Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ହ୍ରଦରେ ପକ୍ଷୀ ଗଣନା: ଗତ ବର୍ଷ ତୁଳନାରେ ବୃଦ୍ଧି ପାଇଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା, ଜାଣନ୍ତୁ କେତେ?

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଚିଲିକା ହ୍ରଦରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ହେତୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଚିଲିକାରେ ବଢିଥିବାର ଜଣାପଡିଛି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଅମ୍ଲାନ ନାୟକଙ୍କ ସୂଚନା ମୁତାବକ, ଚଳିତ ବର୍ଷ ଚିଲିକାରେ ସମୁଦାୟ ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଆସିଛନ୍ତି। ଯାହାକି ଗତ ବର୍ଷ ୧୧ ଲକ୍ଷ ୩୧ ହଜାର ୯୨୯ ରୁ ସାମାନ୍ୟ ଅଧିକ।

ସୂଚନା ମୁତାବକ ଆଜି ସକାଳ ୬ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ଚାଲୁରହିଥିଲା। ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ୨୧ ଟି ଟିମ ନିୟୋଜିତ ହୋଇଥିଲେ। ଏବଂ ପ୍ରତି ଟିମରେ ୬-୭ ଜଣ ସଦସ୍ୟ ରହିଥିଲେ। ଟାଙ୍ଗୀ ଜୋନରେ ୮ଟି ଟିମ, ବାଲୁଗାଁରେ ୬ ଟି, ସାତପଡ଼ାରେ ୪ ଟି, ରମ୍ଭାରେ ୨ ଟି ଏବଂ ଚିଲିକାରେ ୧ ଗୋଟି ଟିମ ନିୟୋଜିତ ରହିଥିଲେ।

ତେବେ ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ୱାକି ଟକି, କ୍ୟାମେରା ଏବଂ ଅନ୍ୟ ଉପକରଣ ଆଦି ବ୍ୟବହୃତ କରାଯାଇଥିବା ବେଳେ ପକ୍ଷୀପ୍ରେମୀ, ପକ୍ଷୀ ସୁରକ୍ଷା ଶିବିରର କର୍ମକର୍ତ୍ତା, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଙ୍ଗ, ସାମାଜିକ କର୍ମୀ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଏବଂ ବିଏନଏଚଏସ ସାମିଲ ହୋଇଥିଲେ।

ଗତବର୍ଷ ସମୁଦାୟ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ହଜାର ୯୨୯ ଗୋଟି ପକ୍ଷୀ ଆସିଥିବାବେଳେ ତନ୍ମଧ୍ୟରୁ ୧୦୫ ପ୍ରଜାତିର ୧୦ ଲକ୍ଷ ୯୩ ହଜାର ୪୯ ଗୋଟି ବିଦେଶୀ ପକ୍ଷୀ ଏବଂ ୭୯ ପ୍ରଜାତିର ୩୮ ହଜାର ୮ ଶହ ୮୦ ଗୋଟି ସ୍ଥାନୀୟ ପକ୍ଷୀ ସାମିଲ ଥିଲେ l

ସେହିପରି ଚଳିତବର୍ଷ ସମୁଦାୟ ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ଗୋଟି ପକ୍ଷୀ ଆସିଥିବାବେଳେ ତନ୍ମଧ୍ୟରୁ ୧୦୮ ପ୍ରଜାତିର ୧୦ ଲକ୍ଷ ୯୮ ହଜାର ୮୧୩ ଗୋଟି ବିଦେଶୀ ପକ୍ଷୀ ଏବଂ ୭୯ ପ୍ରଜାତିର ୩୮ ହଜାର ୯ ଶହ ୪୬ ଗୋଟି ସ୍ଥାନୀୟ ପକ୍ଷୀ ସାମିଲ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ଆରମ୍ଭ ହେଲା ଚିଲିକା ହ୍ରଦରେ ପକ୍ଷୀ ଗଣନା କାର୍ଯ୍ୟ: ୨୧ ଟି ଟିମ ନିୟୋଜିତ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଚିଲିକା ହ୍ରଦରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବାବେଳେ ବିଦେଶାଗତ ପକ୍ଷୀଙ୍କ ଆଗମନ ଚିଲିକାରେ ବଢିବ ବୋଲି ଆଶା କରିଛନ୍ତି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଅମ୍ଲାନ ନାୟକ।

