Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିନ୍ନକ୍ଷମ ପୁଅକୁ ନେଇ ମହିଳା ନ୍ୟାୟ ଦାବିରେ ଏସ୍‌ପିଙ୍କ ଦ୍ୱାରସ୍ଥ
ଆଜିର ଖବର

ଭିନ୍ନକ୍ଷମ ପୁଅକୁ ନେଇ ମହିଳା ନ୍ୟାୟ ଦାବିରେ ଏସ୍‌ପିଙ୍କ ଦ୍ୱାରସ୍ଥ

August 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ନ୍ୟାୟ ଦାବି ନେଇ ଜଣେ ମହିଳା ଆଜି ନିଜର ଭିନ୍ନକ୍ଷମ ପୁଅଙ୍କୁ ଧରି ଏସ୍‌ପିଙ୍କ ନିକଟରେ ଦ୍ୱାରସ୍ଥ ହୋଇଛି। ସୂଚନାଥାଉକି ମହିଳା ଜଣକ ହେଲେ ବ୍ରହ୍ମପୁର ବ୍ରିଟ କଲୋନୀରେ ରହୁଥିବା ସ୍ୱର୍ଗତ ନକୁଳ ବେହେରାଙ୍କ ସ୍ତ୍ରୀ ରଂଜୁ ବେହେରା। ଘଟଣାରୁ ପ୍ରକାଶ ଯେ ଗତ ୧୯୯୬ରେ ରଂଜୁ, ନକୁଳଙ୍କୁ ବିବାହ କରିଥିଲେ। ସ୍ୱାମୀ ମହୁରୀ ପଥର ଚିପ୍ ଫେକ୍ଟ୍ରିର ମାଲିକ। ସେମାନଙ୍କ ଗର୍ଭରୁ ଏକ ଭିନ୍ନକ୍ଷମ ସନ୍ତାନ ମଧ୍ୟ ରହିଛି। ଦୁହେଁ ୨୨ ବର୍ଷ ହେଲା ଲକ୍ଷ୍ମଣ ନଗର ଘରେ ଭଡ଼ା ରହୁଥିଲେ।

ତେବେ ସୂଚନାଯୋଗ୍ୟ ଚାରିବର୍ଷ ପୂର୍ବରୁ ନକୁଳଙ୍କ ପୂର୍ବରୁ ଲକ୍ଷ୍ମୀ ବେହେରା ନାମକ ଜଣେ ସ୍ତ୍ରୀକୁ ପ୍ରଥମ ବିବାହ କରିଥିବା ନେଇ ଲକ୍ଷ୍ମୀ ବେହେରା, ଶଙ୍କର ବେହେରା, ମନୋଜ ବେହେରା ନାମକ ବ୍ୟକ୍ତିମାନେ ତାଙ୍କ ଘରେ ପଶି ମାଡ଼ ମାରିଥିଲେ। ସାହି ବାସି ଘଟଣାର ସମାଧାନ କରିଥିଲେ। ଏନେଇ ମହିଳା ଥାନାରେ ମଧ୍ୟ ମାମଲା ହୋଇଥିଲା। ପରେ ଏନେଇ ସମାଧାନ ହୋଇ ସ୍ୱାମୀ ତାଙ୍କ ପାଖରେ ରହିବେ ଏବଂ ଲକ୍ଷ୍ମୀର ଭରଣପୋଷଣ ଦାୟିତ୍ୱନେବେ ବୋଲି ଥାନାରେ ନିଷ୍ପତ୍ତି ହୋଇଥିଲା। ତେବେ ସେବେଠାରୁ ତାଙ୍କୁ ଏବଂ ଭିନ୍ନକ୍ଷମ ପୁଅଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ପୂର୍ବରୁ ନକୁଳ ମଧ୍ୟ ଫ୍ୟାକ୍ଟି ପାଇଁ ରଂଜୁର ୫ ତୋଳା ସୁନା ଏବଂ ୨୦ ହଜାର ଟଙ୍କା ନେଇଛନ୍ତି।

