Categories
ଆଜିର ଖବର ରାଜ୍ୟ ଖବର

ପାର୍ବଣ ଋତୁରେ ଉପହାର: ଦକ୍ଷିଣ ପୂର୍ବ ରେଳପଥ ପାଇଁ 4 ଟି ନୂତନ ଟ୍ରେନ୍

ଭୁବନେଶ୍ଵର: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଦକ୍ଷିଣ ପୂର୍ବ ରେଳପଥ ପାଇଁ 4 ଟି ନୂତନ ଟ୍ରେନ୍ ଏହି ପାର୍ବଣ ଋତୁରେ ଉପହାର ଦିଆଯାଇଅଛି, ଯେଉଁଥିରେ ଟାଟା ଠାରୁ ରାଇରଙ୍ଗପୁର /ବାଦାମପାହାଡ଼ ଅଞ୍ଚଳକୁ ପ୍ରଥମ ମେଲ ଏକ୍ସପ୍ରେସ ଟ୍ରେନ ଅନ୍ତର୍ଭୁକ୍ତ।

ଏହି ଅଞ୍ଚଳରେ ଟ୍ରେନ ଚଳାଚଳ ବୃଦ୍ଧି କରାଇବା ଏକ ଦୀର୍ଘ ବିଚାରାଧୀନ ଚାହିଦା ଥିଲା ଏବଂ ଏହା ସ୍ଥାନୀୟ ଲୋକଙ୍କ ଆକାଂକ୍ଷା ପୂରଣ କରିବ।

ଏହି ଟ୍ରେନଗୁଡିକ ହେଉଛି ଶାଲିମାର-ବାଦାମପାହାଡ଼-ଶାଲିମାର (ସାପ୍ତାହିକ), ବାଦାମପାହାଡ଼-ରାଉରକେଲା-ବାଦାମପାହାଡ଼ (ସାପ୍ତାହିକ), ରାଉରକେଲା – ଟାଟାନଗର- ରାଉରକେଲା (ସପ୍ତାହରେ 06 ଦିନ) ଏବଂ ଟାଟାନଗର-ବାଦାମପାହାଡ଼-ଟାଟାନଗର (ସପ୍ତାହରେ 06 ଦିନ) ଚଳାଚଳ କରିବ। ଏହା ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବା ସହିତ ଦୁର୍ଗମ ଆଦିବାସୀ ଅଞ୍ଚଳର ବିକାଶରେ ସାହାଯ୍ୟ କରିବ ଏବଂ ଆଶାୟୀ ଜିଲ୍ଲାମାନଙ୍କୁ ଅତିରିକ୍ତ ଗମନାଗମନ ସଂଯୋଗ ଯୋଗାଇବ। ଏବେ ମେଲ / ଏକ୍ସପ୍ରେସ ଟ୍ରେନ ସେବା ଏହି ଅଞ୍ଚଳରେ ଯୋଗାଇବ ଓ ଟାଟା-ବାଦାମପାହାଡ଼ ରେଳ ସେକ୍ସନ ରେ ମେଲ / ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ। ଏହା ଖୁବ ଶୀଘ୍ର ପ୍ରଚଳନ କରାଯିବ।

ଶାଲିମାର-ବାଦାମପାହାଡ଼-ଶାଲିମାର ସାପ୍ତାହିକ ଏକ୍ସପ୍ରେସ:

ଶାଲିମାର-ବାଦାମପାହାଡ଼ ସାପ୍ତାହିକ ଏକ୍ସପ୍ରେସ ପ୍ରତ୍ୟେକ ଶନିବାର ଦିନ ରାତ୍ରି 11ଘ.05ମି.ରେ ଶାଲିମାର ଛାଡିବ ଏବଂ ପରଦିନ ଭୋର 05ଘ.40ମି.ରେ ବାଦାମପାହାଡ଼ରେ ପହଞ୍ଚିବ। ଫେରିବା ମାର୍ଗରେ ବାଦାମପାହାଡ଼- ଶାଲିମାର ଏକ୍ସପ୍ରେସ ପ୍ରତି ରବିବାର ଦିନ ରାତ୍ରି 09ଘ.30ମି.ରେ ବାଦାମପାହାଡ଼ ଛାଡିବ ଏବଂ ପରଦିନ ଭୋର 05 ଘଟୀକାରେ ଶାଲିମାରରେ ପହଞ୍ଚିବ।

