Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତ ନୂଆ କାର୍ ମୂଲ୍ୟାୟନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ନୀତୀନ ଗଡକରୀ
ବିଶେଷ ଖବର

ଭାରତ ନୂଆ କାର୍ ମୂଲ୍ୟାୟନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ନୀତୀନ ଗଡକରୀ

August 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଆଜି ନୂଆଦିଲ୍ଲୀ ଠାରେ ଭାରତ ନୂତନ କାର୍ ମୂଲ୍ୟାୟନ କାର୍ଯ୍ୟକ୍ରମ (ଭାରତ ଏନସିଏପି)ର ଶୁଭାରମ୍ଭ କରିଛନ୍ତି। ଭାରତରେ ୩.୫ ଟନ୍ ଓଜନ ବିଶିଷ୍ଟ ଯାନର ସୁରକ୍ଷା ମାନ ବୃଦ୍ଧି କରି ସଡ଼କ ନିରାପତ୍ତା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଭାରତ ଏନସିଏପି ଶୁଭାରମ୍ଭ ସମାରୋହକୁ ସମ୍ବୋଧିତ କରି ସେ କହିଥିଲେ ଯେ, ସୁରକ୍ଷିତ କାର୍ କିଣିବା ପାଇଁ ଶ୍ରେଷ୍ଠ ବାହନ ଚୟନ କରିବାରେ ସକ୍ଷମ ହେବା ପାଇଁ ଗ୍ରାହକମାନଙ୍କୁ ସଶକ୍ତ କରିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ।

ଶ୍ରୀ ଗଡ଼କରୀ କହିଛନ୍ତି ଯେ, ଭାରତ ଏନସିଏପି ଭାରତରେ ଯାନର ନିରାପତ୍ତା ଏବଂ ଗୁଣବତ୍ତାକୁ ମଧ୍ୟ ବ୍ୟାପକ ପ୍ରୋତ୍ସାହିତ କରିବ ଏବଂ ଏହା ସହିତ ସୁରକ୍ଷିତ ଯାନ ନିର୍ମାଣ ପାଇଁ ମୂଳ ସରଞ୍ଜାମ ନିର୍ମାତା ଓଇଏମଗୁଡ଼ିକ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବ। ସେ କହିଛନ୍ତି ଯେ ଭାରତ ଏନସିଏପି ଏବଂ ଏଆଇଏସ -୧୯୭ ଅଧୀନରେ ନୂତନ ସୁରକ୍ଷା ବ୍ୟବସ୍ଥା ଉତ୍ପାଦକ ଏବଂ ଉପଭୋକ୍ତା ଉଭୟଙ୍କ ପାଇଁ ଅନୁକୂଳ ଏବଂ ସାଧାରଣ ନାଗରିକଙ୍କ ଜୀବନକୁ ସୁରକ୍ଷିତ ରଖିବା ଏବଂ ଆମର ଅଟୋମୋବାଇଲ ଶିଳ୍ପକୁ ବିଶ୍ୱର ଏକ ନମ୍ବର ବାହନ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଏହି କାର୍ଯ୍ୟକ୍ରମ ୩.୫ ଟନ୍ ଜିଭିଡବ୍ଲୁରୁ କମ୍ ଏମ୧ ବର୍ଗର ଅନୁମୋଦିତ ମୋଟର ଯାନ ପାଇଁ ପ୍ରଯୁଜ୍ୟ। ଏହା ଏକ ସ୍ୱେଚ୍ଛାକୃତ କାର୍ଯ୍ୟକ୍ରମ ଯେଉଁଥିରେ ଦିଆଯାଇଥିବା ମଡେଲର ବେସ୍ ଭାରିଏଣ୍ଟ ପରୀକ୍ଷା କରାଯିବ।

ଏହି କାର୍ଯ୍ୟକ୍ରମ ୧ ଅକ୍ଟୋବର ୨୦୨୩ରୁ ଆରମ୍ଭ ହେବ ଏବଂ ଅଟୋମୋଟିଭ୍ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ (ଏଆଇଏସ୍) ୧୯୭ ଉପରେ ଆଧାରିତ ହେବ। ପ୍ରତିଯୋଗିତାମୂଳକ ନିରାପତ୍ତା ବୃଦ୍ଧିର ଇକୋସିଷ୍ଟମ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଯାହାକି ଉପଭୋକ୍ତାଙ୍କ ମଧ୍ୟରେ ବାହନ ସୁରକ୍ଷାକୁ ନେଇ ସଚେତନତା ବୃଦ୍ଧି କରିବ।ଗ୍ରାହକମାନେ ଦୁର୍ଘଟଣା ପରୀକ୍ଷା ସ୍ଥିତିକୁ ଆଧାର କରି ଯାନର କାର୍ଯ୍ୟଦକ୍ଷତା ଉପରେ ତୁଳନାତ୍ମକ ଆକଳନ କରି ଏକ ସଚେତନ ନିଷ୍ପତ୍ତି ନେଇପାରିବେ।

ଏନସିଏପି କାର୍ଯ୍ୟକ୍ରମ ବିଶ୍ୱସ୍ତରୀୟ ନିରାପତ୍ତା ମାନ ଥିବା ଯାନ ନିର୍ମାଣ ପାଇଁ ଓଇଏମମାନଙ୍କ ପାଇଁ ସୁଯୋଗ ଆଣିଛି। ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରୋଡ୍ ଟ୍ରାନ୍ସପୋର୍ଟ (ସିଆଇଆରଟି) ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରାଯିବ। ଭାରତ ଏନସିଏପି କାର୍ଯ୍ୟକ୍ରମ ଅଂଶୀଦାରଙ୍କ ପରାମର୍ଶକୁ ଆଧାର କରି ବିକଶିତ ହୋଇଛି।

ନୀତୀନ ଗଡ଼କରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.