ଝାଡଖଣ୍ଡ ସରକାର ଜାନୁୟାରୀ 23 ତାରିଖ ନେତାଜୀଙ୍କ ଜନ୍ମଦିନକୁ କଲେ ଛୁଟି ଘୋଷଣା

Published: Jan 21, 2020, 11:57 pm IST

ରାଞ୍ଚି- ଝାଡଖଣ୍ଡର ନୂଆ ସରକାର ନେତାଜୀ ସୁବାସ ବୋଷଙ୍କ ଜନ୍ମଦିନକୁ ସାଧାରଣ ଛୁଟି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜାନୁୟାରୀ 23 ତାରିଖ ନେତାଜୀଙ୍କ ଜନ୍ମ ଦିନ ହୋଇଥିବାରୁ ସେଦିନ ସାଧାରଣ ଛୁଟି କରାଯାଇଛି ବୋଲି ଟୁଇଟ କରି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଅଫିସ ତରଫରୁ ମଧ୍ୟ ଏହି ଛୁଟି ସଂପର୍କରେ ଅବଗତ କରାଯାଇଛି। ଆସନ୍ତା ଜାନୁୟାରୀ 23 ତାରିଖରେ ନେତାଜୀ ସୁବାଷ ବୋଷଙ୍କ 123 ତମ ଜନ୍ମ ଜୟନ୍ତି ଥିବାରୁ ଏହି ଛୁଟି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ଛୁଟି ଘୋଷଣା ସହିତ ସୁବାଷ ବୋଷଙ୍କ ସଂପର୍କରେ ମଧ୍ୟ ଅବଗତ କରାଇଛନ୍ତି। ଝାଡଖଣ୍ଡ ନେତାଜୀ ସୁବାଷ ବୋଷଙ୍କ ମଧ୍ୟ ଅନ୍ୟତମ କର୍ମ ଭୂମି ଥିଲା। ଭାରତ ସ୍ବାଧୀନତା ସଂଗ୍ରାମରେ ତାଙ୍କର ଯେଉଁ ଅବଦାନ, ତାହା କେହି ବି ଭୁଲିପାରିବେ ନାହିଁ ବୋଲି ସୋରେନ କହିଛନ୍ତି। ତାଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ଛୁଟି ଘୋଷଣା କରାଯାଇଛି ବୋଲି ସୋରେନ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି। ବହୁ ବର୍ଷ ପୂର୍ବରୁ ଓଡିଶା ସରକାର ମଧ୍ୟ ସୁବାଷ ବୋଷଙ୍କ ଜନ୍ମଦିନକୁ ଛୁଟି ଘୋଷଣା କରିବା ସହିତ ଜନ୍ମ ଜୟନ୍ତୀ ସରକାରୀ ସ୍ତରରେ ପାଳନ କରି ଆସୁଛନ୍ତି।

Related posts