Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଞ୍ଚାୟତିରାଜ ଦିବସ ଉପଲକ୍ଷେ ଜମ୍ମୁରେ ଅନେକ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ବିଶେଷ ଖବର

ପଞ୍ଚାୟତିରାଜ ଦିବସ ଉପଲକ୍ଷେ ଜମ୍ମୁରେ ଅନେକ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

April 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜମ୍ମୁ: ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସ ପାଳନ ଅବସରରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି। ଧାରା ୩୭୦ ରଦ୍ଦ ହେବା ଏବଂ ରାଜ୍ୟରେ ସ୍ଵତନ୍ତ୍ର ମାନ୍ୟତା ପାଇବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜମ୍ମୁ କାଶ୍ମୀର ଗସ୍ତର ପ୍ରଥମ ଗସ୍ତ। ଏହି ସମୟରେ ପ୍ରଧାନମନ୍ତ୍ରୀ ୨୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କଲେ। ତାଙ୍କ ସହ ମଞ୍ଚରେ ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଏଠାରେ ବନିହାଲ କାଜିଗୁଣ୍ଡ ରୋଡ ଟନେଲର ଉଦଘାଟନ କରିଛନ୍ତି, ଯାହା ଜାମ୍ମୁ କାଶ୍ମୀରର ଅଞ୍ଚଳକୁ ନିକଟତର କରିବାରେ ସାହାଯ୍ୟ କରିବ। ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସୱେ ଏବଂ ରାତଲେ ଏବଂ କୁୱାର ଜଳ ବିଦ୍ୟୁତ୍ ପ୍ରକଳ୍ପର ମୂଳଦୁଆ ପକାଯାଇଛି। ଅଗଷ୍ଟ, ୨୦୧୯ରେ ଧାରା ୩୭୦ ରଦ୍ଦ ହେବା ପରେ ଜମ୍ମୁ କାଶ୍ମୀରକୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

ପ୍ରଧାନମନ୍ତ୍ରୀ ୩୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବନିହାଲ-କାଜିଗୁଣ୍ଡ ସୁଡ଼ଙ୍ଗ ରାସ୍ତା ଉଦଘାଟନ କରିଛନ୍ତି। ଏହି ୮.୪୫ କିଲୋମିଟର ଦୀର୍ଘ ସୁଡ଼ଙ୍ଗ ଯୋଗୁଁ ବନିହାଲ ଓ କାଜିଗୁଣ୍ଡ ମଧ୍ୟରେ ଦୂରତ୍ୱ ୧୬ କିଲୋମିଟର ହ୍ରାସ ପାଇବ ଓ ଯାତ୍ରା ଅବଧି ପ୍ରାୟ ଦେଢ଼ ଘଣ୍ଟା କମ ପଡିବ। ଏହା ଏକ ଦ୍ୱେତ ଟ୍ୟୁବ ଟନେଲ ଯାହାର ଯିବା ଓ ଆସିବା ନିମନ୍ତେ ଅଲଗା ଟ୍ୟୁବ ଅଛି। ଜରୁରୀକାଳୀନ ଉଦ୍ଧାର ଓ ରକ୍ଷଣାବେକ୍ଷଣ ନିମନ୍ତେ ପ୍ରତି ପାଞ୍ଚ ମିଟର ଦୂରରେ ଟ୍ୟୁବ ଏକ କ୍ରସ ପ୍ୟାସେଜ ଦ୍ୱାରା ସଂଯୁକ୍ତ ହୋଇଛି। ଏହି ସୁଡ଼ଙ୍ଗ ଯୋଗୁଁ ଜମ୍ମୁ ଓ କଶ୍ମୀର ମଧ୍ୟରେ ସବୁ ଦିନିଆ ରାସ୍ତା ରହିବା ସହ ଦୁଇ ଅଞ୍ଚଳ ମଧ୍ୟରେ ସମନ୍ୱୟ ଅଧିକ ହେବ।

