Categories
ଆଜିର ଖବର ଜାତୀୟ ଖବର

ଆସନ୍ତା ମେ’ ମାସରେ ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ: ଆଜି କଂଗ୍ରେସ ୱାର୍କିଙ୍ଗ କମିଟିର ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଏହି ବୈଠକ ଭିଡିଓ କନଫରେନ୍ସ ମାଧ୍ୟମରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହେଉଛି। କଂଗ୍ରେସର ଏହି ବୈଠକରେ ରାଷ୍ଟ୍ରୀୟ ସଭାପତି ନିର୍ବାଚନ ଲାଗି ଆଲୋଚନା ହୋଇଛି।

ତେବେ ଏହି ପଦବୀ ଲାଗି ଆସନ୍ତା ମେ’ ମାସରେ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ଦଳର ସାଂଗଠନିକ ନିର୍ବାଚନ ହେବ। ଯେଉଁଥିରେ ରାଷ୍ଟ୍ରୀୟ ସଭାପତି ପଦବୀ ଗୁରୁତ୍ୱପୂର୍ଣ୍ଣ ଅଟେ।

Categories
ଆଜିର ଖବର ଜାତୀୟ ଖବର

କୃଷକ ଆନ୍ଦୋଳନ: ପୁଣି ବିଫଳ ହେଲା ଅଷ୍ଟମ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: କୃଷକ ଏବଂ କେନ୍ଦ୍ର ସରକାର ମଧ୍ୟରେ ଚାଲିଥିବା ଅଷ୍ଟମ ପର୍ଯ୍ୟାୟ ଆଲୋଚନାରେ କୌଣସି ଫଳାଫଳ ମିଳିପାରିନାହିଁ। ବିଜ୍ଞାନ ଭବନରେ ଜାରି ରହିଥିବା ଏହି ଆଲୋଚନାରେ କୌଣସି ନିଷ୍କର୍ଷ ମିଳି ପାରିନାହିଁ। ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନ ଅଟଳ ରହିଥିବା ବେଳେ, ଆଇନ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ସିଧା ସିଧା କହିଛନ୍ତି କେନ୍ଦ୍ର ସରକାର।

ଆଜିର ବୈଠକରେ କୃଷି ଆଇନ ପ୍ରତ୍ୟାହାର ନେଇ ସ୍ପଷ୍ଟ ମନା କରିଦେଇଛନ୍ତି। ସେପଟେ ଆସନ୍ତା ୧୫ ତାରିଖରେ ପୁନର୍ବାର ଆଲୋଚନା ହେବା ନେଇ ତାରିଖ ଧାର୍ଯ୍ୟ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ନୂଆବର୍ଷ ପାଇଁ ଦିଲ୍ଲୀ ଓ ମୁମ୍ବାଇରେ କଡା କଟକଣା

ନୂଆଦିଲ୍ଲୀ: ଆଜି ହେଉଛି 2020 ବର୍ଷର ଶେଷ ଦିବସ । କରୋନା କାଳ ମଧ୍ୟରେ ନୂତନ ବର୍ଷ ନୂତନ ସମ୍ଭାବନା ନେଇ ଆସିଛି ।  ଯଦିଓ ଦେଶରେ ଏବେ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ସତ, କିନ୍ତୁ ଏବେବି ବିପଦ ଟଳି ନାହିଁ। ନୂଆବର୍ଷରେ କରୋନା ମାମଲା ଯେପରି ନ ବୃଦ୍ଧି ପାଇବ, ତାକୁ ଆଖି ଆଗରେ ରଖି ମହାରାଷ୍ଟ୍ର ସରକାର ଓ ଦିଲ୍ଲୀ ସରକାର କଡା ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ଏବେ ନାଇଟ୍‌ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ମୁମ୍ବାଇରେ 144 ଲାଗୁ କରାଯିବ ।

