Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାର୍ବଣ ଋତୁରେ ଉପହାର: ଦକ୍ଷିଣ ପୂର୍ବ ରେଳପଥ ପାଇଁ 4 ଟି ନୂତନ ଟ୍ରେନ୍
ଆଜିର ଖବର

ପାର୍ବଣ ଋତୁରେ ଉପହାର: ଦକ୍ଷିଣ ପୂର୍ବ ରେଳପଥ ପାଇଁ 4 ଟି ନୂତନ ଟ୍ରେନ୍

October 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଦକ୍ଷିଣ ପୂର୍ବ ରେଳପଥ ପାଇଁ 4 ଟି ନୂତନ ଟ୍ରେନ୍ ଏହି ପାର୍ବଣ ଋତୁରେ ଉପହାର ଦିଆଯାଇଅଛି, ଯେଉଁଥିରେ ଟାଟା ଠାରୁ ରାଇରଙ୍ଗପୁର /ବାଦାମପାହାଡ଼ ଅଞ୍ଚଳକୁ ପ୍ରଥମ ମେଲ ଏକ୍ସପ୍ରେସ ଟ୍ରେନ ଅନ୍ତର୍ଭୁକ୍ତ।

ଏହି ଅଞ୍ଚଳରେ ଟ୍ରେନ ଚଳାଚଳ ବୃଦ୍ଧି କରାଇବା ଏକ ଦୀର୍ଘ ବିଚାରାଧୀନ ଚାହିଦା ଥିଲା ଏବଂ ଏହା ସ୍ଥାନୀୟ ଲୋକଙ୍କ ଆକାଂକ୍ଷା ପୂରଣ କରିବ।

ଏହି ଟ୍ରେନଗୁଡିକ ହେଉଛି ଶାଲିମାର-ବାଦାମପାହାଡ଼-ଶାଲିମାର (ସାପ୍ତାହିକ), ବାଦାମପାହାଡ଼-ରାଉରକେଲା-ବାଦାମପାହାଡ଼ (ସାପ୍ତାହିକ), ରାଉରକେଲା – ଟାଟାନଗର- ରାଉରକେଲା (ସପ୍ତାହରେ 06 ଦିନ) ଏବଂ ଟାଟାନଗର-ବାଦାମପାହାଡ଼-ଟାଟାନଗର (ସପ୍ତାହରେ 06 ଦିନ) ଚଳାଚଳ କରିବ। ଏହା ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବା ସହିତ ଦୁର୍ଗମ ଆଦିବାସୀ ଅଞ୍ଚଳର ବିକାଶରେ ସାହାଯ୍ୟ କରିବ ଏବଂ ଆଶାୟୀ ଜିଲ୍ଲାମାନଙ୍କୁ ଅତିରିକ୍ତ ଗମନାଗମନ ସଂଯୋଗ ଯୋଗାଇବ। ଏବେ ମେଲ / ଏକ୍ସପ୍ରେସ ଟ୍ରେନ ସେବା ଏହି ଅଞ୍ଚଳରେ ଯୋଗାଇବ ଓ ଟାଟା-ବାଦାମପାହାଡ଼ ରେଳ ସେକ୍ସନ ରେ ମେଲ / ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ। ଏହା ଖୁବ ଶୀଘ୍ର ପ୍ରଚଳନ କରାଯିବ।

ଶାଲିମାର-ବାଦାମପାହାଡ଼-ଶାଲିମାର ସାପ୍ତାହିକ ଏକ୍ସପ୍ରେସ:

ଶାଲିମାର-ବାଦାମପାହାଡ଼ ସାପ୍ତାହିକ ଏକ୍ସପ୍ରେସ ପ୍ରତ୍ୟେକ ଶନିବାର ଦିନ ରାତ୍ରି 11ଘ.05ମି.ରେ ଶାଲିମାର ଛାଡିବ ଏବଂ ପରଦିନ ଭୋର 05ଘ.40ମି.ରେ ବାଦାମପାହାଡ଼ରେ ପହଞ୍ଚିବ। ଫେରିବା ମାର୍ଗରେ ବାଦାମପାହାଡ଼- ଶାଲିମାର ଏକ୍ସପ୍ରେସ ପ୍ରତି ରବିବାର ଦିନ ରାତ୍ରି 09ଘ.30ମି.ରେ ବାଦାମପାହାଡ଼ ଛାଡିବ ଏବଂ ପରଦିନ ଭୋର 05 ଘଟୀକାରେ ଶାଲିମାରରେ ପହଞ୍ଚିବ।

