Categories
PanchayatElection ଆଞ୍ଚଳିକ

ବାଣପୁର: ବ୍ଲକ ସମ୍ମୁଖରେ ଧାରଣା ଦେଲେ ୱାର୍ଡମେମ୍ବର ଆଶାୟୀ ଓ ପରିବାରବର୍ଗ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଭୋଟର କାର୍ଡରେ ଅନିୟମିତତାକୁ ନେଇ ଧାରଣା ଦେଇଛନ୍ତି ଜଣେ ପରିବାର। ଖବର ମୁତାବକ କୁମାରାଙ୍ଗ ଶାସନ ଗ୍ରାମର ଦିଲ୍ଲୀପ କୁମାର ମିଶ୍ର ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ କୁମାରାଙ୍ଗ ଗ୍ରାମ ପଞ୍ଚାୟତ ୮ ନମ୍ବର ୱାର୍ଡରୁ ୱାର୍ଡ ମେମ୍ବର ପ୍ରାର୍ଥୀ ପାଇଁ ନୋମିନେସନ କରିଥିଲେ। କିନ୍ତୁ ନୋମିନେସନ ସମୟରେ ତାଙ୍କ ନାମ ଭୋଟର ଲିଷ୍ଟରେ ନଥିଲା ଏବଂ ତାଙ୍କ ପରିବାରର ଅନ୍ୟ ୫ ଜଣଙ୍କ ନାମ ୮ ନମ୍ବର ୱାର୍ଡ ପରିବର୍ତ୍ତେ ୯ ନମ୍ବର ୱାର୍ଡକୁ ସ୍ଥାନାନ୍ତରିତ ହୋଇଥିବା ସେ ଅଭିଯୋଗ କରିଛନ୍ତି।

ଦିଲ୍ଲୀପ କହିଛନ୍ତି ଯେ, ସେ ୮ ନମ୍ବର ୱାର୍ଡର ସ୍ଥାୟୀ ବାସିନ୍ଦା ଥିଲେ ତାଙ୍କ ପଞ୍ଚାୟତର ଶାସକ ଦଳର କୁଜି ନେତା ମାନେ ସରକାରୀ କର୍ମଚାରୀଙ୍କୁ ହାତବାରିସୀ କରି ତାଙ୍କ ନାମକୁ ଭୋଟର ତାଲିକାରୁ କାଟିଛନ୍ତି ଏବଂ ତାଙ୍କ ପରିବାରର ନାମକୁ ୯ ନମ୍ବର ୱାର୍ଡରେ ସ୍ଥାନାନ୍ତରିତ କରିଛନ୍ତି। ତେବେ ଗଣତନ୍ତ୍ରରେ ମତ ସାବ୍ୟସ୍ତ କରିବା ଏବଂ ନିର୍ବାଚନ ଲଢ଼ିବା ପ୍ରତି ନାଗରିକର ସାମ୍ବିଧାନିକ ଅଧିକାର ହୋଇଥିବାବେଳେ ଶାସକ ଦଳର କୁଜି ନେତା ଏବଂ ସରକାରୀ କର୍ମଚାରୀ ମିଳିତ ଭାବେ ଆଇନକୁ ହାତକୁ ନେଇ କ୍ଷମତାର ଅପବ୍ୟବହାର କରି କିପରି ଜଣେ ନାଗରିକର ନାମକୁ ଭୋଟର କାର୍ଡରୁ କାଟିପାରୁଛନ୍ତି, ଅଭିଯୋଗକାରୀ ପ୍ରଶ୍ନ କରିଛନ୍ତି।

ତେବେ ଏ ନେଇ ଦିଲ୍ଲୀପ ଗତ ମାସ ୨୭ ତାରିଖରେ ବାଣପୁର ବିଡ଼ିଓଙ୍କୁ ଭେଟି ଏହାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ଏବଂ ତାଙ୍କୁ ପୁନଃ ନୋମିନେସନ ପାଇଁ ସୁଯୋଗ ଦିଆଯାଉ ବୋଲି ଏକ ଦାବିପତ୍ର ଦେଇଥିଲେ। କିନ୍ତୁ ଗତକାଲି ସୁଦ୍ଧା ଦିଲ୍ଲୀପଙ୍କୁ ବ୍ଲକ ପ୍ରଶାସନ କୌଣସି ଉତ୍ତର ନଦେବାରୁ ସେ ଆଜି ବାଧ୍ୟ ହୋଇ ନିଜ ପରିବାର ସହ ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

