Categories
ଆଞ୍ଚଳିକ

ବାଲୁଗାଁରେ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସ ପାଳିତ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ, କଳିଙ୍ଗର ବରପୁତ୍ର, ଓଡିଆ ଜାତିର ସ୍ୱାଭିମାନ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ। ଏହି ଦିନକୁ ସାରା ଓଡିଶାରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଏ। ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଠାରେ ବିଜୁ ଯୁବ ଜନତା ଦଳ ସଭାପତି ଶଶିକାନ୍ତ ପାଇକରାୟଙ୍କ ନେତୃତ୍ୱରେ ଏକ ପଦଯାତ୍ରା କରାଯାଇଥିଲା। ସରଳା ପଦର ଛକ ସ୍ଥିତ ମା’ ଉତ୍ତରାୟଣୀ ମନ୍ଦିର ଠାରୁ ଉକ୍ତ ପଦଯାତ୍ରା ଆରମ୍ଭ ହୋଇ ବାଲୁଗାଁ ବଜାରର ଗାନ୍ଧୀ ଛକ ଠାରେ ପହଞ୍ଚିଥିଲା। ଗାନ୍ଧୀ ଛକ ଠାରେ ଅବସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରାଯାଇଥିଲା। ଏହି ସମୟରେ କର୍ମୀମାନଙ୍କ ଦ୍ଵାରା ବିଜୁ ପଟ୍ଟନାୟକ ଅମର ରହେ ସ୍ଲୋଗାନରେ ବାଲୁଗାଁ ବଜାର ପ୍ରକମ୍ପିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଏନଏସି ବିଜୁ ଜନତା ଦଳ ସଭାପତି ଜୟନ୍ତ ସ୍ୱାଇଁ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ପୂର୍ବତନ ଚିଲିକା ବ୍ଲକ ଅଧ୍ୟକ୍ଷ ଉତ୍ପଳ ପାଇକରାୟ, ବିଜୁ ଯୁବ ଜନତା ଦଳ ସଭାପତି ଆଲୋକ ନାୟକ, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ଲକ୍ଷ୍ମୀଧର ସେଠି, ସୁଜାତା ପଣ୍ଡା, ଡିଜିଟାଲ ସେକ୍ରେଟାରୀ ଆରବ କୁମାର ଏବଂ ବିଜୁ ଜନତା ଦଳର ଯୁବଛାତ୍ର, କର୍ମୀ ବହୁଳ ମାତ୍ରରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ଏକ୍ସପ୍ରେସ୍‌ ୱେ’ ଲୋକାର୍ପିତ: ମୁଖ୍ୟମନ୍ତ୍ରୀ କହିଲେ କଥାରେ ନୁହେଁ, କାମରେ ବିଶ୍ୱାସ କରେ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ଓଡ଼ିଶା ପଞ୍ଚାୟତିରାଜ ଦିବସ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲା (ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି) ଗସ୍ତ ଅବସରରେ ‘ବିଜୁ ଏକ୍ସପ୍ରେସ୍‌ ୱେ’ର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଠାରେ ମୋଟ ୫୨୭ କୋଟି ଟଙ୍କାର ୯୩ଟି ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ୧୫୭୩ କୋଟି ଟଙ୍କାର ୧୧୩ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ ପାନୀୟଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ବିକାଶମୂଳକ ପ୍ରକଳ୍ପ ସାମିଲ ରହିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବୃନ୍ଦାବାହାଲ ରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରି କଥାରେ ନୁହେଁ କାମରେ ବିଶ୍ୱାସ କରେ ବୋଲି କହିଥିଲେ। ଏ ମାଟିର ମଣିଷଙ୍କ ସ୍ୱପ୍ନ ସହ ସେ ସବୁବେଳେ ଯୋଡ଼ି ହୋଇ ରହିଥିବା ନିଜ ବକ୍ତବ୍ୟରେ କହିଥିଲେ।