ସୂଚନା ମୁତାବକ ଆଜି ସକାଳ ୬ ଘଟିକାରୁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ୨୧ ଟି ଟିମ ନିୟୋଜିତ ହୋଇଛନ୍ତି। ଏବଂ ପ୍ରତି ଟିମରେ ୫ ଜଣ ସଦସ୍ୟ ରହିଛନ୍ତି। ଟାଙ୍ଗୀ ଜୋନରେ ୮ଟି ଟିମ, ବାଲୁଗାଁରେ ୫ଟି, ସାତପଡ଼ାରେ ୩ଟି, ରମ୍ଭାରେ ୨ ଟି ଏବଂ କୃଷ୍ଣପ୍ରସାଦରେ ୩ ଟି ଟିମ ନିୟୋଜିତ ହୋଇଛନ୍ତି।

ତେବେ ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ୱାକି ଟକି, କ୍ୟାମେରା ଏବଂ ଅନ୍ୟ ଉପକରଣ ଆଦି ବ୍ୟବହୃତ କରାଯାଉଥିବା ବେଳେ ପକ୍ଷୀପ୍ରେମୀ, ପକ୍ଷୀ ସୁରକ୍ଷା ଶିବିରର କର୍ମକର୍ତ୍ତା, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଙ୍ଗ, ସାମାଜିକ କର୍ମୀ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଏବଂ ବିଏନଏଚଏସ ସାମିଲ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜାନୁଆରୀ ୪ ରୁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଏସିଆର ବୃହତ୍ତମ ଲବଣ ହ୍ରଦ ଚିଲିକାରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆସିଛନ୍ତି ଲକ୍ଷାଧିକ ବିଦେଶୀ ପକ୍ଷୀ। ତେବେ ଜାନୁଆରୀ ୪ ତାରିଖରେ ଅନୁଷ୍ଠାନିକ ଭାବେ ପକ୍ଷୀ ଗଣନା ଅନୁଷ୍ଠିତ ହେବ ବୋଲି ଆଜି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ବାଲୁଗାଁ ବିଭାଗୀୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଅମ୍ଲାନ ନାୟକ।

ସକାଳ ୬ ରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ ଗୋଟି ଟିମ ପକ୍ଷୀଗଣନାରେ ନିୟୋଜିତ ହେବେ। ପ୍ରତି ଟିମରେ ୬ ରୁ ୭ ଜଣ ଗଣନାକାରୀ ଯୋଗଦେବେ। ପ୍ରତିବର୍ଷ ଭଳି ଗଣନା କାର୍ଯ୍ୟରେ ଜିପିଏସ,ବାଇନାକୁଲାର ବ୍ୟବହାର କରାଯିବ।

ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟି ର ଛାତ୍ରଛାତ୍ରୀ, ୱାଇଲଡ ଓଡ଼ିଶା ଏବଂ ୱାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ତିନି ଗୋଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ଏବଂ ବିଏନଏଚଏସ ସାମିଲ ହେବେ ବୋଲି ଜଣାପଡିଛି।

ସେହିପରି ଭାବେ ମୁମ୍ବାଇ ସ୍ଥିତ ବିଏନଏଚଏସ ର ଉପ ନିର୍ଦେଶକ ଡ଼ଃ ପି ସାଥିୟା ସେଲଭମ , ଅବସରପ୍ରାପ୍ତ ଆରସିସିଏଫ ବ୍ରହ୍ମପୁର ପ୍ରଶାନ୍ତ କୁମାର ମିଶ୍ର, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଅମ୍ଲାନ ନାୟକ ମଧ୍ୟ ପକ୍ଷୀଗଣନାରେ ଉପସ୍ଥିତ ରହିବେ।

