Categories
ଆଜିର ଖବର ରାଜ୍ୟ ଖବର

କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି

ଭୁବନେଶ୍ଵର: ଓଡ଼ିଶାର କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ଦାରିଙ୍ଗିବାଡ଼ି ଘାଟ ସେକ୍ସନ୍‌ର ପ୍ରଶସ୍ତିକରଣ ଓ ସୁଦୃଢ଼ିକରଣ ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ୨୬.୯୬ କିଲୋମିଟର ଲମ୍ବା ଏହି ରାଜପଥର ପ୍ରଶସ୍ତିକରଣ ପାଇଁ ୨୦୨୩-୨୪ ବାର୍ଷିକ ଯୋଜନାରେ ୭୧୮.୨୬ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ନେଇ ଏକ୍ସ ପୋଷ୍ଟ ମାଧ୍ୟମରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ସୂଚନା ଦେଇଛନ୍ତି।

ଶ୍ରୀ ଗଡ଼କରୀ କହିଛନ୍ତି, ଦାରିଙ୍ଗିବାଡ଼ି ଘାଟ ସେକ୍ସନ ବର୍ତ୍ତମାନ ଏକ ସଂକୀର୍ଣ୍ଣ ଚଳାଚଳ ମାର୍ଗ ଏବଂ ଖରାପ ମାନର ଜ୍ୟାମିତିକ ଆକାର ଯୋଗୁ ଗାଡ଼ି ଚଳାଚଳରେ ବିଭିନ୍ନ ବାଧା ସୃଷ୍ଟି କରୁଛି। ଏହି କାରଣରୁ ପଶ୍ଚିମ ଓଡ଼ିଶାରୁ ଆସୁଥିବା ଲମ୍ବା ଦୂରଗାମୀ ବାହନଗୁଡ଼ିକୁ ୫୯ ନମ୍ବର ଜାତୀୟ ରାଜପଥକୁ ଏଡ଼ାଇବାକୁ ହେଉଛି । ବିଶେଷ କରି ଶୀତଦିନେ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ଦୃଷ୍ଟିରେ ରଖି ଏହି ରାସ୍ତାକୁ ବଢ଼ାଇବା ଦ୍ୱାରା ରାଜପଥର ମାନ ବୃଦ୍ଧି ପାଇବ, ନିରାପତ୍ତା ସୁଦୃଢ଼ ହେବ ଏବଂ ୫୯ ନମ୍ବର ଜାତୀୟ ରାଜପଥରେ ସମସ୍ତ ପାଣିପାଗରେ ଯୋଗାଯୋଗ ସୁନିଶ୍ଚିତ ହେବ।

Categories
ବିଶେଷ ଖବର

ଭାରତ ନୂଆ କାର୍ ମୂଲ୍ୟାୟନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ନୀତୀନ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଆଜି ନୂଆଦିଲ୍ଲୀ ଠାରେ ଭାରତ ନୂତନ କାର୍ ମୂଲ୍ୟାୟନ କାର୍ଯ୍ୟକ୍ରମ (ଭାରତ ଏନସିଏପି)ର ଶୁଭାରମ୍ଭ କରିଛନ୍ତି। ଭାରତରେ ୩.୫ ଟନ୍ ଓଜନ ବିଶିଷ୍ଟ ଯାନର ସୁରକ୍ଷା ମାନ ବୃଦ୍ଧି କରି ସଡ଼କ ନିରାପତ୍ତା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଭାରତ ଏନସିଏପି ଶୁଭାରମ୍ଭ ସମାରୋହକୁ ସମ୍ବୋଧିତ କରି ସେ କହିଥିଲେ ଯେ, ସୁରକ୍ଷିତ କାର୍ କିଣିବା ପାଇଁ ଶ୍ରେଷ୍ଠ ବାହନ ଚୟନ କରିବାରେ ସକ୍ଷମ ହେବା ପାଇଁ ଗ୍ରାହକମାନଙ୍କୁ ସଶକ୍ତ କରିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ।