ଏହି ଟ୍ରେନ୍ ଉଭୟ ପାର୍ଶ୍ୱରୁ ଶାଲିମାର ଏବଂ ବାଦାମପାହାଡ଼ ମଧ୍ୟରେ ସାନ୍ତ୍ରାଗାଛି, ଖଡ଼ଗ୍ପୁର, ଝାରଗ୍ରାମ, ଘଟଶିଳା, ଆସାନବୋନି, ଟାଟାନଗର, ବାହାଲଦା ରୋଡ୍, ଅଁଳାଜୋରୀ ଏବଂ ରାଇରଙ୍ଗପୁର ଷ୍ଟେସନ ଠାରେ ରହଣି କରିବ।

ବାଦାମପାହାଡ଼-ରାଉରକେଲା-ବାଦାମପାହାଡ଼ ସାପ୍ତାହିକ ଏକ୍ସପ୍ରେସ:

ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ ପ୍ରତି ରବିବାର ଦିନ ସକାଳ 06ଘ.10ମି.ରେ ବାଦାମପାହାଡ଼ ଛାଡି ସେହି ଦିନ ପୂର୍ବାହ୍ନ 11ଘ.40ମି.ରେ ରାଉରକେଲାରେ ପହଞ୍ଚିବ।  ଫେରିବା ମାର୍ଗରେ ରାଉରକେଲା-ବାଦାମପାହାଡ଼ ଏକ୍ସପ୍ରେସ ପ୍ରତି ରବିବାର ଦିନ ଅପରାହ୍ନ 02ଘ.20ମି.ରେ ରାଉରକେଲା ଛାଡି ସନ୍ଧ୍ୟା 07ଘ.25ମି.ରେ ବାଦାମପାହାଡ଼ରେ ପହଞ୍ଚିବ।

ଏହି ଟ୍ରେନ୍ ଉଭୟ ପାର୍ଶ୍ୱରୁ ବାଦାମପାହାଡ଼ ଓ ରାଉରକେଲା ମଧ୍ୟରେ ରାଇରଙ୍ଗପୁର, ଅଁଳାଜୋରୀ, ବାହାଲଦା ରୋଡ୍, ଟାଟାନଗର, ସିନି, ରାଜଖରସୁଆଁ, ଚକ୍ରଧରପୁର, ଗୋଇଲକେରା ଏବଂ ମନୋହରପୁରରେ ଷ୍ଟେସନ ଠାରେ ରହଣି କରିବ।

ରାଉରକେଲା- ଟାଟାନଗର-ରାଉରକେଲା ଏକ୍ସପ୍ରେସ (ସପ୍ତାହରେ 6 ଦିନ)

ରାଉରକେଲା-ଟାଟାନଗର ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ଭୋର 04ଘ.50ମି.ରେ ରାଉରକେଲା ଛାଡିବ ଏବଂ ସେହି ଦିନ ପୂର୍ବାହ୍ନ 09ଘ.15ମି.ରେ ଟାଟାନାଗର ଠାରେ ପହଞ୍ଚିବ। ଫେରିବା ମାର୍ଗରେ, ଟାଟାନଗର – ରାଉରକେଲା ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ଅପରାହ୍ନ 03ଘ.25ମି.ରେ ଟାଟାନଗର ଛାଡିବ ଏବଂ ସେହି ଦିନ ସନ୍ଧ୍ୟା 07ଘ.35ମି.ରେ ରାଉରକେଲାରେ ପହଞ୍ଚିବ।

ଏହି ଟ୍ରେନ ରାଉରକେଲା ଏବଂ ଟାଟାନଗର ମଧ୍ୟରେ ବିସ୍ରା, ମନୋହରପୁର, ଚକ୍ରଧରପୁର, ସିନି ଏବଂ ଆଦିତ୍ୟପୁର ଷ୍ଟେସନ ମାନଙ୍କରେ ରହଣି କରିବ।

ଟାଟାନଗର-ବାଦାମପାହାଡ଼-ଟାଟାନଗର ଏକ୍ସପ୍ରେସ (ସପ୍ତାହରେ 6 ଦିନ)

ଟାଟାନଗର-ବାଦାମପାହାଡ଼ ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ପୂର୍ବାହ୍ନ 09ଘ.55ମି.ରେ ଟାଟାନଗର ଛାଡିବ ଏବଂ ସେହି ଦିନ ବାଦାମପାହାଡ଼ରେ ଅପରାହ୍ନ 12ଘ.15ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ବାଦାମପାହାଡ଼ – ଟାଟାନଗର ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ଅପରାହ୍ନ 12ଘ.45ମି.ରେ ବାଦାମପାହାଡ଼ ଛାଡିବ ଏବଂ ସେହି ଦିନ ଅପରାହ୍ନ 15ଘ.20ମି.ରେ ଟାଟାନଗରରେ ପହଞ୍ଚିବ।