Categories
ଆଜିର ଖବର ରାଜ୍ୟ ଖବର

ପକ୍ଷୀ ଗଣନା: ବ୍ରହ୍ମପୁର ଡ଼ିଭିଜନରେ ୯୫ ପ୍ରଜାତିର ୨୪୨୯୮ଟି ପକ୍ଷୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ୨୦୨୦ ଏବଂ ୨୧ ମସିହା ପାଇଁ ବ୍ରହ୍ମପୁର ଫରେଷ୍ଟ ରେଞ୍ଜ ଅଂଚଳରେ ପକ୍ଷୀଗଣନା କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଗତକିଛି ଦିନ ହେଲା ଏହି ରେଞ୍ଜ ଅଂଚଳର ୪୨ଟି ସ୍ଥାନରେ ପକ୍ଷୀ ଗଣନା କାର୍ଯ୍ୟ ଚାଲୁ ରହିଥିଲା। ଏହି ରେଞ୍ଜରେ ୯୫ ପ୍ରଜାତିର ସମୁଦାୟ ୨୪ହଜାର ୨୯୮ଟି ପକ୍ଷୀ ରହିଥିବା ଜଣାପଡ଼ିଛି। ମୁଖ୍ୟତଃ ବାହୁଦା ବେକ୍‌ୱାଟର ଅଂଚଳରେ ଅଧିକ ପରିମାଣରେ ପକ୍ଷୀ ରହିଛନ୍ତି। ଉକ୍ତ ସ୍ଥାନରେ ୪୨ଟି ପଂଜାତିର ୭୯୮୨ଟି ପକ୍ଷୀ ଅଛନ୍ତି। ୨୦୧୯-୨୦ ବର୍ଷରେ ସମୁଦାୟ ୩୮ଟି ଅଂଚଳରେ ପକ୍ଷୀ ଗଣନା କରାଯାଇଥିବାବେଳେ ୭୨ଟି ପ୍ରଜାତିର ୧୨୩୩୨ଟି ପକ୍ଷୀ ରହିଥିଲେ। ଗତବର୍ଷ ତୁଳନାରେ ଚଳିତବର୍ଷ ସମୁଦାୟ ୧୧୯୬୬ଟି ପକ୍ଷୀଙ୍କ ସଂଖ୍ୟା ବଢ଼ିଥିବା ବ୍ରହ୍ମପୁର ଏସିଏଫ୍ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପକ୍ଷୀ ଗଣନା ସମୟରେ ଚିଲିକା କୂଳରୁ ଠାବ କରାଗଲା ଜଙ୍ଗଲୀ ହାତୀ ପଲ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଜଙ୍ଗଲୀ ହାତୀ ଦେଖିବାକୁ ମିଳିଛି। ଚିଲିକା କୂଳ ଠାରୁ ୮ କିଲୋମିଟର ଭୁଷଣ୍ଡପୁରରେ ୧୩ ଟିକିଆ ହାତୀ ପଲ ବୁଲୁଥିବାର ଦେଖିବାକୁ ମିଳିଛି। ଏହି ହାତୀ ପଲ ନଳ ଘାସ ନିକଟରେ ଅଛନ୍ତି। ହାତୀ ପଲ ମଧ୍ୟ୍ୟରେ  ଗୋଟିଏ ଛୁଆ ହାତୀ ଥିବା ଜଣା ପଡିଛି। ଚିଲିକାରେ ପକ୍ଷୀ ଗଣନା ଚାଲିଥିବା ବେଳେ ବଣ୍ୟପ୍ରାଣୀ ବିଭାଗ କର୍ମଚାରୀ ଏହି ହାତୀ ପଲଙ୍କୁ ଠାବ କରିଛନ୍ତି। ତେବେ ବର୍ତ୍ତମାନ ଜଙ୍ଗଲ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ଯାଉଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟବ୍ୟାପୀ ପକ୍ଷୀଗଣନା ଆରମ୍ଭ, ଆସନ୍ତା ୯ ତାରିଖ ଠାରୁ ହେବ କୁମ୍ଭୀର ଗଣନା

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, ୩/୧: ଆଜିଠାରୁ ରାଜ୍ୟରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଏହି ପକ୍ଷୀ ଗଣନା କାମରେ ୨୫ଟି ସ୍ୱତନ୍ତ୍ର ଟିମ ନିୟୋଜିତ ହୋଇଥିବା ବେଳେ ସେମାନଙ୍କୁ ୧୦୦୦ରୁ ଅଧିକ ସଦସ୍ୟ ସହଯୋଗ କରୁଛନ୍ତି। ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ କେବଳ ୧୦ଟି ଟିମ ନିୟୋଜିତ ହୋଇଥିବା ବେଳେ ମହାନଦୀର ବିଭିନ୍ନ ସ୍ଥାନରେ ଦେଖାଯାଉଥିବା ପକ୍ଷୀମାନଙ୍କର ଗଣନା ଜାରି ରହିଛି। ସେହିପରି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଅଞ୍ଚଳରେ ପକ୍ଷୀଗଣନା ଜାରି ରହିଛି। ଆଜି କେବଳ ପକ୍ଷୀଗଣନା ଚାଲିଥିବା ବେଳେ ଚଳିତ ମାସ ୯ ତାରିଖ ଠାରୁ ୧୧ତାରିଖ ଯାଏଁ କୁମ୍ଭୀର ଗଣନା ଆରମ୍ଭ ହେବ।