ଶ୍ରୀ ଗଡ଼କରୀ କହିଛନ୍ତି ଯେ, ଭାରତ ଏନସିଏପି ଭାରତରେ ଯାନର ନିରାପତ୍ତା ଏବଂ ଗୁଣବତ୍ତାକୁ ମଧ୍ୟ ବ୍ୟାପକ ପ୍ରୋତ୍ସାହିତ କରିବ ଏବଂ ଏହା ସହିତ ସୁରକ୍ଷିତ ଯାନ ନିର୍ମାଣ ପାଇଁ ମୂଳ ସରଞ୍ଜାମ ନିର୍ମାତା ଓଇଏମଗୁଡ଼ିକ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବ। ସେ କହିଛନ୍ତି ଯେ ଭାରତ ଏନସିଏପି ଏବଂ ଏଆଇଏସ -୧୯୭ ଅଧୀନରେ ନୂତନ ସୁରକ୍ଷା ବ୍ୟବସ୍ଥା ଉତ୍ପାଦକ ଏବଂ ଉପଭୋକ୍ତା ଉଭୟଙ୍କ ପାଇଁ ଅନୁକୂଳ ଏବଂ ସାଧାରଣ ନାଗରିକଙ୍କ ଜୀବନକୁ ସୁରକ୍ଷିତ ରଖିବା ଏବଂ ଆମର ଅଟୋମୋବାଇଲ ଶିଳ୍ପକୁ ବିଶ୍ୱର ଏକ ନମ୍ବର ବାହନ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଏହି କାର୍ଯ୍ୟକ୍ରମ ୩.୫ ଟନ୍ ଜିଭିଡବ୍ଲୁରୁ କମ୍ ଏମ୧ ବର୍ଗର ଅନୁମୋଦିତ ମୋଟର ଯାନ ପାଇଁ ପ୍ରଯୁଜ୍ୟ। ଏହା ଏକ ସ୍ୱେଚ୍ଛାକୃତ କାର୍ଯ୍ୟକ୍ରମ ଯେଉଁଥିରେ ଦିଆଯାଇଥିବା ମଡେଲର ବେସ୍ ଭାରିଏଣ୍ଟ ପରୀକ୍ଷା କରାଯିବ।

ଏହି କାର୍ଯ୍ୟକ୍ରମ ୧ ଅକ୍ଟୋବର ୨୦୨୩ରୁ ଆରମ୍ଭ ହେବ ଏବଂ ଅଟୋମୋଟିଭ୍ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ (ଏଆଇଏସ୍) ୧୯୭ ଉପରେ ଆଧାରିତ ହେବ। ପ୍ରତିଯୋଗିତାମୂଳକ ନିରାପତ୍ତା ବୃଦ୍ଧିର ଇକୋସିଷ୍ଟମ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଯାହାକି ଉପଭୋକ୍ତାଙ୍କ ମଧ୍ୟରେ ବାହନ ସୁରକ୍ଷାକୁ ନେଇ ସଚେତନତା ବୃଦ୍ଧି କରିବ।ଗ୍ରାହକମାନେ ଦୁର୍ଘଟଣା ପରୀକ୍ଷା ସ୍ଥିତିକୁ ଆଧାର କରି ଯାନର କାର୍ଯ୍ୟଦକ୍ଷତା ଉପରେ ତୁଳନାତ୍ମକ ଆକଳନ କରି ଏକ ସଚେତନ ନିଷ୍ପତ୍ତି ନେଇପାରିବେ।

