Categories
ଆଜିର ଖବର ରାଜ୍ୟ ଖବର

ଶପଥ ଗ୍ରହଣ କଲେ ଓଡିଶାର ନୂଆ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ଆଜି ଓଡିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ରଘୁବର ଦାସ। ତାଙ୍କୁ ଶପଥ କରାଇଛନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିଦ୍ୟୁତ ରଂଜନ ଷଡଙ୍ଗୀ। ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ରଘୁବର।

ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବହୁ ମନ୍ତ୍ରୀ ବିଧାୟକ ଯୋଗଦେଇଥିଲେ। ସେହିପରି କେତେକ ବିଚାରପତିଙ୍କୁ ମଧ୍ୟ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ କରାଯାଇଥିଲା। ଏଥିସହିତ ମୁଖ୍ୟଶାସନ ସଚିବ, ପୋଲିସ ଡିଜି ପ୍ରମୁଖ ଯୋଗଦେଇଥିଲେ। ଶପଥ ପରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

ଶପଥ ନେବା ପୂର୍ବରୁ ରାଜ୍ୟପାଳ ରଘୁବର ଦାସ ଲିଙ୍ଗରାଜ ମନ୍ଦିର ଯାଇ ସେଠାରେ ପ୍ରଭୃଙ୍କୁ ଦର୍ଶନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡିଶାର ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ

ଭୁବନେଶ୍ବର: ଆଜି ଓଡିଶାର ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ। ରାଜଭବନରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ତାଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଶପଥ ପାଠ କରାଇବେ। ଏହି ଉତ୍ସବ ଆଜି ଦିନ 11ଟା 45 ମିନିଟରେ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି।

ତେବେ ଶପଥପାଠ ପୂର୍ବରୁ ରଘୁବର ପ୍ରଥମେ ପ୍ରଭୃ ଲିଙ୍ଗରାଜଙ୍କୁ ଯାଇ ଦର୍ଶନ କରିବେ। ସେଠାରେ ସ୍ବତନ୍ତ୍ର ପୂଜାଅର୍ଚ୍ଚନା ପରେ ରାଜଭବନ ଫେରି ଶପଥ ନେବେ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ପ୍ରମିଳା ମଲ୍ଲିକ, ମନ୍ତ୍ରୀ ମଣ୍ଡଳର ବରିଷ୍ଠ ମନ୍ତ୍ରୀ ଏବଂ ବିଶିଷ୍ଠ ବ୍ୟକ୍ତିଗଣ ଯୋଗଦେବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନବନିଯୁକ୍ତ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆସନ୍ତାକାଲି ଶପଥ

ଭୁବନେଶ୍ବର: ଆଜି ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସେ ଭୁବନେଶ୍ବରର ରାଜଭବନରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ସାକ୍ଷାତ କରି ସ୍ବାଗତ କରିଥିଲେ। ତାଙ୍କ ସହିତ 5ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ମଧ୍ୟ ରଘୁବରଙ୍କୁ ସାକ୍ଷାତ କରିଥିଲେ।

ଏହାପରେ ଓଡିଶା ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକ ମଧ୍ୟ ନବନିଯୁକ୍ତ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କ ପରେ କେତେକ ବିଶିଷ୍ଠ ବ୍ୟକ୍ତି ମଧ୍ୟ ନବନିଯୁକ୍ ରାଜ୍ୟପାଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତାକାଲି ସେ ପ୍ରଭୃ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ଦିନ 11ଟା 45 ରେ ଶପଥ ଗ୍ରହଣ କରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ଓଡିଶାରୁ ବିଦାୟ ନେବେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, କହିଲେ ଏପରି କଥା

ଭୁବନେଶ୍ବର: ଆଜି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଓଡିଶାରୁ ବିଦାୟ ନେବେ। ରାଜ୍ୟପାଳ ଭାବେ ଆଜି ହେଉଛି ତାଙ୍କର ଶେଷଦିନ। ଏହି ଉପଲକ୍ଷେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣେଷୀଲାଲଙ୍କୁ ସାକ୍ଷାତ କରିଥିଲେ। ତାଙ୍କର ଦୀର୍ଘ ତଥା ନିରାମୟ ଜୀବନ କାମନା କରିଥିଲେ।

ସେହିପରି ଗତକାଲି ରାଜଭବନ କର୍ମଚାରୀମାନେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ସମସ୍ତ କର୍ମଚାରୀ ରାଜ୍ୟପାଳଙ୍କ ବ୍ୟବହାର ତଥା ଶାସନ ପ୍ରଣାଳୀକୁ ବେଶ ପ୍ରଶଂସା କରିଥିଲେ। ଆଜି କେତେକ ବିଶିଷ୍ଠ ବ୍ୟକ୍ତି ରାଜ୍ୟପାଳଙ୍କୁ ସାକ୍ଷାତ କରି ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିବେ।

