Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାୟଗଡାର ଦୁଇଟି ହଷ୍ଟେଲରେ ୬୪ ଛାତ୍ର ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାୟଗଡା ଜିଲ୍ଲାର ଦୁଇଟି ହଷ୍ଟେଲରେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଦୁଇଟି ହଷ୍ଟେଲରେ ରହୁଥିବା ୬୪ ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ରାଣ୍ଡମ ଟେଷ୍ଟ ପରେ ଏହି ଛାତ୍ରମାନଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଯଦିଓ ଏହି ଛାତ୍ରମାନଙ୍କର କୋଭିଡର କୌଣସି ଲକ୍ଷଣ ନାହିଁ, ବର୍ତ୍ତମାନ ସଂକ୍ରମିତ ସମସ୍ତ ଛାତ୍ରଙ୍କୁ ପୃଥକ କରାଯାଇଛି। ରାୟାଗଡା ଜିଲ୍ଲା ମାଜିଷ୍ଟ୍ରେଟ (ଡିଏମ) ସରୋଜ କୁମାର ମିଶ୍ରଙ୍କ ଅନୁଯାୟୀ ସତର୍କତା ଅବଲମ୍ବନ କରାଯାଉଛି ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ସତର୍କତା ଅବଲମ୍ବନ କରୁଛନ୍ତି।

ଜିଲ୍ଲା ମାଜିଷ୍ଟ୍ରେଟ୍ ସରୋଜ ମିଶ୍ର କହିଛନ୍ତି ଯେ, ରାଣ୍ଡମ ଟେଷ୍ଟ ସମୟରେ ଆମେ ଦୁଇଟି ହଷ୍ଟେଲରେ ୬୪ ଜଣ ଛାତ୍ର କରୋନା ପଜିଟିଭ୍ ପାଇଛୁ। ଛାତ୍ରମାନଙ୍କର କୌଣସି ଲକ୍ଷଣ ନାହିଁ ଏବଂ ସେମାନେ ଅଲଗା ହୋଇଯାଇଛନ୍ତି। ତଥାପି, ଆମେ ସେମାନଙ୍କର ନମୁନାକୁ ପୁନଃ ଯାଞ୍ଚ ପାଇଁ ରାଜ୍ୟ ମୁଖ୍ୟାଳୟକୁ ପଠାଉଛୁ। ଉଭୟ ହଷ୍ଟେଲରେ ଡାକ୍ତରୀ ଦଳ ନିୟୋଜିତ ହୋଇଛନ୍ତି। ରାୟାଗଡା ଜିଲ୍ଲା ମୁଖ୍ୟାଳୟ ଅନ୍ଵେଷା ହଷ୍ଟେଲର ମୋଟ ୪୪ ଜଣ ଛାତ୍ର ପଜିଟିଭ ବୋଲି ଜଣାପଡିଛି। ଏହି ହଷ୍ଟେଲରେ ରାୟାଗଡାର ନଅଟି ବିଭିନ୍ନ ଇଂରାଜୀ ମଧ୍ୟମ ବିଦ୍ୟାଳୟରେ ପଢୁଥିବା ଛାତ୍ରମାନେ ରହିଛନ୍ତି। ସେହିଭଳି, ରାୟାଗଡା ଜିଲ୍ଲାର ବିଷମକଟକ ବ୍ଲକର ହାଟାମୁନିଗୁଡା ହଷ୍ଟେଲର ୨୨ ଜଣ ଛାତ୍ର କୋଭିଡରେ ସଂକ୍ରମିତ ହୋଇଥିବା ଜଣାପଡିଛି।

ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ଟିମ୍ ହଷ୍ଟେଲରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଡ ସତ୍ୟନାରାୟଣ ପାଣିଗ୍ରାହୀ କହିଛନ୍ତି ଯେ, ସମସ୍ତ ପିଲା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେଠାରେ ସମସ୍ତ ପଜିଟିଭ ମାମଲାଗୁଡ଼ିକର ଯତ୍ନ ନିଆଯାଉଛି ଏବଂ ପର୍ଯ୍ୟାପ୍ତ ଔଷଧ ଯୋଗାଇ ଦିଆଯାଉଛି। ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ଜିଲ୍ଲା ପ୍ରଶାସନ ସହିତ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଦେଶରୁ ଓଡିଶା ଫେରିଥବା ୨୪୬ ଯାତ୍ରୀ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ବିଦେଶରୁ ଓଡିଶା ଫେରିଥିବା ୨୪୬ ଜଣ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ନଭେମ୍ବର ୨୪ ତାରିଖ ପରେ ଓଡିଶା ଆସିଥିଲେ। ସେମାନଙ୍କର କରୋନା ପରୀକ୍ଷା ପରେ ପଜିଟିଭ ହୋଇଥିବା ଜଣାପଡିଛି। ପଜିଟିଭ ଚିହ୍ନଟ ହୋଇଥିବା ଲୋକଙ୍କ ନମୁନା ଜେନମ ସିକ୍ଵେନସିଂ ପାଇଁ ଆଇଏଲଏସ ଯାଇଛି। ଏନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି।

ଏହି ସବୁ ଆକ୍ରାନ୍ତ ଓମିକ୍ରନରେ ସଂକ୍ରମିତ କି ନାହିଁ, ତାହା ଜେନମ ସିକ୍ଵେନସିଂ ପରେ ଜଣାପଡିବ। ଏହାର ରିପୋର୍ଟ ଶୁକ୍ରବାର ଦିନ ଆସିବ ବୋଲି ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କେହି ଓମିକ୍ରନ ଚିହ୍ନଟ ହୋଇନାହାନ୍ତି। ତେବେ ଏହାପୂର୍ବରୁ ୧୪୧ ନମୁନା ଟେଷ୍ଟରୁ ମଧ୍ୟ କେହି ଓମିକ୍ରନ ଚିହ୍ନଟ ହୋଇନଥିବା ବିର୍ଦ୍ଦେଶକ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୪ ହାଜର ୫୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୯୪ ହଜାର ୫୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୬ ହଜାର ୧୪୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୧ ଲକ୍ଷ ୮୩ ହଜାର ୧୨୧ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୯ ହଜାର ୬୭୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୬ ଲକ୍ଷ ୫୫ ହଜାର ୪୯୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୧ ଲକ୍ଷ ୬୭ ହଜାର ୯୫୨ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭ ହଜାର ୬୧୬ ଆକ୍ରାନ୍ତ: ଅନୁଗୁଳରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭ ହଜାର ୬୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଅନୁଗୁଳରୁ  ୯୬୬, ଖୋର୍ଦ୍ଧାରୁ ୭୪୭, ସୁନ୍ଦରଗଡରୁ ୭୨୧, ବାଲେଶ୍ବରରୁ ୫୦୮, ଯାଜପୁରରୁ ୪୦୬, ବରଗଡରୁ ୪୦୦, କଟକରୁ ୩୯୭, ନବରଙ୍ଗପୁରରୁ ୩୨୭, ସମ୍ବଲପୁରରୁ ୩୧୭, ବୌଦ୍ଧରୁ ୨୫୦, କଳାହାଣ୍ଡିରୁ ୨୩୮, କୋରାପୁଟରୁ ୨୨୨, ଭଦ୍ରକରୁ ୨୦୪, ଜଗତସିଂହପୁରରୁ ୨୦୩, ରାୟଗଡାରୁ ୧୬୧, ସୋନପୁରରୁ ୧୬୦, ଗଞ୍ଜାମରୁ ୧୫୫, ଢେଙ୍କାନାଳରୁ ୧୪୨, ନୟାଗଡରୁ ୧୩୬, ବଲାଙ୍ଗୀରିରୁ ୧୨୭, ମାଲକାନାଗିରିରୁ ୧୧୧, ପୁରୀରୁ ୧୧୦, କନ୍ଧମାଳରୁ ୯୯, କେନ୍ଦ୍ରାପଡାରୁ ୭୫, ଗଜପତିରୁ ୭୧, ନୂଆପଡାରୁ ୭୦, ଝାରସୁଗୁଡାରୁ ୬୩, ଦେବଗଡରୁ ୫୫, କେନ୍ଦୁଝରରୁ ୫୨, ମୟୂରଭଞ୍ଜରୁ ୨୧ ଏବଂ ଷ୍ଟେଟ ପୁଲରୁ ୧୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୭ ଲକ୍ଷ ୩୨ ହଜାର ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬ ହଜାର ୯୪ କୁ ବୃଦ୍ଧି ହୋଇଥିବାବେଳେ  ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୧ ହଜାର ୭୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୯୫୨ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧ ଲକ୍ଷ ୩୨ ହାଜର ୭୮୮ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୩୨ ହଜାର ୭୮୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୨୦୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୮୩ ଲକ୍ଷ ୭ ହଜାର ୮୩୨ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୫ ହଜାର ୭୦୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୧ ଲକ୍ଷ ୭୯ ହଜାର ୮୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୭ ଲକ୍ଷ ୯୩ ହଜାର ୬୪୫ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବର ସ୍ଥିତ ଝାରପଡା ଜେଲରେ ଚିହ୍ନଟ ହେଲେ ୯୬ ପଜିଟିଭ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ବର ସ୍ଥିତ ଝାରପଡା ଜେଲରୁ ୯୬ ଜଣ ପଜିଟିଭ ଚିହ୍ନଟ ଅଛନ୍ତି। ଚିହ୍ନଟ ୯୬ ଜଣଙ୍କ ମଧ୍ୟରୁ କିଛି ଜେଲ କର୍ମଚାରୀ ଏବଂ କଏଦୀ ଅଛନ୍ତି। ଝାରପଡା ଜେଲରେ ମୋଟ ୧୯୫ ଜଣଙ୍କ ଠାରୁ ସ୍ଵାବ ଟେଷ୍ଟ କରାଯାଇଥିଲା। ଯେଉଁଥିରେ ୯୬ ଜଣଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ସମସ୍ତ ଆକ୍ରାନ୍ତଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଥିବା ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପୁରୀ ରଥ ଖଳାରୁ ପୁଣି ଚିହ୍ନଟ ହେଲେ ୬ କରୋନା ଆକ୍ରାନ୍ତ