ଦିଲ୍ଲୀରେ ସର୍ବସାଧାରଣ ସ୍ଥାନରେ ଏକକାଳୀନ 5ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ମନା କରାଯାଇଛି। ଏହାଛଡ଼ା ନୂଆବର୍ଷ ଉତ୍ସବ ମନାଇବା ପାଇଁ କୌଣସି କାର୍ଯ୍ୟକ୍ରମ କରିବାକୁ ଅନୁମତି ମଧ୍ୟ ଦିଆଯାଇ ନାହିଁ । ଡିସେମ୍ବର 31 ତାରିଖ ରାତି 11ଟାରୁ ଜାନୁଆରୀ 1 ତାରିଖ ସକାଳ 6ଟା ପର୍ଯ୍ୟନ୍ତ ସର୍ବସାଧାରଣ ସ୍ଥାନରେ ଲୋକେ ଏକାଠି ହୋଇପାରିବେ ନାହିଁ। ଏହାବ୍ୟତୀତ ଜାନୁଆରୀ 1 ତାରିଖ ରାତି 11ଟାରୁ 2 ତାରିଖ ସକାଳ 6ଟା ପର୍ଯ୍ୟନ୍ତ ମଧ୍ୟ ସାର୍ବଜନୀନ ସ୍ଥାନରେ ଲୋକେ ଜମା ନହେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ନୂଆବର୍ଷକୁ ଆଖି ଆଗରେ ରଖି ମହାରାଷ୍ଟ୍ରରେ ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ମୁମ୍ବାଇରେ ରେଷ୍ଟୁରାଣ୍ଟ, ପବ୍, ବାର୍, ରୁଫଟପ୍, ବୋଟକୁ ନା କରାଯାଇଛି। ନାଇଟ୍ କର୍ଫ୍ୟୁ ସମୟରେ ମୁମ୍ବାଇ ପୁଲିସ୍ ଡ୍ରୋନ୍ ଜରିଆରେ ଲୋକଙ୍କ ଉପରେ ନଜର ରଖିବ।

Categories
ଜାତୀୟ ଖବର ବିଶେଷ ଖବର

ନୂତନ ଜାତୀୟ ଶିକ୍ଷା ନୀତି 2020, ଜାଣନ୍ତୁ ନୂଆ ନୀତିର ମୁଖ୍ୟାଂଶ

ନୂଆଦିଲ୍ଲୀ, ନୂତନ ଜାତୀୟ ଶିକ୍ଷା ନୀତି 2020 ବୁଧବାର, ଜୁଲାଇ 29 ତାରିଖ ପ୍ରକାଶ ପାଇଛି। ଦେଶର ସାମଗ୍ରିକ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ କେନ୍ଦ୍ର କ୍ୟାବିନେଟ ଏଙାକୁ ଅନୁମୋଦନ କରିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ନୂଆ ଶିକ୍ଷା ନୀତି-2020 ଘୋଷଣା କରିଛନ୍ତି।

ପୂର୍ବରୁ ମେ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଶିକ୍ଷା ନୀତି-2020କୁ ସମୀକ୍ଷା କରିଥିଲେ। ପୂର୍ବତନ ଇସ୍ରୋ ମୁଖ୍ୟ କେ.କସ୍ତୁରୀରଙ୍ଗନଙ୍କ ନେତୃତ୍ବରେ ଏକ ବିଶେଷଜ୍ଞ ଦଳ ଏଥିପାଇଁ ଡ୍ରାଫ୍ଟ ତିଆରି କରିଥିଲେ। ଭାରତକୁ ବିଶ୍ବ ସ୍ତରରେ ଜ୍ଞାନର ଏକ ସୁପର ପାୱାର କରିବା ହେଉଛି ନୂଆ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ । କରୋନା ଯୋଗୁଁ ବିଳମ୍ବରେ ସେପ୍ଟମ୍ବର-ଅକ୍ଟୋବରରେ ଆରମ୍ଭ ହେଉଥିବା ନୂଆ ଶିକ୍ଷା ବର୍ଷରୁ ଏହି ନୀତି ଲାଗୁ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ଶିକ୍ଷା ମନ୍ତ୍ରାଳୟ ନାମରେ ପୁନଃ ନାମିତ କରାଯାଇଛି। ତେବେ, ନୂଆ ଶିକ୍ଷା ନୀତିକୁ କ୍ୟାବିନେଟ୍‌ ମଞ୍ଜୁରି ଦେବା ପରେ କ’ଣ କ’ଣ ସବୁ ପରିବର୍ତ୍ତନ ହୋଇଛି ଜାଣନ୍ତୁ ।

