Categories
ଆଜିର ଖବର ଜାତୀୟ ଖବର

ଆଇଏଏସ୍, ଆଇପିଏସ୍ ଅଧିକାରୀଙ୍କୁ ବିହାର ସରକାରଙ୍କ ପ୍ରଶ୍ନ: କେତେଜଣ ପିଲା ସରକାରୀ ବିଦ୍ୟାଳୟରେ ପଢୁଛନ୍ତି

ପାଟଣା: ବିହାରର ନୀତୀଶ କୁମାର ସରକାର ଏକ ନୂତନ ଆଦେଶ ଜାରି କରିଛନ୍ତି। ସମସ୍ତ ରାଜ୍ୟ ସରକାର ଆଇଏଏସ୍, ଆଇପିଏସ୍ ଏବଂ ଅନ୍ୟ ଅଧିକାରୀମାନଙ୍କୁ ପଚାରିଛନ୍ତି ଯେ, ସେମାନଙ୍କ ମଧ୍ୟରୁ କେତେଜଣ ପିଲା ସରକାରୀ ବିଦ୍ୟାଳୟରେ ପଢୁଛନ୍ତି। ବିହାର ସରକାରର ଶିକ୍ଷା ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୟ କୁମାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଏକ ଚିଠି ମାଧ୍ୟମରେ ସମସ୍ତ ଜିଲ୍ଲା ଅଧିକାରୀ ଏବଂ ପୋଲିସ ଅଧୀକ୍ଷକଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ କୁହାଯାଇଛି ଯେ, ପାଟଣା ହାଇକୋର୍ଟଙ୍କ ଆଦେଶ ମୁତାବକ ଏହି ସୂଚନା ମଗାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଜେଡିୟୁର ନୂତନ ରାଷ୍ଟ୍ରୀୟ ସଭାପତି ଘୋଷଣା କଲେ ନୀତୀଶ କୁମାର

ପାଟଣା: ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏକ ବଡ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନୀତୀଶ କୁମାର। ଏହି ବୈଠକରେ ନୂତନ ରାଷ୍ଟ୍ରୀୟ ସଭାପତି ଘୋଷଣା କରାଯାଇଛି। ନୀତୀଶ କୁମାର ନିଜେ ରାମଚନ୍ଦ୍ର ପ୍ରସାଦ ସିଂ ଦଳର ନୂଆ ରାଷ୍ଟ୍ରୀୟ ସଭାପତି ହେବେ ବୋଲି ପ୍ରସ୍ତାବ ଦେଇଛନ୍ତି। କାର୍ଯ୍ୟନିର୍ବାହୀ କମିଟିର ସମସ୍ତ ସଦସ୍ୟ ମଧ୍ୟ ଏହାକୁ ସ୍ୱାଗତ କରିଛନ୍ତି। ଏକା ସାଙ୍ଗରେ ଦୁଇଟି ପଦବୀରେ ରହି କାମ କରିବା କଷ୍ଟକର ହେଉଥିବାରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ନୀତୀଶ କହିଛନ୍ତି।

ତେବେ ରାମଚନ୍ଦ୍ର ୨୦୨୨ ପରେ ଦଳର ସଭାପତି ହେବେ ବୋଲି ସୂଚନା ରହିଛି। ହେଲେ ଆଗୁଆ ଆରସିପି ସିଂଙ୍କ ନାମ ଘୋଷଣା କରିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘର ଦୁଆରେ କରୋନା ଭୂତାଣୁ, ରାଜ୍ୟରେ ବଢୁଛି ସଂକ୍ରମଣ

ପାଟନା, କିଛି ଦିନ ହେଲା ବିହାରରେ କରୋନା ସଂକ୍ରମଣ ନିୟମିତ ବୃଦ୍ଧି ପାଇବାରେ ଲାଗିଛି। ଏବେ ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘର ଦୁଆରେ ପହଞ୍ଚିଛି କରୋନା ଭୂତାଣୁ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭାଣିଜୀ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ତାଙ୍କୁ ପାଟନା ଏମସରେ ଭର୍ତ୍ତି କରାଯାଇଛି।

ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ବିଶୋଧନ କରାଯାଇଛି। ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ନିକଟରେ ନୀତୀଶ କୁମାର ବିଧାନ ପରିଷଦ ଅଧ୍ୟକ୍ଷ ଅବଧେଶ ନାରାୟଣ ସିଂହ ଓ ତାଙ୍କୁ ପତ୍ନୀଙ୍କୁ ଭେଟିଥିଲେ। ଏହା ପରେ ସିଂହ ଦମ୍ପତି କରୋନା ସଂକ୍ରମିତ ଜଣାପଡିବା ପରେ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ହେଲେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।

ଇତିମଧ୍ୟରେ ଜେଡିୟୁ-ବିଜେପି ସରକାରକୁ ସମାଲୋଚନା କରି ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ତେଜସ୍ବନୀ ଯାଦବ କହିଛନ୍ତି, ରାଜ୍ୟରେ ନା ଅଧିକ ପରୀକ୍ଷା କରାଯାଉଛି ନା ଚିକିତ୍ସା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। କିଛି ବି ହେଉନଥିବା ସେ ଅଭିଯୋଗ କରିଛନ୍ତି। ଏହି ପରିସ୍ଥିତି ଲାଗି ରହିଲେ ଅଗଷ୍ଟ-ସେପଟେମ୍ବର ମାସ ବେଳକୁ ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇ ପଡିବ ବୋଲି ସେ ସରକାରଙ୍କୁ ଚେତାଇ ଦେଇଛନ୍ତି। (ଏଜେନ୍ସି)