Categories
ଆଞ୍ଚଳିକ

ପକ୍ଷାଘାତ ରୋଗୀଙ୍କୁ ସହାୟତାର ହାତ ବଢାଇଲା ଚିଲିକାର ମିଶନ ଜୟ ଜଗନ୍ନାଥ ସେବା ସଂଗଠନ

ସୀତାରାମ ଅଗ୍ରୱାଲ
ଚିଲିକା: ଜଣେ ପକ୍ଷାଘାତ ରୋଗୀଙ୍କୁ ପୁଣି ଥରେ ସାହାଯ୍ୟର ହାତ ବଢାଇଲା ମିଶନ ଜୟ ଜଗନ୍ନାଥ ସେବା ସଂଗଠନ। ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମର ସୁକାନ୍ତ ଗୁରୁ (୪୫) ଜନ୍ମରୁ ଦିବ୍ୟାଙ୍ଗ ଥିଲେ। କିଛି ଦିନ ପରେ ପଡିଯିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତାପରେ ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ସଜ୍ଜାରେ ପଡିରହିଥିଲେ। ସୁକାନ୍ତ ଯନ୍ତ୍ରଣାରେ ଛଟପଟ ହେବା ସହ ନିଜ ସମ୍ପର୍କୀୟଙ୍କୁ ଚିହ୍ନିବାରେ ଅସମର୍ଥ ଅଟନ୍ତି।

ଖବର ପାଇ ମିଶନ ଜୟ ଜଗନ୍ନାଥ ସେବା ସଂଗଠନ ତାଙ୍କ ଘରେ ପହଞ୍ଚିଥିଲା। ସୁକାନ୍ତଙ୍କ ଦୁଇ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ବଡ ଝିଅର ବୟସ ୧୭ ବର୍ଷ ହୋଇଥିବା ବେଳେ ସାନ ଝିଅକୁ ୧୨ ବର୍ଷ ଏବଂ ପୁଅର ବୟସ ୮ ବର୍ଷ ଅଟେ। ଏସବୁ ଦେଖି ସୁକାନ୍ତଙ୍କ ଚିକିତ୍ସା ପାଇଁ ସଂଗଠନ ପକ୍ଷରୁ ସରପଞ୍ଚଙ୍କ ସହ ଯୋଗାଯୋଗ କରଯାଇଥିଲା। ଏହାସହ ସେମାନେ ସଂଗଠନ ପକ୍ଷରୁ ସୁକାନ୍ତଙ୍କ ଚିକିତ୍ସା ପାଇଁ ସହାୟତା କରିବେ ବୋଲି ପ୍ରତିଶୃତି ଦେବା ସହ ପିଲାମାନଙ୍କ ପାଠ ପଢା ପାଇଁ ଆର୍ଥିକ ସାହାଯ୍ୟ କରିବେ ବୋଲି ଭରଷା ଦେଇଥିଲେ।

ମିଶନ ଜୟ ଜଗନ୍ନାଥ ସଂଗଠନର ସଭାପତି ପ୍ରଦୋଶ କୁମାର ଦାସ, ସମ୍ପାଦକ ସଞ୍ଜୟ କୁମାର ବେହେରା, କୋଷାଧ୍ୟକ୍ଷ ଅରୁଣ କୁମାର ମହାପାତ୍ର, ପୋଲିସ ଏସଆଇ ଅକ୍ଷୟ କୁମାର ଭୋଳ, ଜଗା, ସାଇରଞ୍ଜନ, ଦୁଷ୍ମନ୍ତ, ଅନନ୍ତ, ପବିତ୍ର, ପ୍ରତାପ, ଅଶୋକ, ଦେବୀ ପ୍ରସାଦ, ବିଶ୍ଵଜିତ, ସୁବ୍ରତ, ଚିତ୍ତରଞ୍ଜନ, ପ୍ରଦ୍ଯୁମ୍ନ, ବିକିନା ପ୍ରମୁଖ ଯୋଗ ଦେଇଥିଲେ।

ଏହା ସହ ସବିତା ବେହେରା ଏବଂ ଦେବୀପୂର୍ଣ୍ଣିମା ଛୋଟରାୟ ନାମକ ଦୁଇଜଣ ସମାଜସେବୀ ଏହି ସଂଗଠନର ସମାଜସେବା ଦେଖି ସ୍ବଇଚ୍ଛାରେ ଉକ୍ତ ପରିବାରକୁ କିଛି ଆର୍ଥିକ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।