ଏହି ଟ୍ରେନ୍ ଉଭୟ ପାର୍ଶ୍ୱରୁ ଶାଲିମାର ଏବଂ ବାଦାମପାହାଡ଼ ମଧ୍ୟରେ ସାନ୍ତ୍ରାଗାଛି, ଖଡ଼ଗ୍ପୁର, ଝାରଗ୍ରାମ, ଘଟଶିଳା, ଆସାନବୋନି, ଟାଟାନଗର, ବାହାଲଦା ରୋଡ୍, ଅଁଳାଜୋରୀ ଏବଂ ରାଇରଙ୍ଗପୁର ଷ୍ଟେସନ ଠାରେ ରହଣି କରିବ।

ବାଦାମପାହାଡ଼-ରାଉରକେଲା-ବାଦାମପାହାଡ଼ ସାପ୍ତାହିକ ଏକ୍ସପ୍ରେସ:

ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ ପ୍ରତି ରବିବାର ଦିନ ସକାଳ 06ଘ.10ମି.ରେ ବାଦାମପାହାଡ଼ ଛାଡି ସେହି ଦିନ ପୂର୍ବାହ୍ନ 11ଘ.40ମି.ରେ ରାଉରକେଲାରେ ପହଞ୍ଚିବ।  ଫେରିବା ମାର୍ଗରେ ରାଉରକେଲା-ବାଦାମପାହାଡ଼ ଏକ୍ସପ୍ରେସ ପ୍ରତି ରବିବାର ଦିନ ଅପରାହ୍ନ 02ଘ.20ମି.ରେ ରାଉରକେଲା ଛାଡି ସନ୍ଧ୍ୟା 07ଘ.25ମି.ରେ ବାଦାମପାହାଡ଼ରେ ପହଞ୍ଚିବ।

ଏହି ଟ୍ରେନ୍ ଉଭୟ ପାର୍ଶ୍ୱରୁ ବାଦାମପାହାଡ଼ ଓ ରାଉରକେଲା ମଧ୍ୟରେ ରାଇରଙ୍ଗପୁର, ଅଁଳାଜୋରୀ, ବାହାଲଦା ରୋଡ୍, ଟାଟାନଗର, ସିନି, ରାଜଖରସୁଆଁ, ଚକ୍ରଧରପୁର, ଗୋଇଲକେରା ଏବଂ ମନୋହରପୁରରେ ଷ୍ଟେସନ ଠାରେ ରହଣି କରିବ।

ରାଉରକେଲା- ଟାଟାନଗର-ରାଉରକେଲା ଏକ୍ସପ୍ରେସ (ସପ୍ତାହରେ 6 ଦିନ)

ରାଉରକେଲା-ଟାଟାନଗର ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ଭୋର 04ଘ.50ମି.ରେ ରାଉରକେଲା ଛାଡିବ ଏବଂ ସେହି ଦିନ ପୂର୍ବାହ୍ନ 09ଘ.15ମି.ରେ ଟାଟାନାଗର ଠାରେ ପହଞ୍ଚିବ। ଫେରିବା ମାର୍ଗରେ, ଟାଟାନଗର – ରାଉରକେଲା ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ଅପରାହ୍ନ 03ଘ.25ମି.ରେ ଟାଟାନଗର ଛାଡିବ ଏବଂ ସେହି ଦିନ ସନ୍ଧ୍ୟା 07ଘ.35ମି.ରେ ରାଉରକେଲାରେ ପହଞ୍ଚିବ।

ଏହି ଟ୍ରେନ ରାଉରକେଲା ଏବଂ ଟାଟାନଗର ମଧ୍ୟରେ ବିସ୍ରା, ମନୋହରପୁର, ଚକ୍ରଧରପୁର, ସିନି ଏବଂ ଆଦିତ୍ୟପୁର ଷ୍ଟେସନ ମାନଙ୍କରେ ରହଣି କରିବ।

ଟାଟାନଗର-ବାଦାମପାହାଡ଼-ଟାଟାନଗର ଏକ୍ସପ୍ରେସ (ସପ୍ତାହରେ 6 ଦିନ)