ତେବେ କିଛି ଦିନ ତଳେ ତାଙ୍କ ସ୍ୱାମୀ ନକୁଳ ବେହେରାଙ୍କ ଦେହ ଖରାପ ହେବାରୁ ପ୍ରଥମ ସ୍ତ୍ରୀର ପୁଅ ବୋଲାଉଥିବା ମନୋଜ ଏବଂ ମାମୁଁ ଶଙ୍କର ଆସି ତାଙ୍କ ସ୍ୱାମୀକୁ ବିଶାଖପାଟଣା ନେଲେ। ସେଠାରେ ମୋ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା। ପରେ ସାହିର କିଛି ଭଦ୍ରଲୋକ ଉପସ୍ଥିତିରେ ଶଙ୍କର ଏବଂ ସନ୍ତୋଷ ରଂଜୁ ଏବଂ ଭିନ୍ନକ୍ଷମ ପୁଅର ଭରଣପୋଷଣ ପାଇଁ ବ୍ୟବସ୍ଥା କରିବେ ବୋଲି କହିଥିଲେ। କିନ୍ତୁ ପାଞ୍ଚମାସ ହେଲା ସେମାନେ ଗୋଟିଏ ଟଙ୍କା ମଧ୍ୟ ଦେଲେ ନାହିଁ। ଫଳରେ ୧୨.୮.୨୦୨୦ ତାରିଖରେ ରଂଜୁ ମହୁଡ଼ା ସ୍ଥିତ ଫକ୍ଟ୍ରେିକୁ ଯାଇ ଭରଣପୋଷଣ ଦାବି କରିଥିଲେ। କିନ୍ତୁ ସେଠାରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ତେଣୁ ସେ ଏସ୍‌ପିଙ୍କ ନିକଟରେ ଗୁହାରି କରିଛନ୍ତି ଯେ ତାଙ୍କୁ ଏବଂ ତାଙ୍କ ଭିନ୍ନକ୍ଷମ ପୁଅର ଜୀବନ ପ୍ରତି ବିପଦ ରହିଛି ଏବଂ ସେମାନେ ଖଳ ପ୍ରକୃତିର ଲୋକ ହୋଇଥିବାରୁ ଜୀବନରେ ମାରିଦେବେ। ତେଣୁ ତାଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଭରଣଷପାଷଣ ପାଇଁ ନିର୍ଦ୍ଦେଶ ଦେବାକୁ ସେ ଏସ୍‌ପିଙ୍କୁ ଅନୁରୋଧ କରିଛନ୍ତି।

ନ୍ୟାୟ ଦାବି
Share. Facebook Twitter LinkedIn Email WhatsApp Copy Link

Related Posts

ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ

September 27, 2026

ଆଇନ ପରିବର୍ତ୍ତନର ଇଞ୍ଜିନ ଭାବେ କାର୍ଯ୍ୟ କରେ: ଜଷ୍ଟିସ୍ ଶଶିକାନ୍ତ ମିଶ୍ର

September 27, 2026

ନେପାଳରେ ଭୟଙ୍କର ହିମସ୍ଖଳନ: ତିବ୍ଦତ ସୀମାନ୍ତ ହିମଲୁଙ୍ଗ ବେସ୍ କ୍ୟାମ୍ପ୍‌ରୁ ୧୦ ନିଖୋଜ

September 27, 2026

CJP ନେତା ଆଶୁତୋଷ ରାଙ୍କାଙ୍କୁ ଅଟକ ରଖିଲା ଆସାମ ପୋଲିସ

September 27, 2026
Latest News

ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ

September 27, 2026

ଆଇନ ପରିବର୍ତ୍ତନର ଇଞ୍ଜିନ ଭାବେ କାର୍ଯ୍ୟ କରେ: ଜଷ୍ଟିସ୍ ଶଶିକାନ୍ତ ମିଶ୍ର

September 27, 2026

ନେପାଳରେ ଭୟଙ୍କର ହିମସ୍ଖଳନ: ତିବ୍ଦତ ସୀମାନ୍ତ ହିମଲୁଙ୍ଗ ବେସ୍ କ୍ୟାମ୍ପ୍‌ରୁ ୧୦ ନିଖୋଜ

September 27, 2026

‘ସର୍ଜିକାଲ୍ ଷ୍ଟ୍ରାଇକର ୧୦ ବର୍ଷ’: ‘ମନ କି ବାତ୍’ ରେ ପାକିସ୍ତାନ ବିଷୟରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

September 27, 2026

CJP ନେତା ଆଶୁତୋଷ ରାଙ୍କାଙ୍କୁ ଅଟକ ରଖିଲା ଆସାମ ପୋଲିସ

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.