ଦିଲ୍ଲୀପ କହିଛନ୍ତି ଯେ, ଯଦି ତାଙ୍କୁ ମତଦାନରୁ ବଞ୍ଚିତ କରାଯାଏ ତେବେ ନିର୍ବାଚନ ଦିନ ସେ ସପରିବାରେ ମତଦାନ କେନ୍ଦ୍ରରେ କଳା ପତାକା ପ୍ରଦର୍ଶନ କରିବା ସହ ଧାରଣା ଦେବେ। ତେବେ ଏ ନେଇ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକଙ୍କୁ ପଚାରିବାରୁ, ଦିଲ୍ଲୀପଙ୍କ ନାମ ବିଧାନସଭା ନିର୍ବାଚନ ଲିଷ୍ଟରେ ଥିବାବେଳେ ପଞ୍ଚାୟତ ନିର୍ବାଚନ ଲିଷ୍ଟରେ ନଥିବା କହିଛନ୍ତି। ଅନୁରୂପ ଭାବେ ଯଦି ଦିଲ୍ଲୀପ ଏବଂ ତାଙ୍କ ପରିବାରବର୍ଗଙ୍କ ଭୋଟର କାର୍ଡରେ ତ୍ରୁଟି ଥିଲା ତେବେ ସେ ସଂଶୋଧନ କରିବାର ସମୟସିମା ମଧ୍ୟରେ ଆବେଦନ କରିପାରିଥାନ୍ତେ। କିଂତୁ ସେ ସେହା କରିନଥିବାରୁ ଅଦ୍ୟାବଧି ଏପରି ତ୍ରୁଟି ରହିଛି।

Categories
ଆଜିର ଖବର ଆଞ୍ଚଳିକ

ଭିନ୍ନକ୍ଷମ ପୁଅକୁ ନେଇ ମହିଳା ନ୍ୟାୟ ଦାବିରେ ଏସ୍‌ପିଙ୍କ ଦ୍ୱାରସ୍ଥ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ନ୍ୟାୟ ଦାବି ନେଇ ଜଣେ ମହିଳା ଆଜି ନିଜର ଭିନ୍ନକ୍ଷମ ପୁଅଙ୍କୁ ଧରି ଏସ୍‌ପିଙ୍କ ନିକଟରେ ଦ୍ୱାରସ୍ଥ ହୋଇଛି। ସୂଚନାଥାଉକି ମହିଳା ଜଣକ ହେଲେ ବ୍ରହ୍ମପୁର ବ୍ରିଟ କଲୋନୀରେ ରହୁଥିବା ସ୍ୱର୍ଗତ ନକୁଳ ବେହେରାଙ୍କ ସ୍ତ୍ରୀ ରଂଜୁ ବେହେରା। ଘଟଣାରୁ ପ୍ରକାଶ ଯେ ଗତ ୧୯୯୬ରେ ରଂଜୁ, ନକୁଳଙ୍କୁ ବିବାହ କରିଥିଲେ। ସ୍ୱାମୀ ମହୁରୀ ପଥର ଚିପ୍ ଫେକ୍ଟ୍ରିର ମାଲିକ। ସେମାନଙ୍କ ଗର୍ଭରୁ ଏକ ଭିନ୍ନକ୍ଷମ ସନ୍ତାନ ମଧ୍ୟ ରହିଛି। ଦୁହେଁ ୨୨ ବର୍ଷ ହେଲା ଲକ୍ଷ୍ମଣ ନଗର ଘରେ ଭଡ଼ା ରହୁଥିଲେ।

