Categories
ଆଜିର ଖବର ଜାତୀୟ ଖବର

ଖଡ଼ଗପୁର ରେଳ ମଣ୍ଡଳ ଅନ୍ତର୍ଗତ ମଞ୍ଚପଡା ଠାରେ ନୂତନ ପାସେଞ୍ଜର ହଲ୍ଟ ଷ୍ଟେସନ୍ ଅନୁମୋଦନ

ଭୁବନେଶ୍ଵର: ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ରେଳ ମଣ୍ଡଳ ଅନ୍ତର୍ଗତ ରୁପସା-ବାଙ୍ଗିରିପୋଷି ରେଳ ସେକ୍ସନ ମଧ୍ୟରେ ମଞ୍ଚପଡା ଠାରେ ଏକ ନୂତନ ଷ୍ଟେସନ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦୀର୍ଘ ଦିନ ଧରି ଚାହିଦା ରହିଆସିଛି।

ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତ ୧୩ ଜାନୁୟାରୀ ୨୦୨୪ରେ ଏହି ଅଞ୍ଚଳ ଗସ୍ତ ସମୟରେ ସ୍ଥାନୀୟ ଲୋକମାନେ ସେମାନଙ୍କର ଯାତାୟାତ ସୁବିଧାପାଇଁ ମଞ୍ଚପଡା ଠାରେ ଏକ ପାସେଞ୍ଜର ହଲ୍ଟ ନିର୍ମାଣ କରିବାକୁ ଦାବି କରିଥିଲାବେଳେ ଏହି ସମସ୍ୟା ଦୂର ସହିତ ଏଠାରେ ପାସେଞ୍ଜର ହଲ୍ଟ ନିର୍ମାଣ କରିବାକୁ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ବୈଷ୍ଣବ ତାଙ୍କ ସ୍ୱତନ୍ତ୍ର ପଦକ୍ଷେପ ସହିତ ଖଡ଼ଗପୁର ରେଳ ମଣ୍ଡଳର ରୁପସା-ବାଙ୍ଗିରିପୋଷି ରେଳ ସେକ୍ସନର ଜୁଗପୁରା ଏବଂ ଠାକୁରତୋଟା ଷ୍ଟେସନ ମଧ୍ୟରେ ମଞ୍ଚପଡା ଠାରେ ଏକ ପାସେଞ୍ଜର ହଲ୍ଟ ଷ୍ଟେସନ୍ ନିର୍ମାଣ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯାହା ଫଳରେ ଏହା ରେଳ ବୋର୍ଡରୁ ମଧ୍ୟ ଅନୁମତି ପାଇଛି।

ଭାରତୀୟ ରେଳବାଇ ବର୍ତ୍ତମାନ ସୁବିଧା ପ୍ରଦାନ କରୁଥିବା ଯାତ୍ରୀ ପରିଷେବା ଗୁଡିକର ନବୀକରଣ କରୁଛି ଏବଂ ନିୟମିତ ଭାବେ ଅଧିକ ଯାତ୍ରୀ ସୁବିଧା ଯୋଗାଉଛି। ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ରେଳମନ୍ତ୍ରୀ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ମଞ୍ଚପଡା ଠାରେ ଏକ ନୂତନ ଷ୍ଟେସନ ଯୋଗାଇଦେବା ତାଙ୍କ ଗସ୍ତ ସମୟରେ ଦେଇଥିବା ପ୍ରତିଶ୍ରୁତିର ଦୁଇ ସପ୍ତାହ ମଧ୍ୟରେ ପୂରଣ କରିଛନ୍ତି।

ଫଳସ୍ୱରୂପ, ସ୍ଥାନୀୟ ବାସିନ୍ଦାମାନେ ବହୁ ଉପକୃତ ହେବେ। ନୂତନ ଷ୍ଟେସନ ଛାତ୍ର, କ୍ଷୁଦ୍ର ବ୍ୟବସାୟୀ, ଶ୍ରମିକ, ଦୈନିକ ଯାତ୍ରୀ ମାନଙ୍କ ପାଇଁ ଦ୍ରୁତ ଯୋଗାଯୋଗକୁ ସୁଗମ କରିବ।