ପୁରୀ: ପୁରୀ ରଥ ଖଳାରୁ ପୁଣି ୬ କରୋନା ଆକ୍ରାନ୍ତ ହୋଇଛନ୍ତି। ୬ ଜଣଙ୍କ ମଧ୍ୟରୁ ୫ ଜଣ ଭୋଇ ସେବକ ଏବଂ ଜଣେ ବିଶ୍ଵକର୍ମା ସେବକ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଆଜିର ୬ ଜଣ ଆକ୍ରାନ୍ତଙ୍କୁ ମିଶାଇ ପୁରୀ ରଥ ଖଳାରୁ ମୋଟ ୮୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜିର ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୯୮୮: ସୁସ୍ଥ ହେଲେ ୭୭୭ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୯୮୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୨୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯ ହଜାର ୧୬୩ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୭୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୪୭ ହଜାର ୪୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ହଜାର ୪୧୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୮୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାର ୧୪୪ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୩ ହଜାର ୧୪୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୪୦ ଲକ୍ଷ ୪୬ ହଜାର ୮୦୯ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୬୨ ହଜାର ୨୭୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୯ ହଜାର ୫୯୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୭ ଲକ୍ଷ ୪ ହଜାର ୮୯୩ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୮ ହଜାର ୪୨୧ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୮ ହଜାର ୪୨୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୨୦୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୩୩ ଲକ୍ଷ ୪୦ ହଜାର ୯୩୮ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୫୪ ହଜାର ୧୫୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୩ ଲକ୍ଷ ୮୨ ହଜାର ୬୪୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୭ ଲକ୍ଷ ୪ ହଜାର ୯୯ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁର ଅଗ୍ନିଶମ କାର୍ଯ୍ୟାଳୟ ହେଲା ବନ୍ଦ: ଟୀକା ନେବା ପରେ ମଧ୍ୟ ଦୁଇ କର୍ମଚାରୀ ପଜିଟିଭ ଚି଼ହ୍ନଟ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଅଗ୍ନିଶମ ବିଭାଗର ଦୁଇ ଜଣ କର୍ମଚାରୀ ଗତକାଲି କୋଭିଡ଼ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। କିନ୍ତୁ ଚିନ୍ତାର ବିଷୟ ଏହା ଯେ, ସମ୍ପୃକ୍ତ ଦୁଇ କୋଭିଡ ଯୋଦ୍ଧା ଦ୍ଵିତୀୟ ଡୋଜ ଟୀକା ନେବା ପରେ ମଧ୍ୟ ସଂକ୍ରମିତ ହୋଇଛନ୍ତି। ତନ୍ମଧ୍ୟରୁ ଜଣେ କୋଭିଡ ଯୋଦ୍ଧାଙ୍କ ଅବସ୍ଥା ଗୁରୁତର ଅଛି।