ତେବେ ସୂଚନାଯୋଗ୍ୟ ଚାରିବର୍ଷ ପୂର୍ବରୁ ନକୁଳଙ୍କ ପୂର୍ବରୁ ଲକ୍ଷ୍ମୀ ବେହେରା ନାମକ ଜଣେ ସ୍ତ୍ରୀକୁ ପ୍ରଥମ ବିବାହ କରିଥିବା ନେଇ ଲକ୍ଷ୍ମୀ ବେହେରା, ଶଙ୍କର ବେହେରା, ମନୋଜ ବେହେରା ନାମକ ବ୍ୟକ୍ତିମାନେ ତାଙ୍କ ଘରେ ପଶି ମାଡ଼ ମାରିଥିଲେ। ସାହି ବାସି ଘଟଣାର ସମାଧାନ କରିଥିଲେ। ଏନେଇ ମହିଳା ଥାନାରେ ମଧ୍ୟ ମାମଲା ହୋଇଥିଲା। ପରେ ଏନେଇ ସମାଧାନ ହୋଇ ସ୍ୱାମୀ ତାଙ୍କ ପାଖରେ ରହିବେ ଏବଂ ଲକ୍ଷ୍ମୀର ଭରଣପୋଷଣ ଦାୟିତ୍ୱନେବେ ବୋଲି ଥାନାରେ ନିଷ୍ପତ୍ତି ହୋଇଥିଲା। ତେବେ ସେବେଠାରୁ ତାଙ୍କୁ ଏବଂ ଭିନ୍ନକ୍ଷମ ପୁଅଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ପୂର୍ବରୁ ନକୁଳ ମଧ୍ୟ ଫ୍ୟାକ୍ଟି ପାଇଁ ରଂଜୁର ୫ ତୋଳା ସୁନା ଏବଂ ୨୦ ହଜାର ଟଙ୍କା ନେଇଛନ୍ତି।

ତେବେ କିଛି ଦିନ ତଳେ ତାଙ୍କ ସ୍ୱାମୀ ନକୁଳ ବେହେରାଙ୍କ ଦେହ ଖରାପ ହେବାରୁ ପ୍ରଥମ ସ୍ତ୍ରୀର ପୁଅ ବୋଲାଉଥିବା ମନୋଜ ଏବଂ ମାମୁଁ ଶଙ୍କର ଆସି ତାଙ୍କ ସ୍ୱାମୀକୁ ବିଶାଖପାଟଣା ନେଲେ। ସେଠାରେ ମୋ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା। ପରେ ସାହିର କିଛି ଭଦ୍ରଲୋକ ଉପସ୍ଥିତିରେ ଶଙ୍କର ଏବଂ ସନ୍ତୋଷ ରଂଜୁ ଏବଂ ଭିନ୍ନକ୍ଷମ ପୁଅର ଭରଣପୋଷଣ ପାଇଁ ବ୍ୟବସ୍ଥା କରିବେ ବୋଲି କହିଥିଲେ। କିନ୍ତୁ ପାଞ୍ଚମାସ ହେଲା ସେମାନେ ଗୋଟିଏ ଟଙ୍କା ମଧ୍ୟ ଦେଲେ ନାହିଁ। ଫଳରେ ୧୨.୮.୨୦୨୦ ତାରିଖରେ ରଂଜୁ ମହୁଡ଼ା ସ୍ଥିତ ଫକ୍ଟ୍ରେିକୁ ଯାଇ ଭରଣପୋଷଣ ଦାବି କରିଥିଲେ। କିନ୍ତୁ ସେଠାରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ତେଣୁ ସେ ଏସ୍‌ପିଙ୍କ ନିକଟରେ ଗୁହାରି କରିଛନ୍ତି ଯେ ତାଙ୍କୁ ଏବଂ ତାଙ୍କ ଭିନ୍ନକ୍ଷମ ପୁଅର ଜୀବନ ପ୍ରତି ବିପଦ ରହିଛି ଏବଂ ସେମାନେ ଖଳ ପ୍ରକୃତିର ଲୋକ ହୋଇଥିବାରୁ ଜୀବନରେ ମାରିଦେବେ। ତେଣୁ ତାଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଭରଣଷପାଷଣ ପାଇଁ ନିର୍ଦ୍ଦେଶ ଦେବାକୁ ସେ ଏସ୍‌ପିଙ୍କୁ ଅନୁରୋଧ କରିଛନ୍ତି।