ସୂଚନାଯୋଗ୍ୟ ଯେ ବିଜୁ ଏକ୍ସପ୍ରେସ୍‌ ୱେ’ରେ ଘାଟିପଡା ଠାରୁ ଆମପାଣି ପର୍ଯ୍ୟନ୍ତ ନିର୍ମାଣ କାମ ରେକର୍ଡ ବର୍ଷକ ମଧ୍ୟରେ ଶେଷ ହୋଇଛି । ବିଜୁ ଏକ୍ସପ୍ରେସ୍‌ ୱେ’ ଏକ ସାଧାରଣ ରାସ୍ତା ନୁହେଁ। ଏହା ଏହି ଅଞ୍ଚଳର ଜୀବନରେଖା ଓ ବିକାଶର ନୂଆ ଇତିହାସ ବୋଲି ମତ ପ୍ରକାଶ କରିଥିଲେ। ଏହି ରାସ୍ତା ପାଇଁ ଚାଷୀ ଭାଇ, ସାଧାରଣ ଲୋକଙ୍କ ସୁବିଧା, ସ୍ୱାସ୍ଥ୍ୟସେବାରେ ଉନ୍ନତି ପରିଲିକ୍ଷିତ ହେବା ସହ ଅର୍ଥନୈତିକ ସ୍ତରରେ ଏହା ବେଶ ଉପଯୋଗୀ ସାବ୍ୟସ୍ତ ହେବ ଏବଂ ନୂଆ ଶିଳ୍ପ ଗଢି ଉଠିବ।

‘ଏକ୍ସପ୍ରେସ୍‌ ୱେ’ର ଦୁଇ ପାଖରେ ବିଜୁ ଇକୋନୋମିକ କରିଡର କରାଯାଇଛି। ଏହା ଉଭୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ସୁବିଧା ପାଇବେ। ଇକୋନୋମିକ କରିଡରରେ ପୁଞ୍ଜି ବିନିଯୋଗ ପାଇଁ ଅଧିକ ଇନସେନଟିଭ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜୁବାବୁଙ୍କ ସ୍ୱପ୍ନ ଥିଲା ସଶକ୍ତ ଓଡ଼ିଶା। ସେ ଦିଗରେ ଆମେ ସଫଳତାର ସହ ଆଗକୁ ବଢୁଛୁ ବୋଲି କହିଥିଲେ। ପରେ ବସ ଯୋଗେ ବୃନ୍ଦାବାହାଲ ଠାରୁ ଆମପାଣି ପର୍ଯ୍ୟନ୍ତ ରୋଡ଼ସୋ କରିଥିବା ଦେଖିବାକୁ ମିଳିଛି।

ବୃନ୍ଦାବହାଲ ଠାରେ ସାଂସଦ ସୁଜିତ କୁମାର, ପୂର୍ବତନ ଗୃହ ରାଷ୍ଟ୍ର ମନ୍ତ୍ରୀ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକା: ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କଲା ବିଜେପି

ସିତରାମ ଅଗ୍ରୱାଲ

ଚିଲିକା: ସର୍ବଭାରତୀୟ ସ୍ତରରେ ଏପ୍ରିଲ ୨୪ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି। ହେଲେ ଏହାକୁ ନେଇ ବିଜେପି ପକ୍ଷରୁ କଡା ସମାଲୋଚନା କରାଯାଇଛି। ଓଡ଼ିଶାରେ ବିଜେଡି ସରକାର ମାର୍ଚ୍ଚ ୫ ତାରିଖରେ ଏହାକୁ ପାଳନ କରିବା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେପି କହିଛି।

ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ପରିବର୍ତ୍ତେ ଦୁର୍ବଳ କରୁଛନ୍ତି ରାଜ୍ୟ ସରକାର। ତେଣୁ ଆଜି ରାଜ୍ୟ ସରକାରଙ୍କ ତରଫରୁ ପାଳନ କରାଯାଉଥିବା ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ବିଜେପି ପାଳନ କରିଛି। ଦଳର ନିଷ୍ପତିକ୍ରମେ ସମସ୍ତ ୩୧୪ଟି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କାର୍ଯ୍ୟକର୍ତ୍ତାମାନେ ହାତରେ କଳା ପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ଚିଲିକା ନିର୍ବାଚନମଣ୍ଡଳୀର ଉଭୟ ବାଣପୁର ଓ ଚିଲିକା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନଙ୍କ ନେତୃତ୍ୱରେ ଉଭୟ ସ୍ଥାନରେ ବହୁ କର୍ମୀ ହାତରେ କଳା ପଟା ବାନ୍ଧି ଏକ ପଦଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବିଜେପି କର୍ମୀମାନେ ପ୍ରବଳ ବର୍ଷୀଥିଲେ।