Categories
ଆଜିର ଖବର ରାଜ୍ୟ ଖବର

ପାର୍ବଣ ଋତୁରେ ଉପହାର: ଦକ୍ଷିଣ ପୂର୍ବ ରେଳପଥ ପାଇଁ 4 ଟି ନୂତନ ଟ୍ରେନ୍

ଭୁବନେଶ୍ଵର: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଦକ୍ଷିଣ ପୂର୍ବ ରେଳପଥ ପାଇଁ 4 ଟି ନୂତନ ଟ୍ରେନ୍ ଏହି ପାର୍ବଣ ଋତୁରେ ଉପହାର ଦିଆଯାଇଅଛି, ଯେଉଁଥିରେ ଟାଟା ଠାରୁ ରାଇରଙ୍ଗପୁର /ବାଦାମପାହାଡ଼ ଅଞ୍ଚଳକୁ ପ୍ରଥମ ମେଲ ଏକ୍ସପ୍ରେସ ଟ୍ରେନ ଅନ୍ତର୍ଭୁକ୍ତ।

ଏହି ଅଞ୍ଚଳରେ ଟ୍ରେନ ଚଳାଚଳ ବୃଦ୍ଧି କରାଇବା ଏକ ଦୀର୍ଘ ବିଚାରାଧୀନ ଚାହିଦା ଥିଲା ଏବଂ ଏହା ସ୍ଥାନୀୟ ଲୋକଙ୍କ ଆକାଂକ୍ଷା ପୂରଣ କରିବ।

ଏହି ଟ୍ରେନଗୁଡିକ ହେଉଛି ଶାଲିମାର-ବାଦାମପାହାଡ଼-ଶାଲିମାର (ସାପ୍ତାହିକ), ବାଦାମପାହାଡ଼-ରାଉରକେଲା-ବାଦାମପାହାଡ଼ (ସାପ୍ତାହିକ), ରାଉରକେଲା – ଟାଟାନଗର- ରାଉରକେଲା (ସପ୍ତାହରେ 06 ଦିନ) ଏବଂ ଟାଟାନଗର-ବାଦାମପାହାଡ଼-ଟାଟାନଗର (ସପ୍ତାହରେ 06 ଦିନ) ଚଳାଚଳ କରିବ। ଏହା ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବା ସହିତ ଦୁର୍ଗମ ଆଦିବାସୀ ଅଞ୍ଚଳର ବିକାଶରେ ସାହାଯ୍ୟ କରିବ ଏବଂ ଆଶାୟୀ ଜିଲ୍ଲାମାନଙ୍କୁ ଅତିରିକ୍ତ ଗମନାଗମନ ସଂଯୋଗ ଯୋଗାଇବ। ଏବେ ମେଲ / ଏକ୍ସପ୍ରେସ ଟ୍ରେନ ସେବା ଏହି ଅଞ୍ଚଳରେ ଯୋଗାଇବ ଓ ଟାଟା-ବାଦାମପାହାଡ଼ ରେଳ ସେକ୍ସନ ରେ ମେଲ / ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ। ଏହା ଖୁବ ଶୀଘ୍ର ପ୍ରଚଳନ କରାଯିବ।

ଶାଲିମାର-ବାଦାମପାହାଡ଼-ଶାଲିମାର ସାପ୍ତାହିକ ଏକ୍ସପ୍ରେସ:

ଶାଲିମାର-ବାଦାମପାହାଡ଼ ସାପ୍ତାହିକ ଏକ୍ସପ୍ରେସ ପ୍ରତ୍ୟେକ ଶନିବାର ଦିନ ରାତ୍ରି 11ଘ.05ମି.ରେ ଶାଲିମାର ଛାଡିବ ଏବଂ ପରଦିନ ଭୋର 05ଘ.40ମି.ରେ ବାଦାମପାହାଡ଼ରେ ପହଞ୍ଚିବ। ଫେରିବା ମାର୍ଗରେ ବାଦାମପାହାଡ଼- ଶାଲିମାର ଏକ୍ସପ୍ରେସ ପ୍ରତି ରବିବାର ଦିନ ରାତ୍ରି 09ଘ.30ମି.ରେ ବାଦାମପାହାଡ଼ ଛାଡିବ ଏବଂ ପରଦିନ ଭୋର 05 ଘଟୀକାରେ ଶାଲିମାରରେ ପହଞ୍ଚିବ।

ଏହି ଟ୍ରେନ୍ ଉଭୟ ପାର୍ଶ୍ୱରୁ ଶାଲିମାର ଏବଂ ବାଦାମପାହାଡ଼ ମଧ୍ୟରେ ସାନ୍ତ୍ରାଗାଛି, ଖଡ଼ଗ୍ପୁର, ଝାରଗ୍ରାମ, ଘଟଶିଳା, ଆସାନବୋନି, ଟାଟାନଗର, ବାହାଲଦା ରୋଡ୍, ଅଁଳାଜୋରୀ ଏବଂ ରାଇରଙ୍ଗପୁର ଷ୍ଟେସନ ଠାରେ ରହଣି କରିବ।