ଏହି ଟ୍ରେନ୍ ଉଭୟ ପାର୍ଶ୍ୱରୁ ଟାଟାନଗର ଏବଂ ବାଦାମପାହାଡ଼ ମଧ୍ୟରେ ହଲୁଦପୁକୁର, ଅଁଳାଜୋରୀ, ରାଇରଙ୍ଗପୁର, କୁଲଡିହା ଏବଂ ଛାନଭା ଷ୍ଟେସନ ମାନଙ୍କରେ ରହଣି କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭଦ୍ରକ-ଭୁବନେଶ୍ୱର-ବିଶାଖାପାଟନମ୍ ମାର୍ଗଦେଇ ଜସିଡ଼ିହ ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ନୂତନ ଟ୍ରେନ୍

ଭୁବନେଶ୍ଵର: ଭଦ୍ରକ-ଭୁବନେଶ୍ୱର-ବିଶାଖାପାଟନମ୍ ମାର୍ଗଦେଇ ଜସିଡ଼ିହ ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ନୂତନ ଟ୍ରେନ୍ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।

ଏହି ଟ୍ରେନ ର ନିୟମିତ ସେବା ଜସିଡ଼ିହ ଠାରୁ ସେପ୍ଟେମ୍ବର ମାସ ୩୦ ତାରିଖରୁ ଏବଂ ଏସଏମଭିଟି ବେଙ୍ଗାଲୁରୁ ଅକ୍ଟୋବର ମାସ ୨ ତାରିଖ ଠାରୁ କରାଯିବ। ୨୨୩୦୬ ଜସିଡିହ-ଏସଏମଭିଟି ବେଙ୍ଗାଲୁରୁ ସୁପର ଫାଷ୍ଟ ଏକ୍ସପ୍ରେସ ପ୍ରତ୍ୟେକ ଶୁକ୍ରବାର ଦିନ ଜସିଡିହରୁ ସକାଳ ୦୬ ଘ.୩୦ ମି.ରେ ବେଙ୍ଗାଲୁରୁ ଯାତ୍ରା କରିବ। ଫେରିବା ମାର୍ଗରେ ୨୨୩୦୫ ସଏମଭିଟି ବେଙ୍ଗାଲୁରୁ-ଜସିଡିହ ସୁପର ଫାଷ୍ଟ ଏକ୍ସପ୍ରେସ ସଏମଭିଟି ବେଙ୍ଗାଲୁରୁରୁ ପ୍ରତ୍ୟେକ ରବିବାର ଦିନ ପୂର୍ବାହ୍ନ ୧୦ ଘଟିକାରେ ଛାଡି ଜସିଡ଼ିହ ଯାତ୍ରା କରିବ।

ଏହି ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ବିଜୟନଗରମ୍ ଏବଂ ବିଶାଖାପାଟନମ୍ ଷ୍ଟେସନ ମାନଙ୍କ ଠାରେ ରହଣି କରିବାକୁ ଥିବାବେଳେ ଉଭୟ ପାର୍ଶ୍ୱରୁ ଜସିଡ଼ିହ ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ଆସାନସୋଲ୍, ଦୁର୍ଗାପୁର, ବର୍ଦ୍ଧମାନ, ଖଡ଼ଗ୍ପୁର, ବାଲେଶ୍ୱର, ନେଲୋର, ପେରମ୍ବୁର, କାଟପାଡି ଏବଂ ଜୋଲାରପେଟାଇ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କ ଠାରେ ରହଣି କରିବ।

ଏହି ଟ୍ରେନ ଗଠନରେ ଗୋଟିଏ ପ୍ରଥମ ଶ୍ରେଣୀ ଏସି, ଚାରିଟି ଏସି-୨ ଟାୟାର, ୧୦ ଟି ଏସି -୩ ଟାୟାର, ଦୁଇଟି ସ୍ଲିପର କ୍ଲାସ, ଦୁଇଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ, ଗୋଟିଏ ପ୍ୟାଣ୍ଟ୍ରି କାର ଏବଂ ଦୁଇଟି ଗାର୍ଡ, ଲଗେଜ୍ ତଥା ଜେନେରେଟର କାର ଉପଲବ୍ଧ ଅଛି।

ଉଦ୍ଘାଟନୀ ଯାତ୍ରାରେ ଏହି ଟ୍ରେନ ଏକ ବିଶେଷ ଟ୍ରେନ ଭାବେ ଜସିଡ଼ିହ ଠାରୁ ୨୩.୦୯.୨୦୨୨ ଅପରାହ୍ନ ୩ ଘ. ୩୦ମି.ରେ ଯାତ୍ରା ଶୁଭାରମ୍ଭ କରି ଏସଏମଭିଟି ବେଙ୍ଗାଲୁରୁ ପର୍ଯ୍ୟନ୍ତ ଯାତ୍ରା କରିବ।