ଅତୀତରେ ପଞ୍ଚାୟତ ତଥା ଗ୍ରାମାଞ୍ଚଳର ଉନ୍ନତିକରଣ ଓ ବିକାଶ ପାଇଁ ପଲ୍ଲୀସଭା ଓ ଗ୍ରାମସଭା କରାଯାଇ ସାଧାରଣ ଗ୍ରାମବାସୀଙ୍କ ମତ ନିଅଯାଉଥିଲା। କିନ୍ତୁ ଏବେ ଶାସକ ଦଳର ବିଧାୟକ ଓ ନେତାମାନେ ନିଷ୍ପତ୍ତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କହିଥିଲେ ଶ୍ରୀ ହରିଚନ୍ଦନ।

ଉକ୍ତ ବିକ୍ଷୋଭ ପ୍ରଦର୍ଶନରେ ବିଜେପି ନେତା ଅମରେନ୍ଦ୍ର ରଣସିଂହ, ଜ୍ୟୋସ୍ନା ବେହେରା, ଅରୁଣ ପଟ୍ଟନାୟକ, ଯୁବ ବିଜେପି ସଂଗଠକ ଜିତେନ୍ଦ୍ର ଭୋଳ, ସମର ରଞ୍ଜନ ସୁବୁଦ୍ଧି ଏବଂ ବହୁ ବିଜେପି ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଓ କର୍ମକର୍ତା ମାନେ ସାମିଲ ଥିଲେ। ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ ଉଭୟ ବ୍ଲକ ସମ୍ମୁଖରେ ବ୍ୟାପକ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା।

Categories
ବିଶେଷ ଖବର

ପଞ୍ଚାୟତିରାଜ ଦିବସ ଉପଲକ୍ଷେ ଜମ୍ମୁରେ ଅନେକ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଜମ୍ମୁ: ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସ ପାଳନ ଅବସରରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି। ଧାରା ୩୭୦ ରଦ୍ଦ ହେବା ଏବଂ ରାଜ୍ୟରେ ସ୍ଵତନ୍ତ୍ର ମାନ୍ୟତା ପାଇବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜମ୍ମୁ କାଶ୍ମୀର ଗସ୍ତର ପ୍ରଥମ ଗସ୍ତ। ଏହି ସମୟରେ ପ୍ରଧାନମନ୍ତ୍ରୀ ୨୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କଲେ। ତାଙ୍କ ସହ ମଞ୍ଚରେ ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଏଠାରେ ବନିହାଲ କାଜିଗୁଣ୍ଡ ରୋଡ ଟନେଲର ଉଦଘାଟନ କରିଛନ୍ତି, ଯାହା ଜାମ୍ମୁ କାଶ୍ମୀରର ଅଞ୍ଚଳକୁ ନିକଟତର କରିବାରେ ସାହାଯ୍ୟ କରିବ। ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସୱେ ଏବଂ ରାତଲେ ଏବଂ କୁୱାର ଜଳ ବିଦ୍ୟୁତ୍ ପ୍ରକଳ୍ପର ମୂଳଦୁଆ ପକାଯାଇଛି। ଅଗଷ୍ଟ, ୨୦୧୯ରେ ଧାରା ୩୭୦ ରଦ୍ଦ ହେବା ପରେ ଜମ୍ମୁ କାଶ୍ମୀରକୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

