ଆଜି ପୁଣି ବସିବ ନୂଆ ବର୍ଷର ପ୍ରଥମ ରାଜ୍ୟ କ୍ୟାବିନେଟ, ହୋଇପାରେ ବଡ ଘୋଷଣା

Published: Jan 5, 2022, 8:50 am IST

ଭୁବନେଶ୍ବର: ଆଜି ପୁଣି ଥରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ନୂଆ ବର୍ଷର ଏହା ହେଉଛି ପ୍ରଥମ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଦିନ 11ଟା 45 ରେ ବସିବ। କରୋନା ପାଇଁ ଏହି ବୈଠକ ଭର୍ଚ୍ୟୁୟାଲ ମୋଡରେ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବସି ଏହାର ଅଧ୍ୟକ୍ଷତା କରିବେ।

ତେବେ ଏହି କ୍ୟାବିନେଟ ବୈଠକରେ କଣ ପ୍ରସ୍ତାବ ରହିଛି ତାହା ଜଣାପଡି ନାହିଁ। ହେଲେ ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ ଥିବାରୁ ଏଥର କ୍ୟାବିନେଟରେ ଏକ ବଡ ନିଷ୍ପତି ହେବ ବୋଲି ଅନୁମାନ କରାଯାଉଛି। କାରଣ ଏହି ବୈଠକରେ ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର କେତେକ ପ୍ରସ୍ତାବ ପାରିତ ହେବାର ଅଛି। ବର୍ତ୍ତମାନ ରାଜ୍ୟ ସରକାର ଲଗାତର ଭାବେ ତିନୋଟି କ୍ୟାବିନେଟ ବୈଠକ କରିସାରିଲେଣି।

Related posts