Categories
ଆଞ୍ଚଳିକ

ଚକ୍ଷୁ ଚିକିତ୍ସା ଓ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ଶିବିର

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଗତକାଲି ନେତାଜୀ ସୁବାଷ ବୋଷ ଜୟନ୍ତୀ ଉପଲକ୍ଷେ ବାଣପୁର ବାଲୁଗାଁ ରୋଟାରୀ କ୍ଳବ ଓ ରୟାଲ ରୋଟାରୀ ଚକ୍ଷୁ ଚିକିତ୍ସାଳୟ, ଭୁବନେଶ୍ବରଙ୍କ ପକ୍ଷରୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହଯୋଗରେ ଚିଲିକା ବ୍ଳକ ଅନ୍ତର୍ଗତ ହାଟବରଡିହ ଗ୍ରାମର ବାତ୍ୟା ଆଶ୍ରୟସ୍ଥଳୀ ଗୃହରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ସ୍ଥାନୀୟ ଅଂଚଳର ୧୫୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ସେଥି ମଧ୍ଯରୁ ୧୭ ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ ଭୂବନେଶ୍ବର ନିଆଯାଇଅଛି। ସମସ୍ତଙ୍କୁ ଔଷଧ ଓ ଚଷମା ପ୍ରଦାନ କରାଯାଇଥିଲା।

ଉକ୍ତ ଶିବିରକୁ କ୍ଳବ ସଭାପତି ରବିନାରାୟଣ ପାଲ, ସଂପାଦକ ସୁନୀଲ କୁମାର ପାତ୍ର, ଆସନ୍ତା ବର୍ଷ ପାଇଁ ମନୋନୀତ ସଭାପତି ନନ୍ଦକିଶୋର ମିଶ୍ର, ପୂର୍ବତନ ସଭାପତି ବିଜୟ କୁମାର ନନ୍ଦ, ସୁରେଶଚନ୍ଦ୍ର ବେହେରା, ସରୋଜିନୀ ଦାଶ, ଓମପ୍ରକାଶ ଅଗ୍ରୱାଲ, ପ୍ରବୀଣ କୁମାର ଜେନାଙ୍କ ସମେତ ସଭ୍ୟ ଗଗନ ବିହାରୀ ବେହେରା, ସଚ୍ଚିଦାନନ୍ଦ ସେଠୀ, ପ୍ରଶନ୍ନ କୁମାର ସାମନ୍ତରାୟ ପ୍ରମୂଖ ଶିବିର ପରିଚାଳନା କରିଥିଲେ। କ୍ଳବର ପୂର୍ବତ୍ତନ ସଭାପତି ତଥା ଚକ୍ଷୁ ଚିକିତ୍ସା ସହାୟକ ବିଜୟ କୁମାର ବେହେରା ଚକ୍ଷୁ ପରୀକ୍ଷା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ନେତାଜୀ ଜୟନ୍ତୀକୁ ନେଇ ଅପରାହ୍ନରେ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ, ହୋଇପାରେ ବଡ ଘୋଷଣା

ନୂଆଦିଲ୍ଲୀ, ଆଜି ଅପରାହ୍ନରେ କେନ୍ଦ୍ର ସରକାର ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ଏଥିରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳନ ନେଇ ଅବଗତ କରାଯିବ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଏହି ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ଏହା ପୂର୍ବରୁ ସଂସ୍କୃତି ବିଭାଗ ନେତାଜୀଙ୍କ ଜନ୍ଣଦିନକୁ ପରାକ୍ରମ ଦିବସ ଭାବେ ପାଳନ କରିବ ବୋଲି ନିଷ୍ପତି କରିଛି। ଏ ନେଇ ବିଭାଗ ତରଫରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

ଚଳିତ ବର୍ଷ ନେତାଜୀଙ୍କ 125 ତମ ଜୟନ୍ତୀ ପାଳନ ହେବ। ସେଥିପାଇଁ କେନ୍ଦ୍ର ସରକାର ଏକ ବଡ ପ୍ରସ୍ତୁତି କରିଛନ୍ତି। ପୂର୍ବରୁ ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟ ମଧ୍ୟ ଗଠନ କରାଯାଇଛି। ତେବେ ଏହି ଜୟନ୍ତୀ ପାଳନର ରୂପରେଖ କିପରି ହେବ ସେ ନେଇ ସଂସ୍କୃତି ମନ୍ତ୍ରୀ ବିସ୍ତୁତ ଭାବେ ଅଗବତ କରାଇବେ। ସମ୍ଭବତଃ କିଛି ବଡ ଘୋଷଣା ମଧ୍ୟ ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର

ଝାଡଖଣ୍ଡ ସରକାର ଜାନୁୟାରୀ 23 ତାରିଖ ନେତାଜୀଙ୍କ ଜନ୍ମଦିନକୁ କଲେ ଛୁଟି ଘୋଷଣା

ରାଞ୍ଚି- ଝାଡଖଣ୍ଡର ନୂଆ ସରକାର ନେତାଜୀ ସୁବାସ ବୋଷଙ୍କ ଜନ୍ମଦିନକୁ ସାଧାରଣ ଛୁଟି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜାନୁୟାରୀ 23 ତାରିଖ ନେତାଜୀଙ୍କ ଜନ୍ମ ଦିନ ହୋଇଥିବାରୁ ସେଦିନ ସାଧାରଣ ଛୁଟି କରାଯାଇଛି ବୋଲି ଟୁଇଟ କରି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଅଫିସ ତରଫରୁ ମଧ୍ୟ ଏହି ଛୁଟି ସଂପର୍କରେ ଅବଗତ କରାଯାଇଛି। ଆସନ୍ତା ଜାନୁୟାରୀ 23 ତାରିଖରେ ନେତାଜୀ ସୁବାଷ ବୋଷଙ୍କ 123 ତମ ଜନ୍ମ ଜୟନ୍ତି ଥିବାରୁ ଏହି ଛୁଟି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ଛୁଟି ଘୋଷଣା ସହିତ ସୁବାଷ ବୋଷଙ୍କ ସଂପର୍କରେ ମଧ୍ୟ ଅବଗତ କରାଇଛନ୍ତି। ଝାଡଖଣ୍ଡ ନେତାଜୀ ସୁବାଷ ବୋଷଙ୍କ ମଧ୍ୟ ଅନ୍ୟତମ କର୍ମ ଭୂମି ଥିଲା। ଭାରତ ସ୍ବାଧୀନତା ସଂଗ୍ରାମରେ ତାଙ୍କର ଯେଉଁ ଅବଦାନ, ତାହା କେହି ବି ଭୁଲିପାରିବେ ନାହିଁ ବୋଲି ସୋରେନ କହିଛନ୍ତି। ତାଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ଛୁଟି ଘୋଷଣା କରାଯାଇଛି ବୋଲି ସୋରେନ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି। ବହୁ ବର୍ଷ ପୂର୍ବରୁ ଓଡିଶା ସରକାର ମଧ୍ୟ ସୁବାଷ ବୋଷଙ୍କ ଜନ୍ମଦିନକୁ ଛୁଟି ଘୋଷଣା କରିବା ସହିତ ଜନ୍ମ ଜୟନ୍ତୀ ସରକାରୀ ସ୍ତରରେ ପାଳନ କରି ଆସୁଛନ୍ତି।