ଟାଟାନଗର-ବାଦାମପାହାଡ଼ ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ପୂର୍ବାହ୍ନ 09ଘ.55ମି.ରେ ଟାଟାନଗର ଛାଡିବ ଏବଂ ସେହି ଦିନ ବାଦାମପାହାଡ଼ରେ ଅପରାହ୍ନ 12ଘ.15ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ବାଦାମପାହାଡ଼ – ଟାଟାନଗର ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ଅପରାହ୍ନ 12ଘ.45ମି.ରେ ବାଦାମପାହାଡ଼ ଛାଡିବ ଏବଂ ସେହି ଦିନ ଅପରାହ୍ନ 15ଘ.20ମି.ରେ ଟାଟାନଗରରେ ପହଞ୍ଚିବ।

ଏହି ଟ୍ରେନ୍ ଉଭୟ ପାର୍ଶ୍ୱରୁ ଟାଟାନଗର ଏବଂ ବାଦାମପାହାଡ଼ ମଧ୍ୟରେ ହଲୁଦପୁକୁର, ଅଁଳାଜୋରୀ, ରାଇରଙ୍ଗପୁର, କୁଲଡିହା ଏବଂ ଛାନଭା ଷ୍ଟେସନ ମାନଙ୍କରେ ରହଣି କରିବ।

DurgaPuja ଅଶ୍ୱିନୀ ବୈଷ୍ଣବ ଦକ୍ଷିଣ ପୂର୍ବ ରେଳପଥ ନୂତନ ଟ୍ରେନ୍ ପାର୍ବଣ ଋତୁ
Share. Facebook Twitter LinkedIn Email WhatsApp Copy Link

Related Posts

ଶାମି ଏବଂ ସିରାଜଙ୍କ ସମର୍ଥନରେ ଆସିଲେ ଏହି ଅଭିଜ୍ଞ କ୍ରିକେଟର: ଗମ୍ଭୀର କଲେ ସମାଲୋଚନା

July 21, 2026

୬୬ତମ ଓଡ଼ିଶା ରାଜ୍ୟ ଜୁନିୟର ଓ ସବ୍-ଜୁନିୟର ସନ୍ତରଣ ପ୍ରତିଯୋଗିତା ଆରମ୍ଭ

July 21, 2026

ସଂସ୍କୃତ ଓ ଅର୍ଥଶାସ୍ତ୍ର ବିଷୟର ୧୨୦ ନବନିଯୁକ୍ତ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଦିଗଦର୍ଶନ କର୍ମଶାଳା

July 21, 2026

ତୁରନ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମାଧାନ କରନ୍ତୁ: ସମନ୍ୱୟ ସମିତି

July 21, 2026
Latest News

ଏବେ ଦିଲ୍ଲୀ ନିକଟରେ ପହଞ୍ଚିଲେ ଚାଷୀ: ବନ୍ଦ ହେଲା ଶମ୍ଭୁ ସୀମା, ହାଇ ଆଲର୍ଟ ଜାରି

July 21, 2026

ଶାମି ଏବଂ ସିରାଜଙ୍କ ସମର୍ଥନରେ ଆସିଲେ ଏହି ଅଭିଜ୍ଞ କ୍ରିକେଟର: ଗମ୍ଭୀର କଲେ ସମାଲୋଚନା

July 21, 2026

୬୬ତମ ଓଡ଼ିଶା ରାଜ୍ୟ ଜୁନିୟର ଓ ସବ୍-ଜୁନିୟର ସନ୍ତରଣ ପ୍ରତିଯୋଗିତା ଆରମ୍ଭ

July 21, 2026

ସଂସ୍କୃତ ଓ ଅର୍ଥଶାସ୍ତ୍ର ବିଷୟର ୧୨୦ ନବନିଯୁକ୍ତ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଦିଗଦର୍ଶନ କର୍ମଶାଳା

July 21, 2026

କ୍ୟାଚ୍‌ ଦ ରେନ୍‌ ଅଭିଯାନ ଅଧୀନରେ ୭୫ଟି ଅମୃତ ସାମ୍‌ ସହର ସହିତ ଜାତୀୟ ମତବିନିମୟ କାର୍ଯ୍ୟକ୍ରମ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.