ଏନସିଏପି କାର୍ଯ୍ୟକ୍ରମ ବିଶ୍ୱସ୍ତରୀୟ ନିରାପତ୍ତା ମାନ ଥିବା ଯାନ ନିର୍ମାଣ ପାଇଁ ଓଇଏମମାନଙ୍କ ପାଇଁ ସୁଯୋଗ ଆଣିଛି। ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରୋଡ୍ ଟ୍ରାନ୍ସପୋର୍ଟ (ସିଆଇଆରଟି) ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରାଯିବ। ଭାରତ ଏନସିଏପି କାର୍ଯ୍ୟକ୍ରମ ଅଂଶୀଦାରଙ୍କ ପରାମର୍ଶକୁ ଆଧାର କରି ବିକଶିତ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଯାତ୍ରୀବାହୀ କାରରେ ବାଧ୍ୟତାମୂଳକ ହେବ ୬ଟି ଏୟାରବ୍ୟାଗ: ଆସନ୍ତା ବର୍ଷ ଅକ୍ଟୋବର ପହିଲାରୁ ଲାଗୁ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏକାଧିକ ଟୁଇଟ୍ ଜରିଆରେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ମୂଲ୍ୟ ବର୍ଗ ଏବଂ ସବୁ ପ୍ରକାରର ମୋଟର ଗାଡ଼ିରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା।

ଶ୍ରୀ ଗଡ଼କରୀ ଆହୁରି କହିଛନ୍ତି ଯେ ଅଟୋ ଉଦ୍ୟୋଗ ଆଗରେ ଏବେ ବର୍ତ୍ତମାନର ବିଶ୍ବ ଯୋଗାଣ ଶୃଙ୍ଖଳାର ସଙ୍କଟ ଦେଖା ଦେଇଛି। ଏଥିସହିତ ମାଇକ୍ରୋ ଇକୋନୋମିକ ପରିଦୃଶ୍ୟକୁ ଧ୍ୟାନରେ ରଖି ୬ଟି ଏୟାରବ୍ୟାଗକୁ ବାଧ୍ୟତାମୂଳକ କରିବା ଲାଗି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୧ ଅକ୍ଟୋବର ୨୦୨୩ ଠାରୁ ଏମ-ୱାନ୍‌ ଶ୍ରେଣୀର ସବୁ ଯାତ୍ରୀ ବାହୀ କାରରେ ଅତିକମରେ ୬ଟି ଏୟାର ବ୍ୟାଗ ଲଗାଇବା ବାଧ୍ୟତାମୂଳକ ହେବ।

ଏଥିପୂର୍ବରୁ ପଛରୁ ଧକ୍କା ହେବା କ୍ଷେତ୍ରରେ ଗାଡ଼ିରେ ଥିବା ଯାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ରୀୟ ମୋଟର ଯାନ ନିୟମ (ସିଏମଭିଆର), ୧୯୮୯ରେ ସଂଶୋଧନ କରାଯାଇଥିଲା। ଏଥିରେ ସୁରକ୍ଷା ଉପାୟକୁ ବଢ଼ାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏ ସମ୍ପର୍କରେ ୧୪ ଜାନୁଆରୀ ୨୦୨୨ରେ ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯାଇଥିଲା। ଯେଉଁଥିରେ ୦୧ ଅକ୍ଟୋବର ୨୦୨୨ ପରେ ନିର୍ମିତ ସବୁ ଏମ-ୱାନ୍‌ ଶ୍ରେଣୀର ଗାଡ଼ିରେ ଭିତର ଦୁଇ ପାର୍ଶ୍ବ ଏବଂ ଦୁଇ ସାଇଡରୁ ଖୋଲୁଥିବା ଏୟାର ବ୍ୟାଗ ଫିଟ୍‌ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏଥିରେ ସାମ୍ନାକୁ ମୁହଁ କରି ଆଗ ସିଟରେ ବସୁଥିବା ଯାତ୍ରୀଙ୍କ ପାଇଁ ଏୟାରବ୍ୟାଗ ଲଗାଇବାକୁ ପ୍ରସ୍ତାବ ଦିଆଯାଇଥିଲା। ସେହିପରି ପଛ ସିଟରେ ବସୁଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ଗାଡ଼ି ଭିତରେ ଦୁଇ ପାର୍ଶ୍ବରୁ ଖୋଲୁଥିବା ପରଦା/ଟ୍ୟୁବ ଆକାରର ଏୟାର ବ୍ୟାଗ ଲଗାଇବା ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରହିଥିଲା।