Categories
ଜାତୀୟ ଖବର ବିଶେଷ ଖବର

ଦିନକୁ ଦିନ ପଂଜାବ କଂଗ୍ରେସରେ ସୃଷ୍ଟି ହେଲାଣି ନୂଆ ବିବାଦ, ଅଡୁଆରେ ଶୀର୍ଷ ନେତୃବୃନ୍ଦ

ନୂଆଦିଲ୍ଲୀ: ପଂଜାବ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେଠାରେ ଶାସକ କଂଗ୍ରେସ ମଧ୍ୟରେ ବିଦ୍ରୋହ ସେତିକି ବଢିବାରେ ଲାଗିଛି। ନିକଟରେ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପେଟନ ଅମରେନ୍ଦ୍ର ସିଂଙ୍କୁ ହଟାଇବା ପରେ ମଧ୍ୟ ବିବାଦ ଥମିପାରୁ ନାହିଁ। ବିଶେଷ କରି କଂଗ୍ରେସର ପ୍ରମୁଖ ନେତା ନବଜୋତ ସିଂ ସିଦ୍ଧୁ ସେଠାକାର ରାଜନୀତିକୁ ଗୋଳିଆ କରିବାରେ ଲାଗିଛନ୍ତି।

ନିକଟରେ କଂଗ୍ରେସ ତରଫରୁ କୁହାଗଲା ଯେ, ପଂଜାବରେ କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯିବ ନାହିଁ। ସମସ୍ତେ ଏକାଠି ହୋଇ ଲଢେଇ କରିବେ। ଏହାକୁ ନେଇ ବର୍ତ୍ତମାନ ସେଠାକାର ରାଜନୀତିରେ ତୁମ୍ବିତୋଫାନ ସୃଷ୍ଟି ହେବାରେ ଲାଗିଛି। ବିଶେଷ କରି ସିଦ୍ଧୁ ଏପରି ନିଷ୍ପତିକୁ ନେଇ ଉତକ୍ଷିପ୍ତ ହୋଇପଡିଛନ୍ତି।

ପଂଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ସିଦ୍ଧୁ ପୁରା ଦମରେ ଲାଗିପଡିଛନ୍ତି। ସେ ଯେପରି କ୍ୟାପେଟନଙ୍କୁ ଆଉଟ କରିବା ପାଇଁ ଲାଗିପଡିଥିଲେ ଠିକ୍ ସେହି କାମ ଆରମ୍ଭ କରିଛନ୍ତି। କଂଗ୍ରେସର ନିଷ୍ପତିକୁ ବଦଳାଇ ତାଙ୍କ ନାମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ସିଦ୍ଧୁ ପୁଣି କଂଗ୍ରେସ ନେତୃବୃନ୍ଦଙ୍କ ଉପରେ ଚାପ ପ୍ରୟୋଗ କରିବାରେ ଲାଗିଛନ୍ତି।

କ୍ୟାପଟେନ ଅମେରନ୍ଦ୍ର ସିଂଙ୍କୁ ବାହାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସିଦ୍ଧୁ। ସେ ଭାବିଥିଲେ ଯେ, କ୍ୟାପେଟନ ଯିବା ପରେ କଂଗ୍ରେସ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିବ। ହେଲେ ତାହା ହେଲା ନାହିଁ। ଶେଷରେ କଂଗ୍ରେସ ଜଣେ ଦଳିତ ବିଧାୟକ ଚରଣଜିତ ସିଂ ଚାନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବସାଇଲେ। ଯାହାକୁ ନେଇ ସିଦ୍ଧୁ ସେତେବେଳେ କ୍ଷୁବ୍ଧ ହୋଇପଡିଥିଲେ।

ସେପଟେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା କରିବା ପାଇଁ ସିଦ୍ଧୁ ଚାପ ପ୍ରୟୋଗ କରୁଥିବା ବେଳେ ଏପଟେ ମୁଖ୍ୟମନ୍ତ୍ରୀ ଚାନ୍ନି ନିଜକୁ ଲୋକପ୍ରିୟ କରିବା ଚେଷ୍ଠାରେ ଅଛନ୍ତି। ତାଙ୍କୁ କଂଗ୍ରେସ ପୁଣି ମୁଖ୍ୟମନ୍ତ୍ରୀ କରୁ ବୋଲି ସେ ଆଶା କରି ରହିଛନ୍ତି। ସେହିପରି ସୁଖଜିନ୍ଦର ରାନ୍ଧୱା ଏବଂ ସୁନୀଲ ଜାଖରଙ୍କ ପରି ନେତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଆଶା ବାନ୍ଧି ନିଜନିଜ ରାସ୍ତାରେ ଲବି ଆରମ୍ଭ କରିଛନ୍ତି।

ଏସବୁକୁ ନେଇ କଂଗ୍ରେସ ରାଜନୀତି ବର୍ତ୍ତମାନ ଗୋଲିଆ ହେବାରେ ଲାଗିଛି। ରାଜନୈତିକ ସମୀକ୍ଷକଙ୍କ ମତରେ କଂଗ୍ରେସ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରିବା ସପକ୍ଷରେ ନାହିଁ। ଯଦି ତାହା ହୋଇ ଥାଆନ୍ତା ତେବେ କ୍ୟାପଟେନ ପରେ ତାଙ୍କୁ ନିଆଯାଇ ଥାଆନ୍ତା। ବର୍ତ୍ତମାନ ମଧ୍ୟ ତାଙ୍କ ନାମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଗଲା ନାହିଁ। ଏଥିରୁ ସ୍ପଷ୍ଟ ହୋଇଛି ଯେ କଂଗ୍ରେସ ପଂଜାବରେ ସିଦ୍ଧୁଙ୍କୁ ବାଦ ଦେଇ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରିବ। ଏହାକୁ ନେଇ ପଂଜାବ ରାଜନୀତି ଗୋଳିଆରୁ ଗୋଳିଆ ହେବାରେ ଲାଗିଛି।

Categories
ଜାତୀୟ ଖବର ବିଶେଷ ଖବର

ପଂଜାବ ଇସ୍ତଫା ନାଟକ: 60 ଜଣ ବିଧାୟକ ଦଳ ଛାଡିବା ନେଇ ଦେଲେ ଧମକ

ନୂଆଦିଲ୍ଲୀ: ପଂଜାବ କଂଗ୍ରେସରେ ବର୍ତ୍ତମାନ ନାଟକ ବାଜି ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପେଟନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ବର୍ତ୍ତମାନ ବିଧାୟକମାନେ ଖପ୍ପା ହୋଇଛନ୍ତି। ସେମାନେ ଖୁବ ଶିଘ୍ର କଂଗ୍ରେସରୁ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି। ସେମାନେ କହିଛନ୍ତି ଯେ, କଂଗ୍ରେସ ଯେପରି ନିଷ୍ପତି କରିଛି ତାହା ଠିକ୍ ନୁହେଁ। ଆମେମାନେ କ୍ୟାପେଟନଙ୍କ ସହିତ ଅଛୁ।

ତେବେ ବିଶେଷ ସୁତ୍ରରୁ ଜଣାପଡିଛି ଯେ, ଅମରିନ୍ଦର ସିଂ ଗୋଷ୍ଠୀ ବର୍ତ୍ତମାନ ଆପ ସହିତ ଯୋଗାଯୋଗରେ ଅଛନ୍ତି। ଯଦି ସମ୍ଭବ ହୁଏ ତେବେ ଅମରିନ୍ଦର ସିଂ ଏବଂ ତାଙ୍କ ସମର୍ଥିତ ବିଧାୟକମାନେ ଖୁବ ଶିଘ୍ର ଆମ ଆଦମୀ ପାର୍ଟିରେ ଯୋଗ ଦେବେ ବୋଲି ଅନୁମାନ କରାଯାଉଛି। ଏ ଖବର ପାଇବା ପରେ ସୋନିଆ ଗାନ୍ଧୀ ଅମରିନ୍ଦରଙ୍କ ସହିତ ଫୋନରେ କଥା ହୋଇଛନ୍ତି।

ଆଜିି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କ୍ୟାପଟେନ ସିଂ କହିଛନ୍ତି ଯେ ମୁଁ ସୋନିଆ ଗାନ୍ଧୀଙ୍କୁ ସକାଳେ କହିଥିଲି ଯେ ମୁଁ ଇସ୍ତଫା ଦେଉଛି। କ୍ରୋଧିତ ସ୍ୱରରେ କ୍ୟାପଟେନ କହିଛନ୍ତି ଯେ ଦୁଇ ମାସ ମଧ୍ୟରେ ବିଧାୟକଙ୍କ ତିନିଟି ବୈଠକ ଅନୁଷ୍ଠିତ ହୋଇଥିଲା। ତୃତୀୟ ଥର ପାଇଁ ବିଧାୟକଙ୍କ ସହ ଆଲୋଚନା ଚାଲିଛି। ହେଲେ  ମୋତେ ଅପମାନ କରାଯାଇଛି ବୋଲି କ୍ୟାପେଟନ କହିଛନ୍ତି।

ସେ କହିଛନ୍ତି ଯେ ମୋତେ ସରକାର ଚଳାଇବା ନେଇ ସନ୍ଦେହ କରାଯାଉଛି।  ହାଇ କମାଣ୍ଡ ଯାହାକୁ CM କରିବାକୁ ଚାହୁଁଛନ୍ତି କରନ୍ତୁ, ମୁଁ କିନ୍ତୁ ଆଉ CM ରହିବି ନାହିଁ ବୋଲି କ୍ୟାପେଟନ କହିଛନ୍ତି। ତେବେ ଭବିଷ୍ୟତ ରାଜନୀତି ପାଇଁ ମୁଁ ମୋର ସହକର୍ମୀମାନଙ୍କ ସହ କଥା ହେବି ବୋଲି ସେ କହିଛନ୍ତି।

ଇସ୍ତଫା ଦେବା ପୂର୍ବରୁ ମଧ୍ୟ ସିଂ କହିଥିଲେ ଯେ ଏହି ପଦରୁ ହଟାଇବା ମୋ ପାଇଁ ଅପମାନ ହେବ। ତେବେ ସେ ଭିତର ମୁଁ ଇସ୍ତଫା ଦେଲି। ମୁଁ ବର୍ତ୍ତମାନ କଂଗ୍ରେସରେ ଅଛି, କିନ୍ତୁ ମୋର ରାସ୍ତା ଖୋଲା ଅଛି। ମୁଁ ସମସ୍ତ ବିକଳ୍ପଗୁଡ଼ିକୁ ବିଚାର କରିବି ବୋଲି କ୍ୟାପେଟନ କହିଛନ୍ତି।

ଆଜି ସଂଧ୍ୟାରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ବିଧାୟକ ବୈଠକରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡିଛି। ତେବେ ନୂତନ ନେତା କ୍ୟାପଟେନ ସିଂ କିମ୍ବା ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ସମର୍ଥକ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

Categories
ଆଜିର ଖବର ଜାତୀୟ ଖବର

ଶେଷରେ ନବଜୋତ ସିଂ ସିଦ୍ଧୁ ହେଲେ ପଂଜାବ କଂଗ୍ରେସର କ୍ୟାପେଟନ, ସଭାପତି ଭାବେ ନିଯୁକ୍ତ

ନୂଆଦିଲ୍ଲୀ, ପଞ୍ଜାବ କଂଗ୍ରେସରେ ଚାଲିଥିବା ସଙ୍କଟ ମଧ୍ୟରେ ହାଇକମାଣ୍ଡ ରବିବାର ଦିନ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ସଭାପତି ମନୋନିତ କରିଛନ୍ତି। ପଞ୍ଜାବରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ନେତୃତ୍ୱ ମଧ୍ୟ ଚାରିଜଣ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିଛନ୍ତି। ଏଥିପାଇଁ କଂଗ୍ରେସ ନେତା କେ ସି ବେଣୁଗୋପାଳ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ପଞ୍ଜାବ କଂଗ୍ରେସର ଯେଉଁମାନେ କାର୍ଯ୍ୟକାରୀ ସଭାପତି ଭାବରେ ମନୋନିତ କରାଯାଇଛି ସେମାନେ ହେଲୋେ ସାଙ୍ଗତ ସିଂ, ପୱନ ଗୋୟଲ, କୁଲଜିତ ସିଂ ନାଗ୍ରା ଏବଂ ସୁଖବିନ୍ଦର ସିଂ ଡାନି। ଏହା ସହ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ରହିବେ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି। ହେଲେ ଦଳୀୟ ସଂଗଠନର ନିୟନ୍ତ୍ରଣ ସିଦ୍ଧୁଙ୍କ ହାତରେ ରହିବ।