ତେବେ ଅଗ୍ନିଶମ ବିଭାଗର ସମସ୍ତ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ସମୁଦାୟ ୧୩ ଜଣ ବ୍ୟକ୍ତି ସେମାନଙ୍କ ସଂସ୍ପର୍ଶରେ ଆସିଥିବା କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡିଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ କୋଭିଡ଼ ଟେଷ୍ଟ ହେବ। ବର୍ତ୍ତମାନ ଟେଷ୍ଟ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ଅଗ୍ନିଶମ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ରାଉତ ଏନେଇ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ତେବେ ବାଣପୁରରେ କୋଭିଡ ସମୟରେ ନିଜ ଜୀବନକୁ ବିପଦରେ ଠେଲି ସବୁଠୁ ଅଧିକ ପରିଶ୍ରମ କରୁଥିବା ସମ୍ପୃକ୍ତ ପଜିଟିଭ ଅଗ୍ନିଶମ କର୍ମଚାରୀମାନଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ଯୋଗାଇବାକୁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲରେ କରୋନା: ଦୁଇ ଖେଳାଳି ପଜିଟିଭ ଚିହ୍ନଟ ପରେ ବାତିଲ ହେଲା ଆଜିର ମ୍ୟାଚ

ନୂଆଦିଲ୍ଲୀ: ଆଇପିଏଲ-୧୪ ସଂସ୍କରଣରେ ଆଜିର ମ୍ୟାଚକୁ ବାତିଲ କରାଯାଇଛି। କୋଲକୋତା ନାଇଟ ରାଇଡ଼ର୍ସ ସହ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗୁଲୁରୁ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ବାତିଲ ହୋଇଛି। କେକେଆର ଟିମର ଦୁଇ ଖେଳାଳି ପଜିଟିଭ ଚିହ୍ନଟ ହେବା ପରେ ଆଜିର ଖେଳକୁ ବାତିଲ କରି ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୯୨ ହଜାର ୪୮୮ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୯୨ ହଜାର ୪୮୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୬୮୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୯୫ ଲକ୍ଷ ୫୭ ହଜାର ୪୫୭ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୨ ହଜାର ୫୪୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୯ ଲକ୍ଷ ୯୨ ହଜାର ୨୭୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୩ ଲକ୍ଷ ୪୯ ହଜାର ୬୪୪ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୨୩ ହଜାର ୧୪୪ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୨୩ ହଜାର ୧୪୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୭୭୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୭୬ ଲକ୍ଷ ୪୬ ହଜାର ୩୦୭ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୭ ହଜାର ୮୯୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪୫ ଲକ୍ଷ ୫୬ ହଜାର ୨୦୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୮ ଲକ୍ଷ ୮୨ ହଜାର ୨୦୪ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଚାନ୍ଦପୁର ଥାନାରେ ପସିଲା କରୋନା: ଜଣେ ଗିରଫ ଅଭିଯୁକ୍ତ ପଜିଟିଭ ଚିହ୍ନଟ