ପ୍ରଧାନମନ୍ତ୍ରୀ ୩୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବନିହାଲ-କାଜିଗୁଣ୍ଡ ସୁଡ଼ଙ୍ଗ ରାସ୍ତା ଉଦଘାଟନ କରିଛନ୍ତି। ଏହି ୮.୪୫ କିଲୋମିଟର ଦୀର୍ଘ ସୁଡ଼ଙ୍ଗ ଯୋଗୁଁ ବନିହାଲ ଓ କାଜିଗୁଣ୍ଡ ମଧ୍ୟରେ ଦୂରତ୍ୱ ୧୬ କିଲୋମିଟର ହ୍ରାସ ପାଇବ ଓ ଯାତ୍ରା ଅବଧି ପ୍ରାୟ ଦେଢ଼ ଘଣ୍ଟା କମ ପଡିବ। ଏହା ଏକ ଦ୍ୱେତ ଟ୍ୟୁବ ଟନେଲ ଯାହାର ଯିବା ଓ ଆସିବା ନିମନ୍ତେ ଅଲଗା ଟ୍ୟୁବ ଅଛି। ଜରୁରୀକାଳୀନ ଉଦ୍ଧାର ଓ ରକ୍ଷଣାବେକ୍ଷଣ ନିମନ୍ତେ ପ୍ରତି ପାଞ୍ଚ ମିଟର ଦୂରରେ ଟ୍ୟୁବ ଏକ କ୍ରସ ପ୍ୟାସେଜ ଦ୍ୱାରା ସଂଯୁକ୍ତ ହୋଇଛି। ଏହି ସୁଡ଼ଙ୍ଗ ଯୋଗୁଁ ଜମ୍ମୁ ଓ କଶ୍ମୀର ମଧ୍ୟରେ ସବୁ ଦିନିଆ ରାସ୍ତା ରହିବା ସହ ଦୁଇ ଅଞ୍ଚଳ ମଧ୍ୟରେ ସମନ୍ୱୟ ଅଧିକ ହେବ।

ପ୍ରଧାନମନ୍ତ୍ରୀ ମଧ୍ୟ ରାଟେଲ ଏବଂ କ୍ୱାର ଜଳବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। କିସ୍ତୱାର ଜିଲ୍ଲାର ଚେନାବ ନଦୀରେ ପ୍ରାୟ ୫୩୦୦ କୋଟି ଟଙ୍କା ବ୍ୟୟରେ ଏହି ୮୫୦ ମେଗାୱାଟ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମିତ ହେବ। ସେହି ଜିଲ୍ଲାର ଚେନାବ ନଦୀରେ ମଧ୍ୟ ୪୫୦୦ କୋଟି ଟଙ୍କା ବ୍ୟୟରେ ୫୪୦ ମେଗାୱାଟ କ୍ୱାର ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ ନିର୍ମିତ ହେବ । ଉଭୟ ପ୍ରକଳ୍ପ ଯୋଗୁଁ ସେ ଅଞ୍ଚଳର ଶକ୍ତି ଚାହିଦା ପୂରଣ ହେବ।

ଜଳାଶୟ ଗୁଡିକର ପୁନରୁଦ୍ଧାର ଲକ୍ଷ୍ୟରେ ଜମ୍ମୁ ଓ କଶ୍ମୀର ପରିଦର୍ଶନ କାଳରେ ଶ୍ରୀ ମୋଦୀ ଅମ୍ରିତ ସରୋବର ନାମରେ ନୂତନ କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ନେବେ। ଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଜଳାଶୟ ପୁନରୁଦ୍ଧାର କିମ୍ବା ଖୋଳାଇବା ଏହାର ଲକ୍ଷ୍ୟ। ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନରେ ସରକାରଙ୍କ ଏହା ଆଉ ଏକ ଅବଦାନ କହିଲେ ଅତ୍ୟୁକ୍ତି ହେବନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ପଞ୍ଚାୟତିରାଜ ଦିବସ: ସ୍କୁଲ, କଲେଜକୁ ଛୁଟି ଘୋଷଣା କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ ହେବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସ୍କୁଲ, କଲେଜ୍ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ କଟକସ୍ଥିତ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନଠାରୁ ଭୁବନେଶ୍ୱରସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ୍‌ ଯାତ୍ରାର ଆୟୋଜନ କରାଯାଉଛି। ଏହି ଶୋଭାଯାତ୍ରାରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସାମିଲ୍‌ ହେବେ।

ଏହି ସାଇକେଲ୍‌ ରାଲିରେ ହଜାର ହଜାର ଯୁବ ଛାତ୍ର ଯୋଗ ଦେଇ ୧୯୩୨ ମସିହାରେ ବିଜୁବାବୁଙ୍କ କଟକରୁ ପେଶୱାର ପର୍ଯ୍ୟନ୍ତ ୪୫୦୦ ମାଇଲ୍ସ ସାଇକେଲ୍‌ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବେ।