Categories
ଆଜିର ଖବର ରାଜ୍ୟ ଖବର

ପଂଜାବ ନ୍ୟାସନାଲ ବ୍ୟାଙ୍କର ୧୪୫ଟି ପଦବୀ ପାଇଁ ନିଯୁକ୍ତି, ଏହିପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: Panjab National Bank ର ମ୍ୟାନେଜର ତଥା ସିନିୟର ମ୍ୟାନେଜରର ୧୪୫ଟି ପଦବୀ ପାଇଁ ନିଯୁକ୍ତି ସୂଚନା ପ୍ରକାଶ ପାଇଛି। ଆବେଦନ ପ୍ରକ୍ରିୟା ମେ ୨୨ରୁ ଆରମ୍ଭ ହେବ ଏବଂ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ଏପ୍ରିଲ ୭।

ଅନଲାଇନ୍ ପରୀକ୍ଷା ପାଇଁ ସାମ୍ଭବ୍ୟ ତାରିଖ ହେଉଛି ଜୁନ୍ ୧୨

PNB ନିଯୁକ୍ତି ଖାଲିଥିବା ବିବରଣୀ: ୧୪୫ ଟି ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ସୂଚନା ଜାରୀ କରାଯାଇଛି। ସେଥିରେ ୪୦ ଟି ପଦବୀ ମ୍ୟାନେଜର (ରିସ୍କ), ୧୦୦ ଟି ପଦବୀ ମ୍ୟାନେଜର (କ୍ରେଡିଟ୍) ଏବଂ ୫ ଟି ପଦବୀ ସିନିୟର ମ୍ୟାନେଜର (ଟ୍ରେଜେରୀ) ପଦ ପାଇଁ ଅଛି।

PNB ନିଯୁକ୍ତି ବୟସ ସୀମା: ମ୍ୟାନେଜର ପଦ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୫ ବର୍ଷ ଏବଂ  ୧ ଜାନୁୟାରୀ ୨୦୨୨ ସୁଦ୍ଧା ସର୍ବାଧିକ ବୟସ ୩୫ ବର୍ଷ ହେବା ଉଚିତ। ସିନିୟର ମ୍ୟାନେଜର (ଟ୍ରେଜେରୀ) ପଦ ପାଇଁ ପ୍ରାର୍ଥୀମାନଙ୍କ ବୟସ ୨୫ ବର୍ଷରୁ କମ ଏବଂ ୩୭ ବର୍ଷରୁ ଅଧିକ ହୋଇ ନ ଥିବ।

PNB ନିଯୁକ୍ତି ଆବେଦନ ଫି:  SC/ ST / PWBD ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ₹ ୫୦ ଟଙ୍କା ରଖାଯାଇଛି। ସେହିପରି ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୮୫୦ ରହିଛି।

ପ୍ରାର୍ଥୀମାନେ PNB ର ଅଫିସିଆଲ୍ ୱେବସାଇଟ୍ pnbindia.in  ମାଧ୍ୟମରେ ଅନଲାଇନରେ ଆବେଦନ କରିବା ପାଇଁ କୁହାଯାଇଛି।