ନୂଆ ଶିକ୍ଷା ନୀତିର ମୁଖ୍ୟାଂଶ

-ନୂଆ ଶିକ୍ଷା ନୀତିରେ ଦେଶରେ ସ୍ବାକ୍ଷର ହାର ୧୦୦ ପ୍ରତିଶତ କରାଯିବାର ଲକ୍ଷ୍ୟ ରହିଛି। ଶିକ୍ଷା ‌କ୍ଷେତ୍ରରେ ଜନସାଧାରଣଙ୍କ ସକାଶେ ଅଧିକ ପୁଞ୍ଜି ବିନିଯୋଗ କରି ସରକାର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଚିନ୍ତା କରିଛନ୍ତି।

-ଏଣିକି ଆଉ ୬ ବର୍ଷ ବୟସରୁ ସ୍କୁଲ୍‌ ଶିକ୍ଷା ଆରମ୍ଭ ହେବ ନାହିଁ। ନୂଆ ଶିକ୍ଷା ନୀତି ଅନୁସାରେ ୩ ବର୍ଷରୁ ହିଁ ପିଲାମାନେ ବିଧିବଦ୍ଧ ସ୍କୁଲ୍‌ ଶିକ୍ଷା ଆରମ୍ଭ କରିବେ।

-ଅତି କମ୍‌ରେ ଛାତ୍ରଛାତ୍ରୀମାନେ ପଞ୍ଚମ ଶ୍ରେଣୀ ଯାଏ ମାତୃଭାଷା ବା ଆଞ୍ଚଳିକ ଭାଷାରେ ପାଠ ପଢ଼ିବେ।

-ଷ‌ଷ୍ଠ ‌ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷା ଆରମ୍ଭ ହୋଇଯିବ। ଏଥିରେ ଇଣ୍ଟର୍ନସିପ୍ ବ୍ୟବସ୍ଥା ମଧ୍ୟ ରହିବ।

-ନୂଆ ଶିକ୍ଷା ନୀତି ଅଧୀନରେ ଏମ୍‌ଫିଲ୍‌‌ ପାଠ୍ୟକ୍ରମ ବନ୍ଦ ହେବ ଏବଂ ସ୍ନାତକ, ସ୍ନାତକୋତର ଏବଂ ପିଏଚ୍‌ଡିସ୍ତରର ସମସ୍ତ କୋର୍ସ‌୍‌କୁ ଆନ୍ତଃବିଭ‌ାଗୀୟ କରାଯିବ।

-ବିଶ୍ବବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଆଡମିସନ୍‌ ପାଇଁ ସାଧାରଣ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

-ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଶିକ୍ଷା ଫି ଉପରେ ସରକାର ସୀମା ଧାର୍ଯ୍ୟ କରିବେ।

-୧୦+୨ ଢାଞ୍ଚା ବଦଳରେ ୫+୩+୩+୪ ବ୍ୟବସ୍ଥା ପ୍ରଚଳନ କରିବାକୁ ସ୍ଥିର କରାଯାଇଛି।

-୪ ବର୍ଷୀୟା ସ୍ନାତକ ପାଠ୍ୟକ୍ରମ ପୁଣି ଆରମ୍ଭ ହେବ। ତେବେ ବିଏ, ବିଏସ୍‌ସି ଏବଂ ବିଭୋକାଲ କାର୍ଯ୍ୟକ୍ରମ ତିନି ବର୍ଷୀୟା ରହିବ।

-ନୀତିର ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଦେଶର କ୍ୟାମ୍ପସ୍‌ ଖୋଲିବା ଲାଗି ବିଦେଶୀ ବିଶ୍ବବିଦ୍ୟାଳୟଗୁଡ଼ିକୁ ଅନୁମତି ପ୍ରଦାନ କରାଯାଇଛି।

-ଉଭୟ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ପାଇଁ ଇ-ଶିକ୍ଷା ଯୋଗାଇ ଦେବାକୁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ କରାଯିବ।

-ସମସ୍ତ ବୃତ୍ତିଗତ ଶିକ୍ଷା ଉଚ୍ଚଶିକ୍ଷା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବ।

-ସମସ୍ତ ଭାରତୀୟ ଭାଷାର ସଂରକ୍ଷଣ ଓ ଅଭିବୃଦ୍ଧିକୁ ମିଳିବ ପ୍ରୋତ୍ସାହନା।

-ଛାତ୍ରବୃତ୍ତି ପାଇଁ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ବିକାଶ ପାଇଁ ଜାତୀୟ ସ୍କଲାରସିପ୍‌ ପୋର୍ଟାଲ୍‌ ବିସ୍ତାର କରାଯିବ।

-ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଯଦି ଆଦର୍ଶ ଏବଂ ମାନଦଣ୍ଡକୁ ଅନୁକରଣ ନକରନ୍ତି ‌ତେବେ ଦଣ୍ଡିତ ହେବେ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ମୃତ୍ୟୁ 31 ହଜାର 358କୁ ବୃଦ୍ଧି

ନୂଆଦିଲ୍ଲୀ :  ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା 13 ଲକ୍ଷ ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 31 ହଜାର ପାର୍‌ କରିଛି ।  କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 48ହଜାର 916 ମାମଲା ଆସିଥିବାବେଳେ 757ଜଣଙ୍କର ମୃତ୍ୟୁ ହୋଇଛି ।

ଦେଶରେ କରୋନା ମୃତ୍ୟୁ ସଂଖ୍ୟା 31 ହଜାର 358କୁ ବୃଦ୍ଧି ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 36 ହଜାର 861ରେ ପହଞ୍ଚିଲା । ଦେଶରେ ଆକ୍ଟିଭ୍‌ କେସ୍‌ 4 ଲକ୍ଷ 56 ହଜାର 071 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 8 ଲକ୍ଷ 49 ହଜାର 431ଜଣ । ମହାରାଷ୍ଟ୍ରରେ 3 ଲକ୍ଷ 57 ହଜାର 117 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 13 ହଜାର 132କୁବୃଦ୍ଧି ହୋଇଛି । ସେହପରି ଦିଲ୍ଲୀରେ 3 ହଜାର 767, ତାମିଲନାଡୁରେ 3ହଜାର 320, ଗୁଜୁରାଟରେ 2 ହଜାର 278ଜଣଙ୍କ ମୃତ୍ୟୁ ହୋଇଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ମୃତ୍ୟୁ ସଂଖ୍ୟା 30 ହଜାର ଟପିଲା

ନୂଆଦିଲ୍ଲୀ : ଦେଶରେ କରୋନାର କାୟା ବଢି ଚାଲିଛି । ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 49 ହଜାର 310 ଜଣ ଆକ୍ରାନ୍ତ ହୋଇଥିବାବେଳ 740 ଜଣ ମୃତ୍ୟୁବରଣ କରିଥିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପାଣିପାଗ ବିଭାଗ ସୂଚନା ଦେଇଛି । ଦେଶରେ କରୋନା ମୃତ୍ୟୁସଂଖ୍ୟା 30 ହଜାର 601କୁ ବୃଦ୍ଧି ହୋଇଥିବାବେଳେ  ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 87 ହଜାର 945ରେ ପହଞ୍ଚିଛି । ଦେଶରେ ଏବେସୁଦ୍ଧା 4 ଲକ୍ଷ 40 ହଜାର 135 ଜଣ ସକ୍ରିୟ ମାମଲା ଥିବାବେଳେ ସୁସ୍ଥ ହୋଇଛନ୍ତି 8 ଲକ୍ଷ 17 ହଜାର 208ଜଣ। ମହାରାଷ୍ଟ୍ରରେ ସର୍ବାଧିକ 3 ଲକ୍ଷ 47 ହଜାର 402 ଜଣ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁବରଣ କରିଛନ୍ତି 12 ହଜାର 854 ଜଣ । ସେହିପରି ଦିଲ୍ଲୀରେ 3 ହଜାର 745, ତାମିଲନାଡୁରେ 3 ହଜାର 232, ଗୁଜୁରାଟରେ 2 ହଜାର 252 ଜଣ ମୃତ୍ୟୁବରଣ  କରିଛନ୍ତି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଦିନକରେ 37 ହଜାର 724 ଜଣ ଆକ୍ରାନ୍ତ, 648 ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ ନିକଟତର ହେଲାଣି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା 28 ହଜାର 732କୁ ବୃଦ୍ଧି । ଆକ୍ରାନ୍ତଙ୍କ ସଂଖ୍ୟା 11 ଲକ୍ଷ 92 ହଜାର 915ରରେ ପହଞ୍ଚିଛି । 24 ଘଣ୍ଟାରେ ସର୍ବାଧିକ 37 ହଜାର 724 ଆକ୍ରାନ୍ତ ହୋଇଥିବାବେଳେ 648ରୁ ମୃତ୍ୟୁ ହୋଇଛି । ଦେଶରେ ଏବେ ପର୍ଯ୍ୟନ୍ତ ସକ୍ରିୟ ଆକ୍ରାନ୍ତ 4 ଲକ୍ଷ 11 ହଜାର 133 ଜଣ ରହିଛନ୍ତି । ସେହିପରି ସୁସ୍ଥ ହୋଇଛନ୍ତି  7 ଲକ୍ଷ 53ହଜାର 049 ଜଣ ।

ମହାରାଷ୍ଟ୍ରରେ 3 ଲକ୍ଷ 27 ହଜାର 31 ଆକ୍ରାନ୍ତ ରହିଥିବାବେଳେ 12 ହଜାର 276ଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ 3ହଜାର 690ଙ୍କର ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ 2 ହଜାର 626ଜଣଙ୍କର ମୃତ୍ୟୁ ହୋଇଛି । ଗୁଜୁରାଟରେ 2 ହଜାର 196ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଦିନକରେ 40 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, 681 ମୃତ

ନୂଆଦିଲ୍ଲୀ : ଦିନକୁ ଦିନ କରୋନା ରେକର୍ଡ କରୁଛି ।  ଦିନକରେ ଭାରତରେ ସର୍ବାଧିକ 40 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାବେଳେ 681ଜଣ ମୃତ୍ୟୁବରଣ କରିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 40 ହଜାର 425 ଜଣ ଆକ୍ରାନ୍ତ ହୋଇଥିବାବେଳେ 681ଜଣଙ୍କର ମୃତ୍ୟୁ ହୋଇଛି । ଦେଶଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 11 ଲକ୍ଷ 18 ହଜାର 43ରେ ପହଞ୍ଚିଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା 27 ହଜାର 497କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ ଏବେ ସୁଦ୍ଧା ସକ୍ରିୟ ମାମଲା 3 ଲକ୍ଷ 90 ହଜାର 459 ଥିବାବେଳେ ସୁସ୍ଥ ହୋଇଛନ୍ତି 7 ଲକ୍ଷ 86 ଜଣ । ମହାରାଷ୍ଟ୍ରରେ 3 ଲକ୍ଷ 10 ହଜାର 455 ଆକ୍ରାନ୍ତ ରହିଥିବାବେଳେ 11 ହଜାର 854ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ 3 ହଜାର 628 ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ 2 ହଜାର 481ଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 2ହଜାର 142ଜଣଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

ମିଳିଲାନି ସେବାର ମୂଲ୍ୟ: ସମସ୍ତଙ୍କ ପାଇଁ ବାହାରିଲେ, ଏବେ ତାଙ୍କ ପାଇଁ କେହି ନାହିଁ

ନୂଆଦିଲ୍ଲୀ, କରୋନା ଭୂତାଣୁର ଭୟ ଭିତରେ ଯିଏ ସାହସର ସହିତ କୋଭିଡ-19 ମୃତକଙ୍କ ଅନ୍ତିମ ସଂସ୍କାର ଭଳି ମହତ କାମ କରି ଆସିଛନ୍ତି, ସେ କରୋନା ସଂକ୍ରମିତ ହେବା ପରେ ଆଜି ତାଙ୍କ ପାଖରେ କେହି ନାହାଁନ୍ତି। ଏପରିକି ସରକାର ମଧ୍ୟ ଆଖି ବୁଜି ଦେଇଛନ୍ତି।

ଏ ହେଉଛନ୍ତି ଦିଲ୍ଲୀର ଜିତେନ୍ଦ୍ର ସିଂ ସୁଣ୍ଟି। କୋଭିଡ-19 ମୃତକଙ୍କ ପାଖକୁ କେହି ଯିବାକୁ ସାହସ କରୁନଥିବା ବେଳେ ଜିତେନ୍ଦ୍ର ଏଥିପାଇଁ ଆଗେଇ ଆସି ସେମାନଙ୍କର ଶେଷକୃତ୍ୟ କରିବାରେ ମୁଖ୍ୟ ଭୂମିକା ତୁଲାଇଛନ୍ତି। ଏହାବାଦ୍ ଅନେକ କୋଭିଡ ରୋଗୀଙ୍କୁ ସେ ହସ୍ପିଟାଲ ନେବା ଓ ସୁସ୍ଥ ହେବା ପରେ ଘରେ ଛାଡ଼ିବା ଭଳି ମହତ କାମ କରିଛନ୍ତି। ଏହି କାମ କରି କରି ଏବେ ସେ ଓ ତାଙ୍କ ପରିବାର କରୋନାରେ ଆକ୍ରାନ୍ତ।