ଚାନ୍ଦପୁର: ନୟାଗଡ ଜିଲ୍ଲା ଚାନ୍ଦପୁର ଥାନାରେ ଜଣେ ଗିରଫ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅଭିଯୁକ୍ତ ଜଣକ ଗତକାଲି ଗିରଫ ହୋଇଥିଲେ। ଗିରଫ ପରେ ତାଙ୍କର କୋଭିଡ଼ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ତାଙ୍କର ପଜିଟିଭ ଆସିଛି।

ଏହା ପରେ ଥାନାର ୭ ଜଣ କର୍ମଚାରୀ ସଙ୍ଗରୋଧକୁ ଯାଇଥିବା ସୂଚନା ରହିଛି। ସାଧାରଣ ଲୋକଙ୍କୁ ଥାନାକୁ ଯାଇ ଭିଡ ନକରିବା ପାଇଁ କୁହାଯାଇଛି। ଚାନ୍ଦପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି।

ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ଥାନାର ସମସ୍ତ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଆଜି ଚାନ୍ଦପୁର ଥାନାକୁ ବିଶୋଧନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାର ୭୩୦ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୩୨ ହଜାର ୭୩୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୨୬୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୬୨ ଲକ୍ଷ ୬୩ ହଜାର ୬୯୫ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୬ ହଜାର ୯୨୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୬ ଲକ୍ଷ ୪୮ ହଜାର ୧୫୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୪ ଲକ୍ଷ ୨୮ ହଜାର ୬୧୬ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଅନଲାଇନ ପରୀକ୍ଷା ଦାବିରେ ଧାରଣାରେ ବସିଲେ ଓୟୁଏଟି କଲେଜର ଛାତ୍ରଛାତ୍ରୀ

ଭୁବନେଶ୍ବର: ଓୟୁଏଟି କଲେଜର ଛାତ୍ରଛାତ୍ରୀ ଧାରଣାକୁ ଓହ୍ଲାଇଛନ୍ତି। ଅନଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀ ଧାରଣାକୁ ଓହ୍ଲାଇଛନ୍ତି। ହଷ୍ଟେଲରେ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବାରୁ ଏବେ ଅଫଲାଇନ ପରୀକ୍ଷା ନକରିବା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ପ୍ଲାକାର୍ଡ ଧରି ଭିସି କାର୍ଯ୍ଯାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ପ୍ରତିବାଦ କରୁଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ପରୀକ୍ଷାକୁ କିଛି ଦିନ ସ୍ଥଗିତ କରିବା କିମ୍ବା ଅନଲାଇନରେ ପରୀକ୍ଷା ପାଇଁ ସେମାନଙ୍କର ଦାବି ହେଉଛି। ଏହାସହ ଚିହ୍ନଟ ବାହାରିଥିବା ହଷ୍ଟେଲକୁ ବିଶୋଧନ କରାଯାଉନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସମସ୍ତ ଛାତ୍ରଛାତ୍ରୀଙ୍କ କୋଭିଡ଼ ପରୀକ୍ଷା ପାଇଁ ଦାବି କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ଏହା ଭିତରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଅଖିଲେଶ ଟ୍ବିଟ କରି ସୂଚନା ଦେଇଛନ୍ତି। ରିପୋର୍ଟ ପଜିଟିଭ ଆଶିଭାପରେ ସେ ହୋମ ଆଇସୋଲେସନକୁ ଚାଲିଯାଇଛନ୍ତି।

ଅଖିଲେଶ କହିଛନ୍ତି ଯେ, ବର୍ତ୍ତମାନ ମୁଁ ସମସ୍ତଙ୍କ ଠାରୁ ଅଲଗା କରି ପୃଥକବାସରେ ଚିକିତ୍ସା ଆରମ୍ଭ କରିଛି। ବିଗତ ଦିନରେ ମୋ ସମ୍ପର୍କରେ ଆସିଥିବା ଲୋକଙ୍କୁ ଅନୁରୋଧ ସେମାନେ ଟେଷ୍ଟ କରିନିଅନ୍ତୁ ଏବଂ କ୍ଵାରେଣ୍ଟିନ ହୋଇଯାନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁରତରୁ ଆସିଥିବା ଜଣେ ନାବାଳିକା ପର୍ଯ୍ୟଟକ ପଜିଟିଭ ଚିହ୍ନଟ: କୋଭିଡ଼ ହସ୍ପିଟାଲରେ ଭର୍ତ୍ତି