ବିଦାୟ ସମୟରେ ପ୍ରଫେସରଗଣେଷୀଲାଲ କହିଛନ୍ତି ଯେ, ଓଡିଶାରେ ମୋର ପୁର୍ନଜନ୍ମ ହୋଇଛି। ଓଡିଶା ଲୋକଙ୍କର ଭଲପାଇବା ମୁଁ କେବେ ଭୁଲିପାରିବି ନାହିଁ। ଦୁନିଆରେ ଆପଣ ଚାରିଆଡେ ବୁଲନ୍ତୁ, ହେଲେ ପୁରୀ ପରି ଭଲପାଇବା କେଉଁଠି ମିଳିବ ନାହିଁ।

ମେ’ ୨୯ ତାରିଖ ୨୦୧୮ରେ ଓଡ଼ିଶାର ରାଜ୍ୟପାଳ ଭାବେ ଯୋଗଦେଇଥିଲେ ପ୍ରଫେସର ଗଣେଷୀଲାଲ। ଓଡିଶ।ର ନୂଆ ର।ଜ୍ୟପ।ଳ ଭ।ବେ ଯୋଗ ଦେବେ ଝ।ଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦ।ସ। ସେ ଆସନ୍ତ। ୨୯ ତ।ରିଖରେ ଓଡିଶ। ଆସିବେ ଏବଂ ୩୧ ତ।ରିଖରେ ଶପଥ ଗ୍ରହଣ କରିବେ ବୋଲି ଜଣ।ପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ପରେ କଣ କହିଲେ ରଘୁବର ଦାସ

ନୂଆଦିଲ୍ଲୀ: ଗତକାଲି ରାତିରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରଘୁବର ଦାସଙ୍କୁ ଓଡିଶା ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଏହା ଜଣାପଡିବା ପରେ ତାଙ୍କ ପରିବାରରେ ବେଶ ଆନନ୍ଦର ଲହରୀ ଖେଳିଯାଇଥିଲା। ରଘୁବର ନିଜ ବାସଭବନରେ ତାଙ୍କ ମାଆଙ୍କ ଆଗରେ ବଡ ଭଉଣୀ ତାଙ୍କୁ ବନ୍ଦାପନା କରିଥିଲେ।

ଏହାପରେ ରଘୁବର କହିଥିଲେ ଯେ, ଜଗନ୍ନାଥଙ୍କ ଦେଶ ଓଡିଶାରେ ମୋତେ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିବାରୁ ମୁଁ ବିଶେଷ ଖୁସି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ସାହା ଏବଂ ବିଜେପି ସଭାପତି ଜେ ପି ନଡ୍ଡାଙ୍କୁ ଧନ୍ୟବାଦ ଅର୍ପଣ କରୁଛି।

Categories
ଜାତୀୟ ଖବର ବିଶେଷ ଖବର

ମନ୍ତ୍ରୀଙ୍କୁ କରାଗଲା ରାଜ୍ୟପାଳ, କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ କାଉଣ୍ଟ ଡାଉନ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ଅଦଳବଦଳ ନିଶ୍ଚିତ ହୋଇଛି। କାରଣ କେନ୍ଦ୍ରୀୟ ମନ୍ତ୍ରୀ ଥାବର ଚାନ୍ଦ ଗେହଲଟଙ୍କୁ ଆଜି କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଏହି କ୍ରମରେ 8ଟି ରାଜ୍ୟର ରାଜ୍ୟପାଳଙ୍କୁ ଅଦଳବଦଳ କରାଯାଇଛି। ସେହି ଅନୁସାରେ

  1. ବନ୍ଦାରୁ ଦତ୍ତାତ୍ରୟ ହେଲେ ହରିୟାଣା ରାଜ୍ୟପାଳ, ପୂର୍ବରୁ ହିମାଚଳ ପ୍ରଦେଶ ରାଜ୍ୟପାଳ ଥିଲେ
  2. ହରି ବାବୁ କମ୍ଭମପତି ହେଲେ ମିଜୋରାମ ରାଜ୍ୟପାଳ
  3. ମଙ୍ଗୁଭାଇ ପଟେଲ ହେଲେ ମଧ୍ୟପ୍ରଦେଶ ରାଜ୍ୟପାଳ
  4. ଥାବର ଚାନ୍ଦ ଗେହଲଟ ହେଲେ କର୍ଣ୍ଣାଟକ ରାଜ୍ୟପାଳ
  5. ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ହେଲେ ହିମାଚଳ ପ୍ରଦେଶ ରାଜ୍ୟପାଳ
  6. ସତ୍ୟଦେବ ନାରାୟଣ ଆର୍ଯ୍ୟ ହେଲେ ତ୍ରିପୁରା ରାଜ୍ୟପାଳ, ପୂର୍ବରୁ ହରିୟାଣା ରାଜ୍ୟପାଳ ଥିଲେ
  7. ରମେଶ ବାଏସ ହେଲେ ଝାଡ଼ଖଣ୍ଡ ରାଜ୍ୟପାଳ, ପୂର୍ବରୁ ତ୍ରିପୁରା ରାଜ୍ୟପାଳ ଥିଲେ
  8. ପିଏସ୍.ଶ୍ରୀଧରନ ପିଲ୍ଲାଇ ହେଲେ ଗୋଆ ରାଜ୍ୟପାଳ, ପୂର୍ବରୁ ମିଜୋରାମ ରାଜ୍ୟପାଳ ଥିଲେ