ବାଦାମପାହାଡ଼-ରାଉରକେଲା-ବାଦାମପାହାଡ଼ ସାପ୍ତାହିକ ଏକ୍ସପ୍ରେସ:

ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ ପ୍ରତି ରବିବାର ଦିନ ସକାଳ 06ଘ.10ମି.ରେ ବାଦାମପାହାଡ଼ ଛାଡି ସେହି ଦିନ ପୂର୍ବାହ୍ନ 11ଘ.40ମି.ରେ ରାଉରକେଲାରେ ପହଞ୍ଚିବ।  ଫେରିବା ମାର୍ଗରେ ରାଉରକେଲା-ବାଦାମପାହାଡ଼ ଏକ୍ସପ୍ରେସ ପ୍ରତି ରବିବାର ଦିନ ଅପରାହ୍ନ 02ଘ.20ମି.ରେ ରାଉରକେଲା ଛାଡି ସନ୍ଧ୍ୟା 07ଘ.25ମି.ରେ ବାଦାମପାହାଡ଼ରେ ପହଞ୍ଚିବ।

ଏହି ଟ୍ରେନ୍ ଉଭୟ ପାର୍ଶ୍ୱରୁ ବାଦାମପାହାଡ଼ ଓ ରାଉରକେଲା ମଧ୍ୟରେ ରାଇରଙ୍ଗପୁର, ଅଁଳାଜୋରୀ, ବାହାଲଦା ରୋଡ୍, ଟାଟାନଗର, ସିନି, ରାଜଖରସୁଆଁ, ଚକ୍ରଧରପୁର, ଗୋଇଲକେରା ଏବଂ ମନୋହରପୁରରେ ଷ୍ଟେସନ ଠାରେ ରହଣି କରିବ।

ରାଉରକେଲା- ଟାଟାନଗର-ରାଉରକେଲା ଏକ୍ସପ୍ରେସ (ସପ୍ତାହରେ 6 ଦିନ)

ରାଉରକେଲା-ଟାଟାନଗର ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ଭୋର 04ଘ.50ମି.ରେ ରାଉରକେଲା ଛାଡିବ ଏବଂ ସେହି ଦିନ ପୂର୍ବାହ୍ନ 09ଘ.15ମି.ରେ ଟାଟାନାଗର ଠାରେ ପହଞ୍ଚିବ। ଫେରିବା ମାର୍ଗରେ, ଟାଟାନଗର – ରାଉରକେଲା ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ଅପରାହ୍ନ 03ଘ.25ମି.ରେ ଟାଟାନଗର ଛାଡିବ ଏବଂ ସେହି ଦିନ ସନ୍ଧ୍ୟା 07ଘ.35ମି.ରେ ରାଉରକେଲାରେ ପହଞ୍ଚିବ।

ଏହି ଟ୍ରେନ ରାଉରକେଲା ଏବଂ ଟାଟାନଗର ମଧ୍ୟରେ ବିସ୍ରା, ମନୋହରପୁର, ଚକ୍ରଧରପୁର, ସିନି ଏବଂ ଆଦିତ୍ୟପୁର ଷ୍ଟେସନ ମାନଙ୍କରେ ରହଣି କରିବ।

ଟାଟାନଗର-ବାଦାମପାହାଡ଼-ଟାଟାନଗର ଏକ୍ସପ୍ରେସ (ସପ୍ତାହରେ 6 ଦିନ)

ଟାଟାନଗର-ବାଦାମପାହାଡ଼ ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ପୂର୍ବାହ୍ନ 09ଘ.55ମି.ରେ ଟାଟାନଗର ଛାଡିବ ଏବଂ ସେହି ଦିନ ବାଦାମପାହାଡ଼ରେ ଅପରାହ୍ନ 12ଘ.15ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ବାଦାମପାହାଡ଼ – ଟାଟାନଗର ଏକ୍ସପ୍ରେସ ରବିବାର ବ୍ୟତୀତ ପ୍ରତିଦିନ ଅପରାହ୍ନ 12ଘ.45ମି.ରେ ବାଦାମପାହାଡ଼ ଛାଡିବ ଏବଂ ସେହି ଦିନ ଅପରାହ୍ନ 15ଘ.20ମି.ରେ ଟାଟାନଗରରେ ପହଞ୍ଚିବ।

