Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»୧୮ରେ ଶପଥ ନେବେ ନୂଆ ରାଜ୍ୟପାଳ ବ୍ରଜମୋହନ ରାମ
ରାଜ୍ୟ ଖବର

୧୮ରେ ଶପଥ ନେବେ ନୂଆ ରାଜ୍ୟପାଳ ବ୍ରଜମୋହନ ରାମ

October 16, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
New Governor Brajmohan Ram to take oath on the 18th
New Governor Brajmohan Ram to take oath on the 18th

ଭୁବନେଶ୍ବର: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆସନ୍ତା ୧୮ ତାରିଖରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। ଏଥିପାଇଁ ରାଜ୍ୟ ପ୍ରଶାସନ ଓ ରାଜଭବନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଦିନ ପୂର୍ବାହ୍ନ ୧୧ଟାରେ ଲୋକସେବା ଭବନସ୍ଥିତ ନୂଆ ‘ଅଭିଷେକ ହଲ୍‌’ରେ ଏହି ଆନୁଷ୍ଠାନିକ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ନୂଆ ରାଜ୍ୟପାଳଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।

ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶା ତଥା ରାଜ୍ୟ ବାହାରୁ ପ୍ରାୟ ୩୦୦ରୁ ଅଧିକ ବିଶିଷ୍ଟ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀପରିଷଦର ସଦସ୍ୟ, ସାଂସଦ, ବିଧାୟକ, ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ, ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବିଭିନ୍ନ କ୍ଷେତ୍ରର ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିବେ।

ନୂତନ ରାଜ୍ୟପାଳଙ୍କ ଶପଥ ଗ୍ରହଣ ପୂର୍ବରୁ ଏବଂ ପରେ ତାଙ୍କୁ ସଶସ୍ତ୍ର ବାହିନୀ ପକ୍ଷରୁ ‘ଗାର୍ଡ ଅଫ୍ ଅନର’ ପ୍ରଦାନ କରାଯିବ। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଲୋକସେବା ଭବନ ଓ ରାଜଭବନ ଆଖପାଖ ଅଞ୍ଚଳରେ କଡ଼ା ପୋଲିସ ପହରା ବ୍ୟବସ୍ଥା କରାଯାଇଛି। ଶପଥ ଗ୍ରହଣ ସମାରୋହ ପରେ ନୂତନ ରାଜ୍ୟପାଳ ଆନୁଷ୍ଠାନିକ ଭାବେ ରାଜଭବନରେ ନିଜର ଦାୟିତ୍ୱ ଭାର ଗ୍ରହଣ କରିବେ।

ନୂଆ ରାଜ୍ୟପାଳ ବ୍ରଜମୋହନ ରାମ ଶପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଟି ବିଏଚୟୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ ବାଜିମାତ୍‌

October 16, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ୨୦୨୬ ଆୟୋଜିତ

October 16, 2026

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ : ଅକ୍ଟୋବର ୨୬ରୁ ’ଘରକୁ ଘର ସର୍ଭେ’

October 16, 2026

ଖାଦ୍ୟ ବିଷାକ୍ତ କାରଣରୁ ୮୪ ସୀମା ସୁରକ୍ଷା ବଳ ଯବାନ ହସ୍ପିଟାଲରେ ଭର୍ତ୍ତି

October 15, 2026
Latest News

ଆଇଆଇଟି ବିଏଚୟୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ ବାଜିମାତ୍‌

October 16, 2026

ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି: ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ

October 16, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ୨୦୨୬ ଆୟୋଜିତ

October 16, 2026

ଚଳିତ ବର୍ଷ ରାବଣ ସାଙ୍ଗକୁ ଜଳିବ ୩୦ ଫୁଟର ‘କକ୍ରୋଚ୍’

October 16, 2026

ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.