ପ୍ରଧାନମନ୍ତ୍ରୀ ମଧ୍ୟ ରାଟେଲ ଏବଂ କ୍ୱାର ଜଳବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। କିସ୍ତୱାର ଜିଲ୍ଲାର ଚେନାବ ନଦୀରେ ପ୍ରାୟ ୫୩୦୦ କୋଟି ଟଙ୍କା ବ୍ୟୟରେ ଏହି ୮୫୦ ମେଗାୱାଟ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମିତ ହେବ। ସେହି ଜିଲ୍ଲାର ଚେନାବ ନଦୀରେ ମଧ୍ୟ ୪୫୦୦ କୋଟି ଟଙ୍କା ବ୍ୟୟରେ ୫୪୦ ମେଗାୱାଟ କ୍ୱାର ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ ନିର୍ମିତ ହେବ । ଉଭୟ ପ୍ରକଳ୍ପ ଯୋଗୁଁ ସେ ଅଞ୍ଚଳର ଶକ୍ତି ଚାହିଦା ପୂରଣ ହେବ।

ଜଳାଶୟ ଗୁଡିକର ପୁନରୁଦ୍ଧାର ଲକ୍ଷ୍ୟରେ ଜମ୍ମୁ ଓ କଶ୍ମୀର ପରିଦର୍ଶନ କାଳରେ ଶ୍ରୀ ମୋଦୀ ଅମ୍ରିତ ସରୋବର ନାମରେ ନୂତନ କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ନେବେ। ଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଜଳାଶୟ ପୁନରୁଦ୍ଧାର କିମ୍ବା ଖୋଳାଇବା ଏହାର ଲକ୍ଷ୍ୟ। ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନରେ ସରକାରଙ୍କ ଏହା ଆଉ ଏକ ଅବଦାନ କହିଲେ ଅତ୍ୟୁକ୍ତି ହେବନାହିଁ।

ପଞ୍ଚାୟତିରାଜ ଦିବସ ପ୍ରକଳ୍ପର ଉଦଘାଟନ ପ୍ରଧାନମନ୍ତ୍ରୀ ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଉଦ୍ୟମିତା ପ୍ଲାଟଫର୍ମ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

June 27, 2026

ରାମ ମନ୍ଦିର ମାମଲା: ଏବେ ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ଗୁରୁତର ଅଭିଯୋଗ, ତଦନ୍ତ ଦାବି

June 27, 2026

କେବେ ଭାରତ ଗସ୍ତରେ ଆସିବେ ଡୋନାଲ୍ଡ ଟ୍ରମ୍ପ?: ଯୋଜନା ପ୍ରକାଶ କଲେ ସର୍ଜିଓ ଗୋର୍

June 27, 2026

OTAS ଅଧିକାରୀ ଭୀମସେନ ଟୁଡୁଙ୍କୁ ଚାକିରୀରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାରଣ

June 27, 2026
Latest News

ମୟୂରଭଞ୍ଜରେ ଡବଲ ମର୍ଡର, ଘର ଭିତରେ ମା’ ଓ ୮ ବର୍ଷର ଝିଅଙ୍କ ରକ୍ତାକ୍ତ ମୃତଦେହ

June 27, 2026

କରାଚୀରେ ବଡ଼ ଆତଙ୍କୀ ହମଲା : ଆତ୍ମଘାତୀ ବିସ୍ଫୋରଣ ପରେ ଗୁଳିବର୍ଷା ଜାରି

June 27, 2026

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

June 27, 2026

ସାମାନ୍ୟ ବଚସାରୁ ଜଘନ୍ୟ କାଣ୍ଡ! ବିୟର ବୋତଲରେ ଯୁବକଙ୍କ ଗଳା କାଟି ହତ୍ୟା

June 27, 2026

ଜୁଲାଇ ୩ ରେ ଆରମ୍ଭ ହେବ ଅମରନାଥ ଯାତ୍ରା: ଜାଣନ୍ତୁ ପଞ୍ଜୀକରଣ ପକ୍ରିୟା

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.