥିଲା ସେ ଆଣ୍ଠୁ ପ୍ରଘାତରେ ବିଶ୍ୱରେକର୍ଡ଼ କରି ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣିବେ। ସେଥିପାଇଁ ସଚିନ ଦିନକୁ ୧୦ଘଣ୍ଟାର କଠିନ ପରିଶ୍ରମ କରୁଥିଲେ ଏବଂ ଦୀର୍ଘ ଚାରିମାସ କାଳ ଅକ୍ଲାନ୍ତ ପରିଶ୍ରମ କରି ନିଜ ନାମ ଗିନିଜ ବୁକରେ ଲିପିବଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ । ଆଜି ତାଙ୍କ ସ୍ୱପ୍ନ ପୂରଣ ହୋଇଥିବାରୁ ସଚିନ ତାଙ୍କ ସଫଳତା ପାଇଁ ପିତାମାତାଙ୍କ ସମେତ ପ୍ରଶିକ୍ଷକମାନଙ୍କୁ ସବୁ ଶ୍ରେୟ ଦେଇଛନ୍ତି।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଗିନିଜ ରେକର୍ଡ଼ଧାରୀ ଓଡ଼ିଆପୁଅ ସଚିନଙ୍କୁ ସମ୍ବର୍ଦ୍ଧିତ କଲେ କ୍ରିଡ଼ାମନ୍ତ୍ରୀ ତୁଷାରକାନ୍ତି

ଭୁବନେଶ୍ୱର: ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ପାଞ୍ଚକେଜି ଏଙ୍କେଲ ୱେଟ୍ ବାନ୍ଧି ତିନି ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକ କରି ପୂର୍ବରୁ ପାକିସ୍ତାନର ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦଙ୍କ ନାମରେ ଥିବା ୧୭୮ନିଷ୍ଟାଇକକୁ ଭାଙ୍ଗି ୨୦୪ ଆଣ୍ଠୁ ପ୍ରଘାତ କରି ନୂତନ ଗିନିଜ୍ ବୁକ୍ ରେକର୍ଡ଼ ସ୍ଥାପନ କରିଛନ୍ତି। ତାଙ୍କର ଏହି କୃତିତ୍ୱ ପାଇ ସାରା ଓଡ଼ିଶାର କୋଣ ଅନୁକୋଣରୁ ସଚିନଙ୍କ ପାଖକୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଥିଲା ବେଳେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସଚିନଙ୍କୁ ଭେଟି ତାଙ୍କ କୃତିତ୍ୱ ପାଇଁ ଶୁଭେଚ୍ଛା ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି।

ଗତକାଲି କ୍ରୀଡ଼ାମନ୍ତ୍ରୀଙ୍କ ସରକାରୀ ବାସଭବନରେ ସଚିନଙ୍କୁ ଭେଟି, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ପାଇଁ ଗୌରବ ଆଣିଥିବାରୁ ସଚିନଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରି ଆଗକୁ ଏହାକୁ ଜାରି ରଖିବାକୁ ପରାମର୍ଶ ଦେବା ସହିତ, ଆହୁରି ଅନେକ ବିଶ୍ୱ ରେକର୍ଡ଼ର ଅଧିକାରୀ ହେବାକୁ ଉତ୍ସାହିତ କରିଥିଲେ। ମନ୍ତ୍ରୀଙ୍କ ଠାରୁ ପ୍ରତିଶ୍ରୁତି ପାଇ ସଚିନ ଆଗକୁ ଓଡ଼ିଶା ପାଇଁ ଆହୁରି ସଫଳତା ଆଣି ଦେବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।

ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ଲରକା ଗ୍ରାମର ପିତା ଲକ୍ଷ୍ମୀପ୍ରସାଦ ବେହେରା ଏବଂ ଆରତୀ ବେହେରାଙ୍କ ପୁତ୍ର ସଚିନ ବେହେରା ପିଲାଟି ବେଳରୁ ପାଠ ପଢିବା ସମୟରେ ଖେଳ ପ୍ରତି ରଚି ରଖିଥିଲେ। ଏଥିପାଇଁ ପିତାମାତା ସଚିନକୁ ପ୍ରୋତ୍ସାହନ ଦେଇ ଆସୁଥିଲେ। ତେଣୁ ସଚିନ ଖେଳରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରୁଥିଲେ।