ପୁରୀ: ସୁରତରୁ ଆସିଥିବା ଜଣେ ନାବାଳିକା ପର୍ଯ୍ୟଟକ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ତାଙ୍କ ବାପାଙ୍କ ସହ ଆସିଥିଲେ। ଆଣ୍ଟିଜେନ ଟେଷ୍ଟ ପରେ ସେ କରୋନା ପଜିଟିଭ ଥିବା ଜଣାପଡିଛି। ପଜିଟିଭ ଚିହ୍ନଟ ପରେ ନାବାଳିକାଜଣଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ବାପା ମାଆଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସୂଚନା ରହିଛି। ପୁଣିଥରେ ଆଜି ନାବାଳିକାଙ୍କର ଆରଟିପିସିଆର ଟେଷ୍ଟ କରାଯିବ।

ସେହିଭଳି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ଯାଳୟର ୮ କର୍ମଚାରୀ ଓ ସେବାୟତ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ସମ୍ମୁଖ ଜୋତାଷ୍ଟାଣ୍ଡରୁ ୮ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏନେଇ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୮ ହଜାର ୯୧୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୬୮ ହଜାର ୯୧୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯୦୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୩୫ ଲକ୍ଷ ୨୭ ହଜାର ୭୧୭ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୦ ହଜାର ୧୭୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୧ ଲକ୍ଷ ୫୬ ହଜାର ୫୨୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୨ ଲକ୍ଷ ୧ ହଜାର ୯ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରେ କାୟା ମେଲାଉଛି କରୋନା: ନିୟମ ପାଳନ କଡାକଡି, ରାତ୍ରୀ କାଳୀନ କର୍ଫ୍ୟୂ ଜାରି

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଗତ ଶନିବାର ସଂଧ୍ୟାସୁଦ୍ଧା ୨୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭୋଡ ନିୟମ କୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଜାରି କରିଥିବା ଜଣାପଡିଛି। ସାମଜିକ ଦୂରତ୍ୱ ପାଳନ ଓ ମାସ୍କ ଚେକିଂ କୁ କଡା କଡି କରାଯ୍ଧବଥିବା ବେଳେ କୋଭିଦ ନିୟମ ପାଳନ କରିବାକୁ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ଇତି ମଧ୍ୟରେ କଳାହାଣ୍ଡିର ୪୪ ଟି ଠିକା କରଣ କେନ୍ଦ୍ରରେ ବରିଷ୍ଠ ନାଗରିକ ସମେତ ୪୫ ବର୍ଷରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କୁ ପ୍ରତ୍ୟହ ଦଶ ହଜାର ଟୀକାକରଣ ବ୍ୟବସ୍ଥା କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜଣାପଡିଛି। ଗତ ୧ ତାରିଖ ଦିନ ୨୬ଜଣ ଓ ୨ ତାରିଖ ଦିନ ୨୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମାର୍ଚ୍ଚ ସେହ ସପ୍ତାହରେ ଭବାବୀପାଟଣାସ୍ଥିତ ପ୍ରଗତି କଲେଜର ୩୬ ଜଣ ଛାତ୍ର ତଥା ଧର୍ମଗଡ ମଡର୍ଣ୍ଣ କଲେଜର ୬ ଜଣ ଛାତ୍ର ସମେତ ଜଣେ ଅଧ୍ୟାପକ ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଗ୍ରାମ ପଂଚାୟତ ଲିମସେର ଗ୍ରାମରେ କରୋନାରେ ଜଣକର ମୃତ୍ୟୁ ହେବା ସହ ଅନୟ ୬ ଜଣଙ୍କ ପଜିଟିଭ ଚିହ୍ନଟ ହେବାପରେ ସେହି ଗ୍ରାମକୁ ଆଗାମୀ ୮ ତାରିଖ ଯାଏ କଂଟେନମେଂଟ ଜୋନ ଘୋଷଣା କରାଯାଇଥିବା ସରପଂଚଙ୍କ ସୂତ୍ରରୁ ପ୍ରକାଶ।