ହେଲେ ଏବେ ତାଙ୍କଠାରୁ ସମସ୍ତେ ଦୂରେଇ ଯାଇଛନ୍ତି। ଏପରିକି ଦିଲ୍ଲୀ ସରକାରଙ୍କ ପକ୍ଷରୁ ତାଙ୍କୁ କିଛି ସହାୟତା ମିଳୁନାହିଁ। ଚାରିମାସ ହେଲା ଜିତେନ୍ଦ୍ର ଦିଲ୍ଲୀର ବିବେକ ବିହାରରେ ସହିଦ ଭଗତ ସିଂହ ସେବା ଦଳ ଜରିଆରେ ସାମାଜିକ ସେବା କରି କୋଭିଡ ସଂକ୍ରମିତ ନେବା ଆଣିବା, ମୃତକଙ୍କ ସଂସ୍କାର ଆଦି କାମ କରୁଥିଲେ। ଏଥିପାଇଁ 18ଟି ଗାଡି ଲଗାଇଥିଲେ। ତାଙ୍କୁ ଏଥିରେ ସହଯୋଗ କରୁଥିଲେ 22 ଜଣ ସ୍ବେଚ୍ଛାସେବୀ।

ସେ ଓ ତାଙ୍କ ଦଳ 251 ଜଣ କୋଭିଡ ରୋଗୀଙ୍କ ନେବା ଆଣିବା କରିବା ସହ କରୋନାରେ ମୃତକ 37 ଜଣଙ୍କ ଶେଷକୃତ୍ୟ ସମାପନ କରିଥିଲେ । ଯିଏ ଅନ୍ୟ ପାଇଁ ସବୁ କିଛି କରୁଥିଲା,ତାଙ୍କ ପାଇଁ ଆଜି କେହି ନାହିଁ। ଜିତେନ୍ଦ୍ର ଜୁନ 30ରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ପତ୍ନୀ ଓ ଦୁଇ ପୁଅ ବି ଆକ୍ରାନ୍ତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ ଟପିଲା

ନୂଆଦିଲ୍ଲୀ : ଭାରତରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭାରତ ସାରା ବିଶ୍ୱରେ କରୋନା ପ୍ରଭାବିତ ଦେଶ ତାଲିକାରେ ଋଷକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଂଚିଛି ।  ଆଜି ପୁଣି 22 ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭ ଲକ୍ଷ ପାର ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 20 ହଜାର ଡେଇଁଛି  ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 19 ହଜାର 665ରେ ପହଞ୍ଚିଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା 20 ହଜାର ଟପିଛି । ଦେଶରେ କରୋନ ମୃତ୍ୟୁସଂଖ୍ୟା 20 ହଜାର 160କୁ ବୃଦ୍ଧି ହୋଇଛି । ଗତ 24 ଘଣ୍ଟାରେ 22ହଜାର 252 ଜଣ ଆକ୍ରାନ୍ତ ହୋଇଥିବାବେଳେ 467ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦେଶର ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ 2 ଲକ୍ଷ 59ହଜାର 557ଜଣ ଚିକିତ୍ସାଧୀନ ଥିବାବେଳେ ସୁସ୍ଥ ହୋଇଛନ୍ତି 4 ଲକ୍ଷ 39 ହଜାର 948 ଜଣ ।

ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ 2 ଲକ୍ଷ 11 ହଜାର 987ଜଣ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 9 ହଜାର 26କୁ ବୃଦ୍ଧି ହୋଇଛି। ସେହିପରି ଦିଲ୍ଲୀରେ 3ହଜାର 115, ଗୁଜୁରାଟରେ 1 ହଜାର 960ଜଣ, ତାମିଲନାଡୁରେ 1ହଜାର 571ଜଣ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଦିନକରେ ରେକର୍ଡ ସଂଖ୍ୟକ 18 ହଜାର 500 ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ, 384 ମୃତ

