Categories
ବିଶେଷ ଖବର ରାଜ୍ୟ ଖବର

ସାଧାରଣତନ୍ତ୍ର ଦିବସ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଏପରି କଥା

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବାର୍ତ୍ତା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ,

ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଉଛି।

ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ମା ରମାଦେବୀ, ସହିଦ ବାଜି ରାଉତ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ୍‌ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।  ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ। ଆମ ଗଣତନ୍ତ୍ରର ଆତ୍ମା। ଏକ ମହାନ ଦେଶର ନାଗରିକ ଭାବରେ ଆମର ସକଳ ଶକ୍ତିର ଆଧାର ହେଉଛି ଆମର ସମ୍ବିଧାନ। ଏକ ସମୃଦ୍ଧ ତଥା ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଏହା ଆମକୁ ସବୁବେଳେ ପ୍ରେରଣା ଦେଇଚାଲିଛି।

ବିଶ୍ବକପ୍‌ ହକିର ମାହୋଲ ଏବେ ସାରା ରାଜ୍ୟକୁ ଉତ୍ସବ ମୁଖର କରିଛି। ଏହାରି ଭିତରେ ଆମେ ଆଜି ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ। ସାରା ବିଶ୍ବର ନଜର ଏବେ ଓଡିଶା ଉପରେ ରହିଛି। ଦୁଇ ଦୁଇ ଥର ଆମେ ବିଶ୍ବକପ୍‌ ହକି ସଫଳତାର ସହ ଆୟୋଜନ କରିଛୁ। ଏହା ସାରା ଦେଶ, ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବର କଥା।

କେବଳ କ୍ରୀଡା ନୁହେଁ, ଆମର ଶିଳ୍ପ ବିକାଶର ଯାତ୍ରା – ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଓ ୧୦ ଲକ୍ଷ ନିଯୁକ୍ତି ସୁଯୋଗ । ଆମର ମା ମାନଙ୍କ ସଫଳତାର କାହାଣୀ ସ୍ବୟଂ ସହାୟକ ଗୋଷ୍ଠୀ ରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗପତି ହେବାର ସୁଯୋଗ।

ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଆମର ପ୍ରତିବଦ୍ଧତା- ୫ଟି ସ୍କୁଲ ଟ୍ରାନ୍‌ସଫରମେସନ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା।

ଚାଷୀଭାଇଙ୍କ କଲ୍ୟାଣ ଓ ସଶକ୍ତିକରଣ- କାଳିଆ, ବଳରାମ ଯୋଜନା ଓ ମିଲେଟ୍‌ ମିଶନ। ଏସବୁ ଆମ ପାଇଁ ନୂଆ ପରିଚୟ ସୃଷ୍ଟି କରିଛି। ଜନମାନସରେ ଏବେ ପରିବର୍ତ୍ତନ ଆସିଛି। ଓଡିଶାର ବିକାଶ ଧାରା ଦ୍ରୁତ ଭାବରେ ଆଗକୁ ବଢୁଛି। ରାଜନୀତି ନୁହେଁ, ବିକାଶର ବିଭିନ୍ନ ଦିଗ ଉପରେ ଏବେ ଲୋକମାନେ ଗୁରୁତ୍ବ ଦେଉଛନ୍ତି।

ସବୁ ବର୍ଗ ମଧ୍ୟରେ ନୂଆ ଉତ୍ସାହ ଆସିଛି। ନିଜ ପାଇଁ, ସମାଜ ପାଇଁ କିଛି କରିବାର ଇଛା ବୃଦ୍ଧି ପାଇଛି । ଆମର ସାମର୍ଥ୍ୟ ଉପରେ ଭରସା ବଢିଛି। ସବୁ କ୍ଷେତ୍ରରେ ଶ୍ରେଷ୍ଠ ହେବା ପାଇଁ ଓଡିଶା ଉଦ୍ୟମ ଜାରି ରଖିଛି, ଏହା ହିଁ ରୂପାନ୍ତର।

ସାଢେ ଚାରି କୋଟି ଓଡିଶାବାସୀ, ସମସ୍ତେ ଜଣେ ଜଣେ ହେଉଛନ୍ତି ଏ ରୂପାନ୍ତରର ସାରଥୀ। ଏହି ଉତ୍ସାହ ନେଇ ଆମେ ଆଗକୁ ବଢିଲେ ୨୦୩୬ରେ ସ୍ବତନ୍ତ୍ର ଓଡିଶା ପ୍ରଦେଶର ଶହେ ବର୍ଷ ପୂର୍ତ୍ତି ବେଳକୁ ଏକ ସଶକ୍ତ ଓଡିଶାର ସ୍ବପ୍ନ ନିଶ୍ଚୟ ସାକାର ହେବ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପୁଣି ବସିବ ନୂଆ ବର୍ଷର ପ୍ରଥମ ରାଜ୍ୟ କ୍ୟାବିନେଟ, ହୋଇପାରେ ବଡ ଘୋଷଣା

ଭୁବନେଶ୍ବର: ଆଜି ପୁଣି ଥରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ନୂଆ ବର୍ଷର ଏହା ହେଉଛି ପ୍ରଥମ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଦିନ 11ଟା 45 ରେ ବସିବ। କରୋନା ପାଇଁ ଏହି ବୈଠକ ଭର୍ଚ୍ୟୁୟାଲ ମୋଡରେ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବସି ଏହାର ଅଧ୍ୟକ୍ଷତା କରିବେ।

ତେବେ ଏହି କ୍ୟାବିନେଟ ବୈଠକରେ କଣ ପ୍ରସ୍ତାବ ରହିଛି ତାହା ଜଣାପଡି ନାହିଁ। ହେଲେ ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ ଥିବାରୁ ଏଥର କ୍ୟାବିନେଟରେ ଏକ ବଡ ନିଷ୍ପତି ହେବ ବୋଲି ଅନୁମାନ କରାଯାଉଛି। କାରଣ ଏହି ବୈଠକରେ ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର କେତେକ ପ୍ରସ୍ତାବ ପାରିତ ହେବାର ଅଛି। ବର୍ତ୍ତମାନ ରାଜ୍ୟ ସରକାର ଲଗାତର ଭାବେ ତିନୋଟି କ୍ୟାବିନେଟ ବୈଠକ କରିସାରିଲେଣି।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି ସଭାପତି ସମୀର ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ବର, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ଏ ନେଇ ନିଜେ ଟୁଇଟି କରି ଜଣାଇଛନ୍ତି। ତେବେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ନିଜେ ଟୁଇଟ କରି ଜଣାଇଛନ୍ତି ଯେ, ମୁଁ ଖବର ପାଇଲି ଯେ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କୋଭିଡ ପଜେଟିଭ ହୋଇଛନ୍ତି। ତାଙ୍କର ଶିଘ୍ର ଆରୋଗ୍ୟ କାମନା କରୁଛି।

ବିଜେପି ସଭାପତି ସମୀର ମହାନ୍ତି ଆଜି କରୋନା ସଂକ୍ରାମିତ ହୋଇଛନ୍ତି ବୋଲି ଟୁଇଟ ଯୋଗେ ଜଣାଇଛନ୍ତି। ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ବର୍ତ୍ତମାନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି ବୋଲି ସମୀର କହିଛନ୍ତି। ଏହି ଖବର ଜଣାପଡିବା ପରେ ନବୀନ ଆଶୁ ଆରୋଗ୍ୟ କାମନା କରିଛନ୍ତି।