ପ୍ରଥମେ ସେ ୧୦୦ ମିଟର ଧାବକ ଭାବରେ ପରିିଚିତ ଥିଲେ। ଖାଲି ସେତିକି ନୁହେଁ ସଚିନଙ୍କ ଇଚ୍ଛା ଥିଲା ସେ ଆଣ୍ଠୁ ପ୍ରଘାତରେ ବିଶ୍ୱରେକର୍ଡ଼ କରି ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣିବେ। ସେଥିପାଇଁ ସଚିନ ଦିନକୁ ୧୦ଘଣ୍ଟାର କଠିନ ପରିଶ୍ରମ କରୁଥିଲେ ଏବଂ ଦୀର୍ଘ ଚାରିମାସ କାଳ ଅକ୍ଲାନ୍ତ ପରିଶ୍ରମ କରି ନିଜ ନାମ ଗିନିଜ ବୁକରେ ଲିପିବଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ। ଆଜି ତାଙ୍କ ସ୍ୱପ୍ନ ପୂରଣ ହୋଇଥିବାରୁ ସଚିନ ତାଙ୍କ ସଫଳତା ପାଇଁ ପିତାମାତାଙ୍କ ସମେତ ପ୍ରଶିକ୍ଷକମାନଙ୍କୁ ସବୁ ଶ୍ରେୟ ଦେଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ପାକିସ୍ତାନ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଓଡ଼ିଆ ପୁଅ ସଚିନ ବେହେରା

ଭୁବନେଶ୍ୱର: ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ଆଉ ଏକ ଗିନିଜ ବିଶ୍ୱ କୀର୍ତ୍ତିମାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପୂର୍ବରୁ ଗୋଟିଏ ମିନିଟ୍ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକରେ ଗିନିଜ ବୁକ୍ ଅଫ୍ ୱାଲର୍ଡ଼ ରେକର୍ଡ଼ରେ ନିଜର ନାମକୁ ଲିପିବଦ୍ଧ କରିଥିବା ନୂଆପଡ଼ାର ଏହି ଦୁଃସାହସିକ କ୍ରୀଡ଼ାବିତ ଏବେ ପାଞ୍ଚକେଜି ଏଙ୍କେଲ ୱେଟ୍ ବାନ୍ଧି ଗୋଟିଏ ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକ କରିବେ। ପୂର୍ବରୁ ପାକିସ୍ତାନର ମହମ୍ମଦ ରସିଦ୍‌ଙ୍କ ନାମରେ ୧୦୦ ନିଷ୍ଟାଇକ କରି ଗିନିଜ ରେକର୍ଡ଼ରେ ସ୍ଥାନ ପାଇଛନ୍ତି। ଜଣେ ଓଡ଼ିଆ ପୁଅ ହିସାବରେ ସଚିନ ପାକିସ୍ତାନର ମହମ୍ମଦ ରସିଦଙ୍କ ରେକର୍ଡ଼ ଭାଙ୍ଗିବା ପାଇଁ ଆଶାବାଦୀ ଅଛନ୍ତି।

ସୂଚନାଯୋଗ୍ୟ ଯେ, ସଚିନ ବେହେରା ପୂର୍ବରୁ ଗିନିଜ ବିଶ୍ୱରେକର୍ଡ଼ର ଅଧିକାରୀ ହୋଇପାରିଛନ୍ତି। ସଚିନ ହେଉଛନ୍ତି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଲରକା ଗ୍ରାମର ଲକ୍ଷ୍ମୀପ୍ରସାଦ ବେହେରା ଓ ଆରତୀ ବେହେରାଙ୍କ ପୁତ୍ର। ନିଜର ଦ୍ୱିତୀୟ ଗିନିଜ ବିଶ୍ୱ କୀର୍ତ୍ତମାନ ଲାଗି ଗତ ୧୫ ତାରିଖରେ ଅନୁମତି ପାଇଥିଲେ ସଚିନ ଏବଂ ଚଳିତ ଜାନୁୟାରୀମାସ ୩୦ ତାରିଖରେ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିରରେ ଏହି ରେକର୍ଡ଼ ଭାଙ୍ଗି ଗିନିଜ ବୁକ ଅଫ ୱାଲର୍ଡ଼ରେ ନିଜ ନାମ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ପ୍ରତିକ୍ଷିତ କାର୍ଯ୍ୟକ୍ରମ ଏକ୍ସପୋର୍ଟ ଉଇଟିନେସ୍ ଭାବରେ ସୌମ୍ୟରଞ୍ଜନ ଦାଶ, ଟାଇମ କିପରି ଭାବରେ କ୍ରୀଡ଼ାବିତ ସସ୍ମିତା ରାଉତରାୟ, ଗଜେନ୍ଦ୍ର ବାରିକ ଦାୟିତ୍ୱ ତୁଲାଇବେ।

ସଚିନ ସାମରିକ କଳାରେ ରୁଚି ରଖିଥିବା ସହିତ ଭୁବନେଶ୍ୱରଠାରେ ଥିବା ହାଇଟେକ କଲେଜ ଅଫ୍ ଫିଜିଓଥେରାପିରେ ଇଣ୍ଟନସିପ୍ କରୁଛନ୍ତି। ଏହା ସହ ଆସନ୍ତା ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍‌ରେ ୧୦୦ ମିଟର ଦୌଡ଼ରେ ଭାଗ ନେବାକୁ ସଚିନ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେ ପ୍ରତିଦିନ ଗୁରୁପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଅଭ୍ୟାସ କରୁଥିବା ପ୍ରକାଶ କରିଛନ୍ତି।