ଏହି ଟ୍ରେନ୍ ଉଭୟ ପାର୍ଶ୍ୱରୁ ଟାଟାନଗର ଏବଂ ବାଦାମପାହାଡ଼ ମଧ୍ୟରେ ହଲୁଦପୁକୁର, ଅଁଳାଜୋରୀ, ରାଇରଙ୍ଗପୁର, କୁଲଡିହା ଏବଂ ଛାନଭା ଷ୍ଟେସନ ମାନଙ୍କରେ ରହଣି କରିବ।

Categories
ଆଜିର ଖବର ରାଜ୍ୟ ଖବର

ଜନ ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହେବ ପୂର୍ବତଟ ରେଳପଥର କିଛି ଟ୍ରେନ

ଭୁବନେଶ୍ଵର: ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଗତ ଖଡ଼ଗପୁର ରେଳମଣ୍ଡଳର ଖଡ଼ଗପୁର-ଟାଟା ରେଳ ସେକ୍ସନ ମଧ୍ୟରେ ଖେମାସୁଲି ଷ୍ଟେସନରେ ଏବଂ ଆଦ୍ରା ରେଳମଣ୍ଡଳର ଅଧୀନରେ ଆଦ୍ରା-ଚାଣ୍ଡିଲ ରେଳ ସେକ୍ସନର କୁସ୍ତାୱର ଷ୍ଟେସନରେ ଆଦିବାସୀ କୁର୍ମି ସମାଜ ଦ୍ୱାରା ଜନ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ ଏହା ମଧ୍ୟକୁ ଆସୁଥିବା କେତେକ ଟ୍ରେନକୁ ନିମ୍ନଲିଖିତ ଅନୁଯାୟୀ ମାର୍ଗ ପରିବର୍ତନ ଏବଂ ବାତିଲ ଓ ଆଂଶିକ ବାତିଲ କରାଯାଇଅଛି…

ଟ୍ରେନ୍ ବାତିଲ୍:

ହାଓଡ଼ା ଠାରୁ ଏପ୍ରିଲ 5 ଓ 6 ତାରିଖରେ ଛାଡିବାକୁ ଥିବା 18005 ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ ବାତିଲ ରହିବ।

ହାଓଡ଼ା ଠାରୁ ଏପ୍ରିଲ 6 ତାରିଖରେ ଛାଡିବାକୁ ଥିବା 22861 ହାଓଡ଼ା-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ ବାତିଲ ରହିବ।

ଭୁବନେଶ୍ୱର ରୁ ଏପ୍ରିଲ 6 ତାରିଖରେ ଛାଡିବାକୁ ଥିବା 22823 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ବାତିଲ ରହିବ।

ଟିଟିଲାଗଡ଼ରୁ ଏପ୍ରିଲ 6 ତାରିଖରେ ଛାଡିବାକୁ ଥିବା 12872 ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ବାତିଲ ରହିବ।

ଜଗଦଳପୁରରୁ ଏପ୍ରିଲ 6 ତାରିଖରେ ଛାଡିବାକୁ ଥିବା 18006 ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ବାତିଲ ରହିବ।

ପୁରୀ ରୁ ଏପ୍ରିଲ 6 ତାରିଖରେ ଛାଡିବାକୁ ଥିବା 18477 ପୁରୀ-ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ବାତିଲ ରହିବ।

ପୁରୀ ରୁ ଏପ୍ରିଲ 6 ତାରିଖରେ ଛାଡିବାକୁ ଥିବା 12801 ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ବାତିଲ ରହିବ।

ଟ୍ରେନର ଆଂଶିକ ବାତିଲ୍:

7 ଏପ୍ରିଲ, 2023 ରେ ପୁରୂଲିଆରୁ ଛାଡ଼ିବାକୁଥିବା 22605 ପୁରୂଲିଆ-ଭିଲୁପୁରମ୍ ଏକ୍ସପ୍ରେସ ପୁରୂଲିଆ ପରିବର୍ତ୍ତେ ଆଦ୍ରା ଠାରୁ ଛାଡି ଭିଲୁପୁରମ୍ ଯାତ୍ରା କରିବ। ଏହି ଟ୍ରେନ ପୁରୂଲିଆ ଠାରୁ ଆଦ୍ରା ମଧ୍ୟରେ ବାତିଲ ରହିବ।