Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏପ୍ରିଲ ପହିଲାରୁ ୩ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ବିକଶିତ ଭାରତ ଯୁବ ସଂସଦ ୨୦୨୫
ଆଜିର ଖବର

ଏପ୍ରିଲ ପହିଲାରୁ ୩ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ବିକଶିତ ଭାରତ ଯୁବ ସଂସଦ ୨୦୨୫

March 31, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରମନ୍ତ୍ରୀ
Two-Day National Conference on Building and Other Construction Workers (BOCW) to Begin in Mumbai Today

ନୂଆଦିଲ୍ଲୀ: କେନ୍ଦ୍ରୀୟ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ, ଯୁବବ୍ୟାପାର ଓ କ୍ରୀଡା ଏବଂ ଶ୍ରମ ତଥା ନିଯୁକ୍ତି ବିଭାଗ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟଙ୍କ ନେତୃତ୍ୱରେ, ୨୦୨୫ ମସିହା ଏପ୍ରିଲ ପହିଲାରୁ ୩ ତାରିଖ ପର୍ଯ୍ୟନ୍ତ ବିକଶିତ ଭାରତ ଯୁବ ସଂସଦର ଆୟୋଜନ କରୁଛନ୍ତି। ଏହି କାର୍ଯ୍ୟକ୍ରମ ପାରମ୍ପରିକ ଯୁବ ସଂସଦର ନୂତନ କରିକଳ୍ପନା, ଯାହା ଯୁବଗୋଷ୍ଠୀଙ୍କୁ ରାଜନୀତି ଏବଂ ସାର୍ବଜନୀନ ନୀତି ସହିତ ଯୋଡ଼ିବା ତଥା ଶାସନ ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଶକ୍ତିଶାଳୀ ମଂଚ ଭାବରେ କାମ କରିବ।

କୋଭିଡ୍-୧୯ ପରେ ପ୍ରଥମ ଥର, ସମସ୍ତ ଜିଲ୍ଲା ନୋଡାଲ ରାଉଣ୍ଡ (୩୦୦) ବ୍ୟକ୍ତିଗତ ଭାବେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଅଧିକ ଅଂଶଗ୍ରହଣ ଏବଂ ପ୍ରତ୍ୟକ୍ଷ ଯୋଗଦାନ ସୁନିଶ୍ଚିତ ହୋଇଥିଲା। ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ୭୫,୦୦୦ ରୁ ଅଧିକ ଯୁବକମାନେ ମାଇଁ ଭାରତ ପୋର୍ଟାଲ ମାଧ୍ୟମରେ ନିଜର ଭିଡିଓ ଏଣ୍ଟ୍ରି ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ଦେଶର ଭବିଷ୍ୟତ ଗଢିବାରେ ସେମାନଙ୍କ ଉତ୍ସାହ ଏବଂ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି। ସମସ୍ତ ଚୟନ ପ୍ରକ୍ରିୟା ଡିଜିଟାଲ ମାଧ୍ୟମରେ ଆୟୋଜିତ ହୋଇଥିଲା, ଯେଉଁଥିରେ ପ୍ରଶାସନିକ ସଂବନ୍ଧୀୟ ପଦକ୍ଷେପରେ ପ୍ରଯୁକ୍ତିବିଦ୍ୟାର ବଢୁଥିବା ସମନ୍ୱୟକୁ ପ୍ରତିଫଳିତ କରିଥିଲା।

ବିକଶିତ ଭାରତ ଯୁବା ସଂସଦକୁ ତିନି ପ୍ରମୁଖ ପର୍ଯ୍ୟାୟରେ ବିଭକ୍ତ କରାଯାଇଛି:

ଜିଲ୍ଲା ନୋଡାଲ ରାଉଣ୍ଡ:

୩୦୦ ଜିଲ୍ଲା ପରିସରରେ ଅନୁଷ୍ଠିତ ଏକ ଦେଶ, ଏକ ନିର୍ବାଚନ ଉପରେ ବିସ୍ତୃତ ଆଲୋଚନା ବ୍ୟାପକ ସମ୍ବାଦ ମାଧ୍ୟମରେ ପ୍ରତ୍ୟେକ ସହର ଓ ଗାଁରେ ପହଂଚିଥିଲା।

ଯୋଗ୍ୟତା ଅର୍ଜନ କରିବା ପାଇଁ, ପରୀକ୍ଷାର୍ଥୀମାନଙ୍କୁ ୧ ମିନିଟ୍‌ର ଏକ ଭିଡିଓ ଅପଲୋଡ୍ କରିବାର ଥିଲା, ଯେଉଁଥିରେ ଏହି ପ୍ରଶ୍ନର ଉତ୍ତର ଦିଆଯାଇଥିଲା: ‘’ଆପଣଙ୍କ ପାଇଁ ବିକଶିତ ଭାରତର ଅର୍ଥ କ’ଣ?’’