ନୂଆଦିଲ୍ଲୀ : ସାରା ବିଶ୍ବରେ କାୟା ବିସ୍ତାର କରିଛି ମହାମାରୀ କରୋନା । ଦେଶରେ କରୋନାସ୍ଥିତି ବିସ୍ଫୋରକ ସ୍ଥିତି ଆଡ଼େ ଗତି କରୁଛି । ପ୍ରତିଦିନ ଦେଶରେ ଉଦବେଗଜନକ ଭାବେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।  ଆଜି ପୁଣି ଦେଶରେ ପ୍ରାୟ 18 ହଜାର 500 ରୁ ଅଧିକ ମାମଲା ଚିହ୍ନଟ। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 5 ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 15 ହଜାର 500 ପାର ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତ 24 ଘଣ୍ଟାରେ 18 ହଜାର 552 ନୂଆ ମାମଲା ସାମନାକୁ ଆସିଛି। 384 ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 5 ଲକ୍ଷ 8  ହଜାର 953 ରେ ପହଂଚିଛି । ଏପର୍ଯ୍ୟନ୍ତ ଭାରତରେ 15 ହଜାର 685 ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 2, 95 ହଜାର 881 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1 ଲକ୍ଷ 97 ହଜାର 387 ସକ୍ରିୟ ଅଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଦିନକରେ 5000ରୁ ଅଧିକ ନୂତନ ମାମଲା ଆସିଥିବାବେଳେ ତାମିଲନାଡୁରେ ମଧ୍ୟ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଛି।

Categories
ଆଜିର ଖବର ଜାତୀୟ ଖବର

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 445 ଜଣ କରୋନା ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଲକ୍‌ଡାଉନ ଜାରି ରହିଥିବା ସତ୍ତ୍ବେ କରୋନା ହୁ ହୁ ହୋଇ ମାଡି ଚାଲିଛି । ବର୍ତ୍ତମାନ ଦେଶରେ ସଂକ୍ରମିତ କରୋନା ରୋଗୀଙ୍କ ସଂଖ୍ୟା ସାଢେ ଚାରି ଲକ୍ଷ ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ ଭାରତରେ ଆହୁରି 445 ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଏଥି ସହିତ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 14821 ନୂତନ କରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ମୋଟ ପଜିଟିଭ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ଚାରି ଲକ୍ଷ 25 ହଜାର 282 କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ 1 ଲକ୍ଷ 74 ହଜାର ସକ୍ରିୟ ମାମଲା ରହିଥିବାବେଳେ, ଦୁଇ ଲକ୍ଷ 37 ହଜାର କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି ଏବଂ ମୋଟ 13 ହଜାର 699 ଜଣ ଲୋକ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ବରଣ କରିଛନ୍ତି । କରୋନା ସଂକ୍ରମଣ ସଂଖ୍ୟା ଦୃଷ୍ଟିରୁ ଭାରତ ହେଉଛି ବିଶ୍ୱର ଚତୁର୍ଥ ସର୍ବାଧିକ ପ୍ରଭାବିତ ଦେଶ । ଆମେରିକା, ବ୍ରାଜିଲ, ଋଷ ପରେ ଭାରତ କରୋନା ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି ।

ଦେଶରେ ସର୍ବାଧିକ କରୋନା ରୋଗୀ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ 6170ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ 2175, ଗୁଜୁରାଟରେ 1663, ତାମିଲନାଡୁରେ 757 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ମୃତ୍ୟୁ ପାଞ୍ଚ ହଜାର ଟପିଲା