କରୋନା ପ୍ରଥମ ଲହରୀରେ ଗୋଲାମୁଣ୍ଡା ବ୍ଲକରେ ହିଁ ପ୍ରଥମେ ପଜିଟିଭ ଚିହ୍ନଟ ହୋଇଥିଲା। ପୂର୍ବରୁ ଭବାନୀପାଟଣା ସହରର ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ଧର୍ମଗଡ ବ୍ଲକ ବେହେରା ଗ୍ରାମର ଜଣେ ବାସିନ୍ଦା ବିଷମକଟକ ରେ ମୃତ୍ୟୁ ହୋଇଥିବା ବେଳେ ସେଠାକୁ ଯାଇଥିବା ପରିବାର ଲୋକଙ୍କ ପରୀକ୍ଷା ତଥା ଯୋଗାଯୋଗ ଟ୍ରେସିଂ ଚାଲିଥିବା ଧର୍ମଗଡ ବିଡିଓ ଶରତ କୁମାର ସେଠୀଙ୍କ ସୂତ୍ରରୁ ପ୍ରକାଶ। ଏହାକୁ ମିଶାଇ କଳାହାଣ୍ଡିରେ ମୋଟ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ଗତ ୩ ତାରିଖ ସୁଦ୍ଧା କଳାହାଣ୍ଡିରେ ୨୩୮ ରୁ ଉର୍ଦ୍ଧ୍ୱ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଚିକିତ୍ସା ପରେ ଅନେକେ ସୁସ୍ଥ ହେଉଥିବା ଜଣାପଡିଛି। ହେଲେ ଜନସାଧାରଣଙ୍କ ଅମାନିଆ ଆଚରଣ ଯୋଗୁଁ ବିଗତ ଏକ ସପ୍ତାହ ମଧ୍ୟରେ ଏହାର ସଂଖ୍ୟା ବୃଦ୍ଧି ହୋଇଯାଇଥିବା ଆଲୋଚନା ହେଉଛି ା କରୋନାର କାୟା ବିସ୍ତାର ହେଉଥିବା ଅନୁମାନ କରି ଜିଲ୍ଲା ପ୍ରଶାସନ ମଧ୍ୟ ତତ୍ପର ହୋଇଉଠିଥିବା ଜଣାପଡିଛି।

ଅନ୍ୟପକ୍ଷରେ ପଡୋଶୀ ଛତିଶଗଡ ରେ ବିଶେଷ କରି କଳାହାଣ୍ଡି ସୀମାନ୍ତ ଗରିଆବନ୍ଧ ଜିଲ୍ଲାରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି କଳାହାଣ୍ଡି ସୀମାନ୍ତ ସନ୍ଧିକୁଲିହାରୀ ଠାରେ ପ୍ରଶାସନ ପକ୍ଷରୁ ଧର୍ମଗଡ ଏସଡିପିଓ ଧୀରଜ ଚୋପଦାର ତଥା ଧର୍ମଗଡ ଥାନା ଅଧରକାରୀ ଟୁନା ସେଠୀ ଏବଂ ଧର୍ମଗଡ ବିଡିଓ ପ୍ରମୂଖ କଡା ନଜର ରଖିଥିବା ପ୍ରକାଶ। ଜିଲ୍ଲାପ୍ରଶାସନ ପକ୍ଷରୁ ଦ୍ୱିତୀୟ ଲହରକୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ସ୍ୱାବ ପରୀକ୍ଷା କରୁଥିବା ବେଳେ ଟ୍ରେନରେ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ କେସିଙ୍ଗା ରେଳ ଷ୍ଟେସନରେ ୨୪ ଘଂଟିଆ ସ୍ୱାବ ପରୀକ୍ଷା ବ୍ୟବସ୍ଥା ହୋଇଥିବା ବେଳେ ଏବଂ ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖିଥିବା ଜଣାପଡିଛି।