Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାକିସ୍ତାନ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଓଡ଼ିଆ ପୁଅ ସଚିନ ବେହେରା
ଆଜିର ଖବର

ପାକିସ୍ତାନ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଓଡ଼ିଆ ପୁଅ ସଚିନ ବେହେରା

January 29, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ଆଉ ଏକ ଗିନିଜ ବିଶ୍ୱ କୀର୍ତ୍ତିମାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପୂର୍ବରୁ ଗୋଟିଏ ମିନିଟ୍ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକରେ ଗିନିଜ ବୁକ୍ ଅଫ୍ ୱାଲର୍ଡ଼ ରେକର୍ଡ଼ରେ ନିଜର ନାମକୁ ଲିପିବଦ୍ଧ କରିଥିବା ନୂଆପଡ଼ାର ଏହି ଦୁଃସାହସିକ କ୍ରୀଡ଼ାବିତ ଏବେ ପାଞ୍ଚକେଜି ଏଙ୍କେଲ ୱେଟ୍ ବାନ୍ଧି ଗୋଟିଏ ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକ କରିବେ। ପୂର୍ବରୁ ପାକିସ୍ତାନର ମହମ୍ମଦ ରସିଦ୍‌ଙ୍କ ନାମରେ ୧୦୦ ନିଷ୍ଟାଇକ କରି ଗିନିଜ ରେକର୍ଡ଼ରେ ସ୍ଥାନ ପାଇଛନ୍ତି। ଜଣେ ଓଡ଼ିଆ ପୁଅ ହିସାବରେ ସଚିନ ପାକିସ୍ତାନର ମହମ୍ମଦ ରସିଦଙ୍କ ରେକର୍ଡ଼ ଭାଙ୍ଗିବା ପାଇଁ ଆଶାବାଦୀ ଅଛନ୍ତି।

ସୂଚନାଯୋଗ୍ୟ ଯେ, ସଚିନ ବେହେରା ପୂର୍ବରୁ ଗିନିଜ ବିଶ୍ୱରେକର୍ଡ଼ର ଅଧିକାରୀ ହୋଇପାରିଛନ୍ତି। ସଚିନ ହେଉଛନ୍ତି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଲରକା ଗ୍ରାମର ଲକ୍ଷ୍ମୀପ୍ରସାଦ ବେହେରା ଓ ଆରତୀ ବେହେରାଙ୍କ ପୁତ୍ର। ନିଜର ଦ୍ୱିତୀୟ ଗିନିଜ ବିଶ୍ୱ କୀର୍ତ୍ତମାନ ଲାଗି ଗତ ୧୫ ତାରିଖରେ ଅନୁମତି ପାଇଥିଲେ ସଚିନ ଏବଂ ଚଳିତ ଜାନୁୟାରୀମାସ ୩୦ ତାରିଖରେ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିରରେ ଏହି ରେକର୍ଡ଼ ଭାଙ୍ଗି ଗିନିଜ ବୁକ ଅଫ ୱାଲର୍ଡ଼ରେ ନିଜ ନାମ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ପ୍ରତିକ୍ଷିତ କାର୍ଯ୍ୟକ୍ରମ ଏକ୍ସପୋର୍ଟ ଉଇଟିନେସ୍ ଭାବରେ ସୌମ୍ୟରଞ୍ଜନ ଦାଶ, ଟାଇମ କିପରି ଭାବରେ କ୍ରୀଡ଼ାବିତ ସସ୍ମିତା ରାଉତରାୟ, ଗଜେନ୍ଦ୍ର ବାରିକ ଦାୟିତ୍ୱ ତୁଲାଇବେ।

ସଚିନ ସାମରିକ କଳାରେ ରୁଚି ରଖିଥିବା ସହିତ ଭୁବନେଶ୍ୱରଠାରେ ଥିବା ହାଇଟେକ କଲେଜ ଅଫ୍ ଫିଜିଓଥେରାପିରେ ଇଣ୍ଟନସିପ୍ କରୁଛନ୍ତି। ଏହା ସହ ଆସନ୍ତା ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍‌ରେ ୧୦୦ ମିଟର ଦୌଡ଼ରେ ଭାଗ ନେବାକୁ ସଚିନ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେ ପ୍ରତିଦିନ ଗୁରୁପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଅଭ୍ୟାସ କରୁଥିବା ପ୍ରକାଶ କରିଛନ୍ତି।

ନିଷ୍ଟାଇକର ପାକିସ୍ତାନ ସଚିନ ବେହେରା
Share. Facebook Twitter LinkedIn Email WhatsApp Copy Link

Related Posts

ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ବିଜେପି ରେ ଯୋଗଦେଲେ ଅନେକ ବିଜେଡି କର୍ମକର୍ତ୍ତା

August 24, 2026

ଆଜି ଜାରି ହେବ ନାହିଁ NEET PG 2026 ଆଡମିଟ୍ କାର୍ଡ: ବଦଳିଲା ତାରିଖ

August 24, 2026

ପ୍ରତିଷ୍ଠିତ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନାଙ୍କ ପରଲୋକ

August 24, 2026

ଦେବୋତ୍ତର ଆଇନ ୧୯୫୧ରେ ଆବଶ୍ୟକ ସଂଶୋଧନ ନେଇ ଉଚ୍ଚସ୍ତରୀୟ ବୈଠକ

August 24, 2026
Latest News

ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ବିଜେପି ରେ ଯୋଗଦେଲେ ଅନେକ ବିଜେଡି କର୍ମକର୍ତ୍ତା

August 24, 2026

ଆଜି ଜାରି ହେବ ନାହିଁ NEET PG 2026 ଆଡମିଟ୍ କାର୍ଡ: ବଦଳିଲା ତାରିଖ

August 24, 2026

ପ୍ରତିଷ୍ଠିତ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନାଙ୍କ ପରଲୋକ

August 24, 2026

ଦେବୋତ୍ତର ଆଇନ ୧୯୫୧ରେ ଆବଶ୍ୟକ ସଂଶୋଧନ ନେଇ ଉଚ୍ଚସ୍ତରୀୟ ବୈଠକ

August 24, 2026

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.