ନୂଆଦିଲ୍ଲୀ : ଦିନକୁ ଦିନ ମହାମାରୀ କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ବେକାବୁ ହେବାରେ ଲାଗିଛି। ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 82 ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 5 ହଜାର ପାର ହେଲାଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଅନୁଯାୟୀ,  ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 82 ହଜାର 143ରେ ପହଂଚିଛି। ଏପର୍ଯ୍ୟନ୍ତ ଭାରତରେ 5 ହଜାର 164 ଜଣଙ୍କ ମୃତ୍ୟୁ ଘଟିଛି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 86,984 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 89,995 ସକ୍ରିୟ ଅଛନ୍ତି। ଏବେ 89 ହଜାର 995 ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 8380ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଛି। ଏହାସହ 193 ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା 65ହଜାର 168ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 21 ଶହ 97କୁ ବୃଦ୍ଧି ପାଇଛି। ସେହିପରି ଗୁଜରାଟରେ 16ହଜାର 562ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା 1007କୁ ବୃଦ୍ଧି ପାଇଛି। ସେହିଭଳି ଦିଲ୍ଲୀରେ 18ହଜାର 549ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି 416 । ସେହିପରି ଆନ୍ଧ୍ରପ୍ରଦେଶରେ 3569 କରୋନା ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 60ରେ ପହଂଚିଛି । ମଧ୍ୟପ୍ରଦେଶରେ 7 ହଜାର 891 ଜଣ ଆକ୍ରାନ୍ତ  ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 343କୁ ବୃଦ୍ଧି ପାଇଛି। କର୍ଣ୍ଣାଟକରେ 2922 ଜଣ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 48 ରହିଛି। ସେହିପରି ପଞ୍ଜାବରେ ଆକ୍ରାନ୍ତଙ୍କ ସଂଖ୍ୟା 2233 ରହିଥିବାବେଳେ  44ଜଣଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

ଭାରତରେ କରୋନା ସ୍ଥିତି ଜଟିଳ : ଦିନକରେ 265 ମୃତ

ନୂଆଦିଲ୍ଲୀ :   ଦିନକୁ ଦିନ କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି । ଲକ୍ ଡାଉନ୍ ସତ୍ତ୍ଵେ ଦେଶରେ  ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ  ଭାଙ୍ଗୁଛି । ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 73 ହଜାର ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା4 ହଜାର 9 ଶହ ଟପିଲାଣି ।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ିବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ 7964ଟି ନୂଆ କରୋନା ମାମଲା ସାମନାକୁ ଆସିଛି।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 73  ହଜାର 763 ରେ ପହଂଚିଛି।  ଏପର୍ଯ୍ୟନ୍ତ ଭାରତରେ 4 ହଜାର 971 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 82,370 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 86,422 ସକ୍ରିୟ ଅଛନ୍ତି। ଏବେ 86 ହଜାର 422 ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ 62 ହଜାର 228 ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି 2098 ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ 980, ମଧ୍ୟପ୍ରଦେଶରେ 334  ଓ ପଶ୍ଚିମବଙ୍ଗରେ 302 ଜଣ ଲୋକ ଜୀବନ ହରାଇଛନ୍ତି । ସେହିପରି ରାଜସ୍ଥାନରେ 184, ଦିଲ୍ଲୀରେ 398 ଓ ତାମିଲନାଡୁରେ 154 ଜଣଙ୍କ ମୃତ୍ୟୁ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ମୃତ୍ୟୁ 1200 ଟପିଲା

ନୂଆଦିଲ୍ଲୀ: ମହାମାରୀ କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା 1218ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଦେଶରେ 37 ହଜାର 336ଜଣ ସଂକ୍ରମିତ ହୋଇଥିବାବେଳେ 9 ହଜାର 991 ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି । ମହାରାଷ୍ଟ୍ରରେ 485ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 236ଜଣ ମୃତ୍ୟୁ ହୋଇଛନ୍ତି । ସେହିପରି ମଧ୍ୟପ୍ରଦେଶ 145 ଜଣ, ରାଜସ୍ଥାନରେ 62, ଦିଲ୍ଲୀରେ 61, ଉତ୍ତରପ୍ରଦେଶରେ 42, ପଶ୍ଚିମବଙ୍ଗରେ 33, ତାମିଲନାଡୁରେ 28, ତେଲେଙ୍ଗାନାରେ 26, କର୍ଣ୍ଣାଟକରେ 22, ପଞ୍ଜାବରେ 19, ଜମ୍ମୁକାଶ୍ମୀରରେ 8, ହରିୟାଣାରେ 4, କେରଳରେ 4, ଝାଡଖଣ୍ଡରେ 3, ବିହାରରେ ତିନି , ଆସାମ, ହିମାଚଳ ପ୍ରଦେଶ, ମେଘାଳୟ ଓ ଓଡ଼ିଶାରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । କେନ୍ଦ୍ର ସରକାର କରୋନା ସହ ମୁକାବିଲା କରିବା ପାଇଁ ତୃତୀୟ ଥର ପାଇଁ ଲକ ଡାଉନର ଅବଧିକୁ ବୃଦ୍ଧି କରାଯାଇଛି ।(ଏଜେନ୍ସି)