Categories
ଆଞ୍ଚଳିକ

ବାଲୁଗାଁ ନିକଟସ୍ଥ ଜାତୀୟ ରାଜପଥରେ ଓଲଟିଲା ଅଟୋ, ୫ ଗୁରୁତର

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା 16 ନମ୍ବର ଜାତୀୟ ରାଜପଥ ନୂଆଗଡ ଓଭରବ୍ରିଜ ନିକଟରେ ଏକ ଯାତ୍ରୀବାହି ଅଟୋ ଭାରସାମ୍ୟ ହରାଇ ଲେଉଟିବା ଫଳରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ଅଟୋଟି ଚଣ୍ଡେଶ୍ୱର ଅଞ୍ଚଳରୁ ବାହାରି ଗଞ୍ଜାମ ପଥରା ଅଞ୍ଚଳକୁ ଯାଉଥିବା ବେଳେ ନୂଆଗଡ ଓଭରବ୍ରିଜ ନିକଟରେ ଭାରସାମ୍ୟ ହରାଇ ଲେଉଟିପଡ଼ିଛି। ଫଳରେ ଅଟୋ ମଧ୍ୟରେ ଥିବା ୩ ଜଣ ପୁରୁଷ ଓ ୨ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି।

ଖବର ପାଇ ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ନାଭାଲ ଫାଣ୍ଡି ପୋଲିସ ଏବଂ ଆମ୍ବୁଲାନ୍ସ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲ ନେଉଥିବାର ଜଣାପଡିଛି।

Categories
ଆଞ୍ଚଳିକ

ନୂଆଁଗଡ଼ରେ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଗୁନିଆପଡା:(ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ନୂଆଁଗଡ଼ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଳଷ୍ଟର ସ୍ତରୀୟ ଦୁଇ ଦିନିଆ ଖେଳଣା ପ୍ରସ୍ତୁତି କର୍ମଶାଳା ‘ଆମ ସଂସ୍କୃତି ଆମ ଖେଳଣା’ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ଏହା ଆସନ୍ତାକାଲି ଅର୍ଥାତ୍ ୧୯ ତାରିଖ ଦିନ ଶେଷ ହେବ ବୋଲି ସୂଚନା ମିଳିଛି।

ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସୁମନ୍ତରାୟ, ମୁଖ୍ଯବକ୍ତା ଭାବେ ଶିକ୍ଷକ ପ୍ରକାଶ ଚନ୍ଦ୍ର ଭୂୟାଁ, ସମ୍ମାନିତ ଅତିଥି ଭାବେ ସି ଆର୍ ସି ସି ନାରାୟଣ ସେଠୀ, ଜଗନ୍ନାଥ ବାରିକ, ହରମୋହନ ଜେନା, ବାଳକୃଷ୍ଣ ମହାନ୍ତି, ପ୍ରଧାନ ଶିକ୍ଷକ ହରିହର ପ୍ରଧାନ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ବାବଦରେ ସୂଚନା ଦେଇଥିଲେ। ଏଥିରେ ୧୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ନୂଆଁଗଡ଼ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ନୂଆଗଡ ଓଭରବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ, ତିନି ଗୁରୁତର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ନୂଆ ବର୍ଷରେ ଅଘଟଣ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ନୂଆଗଡ ଓଭରବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ ଆଜି ବଡ଼ି ଭୋରରୁ ଭୁବନେଶ୍ୱରରୁ ଏକ କେବୁଲ ବୋଝେଇ ଟ୍ରକ ଏବଂ ଯୋଡ଼ାରୁ ଗୋପାଳପୁର ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ ଆଗପଛ ହୋଇ ଯାଉଥିବା ବେଳେ ନୂଆଗଡ ଓଭରବ୍ରିଜ ଠାରେ ଆଇରନ ବୋଝେଇ ଟ୍ରକ ଟି କେବୁଲ ବୋଝେଇ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଆଇରନ ବୋଝେଇ ଟ୍ରକ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଗୁରୁତର ଆହତ ହୋଇ ବାଲୁଗାଁ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ଉପସ୍ଥିତ ରହି ତଦନ୍ତ ଜାରି ରଖିଛନ୍ତି।

Categories
ଆଞ୍ଚଳିକ

ନୂଆଁଗଡ଼ରେ ଦୁର୍ଗା ପୂଜା ଅନୁଷ୍ଠିତ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଁଗଡ଼ ଗ୍ରାମରେ ନୂଆଁଗଡ଼ ଗ୍ରାମବାସୀ ଓ ଯୁବଗୋଷ୍ଠୀ ଙ୍କ ସହଯୋଗରେ ଦୁର୍ଗତି ନାଶିନୀ ମା ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ମଣ୍ଡପରେ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଯାଇଛି। ଏଥିରେ ନୂଆଁଗଡ଼ ଗ୍ରାମ ର ଗ୍ରାମବାସୀ ଓ ଯୁବଗୋଷ୍ଠୀ ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ।

ଏଥିରେ ପୁରୋହିତ ଭାବେ ଲୋକନାଥ ରଥ ପୂଜାର୍ଚ୍ଚନା କରିଥିଲେ। ନୀତିକାନ୍ତି ଅନୁଯାୟୀ କଳସ ଯାତ୍ରା ସହ ଆଜି ମା ଙ୍କ ପାଖରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏ ନେଇ ନୂଆଁଗଡ଼ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

Categories
ଆଞ୍ଚଳିକ

ନୂଆଗଡ଼ରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୂଆଁଗଡ଼ ସ୍ଥିତ ଶ୍ରୀ ହନୁମାନ ମନ୍ଦିର ପରିସରରେ ଆଇ କେୟାର ହସ୍ପିଟାଲ ବ୍ରହ୍ମପୁର, ଜୀବନ ଦ୍ୟୁତି ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଆଇ କେୟାର ହସ୍ପିଟାଲ ବ୍ରହ୍ମପୁରର ଡଃ ହରିଶ୍ ସାହୁ, ଅଜିତ କୁମାର ବାଡ଼ତ୍ୟା ପ୍ରମୂଖ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷା କରିବା ସହ ଅସ୍ତ୍ରୋପଚାର କରିବା ପାଇଁ ବ୍ରହ୍ମପୁର କୁ ନେଇଥିଲେ। ଜୀବନ ଦ୍ୟୁତି ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସମ୍ପାଦକ ଟୁକୁନା ପ୍ରଧାନ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ଆରତ ବେହେରା, କୃଷ୍ଣଚନ୍ଦ୍ର ଭୂୟାଁ ସମେତ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।