ରାଜ୍ୟ ରାଉଣ୍ଡ:

୧୭ ରୁ ଅଧିକ ରାଜ୍ୟ ବିଧାନସଭା ଓ ଅନ୍ୟାନ୍ୟ ସରକାରୀ ଅନୁଷ୍ଠାନରେ ଅନୁଷ୍ଠିତ ଏହି ରାଉଣ୍ଡ ଯୁବ ଓ ଶାସନ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ପ୍ରମାଣିତ ହୋଇଛି।

ଅଧିବେଶନର ଅଧ୍ୟକ୍ଷତା ରାଜ୍ୟ ବିଧାନସଭା ଅଧ୍ୟକ୍ଷ ଏବଂ ରାଜ୍ୟପାଳମାନଙ୍କ ଦ୍ୱାରା କରାଯାଇଥିଲା, ଯେଉଁଥିରେ ଯୁବ ଆଲୋଚନାକୁ ବିଶ୍ୱସନୀୟତା ଏବଂ ଗୁରୁତ୍ୱ ମିଳିଥିଲା।

ଜାତୀୟ ରାଉଣ୍ଡ (୧ – ୩ ଏପ୍ରିଲ ୨୦୨୫):

ପ୍ରତ୍ୟେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଶ୍ରେଷ୍ଠ ୩ ଜଣ ପ୍ରାର୍ଥୀ (ସମୁଦାୟ ୧୦୮ ଜଣ ଯୁବକ) ଜାତୀୟ ସ୍ତରରେ ଏଥିରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି।

ଅଂଶଗ୍ରହଣକାରୀମାନେ ଉଚ୍ଚସ୍ତରୀୟ ଆଲୋଚନା ଏବଂ କାର୍ଯ୍ୟକଳାପରେ ଭାଗ ନେବେ, ଯେଉଁଥିରେ ଅନ୍ତର୍ଭୁକ୍ତ ଅଛି:

କ. ପ୍ରଶ୍ନକାଳ: ଏକ ଦେଶ, ଏକ ନିର୍ବାଚନ ଏବଂ ବିକଶିତ ଭାରତ ଉପରେ କେନ୍ଦ୍ରୀତ, ପ୍ରସ୍ତାବ ସହିତ ସମ୍ପନ୍ନ।

ଖ. ମାଷ୍ଟରକ୍ଲାସ: ବରିଷ୍ଠ ସାଂସଦଙ୍କ ଦ୍ୱାରା ପରିଚାଳିତ, ଯୁବକମାନଙ୍କୁ ଆବଶ୍ୟକ ବକ୍ତୃତା ଦକ୍ଷତା ଏବଂ ନେତୃତ୍ୱ କୌଶଳରେ ସମର୍ଥ କରିବା।

ଗ. ସଂସଦୀୟ ଅଭିଜ୍ଞତା : ଶାସନ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ରୂପରେ ବୁଝିବା ପାଇଁ ଲୋକସଭା ଓ ରାଜ୍ୟସଭା ଅଧିବେଶନରେ ଯୋଗ ଦେବା।

ଘ. ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ରାଉଣ୍ଡ : ଭାରତର ରାଜନୈତିକ ଅଭିଯାନ ଏବଂ ନେତୃତ୍ୱ ବିଷୟରେ ସୂଚନା ପ୍ରଦାନ କରିବା।

ଙ. ପୁରସ୍କାର ସମାରୋହ : ଏପ୍ରିଲ ୩ ରେ, ବିକଶିତ ଭାରତ ଯୁବ ସଂସଦ ପୁରସ୍କାର ଏବଂ ଜାତୀୟ ଯୁବ ପୁରସ୍କାର ପ୍ରଦାନ କରାଯିବ।

ବିକଶିତ ଭାରତ ଯୁବ ସଂସଦ କେବଳ ଏକ କାର୍ଯ୍ୟକ୍ରମ ନୁହେଁ – ଏହା ଏକ ପରିବର୍ତ୍ତନକାରୀ ଆନ୍ଦୋଳନ। ଏହି ପଦକ୍ଷେପ ମାଧ୍ୟମରେ ସୃଷ୍ଟି ହୋଇଥିବା ବିଚାର ଏବଂ ଆଲୋଚନା ସେଣ୍ଟ୍ରାଲ ହଲ୍ ଠାରୁ ବହୁ ଦୂରପର୍ଯ୍ୟନ୍ତ ବିସ୍ତାରିତ ହେବ। ଏହି ଆଲୋଚନା ସମଗ୍ର ଦେଶରେ ଯୁବ ନେତୃତ୍ୱାଧୀନ ନୀତିଗତ ଅଂଶଗ୍ରହଣ ଏବଂ ଜାତୀୟ ପ୍ରଗତିର ଏକ ନୂତନ ମାର୍ଗ ପ୍ରଶସ୍ତ କରିବ।

ନୂଆଦିଲ୍ଲୀ
Share. Facebook Twitter LinkedIn Email WhatsApp Copy Link

Related Posts

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବିମାନକୁ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

October 1, 2026

ସରକାର ଧାର୍ଯ୍ୟ କରନ୍ତୁ ଦୀପାବଳୀରେ ବାଣ ଫୁଟାଇବା ନିର୍ଦ୍ଦିଷ୍ଟ ସମୟ : ସୁପ୍ରିମକୋର୍ଟ

October 1, 2026
Latest News

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବିମାନକୁ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

October 1, 2026

ବନ୍ୟା ପ୍ରଭାବିତଙ୍କ ପାଇଁ ଦଶହରା ପୂର୍ବରୁ ସରିବ କ୍ଷତିପୂରଣ ବଣ୍ଟନ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

October 1, 2026

ସରକାର ଧାର୍ଯ୍ୟ କରନ୍ତୁ ଦୀପାବଳୀରେ ବାଣ ଫୁଟାଇବା ନିର୍ଦ୍ଦିଷ୍ଟ ସମୟ : ସୁପ୍ରିମକୋର୍ଟ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.